spot_img
Home Blog Page 6338

ଦିନ ୧ଟାରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ ! ଜାଣନ୍ତୁ ଓଡ଼ିଶାରେ କେଉଁ ସମୟରେ ହେବ ଦୃଶ୍ୟମାନ

ଭୁବନେଶ୍ୱର: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ  ।  ଦିନ ଗୋଟାଏ ୨ ମିନିଟରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ  ।  ଦିନ ୩ଟା ୧୨ ମିନିଟରେ ଏହା ସର୍ବାଧିକ ଦୃଶ୍ୟମାନ ହେବ  । ସନ୍ଧ୍ୟା ୫ଟା ୨୩ ମିନିଟରେ ଏହା ଶେଷ ହେବ  । ଓଡିଶାରେ ଦୃଶ୍ୟମାନ ହେଲେବି ଏହା ଖାଲି ଆଖିରେ ଦେଖାଯିବ ନାହିଁ  ।  ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ  ।  ପୃଥିବୀର ଦୁଇ ପ୍ରକାର ଛାୟା ରହିଛି  ।

ପ୍ରଥମଟି ଛାୟା ଯାହା ଏକ ଗାଢ କଳା ରଙ୍ଗର ଛାଇ ଓ ଖାଲି ଆଖିରେ ପରିଷ୍କାର ଦେଖି ହୁଏ  ।  ଦ୍ବିତୀୟଟି ଉପଛାୟା , ଏହା ଏକ ଫିକା କଳା ଛାଇ ଯାହା ଖାଲି ଆଖିରେ ଦେଖିବା କଷ୍ଟକର  ।  ଉପଛାୟା ବଡ ଓ ଅଧିକ ଅଞ୍ଚଳରେ ପଢୁଥିବାବେଳେ ଛାୟାଟି ଛୋଟ ତ୍ରିଭୁଜ ଆକାରର ହୋଇଥାଏ  । ବିଜ୍ଞାନ ଅନୁଯାୟୀ ଚନ୍ଦ୍ର ଉପଛାୟାରେ ପ୍ରବେଶ କରିବା ସହ ଗ୍ରହଣ ଆରମ୍ଭ ହୁଏ  ।

ପରବର୍ତ୍ତୀ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆସନ୍ତା ବର୍ଷ ମେ ୨୬ ତାରିଖରେ ଦେଖାଯିବ  । ଏହା ପୂର୍ବରୁ ୧୦ ଜାନୁଆରୀ, ୫ ଜୁନ, ୫ ଜୁଲାଇରେ ମଧ୍ୟ ଚନ୍ଦ୍ରଗ୍ରହଣ ପଡ଼ିଥିଲା  ।  ସେପଟେ ଚଳିତବର୍ଷର ଶେଷ ସୂର୍ଯ୍ୟ ପରାଗ ଆସନ୍ତା ଡିସେମ୍ବର ୧୪ ତାରିଖରେ ହେବ , କିନ୍ତୁ ତାହା ଭାରତରେ ଦେଖାଯିବ ନାହିଁ  ।

ହାତୀପଲଙ୍କ ଗୁଣ୍ଡାଗିରି: ୧୨ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଉତ୍ପାତ

