spot_img
Home Blog Page 62

ପରିବାରରେ ଖୁସିର ଲହରୀ: ଦୀର୍ଘ ୪୫ ବର୍ଷ ପରେ ଘରକୁ ଫେରିଲେ ପୁଅ

ପରିବାରରେ ଖୁସିର ଲହରୀ । ବର୍ଷେ ନୁହେଁ କି ଦି ବର୍ଷ । ଦୀର୍ଘ ୪୫ ବର୍ଷ ପରେ ଘରକୁ ଫେରିଛନ୍ତି ପୁଅ । ପୁଅକୁ ମିଠା ଖୁଆଇ କୋଳେଇ ନେଉଛି ବୃଦ୍ଧା ମା ଓ ପୂରା ପରିବାର। ବାଲେଶ୍ୱର ସିମୁଳିଆ ଥାନା କୁଣ୍ଡି ଗାଁରେ ଖୁସିର ମାହୋଲ। ଗାଁର ରବୀନ୍ଦ୍ର ଜେନାଙ୍କ ବଡ଼ ପୁଅ ବସନ୍ତ ଦୀର୍ଘ ୪ ଦଶନ୍ଧି ପରେ ଘର ବାହୁଡ଼ା ହୋଇଛନ୍ତି। ୧୯ ବର୍ଷ ବୟସରେ ବାପାଙ୍କ ସହ ଝଗଡ଼ା କରି ଘରୁ ଚାଲିଯାଇଥିଲେ ଯେ ଆଉ ଫେରି ନଥେଲେ। ବଡ଼ ପୁଅକୁ ଝୁରିଝୁରି ବାପା ଆର ପାରିକୁ ଚାଲିଗଲେଣି l ବୁଢ଼ୀ ମା ବି ପୁଅ ବାଟକୁ ଚାହିଁ ଦିନରାତି ବିତାଉଥିଲେ। ଶେଷରେ ପୁଅ ଘରକୁ ଫେରିବା ପରେ ସବୁ କିଛି ଦୁଃଖ ଭୁଲିଯାଇଛନ୍ତି ମା।

୧୯ ବର୍ଷ ବୟସରେ ଘର ଛାଡ଼ି କୋଲକାତାରେ ଏକ ଘରୋଇ କମ୍ପାନୀରେ କାମ କରିଥିଲେ ବସନ୍ତ l ଦୀର୍ଘ ୧୧ ବର୍ଷ କାମ କରିବା ପରେ ସେହି କାରଖାନାରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ବିବାହ କରିଥିଲେ l ତାଙ୍କର ଏକମାତ୍ର ଝିଅର ବିବାହ ସରିଯାଇଛି l ମାସେ ତଳେ ଘର କଥା ମନେ ପଡିବାରୁ ସେ ଘରକୁ ଫେରିଥିଲେ। ପରିବାର ଗହଣରେ କାଳ କାଟିବା ଲାଗି ଘରକୁ ଫେରିଲେ ବସନ୍ତ। ହେଲେ ଖୁସିର ଝଲକ ଦେଖିବା ଲାଗି ଇହଜଗତରେ ନଥିଲେ ବାପା। ଏହାକୁ ନେଇ ଆଖିରୁ ଲୁହ ଗଡାଇଛନ୍ତି ବସନ୍ତ।

