spot_img
Home Blog Page 6269

ଚାଷୀ, ମିଶନ ଶକ୍ତି ଓ MSME କ୍ଷେତ୍ରକୁ ଋଣ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ: ବ୍ୟାଙ୍କଗୁଡ଼ିକ ସହ କରିବେ ଆଲୋଚନା

ଭୁବନେଶ୍ୱର: ବିଗିଡ଼ିଥିବା ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ଖସଡ଼ା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ଏ ଦିଗରେ ବ୍ୟାଙ୍କ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପଲବ୍ଧି କରି ଆସନ୍ତା ୨୨ ତାରିଖରେ ବୈଠକ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିରେ ଜିଲ୍ଲାପାଳ ଓ ବ୍ୟାଙ୍କର ଉପସ୍ଥିତ ରହି ଚାଷୀ, ମିଶନ ଶକ୍ତି ମହିଳା, କୃଷକ ଓ ଏମଏସଏମଇ କ୍ଷେତ୍ରକୁ ଋଣ ପ୍ରଦାନ ନେଇ ବିସ୍ତୃତ ରୂପରେଖ ପ୍ରସ୍ତୁତ ହେବ । ଖିଲାଫକାରୀ ବ୍ୟାଙ୍କମାନଙ୍କ ବିରୋଧରେ କେନ୍ଦ୍ର ପାଖରେ ଫେରାଦ ହେବେ ରାଜ୍ୟ ସରକାର  ।  କରୋନା ପାଇଁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ପଡ଼ିଥିବାରୁ ଏହାର ସିଧା ପ୍ରଭାବ ପଡ଼ିଛି ରାଜ୍ୟର ଅର୍ଥନୀତି ଉପରେ । ଲକଡାଉନ ସରିବା ପରେ ଧୀରେ ଧୀରେ ଏସବୁ କ୍ଷେତ୍ର ଖୋଲିବାରେ ଲାଗୁଛି । ହେଲେ ଗତ ୧୦ ମାସ ଭିତରେ ୪୦ ପ୍ରତିଶତ ପଛକୁ ଠେଲି ହୋଇଯାଇଛି ଅର୍ଥନୀତି । ଏହାକୁ ମାତ୍ ଦେଇ ପୁଣି ଥରେ ଆର୍ଥିକ ସଂସ୍କାର ପାଇଁ ବ୍ୟାଙ୍କ ଉପରେ ଗୁରୁଦାୟିତ୍ବ ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।  ପ୍ରକୃତ ଚାଷୀଙ୍କୁ କୃଷି ଋଣ ପ୍ରଦାନ କରାଯିବ । ଆଉ ଏହି ଅର୍ଥକୁ ସେମାନେ ଅନ୍ୟ କେଉଁଠି ଖର୍ଚ୍ଚ କରି ପାରିବେ ନାହିଁ । ତା ପାଇଁ ଏକ ମୋଡ୍ୟୁଲ ବି କରାଯିବ । ସେହିପରି ଷ୍ଟାଟଅପ୍ ପାଇଁ ଉତ୍ସାହି ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯିବ । ଯଦି ବ୍ୟାଙ୍କମାନେ ଋଣ ପ୍ରଦାନ କରିବାରେ ଚଞ୍ଚକତା କରନ୍ତି, ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବେ । ମହାମାରୀ ସମୟରେ ରାଜ୍ୟର ୫୪୭୫ ବ୍ୟାଙ୍କ ଟାର୍ଗେଟ ହାସଲ କରି ଆର୍ଥିକ ସ୍ଥିତି ସୁଧାରିବାରେ ଲାଗିଛି ।

ହସ୍ପିଟାଲରେ ଭର୍ତ୍ତି ହେଲେ ଲୋକପ୍ରିୟ କୋରିଓଗ୍ରାଫର ରେମାେ ଡି’ସୋଜା

ମୁମ୍ବାଇ: ଲୋକପ୍ରିୟ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମାେ ଡି’ସୋଜା କୋକିଳାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ହାର୍ଟ ଆଟାକ୍ ହୋଇଥିବା ଖବର ମିଳିଛି ।

ଏସମ୍ପର୍କରେ ତାଙ୍କ ପତ୍ନୀ ଲିଜେଲ୍ ଡି’ସୋଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘‘ଏହା ଏକ ବ୍ଲକେଜ । ଡାକ୍ତର ମାନେ ଆନଜିଓଗ୍ରାଫି କରୁଥିବା ବେଳେ ସେ ଏବେ ଆଇସିୟୁରେ ଅଛନ୍ତି । ଆଗାମୀ ୨୪ ଘଣ୍ଟା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଆପଣ ମାନେ ତାଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ ’’।