କରଞ୍ଜିଆ /ସୁବର୍ଣ୍ଣପୁର: କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଆତଙ୍କ । ଦେଢ଼ ମାସ ହେଲା ୨୨ ଟିକିଆ ଝାରଖଣ୍ଡି ହାତୀପଲ କରଞ୍ଜିଆ ବନଖଣ୍ଡରେ ଉପଦ୍ରବ ଜାରି ରଖିଛନ୍ତି । ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ସଞ୍ଜ ହେଲେ ଜନ ବସତି ମୁହାଁ ହେଉଛନ୍ତି ଏବଂ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି । ଦେଢ଼ ମାସ ହେଲାଣି ବନ ବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ ବି ହାତୀ ପଲଙ୍କୁ ଘଉଡ଼ାଇ ପାରିନାହାନ୍ତି ।  କରଞ୍ଜିଆ ବନଖଣ୍ଡରେ ରହଣି ଭିତରେ ଗୋଟାଏ ହାତୀ ଛୁଆ ମଧ୍ୟ ଜନ୍ମ ହୋଇଛି ଏବଂ ସଂଖ୍ୟା ବୃଦ୍ଧି ପାଇ ୨୩ ରେ ପହଁଚିଛି । ହାତୀ ଆତଙ୍କରେ ଅଂଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ  । ଗତ ୧୨ ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଉତ୍ପାତ ଚଳାଇଛନ୍ତି ୪୦ଟିକିଆ ହାତୀ ପଲ  । ଗତ ରାତିରେ ବିନିକା ଝରାପଡା ଗାଁରେ ପଶି ଘର ଭାଙ୍ଗିବା ସହ ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି  । ଏହା ସହିତ ସିନ୍ଦୁରପୁର, ଗୁଲାପଡା, ଗଣେଷପୁର, କେଉଟପଡା ଓ ମଣିଗାଁ ଆଦି ଗାଁରେ ଧାନ ସହ ପନିପରିବା ଚାଷ ଦଳିଚକଟି ନଷ୍ଟ କରିଦେଇଛନ୍ତି ହାତୀପଲ । ଫସଲ ଅମଳ ସମୟରେ ହାତୀଙ୍କ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି  । ଗତ ୧୨ ଦିନ ହେଲା ଉଲୁଣ୍ଡା ରେଞ୍ଜ ଅଂଚଳରୁ ୪୦ଟି ହାତୀ ମହାନଦୀ ଡେଇଁ ଆସି ବିନିକା ବନାଞ୍ଚଳରେ ଉପଦ୍ରବ କରୁଛନ୍ତି  । ବନବିଭାଗ ଓ ସ୍ଥାନୀୟ ଲୋକଙ୍କ ବାରମ୍ବାର ଉଦ୍ୟମ ପରେ ମଧ୍ୟ ହାତୀଙ୍କୁ ଘଉଡାଇବାରେ ସଫଳତା ମିଳିପାରୁନାହିଁ  । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଲାଗିରହିବା ସହିତ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି  ।

ଫିଲ୍ମ ସୁଟିଂ ସମୟରେ ‘ଆଶିକି’ ହିରୋଙ୍କୁ ବ୍ରେନ୍ ଷ୍ଟ୍ରୋକ୍‌

‘ଆଶିକି’ ହିରୋ ତଥା ଅଭିନେତା ରାହୁଲ ରଏ କାର୍ଗିଲରେ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ହଠାତ୍‌ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇ ମୁମ୍ବାଇ ନାନାବତୀ ହସ୍‌ପିଟାଲ୍‌ରେ ଭର୍ତି ହୋଇଛନ୍ତି। ରାହୁଲ ଚଳଚ୍ଚିତ୍ର ‘ଲାକ୍‌-ଲିଭ୍‌ ଦ ବ୍ୟାଟେଲ୍‌’ର ସୁଟିଂ କରୁଥିବା ବେଳେ କାର୍ଗିଲର ଅତ୍ୟଧିକ ଥଣ୍ଡା ପାଣିପାଗ ଯୋଗୁଁ ବ୍ରେନ୍‌ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି।

ରାହୁଲଙ୍କ ଭାଇ ରୋମିର ସେନ୍‌ ଏହି ଖବର ଦେଇଛନ୍ତି । ୧୯୯୦ର ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ‘ଆଶିକି’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ରାହୁଲ। ଏଥିସହ ସେ ୨୦୦୬ରେ ବିଗ୍‌ ବସ୍‌ର ପ୍ରଥମ ସିଜନ୍‌ର ବିଜେତା ଥିଲେ।

ତ୍ୱଚା ଏବଂ କେଶ ପାଇଁ ଖୁବ ଉପକାରୀ ସଜନା ଶାଗ, ଜାଣନ୍ତୁ କେମିତି କରିବେ ବ୍ୟବହାର

ସଜନା ପତ୍ରର ଗୁଣ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଥିବେ । ଅନେକଙ୍କ ବାଡି-ବଗିଚାରେ ସଜନା ଗଛ ରହିଥାଏ । ଏହା ସ୍ୱାସ୍ଥ୍ୟ,ତ୍ୱଚା ଓ କେଶ ପାଇଁ ବହୁତ୍ ଉପକାରୀ । ସଜନା ପତ୍ରରେ ଅନେକ ଔଷଧିୟ ଗୁଣ ମଧ୍ୟ ଭରି ରହିଛି । ତେବେ ଆସନ୍ତୁ ଜାଣିବା  ସଜନା ପତ୍ରରୁ କିପରି ଫେସପ୍ୟାକ୍ ପ୍ରସ୍ତୁତ କରି ବ୍ୟବହାର କରି ପାରିବା ଓ କେଶରେ ଏହାର କିପରି ପ୍ରୟୋଗ  କରାଯାଇପାରେ ।