ବିଜେପି ସରକାର ଆସିବା ପରେ ଲକ୍ଷ୍ମୀ ବସ ସେବାରୁ ବଞ୍ଚିତ ଲୋକେ

୫ଟଙ୍କାରେ ଗାଁରୁ ସହର। ଦୁର୍ଗମ ଅଞ୍ଚଳରେ ରାସ୍ତା ସୁବିଧା ସହ ଲକ୍ଷ୍ମୀ ବସ ସେବା। ମହିଳାଙ୍କୁ ମିଳୁଥିଲା ଅଧିକ ସୁବିଧା। ଏ ଥିଲା ପୂର୍ବ ନବୀନ ସରକାରଙ୍କ ଅବଦାନ। ହେଲେ ବିଜେପି ସରକାର ଆସିବା ପରେ ଏହି ବସ ସେବାର ନାମ ବଦଳାଇ କଲେ ମୁଖ୍ୟମନ୍ତ୍ରୀ ବସ ସେବା। ବସର ରଙ୍ଗ ବି ବଦଳାଇଲେ। ହେଲେ ଲୋକଙ୍କୁ ଯେପରି ସୁବିଧା ମିଳୁଥିଲା ସେଥିରେ ଅଧିକ ଉନ୍ନତି ଆସିବ କଣ ଉପାନ୍ତ ଅଞ୍ଚଳର ଲୋକେ ଏବେ ବସ ସେବାରୁ ବଞ୍ଚିତ ହେଉଛନ୍ତି। ଗଞ୍ଜାମ ଧରାକୋଟ ଅଞ୍ଚଳର ଲୋକଙ୍କୁ ଏବେ ସାତ ସପନ ହେଲାଣି ମୁଖ୍ୟମନ୍ତ୍ରୀ ବସ ସେବା। ମାଇଲ ମାଇଲ ବାଟ ଲୋକଙ୍କୁ ଚାଲିବାକୁ ପଡ଼ୁଛି। କଣ ଏଇଥିପାଇଁ ଲୋକଙ୍କ ସରକାରଙ୍କୁ ଭୋଟ ଦେଇଥିଲେ ଲୋକେ? ଏବେ ଖୋଦ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ତୁଣ୍ଡରେ ଏହି ପ୍ରଶ୍ନ। ଜିଲ୍ଲାର ମୋଟ ୨୨ଟି ବ୍ଳକର ବିଭିନ୍ନ ପଞ୍ଚାୟତ ଓ ଗାଁକୁ ଲୋକଙ୍କ ଗମନାଗମନର ସୁବିଧା ପାଇଁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ବସ ସେବା । ଗାଁରୁ ବ୍ଲକ, ବ୍ଲକରୁ ଜିଲ୍ଲାକୁ ଲୋକେ ସହଜ ଓ ଶସ୍ତାରେ ଯିବାଆସିବା କରି ପାରୁଥିଲେ l ଏବେ ଲୋକଙ୍କ ଅସନ୍ତୋଷ କହିଲେ ନ ସରେ।

ପୂର୍ବ ସରକାର ସମୟରେ ଲକ୍ଷ୍ମୀବସ ସେବା ଉପାନ୍ତ ଗ୍ରାମ ଗୁଡିକ ପାଇଁ ବରଦାନ ପାଲଟିଥିଲା। । ଧରାକୋଟ ବ୍ଲକର ଅନେକ ଉପାନ୍ତ ଗାଁ ଓ ପଞ୍ଚାୟତର ଲୋକେ ଲାଭବାନ ହେଉଥିଲେ । ହେଲେ ଏବେ ମାସେ ହେବ ସାଆବାର, ଧରାକୋଟର ଝାଡ଼ବନ୍ଧ,ଝରପାରି ପଂଚାୟତର ଅନେକ ଗାଁକୁ ଯାଉନି ବସ୍ । ଅନ୍ୟପଟେ ଅନେକ ସ୍ଥାନରେ ରାସ୍ତାକଡ଼ରେ ଏହି ବସ୍ ଅଚଳ ଅବସ୍ଥାରେ ପଡି଼ ରହିଛି । ଏ ନେଇ ବ୍ଲକ ବିଡିଓଙ୍କୁ ଅବଗତ କରାଗଲା। ବିଡିଓଙ୍କ ଉତ୍ତର ହେଉଛି ଖୁବଶୀଘ୍ର ଚାଲୁ କରାଯିବ।