୪୬ ବର୍ଷୀୟ ରେମୋ ଜଣେ ଲୋକପ୍ରିୟ କୋରିଓଗ୍ରାଫର ଭାବେ ପରିଚିତ ଥିବା ବେଳେ ଅନେକ ହିଟ୍ ଟ୍ରାକ୍ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ଗୁଡିକ ମଧ୍ୟରେ ରହିଛି- ଷ୍ଟ୍ରିଟ୍ ଡ୍ୟାନ୍ସର 3D, ABCD, ABCD2 ଏବଂ ଏ ଫ୍ଲାଇଂ ଜାଟ୍ ।

ଚୋରା ବନ୍ଧୁକ କାରବାରର ଚେର ଖୋଜିବ ପୋଲିସ: ଡି-ବ୍ରଦର୍ସଙ୍କୁ ଅଣାଯିବ ରିମାଣ୍ଡରେ

ଭୁବନେଶ୍ୱର: ପୁଣି ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । ଚୋରା ବନ୍ଧୁକ କାରବାରରେ ଡି-ବ୍ରଦର୍ସଙ୍କ ଲିଙ୍କ୍‌ ଥିବା ପୋଲିସ ଜାଣିବାକୁ ପାଇବା ପରେ ଏବେ ସେମାନଙ୍କୁ ରିମାଣ୍ଡରେ ଆଣିବ । ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସିପି ସୁଧାଂଶୁ ଷଡ଼ଙ୍ଗୀ । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି,  ୨୦୧୬ ମସିହାରେ ଡି ବ୍ରଦର୍ସଙ୍କ ସହ ପ୍ରକାଶ ବେହେରା ନାମକ ଜଣେ ଅପରୋଧୀ ଗିରଫ ହୋଇଥିଲା । ପରେ ସେ ଜାମିନରେ ମଧ୍ୟ ଆସିଥିଲା । ତାଙ୍କୁ ଗତ କିଛି ଦିନ ତଳେ ୨ ବନ୍ଧୁକ ସହ ଗିରଫ କରାଯାଇଥିଲା । ଏବଂ ସେ ଚୋରା ବନ୍ଧୁକ କାରବାରରେ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା । ପ୍ରକାଶଙ୍କୁ ପଚରାଉଚରା ବେଳେ ଚୋରା ବନ୍ଧୁକ ଓ ଗୁଳି ଡି-ବ୍ରଦର୍ସଙ୍କ ପାଖରେ ଥିବା ପୋଲିସ ଜାଣିବାକୁ ପାଇଥିଲା । ଏହା ପରେ ପୋଲିସ ପକ୍ଷରୁ ରେଡ୍ କରାଯାଇଥିଲା । ପୋଲିସ ଚଢ଼ାଉ ବେଳେ  ୧୬ଟି ଚୋରା ବନ୍ଧୁକ ଓ ୧୦୯୫ଟି ଗୁଳି ଜବତ ହୋଇଛି।  ଚୋରା ବନ୍ଧୁକ ଓ ଗୁଳି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନରେ ଇଣ୍ଟେରିୟର ଡିଜାଇନ୍‌ ଭିତରେ ଲୁଚାଇ ରଖାଯାଇଥିଲା।

ପୋଲିସ ସୂଚନା ମୁତାବକ ବନ୍ଧୁକଗୁଡ଼ିକ ବିହାରର ମୁଙ୍ଗେରରୁ ଆସୁଥିଲା। ତେଣୁ ଏବେ ସବୁ କଥା କୁହାଯାଇପାରିବ ନାହିଁ। କାରଣ ତଦନ୍ତ ଚାଲିଛି। ଏବେ ଠାରୁ ସବୁ କଥା କହିଲେ ତଦନ୍ତରେ ବାଧାପ୍ରାପ୍ତ ହେବ। ଧଳ ସାମନ୍ତ ଓ ଅନ୍ୟ ଅପରାଧୀଙ୍କ ଉପରେ ତୀକ୍ଷ୍ମ ନଜର ଦେଇଛୁ। ସେମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

