ଆରମ୍ଭ ହେଲା ଅନ୍ତରାଷ୍ଟ୍ରୀୟ ଏୟାର ଶୋ, ଦର୍ଶକଙ୍କ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ

1 min read

The Singapore Airshow...epa04068174 An aerial display of the Republic of Korea Air Force Black Eagles flying T-50 aircraft at a media preview of the Singapore Airshow at Changi Exhibition Centre in Singapore, 11 February 2014. The Singapore Airshow runs from 11 until 16 February 2014. EPA/Tom White

ବାଙ୍ଗାଲୋର: ଆଜିଠୁ ଆରମ୍ଭ ହେଉଛି ଅନ୍ତରାଷ୍ଟ୍ରୀୟ ଏୟାର ଶୋ। ବାଙ୍ଗାଲୋରଠାରେ ଆୟୋଜିତ ହେବାକୁ ଥିବା ଏହି ଏରୋ-ଇଣ୍ଡିଆ-୨୦୨୧ ଶୋ’ ଆସନ୍ତା ୩ଦିନ ଧରି ଚାଲିବ। ଏଥିରେ ଭାରତ ସମେତ ଅନ୍ୟ ରାଷ୍ଟ୍ରର ଯୁଦ୍ଧବିମାନ, ଅସ୍ତ୍ରଶସ୍ତ୍ର ଓ ଟେକ୍ନୋଲୋଜୀ ପ୍ରଦର୍ଶିତ ହେବ। ଏରୋ-ଇଣ୍ଡିଆ ଶୋ’ରେ ସାରା ବିଶ୍ୱର ପ୍ରତିରକ୍ଷା ବିଭାଗର ଅଧିକାରୀ ଓ କମ୍ପାନୀମାନେ ପରସ୍ପର ମଧ୍ୟରେ ବୈଠକ ଓ ଆଲୋଚନା କରିଥାନ୍ତି। ଏଠାରେ ଅନେକ ଡିଲ୍‌ ମଧ୍ୟ ହୋଇଥାଏ। ଏଥର କରୋନା ମହାମରୀକୁ ଦୃଷ୍ଟିରେ ରଖି କିଛି ନୂଆ ନିୟମ ଲାଗୁ କରାଯାଇଛି। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଓ ସାନିଟାଇଜେଶନକୁ ଏଠାରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାସହ ଶୋ’ ଦେଖିବାକୁ ଆସୁଥିବା ଦର୍ଶକଙ୍କୁ ୭୨ ଘଣ୍ଟା ମଧ୍ୟରେ କରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

Leave a Reply