ଆସନ୍ତା କାଲି ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟ କାନ୍ତ

ଆସନ୍ତା କାଲି ଦେଶର ୫୩ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସୂର୍ଯ୍ୟ କାନ୍ତ। ବହୁ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ତଥା ନାଗରିକ ଅଧିକାର ସଂକ୍ରାନ୍ତ ରାୟ ଦେଇ ଚର୍ଚ୍ଚାରେ ଅଛନ୍ତି ଜଷ୍ଟିସ ସୂର୍ଯ୍ଯ କାନ୍ତ। ଜଷ୍ଟିସ ବି.ଆର. ଗଭାଇଙ୍କ ପରେ ଦାୟିତ୍ବ ନେବେ ଜଷ୍ଟିସ ସୂର୍ଯ୍ୟ କାନ୍ତ। ପରବର୍ତ୍ତୀ ସିଜେଆଇ ହେବା ଲାଗି ଗତ ଅକ୍ଟୋବର ୩୦ରେ ତାଙ୍କ ନାଁ ଘୋଷଣା କରାଯାଇଥିଲା। ଆସନ୍ତା ୧୫ ମାସ ଅର୍ଥାତ ୨୦୨୭ ଫେବ୍ରୁଆରୀ ୯ ଯାଏ ସେ ଦାୟିତ୍ବରେ ରହିବେ।

ହରିଆଣାର ହିସାର ଜିଲ୍ଲାରେ ଗତ ୧୯୬୨ ଫେବ୍ରୁଆରୀ ୧୦ରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ଯ କାନ୍ତ। ଏକ ସାଧାରଣ ପରିବାରରୁ ଦେଶର ସର୍ବୋଚ୍ଚ ବିଚାର ବିଭାଗୀୟ ସ୍ତରକୁ ଯିବାରେ ଦୀର୍ଘ ସଂଗ୍ରାମ କରିଛନ୍ତି ଜଷ୍ଟିସ ସୂର୍ଯ୍ଯ କାନ୍ତ। ପ୍ରଥମେ ସେ ହିସାରରେ ଜଣେ ଆଇନଜୀବୀ ଭାବେ କାର୍ଯ୍ଯ କରିଥିଲେ। ପରେ ସେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଯୋଗଦେଇଥିଲେ। ୨୦୧୮ରେ ସେ ହୋଇଥିଲେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି।

ଇତିହାସ ରଚିଲା ଭାରତ: ଦୃଷ୍ଟିବାଧିତ ମହିଳା T20 ବିଶ୍ୱକପ୍ ହାତେଇଲା ଟିମ ଇଣ୍ଡିଆ

ଇତିହାସ ରଚିଲା ଭାରତ। ଦୃଷ୍ଟିବାଧିତ ମହିଳା T20 ବିଶ୍ୱକପ୍ ହାତେଇଲା ଟିମ ଇଣ୍ଡିଆ। ପ୍ରଥମ ଥର ପାଇଁ ଦୃଷ୍ଟିବାଧିତ ମହିଳା T20 ବିଶ୍ୱକପ୍ ଜିତି ଇତିହାସ ରଚିଛି ଭାରତ। ଫାଇନାଲରେ ନେପାଳକୁ ସାତ ୱିକେଟରେ ପରାସ୍ତ କରିଛି। ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ସହ ଫୁଲା ସରେନଙ୍କ ନେତୃତ୍ୱରେ ଟିମ ଏହି ବିଜୟ ହାସଲ କରଛି। କଲମ୍ବୋରେ ଅନୁଷ୍ଠିତ ରୋମାଞ୍ଚକର ଫାଇନାଲରେ ନେପାଳକୁ ୭ ୱିକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ୱକପ୍ ଜିତିଛି ଭାରତ। ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା ପରେ ଭାରତର ବୋଲରମାନେ ଶୃଙ୍ଖଳା ଏବଂ ସଠିକତା ସହିତ ନେପାଳକୁ 20 ଓଭରରେ ପାଞ୍ଚ ୱିକେଟରେ 114 ରନରେ ସୀମିତ ରଖିଥିଲେ। ଏହା ପରେ ଭାରତୀୟ ବ୍ୟାଟରମାନେ ପ୍ରାଧାନ୍ୟ ବିସ୍ତାର କରି ମାତ୍ର ୧୦ ଓଭରରେ ୧୦୦ ରନ ସଂଗ୍ରହ କରିଥିଲେ। ଓପନର ଫୁଲା ସରେନ ମ୍ୟାଚ୍ ବିଜୟୀ ପ୍ରଦର୍ଶନ କରିଥିଲେ। ୧୬୨.୯୬ ଷ୍ଟ୍ରାଇକ୍ ରେଟ୍ ସହିତ ୨୭ ବଲ୍ ରୁ ୪୪ ରନ୍ କରିଥିଲେ ଫୁଲା ସରନ। ଯେଉଁଥିରେ ୪ଟି ଷ୍ଟାଇଲିସ୍ ଚୌକା ମଧ୍ୟ ସାମିଲ ଥିଲା।