ସଜନା ପତ୍ର ପ୍ୟାକ୍ 

ସଜନା ପତ୍ରକୁ ଶୁଖାଇ ଗୁଣ୍ଡ କରି ରଖିବେ ନଚେତ୍ କଂଚା ପତ୍ର ମଧ୍ୟ ବ୍ୟବହାର କରି ପାରିବେ । ସଜନା ପତ୍ରର ପେଷ୍ଟ, ମହୁ ଓ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହି ପେଷ୍ଟକୁ ନେଇ କେଶ ମୂଳରେ ଲଗାଇ ମସାଜ୍ କରି,୨୦ ରୁ ୨୫ ମିନିଟ ଯାଏଁ ରଖିବେ । ଏହାପରେ କେଶ ଧୋଇ ସଫା କରିବେ । ମାସରେ ଦୁଇଥର ଏପରି କରିବା ପରେ ଫଳାଫଳ ନିଜେ ଅନୁଭବ କରିପାରିବେ ।

ଠିକ୍ ସେହିଭଳି ସଜନା ପତ୍ର ପେଷ୍ଟ ସହିତ ମହୁ ଏବଂ ଳେମ୍ବୁ ରସ ମିଶାଇ ପ୍ୟାକ୍ ପ୍ରସ୍ତୁତ କରି ଏହାକୁ ତ୍ୱଚାରେ ମଧ୍ୟ ଲଗାଇ ପାରିବେ । କିନ୍ତୁ ମନେ ରଖିବେ ସମସ୍ତଙ୍କ ତ୍ୱଚାରେ ଲେମ୍ବୁ ରସ ସୁଟ୍ କରେ ନାହିଁ । ତେଣୁ ଯେଉଁମାନଙ୍କ ତ୍ୱଚାରେ ଲେମ୍ବୁ ରସ ସୁଟ୍ କରେ ନାହିଁ ସେମାନେ ଲେମ୍ବୁ ରସକୁ ବାଦ୍ ଦେଇ ଏହି ପ୍ୟାକ୍ ତ୍ୱଚାରେ ଲଗାଇ  ୧୫ ରୁ ୨୦ ମିନିଟ ଯାଏଁ ଛାଡିବେ । ଏହାପରେ ମୁହଁ ଧୋଇ ସଫା କରିବେ । ଏହାକୁ ୧୫ ଦିନରେ ଥରେ ତ୍ୱଚାରେ ଲଗାଇବା ପରେ, ଏହା କେମିତି ପ୍ରଭାବ ପକାଉଛି ଜାଣି ପାରିବେ ।

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଦିନଟି ଭଲ ରହିବ ନାହିଁ, ଖର୍ଚ୍ଚ ବଢିବ

ଆଜିର ପଞ୍ଚାଙ୍ଗ:

୩୦ ନଭେମ୍ବର ୨୦୨୦, ସୋମବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ବିଛା୧୫ ଦିନ,କାର୍ତ୍ତିକ ମାସ ଶୁକ୍ଳପକ୍ଷ,ପୂର୍ଣ୍ଣିମା ତିଥି

ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ରୋହିଣୀ ନକ୍ଷତ୍ର

– ଯୋଗିନୀ ବାୟବ୍ୟେ ଦିଗରେ ଅବସ୍ଥାନ କରିବେ ଦିନ ୩ଟା୦୨ ମିନିଟ୍ ପର୍ଯ୍ୟନ୍ତ

ଏହା ପରେ ପୂର୍ବେ ଯାତ୍ରା ନିଷେଧ

ଘାତଚନ୍ଦ୍ର- ବିଛା ରାଶିର

ଘାତ ବାର- ମିଥୁନ ରାଶିର

– ଶୁଭ ସମୟ –

ସକାଳ ୭ଟା ୨୮ ମିନିଟ୍ ଠାରୁ ଦିନ ୮ଟା ୫୭ ମନିଟ୍

– ଅଶୁଭ ସମୟ –

ଦିନ ୩ଟା ୪୨ ମିନିଟ୍ ଠାରୁ ସନ୍ଧ୍ୟା ୫ଟା ୦୫ ମିନିଟ୍ ପର୍ଯ୍ୟନ୍ତ

ଆଜି ଆମିଷ, ପାଣି କଖାରୁ ଖାଇବା ନିଷେଧ

ମେଷ-

ଅଶ୍ବନୀ- ପାରିବାରିକ ଜୀବନ ସୁଖପ୍ରଦ ରହିବ

ଦ୍ବିଜା-ସତର୍କ ହୋଇ ଚଳନ୍ତୁ,ନିଜ ବ୍ୟବହାରକୁ ପରିବର୍ତ୍ତନ କରନ୍ତୁ

କୃତ୍ତିକା- ଦିନଟି ଭଲରେ କଟିବ

ଅସହାୟ ବ୍ୟକ୍ତିକୁ ଖାଦ୍ୟଦାନ କରନ୍ତୁ

ବୃଷ-

କୃତ୍ତିକା- ସମସ୍ତ କାର୍ଯ୍ୟରେ ସଫଳତା ପାଇବେ

ରୋହିଣୀ- ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ,ସଫଳତା ପାଇବେ

ମୃଗଶିରା- ଭାବୁଥିବା କମ ତ୍ବରାନ୍ବିତ ହେବ

ତୁଳସୀ ଚଉରା ମୂଳରେ ଏକ ଘିଅ ଦୀପ ଜାଳନ୍ତୁ

ମିଥୁନ-

ମୃଗଶିରା- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ

ଆଦ୍ରା- ମନରେ ଥିବା ସନ୍ଦେହ ଦୁର ହେବ, ଦୁଃଶ୍ଚିନ୍ତା ଦୁର ହେବ

ପୁନର୍ବସୁ- ସଂଯମତା ରଖି କଥା କୁହନ୍ତୁ

ବୁଲା କୁକୁରକୁ ପେଟ ପୁରା ଖାଇବାକୁ ଦିଅନ୍ତୁ

କର୍କଟ-

ପୁନର୍ବସୁ- ପରିବାର ସହିତ ଉତ୍ତମ ସଂର୍ପକ ରହିବ

ପୁଷ୍ୟା- କର୍ମ କ୍ଷେତ୍ରରେ ସହକର୍ମୀଙ୍କର ସହଯୋଗ ପାଇବେ

ଅଶ୍ଳେଷା-ଭାଗ୍ୟ ପରିବର୍ତ୍ତନ ପାଇଁ କିଛି ଯୋଜନା କରନ୍ତୁ ,ସଫଳତା ଆଣିଦେବ

ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ

ସିଂହ-

ମଘା-ଦିନଟି ଆନନ୍ଦଦାୟକ ରହିବ, ପାରିବାରିକ ସୁଖ ଶାନ୍ତି ପ୍ରଦାନ କରିବ

ପୂ:ଫା-ସମୟ ପୂର୍ବରୁ କାର୍ଯ୍ୟ ସଫଳ ହେବ

ଉ:ଫା-ଆନନ୍ଦଦାୟକ ପରିବେଶରେ ପରିବାର ସହ ସମୟ କାଟିବେ

ଲାଲ ବସ୍ତ୍ର ପରିଧାନ କରନ୍ତୁ

କନ୍ୟା-

ଉ:ଫା-ସାମାଜିକସ୍ତରରେ ଲୋକପ୍ରିୟତା ବଢିବ

ହସ୍ତା-ଛୋଟ କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେଇପାରେ

ଚିତ୍ରା-କାର୍ଯ୍ୟ ସଫଳ ହେବ, ଈଶ୍ବରଙ୍କ ପ୍ରତି ଆସ୍ଥା ବଢିବ

ମା’ଙ୍କୁ ପ୍ରଣାମ କରନ୍ତୁ, କିଛି ଉପହାର ଦିଅନ୍ତୁ

