spot_img
Home Blog Page 627

ଦୁଇଟି କାଉର ମିଳନ ଦେଖିବା ପଡିଲା ମହଙ୍ଗା, ଜିଇଁ ଥାଉ ଥାଉ କରାଗଲା ଶବ ସତ୍କାର

କୋରାପୁଟ :  କୋରାପୁଟ ଜିଲ୍ଲା ରାଣ୍ଡାପାଲି ପଞ୍ଚାୟତ ପାତ୍ରଗୁଡ଼ା ଗାଁରେ ଅନ୍ଧବିଶ୍ୱାସ । ଦୁଇଟି କାଉର ମିଳନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଆଦିବାସୀ ପରମ୍ପରା କଟକଣାର ଶିକାର ହୋଇଛନ୍ତି ଦୁଇ ଯୁବକ । ପ୍ରଥମେ ଗାଆଁରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା । ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ ସେହିଭଳି କାର୍ଯ୍ୟକ୍ରମ କରାଯାଇଛି । ମୃତଦେହ ବଦଳରେ ପ୍ରତିକାତ୍ମକ କୁଶପୁତ୍ତଳିକା କୋକେଇରେ ନେଇ ଯାଉଥିବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଥିବା ସୂଚନା ମିଳିଛି । ପରେ ବାହାରେ ଥିବା ଦୁଇ ଯୁବକଙ୍କୁ ଘରକୁ ଅଣାଯାଇଛି । ଆଦିବାସୀ ପରମ୍ପରା ଅନୁଯାୟୀ ଦୁଇ କାଉଙ୍କ ମିଳନ ଦେଖିଲେ ଅତ୍ୟନ୍ତ ଅଶୁଭ ହୋଇଥାଏ । ଏପରି ଦୃଶ୍ୟ ଦେଖିଥିବା ଲୋକର ମୃତ୍ୟୁ ହୋଇଥାଏ ବୋଲି ବିଶ୍ବାସ ରହିଛି । ତେଣୁ ଆଦିବାସୀ ପରମ୍ପରା ଅନୁସାରେ ପ୍ରତିକାତ୍ମକ ଶବ ସତ୍କାର କରାଯିବା ସହ ଶୁଦ୍ଧିକ୍ରିୟା କରାଯାଇଛି ।

ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ କର୍ମଚାରୀ !,ଥାନାରେ ଏତଲା ଦେଲେ ଯନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ଯନ୍ତ୍ରୀଙ୍କୁ ପରିସ୍ରା ପିଆଇ ଦେଲେ କର୍ମଚାରୀ। ଏହି ଅଭାବନୀୟ ଘଟଣା ଘଟିଛି ଗଜପତିରେ। ଆର୍. ଉଦୟଗିରି ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ପାଣି ପରିବର୍ତ୍ତେ ପରିସ୍ରା ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ତାଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ଆର୍ ଉଦୟଗିରି ଥାନାରେ ଅଭିଯୋଗ ହୋଇଛି । ଶ୍ରୀଶିବା ନାମକ ଜଣେ କର୍ମଚାରୀ ଉପ-ବିଭାଗୀୟ ଅଧିକାରୀଙ୍କ କ୍ୱାର୍ଟରରୁ ଏକ ଷ୍ଟେନଲେସ୍ ଷ୍ଟିଲ୍ ବୋତଲରେ ପାନୀୟ ଜଳ ଆଣିଥିଲେ। ଅଭିଯୋଗକାରୀ ଏବଂ ଅନ୍ୟ ଦୁଇଜଣ ପିଇଥିବା ପାଣିରେ ଦୁର୍ଗନ୍ଧ ଏବଂ ଅସ୍ୱାଭାବିକ ସ୍ୱାଦ ଥିବା ଜଣାପଡ଼ିଥିଲା। ଏହାକୁ ପରୀକ୍ଷାଗାର ପରୀକ୍ଷା ପାଇଁ ପଠାଇଥିଲେ। ରିପୋର୍ଟରୁ ଜଣାପଡ଼ିଥିଲା ସେହି ପାଣିରେ ପରିସ୍ରା ମିଶିଛି। ଏପରିକି ଅଭିଯୋଗକାରୀଙ୍କ ଗଳା ସଂକ୍ରମଣ ହୋଇଥିଲା। ଏନେଇ ସେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ପାନୀୟ ଜଳ ନିର୍ଦ୍ଦେଶକ ଏବଂ ପ୍ରମୁଖ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଜଣାଇବା ସତ୍ତ୍ୱେ ଏପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଶ୍ରୀଶିବାଙ୍କୁ ମୁଖ୍ୟ ସନ୍ଦିଗ୍ଧ ଭାବରେ ଅଭିଯୋଗ କରି ଆର. ଉଦୟଗିରି ଥାନାରେ ଏକଯ ଏତଲା ଦିଆଯାଇଛି। ଏପରିକି NHRC ବି ଅଭିଯୋଗ ହୋଇଛି।