ବ୍ୟାଟିଂ ବ୍ୟତୀତ ସରେନ ୨୦ ରନ୍ ଦେଇ ତିନି ଓଭର ବୋଲିଂ କରିଥିଲେ। ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ତାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଛି। ଦୃଷ୍ଟିହୀନ ଟି-୨୦ ବିଶ୍ୱକପରେ ଭାରତ ଅପରାଜିତ ରହି ଟାଇଟଲ ହାସଲ କରିଥିଲା। ସେମାନଙ୍କର ପ୍ରଥମ ମ୍ୟାଚ୍‌ରେ, ସେମାନେ ଶ୍ରୀଲଙ୍କାକୁ ମାତ୍ର ୪୧ ରନ୍‌ରେ ଅଲଆଉଟ୍ କରି ମାତ୍ର ତିନି ଓଭରରେ ଲକ୍ଷ୍ୟ ହାସଲ କରିଥିଲେ, ଯାହାର ସହାୟତାରେ ସାତଟି ରନ୍‌ଆଉଟ୍ ହୋଇଥିଲା। ସେମିଫାଇନାଲରେ, ଭାରତ ଅଷ୍ଟ୍ରେଲିଆକୁ ନଅ ୱିକେଟ୍ ରେ ପରାସ୍ତ କରିଥିଲା ଏବଂ ନେପାଳ ବିପକ୍ଷରେ ଏକ କମାଣ୍ଡିଂ ପ୍ରଦର୍ଶନ ସହିତ ଫାଇନାଲରେ ଟ୍ରଫି ଜିତିଛି।

ଦୈନିକ ଖବରକାଗଜ ସକାଳ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ବିଭିନ୍ନ ସ୍ଥାନରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

ଦୈନିକ ଖବର କାଗଜ ସକାଳ ଏବଂ ନନ୍ଦିଘୋଷ ଟିଭି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୟାଗଡରେ ଦୈନିକ ଖବରକାଗଜ ସକାଳ ଏବଂ ନନ୍ଦିଘୋଷ ଟିଭି ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ । ସିନିୟର୍ ଓ ଜୁନିୟର ଦୁଇଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ଶେଷରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ବିଭାଗର ଛାତ୍ର ସାଗର ବେହେରା ଓ କନିଷ୍ଠ ବିଭାଗର ଛାତ୍ରୀ ପ୍ରୀତି ମୟୀ ସାହୁକୁ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ କରାଯାଇଛି ।

ସେହିପରି ଖୋର୍ଦ୍ଧା ସିଗମା ପବ୍ଲିକ ସ୍କୁଲରେ ଆୟୋଜିତ ହୋଇଛି ବିତର୍କ ପ୍ରତିଯୋଗିତା। ଜିଲ୍ଲାର ବିଭିନ୍ନ ହାଇସ୍କୁଲ ଏବଂ କଲେଜର ଶତାଧିକ ଛାତ୍ରଛାତ୍ରୀ ଏହି ବିତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ନନ୍ଦିଘୋଷ ପ୍ରତିନିଧି ଶୁଭ୍ରାଂଶୁ ରଂଜନ ସାମନ୍ତରାୟ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ସକାଳ ର ପ୍ରତିନିଧି ରଞ୍ଜିତ ସାମନ୍ତରାୟଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଫେସର ପ୍ରମୋଦ କୁମାର ଦାସ, ସ୍କୁଲ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ, ଭାଟପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଗାଧୁ ସେଠୀ, ସମାଜସେବୀ ଗୌତମ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

ନୂଆପଡା ନ୍ୟାସନାଲ ହାଇସ୍କୁଲ ଠାରେ ସକାଳ ଖବର କାଗଜ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ ଯୋଗ ଦେଇଥିବା ବେଳେ ଶିକ୍ଷାବିତ କିଶୋର ପ୍ରଧାନ, କିଶୋର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟ କ୍ରମରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇ ବିତର୍କ ପ୍ରତିଯୋଗିତାରେ ଭାଗ ନେଇଥିଲେ । କୃତି ଛାତ୍ର ଛାତ୍ରୀ ଶହ ବିତର୍କରେ ଭାଗ ନେଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟ କ୍ରମକୁ ସକାଳ କୋମନା ପ୍ରତିନିଧି ପରିଚାଳନା କରିଥିଲେ। ରାଜ୍ୟର ଅନ୍ୟ ବହୁ ସ୍ଥାନରେ ମଧ୍ୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ସେଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଦ୍ବିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ୪୮୯ ରନ, ସେନୁରନ ମୁଥୁସାମୀଙ୍କ ଶତକ

ଭାରତୀୟ ଟିମକୁ ଗୁଆହାଟୀ ଟେଷ୍ଟ ମ୍ୟାଚରେ ଜିତିବା ଜରୁରୀ ହୋଇଥିବା ବେଳେ ଏପରି ସ୍ଥିତିରେ ଦକ୍ଷିଣ ଆଫ୍ରିକା ରନର ପାହାଡ଼ ଛିଡ଼ା କରିଛି । ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୮୯ ରନ୍ ସଂଗ୍ରହ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ସେନୁରନ ମୁଥୁସାମୀ ଶତକ ଅର୍ଜନ କରିଛନ୍ତି । ସେହିପରି ମାର୍କୋ ଜନସେନ ୯୩ ରନ୍ ସଂଗ୍ରହ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏଡେନ ମର୍କରାମ ୩୮, ରୟାନ ରିକେଲଟନ ୩୫, ଟ୍ରିଷ୍ଟନ ଷ୍ଟବସ ୪୯, ଟେମ୍ବା ବାଭୁମା ୪୧, କାଇଲ ଭେରେୟିନେ ୪୫ ରନ୍ ସଂଗ୍ରହ କରିଥିଲେ । ଆଜିର ମ୍ୟାଚରେ ସମସ୍ତ ଦକ୍ଷିଣ ଆଫ୍ରିକା ଖେଳାଳି ରନ୍ ସଂଗ୍ରହ କରିବା ଫଳରେ ଦଳର ସ୍ଥିତି ସୁଦୃଢ଼ ହୋଇପାରିଥିଲା ।

ଅନ୍ୟପକ୍ଷରେ ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧକ ୪ଟି ଓ୍ବିକେଟ ହାସଲ କରିଥିଲେ । ଯଶପ୍ରୀତ ବୁମ୍ରା ୨ଟି, ମହମ୍ମଦ ସିରାଜ ୨ଟି ଓ ରବିନ୍ଦ୍ର ଜାଡ଼େଜା ୨ଟି ଓ୍ବିକେଟ ନେଇଥିଲେ । ଆଜି ମ୍ୟାଚର ଦ୍ବିତୀୟ ଦିନ ହୋଇଥିବା ବେଳେ ମ୍ୟାଚର ଫଳାଫଳ ଉପରେ ସଭିଙ୍କ ନଜର ରହିଛି । ପ୍ରଥମ ଟେଷ୍ଟରେ ଭାରତ ୩୦ ରନରେ ପରାଜୟବରଣ କରିଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକା ସିରିଜରେ ୧-୦ରେ ଆଗୁଆ ରହିଛି । ଭାରତ ପକ୍ଷରୁ ଦୁଇ ଓପନର କେଏଲ ରାହୁଲ (୨) ଓ ଯଶସ୍ବୀ ଜୟସ୍ବାଲ (୭) ବ୍ୟାଟିଂ ଜାରି ରଖିଛନ୍ତି ।

