spot_img
Home Blog Page 6195

ଅଙ୍ଗନଓ୍ୱାଡ଼ି କର୍ମୀ ଗିରଫ, ଦରମା ୭ ହଜାର ହେଲେ ସମ୍ପତି କୋଟିଏରୁ ଉର୍ଦ୍ଧ୍ୱ

ଭୁବନେଶ୍ୱର: କୋଟିପତି ଅଙ୍ଗନାଓ୍ୱାଡି ଦିଦି ସନ୍ଧ୍ୟାରାଣୀ ଭଟ୍ଟଙ୍କୁ ହାତକଡି ପିନ୍ଧାଇଲା ଭିଜିଲାନ୍ସ । ପୁରୀ ବାସେଳି ସାହି ଅଙ୍ଗନବାଡି କର୍ମୀଙ୍କ ସମ୍ପତ୍ତି ଦେଖି ତାଜୁବ ହେଲେ ଭିଜିଲାନ୍ସ ଅଧିକାରୀ । ଦିଦିଙ୍କ ମୋଟ ସ୍ତାବର ଓ ଅସ୍ତବାର ସମ୍ପତ୍ତି ୧ କୋଟି ୧୪ ଲକ୍ଷ । ଚଢାଉ ବେଳେ ପୁରୀରେ ୫୦ ଲକ୍ଷ ଟଙ୍କାର ୩ ମହଲା କୋଠା, ପୁରୀ, ପିପିଲିରେ ୩୭ ଲକ୍ଷର କୋଠା ଓ ପ୍ଳଟ୍‌ । ସାଢେ ୯ ଲକ୍ଷ ଟଙ୍କାର ଯାନବାହନ, ୧୩ ଲକ୍ଷ ଟଙ୍କାରେ ବିଭିନ୍ନ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଓ ୪ ଲକ୍ଷ ଟଙ୍କାର ସୁନାଗହଣ ଠାବ କରିଛି ଭିଜିଲାନ୍ସ ।

ସନ୍ଧ୍ୟାରାଣୀ ଠିକା ନିଯୁକ୍ତିରେ ମାସିକ ୭ ହଜାର ଟଙ୍କାରେ ଅଙ୍ଗନବାଡିରେ ଚାକିରି କରନ୍ତି ? ହେଲେ କେମିତି ବନିଲେ କୋଟି ପତି । ତାଙ୍କର ଆୟର ଉର୍ସ କଣ ? କେବଳ ସେତିକି ନୁହେଁ ତଦନ୍ତ ବେଳେ ପୁରୀରେ ଛତୁଆ କାରଖାନା ଥିବ ଭିଜିଲାନ୍ସ ଜାଣିବାକୁ ପାଇଛି । ଏସବୁର ଗୋଲକ ଧନ୍ଦାର ଖୋଳତାଡ ଆରମ୍ଭ କରିଛି ଭିଜିଲାନ୍ସ । ରେଡ୍‌ ପରେ ତାଙ୍କୁ ଫସାଇ ଦେଇଥିବା ଅଙ୍ଗନଓ୍ୱାଡି ଦିଦି ଅଭିଯୋଗ କରିଛନ୍ତି । ବୁଧବାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ କାଳିନ ୭ଟି ଜାଗାରେ ରେଡ କରିଥିଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ।

ରାଜଧାନୀରେ ଆୟୋଜିତ ହେବ ‘ନାଇଟ୍‌ ବଜାର’

0

ଭୁବନେଶ୍ୱର: କୋଭିଡ ଯୋଗୁ ରୋଜଗାର ହରାଇଥିବା କଳାକାରମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ପ୍ରୟାସ । ଭୁବନେଶ୍ୱର ଏକାମ୍ର ହାଟରେ ଆୟୋଜିତ ହେବ ନାଇଟ୍ ବଜାର । ଯେଉଁଠି ସ୍ଥାନ ପାଇବ କଳା ଓ ସଂସ୍କୃତି ସହ ଖାଦ୍ୟ ସାମଗ୍ରୀ ଓ ହସ୍ତକଳାର ମେଳା ।

