ରାଜ୍ୟସଭାରେ କୃଷି ଆଇନ୍ ଝଡ଼: ଆସନ୍ତାକାଲି ଯାଏ ଗୃହ ମୁଲତବୀ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟସଭାରେ କୃଷି ଆଇନ୍ ଝଡ଼। ସୀମାରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଗୃହରେ ଚାଷୀ ଆନ୍ଦୋଳନ ନେଇ ବିରୋଧୀ ଜୋର୍‌ଦାର ବର୍ଷିଛନ୍ତି। ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ହୋଇଛି। ଗୃହ ମୁଖ୍ୟ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରଥମେ ସାଢ଼େ ୧୦, ତା’ପରେ  ସାଢ଼େ ୧୧ ଓ ପରେ ସାଢ଼େ ୧୨ଟା ଯାଏ ଗୃହକୁ ମୁଲତବୀ ରଖାଯାଇଥିଲା। ଏହାପରେ ବି ସ୍ୱାଭାବିକ୍‌ ଭାବେ ଗୃହ ଚାଲି ନ ପାରିବାରୁ ଆସନ୍ତାକାଲି ଯାଏ ଏହାକୁ ମୁଲତବୀ ଘୋଷଣା କରାଯାଇଛି। ଆଜି ରାଜ୍ୟସଭା ଅଧିବେଶନ ଆରମ୍ଭରୁ ବିରୋଧୀ ହଙ୍ଗାମା କରିଥିଲେ। ଗୃହ କାର୍ଯ୍ୟ ଆରମ୍ଭରୁ କୃଷି ଆଇନ ଉପରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ।

ହେଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ମନାକରିଦେଇଥିଲେ। ସେ କହିଥିଲେ ଯେ ଏନେଇ ଆଗରୁ ଆଲୋଚନା ହୋଇଛି, ତେଣୁ ଏବେ ଆଲୋଚନା ଆବଶ୍ୟକତା ନାହିଁ। ଏହାସହ  ପ୍ରଥମେ ଏ ସମ୍ପର୍କରେ ଲୋକସଭାରେ ଆଲୋଚନା ପରେ ରାଜ୍ୟସଭାରେ ଆଲୋଚନା କରାଯିବ ବୋଲି ଭେଙ୍କିୟା କହିଥିଲେ। ଏହାପରେ ସରକାର ବିରୋଧୀ ନାରାରେ କମ୍ପିଥିଲା ଗୃହ। ଗୃହ କାର୍ଯ୍ୟ ସୁରୁଖୁରୁରେ ହୋଇ ନ ପାରିବାରୁ ଗୃହର ମୁଖ୍ୟ ଏହାକୁ ମୁଲତବୀ କରିଦେଇଥିଲେ।

Leave a Reply