ହ୍ୟୁମାନ ସାଗରଙ୍କ ପରଲୋକରେ ସଂଗୀତ ଜଗତ ସ୍ତବ୍ଧ: କଣ୍ଠଶିଳ୍ପୀଙ୍କୁ ମନେପକାଇଛନ୍ତି କଟକର ଝିଅ ଆଦ୍ୟାଶା ସାହୁ

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକରେ ସଂଗୀତ ଜଗତ ସ୍ତବ୍ଧ । ହ୍ୟୁମାନଙ୍କୁ ମନେପକାଇଛନ୍ତି କଟକର ଝିଅ ଆଦ୍ୟାଶା ସାହୁ । ଆଦ୍ୟାଶା ବିଭିନ୍ନ ରିୟଲିଟି ସୋରେ ଭାଗ ନେଉଥିବା ବେଳେ କିଛି ମାସ ତଳେ କଟକ ଏମ.ଆର ଷ୍ଟୁଡିଓରେ ହ୍ୟୁମାନଙ୍କ କୋ ଆର୍ଟିଷ୍ଟ ଭାବେ ଏକ ଗୀତ ଗାଇଥିଲେ । ଆଉ ସେ ସମୟର ଅନୁଭୂତିକୁ ବଖାଣିଛନ୍ତି ଆଦ୍ୟାଶା । ତାଙ୍କୁ ଭେଟିଛନ୍ତି ଆମ ପ୍ରତିନିଧି ଅଜୟ ଦାସ।

କିଛି ଦିନର ବ୍ୟବଧାନ ପରେ ପୁଣି ମଇଦାନକୁ ଓହ୍ଲାଇଲେ TVK ସୁପ୍ରିମୋ ବିଜୟ

କିଛି ଦିନର ବ୍ୟବଧାନ ପରେ ପୁଣି ମଇଦାନକୁ ଓହ୍ଲାଇଲେ ତାମିଲଗା ଭେଟ୍ରି କାଜାଗମ ବି ଟିଭିକେ ସୁପ୍ରିମୋ ବିଜୟ। କରୁର ଦଳାଚକଟା ଘଟଣାରେ ୪୧ ଜୀବନ ଯିବା ଘଟଣାର ପ୍ରାୟ ୨ ମାସ ପରେ ଦଳକୁ ପୁଣି ଆକ୍ଟିଭ ମୋଡକୁ ଆଣିଛନ୍ତି ବିଜୟ। କାଞ୍ଚିପୁରମର ସୁଙ୍ଗୁଭାର୍ଚାତିରମର ଏକ ଇଣ୍ଡୋର ଷ୍ଟାଡିୟମରେ ସଭା କରିଛନ୍ତି ବିଜୟ। ଏଥିରେ ଦଳର କ୍ୟାଡର, ନେତା ଓ କିଛି ସମର୍ଥକ ଯୋଗଦେଇଛନ୍ତି। ସଭାସ୍ଥଳୀକୁ ଯିବା ଲାଗି କୋଡଭିତ୍ତିକ ପାସ୍ ପ୍ରଦାନ କରାଯାଇଛି। ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ସମାବେଶରେ ସେ ଶାସକ ଡିଏମକେକୁ ତୀବ୍ର ସମାଲୋଚନା କରିବା ସହ ପାରିବାରିକ ରାଜନୀତିକୁ ତୀବ୍ର ବିରୋଧ କରିଥିଲେ। ରାଜ୍ଯରେ ରାଜନୈତିକ ପରିବର୍ତ୍ତନ ଲାଗି ସେ ଆହ୍ବାନ ଦେବା ସହ ଆଗାମୀ ଦିନରେ ଦଳକୁ ଶକ୍ତିଶାଳୀ କରିବା ଲାଗି ଆହ୍ବାନ ଦେଇଛନ୍ତି। ରାଜ୍ୟରେ ଜାତିଗତ ଜନଗଣନା ଓ ସମାନତାଭିତ୍ତିକ ନୀତି ପ୍ରଚଳନ ଲାଗି ସେ ଦାବି କରିଛନ୍ତି। ଏହି ସମାବେଶ ଲାଗି ଦଳ ପକ୍ଷରୁ ଅନେକ କଟକଣା ଲାଗୁ କରାଯାଇଥିଲା। କାର୍ଯ୍ଯକ୍ରମ ଲାଗି ପୋଲିସ ଅନୁମତି ବି ନିଆଯାଇଥିଲା। ସେପଟେ ତାମିଲନାଡୁରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜୟ। ଏସଆଇଆରକୁ ବିରୋଧ କରି ଦଳ ସୁପ୍ରିମକୋର୍ଟରେ ଆବେଦନ କରିଛି। ଗତ ସେପ୍ଟେମ୍ବର ୨୭ରେ କରୁରରେ ଘଟିଥିଲା ଦଳାଚକଟା ଘଟଣା।