୨୯ ତାରିଖରୁ ଭର୍ଚୁଆଲରେ ଆରମ୍ଭ ହେବାକୁ ଥିବା ଏହି ମେଳା ଆସନ୍ତା ୨ତାରିଖରୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ହେବ । ସେପଟେ କୋଭିଡ୍ ଯୋଗୁଁ ଦୀର୍ଘ ୯ ମାସ ଧରି ବନ୍ଦ ଥିବା ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ, ଜୟଦେବ ଭବନ ଓ ରାଜ୍ୟ ସଂଗ୍ରହାଳୟ ମଧ୍ୟ ଆସନ୍ତା ୨ ତାରିଖରୁ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାଶ।

ସକରାତ୍ମକ ଚିନ୍ତାଧାରା ଥିଲେ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିପାରିବ ମଣିଷ, ପ୍ରମାଣ କରିଛନ୍ତି ଶକ୍ତି..

ବରଗଡ଼: ମନରେ ସକରାତ୍ମକ ଚିନ୍ତାଧାରା ଥିଲେ ମଣିଷ କୌଣସି ବି ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିପାରିବ । ଯାହା କରି ଦେଖାଇଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଶକ୍ତି ମେହେର । ଦୁର୍ଘଟଣାରେ ଦୁଇ ଗୋଡ଼ ଅଚଳ ହେବା ପରେ ମଧ୍ୟ ସେ ଭାଙ୍ଗି ପଡିନାହାଁନ୍ତି । ନିଜ ଅନ୍ତନିର୍ହିତ କଳାକୁ ପ୍ରସ୍ଫୁଟିତ କରି ବାନ୍ଧ ଶାଢୀରେ ଦେଉଛନ୍ତି କଳାର ଅନନ୍ୟ ଛାପ ।

ଭିନ୍ନକ୍ଷମ ହୋଇ ମଧ୍ୟ ସେ ସକ୍ଷମ । ବନ୍ଧକଳା ଡିଜାଇନକୁ କରୁଛନ୍ତି ଜୀବନ୍ତ । ଦିନେ ମୁକ୍ତ ଆକାଶରେ ବିହଙ୍ଗ ପରି ଉଡିବାର ସ୍ୱପ୍ନ ଦେଖିଥିଲେ ଶକ୍ତି । ହେଲେ ସାମାନ୍ୟ ଦୁର୍ଘଟଣା ତାଙ୍କ ସ୍ୱପ୍ନର ଦିଗକୁ ପରିବର୍ତ୍ତନ କରିଦେଲା । ଆଉ ଦୁଇ ଗୋଡ଼ ହରାଇ ସବୁଦିନ ପାଇଁ ହୋଇଗଲେ ଭିନ୍ନକ୍ଷମ । ହେଲେ ଏଥିରେ ସେ ଭାଙ୍ଗି ନପଡ଼ି ନିଜ ହାତର ଯାଦୁରେ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଦେଇଛନ୍ତି । ଆଉ ବାନ୍ଧ ଶଢୀରେ ଅନନ୍ୟ ଛାପ ଛାଡି ବାନ୍ଧକଳା ଡିଜାଇନକୁ ଜୀବନ୍ତ କରୁଛନ୍ତି ।

ଶକ୍ତିଙ୍କ ଗୋଡ ସିନା କାମ କରୁନାହିଁ, ହେଲେ କଲମରେ ଦେଖାଉଛନ୍ତି କମାଲ । ସମ୍ବଲପୁରୀ ବାନ୍ଧଶାଢୀର ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରି ସମସ୍ତଙ୍କୁ ଚକିତ କରିଦେଉଛନ୍ତି । ଏହି ଭିନ୍ନକ୍ଷମକୁ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନଥିବା ବେଳେ ଯୋଜନାରେ ସାମିଲ କରି ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବରଗଡ଼ ଉପଜିଲ୍ଲାପାଳ ।