୭୬ ବର୍ଷୀୟ ବୃଦ୍ଧ ସହ ୨୫ ବର୍ଷୀୟା ଯୁବତୀଙ୍କ ପ୍ରେମ, କହିଲେ ମୁଁ ୟାଙ୍କୁ ହିଁ ବାହାହେବି

ନନ୍ଦିଘୋଷ ବ୍ୟୁରୋ: ପ୍ରେମ କେତେବେଳେ ଆଉ କାହା ସାଥିରେ ହୁଏ ତାହା ଜଣାନଥାଏ । ପ୍ରେମ ଦେଖେନା ବୟସର ତାରତମ୍ୟ କି ଜାତି ଅଜାତି । କୁହାଯାଏ ପ୍ରେମ ହେଉଛି ଅନ୍ଧ । ଯାହାର ଏକ ଜ୍ବଳନ୍ତ ଉଦାହରଣ ସାମ୍ନାକୁ ଆସିଛି । ଜଣେ ୭୬ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପାଗେଳୀ ହୋଇଛନ୍ତି ୨୫ ବର୍ଷୀୟ ଯୁବତୀ । ପରିବାର ଲୋକେ ଏହାକୁ ବିରୋଧ କରୁଥିବାବେଳେ ନିଜ ଜିଦରେ କିନ୍ତୁ ଅଟଳ ରହିଛନ୍ତି ଯୁବତୀ । ଆମେରିକାର ସୋନ ଡିଏଗରୁ ଆସିଛି ଏଭଳି ଖବର । ଏହାନା ନାମକ ଜଣେ ଯୁବତୀ ତାଙ୍କ ଜେଜେବାପାଙ୍କ ବୟସର ଏଡଗାରଙ୍କ ପ୍ରେମରେ ପଡ଼ିଛନ୍ତି ।
୨୦୨୩ ମସିହାରେ ପ୍ରଥମେ ଉଭୟଙ୍କ ମଧ୍ୟରେ ଦେଖା ହୋଇଥିଲା । ଆଉ ଏହି ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିଲା । ଯୁବତୀଙ୍କ ବୟସ ସେତେବେଳେ ୨୩ ବର୍ଷ ହୋଇଥିଲା । ବୃଦ୍ଧ ଜଣକ ତାଙ୍କ ନମ୍ବର ମାଗିଥିଲେ ଆଉ ବିନା ଦ୍ବିଧାରେ ନମ୍ବର ଦେଇଥିଲେ ଯୁବତୀ । ଏମିତି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତାରୁ ଆରମ୍ଭ ହୋଇଯାଇଥିଲା ପ୍ରେମ । ଆଉ ଏବେ ବିବାହ ପର୍ଯ୍ୟନ୍ତ ପହଞ୍ଚିଛି କଥା । ଉଭୟ ଗୋଟିଏ ବର୍ଷ ଡେଟିଂ କରିଥିଲେ । ଆଉ ରୋମାଣ୍ଟିକ ଟ୍ରିପରେ ମଧ୍ୟ ଯାଇଛନ୍ତି । ଆଉ ଏହି ସମୟରେ ସେ କହିଥିଲେ କି, ମୁଁ ଯଦି ଯୁବକ ଥାଆନ୍ତି ତାହେଲେ ତୁମକୁ ହିଁ ବିବାହ କରିଥାନ୍ତି । ଆଉ ଏଥିରେ ଯୁବତୀ ଜଣକ ମଧ୍ୟ ରାଜି ହୋଇଥିଲେ । ଏବେ ପରିବାର ଲୋକେ ବାଧକ ସାଜିଥିଲେ ସୁଦ୍ଧା ଯୁବତୀ ଜଣକ ଜିଦ ଧରିଛନ୍ତି କି, ମୁଁ ତାଙ୍କୁ ହିଁ ବିବାହ କରିବି । ସେପଟେ ଏହି ଖବର ଯିଏ ଶୁଣୁଛି ସେ ସୋସିଆଲ ମିଡିଆରେ ସେୟାର କରୁଥିବାବେଳେ ଏହା ବେଶ ଭାଇରାଲ ହେବାରେ ଲାଗିଛି ।

୧୪ ବର୍ଷୀୟା ନାବାଳିକା ଜନ୍ମ କଲେ ଛୁଆ, ଡାକ୍ତର କହିଲେ..