କୋଏମ୍ବାଟୁରରେ ପହଞ୍ଚିଲା ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ ମରଶରୀର

ତାମିଲନାଡୁ କୋଏମ୍ବାଟୁରରେ ପହଞ୍ଚିଲା ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କ ମରଶରୀର। ଦୁବାଇ ଏୟାର ସୋ ବେଳେ କ୍ରାସରେ ପ୍ରାଣ ହରାଇଥିଲେ ନମାଂଶ। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ତାଙ୍କ ମରଶରୀର କୋଏମ୍ବାଟୁର ନିକଟସ୍ଥ ସୁଲୁରକୁ ଅଣାଯାଇଛି। ସୁଲର ଏୟାରଫୋର୍ସ ଷ୍ଟେସନର ବାୟୁସେନାର ନମ୍ବର ୪୫ ସ୍କ୍ବାଡ୍ରନର ୱିଙ୍ଗ କମାଣ୍ଡର ଥିଲେ ନମାଂଶ। ସେ ଲାଇଟ କମ୍ପାକ୍ଟ ଏୟାରକ୍ରାଫ୍ଟ ଏଲସିଏ ଏଚଏଲ ତେଜସକୁ ଅପରେଟ କରୁଥିଲେ। ସେଠାରୁ ତାଙ୍କ ମରଶରୀର ଜନ୍ମସ୍ଥଳୀ ହିମାଚଳ ପ୍ରଦେଶର ପତିଆଲକାରକୁ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ତାଙ୍କର ଶେଷକୃତ୍ୟ କରାଯିବ। ଗତ ୨୧ ତାରିଖରେ ଘଟିଥିଲା ଏହି ମର୍ମନ୍ତୁଦ ଦୁର୍ଘଟଣା। ଆକାଶରେ ତେଜସ ଯୁଦ୍ଧ ବିମାନ ନିଜର ରଣକୌଶଳ ଦେଖାଉଥିବା ବେଳେ ଦୁର୍ଘଟଣା ହୋଇଥିଲା। ବିମାନଟି ନିୟନ୍ତ୍ରଣ ହରାଇ ସିଧା ତଳକୁ ଖସିବା ସହ ଆଖି ପିଛୁଳାକେ ଜଳି ପାଉଁଶ ହୋଇଯାଇଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିବା ନେଇ ବାୟୁସେନା କହିଛି। ପୂରା କ୍ରାସର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ହାଲ ତିଆରି କରିଥିବା ତେଜସ ହେଉଛି ଭାରତୀୟ ବାୟୁସେନାର ପ୍ରମୁଖ ଯୁଦ୍ଧ ବିମାନ।