ବଦଳିବ କଳାହାଣ୍ଡିର ନକ୍ସା, ଖୁବଶୀଘ୍ର ବିକାଶ ଧାରାରେ ଯୋଡ଼ି ହେବ ଆଉ ଏକ ଫର୍ଦ୍ଧ

କଳାହାଣ୍ଡି: ବଦଳିବ କଳାହାଣ୍ଡି ଜିଲ୍ଲାର ନକ୍ସା । ଖୁବଶୀଘ୍ର ବିକାଶର ଧାରାରେ ଯୋଡ଼ି ହେବ ଆଉ ଏକ ଫର୍ଦ୍ଧ । ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ହେବ ଲୋକାର୍ପିତ । ଦୀର୍ଘ ଦିନର ଜଳସେଚନ ସମସ୍ୟା ହେବ ଦୂରୀଭୂତ ।

ଇନ୍ଦ୍ରାବତୀରୁ ସିଧାସଳଖ କ୍ଷେତକୁ ମାଡିବ ପାଣି । ଦୂର ହେବ ଜଳସେଚନ ସମସ୍ୟା । କାରଣ କଳାହାଣ୍ଡି ଜିଲ୍ଲାରେ ଲୋକାର୍ପିତ ହେବାକୁ ଯାଉଛି ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ ଉଦଘାଟନ ହେବା ପରେ ଇନ୍ଦ୍ରବତୀରୁ ଚାଷୀଙ୍କ କ୍ଷେତକୁ ସିଧାସଳଖ ଜଳସେଚିତ ହେବ । ଫଳରେ କୋଲସରା, ଜୟପାଟଣା, ଧର୍ମଗଡ଼ ବ୍ଲକରେ ପାଣି ସମସ୍ୟା ଦୂର ହେବା ସହ ସୁନାର ଫସଲ ଖେଳିବ ।

୨୦୧୩ ମସିହାରେ ଉଠା ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ଉଦ୍ଦେଶ୍ୟ ଥିଲା, ଅଣ ଜଳ ସେଚିତ ଅଂଚଳର ଚାଷୀଙ୍କୁ ସ୍ୱାବଲମ୍ବୀ କରିବା । ଏଥିପାଇଁ ୭୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଦୀର୍ଘ ୪୩ କିଲୋମିଟର କେନାଲ ଦ୍ୱାରା ୨୬ ହଜାର ୨୬୪ ହେକ୍ଟର ଜମିରେ ଜଳ ସେଚିତ ହେବ ।

ପରୀ ହତ୍ୟା ମାମଲା: ଯଦୁପୁରରେ ସାମ୍ବାଦିକଙ୍କୁ ଆକ୍ରମଣ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କ ତୀବ୍ର ନିନ୍ଦା

ନୟାଗଡ଼: ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କ କଡ଼ା ନିନ୍ଦା । ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ସେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ନନ୍ଦିଘୋଷ ଟିଭିର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରି ବିଜେପି କର୍ମୀ ଭୁଲ୍ କରିଛନ୍ତି । ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ରାଜନୈତିକ ଦଳଗୁଡ଼ିକର ଏଭଳି ଆଚରଣ ଗ୍ରହଣୀୟ ନୁହେଁ କିମ୍ବା ଏହା ଶୁଭଙ୍କର ନୁହେଁ । ସାମ୍ବାଦିକଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଦିଆଯିବା ଆବଶ୍ୟକ । ଏଥିରେ କୌଣସି ବି ରାଜନୈତିକ ପ୍ରତିକ୍ରିୟାଶୀଳ ହେବା ଉଚିତ୍‌ ନୁହେଁ । ଯଦୁପୁରରେ ଯାହା ଘଟିଛି ତାହା ରାଜନୈତିକ ଦଳର ପ୍ରତିହିଂସାକୁ ଦର୍ଶାଉଛି ।

ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡର ରିପୋର୍ଟିଂ କରୁଥିବା ବେଳେ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ ଦାସଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ବିଜେପି କର୍ମୀଙ୍କ ସମ୍ପୃକ୍ତି । ବିଜେପି ନେତ୍ରୀ ପଦଯାତ୍ରା କରୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ, ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ବିଜେପି କର୍ମୀ । କେବଳ ରିପୋର୍ଟର ନୁହଁନ୍ତି ବରଂ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ।

