ହାତୀ ମାରି ଦୁଇ ଦାନ୍ତ ଚୋରି କରିଥିଲେ ଏବେ ଗିରଫ ହେଲେ

ସୁନ୍ଦରଗଡ : ସୁନ୍ଦରଗଡ ଦେବଗଡ ଡିଭିଜନ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ହାତୀ ଶିକାର ଘଟଣା ।  ୮ରେ ପହଞ୍ଚିଲା ଗିରଫ ସଂଖ୍ୟା  । ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ମହାନ୍ତଙ୍କ ସହ ମୋଟ  ୮ ଜଣଙ୍କୁ ଗିରଫ କରିଛି ଦେବଗଡ଼ ବନ ବିଭାଗ  । ସେପ୍ଟେମ୍ବର ୩୦ ରାତିରେ କରେଣ୍ଟ ଦେଇ ହାତୀକୁ ମାରିବା ପରେ ଅଭିଯୁକ୍ତ ମାନେ ଦାନ୍ତ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା।

ଅକ୍ଟୋବର ୧ ତାରିଖରେ ଦେବଗଡ଼ ଡିଏଫଓଙ୍କ ନେତୃତ୍ବରେ ଗଠିତ ହୋଇଥିବା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ହାତୀକୁ ମାରି ଦାନ୍ତ ଚୋରି କରିବା ଅଭିଯୋଗରେ ପୁର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି  । ଚୋରୀ ହୋଇଥିବା ଦୁଇ ହାତୀଦାନ୍ତ ଜବତ କରାଯାଇ ଥିବା ଦେବଗଡ଼ ଡିଏଫଓ ଷମା ଷଡ଼ଙ୍ଗୀ ସୁଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଦୁଇଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ  ।

Leave a Reply