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ଆଉ ଏକ ଲଜ୍ଜାଜନକ ଖବର । ସରକାର ନାରା ଦେଉଛନ୍ତି କି, ବେଟି ବଚାଓ ବେଟି ପଢ଼ାଓ । ବାସ୍ତବରେ କିନ୍ତୁ ଏହା କେବଳ ନିର୍ବାଚନ ପ୍ରତିଶୃତି ଭଳି ମନେ ହେଉଛି । ମହିଳାଙ୍କ ସୁରକ୍ଷା ପାଇଁ ନାରା ଦିଆଯାଉଥିବାବେଳେ ପୁଣି ଏକ ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ଜଣେ ୧୪ ବର୍ଷୀୟା ନାବାଳିକା ହୋଇଛନ୍ତି ମାଆ । ଝାଡ଼ଖଣ୍ଡରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ରାଜଧାନୀ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ନାବାଳିକା ପ୍ରସବ କରିଛନ୍ତି । ସାମାଜିକ ଲଜ୍ଜା ଏବଂ ଅଭିଯୁକ୍ତଙ୍କ ଧମକ ଯୋଗୁଁ, ନାବାଳିକା ପୀଡିତା ଏବଂ ତାଙ୍କ ପରିବାର ଅପରାଧ ବିରୁଦ୍ଧରେ ସ୍ୱର ଉଠାଇପାରିଲେ ନାହିଁ କିମ୍ବା ପୋଲିସକୁ ଯାଇପାରିଲେ ନାହିଁ। ଫଳସ୍ୱରୂପ, 14 ବର୍ଷୀୟ ନାବାଳିକା ଝିଅଟି ଗର୍ଭବତୀ ହୋଇଗଲା। ସାମାଜିକ ଲଜ୍ଜାରୁ ରକ୍ଷା ପାଇବା ପାଇଁ, ପୀଡିତାଙ୍କ ପରିବାର ଗୁମଲା ଜିଲ୍ଲାରୁ ରାଞ୍ଚି ଚାଲିଆସିଥିଲେ। ନାବାଳିକା ଜଣକ ଛୁଆ ଜନ୍ମ କରିଥିବାବେଳେ ଡାକ୍ତର ପୋଲିସକୁ ଖବର ଦେଇଥିଲେ ।
ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଗୁମଲା ଜିଲ୍ଲା ଏସପି ହାସିଶ ବିନ୍ ଜାମାଙ୍କ ଦ୍ୱାରା ଗଠିତ ଏକ ଦଳ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଶିବ ଆହିର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ପୀଡିତା ପୋଲିସକୁ କହିଛନ୍ତି ଯେ ଅଭିଯୁକ୍ତ ସ୍କୁଲକୁ ଯିବା ଆସିବା ସମୟରେ ତାଙ୍କୁ ହଇରାଣ କରୁଥିଲା। ତା’ପରେ ସେ ଗୋଟିଏ ଦିନ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ, ଘଟଣା ବିଷୟରେ କହିବାକୁ ଗଲେ ତାଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥିଲା, ଯାହା ଯୋଗୁଁ ସେ ଭୟରେ ଚୁପ୍ ରହିଥିଲେ ।

ଭାରତ- ଇଂଲଣ୍ଡ ଟେଷ୍ଟ ସିରିଜ ଭିତରେ ବଡ଼ ଖବର, ରାହୁଲଙ୍କୁ ମିଳିବ…

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷରେ ପଞ୍ଚମ ଟେଷ୍ଟ ଖେଳିବ ଭାରତ । ଏହି ମ୍ୟାଚଟି ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ଇଂଲଣ୍ଡ ୨-୧ରେ ଆଗୁଆ ରହିଥିବାବେଳେ ଭାରତ ମସିରିଜକୁ ଡ୍ର କରିବା ପାଇଁ ଏହି ମ୍ୟାଚ ଜିତିବା ଜରୁରୀ ରହିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କେ.ଏଲ ରାହୁଲ ୨ଟି ଶତକ ମାରିଛନ୍ତି । ତେବେ ଆସନ୍ତା ଆଇପିଏଲରେ ସେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିବେ । ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବଦଳରେ କେକେଆର ପକ୍ଷରୁ ଖେଳିବେ । ସେ ୨୫ କୋଟି ଟଙ୍କା ନେବେ ବୋଲି କୁହାଯାଉଛି । ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ 14 କୋଟି ଟଙ୍କାରେ କିଣିଥିଲା ଏବଂ ସେ 13 ଇନିଂସରେ 539 ରନ କରିଥିଲେ।