ଘଟଣାସ୍ଥଳରେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାଏ ଉପସ୍ଥିତ ଥିଲେ । ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ ବରିଷ୍ଠ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ନନ୍ଦିଘୋଷ ଟିଭିର କ୍ୟାମେରା ଭାଙ୍ଗିଛି । ସ୍ଥାନୀୟ ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ଯଦୁପୁରବାସୀ ବିରୋଧ କରିଛନ୍ତି । ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଛି ।

ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ତୀବ୍ର ନିନ୍ଦା

ନୟାଗଡ଼: ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିନ୍ଦା । କହିଲେ ଯାହା ରାଗ ଅଛି ମନରେ ଚାପି ରଖିବା ଉଚିତ୍‌ । ସାମ୍ବାଦିକଙ୍କୁ ଆକ୍ରମଣ କରିବା ଉଚିତ୍‌ ନୁହେଁ । ରାଜନୈତିକ ଆକ୍ରୋଶ ପାଇଁ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଠିକ୍‌ ନୁହେଁ । ବିଜେପି କର୍ମୀଙ୍କ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ।

ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡର ରିପୋର୍ଟିଂ କରୁଥିବା ବେଳେ ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ ଦାସଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ବିଜେପି କର୍ମୀଙ୍କ ସମ୍ପୃକ୍ତି । ବିଜେପି ନେତ୍ରୀ ପଦଯାତ୍ରା କରୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ, ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ବିଜେପି କର୍ମୀ । କେବଳ ରିପୋର୍ଟର ନୁହଁନ୍ତି ବରଂ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ।

ଘଟଣାସ୍ଥଳରେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାଏ ଉପସ୍ଥିତ ଥିଲେ । ନାରୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ ବରିଷ୍ଠ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ନନ୍ଦିଘୋଷ ଟିଭିର କ୍ୟାମେରା ଭାଙ୍ଗିଛି । ସ୍ଥାନୀୟ ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ଯଦୁପୁରବାସୀ ବିରୋଧ କରିଛନ୍ତି । ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଛି ।

ସତ କହିଲେ ବିଜେପିକୁ ବାଧୁଛି, ଯଦୁପୁରରେ ନନ୍ଦିଘୋଷ ଟିଭି ଟିମକୁ ବିଜେପି କର୍ମୀଙ୍କ ଆକ୍ରମଣ

ଭୁବନେଶ୍ୱର: ନୟାଗଡ଼ ଯଦୁପୁରରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜ । ସତ ଦେଖାଇବାରୁ ବିଜେପିକୁ ବାଧିଲା । ପରୀ ହତ୍ୟା ମାମଲାରେ ବିଜେପି ରାଜନୀତି କରୁଥିବା ବେଳେ ଗ୍ରାଉଣ୍ଡ ଜିରୋରରୁ ନନ୍ଦିଘୋଷ ଟିଭି ସବୁ ସତ ଖବର ପରିବେଷଣ କରୁଛି । ବିଜେପି ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଇବା ଲାଗି ଚେଷ୍ଟା କରି ଆସୁଥିଲା । ହେଲେ ନନ୍ଦିଘୋଷ ଟିଭି ବିଜେପିର ମୁଖା ଖୋଲି ଦେଇଥିଲା । ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି ।

BJP Supporters Attacked NandighoshaTV Crew In Jadupur Pari Case

ଯଦୁପୁରରେ ବିଜେପିର ପଦଯାତ୍ରା ବେଳେ ନନ୍ଦିଘୋଷ ଟିଭି ଟିମ୍ ଉପରେ ଆକ୍ରମଣ କରାଯାଇଛି । ବିଜେପି କର୍ମୀ ନନ୍ଦିଘୋଷ ଟିଭିର ସାମ୍ବାଦିକ ଅନୁଜ ଦାସ, କ୍ୟାମେରାପର୍ସନ ବିଷ୍ଣୁ ତରାସିଆଙ୍କ ଉପରେ ଆକ୍ରମଣ କରିଛନ୍ତି । ପୋଲିସ ସହ ବିଜେପିର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ବିଜେପି କର୍ମୀ ଆକ୍ରମଣ କରିବା ସହ ପରୀ ଘଟଣା କାହିଁକି ପ୍ରସାରଣ କରୁଛ କହି ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିଥିଲେ ।