ତୁଳା-

ଚିତ୍ରା- କାର୍ଯ୍ୟରେ ବାଧା ଆସିପାରେ

ସ୍ବାତୀ-ପଛକଥାକୁ ନେଇ ମନସ୍ତାପ କରିପାରନ୍ତି, କାର୍ଯ୍ୟ ପ୍ରତି ଆଗ୍ରହ ବଢିବ ନାହିଁ

ବିଶାଖା-ଦିନଟି ଭଲ ରହୁନାହିଁ, ଖର୍ଚ୍ଚ ବଢିବ

ସାନ ଭଉଣୀକୁ କିଛି ଉପହାର ଦିଅନ୍ତୁ

ବିଛା –

ବିଶାଖା ନକ୍ଷତ୍ର –

ଜୀବନସାଥିଙ୍କର ସହଯୋଗ ପାଇବେ

– ଅନୁରାଧା ନକ୍ଷତ୍ର –

ପୁରା ଦିନ ମନରେ ଉତ୍ସାହ ଭରି ରହିବ

ଜ୍ୟେଷ୍ଠା ନକ୍ଷତ୍ର –

ଦିନଟି ସାମାନ୍ୟ ରହିବ, ସ୍ବାସ୍ତ୍ୟ ସମସ୍ୟା ପ୍ରଭାବିତ ହେବ

ଶ୍ରୀବିଷ୍ଣୁ ସହସ୍ରନାମ ଶ୍ରବଣ କରନ୍ତୁ

ଧନୁ-

ମୂଳା ନକ୍ଷତ୍ର –

ବନ୍ଧୁଙ୍କର ସହଯୋଗ ଦ୍ବାରା ସମସ୍ୟା ଦୁର ହେବ

ପୂର୍ବାଷାଢା ନକ୍ଷତ୍ର –

ସ୍ବାସ୍ଥ୍ୟକୁ ନେଇ ମନ ବ୍ୟସ୍ତ ରହିବ

ଉତ୍ତରାଷାଢା ନକ୍ଷତ୍ର –

ପ୍ରତିଟି କାର୍ଯ୍ୟରେ ସଫଳତା ପାଇବେ

ଭାଗବତ ପାଠ କରନ୍ତୁ, ଦିନଟି ଭଲରେ କଟିବ

ମକର –

ଉତ୍ତରାଷାଢା ନକ୍ଷତ୍ର –

ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ

ଶ୍ରବଣା ନକ୍ଷତ୍ର –

ଶାରିରୀକ ଓ ମାନସିକ ପୀଡା ଅନୁଭବ କରିପାରନ୍ତି

ଧନିଷ୍ଠା ନକ୍ଷତ୍ର –

ଆର୍ଥିକସ୍ଥିତି ସନ୍ତୋଷଜନକ ରହିବ

ଧଳା ବସ୍ତ୍ର ପରିଧାନ କରନ୍ତୁ

କୁମ୍ଭ –

ଧନିଷ୍ଠା ନକ୍ଷତ୍ର –

କାର୍ଯ୍ୟରେ ବାଧା ପ୍ରତିବନ୍ଧକ ଆସିବ, ପାରିବାରିକ କଳହ ମନକୁ ଅଶାନ୍ତ  କରିଦେବ

ଶତଭିଷା ନକ୍ଷତ୍ର –

ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ

ପୂର୍ବଭାଦ୍ର ନକ୍ଷତ୍ର –

ଅନ୍ୟ କଥାରେ ପ୍ରଭାବିତ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ

ଗରିବ ବ୍ୟକ୍ତିକୁ ଖାଦ୍ୟ ଦାନ କରନ୍ତୁ

ମୀନ –

ପୂର୍ବଭାଦ୍ର ନକ୍ଷତ୍ର –

ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ

ଉତ୍ତରଭାଦ୍ର ନକ୍ଷତ୍ର –

କୌଣସି କ୍ଷେତ୍ରରେ ଅର୍ଥ ବିନିଯୋଗ କରନ୍ତୁ ଫାଇଦାରେ ରହିବେ

ରେବତୀ ନକ୍ଷତ୍ର –

ଯାତ୍ରାଯୋଗ ରହିଛି,

ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ପାଠ କରନ୍ତୁ

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫

 

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା… ରାଜରାଜେଶ୍ୱରୀ ବେଶରେ ସଜେଇ ହେବେ ମହାପ୍ରଭୁ

