ଉପନିର୍ବାଚନ ପ୍ରଚାର ଆରମ୍ଭ ପୂର୍ବରୁ କୋଭିଡ୍ ନିୟମ ଭାଙ୍ଗିଲାଣି କଂଗ୍ରେସ

Tirtol By Poll, Congress Violates Covid19 Norms

ଜଗତସିଂହପୁର: ନଭେମ୍ବର ୩ରେ ତିର୍ତ୍ତୋଲ ଉପନିର୍ବାଚନ । ଉପନିର୍ବାଚନ ପାଇଁ ଏବେଠୁ ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣି । ଦିନକ ପରେ ଉପନିର୍ବାଚନ ଲାଗି ପ୍ରକାଶ ବିଜ୍ଞପ୍ତି । ଏହା ପୂର୍ବରୁ କଂଗ୍ରେସ କର୍ମୀ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ବିରିଡି ବ୍ଲକ୍ ଅଣଖିଆ ଠାରେ କରୋନା କଟକଣାକୁ ଫୁ କରି କର୍ମୀ ସମ୍ମିଳନୀ ଆୟୋଜିତ କରିଛି ଯୁବ କଂଗ୍ରେସ । ଏହି ସମ୍ମିଳନୀରେ ପ୍ରାୟ ଶତାଧିକ କର୍ମୀ ଯୋଗ ଦେଇଥିବା ଅଭିଯୋଗ ହୋଇଛି ।

Tirtol By Poll, Congress Violates Covid19 Norms

ସମ୍ମିଳନୀ ସମୟରେ କର୍ମୀମାନେ ସାମାଜିକ ଦୂରତାକୁ ବେଖାତିର କରି ପାଖାପାଖି ହୋଇ ବସିଥିବା ବେଳେ ମାସ୍କ ମଧ୍ୟ ପିନ୍ଧିନଥିବା ଦେଖିବାକୁ ମିଳିଛି । ତେବେ ସବଠୁ ବଡ଼ କଥା ହେଲେ ଏହି ସମ୍ମିଳନୀରେ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ । ବିନା କୌଣସି ଅନୁମତିରେ ଯୁବ କଂଗ୍ରେସ ଏହି ସମ୍ମିଳନୀ କରିଥିବା ବେଳେ ବିରିଡି ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।

Tirtol By Poll, Congress Violates Covid19 Norms

ତିର୍ତ୍ତୋଲ ସହ ବାଲେଶ୍ୱର ସଦର ଆସନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ଆରମ୍ଭ ହେବ ପ୍ରାର୍ଥିପତ୍ର ଦାଖଲ । ଅକ୍ଟୋବର ୧୬ ତାରିଖ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ଅକ୍ଟୋବର ୧୭ରେ ପାର୍ଥୀପତ୍ର ଯାଞ୍ଚ ହେବ । ଅକ୍ଟୋବର ୧୯ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ । ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୧୨ ପୂର୍ବରୁ ସରିବ । ନଭେମ୍ବର ୩ ତାରିଖରେ ଉପନିର୍ବାଚନ ପାଇଁ ଭୋଟିଂ ସରିବା ପରେ ନଭେମ୍ବର ୧୦ ତାରିଖରେ ଫଳାଫଳ ଘୋଷଣା ହେବ ।

Leave a Reply