BJP Supporters Attacked NandighoshaTV Crew In Jadupur Pari Case

ବିଜେପି ପଦଯାତ୍ରା ବେଳେ ଏହି ଆକ୍ରମଣ ହୋଇଛି । ପଦଯାତ୍ରାରେ ବିଜେପି ନେତ୍ରୀ ଇରାନୀ ରାୟ, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ ଲେଖଶ୍ରୀ ସମାନ୍ତସିଂହାର ଉପସ୍ଥିତ ଥିବାବେଳେ ଦଳୀୟ କର୍ମୀ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ନନ୍ଦିଘୋଷ ଟିଭିର ପ୍ରତିନିଧି ଅନୁଜ ଦାସ ଗୁରୁତର ଆହତ ହୋଇଥିବା ବେଳେ କ୍ୟାମେରା ୟୁନିଟ୍ ଭାଙ୍ଗି ଯାଇଛି ।

ଏଥିସହ ପଢ଼ନ୍ତୁ- ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ ଆକ୍ରମଣ କଲେ ବିଜେପି କର୍ମୀ

କେବେ ହେବ ସୀମା ବିବାଦର ସମାଧାନ ? ମାଡ଼ି ଆସିଲାଣି ଆନ୍ଧ୍ର, ଆଲୋଚନା ପରେ ବି ବାହାରୁନି ନିଷ୍କର୍ସ

କୋରାପୁଟ: କେବେ ହେବ ସୀମା ସମସ୍ୟାର ସମାଧାନ ? ଏହାକୁ ନେଇ ଚିନ୍ତାରେ ଆନ୍ଧ୍ର ଏବଂ ଓଡ଼ିଶା ସୀମାନ୍ତବାସୀ । ସୁନାବେଡ଼ା ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ମିଳିତ ସର୍ଭେ କାମ । ହେଲେ ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ ।

ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଓଡିଶା ସରକାରଙ୍କ ପ୍ରଶାସନିକ ଅଧିକାରୀ ଓ ଆନ୍ଧ୍ର ପ୍ରଦେଶର ଆର ଭେଙ୍କଟେଶ୍ୱର ପେଡେରୁର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସର୍ଭେ କାର୍ଯ୍ୟ ହୋଇଥିଲା । ଦୀର୍ଘ ଦିନ ଧରି କୋରାପୁଟ ଜିଲ୍ଲା ସମ୍ବାଇ ପଂଚାୟତର ସୁନାବେଡ଼ ଜାମୁଗୁଡା ସୀମାରେ ବିବାଦ ଲାଗିରହିଛି । ଏହାର ସମାଧାନ ପାଇଁ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗତ ୩ ତାରିଖରେ ଏକ ସମନ୍ୱୟ ବୈଠକ ହୋଇଥିଲା । ସେଥିରେ ଉଭୟ ପକ୍ଷର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏପଟେ ଓଡିଶା ସୀମାରେ ବସବାସ କରୁଥିବା ଜାମୁଗୁଡା ଓ ସୁନାବେଡ଼ ଗ୍ରାମର ଲୋକଙ୍କ ମଧ୍ୟରେ ସୀମା ବିବାଦର ସମାଧାନ ନ ହେବା ଯୋଗୁଁ ଉତ୍ତେଜନା ଦେଖାଦେଇଛି । ଓଡିଶା ଭିତରେ ଆନ୍ଧ୍ର ପ୍ରଦେଶ ଅନୁପ୍ରବେଶ କରିଥିବା ଅଭିଯୋଗ କରିଛନ୍ତି ଲୋକେ ।

ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ ଆକ୍ରମଣ କଲେ ବିଜେପି କର୍ମୀ

ନୟାଗଡ଼: ନନ୍ଦିଘୋଷ ଟିଭି ସାମ୍ବାଦିକ ଅନୁଜ ଦାସଙ୍କୁ ଆକ୍ରମଣ । ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାର ରିପୋର୍ଟିଂ କରୁଥିବା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ବିଜେପି କର୍ମୀଙ୍କ ସମ୍ପୃକ୍ତି । ବିଜେପି ନେତ୍ରୀ ପଦଯାତ୍ରା କରୁଥିବା ବେଳେ ଏଭଳି କାଣ୍ଡ ଘଟିଛି । ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହ, ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି ବିଜେପି କର୍ମୀ । କେବଳ ରିପୋର୍ଟର ନୁହଁନ୍ତି ବରଂ କ୍ୟାମେରାମ୍ୟାନ ବିଷ୍ଣୁ ତରାସିଆଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି ।

ଘଟଣାସ୍ଥଳରେ ନୟାଗଡ଼ ବିଜେପି ବିଧାୟିକା ପ୍ରାର୍ଥୀ ଇରାନୀ ରାଏ ଉପସ୍ଥିତ ଥିଲେ । ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ସାଂସଦ ପ୍ରାର୍ଥୀ ବିଭୁ ତରାଇ ଓ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପି କର୍ମୀଙ୍କ ଆକ୍ରମଣରେ ନନ୍ଦିଘୋଷ ଟିଭିର କ୍ୟାମେରା ଭାଙ୍ଗିଯାଇଛି । ସ୍ଥାନୀୟ ଲୋକ ଏହି ଘଟଣାକୁ ନିନ୍ଦା କରିଛନ୍ତି । ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ଯଦୁପୁରବାସୀ ବିରୋଧ କରିଛନ୍ତି । ବିଜେପି କର୍ମୀଙ୍କ କବଳରୁ ସାମ୍ବାଦିକଙ୍କୁ ପୋଲିସ ଉଦ୍ଧାର କରିଛି ।

ରାଜଧାନୀ ଟାଉନ ପ୍ଲାନିଂ ଯୋଜନାରେ ଜମି ମାଲିକଙ୍କୁ ମିଳିବ ପଟ୍ଟା

ଭୁବନେଶ୍ୱର: ଭୁବନେଶ୍ୱରର ବହୁ ପ୍ରତୀକ୍ଷିତ ଟାଉନ ପ୍ଲାନିଂ ଯୋଜନାରେ ଗୁରୁବାର ଜମି ମାଲିକଙ୍କୁ ପଟ୍ଟା ଆବଣ୍ଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଜଣ ଜମି ମାଲିକଙ୍କୁ ପଟ୍ଟା ବଣ୍ଟନ କରିବେ । ଏହାପରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ବାକି ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିବେ ।

ପ୍ରଥମ ପର୍ଯ୍ୟାୟରେ ଟିପି ସ୍କିମରେ ସହଜପୁରର ୩୫୮ ଜଣଙ୍କୁ ପଟ୍ଟା ଦିଆଯିବ । ୬ ମାସ ତଳୁ ବିଡିଏ ଡ୍ରାଫ୍ଟ ପଟ୍ଟା ଭୁଲେଖ ୱେବ୍‌ସାଇଟ୍‌ରେ ଛାଡିଥିଲେ ମଧ୍ୟ କରୋନା ପାଇଁ କାର୍ଯ୍ୟ ବିଳମ୍ବ ହୋଇଥିଲା । ଭୁବନେଶ୍ୱର ଉପକଣ୍ଠରେ ଥିବା ୫୮ ଟି ରାଜସ୍ୱ ଗ୍ରାମରେ ୪୫ ଟି ଟାଉନ ପ୍ଲାନିଂ ସ୍କିମ ପ୍ରସ୍ତାବ ରହିଛି । ସେହିପରି ବିଭିନ୍ନ ସ୍କିମକୁ ୬୫ କିମିର ଏକ ରିଂ ରୋଡ଼ ସଂଯୋଗ କରିବ । ସ୍କିମ ୧ ରେ ୭୪୬. ୭୦ ଏକର ଜମି ଥିବାବେଳେ ଏଥରୁ ପାଇକରାପୁର ର ୩୧୭. ୯୩ ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତିକରଣ ହୋଇଛି । ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ୧୪୫ ଏକର ଜମିକୁ ଫୋକସ ରେ ରଖି ଉନ୍ନତିକରଣ କରାଯାଇଛି ।