କେକେଆର କେଏଲ ରାହୁଲଙ୍କୁ କିଣିବା ମୁଡରେ ଥିବା ମନେ ହେଉଛି କାରଣ ଦଳକୁ ଜଣେ ଅଧିନାୟକ ଆବଶ୍ୟକ। ଗତ ସିଜନରେ, ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଦଳ ପ୍ଲେଅଫରେ ପହଞ୍ଚିପାରିନଥିଲା ଏବଂ ଏହାର ପ୍ରଦର୍ଶନ ଖରାପ ଥିଲା କିନ୍ତୁ ଏବେ କେକେଆର ଏକ ବଡ଼ ପରିବର୍ତ୍ତନ ମୁଡରେ ଅଛି। ସେଥିପାଇଁ ଏହା କେଏଲ ରାହୁଲଙ୍କୁ ଦଳରେ ଆଣି ତାଙ୍କୁ ଅଧିନାୟକ କରିବାକୁ ଚାହୁଁଛି। ଗଣମାଧ୍ୟମ ରିପୋର୍ଟରେ ଏପରି ମଧ୍ୟ କୁହାଯାଇଛି ଯେ କେଏଲ ରାହୁଲଙ୍କ ପାଇଁ କେଏଲ ରାହୁଲ 25 କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପ୍ରସ୍ତୁତ। କେଏଲ ରାହୁଲ କେବଳ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ନୁହଁନ୍ତି, ସେ ଅଧିନାୟକ ଏବଂ ୱିକେଟକିପର ଭୂମିକା ମଧ୍ୟ ନିର୍ବାହ କରିପାରିବେ, ତେଣୁ କେକେଆର ତାଙ୍କ ପାଇଁ ଏତେ ବଡ଼ ପରିମାଣର ଟଙ୍କା ଦେବାକୁ ପ୍ରସ୍ତୁତ ବୋଲି କୁହାଯାଉଛି।

ଏହି ଖେଳାଳି, ଗୋଟିଏ ପାଳିରେ ନେଲେ ୧୦ ଓ୍ବିକେଟ

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପାଳିରେ ୧୦ ଓ୍ବିକେଟ ନେଇ ବିଶ୍ବର କ୍ରିକେଟପ୍ରେମୀଙ୍କ ନଜରକୁ ଆସିଥିଲେ ଭାରତୀୟ ଦଳର ପୂର୍ବତନ ଖେଳାଳି ଅନୀଲ କୁମ୍ବଲେ । ତେବେ ଆନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ପାଳିରେ ୧୦ ଓ୍ବିକେଟ ନେଇଥିବା ୩ ଜଣ ଖେଳାଳି ରହିଛନ୍ତି । ୧୯୫୬ ମସିହାରେ  ଇଂଲଣ୍ଡର ଜିମ୍ ଲେକର ପ୍ରଥମେ ୧୦ ଓ୍ବିକେଟ ନେଇଥିଲେ । ଏହାପରେ ଅନିଲ କୁମ୍ବଲେ ୧୯୯୯ ମସିହାରେ ପାକିସ୍ତାନ ବିପକ୍ଷରେ ଏହି କୀର୍ତ୍ତିମାନ ଅର୍ଜନ କରିଥିଲେ । ପରେ ୨୦୨୧ ମସିହାରେ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ୧୦ ଓ୍ବିକେଟ ଅକ୍ତିଆର କରିଥିଲେ । ଏବେ ଆଉ ଜଣେ ଭାରତୀୟ ଖେଳାଳି ଏହି ରେକର୍ଡ କରିଛନ୍ତି । ଯଦିଓ ଏହା ଆନ୍ତର୍ଜାତୀୟ କ୍ରିକେଟ ନୁହେଁ ତଥାପି ସେ ୧୦ ଓ୍ବିକେଟ ନେଇଛନ୍ତି । TNCA ପକ୍ଷରୁ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ ଡିଟି ଚନ୍ଦ୍ରଶେଖର ଏହି ରେକର୍ଡ ଅର୍ଜନ କରିଛନ୍ତି । ସେ ୧୦ ଓ୍ବିକେଟ ନେଇଥିବାବେଳେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।  ସେ ମାତ୍ର ୩୭ ଦେଇ ୧୦ ଓ୍ବିକେଟ ଅକ୍ତିଆର କରିଛନ୍ତି । ଏବେ ତାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ ।

