ବିଚ ରାସ୍ତାରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ମାତାଲ ହେଲପର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ବଜାରରେ ମାତାଲ ଟ୍ରକ୍‌ ହେଲପରଙ୍କ ଉନ୍ମତ୍ତକାଣ୍ଡ । ୪ ଜଣଙ୍କୁ କାମୁଡ଼ିବା ସହ ମାଡ଼ମାରି ଆହତ କଲା ଟ୍ରକ ହେଲ୍‌ପର । ଉତ୍ତରପ୍ରଦେଶରୁ ଫଳ ନେଇ ଆସିଥିବା ଟ୍ରକ୍‌ ଡ୍ରାଇଭର ମାତ୍ରାଧିକ ମଦ୍ୟପାନ କରି ସୋରରେ ଲୋକଙ୍କୁ ମାଡ଼ ମାରିବା ସହ କାନକୁ କାମୁଡ଼ି ଦେଇଛି । ମାତାଲ ହେଲ୍‌ପରଙ୍କୁ କାବୁ କରି ଲୋକ ପୋଲିସ ଜିମାରେ ଦେଇଛନ୍ତି । ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି ।

ସୂଚନା ଅନୁସାରେ, ଫଳ ଗୋଦାମରେ ଫଳ ଅନଲୋଡ କରୁଥିବା ସମୟରେ କୌଣସି କାରଣରୁ ହେଲପରଙ୍କ ସହ ସ୍ଥାନୀୟ ଲୋକଙ୍କ ଯୁକ୍ତିତର୍କ ହୋଇଥିଲା । ଏବଂ ହେଲପର ଜଣଙ୍କ ମଦ ପିଇ ମାତାଲ ଅବସ୍ଥାରେ ଲୋକଙ୍କ ଅତର୍କିତ ଆକ୍ରମଣ କରିଥିଲେ । ଏବଂ ସ୍ଥାନୀୟ କିଛି ଲୋକଙ୍କୁ ସେ କମୁଡ଼ି ପକାଇଥିଲେ । ଅନ୍ୟ ଲୋକ ଯେତେବେଳେ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ସେମାନଙ୍କୁ ବି ଗୋଡ଼ାଇ ଗୋଡ଼ାଇ କମୁଡ଼ି ଥିଲା ।

କେବଳ ସେତିକି ନୁହେଁ ଗାଡ଼ିର ଚାଳକ ମଧ୍ୟ ହେଲପର ଦାଉରୁ ରକ୍ଷା ପାଇପାରି ନଥିଲେ । ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ମାତାଲ ହେଲପର । ତେଣୁ ଅନ୍ୟମାନଙ୍କ ସାହାଯ୍ୟ ନେଇ ହେଲପରକୁ କାବୁ କରୁବା ସହ ପୋଲିସର ଜିମା ଦେଇଥିଲେ ।

Leave a Reply