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନରେ ସୁନାବେଶ ବା ରାଜରାଜେଶ୍ୱରୀ ବେଶରେ ସଜେଇ ହେବେ ମହାପ୍ରଭୁ । କୋଭିଡ କଟକଣାକୁ ନଜରରେ ରଖି ବ୍ୟାପକ ବନ୍ଦୋବସ୍ତ କରିଛି ଜିଲ୍ଲା ପ୍ରଶାସନ । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପତିତପାବନଙ୍କୁ ଦର୍ଶନ ନେଇ ସମସ୍ଥ ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ଗହଳିକୁ ନଜରରେ ରଖି ୧୫ ପ୍ଲାଟୁନ ପୋଲିସ, ୫୦ରୁ ଉର୍ଦ୍ଧ ଅଫିସର, ୭ ଜଣ ଆଡିସନାଲ ଏସପି ନିୟୋଜିତ ହୋଇଛନ୍ତି । ତେବେ ସମୁଦ୍ର କୂଳରେ ଡ଼ଙ୍ଗା ଭସା ଉପରେ ଏଥର କଟକଣା ଲଗାଯାଇଛି ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆଜି ଦୁର୍ଲଭ ହରଗୌରୀ ବେଶରେ ସଜ୍ଜିତ ହେବେ ବାବା ଆଖଣ୍ଡଳମଣି । ଏଥିପାଇଁ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ପ୍ରଥମେ ଦ୍ବାରଫିଟା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବ ଏବଂ ଏହା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯିବ ।

କରୋନା ପାଇଁ ପୀଠରେ କଟକଣା ଲଗାଯିବା ସହ ୧୪୪ଧାରା ଜାରି କରାଯାଇଛି । ଭକ୍ତଙ୍କୁ ପୁଷ୍କରିଣୀରେ ବୁଡ ପକାଇବା ପାଇଁ ବାରଣ କରାଯାଇଛି । କୋଭିଡ କଟକଣା ଯୋଗୁ ଚଳିତବର୍ଷ ବାବାଙ୍କର ଏହି ବେଶ ଟିଭି ମାଧ୍ୟମରେ ଦର୍ଶନ କରିପାରିବେ ଭକ୍ତ । ବର୍ଷକରେ ଥରେମାତ୍ର ବାବାଙ୍କର ଏହି ଦୁର୍ଲବ ହରଗୌରୀ ବେଶ ହୋଇଥାଏ ।

ଖରିଫ ଧାନ ସଂଗ୍ରହର ତଦାରଖ ଲାଗି ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ଖରିଫ ଧାନ କିଣା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଧାନ କିଣାଯାଉଛି । ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ସୁରୁଖୁରୁରେ କରିବା ନିମନ୍ତେ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ସମବାୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ୧୨ଟି ଜିଲ୍ଲାରେ ୧୨ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।

12 Senior Officers Appointed For Kharif Paddy Procurement

ଏହି ଅଧିକାରୀମାନେ ପ୍ରତିଦିନ ଧାନ ସଂଗ୍ରହ କାର୍ଯ୍ୟକୁ ତଦାରଖ କରିବା ସହିତ ନିଜ ଦାୟିତ୍ୱ ରେ ଥିବା ଜିଲ୍ଲାଗୁଡ଼ିକୁ ନିୟମିତ ପରିଦର୍ଶନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦାୟିତ୍ୱରେ ଥିବା ଅଧିକାରୀ ଚାଷୀ, ପ୍ୟାକ୍ସର କର୍ମକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧିଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି ।