ଆୟ ପ୍ରମାଣପତ୍ର ପାଇଁ ଏମିତି ହେଉଛି ଆବେଦନ,ଆବେଦନକାରୀଙ୍କ ନାମ ସାମସଙ୍ଗ୍

ନନ୍ଦିଘୋଷ ବ୍ୟୁରୋ : କୁକୁରକୁ ବାସସ୍ଥାନ ପ୍ରମାଣପତ୍ର ମିଳିଥିବା ଖବର ସାମ୍ନାକୁ ଆସିବା ପରେ ବିହାରରୁ ସେଭଳି ଆଉ ଏକ ଖବର ନଜରକୁ ଆସିଛି  । ପାଟନାର ମସୌଢିରେ ‘କୁତ୍ତା ବାବୁ’ଙ୍କ ବାସସ୍ଥାନ ପ୍ରମାଣପତ୍ର ଜାରି କରାଯାଇଥିଲା। ଏବେ ଜେହାନାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜେହାନାବାଦରେ ୨୮ ଜୁଲାଇରେ ଏକ ମୋବାଇଲ୍ ଫୋନ୍ ନାମରେ ଆୟ ପ୍ରମାଣପତ୍ର ତିଆରି ପାଇଁ ଏକ ଆବେଦନ କରାଯାଇଥିଲା।

ଜେହାନାବାଦର ମୋଦାନଗଞ୍ଜରେ ଦିଆଯାଇଥିବା ଆବେଦନପତ୍ରରେ, ନାମ, ପିତା ଏବଂ ମାତାଙ୍କ ନାମ ମୋବାଇଲ୍ ବ୍ରାଣ୍ଡ ଉପରେ ଆଧାରିତ। ଆବେଦନକାରୀଙ୍କ ନାମ ସାମସଙ୍ଗ, ପିତାଙ୍କ ନାମ ଆଇଫୋନ୍, ମାତାଙ୍କ ନାମ ସ୍ମାର୍ଟଫୋନ୍, ଠିକଣା ବ୍ୟାଟେରୀ, ପୋଷ୍ଟ ଅଫିସ୍ ଲିଡ୍ ଏବଂ ବ୍ଲକ ହେଉଛି ମୋଦାନଗଞ୍ଜ, ଜିଲ୍ଲା ଜେହାନାବାଦ। ଆବେଦନଟି ଜୋନାଲ ଅଫିସରେ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା ଏବଂ କର୍ମଚାରୀଙ୍କ ବୁଦ୍ଧି ଯୋଗୁଁ ମାମଲାଟି ଧରାପଡ଼ିଥିଲା।

ସାଇବର ଥାନାରେ ଅଭିଯୋଗ ଦାଖଲ ହୋଇଛି

ମୋଦାନଗଞ୍ଜର ଜୋନାଲ ଅଫିସର ମହମ୍ମଦ ଆସିଫ ହୁସେନ ତୁରନ୍ତ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ମହମ୍ମଦ ଆସିଫ ହୁସେନ କହିଛନ୍ତି ଯେ ସରକାରଙ୍କ ଭାବମୂର୍ତ୍ତି ନଷ୍ଟ କରିବା ଉଦ୍ଦେଶ୍ୟରେ କିଛି ଅସାମାଜିକ ବ୍ୟକ୍ତି ଏହି କାର୍ଯ୍ୟ କରିଛନ୍ତି। ମାମଲାକୁ ଗମ୍ଭୀରତାର ସହ ନେଇ ସାଇବର ଥାନାରେ ଅଭିଯୋଗ କରାଯାଇଛି । ସୂଚନାନୁସାରେ, ଏହି ଆବେଦନଟି ଜେହାନାବାଦରେ ଧରାପଡ଼ିଥିଲା,କିନ୍ତୁ ସମ୍ପ୍ରତି ମସୌଢିରେ ‘କୁତ୍ତା ବାବୁ’ ନାମରେ ଏକ ବାସସ୍ଥାନ ପ୍ରମାଣପତ୍ର ଜାରି କରାଯାଇଥିଲା । ପାଟନାର ଜିଲ୍ଲା ମାଜିଷ୍ଟ୍ରେଟ୍ ମଧ୍ୟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜେହାନାବାଦ ଭଳି ଅନ୍ୟ ଅନେକ ଜିଲ୍ଲାରୁ ଏଭଳି ସମାନ ମାମଲା ସାମ୍ନାକୁ ଆସୁଛି । ୨୮ ଜୁଲାଇରେ ମାଧେପୁରାରେ ‘ଇୟରଫୋନ୍’ ନାମରେ ବାସସ୍ଥାନ ପ୍ରମାଣପତ୍ର ପାଇଁ ଏକ ଆବେଦନ ଦିଆଯାଇଥିଲା । ଏଥିରେ ପିତାଙ୍କ ନାମ ମୋବାଇଲ୍ ଏବଂ ମାତାଙ୍କ ନାମ ବ୍ୟାଟେରୀ ଉଲ୍ଲେଖ କରାଯାଇଥିଲା ।