ବିଜେଡିର ପିଏସି ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ଆଲୋଚନା

ବିଜେଡିର ପିଏସି ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ଆଲୋଚନା। ଏହି ଆଲୋଚନା ଅନ୍ତରୀଣ ଆଲୋଚନା ଥିବା ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର। ହାରିବା ଜିତିବା ଅଲଗା କଥା। ହେଲେ ଲୋକ ବିଜେଡିକୁ ଭଲ ପାଉଥିଲେ ସେଥିଲାଗି ନବୀନ ପଟ୍ଟନାୟକ ଗଲେ। ତାଙ୍କ ପ୍ରତି ଲୋକଙ୍କ ଉଦ୍ଦୀପନାକୁ ସମସ୍ତେ ଅନୁଭବ କରିଥିଲେ। ଏହା ଏତି ନିକଟତର ଲଢେଇ ହେବ ବୋଲି ସମସ୍ତେ ଜାଣିଥିଲେ। ସାଇଲେନ୍ସ ପିରିୟଡରେ ବିରୋଧୀଙ୍କୁ ତଡା ଗଲା ହେଲେ ଶାସକ ଦଳ ରହିଲା। ୪୧ ବୁଥରେ ୯୧% ରୁ ଅଧିକ ଭୋଟ ହେଲା। ସମୁଦାୟ ୮୩% ଭୋଟ ହେଲା। ବୁଥର ଫଳାଫଳ ଯାହା ଆସିଛି ସ୍ଥାନୀୟ ଲୋକ ହିଁ ଅଭିଯୋଗ କଲେ।

ଏହାର ରିପୋର୍ଟ ଦେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଗଣତାନ୍ତ୍ରିକ ପଦ୍ଧତିରେ ଭୋଟ ହେଉ। ନବୀନ ପଟ୍ଟନାୟକଙ୍କୁ ଏ ସବୁ ନେଇ ଅବଗତ କରାଯାଇଛି। ୨୦୨୪ ନିର୍ବାଚନ ବି ଅନେକ ସ୍ଥାନରେ ଭୋଟ ବିଚ୍ୟୁତି ହୋଇଛି। ଆଜି ବିଜେପିରେ ଅମର ପଟ୍ଟନାୟକ ମିଶିଛନ୍ତି। ହେଲେ ସେ ବିଜେଡିରେ ଥାଇ ଏହି ଭୋଟ ଅନିୟମିତତା ଦେଖାଇ ନିର୍ବାଚନ କମିସନଙ୍କୁ ଜଣାଇଥିଲେ। ୯୪ ନିର୍ବାଚନମଣ୍ଡଳୀରେ ନଗର, ବ୍ଲକ ସଭାପତି ଚୂଡାନ୍ତ ହୋଇଛି। ବାକି ୭ ଦିନ ଭିତରେ ଚୂଡାନ୍ତ ହେବ। ଜିଲ୍ଲା କମିଟି ପାଇଁ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ନିଆଯିବ। ବିଜେଡି ବିଜୁ ପଟ୍ଟନାୟକଙ୍କ ନାଁରେ ଗଠନ ହୋଇଛି। ୧୯୯୭ରେ ଆଞ୍ଚଳିକ ଦଳ ଭାବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଗଠନ ହୋଇଥିଲା। ବିକାଶ କାର୍ଯ୍ୟକ୍ରମ ବିଜେଡି କରିଥିଲା ଲୋକଙ୍କ ସ୍ୱର ହୋଇ ବିଧାନସଭା ଭିତରେ ଓ ବାହାରେ ଲୋକଙ୍କ ସମସ୍ୟା ଉପସ୍ଥାପନ କରିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ବିଜେଡି ବରିଷ୍ଠ ଉପସଭାପତି ଶ୍ରୀ ମିଶ୍ର ।