ଭୁବନେଶ୍ୱର: ମୃତ ସମାଜସେବୀ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଫେସବୁକ୍ ଲାଇଫରେ ଆତ୍ମହତ୍ୟା ଉଦ୍ୟମ । ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ଦର୍ଶଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ବିଦ୍ୟାଶ୍ରୀ । ୩୦ଟି ନିଦ ବଟିକା ଖାଇ ନିଦ ଆତ୍ମହତ୍ୟା ଉଦ୍ୟମ । ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍ ସିବି ମେଡିକାଲରେ ଭର୍ତ୍ତି କରାଯାଇଛଇ । ଏଯାବତ୍ ଲାଇଫ୍ ଭିଡିଓକୁ ୧୧୯ ଜଣ ସେୟାର କରିଥିବା ବେଳେ ୮ ହଜାର ଲୋକେ ଭିଡିଓ ଦେଖିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ହୋଇଥିଲା । ଏହାକୁ କେହି କେହି ଆତ୍ମହତ୍ୟା କହୁଥିବା ବେଳେ ଏ ନେଇ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଦାୟୀ କରୁଥିଲେ ।
ଆତ୍ମହତ୍ୟା ଉଦ୍ୟମ ବେଳେ ଫେସବୁକ୍ ଲାଇଫ୍ରେ ବିଦ୍ୟାଶ୍ରୀ କହିଛନ୍ତି ଯେ, କିଛି ଦିନ ହେଲେ ମୋତେ ବହୁତ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ମୋର ଆଉ ଜମାରୁ ବଞ୍ଚିବାର ଇଚ୍ଛା ନାହିଁ । ସେ ଏକ ଡାଏରୀ ଦେଖାଇବା ସହ ଏଥିରେ ତାଙ୍କ ମୃତ୍ୟୁ ନେଇ ଯେଉଁମାନେ ଦାୟୀ ସେମାନଙ୍କ ନାମ ଲେଖିଥିବା କହିବା ସହ ଭିଡିଓରେ ଡାଏରୀକୁ ମଧ୍ୟ ଦେଖାଇଛନ୍ତି । ମୋ ସ୍ୱାମୀ ମରିଗଲେ ଏଥିପାଇଁ ମୋତେ ଦାୟୀ କରିଆସୁଛନ୍ତି । ମୋ ପରିବାରକୁ ମୋ ଠାରୁ ଅଲଗା କରିଦେଲେ । ମୁଁ ଏଯାବତ୍ ୩୦ଟି ନିଦ ବଟିକା ଖାଇସାରିଛି ଏ ଯାଏଁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ମୋତେ ପ୍ରତିଦିନ ସମାଲୋଚନା କରାଯାଉଛି । ଅତ୍ୟନ୍ତ ଖରାପ ଭାଷାରେ ମୋତେ ସମାଲୋଚନା କରୁଛନ୍ତି । ଜଣେ ନାରୀ ହୋଇ ମଧ୍ୟ ନାରୀକୁ ଅସମ୍ନାନ କରୁଛନ୍ତି । ନିଦ ବଟିକା ଦେଖାଇବା ସହ ସେ ସବୁ ତକ ନିଦ ବଟିକା ଖାଇସାରିଥିବା କହିଛନ୍ତି । ଏଥିସହିତ ସେ ଡାଏରୀରେ ପ୍ରାୟ ଅଧିକାଂଶ ଲୋକଙ୍କ ନାଁ ଲେଖିଛନ୍ତି ଯଦି ମୋର କିଛି ହେଉଯାଉଛି ତେବେ ଯେଉଁମାନଙ୍କ ନାଁ ମୁଁ ଲେଖିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଆଦି ବିନା ମୁଁ କିଛି ବି ନୁହେଁ ।
https://www.youtube.com/watch?v=5bfLLM1OfVc



ମୁମ୍ବାଇ କ୍ରାଇମ ବ୍ରାଞ୍ଚକୁ ସଲମାନ ଜଣେ ବୃଦ୍ଧ ମହିଳାଙ୍କୁ ଠକି ତାଙ୍କଠୁ ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଥିବା ସୂଚନା ମିଳିଥିଲା। ଡେରାଡୁନର ପଟେଲ ନାଗର ପୋଲିସ ଷ୍ଟେସନରେ ଏ ସମ୍ପର୍କିତ ଏକ ମାମଲା ରୁଜୁ ହୋଇଥିଲା। ତେବେ ତଦନ୍ତ ପରେ ଅଭିଯୁକ୍ତ ମୁମ୍ବାଇର ଓଶିୱାରା ବୋଲି ଡେରାଡୁନ୍ ପୋଲିସ ଜାଣିବାକୁ ପାଇଥିଲା। ଏହି ସୂଚନାକୁ ଆଧାର କରି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସୋମବାର ସନ୍ଧ୍ୟାରେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା। ପୋଲିସ ପଚରାଉଚରା ବେଳେ ଅଭିଯୁକ୍ତ ତାଙ୍କ ଅପରାଧ ସ୍ୱୀକାର କରିଛି। ଟ୍ରାଞ୍ଜିଟ୍ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଡେରାଡୁନ ପୋଲିସକୁ ହସ୍ତାନ୍ତର କରାଯାଇଛି। କ୍ରାଇମ ବ୍ରାଞ୍ଚ ଡିସିପି ଆକବର ପଠାନ କହିଛନ୍ତି ଯେ ନାଗପୁର ସହରରେ ଅଭିଯୁକ୍ତଙ୍କ ବିରୋଧରେ ୩ଟି ଏବଂ ଉତ୍ତରାଖଣ୍ଡରେ ଦୁଇଟି ଅପରାଧିକ ମାମଲା ରୁଜୁ ହୋଇଛି। ଅନ୍ୟ ସାଥୀଙ୍କ ସନ୍ଧାନ ଚାଲିଥିବାବେଳେ ଅଭିଯୁକ୍ତ ସଲମାନଙ୍କୁ ଉତ୍ତରାଖଣ୍ଡ ପୋଲିସକୁ ହସ୍ତାନ୍ତର କରାଯାଇଛି।