୫ ଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ

ଭୁବନେଶ୍ୱର: ପାଞ୍ଚଦିନିଆ ରିମାଣ୍ଡରେ ଗଲେ ଆକାଶ ପାଠକ । ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଝାରପଡା ଜେଲରୁ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ କଟକ ନେଲେ । କଟକ କ୍ରାଇମବ୍ରାଞ୍ଚ ହେର୍ଡକ୍ୱାଟରରେ ଆକାଶଙ୍କୁ କରାଯିବ ପଚରାଉଚରା । ଟାଟା ପ୍ରକଳ୍ପରେ ଜାଲି ନିଯୁକ୍ତି ନେଇ ହେବ ପଚରାଉଚରା । ସର୍ବେଶ୍ୱର ରାଓ ସହିତ ସମ୍ପର୍କ ନେଇ ହେବ ପଚରାଉଚରା । ଜାଲି ନିଯୁକ୍ତିରେ ସମ୍ପୃକ୍ତ ଥିବା ଅନ୍ୟ ବ୍ୟକ୍ତିଙ୍କ ବାବଦରେ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ । ଆକାଶଙ୍କୁ ୭ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ୭ ଦିନ ପରିବର୍ତ୍ତେ ୫ ଦିନ ରିମାଣ୍ଡ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ ।

ଖୋଲିବ ଆକାଶଙ୍କ ଅନ୍ଧାରୀ ଇଲାକା, ରିମାଣ୍ଡରେ ନେବ କମିସନରେଟ ପୋଲିସ

ଆସିଲା RRB ପରୀକ୍ଷା ସୂଚୀ; ଆଜିଠୁ ଡାଉନଲୋଡ୍ କରିପାରିବେ ଆଡମିଟ୍ କାର୍ଡ

0

ନୂଆଦିଲ୍ଲୀ: ରେଳବାଇର ୩ ବର୍ଗରେ ନିଯୁକ୍ତି ପାଇଁ ହେବାକୁ ଥିବା ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଏପରିକି ପରୀକ୍ଷାର୍ଥୀ ମାନେ ଆଜିଠାରୁ ରେଳବାଇର ଓ୍ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଉକ୍ତ କାଟେଗୋରୀ ମଧ୍ୟରେ ରହିଛି-

ଏହି ୩ଟି ବର୍ଗ ପାଇଁ ୨.୪୪ କୋଟି ପ୍ରାର୍ଥୀ ରେଜିଷ୍ଟର କରିଥିବା ବେଳେ ମୋଟ୍ ପଦବୀ ରହିଛି ୧.୪ ଲକ୍ଷ । ଆରଆରବିର ପରୀକ୍ଷା କମ୍ପ୍ୟୁଟର ବେସଡ୍ ହେବ ବୋଲି ଜଣାପଡିଛି ।

ଜାଣନ୍ତୁ ଏହି ୩ଟି ବର୍ଗରେ ନିଯୁକ୍ତି ପାଇଁ କେଉଁ ଜିଲ୍ଲାରୁ କେତେ ପ୍ରାର୍ଥୀ ଆବେଦନ କରିଛନ୍ତି ।

‘ତୁଲସୀଦାସ ଜୁନିୟର’ର ପୋଷ୍ଟର ରିଲିଜ; ମୁଖ୍ୟ ଭୂମିକାରେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ହାତରେ ଏବେ ଏକାଧିକ ପ୍ରାେଜେକ୍ଟ ରହିଛି । ନିକଟରେ ତାଙ୍କର ଏକ ଫିଲ୍ମ ‘ତାରେବାଜ’ ରିଲିଜ ହୋଇଯାଇଛି ।

ନିଜର ବ୍ୟସ୍ତତା ମଧ୍ୟରେ ସେ ଆଉ ଏକ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି । ଚଳଚ୍ଚିତ୍ରଟି ହେଉଛି ଆଶୁତୋଷ ଗୋବାରିକାରଙ୍କ ନୂଆ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ତୁଲସୀଦାସ ଜୁନିୟର’ ।

ଯାହା ଟି-ସିରିଜ ଓ ଆଶୁତୋଷ ଗୋବାରିକାର ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଛି । ନିଜ ନୂଆ ଫିଲ୍ମକୁ ନେଇ ଟ୍ୱିଟ୍ କରିଛନ୍ତି ଆଶୁତୋଷ ।

ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଲିଡ ରୋଲରେ ନଜର ଆସିବାକୁ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୁଦୁଲ ।

ପ୍ରଦୀପଙ୍କ ମାମଲାର ତଦନ୍ତ କରିବ ଭିଜିଲାନ୍ସ: ଲୋକାୟୁକ୍ତ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲା । ଲୋକାୟୁକ୍ତ ଏହି ମାମଲାକୁ ଗ୍ରହଣ କରିଛନ୍ତି । ବିଭିନ୍ନ ତଦନ୍ତ ସଂସ୍ଥାଙ୍କ ତଥ୍ୟ ଆଧାରରେ ଲୋକୟୁକ୍ତ ଶୁଣାଣି କରିବେ । ଦୁଇ ମାସ ମଧ୍ୟରେ ତଦନ୍ତ କରି ତଥ୍ୟ ଦେବା ପାଇଁ ଭିଜିଲାନ୍ସକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଫେବ୍ରୁଆରୀ ୧୨ ତାରିଖ ସୁଦ୍ଧା ପ୍ରାଥମିକ ରିପୋର୍ଟ ଦେବ ଭିଜିଲାନ୍ସ । ୩ ଜଣିଆ ଖଣ୍ଡପୀଠରେ ହେବ ଶୁଣାଣି । ଜଷ୍ଟିସ ଅଜିତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି ଡକ୍ଟର ଦେବବ୍ରତ ସ୍ୱାଇଁ ଓ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ଗତ ୭ ତାରିଖରେ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ସୁପାରିସ କରିଥିଲେ । କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଉନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ନେଇ କୌଣସି ଅଭିଯୋଗ ହେଲେ ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ପାଠକ ବାପପୁଅଙ୍କ ସହ ଦୁର୍ନୀତିରେ ସଂପୃକ୍ତି ଅଭିଯୋଗ ପରେ ଅଡୁଆରେ ପଡ଼ିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ଗ୍ରହଣ କରି ତଦନ୍ତ ପରିସର ଭୁକ୍ତ କରିଥିବାରୁ ଲୋକାୟୁକ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟା ତ୍ୱାରାନ୍ୱିତ ହେବ । ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ଯୋଗୁଁ ଠକେଇର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଶୀଘ୍ର ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି ।

‘ଗଣତନ୍ତ୍ର ଦିବସ’ ପରେଡରେ ଦେଖିବାକୁ ମିଳିବ ରାମ ମନ୍ଦିର ମଡେଲ୍

0

ନୂଆଦିଲ୍ଲୀ: ୨୦୨୧ ମସିହାର ଗଣତନ୍ତ୍ର ଦିବସର ପରେଡ୍ ସ୍ୱତନ୍ତ୍ର ହେବାକୁ ଯାଉଛି । ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ଏକ ମଡେଲ୍ ତଥା ମେଢ ଏଥର ରାଜପଥରେ ଦେଖିବାକୁ ମିଳିବ ।

ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ତରଫରୁ ପରେଡରେ ଯେଉଁ ମଡେଲ୍ ସାମିଲ ହେବ ତାହା ରାମ ମନ୍ଦିର ଢାଞ୍ଚାର ହେବ ।

ଏଥିରେ ପ୍ରତିବର୍ଷ ଅଯୋଧ୍ୟାରେ ହେଉଥିବା ଦୀପୋତ୍ସବ ମଧ୍ୟ ପ୍ରଦର୍ଶିତ ହେବ । ଏହାବ୍ୟତୀତ ଶବରୀ, ନିଶାଦରାଜଙ୍କୁ ରାମଙ୍କ ଆଲିଙ୍ଗନ ଭଳି ଦୃଶ୍ୟ ପ୍ରଦର୍ଶିତ କରାଯିବ ।

ୟୁପି ସରକାର ମଧ୍ୟ ତାଙ୍କ ଝାଙ୍କିରେ ଅନ୍ତରାଷ୍ଟ୍ରିୟ ଖ୍ୟାତି ସମ୍ପନ୍ନ ମୃଦଙ୍ଗାଚାର୍ଯ୍ୟ ରାମଶଙ୍କର ଦାସଙ୍କ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦର୍ଶନ କରିବେ।

ପ୍ରତିବର୍ଷ ଗଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ପରେଡ୍ ଆୟୋଜିତ କରାଯାଇଥାଏ । ଯେଉଁଥିରେ ବିଭିନ୍ନ ରାଜ୍ୟର ସଂସ୍କୃତିକୁ ପ୍ରଦର୍ଶିତ କରାଯାଇଥାଏ । ଏପରିକି ରାଜ୍ୟ ମାନେ ନିଜ ତରଫରୁ ନିଜ ଥିମ ନେଇ ଏକ ପ୍ରସ୍ତାବ ପଠାଇଥାନ୍ତି । ଚଳିତ ଥର ବ୍ରିଟେନର ବୋରିସ୍ ଜନସନ୍ ଭାରତର ଅତିଥି ହୋଇପାରନ୍ତି ।

ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ରୋହିତ ଫିଟ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପୂର୍ବରୁ ଫିଟ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା । ବେଙ୍ଗାଲୁର ନ୍ୟାସନାଲ କ୍ରିକେଟ ଏକାଡେମୀରେ ରୋହିତ ଫିଟନେସ ପାସ କରିଥିବା ସୂଚନା ଦେଇଛି ବିସିସିଆଇ ।

ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ସଫଳତା । କାରଣ ଦଳର ଓପନର ବ୍ୟାଟ୍ସମ୍ୟାନଙ୍କୁ ମିଳିଛି ଫିଟନେସ ସାର୍ଟିଫିକେଟ । ଅଷ୍ଟ୍ରେଲିଆ- ଭାରତ ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ ଶେଷ ହୋଇଛି । କିନ୍ତୁ ଏଥିରୁ ବିରତ ରହିଥଲେ ରୋହିତ । ସେପଟେ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆ ଟ୍ରଫି ହାତେଇ ଥିବାବେଳେ ଟି-୨୦ ସିରିଜକୁ କବ୍ଜା କରିଥିଲା ଭ୍ରମଣକାରୀ ଭାରତ ।

ଆଗକୁ ଅଷ୍ଟ୍ରେଲିଆ ସହ ଟିମ ଇଣ୍ଡିଆର ଟେଷ୍ଟ ବାକି ଥିବାବେଳେ ଏବେ ରୋହିତ ଖେଳିବା ଏକପ୍ରକାର ସ୍ପଷ୍ଟ । ତେଣୁ ବିସିସିଆଇ ସୂଚନା ମୁତାବକ ଆସନ୍ତା ୧୪ରେ ଅଷ୍ଟ୍ରେଲିଆ ଗସ୍ତ କରିବେ ଭାରତୀୟ ଦଳର ଏହି ରନ ବର୍ଷାକାରୀ ବ୍ୟାଟ୍ସମ୍ୟାନ ।

ଜାଣନ୍ତୁ ଦିଲ୍ଲୀପଙ୍କ ସେହି ସ୍ୱର୍ଣ୍ଣିମ ଚଳଚିତ୍ର ଗୁଡ଼ିକୁ ଯାହା ତାଙ୍କୁ ଦେଇଛି ‘The Tragedy King’ର ଆଖ୍ୟା

ନୂଆଦିଲ୍ଲୀ: ଆଜି ବଲିଉଡର ଲେଜେଣ୍ଡାରୀ ଅଭିନେତା ଦିଲ୍ଲୀପ କୁମାରଙ୍କ ଶୁଭ ଜନ୍ମଦିନ । ଆଜି ୯୮ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି ଦିଲ୍ଲୀପ । ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସୋସିଆଲ ମିଡିଆରେ ସାଇଡରେ ତାଙ୍କ ଶୁଭକାଂକ୍ଷୀଙ୍କ ଛୁଟିଛି ଶୁଭେଚ୍ଛାର ବାର୍ତ୍ତା । ତେବେ ବଲିଉଡ ଜଗତରେ ଜଣେ ଉଚ୍ଚ କୋଟିର ଅଭିନେତା ଭାବରେ ଦିଲ୍ଲୀପ ଖୁବ ଜଣାଶୁଣା । ତାଙ୍କ ଅଭିନୟ ଜୀବନରେ ସେ ୬୫ଟି ଫିଲ୍ମରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଛନ୍ତି । ତେବେ ଆସନ୍ତୁ ନଜର ପକାଇବା ତାଙ୍କ ସ୍ୱର୍ଣ୍ଣିମ ଅଭିନୟ ଜୀବନର କିଛି ସୁପରହିଟ ଫିଲ୍ମ ଉପରେ ଯାହା ତାଙ୍କୁ ‘The Tragedy King’ ର ଉପାଧି ଦେଇଛି ।

୧. ଦେବଦାସ- ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଉପନ୍ୟାସ ‘ଦେବଦାସ’ ରୁ ଅନୁପ୍ରାଣିତ ଫିଲ୍ମ ଦେବଦାସରେ ଦିଲ୍ଲୀପ କୁମାର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବିମଲ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତି ଏହି ଫିଲ୍ମରେ ଦିଲ୍ଲୀପଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା । ଧ୍ୱଂସ ଆଡକୁ ଗତି କରୁଥିବା ଜଣେ ପାଗଳ ପ୍ରେମୀକର ଅଭିନୟରେ ଦିଲ୍ଲୀପ କୁମାର ସମସ୍ତଙ୍କ ମନ ମୋହିଥିଲେ ।

 

୨. ବାବୁଲ- ୧୯୫୦ ମସିହାରେ ରିଲିଜ ହୋଇଥିବା ମ୍ୟୁଜିକାଲ ଡ୍ରାମା ଫିଲ୍ମ ‘ବାବୁଲ’ ସେହି ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ଥିଲା । ଦିଲ୍ଲୀପ କୁମାର, ଦିବଙ୍ଗତ ଅଭିନେତ୍ରୀ ନର୍ଗିସ ଏବଂ ସ୍ୱର୍ଗତ ଅଭିନେତା ମୁନାୱର ସୁଲତାନକୁ ନେଇ ନିର୍ମିତି ଏହି ତ୍ରିକୋଣୀୟ ପ୍ରେମ କାହାଣୀରେ ମଧ୍ୟ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ ଦିଲ୍ଲୀପ ।

୩. ଦାଗ୍- ଅମିୟ ଚକ୍ରବର୍ତ୍ତୀଙ୍କ ଦ୍ୱାରା ନିର୍ଦ୍ଦେଶିତ ସାମାଜିକ କାହାଣୀ ଉପରେ ଆଧାରିତ ‘ଦାଗ୍’ ଦିଲୀପ କୁମାରଙ୍କୁ ସର୍ବଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବରେ ତାଙ୍କ ଜୀବନର ପ୍ରଥମ ଫିଲ୍ମ ଫେୟାର ଆୱାର୍ଡ ଦେଇଥିଲା ।

୪. ମୁଗଲ-ଏ-ଆଜମ୍- ମୁଗଲ ରାଜକୁମାର ସଲୀମ ଏବଂ ନୃତ୍ୟଙ୍ଗନା ଅନାରକଲୀଙ୍କ ଟ୍ରାଜିକ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ମୁଗଲ-ଏ-ଆଜମ ଦୀଲ୍ଲୀପଙ୍କ ଜୀବନର ସବୁଠାରୁ ଟ୍ରାଜିକ ଫିଲ୍ମ ଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟ ପାଇଁ ସେ ଅନେକ ପୁରସ୍କାରର ହକଦାର ହୋଇଛନ୍ତି । ୧୯୬୧ ମସିହାରେ ମଗଲ-ଏ-ଆଜମକୁ ଜାତୀୟ ପୁରସ୍କାର ମଧ୍ୟ ମିଳିଥିଲା ।

୫. ଦିଦାର- ଦୁଃଖଦ ପ୍ରେମ କାହାଣୀକୁ ନେଇ ନିର୍ମିତ ଫିଲ୍ମ ଦିଦାରରେ ନର୍ଗିସ, ନିମ୍ମି ଏବଂ ଦିଲୀପ କୁମାରଙ୍କୁ ଦେଖିବାକୁ ମିଳିଥିଲା । ଅପରିପୂର୍ଣ୍ଣ ପ୍ରେମ କାହାଣାକୁ ନେଇ ନିର୍ମିତ ଏହି ଫିଲ୍ମ ମଧ୍ୟ ଦିଲ୍ଲୀପଙ୍କୁ ଖୁବ ସଫଳତା ଦେଇଥିଲା ।

ଏହା ସବୁ ଫିଲ୍ମ ବ୍ୟତୀତ ଦିଲ୍ଲୀପ କୁମାରଙ୍କ ଅଭିନୀତ ସୈରାଟ, ତରାନା, ୟାହୁଦି ଏବଂ କୁମତୀ ମଧ୍ୟ ଖୁବ ଚର୍ଚ୍ଚିତ । ଦିଲ୍ଲୀପ କୁମାର ଶେଷ ଥର ପାଇଁ୧୯୯୮ ମସିହାରେ ନିର୍ମିତ ଫିଲ୍ମ ‘କିଲା’ ନଜର ଆସିଥିଲେ । ୧୯୯୪ ମସିହାରେ ତାଙ୍କୁ ଦାଦାସାହେବ ଭାଲକେ ପୁରସ୍କାର ଏବଂ ୨୦୧୫ ମସିହାରେ ପଦ୍ମ ବିଭୂଷଣସ ସମ୍ମାନରେ ସମ୍ମାନିତ କରାଯାଇଥିଲା ।