ଭୁବନେଶ୍ୱର: କୋର୍ଟରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ସମ୍ପର୍କ କାଠଗଡ଼ାରେ ରହିଛି । ଏହାରି ଭିତରେ ଜାତୀୟ ସ୍ତରରେ କାର୍ଯ୍ୟରତ ସାମ୍ବାଦିକା ଜାଗ୍ରତି ଶୁକ୍ଲାଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମ ଉଠୁଛି ପଡ଼ୁଛି । ଏସବୁକୁ ନେଇ ଅନୁଭବ ନିରବ ଥିବାବେଳେ ମୁହଁ ଖୋଲିଛନ୍ତି ଜାଗ୍ରତି । ସେ ଅନୁଭବଙ୍କ ସହ ତାଙ୍କ ସମ୍ପର୍କକୁ ସମ୍ପୂର୍ଣ୍ଣ ବୃତ୍ତିଗତ ବୋଲି ବିବେଚନା କରିଛନ୍ତି । ଅନୁଭବ ଏବେ ବୈବାହିକ ଜୀବନକୁ ନେଇ ଛନ୍ଦି ହୋଇ ପଡ଼ିଥିବା ବେଳେ ଅଯଥା ମୋତେ ଛନ୍ଦା ଯାଉଥିବା କହିଛନ୍ତି ଜାଗ୍ରତି ଶୁକ୍ଲା । ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସେମାନଙ୍କ ବ୍ୟକ୍ତିଗତ ବୋଲି ସେ କହିଛନ୍ତି ।

ଜାଗ୍ରତି କହିଛନ୍ତି- ମୋ ବିରୋଧରେ ସୋସିଆଲ୍ ମିଡିଆରେ ଅତ୍ୟନ୍ତ ହୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି । ବର୍ଷାଙ୍କ ପ୍ରଶଂସକମାନେ ଏଭଳି ହୀନ ପ୍ରଚାର କରୁଥିବା ଜାଗ୍ରତି ଶୁକ୍ଲା କହିଛନ୍ତି । ସହିବାର ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଲି । ସୋସିଆଲ୍ ମିଡିଆରେ ଅରୁଚିକର ମନ୍ତବ୍ୟ ଦ୍ୱାରା ସେ ଓ ତାଙ୍କ ପରିବାର ହଇରାଣ ହେଉଛନ୍ତି । ଏହାକୁ ନେଇ ସେ ପୋଲିସ ଓ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ, ତାଙ୍କ ବିରୋଧରେ କିଏ, କାହିଁକି ଏଭଳି ଚକ୍ରାନ୍ତ କରୁଛି ସେ ଜାଣିନଥିବା କହିଛନ୍ତି ।

ଯେଉଁମାନେ ଜଣେ ମହିଳାଙ୍କ ସପକ୍ଷରେ ମତ ରଖୁଛନ୍ତି । ସେମାନେ କିଭଳି ଆଉ ଜଣେ ମହିଳାଙ୍କ ପ୍ରତି ଅଶ୍ରାବ୍ୟ ଶବ୍ଦ ପ୍ରୟୋଗ କରୁଛନ୍ତି ବୋଲି ଜାଗ୍ରତି ପ୍ରଶ୍ନ କରିଛନ୍ତି । ଏହା ଉପରେ ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ମହିଳା ଭାବେ ମୁଁ ମୋ ସମ୍ମାନ କ୍ଷୂର୍ଣ୍ଣ ହେବାକୁ ଦେବିନି ବୋଲି କହିଛନ୍ତି ଜାଗ୍ରତି ଶୁକ୍ଲା ।







ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗୋପାଳପାଟଣର ୭୦ ବର୍ଷୀୟ ବୃଦ୍ଧ ଧନେଶ୍ୱର ପୋଥାଳ ଓ ତାଙ୍କ ସ୍ତ୍ରୀ ୬୫ ବର୍ଷୀୟା ସତୀ ପୋଥାଳ ବୟସର ଅପରାହ୍ଣରେ ବି ପରିବାର କମାଣ ସମ୍ଭାଳିଛନ୍ତି । ଲକଡାଉନ ଯୋଗୁ ବ୍ୟବସାୟ ଠପ୍ ହୋଇଗଲା, ଯାହାଫଳରେ ପରିବାର ଭରଣପୋଷଣ କିପରି କରିବେ ସେ ନେଇ ଚିନ୍ତାରେ ପଡ଼ିଯାଇଥିଲେ ବୃଦ୍ଧ ଦମ୍ପତ୍ତି। ପରେ ଦୁହେଁ ପରିବା ଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର୪ ମାସର ପରିଶ୍ରମ ପରେ ଭୁବନ ଅଞ୍ଚଳରେ ବନିଯାଇଛନ୍ତି ସଫଳ ଚାଷୀ। ପାଞ୍ଚ ଏକର ଜମିରେ ପରିବାର ଚାଷ କରି ଲକଡାଉନ ସମୟରେ ପରିବାର ଆର୍ଥିକ ମାନଦଣ୍ଡ ସୁଧାରିଛନ୍ତି।
୫ ଏକର ଜମିରେ ଭିନ୍ନ ଭିନ୍ନ ପ୍ରକାରର ପରିବା ଚାଷ ହେଉଛି। ଚାଷ କାମରେ ପୁଅମାନେ ସାହାଯ୍ୟ କରୁଥିବା ବେଳେ ଗାଁର ୧୦ରୁ ୧୫ ଜଣଙ୍କୁ ନିୟୋଜିତ କରି ସେମାନଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି ଧନେଶ୍ୱର। ବୃଦ୍ଧ ଦମ୍ପତ୍ତିଙ୍କର ଦୃଢ଼ ଆତ୍ମ ବିଶ୍ୱାସ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ବାଇଗଣ, ଭେଣ୍ଡି କାକୁଡି ପରି ନାନା ସବୁଜ ପନିପରିବା ବିକ୍ରି କରି ଲାଭବାନ ହେଉଛନ୍ତି ପୋଥାଳ ପରିବାର।






‘Samsung Flagship Mobiles Rental Programme’ରେ ଗ୍ରାହକ Samsung Galaxy S20 ସିରିଜର ଜବରଦସ୍ତ ସ୍ମାର୍ଟଫୋନଗୁଡ଼ିକୁ ଏକ ମାସ, ୩ ମାସ, ୬ ମାସ ଏବଂ ୧୨ ମାସ ପାଇଁ ଭଡାରେ ନେଇ ବ୍ୟବହାର କରିପାରିବେ। ତେବେ ଏଥିପାଇଁ ଗ୍ରାହକଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଦେବାକୁ ପଡ଼ିବ। ଗ୍ରାହକମାନେ ସାମସଙ୍ଗ ଷ୍ଟୋର୍କୁ ଯାଇ ସେମାନଙ୍କର ପ୍ରିୟ ସାମସଙ୍ଗ ଗାଲାକ୍ସି ଫୋନ୍ ବାଛିପାରିବେ ଏବଂ ମାସିକ ଭଡା ଦେଇ ନେଇପାରିବେ। ଅବଶ୍ୟ, ଏହି ସୁବିଧା ବର୍ତ୍ତମାନ କେବଳ ଜର୍ମାନୀରେ ପ୍ରଚଳିତ ହୋଇଛି। ଗ୍ରାହକ ଗ୍ରୋଭର କମ୍ପାନୀ ମାଧ୍ୟମରେ ସାମସଙ୍ଗର କୁଲ୍ ଫୋନ୍ ଭଡାରେ ନେଇପାରିବେ।