ଟ୍ରମ୍ପଙ୍କ ଟାରିଫ ପ୍ରହାର ପରେ, ସେୟାର ମାକେର୍ଟରେ ହଇଚଇ

ନନ୍ଦିଘୋଷ ବ୍ୟୁରୋ : ଟ୍ରମ୍ପଙ୍କ ଟାରିଫ ପ୍ରହାର ପରେ ଖସିଲା ସେୟାର ମାର୍କେଟ । ସେନସେକ୍ସ ୬ ଶହ ପଏଣ୍ଟରୁ ଅଧିକ ଓ ନିଫଟି ୧୫୦ ପଏଣ୍ଟରୁ ଅଧିକ ଖସିଛି। ଗତକାଲି ଟ୍ରମ୍ପ ଘୋଷଣା କରିଥିଲେ ଯେ, ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲାଗିବ। ଏହା ପରଠ ଆଶଙ୍କା କରାଯାଉଥିଲା, ସେୟାର ମାର୍କେଟ ଉପରେ ଏହାର ପ୍ରଭାବ ପଡ଼ିବ। ସତକୁ ସତ ସେହି ଆଶଙ୍କା ସତ୍ୟରେ ପରିଣତ ହୋଇଛି।ଆସନ୍ତାକାଲିଠାରୁ ନୂଆ ଟାରିଫ ଲାଗୁ ହେବ। ରୁଷରୁ ଭାରତର ତୈଳ ଆମଦାନୀ ଏବଂ ଦୀର୍ଘ ଦିନ ଧରି ରହିଥିବା ବାଣିଜ୍ୟିକ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଛନ୍ତି ଟ୍ରମ୍ପ। ନିଜର ଟ୍ରୁଥ ସୋସିଆଲରେ ସେ କହିଛନ୍ତି- ଭାରତକୁ ଆମେରିକାର ବନ୍ଧୁ ରାଷ୍ଟ୍ର ଭାବେ ଗ୍ରହଣ କରାଯାଉଥିଲେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସୀମିତ ରହିଛି। ଭାରତ ଏକ ବନ୍ଧୁ ରାଷ୍ଟ୍ର ହୋଇଥିଲେ ବି ଭାରତ ସହ ଆମେରିକା କମ ବାଣିଜ୍ୟ କରିଛି। କାରଣ ଭାରତର ଟାରିଫ ଅଧିକ ରହିଆସିଛି। ଏହା ସହ ରୁଷ ସହିତ ଭାରତର ପ୍ରତିରକ୍ଷା ଓ ଶକ୍ତି ସମ୍ପର୍କ ବି ଏହି ଟାରିଫ ବୃଦ୍ଧିର ଅନ୍ୟ ଏକ କାରଣ ହୋଇଛି। ଗତ ଏପ୍ରିଲରେ ଭାରତର ସାମଗ୍ରୀ ଉପରେ ୨୭ ପ୍ରତିଶତ ଟାରିଫ ଲାଗୁ କରିବାକୁ ସୂଚନା ଦେଇଥିଲେ। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପ୍ରସଙ୍ଗରେ ଆଲୋଚନା ଜାରି ରହିଥିଲା। ଟ୍ରମ୍ପଙ୍କ ଏହି ଘୋଷଣା ପରେ ଭାରତ ତରଫରୁ କୁହାଯାଇଛି, ଦେଶର ହିତ ଦୃଷ୍ଟିରୁ ଯାହା ଦରକାର ଆମେ ପଦକ୍ଷେପ ନେବୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ତରଫରୁ କୁହଯାଇଛି, ଆମେରିକାର ସହିତ ଉପଯୁକ୍ତ ବାଣିଜ୍ୟ ନେଇ ବୁଝାମଣା କରାଯିବ। ଗତ କିଛି ମାସ ଧରି ଏହା ଜାରି ରହିଛି। ଚାଷୀ, ଏମଏସଏମଅ ଓ ଉଦ୍ଯୋଗୀଙ୍କ ସ୍ଵାର୍ଥକୁ ଗୁରୁତ୍ଵ ଦିଆଯିବ ବୋଲି କୁହାଯାଇଛି। ଆଜି ମଧ୍ୟ ଭାରତ ଓ ରୁଷ ଉପରେ ବର୍ଷିଛନ୍ତି ଟ୍ରମ୍ପ। ଭାରତ-ରୁଷ ସଂପର୍କ ନେଇ ସେ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ଆଇ ଡୋଣ୍ଟ କେୟାର୍ ଦି ଡେଡ୍ ଇକୋନମି। ରୁଷିଆ ଓ ଭାରତର ଅର୍ଥନୀତି ବୁଡ଼ିଯିବ ବୋଲି କହିଛନ୍ତି ଟ୍ରମ୍ପ।