ତେବେ ଟାଉନ ପ୍ଲାନିଂ ସ୍କିମକୁ ନେଇ ପୂର୍ବରୁ ଥିବା ବିବାଦ ଦୂର ହୋଇଛି । ସ୍କିମ ଅନୁଯାୟୀ ମୂଳ ଜମିର ନକ୍ସାରେ ପରିବର୍ତ୍ତନ ହୋଇଛି । ମୂଳ ପ୍ଲଟ ୬୦ ପ୍ରତିଶତ ଜମି ଲୋକଙ୍କୁ ଫେରସ୍ତ ମିଳୁଥିବା ବେଳେ ୪୦ ପ୍ରତିଶତ ଜମି ରାସ୍ତା, ପ୍ଲଟ ପୃଥକୀକରଣ, ଜଳ ଯୋଗାଣ, ପାର୍କ, ମେଡ଼ିକାଲ, ସ୍ୱରେଜ, ବର୍ଷା ଜଳ ନିଷ୍କାସନ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିବା ପାଇଁ ବ୍ୟବହାର କରାଯିବ । ପ୍ଲଟ୍‌ ବଣ୍ଟନ ହେବା ପୂର୍ବରୁ ଏଠାରେ ଧୃତ ଗତିରେ ସ୍ୱେରେଜ ପ୍ଲାଣ୍ଟ କାମ ଚାଲିଥିବା ଦେଖାଯାଇଛି । ଲୋକଙ୍କ ମନରେ ଏହି ସ୍କିମକୁ ନେଇ ଉତ୍ସହ ଥିବାବେଳେ ଖୁବଶୀଘ୍ର ଏହି କାମ ସରିବା ସହିତ ରାଜଧାନୀ ବାସୀଙ୍କୁ ଏକ ସୁନ୍ଦର ସହର ପ୍ରଦାନରେ ବିଡିଏ ସହାୟକ ହେବ ବୋଲି କହିଛନ୍ତି ଟାଉନ ପ୍ଲାନର ।

ଅନ୍ୟପଟେ ରାଜଧାନୀରେ ନୂଆବର୍ଷରୁ ନୂଆ ଆକ୍ସନ ପ୍ଲାନ୍ । ଜାନୁଆରୀ ପହିଲାରୁ ରାଜଧାନୀରେ କାର୍ଯ୍ୟକାରୀ ହେବ ମଡେଲ ରୋଡ୍ କଟିଙ୍ଗ ସିଷ୍ଟମ୍ । ସୁଧୁରିବ ରାଜଧାନୀର ରାସ୍ତା ସମସ୍ୟା । ଏଣିକି ମନଇଚ୍ଛା ଖୋଳି ହେବନି ରାସ୍ତାଘାଟ । ଖୋଳିବାକୁ ଥିଲେ ଅନଲାଇନରେ କରିବାକୁ ହେବ ଆବେଦନ ।

ରାଜଧାନୀର ରାସ୍ତାରେ ଦେଖାଯାଉଥିବା ଖାଲଖମାକୁ ତଦାରଖ କରିବ ସ୍ୱତନ୍ତ୍ର ଟିମ୍‌ । ସବୁ ୱାର୍ଡରେ ଏହି ଟିମ୍‌ ନଜର ରଖିବା ସହ ରାସ୍ତା ସମସ୍ୟା ଥିଲେ ତୁରନ୍ତ ସମାଧାନ କରିବ । ବିଏମସି, ପୂର୍ତ୍ତବିଭାଗ, ଜଳ ଯୋଗାଣ, ଟେଲିଫୋନ୍ ସେବା, ସ୍ୱେରେଜ୍, ବିଦ୍ୟୁତ୍ ଆଦି ବିଭାଗକୁ ନେଇ ମିଳିତ ଭାବେ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରାଯାଉଛି ।