spot_img
Home Blog Page 6190

ନିର୍ଦ୍ଦୟୀ ନାତୁଣୀ: ହେମଦସ୍ତା ମାଡ଼ରେ ଆଇର ମୃତ୍ୟୁ

ଭଦ୍ରକ: ଭଦ୍ରକରେ ହତ୍ୟାକାଣ୍ଡ । ଆଇମାଆକୁ ହେମଦସ୍ତା ବାଡ଼ିରେ ଛେଚି ଛେଚି ମାରିଲା ନାତୁଣୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନପଙ୍ଗ ଗାଁରେ । ଆଇମାଆ ନାତୁଣୀ ସହ ସବୁବେଳେ ଝଗଡା କରୁଥିବାରୁ, ଆଈମାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ନାବାଳିକା ନାତୁଣୀ । ହତ୍ୟାକାଣ୍ଡ ପରେ ପୋଲିସ ଏବଂ ଗ୍ରାମବାସୀ ଙ୍କ ସମ୍ମୁଖରେ ନିଜେ ହତ୍ୟା କରିଥିବା ଘଟଣା ସ୍ୱୀକାର କରିଛି ନାବାଳିକା । ଏମିତି ଲୋମହର୍ଷଣକାରୀ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ନପଙ୍ଗ ଗାଁରେ ।

ଘଟଣା ମୁତାବକ, ନପଙ୍ଗ ଗାଁ ର ଶଶୀ ଦାସଙ୍କ ସହ ତାଙ୍କ ନାବାଳିକା ନାତୁଣୀ ରହୁଥିଲେ । ଅଧିକାଂଶ ସମୟରେ ଆଇ ଓ ନାତୁଣୀ ଙ୍କ ମଧ୍ୟ ଝଗଡ଼ା ହେଉଥିଲା । ଗତକାଲି ରାତି ରେ ମଧ୍ୟ ଝଗଡା ହୋଇଥିଲା ଓ ପରେ ଦୁଇ ଜଣ ଗୋଟିଏ ରୁମରେ ଶୋଇଥିଲେ । ବିଳମ୍ବିତ ରାତି ସମୟ ରେ ନାବାଳିକା ଜଣକ ଚିତ୍କାର କରିଥିଲେ । ନାବାଳିକା ଜଣକର ଚିତ୍କାର ଶୁଣି, ପରିବାର ଲୋକେ ଉଠି ଯାଇ ଦେଖିଥିଲେ ଯେ ବୃଦ୍ଧା ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି । ଏହି ଘଟଣା ନେଇ ପୋଲିସ କୁ ଖବର ଦେଇଥିଲେ ପରିବାର ଲୋକ ଓ ଗ୍ରାମବାସୀ । ଭଣ୍ଡାରିପୋଖରୀ ପୋଲିସ ଯାଇ ନାବାଳିକା ଙ୍କୁ ଅଟକ ରଖିଛି । ତେବେ ନାବାଳିକା ଜଣକ ହେମଦସ୍ତା ବାଡ଼ି ରେ ପିଟି ହତ୍ୟା କରିଥିବା ସ୍ୱୀକାର କରିଥିବା ସୂଚନା ମିଳିଛି । ଅଧିକ ତଦନ୍ତ ପାଇଁ ଫରେନସିକ ଟିମ ଆସୁଥିବାରୁ ମୃତଦେହ ଥିବା ଘରକୁ ସିଲ କରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ଘରେ ପଶିଲେ, ବନ୍ଧୁକ ଦେଖାଇ ୪୦ ଭରି ସୁନା ଗହଣା ଲୁଟିଲେ

୨୪ ବର୍ଷ ବୟସରେ ବିଜେଡି: ଆଞ୍ଚଳିକ ଦଳ ରାଜନୀତି ପାଇଁ ସଫଳ ଉଦାହରଣ

ଭାରତରେ ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରଚଳିତ । ଏହି ବ୍ୟବସ୍ଥାରେ ଜାତୀୟ ଦଳ ଓ ପ୍ରାନ୍ତୀୟ ଦଳ, ସ୍ୱାଧୀନତା ପରଠାରୁ ନିର୍ବାଚନରେ ଅଂଶଗ୍ରହଣ ଜାରି ରଖିଛନ୍ତି । କେତେକ ଦଳ ଦେଶ ଓ ରାଜ୍ୟ ରାଜନୀତିରେ ସଫଳ ହୋଇଥିବା ବେଳେ, ଅନ୍ୟ କେତେକ ରାଜନୈତିକ ଦଳ ବିଫଳ ହେବା ଦେଖାଯାଇଛି । କେତେକ ନୂଆ ଦଳ ମଧ୍ୟ ଜନ୍ମ ହୋଇ ସଫଳ ଓ ବିଫଳ ହୋଇଛନ୍ତି । ଦେଶରେ ଯେଉଁସବୁ ଆଞ୍ଚଳିକ ବା ପ୍ରାନ୍ତୀୟ ରାଜନୈତିକ ଦଳ ରହିଛି, ସେଥିରୁ ବିଜୁ ଜନତା ଦଳ ବା ବିଜେଡି ଅନ୍ୟତମ । ୨୬ ଡିିସେମ୍ବର ୧୯୯୭ ମସିହାରେ ପ୍ରତିଷ୍ଠିତ, ଓଡ଼ିଶାର ଏହି ଆଞ୍ଚଳିକ ଦଳ, ଆଜି ୨୪ତମ ଜନ୍ମବାର୍ଷିକୀ ଉତ୍ସବ ପାଳନ କରିବାକୁ ଯାଉଛି । ବିଜୁ ଜନତା ଦଳର ବିଶେଷତ୍ୱ ହେଲା, ଏହି ଦଳ ଜନ୍ମ ନେବା ପରଠାରୁ କେବେବି ନିର୍ବାଚନୀ ପରାଜୟର ସମ୍ମୁଖୀନ ହୋଇନାହିଁ । ଡିିସେମ୍ବର ୧୯୯୭ରେ ପ୍ରତିଷ୍ଠିତ ଏହି ଦଳ, ୧୯୯୮ ଓ ୧୯୯୯ ଲୋକସଭା ଆସନରେ ବିଜେପି ସହ ମେଣ୍ଟ କରି ୧୯୯୮ରେ ୯ଟି ଓ ୧୯୯୯ରେ ୧୦ଟି ଲୋକସଭା ଆସନରେ ବିଜୟୀ ହୋଇ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେଲା । ଏହାପରେ ୨୦୦୦ ମସିହା ବିଧାନସଭା ନିର୍ବାଚନଠାରୁ ଆଜିଯାଏ ବିଜେଡିି ଓଡ଼ିଶା ଶାସନ ନେତୃତ୍ୱ ନେଇଆସୁଛି । ଦଳର ସଭାପତି ନବୀନ ବାବୁଙ୍କୁ ଓଡ଼ିଶା ଲୋକେ ୨୦୦୦ ମସିହାରୁ କ୍ରମାଗତ ଭାବେ ମୁଖ୍ୟମନ୍ତ୍ରୀ ପାଇଁ ଜନାଦେଶ ଦେଇ ଆସୁଛନ୍ତି । ୧୯୯୮-୨୦୦୯ ପର୍ଯ୍ୟନ୍ତ ବିଜେଡି-ବିଜେପି ମଧ୍ୟରେ ରହିଥିବା ମେଣ୍ଟ ଭାଙ୍ଗିଗଲା ପରେ ବି ବିଜେଡିି ବିଧାନସଭା ଓ ଲୋକସଭାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଅଛି ।
ଓଡ଼ିଶାର ଇତିହାସ ଦେଖିଲେ ଜଣାଯାଏ ଯେ, ଓଡ଼ିଶା ହେଉଛି ଆଞ୍ଚଳିକ ଦଳମାନଙ୍କର ଏକ ଏନ୍ତୁଡ଼ିଶାଳ । ସ୍ୱାଧୀନତା ପରବର୍ତ୍ତୀ ୧୯୫୧-୫୨ର ପ୍ରଥମ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କର ଆଞ୍ଚଳିକ ଦଳ, ‘ଗଣତନ୍ତ୍ର ପରିଷଦ’ ୩୧ଟି ବିଧାନସଭା ଆସନ ଲାଭ କରିଥିଲା । ସେହିପରି ୧୯୬୭ ବିଧାନସଭା ନିର୍ବାଚନରେ ଡଃ ହରେକୃଷ୍ଣ ମହତାବଙ୍କର ଆଞ୍ଚଳିକ ଦଳ ‘ଜନ କଂଗ୍ରେସ’ ଓ ୧୯୭୧ ବିଧାନସଭା ନିର୍ବାଚନରେ ବିଜୁବାବୁଙ୍କ ଦ୍ୱାରା ଗଠିତ ‘ଉତ୍କଳ କଂଗ୍ରେସ’ ଯଥାକ୍ରମେ ୨୬ ଓ ୩୩ଟି ବିଧାନସଭା ଆସନ ଜିତିଥିଲା । ୧୯୭୪ ବିଧାନସଭା ନିର୍ବାଚନ, ଓଡ଼ିଶା ଅଞ୍ଚଳିକ ଦଳମାନଙ୍କ ପାଇଁ ଶେଷ ପ୍ରଭାବଶାଳୀ ନିର୍ବାଚନ ଥିଲା । ଏହିସବୁ ଆଞ୍ଚଳିକ ଦଳମାନଙ୍କର ବିଶେଷତ୍ୱ ଥିଲା, ଏମାନେ ସମସ୍ତେ କଂଗ୍ରେସ-ବିରୋଧୀ ଆଞ୍ଚଳିକ ଦଳ । ୧୯୭୭ ମସିହାରେ ସବୁ ଆଞ୍ଚଳିକ ଦଳ ଏକାଠି ହୋଇ ‘ଜନତା ପାର୍ଟି’ରେ ବିଧାନସଭା ନିର୍ବାଚନ ଲଢ଼ିି ୧୧୦ଟି ବିଧାନସଭା ଆସନ ପାଇ ରାଜ୍ୟରେ ସରକାର କରିପାରିଥିଲେ । ୧୯୫୨ରୁ ୧୯୭୭ ମଧ୍ୟରେ, ଏମାନେ ଏକାକୀ ସରକାର କରିବା ପାଇଁ ଜନାଦେଶ ପାଇପାରି ନଥିଲେ । ଏହାପରେ ୧୯୮୦, ୧୯୮୫ ଓ ୧୯୯୫ ବିଧାନସଭା ନିର୍ବାଚନରେ କଂଗ୍ରେସର ଓଡ଼ିଶାରେ ନିର୍ଣ୍ଣାୟକ ବିଜୟ ତଥା ୧୯୯୦ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଜନତା ଦଳର ବିଜୟ, ରାଜ୍ୟରେ ଆଞ୍ଚଳିକ ଦଳର ବାତାବରଣକୁ ନଷ୍ଟ କରି ଜାତୀୟ ଦଳର ଆଧିପାତ୍ୟ ବିସ୍ତାର କଲା । ଏହି ସମୟକାଳରେ ଜାନକୀ ବାବୁ ଜାତୀୟ ଦଳ, କଂଗ୍ରେସର ନେତୃତ୍ୱ ନେବାବେଳେ, ବିଜୁବାବୁ ଜାତୀୟ ଅଣକଂଗ୍ରେସ ଶକ୍ତିର ନେତୃତ୍ୱ ନେଉଥିଲେ । ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ବିଜୁବାବୁଙ୍କ ଦେହାନ୍ତ ପରେ, ରାଜ୍ୟରେ କଂଗ୍ରେସ-ବିରୋଧୀ ମଞ୍ଚର ନେତୃତ୍ୱ କ୍ଷେତ୍ରରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ସେତେବେଳେ କେନ୍ଦ୍ରରେ ଜନତା ଦଳର ଦୁର୍ବଳ ନେତୃତ୍ୱ ଥିଲା । ଠିକ୍ ଏହି ସମୟରେ ବିଜୁ ଜନତା ଦଳର ଗଠନ ଓ ନବୀନ ବାବୁଙ୍କ ଆବିର୍ଭାବ ରାଜ୍ୟ ରାଜନୀତିରେ ଅଣକଂଗ୍ରେସ ନେତୃତ୍ୱର ଶୂନ୍ୟସ୍ଥାନକୁ ପୂରଣ କଲା । ଲୋକେ ନବୀନ ବାବୁଙ୍କୁ, ଅଣକଂଗ୍ରେସ ନେତା ହିସାବରେ ଗ୍ରହଣ କରି ପରୀକ୍ଷା କଲେ । ଏହି ସମୟରେ ରାଜ୍ୟରେ କମ୍ ସ୍ଥିତିରେ ଥିବା ବିଜେପି, ବିଜେଡି ସହିତ ମିଶି ଅଣକଂଗ୍ରେସ ମଞ୍ଚରୁ ନିଜର ରାଜନୈତିକ ଶକ୍ତି ବଢାଇବା ପାଇଁ ଲକ୍ଷ୍ୟ ରଖି ବିଜେଡ଼ି ସହିତ ମେଣ୍ଟ କଲା ଓ ନିର୍ବାଚନ ସଫଳତା ପାଇଲା । ୧୯୯୮, ୧୯୯୯ ଲୋକସଭା ନିର୍ବାଚନ ତଥା ୨୦୦୦, ୨୦୦୪ ବିଧାନସଭା ନିର୍ବାଚନ, ରାଜ୍ୟରେ ନବୀନ ବାବୁଙ୍କୁ ଅଣ କଂଗ୍ରେସ ନେତା ହିସାବରେ ପ୍ରତିଷ୍ଠିତ କଲା । ତେଣୁ ୨୦୦୯ ନିର୍ବାଚନରେ ଯେତେବେଳେ ବିଜେଡିି, ବିଜେପି ଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିଲା, ସେତେବେଳେ ଲୋକେ ବିଜେଡିକୁ ଅଣ କଂଗ୍ରେସ ଶକ୍ତି ହିସାବରେ ଜନାଦେଶ ଦେଇ, ବିଜେପିକୁ ଗୌଣ କରିଦେଲେ । ତେବେ ୨୦୦୯ ନିର୍ବାଚନରେ ବିଜେଡି-କମ୍ୟୁନିଷ୍ଟ ସହ ମେଣ୍ଟ କରିଥିଲା ଓ ବିଜେପି-ବିଜେଡିି ଫାଟରୁ ବିଜେପିର ବିପୁଳ କ୍ଷତି ହେବାବେଳେ କଂଗ୍ରେସ ଲାଭ କରିଥିଲା । ୨୦୧୪ରେ ବିଜେଡିି ଏକୁଟିଆ ନିର୍ବାଚନ ଲଢ଼ି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇ ଲୋକସଭା ଓ ବିଧାନସଭାରେ ଅଧିକ ପ୍ରତିଷ୍ଠିତ ହେଲା । ୨୦୧୪ ବେଳକୁ, ବିଜେଡି, ଅଣକଂଗ୍ରେସ ଶକ୍ତିର ଉତ୍ସ ଓ ଆଞ୍ଚଳିକବାଦ ସହିତ ‘ୱେଲ୍‌ଫେୟାରିଜିମ୍‌’କୁ ଦଳର ନୀତି ସହ ଯୋଡ଼ି ସାରିଥିଲା । ରାଜ୍ୟ ସରକାରଙ୍କର ୨ ଟଙ୍କିଆ ଚାଉଳ ଯୋଜନା ବିଜେଡିିର ‘ୱେଲ୍‌ଫେୟାରିଜିମ୍‌’ର ଫ୍ଲାଗସିପ୍ କାର୍ଯ୍ୟକ୍ରମ ହୋଇ ସାରିଥିଲା ।
୨୦୧୯ ବିଧାନସଭା ନିର୍ବାଚନ, ବିଜେଡ଼ି ପାଇଁ ଏକ ଚ୍ୟାଲେଞ୍ଜ ଥିଲା କାରଣ ସେତେବେଳେ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ହାୱା ଦେଶରେ ବହୁଥିଲା । କିନ୍ତୁ ଏହି ସମୟରେ ବିଜେଡ଼ି, ‘ସମଦୂରତ୍ୱ-ତତ୍ତ୍ୱ’ କଥା କହି କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତ୍ୱ ରଖି ରାଜ୍ୟରେ ତୃତୀୟ ବିକଳ୍ପ ଶକ୍ତିର ଭୂମିକା ଉପସ୍ଥାପନା କରିଦେଲା । ୨୦୦୯ରେ ୟୁପିଏ ଓ ୨୦୧୪ରେ କେନ୍ଦ୍ରରେ ଏନ୍‌ଡିଏ ସରକାରରେ ବିଜେଡ଼ି ଅଂଶଗ୍ରହଣ ନ କରିଥିବାରୁ ଲୋକେ ବିଜେଡ଼ିର ସମଦୂରତ୍ୱ ତତ୍ତ୍ୱକୁ ବିଶ୍ୱାସ କଲେ । ତେଣୁ ୨୦୧୯ ନିର୍ବାଚନରେ ଲୋକେ ଆଶ୍ଚର୍ଯ୍ୟଜନକ ଭାବେ ‘ବିଭାଜିତ-ଭୋଟଦାନ’ କଲେ । ରାଜ୍ୟର ଲୋକେ ବିଜେଡ଼ିକୁ ଅଧିକ ପ୍ରତିଶତ ଭୋଟ ଓ ଆସନରେ ବିଧାନସଭା ନିର୍ବାଚନରେ ଜିତାଇ, ବିଜେପିକୁ ୮ଟି ଲୋକସଭା ଆସନ ଦେଲେ । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଉଲ୍ଲେଖ କରି କହିଲେ ଯେ, ଓଡ଼ିଶା ଲୋକେ ରାଜନୈତିକ ପରିପକ୍ୱ ହୋଇଥିବାରୁ ରାଜ୍ୟ ଶାସନ ପାଇଁ ନବୀନ ବାବୁଙ୍କୁ ଭୋଟ ଦେଇ ବିଜେପିକୁ କେନ୍ଦ୍ର ଶାସନ ପାଇଁ ଭୋଟ ଦେଲେ । ଏହାର ଅର୍ଥ ହେଲା ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟ ଶାସନ ପାଇଁ ନବୀନ ବାବୁଙ୍କ ଲୋକପ୍ରିୟତାକୁ ସ୍ୱୀକାର କଲେ । ଏହା ସହିତ ବିଜେଡିି ଓ ଏନ୍‌.ସି.ପି. ୨ଟି ଶୃଙ୍ଖଳିତ ଦଳ ବୋଲି ସାଂସଦରେ କହିଲେ । ରାଜନୈତିକ ପରିପକ୍ୱ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ସାର୍ଟିିିଫିକେଟ୍ ନବୀନ ବାବୁଙ୍କର ଦଳ ପରିଚାଳନା ଦକ୍ଷତାକୁ ସ୍ୱୀକୃତି ଦେଲା । ଯେଉଁ ୨ଟି ଆଞ୍ଚଳିକ ଦଳକୁ ପ୍ରଧାନମନ୍ତ୍ରୀ ସ୍ୱୀକୃତି ଦେଲେ, ସେଥିରୁ ବିଜେଡ଼ି ହିଁ ଏକମାତ୍ର ଦଳ ଯିଏକି ୨୦୦୦ ମସିହାରୁ କ୍ରମାଗତଭାବେ ଲୋକଙ୍କ ବିଶ୍ୱାସଭାଜନ ହୋଇ ଆସୁଅଛି । ତେଣୁ ବିଜେଡିି, ଦେଶର ୧ ନମ୍ବର ଆଞ୍ଚଳିକ ଦଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଭାରତରେ ବିଭିନ୍ନ ଆଞ୍ଚଳିକ ଦଳ ଥିବାବେଳେ, ବିଜେଡିିର ଏତେମାତ୍ରାରେ ସଫଳତାର କାରଣ କ’ଣ ହୋଇପାରେ? କେତେକ ଆଞ୍ଚଳିକ ଦଳ, ଜାତି, ଧର୍ମ, ଗୋଷ୍ଠୀ, ଉଗ୍ର ଆଞ୍ଚଳିକବାଦର ରାଜନୀତି କରୁଥିବା ବେଳେ, ବିଜେଡି ଏକ ନୂଆ ବିଚାରଧାରାର ରାଜନୀତି କରୁଛି ଓ ଏହି ରାଜନୈତିକ ବିଚାରଧାରାରେ ସମୟଯୋଗୀ ପରିବର୍ତ୍ତନ ଆଣୁଛି, ଯେପରି ୟୁରୋପୀୟ ରାଷ୍ଟ୍ରର ରାଜନୈତିକ ଦଳମାନେ ସେମାନଙ୍କ ବିଚାରଧାରାରେ ସମୟ ଉପଯୋଗୀ ପରିବର୍ତ୍ତନ ଆଣୁଛନ୍ତି । ପ୍ରଥମେ ବିଜେଡି, ଅଣକଂଗ୍ରେସ ଆଞ୍ଚଳିକ ଦଳ ହିସାବରେ ପ୍ରତିଷ୍ଠିତ ହେଲା । ପରେ ଏହା ଅଣକଂଗ୍ରେସ ଓ ଅଣବିଜେପି, ଆଞ୍ଚଳିକ ଦଳ ଆଦର୍ଶକୁ ରୂପାନ୍ତରିତ ହେଲା । ଏହା ସହିତ ବିଜେଡିି, ‘ଅର୍ଥନୀତିଭିତ୍ତିକ ଓ ଲିଙ୍ଗଭିତ୍ତିକ ସାମାଜିକ ନ୍ୟାୟ’ ଉପରେ ‘ଜନମଙ୍ଗଳ କାର୍ଯ୍ୟକ୍ରମ’ ବା ୱେଲ୍‌ଫେୟାରିଜିମ୍‌’କୁ ପ୍ରତିଷ୍ଠିତ କଲା । ଏବେ ସଂସ୍କୃତି ସୁରକ୍ଷାକୁ ଦଳ, ନିଜର ଆଦର୍ଶ ସହିତ ସାମିଲ୍ କରିବା ଦେଖାଯାଉଛି । ଏହିପରି ବିଜେଡି ଦେଶରେ ଅନ୍ୟ ଆଞ୍ଚଳିକ ଦଳ ପାଇଁ ଏକ ସଫଳ ମଡେଲ ହୋଇଛି ।
                                                                                                                                                                                     ଲଳିତ ମୋହନ ମିଶ୍ର
                                                                                                                                                                                    ସ୍ତମ୍ଭକାର, ଭୁବନେଶ୍ୱର
                                                                                                                                                                                   ମୋ : ୯୪୩୯୧୭୮୫୮୮

ରାଜ୍ୟକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍: ୧୭ ଆକ୍ରାନ୍ତ ପରେ କଟକଣା ଲାଗୁ କଲା ପ୍ରଶାସନ

ନିଆଳି: ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଭୂତାଣୁ ସଂକ୍ରମଣ ଅପେକ୍ଷାକୃତ କମ୍ ଥିବା ବେଳେ ନିଆଳିରେ ସ୍ଥିତି ଭିନ୍ନ ରହିଛି । କଣ୍ଟାପଡ଼ାରେ ୧୭ କରୋନା ଆକ୍ରାନ୍ତ ଓ ଜଣଙ୍କ ମୃତ୍ୟୁ ଘଟିଛି । ପରେ ଏହା ପରେ ନୂଆସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଜାନୁଆରୀ ୪ ତାରିଖ ଯାଏଁ ସମ୍ପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ କଟକଣା ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଲାଗୁ ନିୟମ ମୁତାବକ ଜୋନ୍ ଅନ୍ତର୍ଗତ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । କଣ୍ଟାପଡ଼ା ବିଡିଓଙ୍କୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ ଦିଆଯାଇଛି । ନୂଆସାହି ଖଣ୍ଡାସାଇଲୋ ଗାଁରୁ ବଡ଼ପାଟସୁନ୍ଦରପୁର ଯାଏଁ ଚଳାଚଳ ବନ୍ଦ ରହିଛି ।

ଏଥିସହିତ ପଢ଼ନ୍ତୁ: ୨୨ ରାଜ୍ୟରେ ଚାଲିଛି ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିଥିବା କହିଲା ଆଇସିଏମ୍‌ଆର

 

ଘରେ ପଶିଲେ, ବନ୍ଧୁକ ଦେଖାଇ ୪୦ ଭରି ସୁନା ଗହଣା ଲୁଟିଲେ

କଳାହାଣ୍ଡି: ବନ୍ଧୁକ ମୁନରେ ଲୁଟ୍ । ମଧ୍ୟରାତ୍ରିରେ ଘରେ ପଶି ଲୁଟି ନେଲେ ୪୦ ଭରି ସୁନା ଗହଣା, ଟଙ୍କା, ବୁଲେଟ ଓ ଟିଭି l କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟର ଗାଁ ରେ ଘଟିଛି ଏହି ବଡ଼ ଧରଣର ଲୁଟ୍ l ଯଯାତୀ ପାଟ୍ଟଯୋଶୀଙ୍କ ଘରୁ ଲୁଟି ନେଇ ଦୁର୍ବୃତ୍ତ ଫେରାର l ବିଭିନ୍ନ ମାରଣାସ୍ତ୍ର ଦେଖାଇ ପରିବାରକୁ ଭୟଭୀତ କରିଥିଲେ । ପରିବାର ଲୋକଙ୍କୁ ଜମାନ ବନ୍ଧି ରଖିବା ସହ ୫ରୁ ଅଧିକ ଡକାୟତ ଅଧ ଘଣ୍ଟା ଧରି ଫିଲ୍ମ ଷ୍ଟାଇଲରେ ଲୁଟ୍ କରିଥିବା ଅଭିଯୋଗ ହୋଇଛି l ଘରର କବାଟ ଭାଙ୍ଗିବା ସହ କୁକୁରକୁ ଆକ୍ରମଣ କରି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । କୋକସରା ପୋଲିସ ଓ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ମିଳିତ ତଦନ୍ତ ଜାରି ରହିଛି ।

ବକ୍ସିଂ ଡେ’ ଟେଷ୍ଟ: ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆର ଲଢ଼ୁଆ ବ୍ୟାଟିଂ

0

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଭଲ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ଓପନର ଜୋ ବୋନ୍ସ ଓ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍‌ ଶୂନ ରନରେ ପେଭିଲିୟନ୍ ଫେରିଛନ୍ତି । ଅପରପକ୍ଷରେ ମାଥ୍ୟୁ ଓ୍ୱାଡେ ୩୦ ରନ୍ କରି ଅଶ୍ୱିନଙ୍କ ଶିକାର ହୋଇଛନ୍ତି । ଖବର ଲେଖା ହେବା ଯାଏଁ ହେଡ୍ ୩୯ ଏବଂ ଲାବୁସାନେ ୩୮ ରନ କରି ବ୍ୟାଟିଂ କରୁଥିବା ବେଳେ ଅଷ୍ଟ୍ରେଲିଆର ଦଳ ୩ ଓ୍ୱିକେଟ ବିନିମୟରେ ୧୧୩ ରନ୍ ହାସଲ କରିପାରିଛି ।

ତେବେ ରେଗୁଲାର କ୍ୟାପଟେନ୍ ବିରାଟ କୋହଲୀଙ୍କ ସ୍ଥାନରେ ଆଜିର ମ୍ୟାଚ୍‌ରେ ଟିମ୍‌ର ନେତୃତ୍ୱ ନେଉଛନ୍ତି ଅଜଙ୍କ୍ୟ ରାହାଣେ । ଋଦ୍ଧମାନ ସାହ ଓ କୋହଲୀଙ୍କ ସ୍ଥାନରେ ପନ୍ତ ଓ ଜାଦେଜାଙ୍କ ଦଳରେ ସ୍ଥାନ ପାଇଛନ୍ତି । ପୃଥିୀ ସା’ ମଧ୍ୟ ଦଳରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଶୁବମନ ଗିଲ୍ ଦଳରେ ସାମିଲ ହୋଇଛନ୍ତି । ସେହିଭଳି ଯୁବ ବୋଲର ମହମ୍ମଦ ସିରାଜ୍‌ଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି ।

Image

ଅଜିଙ୍କ୍ୟ ରାହାଣେ(ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ, ଶୁବମାନ୍ ଗିଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ଥ (ଓ୍ୱିକେଟ ରକ୍ଷକ),ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ଯଶପ୍ରୀତ ବୁମ୍‌ରା, ମହମ୍ମଦ ସିରାଜ୍‌

ଏଥିସହିତ ପଢ଼ନ୍ତୁ: ଦେବାଶିଷ ମହାନ୍ତି, BCCI ଚୟନ କମିଟିର ସଦସ୍ୟ ନିଯୁକ୍ତ

 

ରିଲିଜ ହେବ ହରର ଫିଲ୍ମ ‘12 O Clock ’

ନୂଆଦିଲ୍ଲୀ: ଏକାଧିକ ତାମିଲ ଏବଂ ତେଲୁଗୁ ଭାଷାରେ ଫିଲ୍ମର ନିର୍ଦ୍ଦେଶନା ଦେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାମ ଗୋପାଲ ବର୍ମା । କେବଳ ନିର୍ଦ୍ଦେଶକ ନୁହଁନ୍ତି ବରଂ ଲେଖକ ଏବଂ ନିର୍ମାତା ମଧ୍ୟ । ଅପରାଧିକ ଫିଲ୍ମ ବ୍ୟତୀତ ହରର ଫିଲ୍ମ ନିର୍ମାଣ କରିବାରେ ସେ ଖୁବ ଜଣାଶୁଣା । ଲକଡାଉନ ପରେ ରାମ ଗୋପାଲ ବର୍ମା ତାଙ୍କ ଦର୍ଶକଙ୍କୁ ହରର ଫିଲ୍ମ ଉପହାର ଦେବାପାଇଁ ପ୍ରସ୍ତୁତ । ତାଙ୍କ ଆଗାମୀ ଫିଲ୍ମର ନାଁ ହେଉଛି ’12 ‘o’ Clock । ଏହି ଫିଲ୍ମ ଏକ ସାଇକୋଲୋଜିକାଲ ହରର ଥ୍ରିଲର ।

ତେବେ ସାଇକୋଲୋଜିକାଲ ସ୍ତରରେ ଯେତେବେଳେ କୌଣସି ଦୃଶ୍ୟ ଦେଖିବାକୁ ମିଳେ ଏବଂ ଦର୍ଶକଙ୍କ କଳ୍ପନା ସତ ହୋଇଯାଏ, ତାହା ସେମାନଙ୍କର ମନୋରଞ୍ଜନ କରେ, ବୋଲି କହିଛନ୍ତି ରାମ ଗୋପାଲ ଶର୍ମା । ତେବେ ଅନ୍ୟ ସିନେମା ବ୍ୟତୀତ ରାମ ଗୋପାଲ ବର୍ମା ହରର ସିନେମା ନିର୍ମାଣ କରିବାକୁ ବେଶ୍‌ପସନ୍ଦ କରନ୍ତି ।

ଫିଲ୍ମରେ ନୂଆ ଟେକନିକ ବ୍ୟବହାର ହୋଇଥିବାର ଦେଖିବାକୁ ମିଳିବ । ତେବେ ଏହି ଟେକନିକ୍‌ମାଧ୍ୟମରେ ଦର୍ଶକଙ୍କୁ ଡରାଇବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି ରାମ ଗୋପାଲ । କେବଳ ସେତିକି ନୁହେଁ ବାହୁବଳୀର ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଥିବା ଏମ୍‌.ଏମ୍‌.କିରାବନୀ ପ୍ରଥମ ଥର ହରର ଫିଲ୍ମରେ ମ୍ୟୁଜିକ୍‌ଦେଇଛନ୍ତି ।

ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ,ମକରନ୍ଦ ଦିଶାପାଣ୍ଡେ,ଦିବ୍ୟା ଜଗଦଲେ, ମାନବ କୌଲ,ଅଲି ଅଜଗର,ଆଶିଷ ବିଦ୍ୟାର୍ଥୀ ଓ ଦଲିପ ତାହିଲ ଆଦି ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମ ୮ ଜାନୁୟାରୀ ୨୦୨୧କୁ ସିନେମାଘରେ ରିଲିଜ ହେବାକୁ ଯାଉଛି ।

ଅନୁଗୁଳରେ କଚାଡ଼ି ମାରିଲା ହାତୀ: ଜଣେ ମୃତ, ଅନ୍ୟ ଜଣଙ୍କୁ ଏସସିବି ସ୍ଥାନାନ୍ତର

0

ଅନୁଗୁଳରେ ଗଜରାଜ ଆତଙ୍କ । ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ  । ଗତକାଲି ଛେଣ୍ଡିପଦା ବନାଞ୍ଚଳ ମଣ୍ଡୁଆ ଗାଁର ଦୁଇ ଜଣ ନାବାଳକ ଗାଁ ମୁଣ୍ଡରେ ନାଳ ପାଖରେ ଥିଲେ । ହଠାତ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା । ହାତୀ ଉଭୟଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଗ୍ରାମବାସୀ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତ ରାଉତ ନାମକ ବାଳକର ମୃତ୍ୟୁ ହୋଇଥିବା ବେଳେ ଚନ୍ଦନ ସାହୁଙ୍କ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଞ୍ଚଳରେ ହାତୀ ଉତ୍ପାତ ବଢିଥିବା ବେଳେ ଗାଁ ମୁହଁ ହେଉଛନ୍ତି ହାତୀ । ହାତୀ ଘଉଡାଇବାକୁ ବନ ବିଭାଗର ପ୍ରୟାସ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଇଚ୍ଛାଶକ୍ତି ଆଗରେ ହାରମାନେ ସବୁ ବାଧାବିଘ୍ନ, ୬୪ ବର୍ଷ ବୟସରେ ଡାକ୍ତରୀ ପଢ଼ା ପାଇଁ ଲେଖାଇଲେ ନାଁ

ପୁରୀରେ ସାଧାରଣ ଦର୍ଶନ ଆରମ୍ଭ

ପୁରୀ: ଆଜିଠୁ ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ  ଶ୍ରୀକ୍ଷେତ୍ରବାସୀ । ଏସଓପି ଅନୁଯାୟୀ ୱାର୍ଡ ୱାରୀ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ସୂଚନା ମୁତାବକ ତିନୋଟି ସିଫ୍ଟରେ ପହୁଡ଼ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଅନୁଷ୍ଠିତ ହେଉଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ବ୍ୟାରିକେଡ ଦେଇ  ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପ୍ରବେଶ ପୂର୍ବରୁ ଭକ୍ତଙ୍କ ପରିଚୟ ପତ୍ର ଓ ଟୋକନ ଯାଞ୍ଚ କରାଯିବା ପରେ ଫଟୋ ଉଠାଯିବ । ଯାହାପରେ ଭକ୍ତଙ୍କ ପାଇଁ ମୁଖ୍ୟଦ୍ୱାର ନିକଟରେ ସାନିଟାଇଜ୍ ବ୍ୟବସ୍ଥା କରିଛି ପ୍ରଶାସନ।

 

ଶୃଙ୍ଖଳିତ ଦର୍ଶନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ୧୮ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ୭ଟି ୱାର୍ଡର ଲୋକ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବେ । ୩୧ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି ।

ତେବେ ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ପରିଚୟ ପତ୍ର ଓ ଟୋକନ ଚେକିଂ ବାଧ୍ୟତାମୂଳକ କରାଯାଇଛି ।

୨୪ ବର୍ଷରେ ପାଦ ଥାପିଛି ବିଜେଡି: ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ ହେବ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ୨୪ ବର୍ଷରେ ପାଦ ଥାପିଛି ବିଜୁ ଜନତା ଦଳ ।  ଭୁବନେଶ୍ବର ରାଜ୍ୟ ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଭର୍ଚୁଆଲରେ ରହି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି । ଗାଁ ଗାଁରେ ବିଜେଡି ସରକାରର ୨୦ ବର୍ଷର ସଫଳତା ବାର୍ତ୍ତା ପହଞ୍ଚାଇବା ନେଇ କାମ କରିବାର ମାର୍ଗ ଦେଖାଇବେ ନବୀନ । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ନିଆଯାଇଥିବା ନିଷ୍ପତ୍ତି ଓ ରୂପରେଖ ନେଇ ପ୍ରତିଷ୍ଠା ଦିବସରେ କାର୍ମୀଙ୍କୁ ଅବଗତ କରାଯିବ  । ବିଜେଡିର ଯୁବ, ଛାତ୍ର ଓ ରାଜ୍ୟ କାର୍ଯ୍ୟକାରିଣୀରେ ସମୃଦ୍ଧ ଓଡ଼ିଶା ଗଠନ ନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଚିତ୍ର ଦେଖାଇଛନ୍ତି, ତାକୁ ଗାଁ ଗାଁରେ ପହଞ୍ଚାଇବା ପାଇଁ ପ୍ରତିଷ୍ଠା ଦିବସରେ ଖସଡ଼ା ପ୍ରସ୍ତୁତ କରାଯିବ । କରୋନା କଟକଣା ଭିତରେ ପାଳନ ହେବ ବିଜେଡିର ପ୍ରତିଷ୍ଠା ଦିବସ । ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି ପ୍ରସ୍ତୁତି ।

ଏଥିସହିତ ପଢ଼ନ୍ତୁ: ବିଜେଡିର ନୂଆ ମିଡିଆ ଟିମ୍: ୬ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର ଓ ୧୪ ପାନେଲିଷ୍ଟଙ୍କୁ ନିଯୁକ୍ତି ଦେଲା ଦଳ

ମିଛ କହୁଛନ୍ତି ମୋଦି, ଅଭିଯୋଗ କଲେ ଦିଦି

ନୂଆଦିଲ୍ଲୀ: ଦେଶର ୬ଟି ରାଜ୍ୟର ଅଢେଇ ହଜାର କୃଷକଙ୍କ ଶୁକ୍ରବାର ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ସେପଟେ   ପ୍ରଧାନମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ।  କିଶାନ ସମ୍ମାନ ନିଧି ଯୋଜନାରେ ପଶ୍ଚିମବଙ୍ଗର ଚାଷୀମାନେ ଲାଭ ପାଇ ନାହାଁନ୍ତି । ଏବେ ମଧ୍ୟ ଚାଷୀମାନେ ଆନ୍ଦୋଳନେର ବସିଛନ୍ତି। ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଲୋକଙ୍କୁ ପ୍ରଧାନମନ୍ତ୍ରୀ ବିଭ୍ରାନ୍ତ କରୁଛନ୍ତି । ମୋଦି ରାଜ୍ୟର ଭାବମୂର୍ତ୍ତିକୁ ନଷ୍ଟ କରୁଥିବା କହିଛନ୍ତି ମମତା  ।

ଖୋଦ ଆଇନ ଉଲ୍ଲଂଘନ କରୁଛି ବିଜେପି ସରକାର । ଏପର୍ଯ୍ୟନ୍ତ ମୋଟ ୮୦୦୦ କୋଟି ଟଙ୍କା ଜିଏସଟି ବକେୟା ବାକି ରଖିଛନ୍ତି କେନ୍ଦ୍ର ସରକାର  । ରାଜ୍ୟର ଉନ୍ନତି ପାଇଁ ବିଜେପି ସରକାର କୈଣସି ନିଷ୍ପତି କିମ୍ବା କାର୍ଯ୍ୟ କରିନାହିଁ  । ବଂର ରାଜ୍ୟକୁ ଅପଦସ୍ତ କରିଆସିଛି ବୋଲି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । ମୋଦି ମିଛ କହିବା ବଦଳରେ ଚାଷୀଙ୍କ ସ୍ୱାର୍ଥ କଥା ଚିନ୍ତା କରନ୍ତୁ ବୋଲି କହିଛନ୍ତି ମମତା ବାନାର୍ଜୀ ।