12 Senior Officers Appointed For Kharif Paddy Procurement

ବରଗଡ଼ ଜିଲ୍ଲା ଦାୟିତ୍ୱ ବିଶ୍ୱଜିତ୍ କେଶରୀ ଦାସଙ୍କୁ ଦିଆଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା ଦାୟିତ୍ୱରେ ସୁଶାନ୍ତ ବାରିକ, କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ଧିରେନ୍ଦ୍ର କୁମାର ସାହୁ, ନୂଆପଡ଼ା ଜିଲ୍ଲା ଦାୟିତ୍ୱରେ ଅଜିତ୍ କୁମାର ପାତ୍ରୋ, ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଭରତ ଚନ୍ଦ୍ର ବେହେରା, ବଲାଙ୍ଗିର ଜିଲ୍ଲା ଦାୟିତ୍ୱରେ ସୁଦର୍ଶନ ସେଠୀ, କୋରାପୁଟ ଜିଲ୍ଲା ଦାୟିତ୍ୱରେ ନରେନ୍ଦ୍ର କୁମାର ରାଉତ, ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ସନ୍ତୋଷ କୁମାର ଦାଶ, ସୁନ୍ଦରଗଡ଼ ଜିଲ୍ଲା ଦାୟିତ୍ୱରେ ଜ୍ୟୋତି କୁମାର ଲାକ୍ରା, କେନ୍ଦୁଝର ଜିଲ୍ଲା ଦାୟିତ୍ୱରେ ସୁଶାନ୍ତ କୁମାର ପଣ୍ଡା, ଝାରସୁଗୁଡ଼ା କୃଷ୍ଣଚନ୍ଦ୍ର ଦାସ ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ସୁଧାକର ସାବାରୋଙ୍କୁ ଦିଆଯାଇଛି ।

ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ର ସମ୍ପାଦକ ଦାୟିତ୍ୱ ନେଲେ ଡଃ ଉମାକାନ୍ତ ମିଶ୍ର

0

ଭୁବନେଶ୍ୱର: ନୂଆ ପରିପାଟୀରେ ଡିସେମ୍ୱର ପହିଲାରୁ ପ୍ରକାଶ ହେବାକୁ ଯାଉଛି ଦୈନିକ ଓଡ଼ିଆ ଖବରକାଗଜ ‘ସକାଳ’ । ଏହାର ସମ୍ପାଦକ ଦାୟିତ୍ୱ ନେଇଛନ୍ତି ଡଃ ଉମାକାନ୍ତ ମିଶ୍ର । ପିଆଇବିର ପୂର୍ବତନ ନିର୍ଦ୍ଦେଶକ ଡଃ ମିଶ୍ର ୧୯୭୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗ ଦେଇଥିଲେ । ଦୀର୍ଘ ୨୬ ବର୍ଷ ସରକାରୀ ସୂଚନା ଅଧିକାରୀ ଭାବେ ଦାୟିତ୍ୱ ସମ୍ପୂର୍ଣ୍ଣ କରିଛନ୍ତି । ସେ ଡିଏଭିପିର ମହାନିର୍ଦ୍ଦେଶକ, କଟକ ଫିଲ୍ମ ସେନସର ବୋର୍ଡର ଆଞ୍ଚଳିକ ଅଧିକାରୀ, ରେଳବାଇ ଗଣ ଯୋଗାଯୋଗ ବିଭାଗ ନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନର ପ୍ରଫେସର ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ଡଃ ମିଶ୍ର ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି । ଏହାବ୍ୟତୀତ ଭିଜିଲାନ୍ସ କମିଶନର, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୋଗାଯୋଗ ବିଭାଗରେ ବିଶେଷଜ୍ଞ ଭାବେ କାର୍ଯ୍ୟ କରିଛନ୍ତି । ସରକାରୀ ଚାକିରିରୁ ଅବସର ନେବା ପରେ ସେ ଇଣ୍ଡିଆ ଗ୍ରୁପ ନ୍ୟୁଜ୍ ଟିଭି ଚ୍ୟାନେଲ ଓ ଆଜ୍ ସମାଜ ଖବର କାଗଜର ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି ।

 

ଆକାଶ ପାଠକ, ଟାଟା ମୋଟର୍ସ ଲିଙ୍କ୍ ନେଇ ପ୍ରଶ୍ନ ଶୁଣି ଗରମ ଦେଖାଇଲେ ପ୍ରଦୀପ

ଭୁବନେଶ୍ୱର: ଜନବିରୋଧୀ କାମ ପାଇଁ ବିଜେଡିରୁ ବିଦାହେଲେ, ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଦେଖାଇଲେ ନାଲିଆଖି । ପାଠକ ପରିବାରକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରି ନିଜେ ଫସିଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆକାଶ ପାଠକ, ଟାଟା ମୋଟର୍ସ ଲିଙ୍କ୍ ନେଇ ପ୍ରଶ୍ନ ଶୁଣି ଗରମ ଦେଖାଇଲେ । ହିତାହିତ ଜ୍ଞାନ ହରାଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଚାରିଲେ ଚ୍ୟାନେଲର ନାଁ ।

 Pradeep Panigrahis’s Red Eyes To Media For Showing Truth

ପାଠକ-ପ୍ରଦୀପ ଲିଙ୍କ ନେଇ ସଠିକ୍ ତଥ୍ୟ ପ୍ରସାରଣ କରିଥିବାରୁ ନନ୍ଦିଘୋଷ ଟିଭିକୁ ଟାର୍ଗେଟ୍ କରିଥିଲେ ପ୍ରଦୀପ। ଏପପିକି ବ୍ୟକ୍ତିଗତ ଭାବେ ସାମ୍ବାଦିକଙ୍କୁ ଆକ୍ଷେପ କରିବାକୁ ପଛାଇ ନଥିଲେ । ଆକାଶ, ପ୍ରଦୀପ ଓ ଟାଟା କମ୍ପାନୀ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ଆମ ପ୍ରତିନିଧି । ହେଲେ ଆଙ୍ଗୁଳି ଦେଖାଇ କ୍ୟାମେରାରୁ ଭିଜୁଆଲ ଡିଲିଟ୍ କରିବାକୁ ଧମକ ଦେଇଥିଲେ ପ୍ରଦୀପ ।

 Pradeep Panigrahis’s Red Eyes To Media For Showing Truth

ପ୍ରେସ୍‌ମିଟରେ ନିର୍ଦ୍ଦିଷ୍ଟ ଚ୍ୟାନେଲର ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ । ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କ ପ୍ରଶ୍ନକୁ ଏଡ଼ାଇ ଓଲଟା ମୁହଁବନ୍ଦ କରିବାକୁ ତାଗିଦ୍ କରୁଥିଲେ । ଅଭୟକାନ୍ତ ପାଠକଙ୍କ ପରିବାର ସହ ପ୍ରଦୀପଙ୍କ ଲିଙ୍କ୍‌ ସମ୍ପର୍କିତ ଖବର ଆମେ ପ୍ରସାରଣ କରିଥିଲୁ, ଯାହାକୁ ନେଇ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ ପ୍ରଦୀପ ।

ଉତ୍ତରପ୍ରଦେଶରେ ନୂଆ ଆଇନରେ ଦାଖଲ ହେଲା ପ୍ରଥମ ‘ଲଭ୍ ଜିହାଦ’ ମାମଲା

0

ରାୟବରେଲୀ:ରାଜ୍ୟର ନୂତନ ଧର୍ମ ପରିବର୍ତ୍ତନ ବିରୋଧୀ ଆଇନ ଉତ୍ତରପ୍ରଦେଶରେ ଲାଗୁ ହୋଇଛି । ଉତ୍ତରପ୍ରଦେଶ ପୋଲିସ ଏସମ୍ୱନ୍ଧିତ ପ୍ରଥମ ମାମଲା ଦାୟର କରିଛି । ଯେଉଁଥିରେ ଜଣେ ମୁସଲମାନ ପୁରୁଷ ଜଣେ ମହିଳାଙ୍କ ଉପରେ ଧର୍ମ ପରିବର୍ତ୍ତନ କରିବାକୁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ବରେଲି ଜିଲ୍ଲାର ଦିଓରାଣୀୟା ପୋଲିସ ଷ୍ଟେସନରେ ଏହି ମାମଲା ରିପୋର୍ଟ କରାଯାଇଥିଲା।

ହିନ୍ଦୁ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ। ସେ ଏହା ମଧ୍ୟ ଜଣାଇଛନ୍ତି ଯେ, ଅଭିଯୁକ୍ତମାନେ ତାଙ୍କ ପରିବାର ସହିତ ମୁହାଁମୁହିଁ ହେବାପରେ ସେମାନଙ୍କୁ ହତ୍ୟା କରାଯିବା ନେଇ ଧମକ ଦେଇଥିଲେ। ସେହିଭଳି ହିନ୍ଦୁ ମହିଳାଙ୍କୁ ଅପହରଣ କରିଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ କୌଣସି ଅତାପତା ମିଳୁନି ।