ଆଜିଠାରୁ ଇଂଲଣ୍ଡ-ଭାରତ ପଞ୍ଚମ ଟେଷ୍ଟ ମ୍ୟାଚ୍

ନନ୍ଦିଘୋଷ ବ୍ୟୁରୋ : ଆଜିଠାରୁ ଓଭାଲରେ ଆରମ୍ଭ ହେଉଛି ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ। ଭାରତ ପାଇଁ ଏହି ମ୍ୟାଚ ଅଗ୍ନି ପରୀକ୍ଷା। କାରଣ ଏବେ ଇଂଲଣ୍ଡ ୨-୧ ରେ ସିରିଜ ଲିଡ୍ କରୁଛି। ଟ୍ରଫି ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତି ସିରିଡ ଡ୍ର ରଖିବାକୁ ପଡ଼ିବ। ତେବେ ଏହା ଭାରତ ପାଇଁ ଏତେ ସହଜ ହେବ ନାହିଁ । କାରଣ ଆହତ ସମସ୍ୟା ଯୋଗୁଁ ଅନେକ କ୍ରିକେଟର୍ ଖେଳିନପାରନ୍ତି। ଭାରତ ପାଇଁ ଡେବ୍ୟୁ କରିପାରନ୍ତି ଅର୍ଶଦୀପ ସିଂହ। କମ୍ବୋଜଙ୍କ ସ୍ଥାନରେ ସେ ଖେଳିପାରନ୍ତି। ସେହିପରି ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଦୁଇ ପ୍ରମୁଖ ସ୍ପିନର ଭାବେ ରହିବେ ବୋଲି ଗିଲ ନିଶ୍ଚିତ କରିଛନ୍ତି। ଏହାର ଅର୍ଥ କୁଲଦୀପ ଯାଦବ ବାକି ୪ ମ୍ୟାଚ୍‌ ଭଳି ଏହି ମ୍ୟାଚରେ ବେଞ୍ଚରେ ରହିବେ। ଯଶପ୍ରୀତ ବୁମରା ମଧ୍ୟ ଖେଳିବେ କି ନାହିଁ ସନ୍ଦେହ। ତାହା ଆଜି ହିଁ ସ୍ପଷ୍ଟ ହେବ। ଇଂଲଣ୍ଡ ମଧ୍ୟ ଆହତ ସମସ୍ୟାରେ ଅଛି। କ୍ୟାପେଟନ ବେନ୍ ଷ୍ଟୋକ୍ସ ଓ ଜୋଫ୍ରା ଆର୍ଚର ପ୍ଲେଇଂ ଇଲେଭେନରୁ ବାଦ ପଡ଼ିଛନ୍ତି  ।  ପୋପ୍ କ୍ୟାପେଟନସିପ୍ କରିବେ।

ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ, ଏନଡିଏ ଲାଗି ଚିନ୍ତା ବଢ଼ାଇଲେଣି ଚିରାଗ ପାଶ୍ବାନ

ନନ୍ଦିଘୋଷ ବ୍ୟୁରୋ : ବିହାର ନିର୍ବାଚନ ଯେତିକି ପାଖଉଛି ଚିରାଗ ପାଶ୍ବାନ ଫାକ୍ଟର ଏନଡିଏ ମେଣ୍ଟ ଲାଗି ସେତିକି ସମସ୍ୟା ସୃଷ୍ଟି କରୁଛି । ବିହାରରେ ହତ୍ୟାକାଣ୍ଡ, ଲୁଟ, ଡକାୟତି, ଅପହରଣ, ଦୁଷ୍କର୍ମ ଆଦି ଘଟଣା ମୁଖ୍ୟ ସମସ୍ୟା ପାଲଟିଥିବାବେଳେ ପୋଲିସ ଓ ପ୍ରଶାସନ ଅପରାଧୀଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା କହିଚାଲିଛନ୍ତି ଏଲଜେପି ରାମବିଳାସ ଦଳର ନେତା ଚିରାଗ । ଏହା ସହ ଏହି ସବୁ ଘଟଣାର ବୋଝ ସହଭାଗୀ ଦଳମାନେ ବି ବୋହି ଚାଲିଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟରେ ନୀତୀଶ କୁମାର ନେତୃତ୍ବାଧୀନ ଏନଡିଏ ସରକାର ଚାଲିଥିବାବେଳେ ଚିରାଗ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ତଥାପି ଏନଡିଏ ସରକାରକୁ ଖୋଲାଖୋଲି ସମାଲୋଚନା ବିହାର ରାଜନୀତିରେ ଚର୍ଚ୍ଚାର କାରଣ ପାଲିଟିଛି । ବିହାରର ୪୦ ଲୋକସଭା ଆସନ ମଧ୍ୟରୁ ଜେଡିୟୁ ୧୨, ବିଜେପି ୧୨, ଏଲଜେପି- ୫, ଆରଜେଡି ୪,କଂଗ୍ରେସ ୪, ସିପିଆଇଏମଏଲ ୨ ଆସନ ପାଇଛନ୍ତି । ଚିରାଗଙ୍କ କ୍ଷୋଭ ବିଶେଷ କରି ଜେଡିୟୁ ପ୍ରତି ଉଦ୍ଦିଷ୍ଟ ବୋଲି ଜଣାଯାଉଛି । ସେପଟେ ଚିରାଗଙ୍କ ମନ୍ତବ୍ୟକୁ ବିଜେପି ନା ସମର୍ଥନ କରୁଛି ନା ବିରୋଧ କରୁଛି । ଗତ ବିଧାନସଭା ନିର୍ବାଚନରେ ଏଲଜେପି ୧୩୫ ଆସନରେ ଲଢିଥିଲା ଯାହା ଫଳରେ ଜେଡିୟୁ ମାତ୍ର ୪୫ ଆସନ ଲାଭ କରିଥିଲା । ବିଜେପି ହାସଲ କରିଥିଲା ୮୦ ଆସନ ।

ଏହି କାରଣରୁ ଜେଡିୟୁ ଓ ଏଲଜେପି ମଧ୍ୟରେ ତିକ୍ତ ସମ୍ପର୍କ ରହିଛି । ସାରା ରାଜ୍ୟରେ ବ୍ୟାପକ ଅରାଜକତା ଜାରି ରହିଥିବାବେଳେ ଚିରାଗଙ୍କ ଆକ୍ରମଣ ନୀତୀଶ କୁମାରଙ୍କ ଲାଗି ସଙ୍କଟ ସୃଷ୍ଟି କରିଛି । ନୀତୀଶଙ୍କ ନିକଟରେ ଗୃହ ବିଭାଗ ଥିବାରୁ ଚିରାଗଙ୍କ ଟାର୍ଗେଟ ଅଧିକ ସମସ୍ୟା ସୃଷ୍ଟି କରୁଛି । ଚିରାଗଙ୍କ ସମାଲୋଚନା କାରଣରୁ ନୀତୀଶଙ୍କ ଗୁରୁତ୍ବ ବିଜେପି ନିକଟରେ ହ୍ରାସ ପାଇବାରେ ଲାଗିଛି । ଚିରାଗଙ୍କ ମନ୍ତବ୍ୟକୁ ଜେଡିୟୁ ଏବଂ ଜିତନ ରାମ ମାନଝୀଙ୍କ ହାମ(ଏସ) ବିରୋଧ କରୁଥିଲେ ବି ବିଜେପି ନୀରବ ରହିବା ନାନା ଆଭାସ ପ୍ରଦାନ କରୁଛି । ତେଣେ ଚିରାଗଙ୍କ ବିବୃତିକୁ ନେଇ ଏନଡିଏ ଉପରେ ଶାଣିତ ଟାର୍ଗେଟ କରୁଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ ।