spot_img
Home Blog Page 6176

ବଲାଙ୍ଗୀର ସୁଦପଡା ରେଳ ଫାଟକରେ ଦୁର୍ଘଟଣା, ୨ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀରର ସୁଦପଡା ରେଳ ଫାଟକରେ ଦୁର୍ଘଟଣା ଘଟିଛି । ଯେଉଁଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ମୁତାବକ, ନିଶାଶକ୍ତ ଅବସ୍ଥାରେ ମଦ ପିଇ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ବେଳେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇବାରୁ କାରଟି ରେଳ ଫାଟକ ଭାଙ୍ଗି ଭିତରକୁ ପଶି ଯାଇଛି । ରେଳ ଫାଟକ ପଡ଼ିଥିବାରୁ ଅଟକି ଥିବା ଦୁଇ ଜଣ ବାଇକ ଆରୋହୀକୁ ମଧ୍ୟ ଧକ୍କା ଦେଇଛି । ଯାହା ଫଳରେ ୨ଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଦୁର୍ଘଟଣା ଘଟାଇ ଥିବା କାର ଭିତରେ ମଦ ବୋତଲ ପଡିଥିବା ନଜର ଆସିଛି । କାରଟି ଗଞ୍ଜାମ ଜିଲ୍ଲାର ରାମକୃଷ୍ଣ ତ୍ରିପାଠୀଙ୍କ ବୋଲି ଜଣାପଡିଛି । କାରରେ ଥିବା ସମସ୍ତ ୫ଜଣ ମଦ୍ୟପ ଅବସ୍ଥାରେ ଥିବା ଜାଣିବାକୁ ମିଳିଛି। ସମସ୍ତେ ମାତ୍ରାଧିକ ମଦ୍ୟପାନ କରିବା ସହ ଖୁବ ଦ୍ରୁତ ବେଗରେ ଆସି ଫଟକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଫଳରେ କାରରେ ଥିବା କିଛି ଲୋକ ମଧ୍ୟ ଆହତ ହୋଇଥିବା ବେଳେ ଜଣକର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ତେବେ ବାଇକରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହୋମଗାର୍ଡ ଥିବା ଜଣାପଡିଛି । ପରେ ଘଟଣାସ୍ଥଳରେ ପହଞ୍ଚି ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇ ଥିବା କାରକୁ ଜବତ କରିଛି ।

ଜାନୁଆରି ୧ ରୁ ଆରମ୍ଭ ହେବାକୁ ଯାଉଛି ସରଳ ଜୀବନ ବୀମା, ଜାଣନ୍ତୁ କେମିତି ହେବେ ଲାଭବାନ ?

ନୂଆଦିଲ୍ଲୀ: ଯେଉଁ ଲୋକମାନେ ଜୀବନ ବୀମା କରିବାକୁ ଚାହୁଁଛନ୍ତି  ସେମାନଙ୍କ ପାଇଁ ଖୁସି ଖବର । ନୂଆ ବର୍ଷ ଠାରୁ ଜୀବନ ବୀମା ପଲିସି କିରିବା ବହୁତ ସହଜ ହେବାକୁ ଯାଉଛି । ବୀମା ନିୟାମକ ସଂସ୍ଥା IRDAI ସବୁ ବୀମା କମ୍ପନୀ ଗୁଡ଼ିକୁ ଆସନ୍ତା ବର୍ଷ ଜାନୁଆରି ୧ରୁ ସରଳ ଜୀବନ ବୀମା ଲଞ୍ଚ କରିବାକୁ କହିଛନ୍ତି । ଏହା ଏକ ସରଳ ଟର୍ମ ବୀମା ହେବ । ଏଥିରେ ଗ୍ରାହକମାନଙ୍କୁ କମ୍ପାନୀ ତରଫରୁ ପୂର୍ବରୁ ଦିଆଯାଇଥିବା ସୂଚନା ଆଧାରରେ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଏହି ଜୀବନ ବୀମା ବିଷୟରେ…

ସରଳ ଜୀବନ ବୀମା କ’ଣ?

ସରଳ ଜୀବନ ବୀମା ଏକ ପୂର୍ଣ୍ଣକାଳୀନ ଜୀବନ ବୀମା । ଯେଉଁଥିରେ ୧୮ ରୁ ୬୫ ବର୍ଷ ମଧ୍ୟରେ ଥିବା ଲୋକମାନେ ଏହି ବୀମା କରିବାକୁ ସକ୍ଷମ ହେବେ । ଇନସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍ ଇଣ୍ଡିଆ (IRDAI) ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ନୀତିଗୁଡିକର ଅବଧି ୪ ବର୍ଷରୁ ୪୦ ବର୍ଷ ରହିବ । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆପଣ ସରଳ ଜୀବନ ବୀମା କ୍ଷେତ୍ରରେ ୫ ଲକ୍ଷରୁ ୨୫ ଲକ୍ଷ ପର୍ଯ୍ୟନ୍ତ ପଲିସି କରିପାରିବେ ।

ସମସ୍ତ କମ୍ପାନୀର ସର୍ତ୍ତାବଳୀ ଏବଂ ସର୍ତ୍ତ ସମାନ ରହିବ

ସମସ୍ତ ବୀମା କମ୍ପାନୀଗୁଡିକର ସର୍ତ୍ତାବଳୀ ଏବଂ ସର୍ତ୍ତ ସମାନ ରହିବ, ଯେଉଁଥିରେ ନିଶ୍ଚିତ ହୋଇଥିବା ରାଶି ଏବଂ ପ୍ରିମିୟମ୍ ମଧ୍ୟ ସମାନ ରହିବ । ଫଳରେ, ବୀମାର ଅବଧି ସମାପ୍ତ ହେବା ସମୟରେ ବିବାଦର ସମ୍ଭାବନା ବହୁତ କମ୍ ରହିବ । ଗ୍ରାହକ ଯୋଜନାଗୁଡ଼ିକ ବାଛିବା ସମୟରେ, ଯୋଜନାର ମୂଲ୍ୟ ଏବଂ ମାନକକୁ ତୁଳନା କରି କେଉଁ ବୀମା କରିବେ ସେ ନେଇ ନିଷ୍ପତ୍ତି ନେଇପାରିବେ ।

୪୫ ଦିନର ପଲିସି ମାଧ୍ୟମରେ ହୋଇପାରିବେ ଲାଭବାନ

ପଲିସି ଜାରି ହେବାର ୪୫ ଦିନ ମଧ୍ୟରେ ଯଦି ପଲିସିଧାରୀଙ୍କର ମୃତ୍ୟୁ ହୁଏ, ତେବେ ଦୁର୍ଘଟଣାରେ ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ପରିସ୍ଥିତିରେ ଦେୟ ପ୍ରଦାନ କରାଯିବ ନାହିଁ । ସରଳ ଜୀବନ ବୀମା ଅଧୀନରେ ଗ୍ରାହକମାନେ କୌଣସି ମାଚ୍ୟୁରିଟି ଲାଭ ଏବଂ ସରେଣ୍ଡର ମୂଲ୍ୟ ମଧ୍ୟ ପାଇ ପାରିବେ ନାହିଁ ।

ଆତ୍ମହତ୍ୟା ମାମଲାରେ ପଲିସିର ସୁବିଧା ମିଳିପାରିବ ନାହିଁ

ପଲିସି କାର୍ଯ୍ୟକାଳ ମଧ୍ୟରେ ପଲିସି ଧାରକଙ୍କ ମୃତ୍ୟୁ ପରେ, ନିଶ୍ଚିତ ହୋଇଥିବା ତାଙ୍କ ମନୋନୀତ ବ୍ୟକ୍ତି ସେହି ରାଶି ପାଇବାକୁ ସକ୍ଷମ ହୋଇପାରିବେ । ଆତ୍ମହତ୍ୟା ମାମଲାରେ ଏହି ନୀତି ଅନୁଯାୟୀ କୌଣସି ବୀମା ରାଶି ମିଳିବ ନାହିଁ ।

କୃଷି ନୀତିକୁ ବିରୋଧ, ସିଟୁ ଶ୍ରମିକ ସଂଗଠନର ଦେଶବ୍ୟାପୀ ଆନ୍ଦୋଳନ

ରାଉରକେଲା: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୋଧରେ ଆଜି ଦେଶବ୍ୟାପୀ ଆନ୍ଦୋଳନ କରୁଛି ସିଟୁ ଶ୍ରମିକ ସଂଗଠନ । ଏହାକୁ ସମର୍ଥନ କରୁଛନ୍ତି ରାଉରକେଲାର ଅନେକ ଶ୍ରମିକ ସଂଗଠନ ।

ଏହି ନୀତିକୁ ବିରୋଧ କରି ୧୦ ଦଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଶ୍ରମିକମାନେ। କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷକ ଆଇନ, ୪ଟି ଲେବର୍‌ ଆଇନ, ବିଦ୍ୟୁତ ଆଇନ ପ୍ରତ୍ୟାହାର ଦାବି କରିଛି ସଂଗଠନ।

ଏହାସହିତ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ବେକାରଙ୍କୁ କର୍ମ ନିଯୁକ୍ତି ଯୋଗାଇଦେବା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ କରୁଛି ସିଟୁ ଶ୍ରମିକ ସଂଗଠନ ।

ସେହିପରି ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ଏହି ବୈଠକ। ଏଥିରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ମାନେ ଚାଷୀ ସଂଗଠନ ସହ ଆଲୋଚନା କରିବେ। ମୁଖ୍ୟତଃ ତିନୋଟି ନୂଆ କୃଷି ଆଇନ ଉପରେ ଆଲୋଚନା ହେବ ।

ସମ୍ପୂର୍ଣ୍ଣ ଭାବେ ଆଇନ୍ ଫେରାଇ ନେବା ପାଇଁ ଚାଷୀମାନେ ଦାବି କରୁଥିବା ବେଳେ ସରକାର ଏଥିରେ କିଛିଟା ସଂଶୋଧନ କରିବା ପାଇଁ ରାଜି ହୋଇଛନ୍ତି । ଏଥି ସହ ଏମଏସପିରେ ଗ୍ୟାରେଣ୍ଟି ନେଇ ଦାବି କରି ଆସୁଛନ୍ତି ଚାଷୀମାନେ ।

ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାର ବଦଳିଲା ଷ୍ଟିକର

ନୂଆଦିଲ୍ଲୀ: ବଦଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଓ ବିଜୁ ପକ୍କା ଘର ଯୋଜନାରେ ନିର୍ମିତ ବାସଗୃହର ଷ୍ଟିକର । ଏଣିକି ଉଭୟ ଯୋଜନାର ମିଳିତ ବ୍ରାଣ୍ଡିଂ ହେବ ।

ଏହି ଦୁଇ ଯୋଜନାରେ ନିର୍ମିତ ଘରେ ଗୋଟିଏ ପ୍ରକାର ଷ୍ଟିକର ଲାଗିବ। ଷ୍ଟିକରରେ ଦୁଇଟି ଯାକ ଯୋଜନାର ନାମ ଓ ଲୋଗୋ ରହିବ। ଏହି ଷ୍ଟିକରରେ ଉପଭୋକ୍ତାଙ୍କ ନାମ ଓ ଠିକଣା ରହିବ।

ଏହି ପ୍ରକ୍ରିୟା ୨୦୨୧ ଫେବୃଆରୀ ସୁଦ୍ଧା ଶେଷ କରିବାକୁ ପଞ୍ଚାୟତିରାଜ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୨୦୧୪-୧୫ ସୁଦ୍ଧା ଶେଷ ହୋଇଥିବା ଘରେ ନୂଆ ଷ୍ଟିକର ଲାଗିବ ନାହିଁ ।

ସେହିପରି ଗତ ଡିସେମ୍ବର ୧୬ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଓ୍ୱାଇ-ଜି) ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ପତ୍ରରେ ସେ ସମସ୍ତ ଯୋଗ୍ୟ ହିତାଧିକାରୀ ପରିବାରକୁ ସୁରକ୍ଷିତ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଯେଉଁଥିରେ ଫନି ବାତ୍ୟା ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ହିତାଧିକାରୀଙ୍କୁ  ସ୍ୱତନ୍ତ୍ର ପିଏମଓ୍ୱାଇ(ଜି) ଯୋଜନାରେ ଘର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।

ପତ୍ରରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ ଯେ, ଓଡ଼ିଶା ଫନି ବାତ୍ୟା ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲାର ୭ ଲକ୍ଷ ୮୭ ହଜାର ଘରକୁ ଜିଓ ଟ୍ୟାଗ୍ ଓ ଆଧାର ଯୁକ୍ତ କରିଛନ୍ତି । ଏହି ହିତାଧିକାରୀଙ୍କୁ  ପିଏମଏୱାଇ(ଜି)  ଯୋଜନାରେ ସାମିଲ କରାଯାଇ ପାରିବ । ଯାହାଦ୍ୱାରା  ଫନି ପ୍ରଭାବିତ ପରିବାରଙ୍କୁ ବାସଗୃହ ମିଳିବା ସହ ସୁରକ୍ଷିତ ଆଶ୍ରୟସ୍ଥଳୀ ମିଳି ପାରିବ ।

କେନ୍ଦ୍ର ସରକାର ଓ କୃଷି ସଂଗଠନ ମଧ୍ୟରେ ବସିବ ବୈଠକ

0

ନୂଆଦିଲ୍ଲ: ଆଜି କେନ୍ଦ୍ର ସରକାର ଓ କୃଷି ସଂଗଠନ ମଧ୍ୟରେ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସମାଧାନର ବାଟ ବାହାରିବା ନେଇ ଆଶା କରାଯାଉଛି।

ଆଜି ଅପରାହ୍ନ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ ଏହି ବୈଠକ। ଏଥିରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଅନ୍ୟ ଅଧିକାରୀ ମାନେ ଚାଷୀ ସଂଗଠନ ସହ ଆଲୋଚନା କରିବେ। ମୁଖ୍ୟତଃ ତିନୋଟି ନୂଆ କୃଷି ଆଇନ ଉପରେ ଆଲୋଚନା ହେବ ।

ସମ୍ପୂର୍ଣ୍ଣ ଭାବେ ଆଇନ୍ ଫେରାଇ ନେବା ପାଇଁ ଚାଷୀମାନେ ଦାବି କରୁଥିବା ବେଳେ ସରକାର ଏଥିରେ କିଛିଟା ସଂଶୋଧନ କରିବା ପାଇଁ ରାଜି ହୋଇଛନ୍ତି । ଏଥି ସହ ଏମଏସପିରେ ଗ୍ୟାରେଣ୍ଟି ନେଇ ଦାବି କରି ଆସୁଛନ୍ତି ଚାଷୀମାନେ ।

ତେବେ ଖରା ଓ ଶୀତରେ ଏକ ମାସରୁ ଅଧିକ ସମୟ ଧରି ଆନ୍ଦୋଳନରେ ବସି ରହିଛନ୍ତି ଲକ୍ଷ ଲକ୍ଷ ଚାଷୀ। ସରକାର ଯେପର୍ଯ୍ୟନ୍ତ ଦାବି ପୂରଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ସୂଚନା ଦେଇଛନ୍ତି ।

ଏହି ରାଶିର ବ୍ୟକ୍ତି ଆଜି ଯେକୌଣସି କାମ କରିବେ ସେଥିରେ ସଫଳତା ପାଇପାରନ୍ତି

ରାଶିଫଳ: ୩୦ ଡିସେମ୍ବର ୨୦୨୦, ବୁଧବାର

ମାର୍ଗଶିର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଦିନ ୯ଟା ୦୧ ପର୍ଯ୍ୟନ୍ତ ରହିବ

ଏହା ପରେ ପ୍ରତିପଦା ଆରମ୍ଭ ହେବ

ଆର୍ଦ୍ରା ନକ୍ଷତ୍ର ସନ୍ଧ୍ୟା ୬ଟା ୫୮ ପର୍ଯ୍ୟନ୍ତ ରହିବ

ଏହା ପରେ ପୁନର୍ବସୁ ନକ୍ଷତ୍ର ଆରମ୍ଭ

ସୂର୍ଯ୍ୟ ଧନୁ ରାଶିରେ ଏବଂ ଚନ୍ଦ୍ର ମିଥୁନ ରାଶିରେ ରହିବେ

ଯୋଗିନୀ ବାୟବ୍ୟ କୋଣରେ ୯ଟା ୦୧ ପର୍ଯ୍ୟନ୍ତ ରହିବେ

ଏହା ପରେ ଯୋଗିନୀ ପୂର୍ବେକୁ ଯିବେ

ଶୁଭ ସମୟ- ସକାଳ ୮ଟା ୩୪ ରୁ ଦିନ ୧୧ଟା ୨୮ ପର୍ଯ୍ୟନ୍ତ

ସନ୍ଧ୍ୟା ୬ଟା ୧୧ ରୁ ରାତି ୧୦ଟା ୩୨ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୧୧ଟା ୪୯ ରୁ ଦିନ ୧ଟା ୧୧ ମଧ୍ୟରପେ

ଘାତଚନ୍ଦ୍ର- କନ୍ୟା ରାଶି ପୁରୁଷଙ୍କର ଏବଂ ବିଛା,କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର

ରାଶିଫଳ

ମେଷ-

ଅଶ୍ୱିନୀ- ଦିନଟି ମଧ୍ୟମ ରହିବ, ପର୍ଥ ସମସ୍ୟାରେ ପଡି ପାରନ୍ତି

ଦ୍ୱିଜା- ଯେ କୌଣସି କାମ କରିବେ ସେଥିରେ ସଫଳ ରହିବେ

କୃତ୍ତିକା- ଫାଇନାନସ ବିଜିନେସ କରୁଥିବା  ବ୍ୟକ୍ତିଙ୍କର ଲାଭ ରହିବ

ସକାଳ ନିତ୍ୟକର୍ମ ସରିବା ପରେ ୭ଟି ତୁଳସୀ ପତ୍ର ଖାଆନ୍ତୁ

ବୃଷ-

କୃତ୍ତିକା- ଅର୍ଥଜନିତ ସମସ୍ୟାର ସମାଧାନ ହୋଇଯିବ

ରୋହିଣୀ- କର୍ମକ୍ଷେତ୍ରରେ ପ୍ରଶଂସା ସହ ଭଲ ଖାଦ୍ୟର ସୁଯୋଗ

ମୃଗଶିରା- ସାମାନ୍ୟ ଅସୁସ୍ଥ ରହିବେ, ଶରୀର ପୀଡା ଭୋଗ କରିବେ

କ୍ଷୀରରେ ହଳଦୀ ମିଶାଇ ମହାଦେବଙ୍କୁ ଅର୍ପଣ କରନ୍ତୁ

ମିଥୁନ-

ମୃଗଶିରା- କୌଣସି ଦ୍ରବ୍ୟ ହଜିଯାଇପାରେ, ସତର୍କ ରୁହନ୍ତୁ

ଆର୍ଦ୍ରା- ବହୁ ଦିନରୁ ଚାଲିଥିବା ସଂପତ୍ତି ବିବାଦର ସମାଧାନ ହେବ

ପୁନର୍ବସୁ-ଦିନଟି ମଧ୍ୟମ ଧରଣର ରହିବ, ଅନାବଶ୍ୟକ ଖର୍ଚ୍ଚ ହେବ

ଠେକୁଆ କିମ୍ବା ଛେଳିକୁ ଘାସ ଖାଇବାକୁ ଦିଅନ୍ତୁ

କର୍କଟ-

ପୁନର୍ବସୁ- କୌଣସି ଜାଗାରେ ପୁଞ୍ଜିନିବେଶ କରନ୍ତୁ ନାହିଁ, କ୍ଷତି ହୋଇପାରେ

ପୁଷ୍ୟା- ଧନ ଲାଭ ସହ ପରିବେଶ ବହୁତ ଭଲ ରହିବ

ଅଶ୍ଲେଷା-ମଧ୍ୟମ ରହିବ ଦିନଟି, ଧନହାନୀ, ଶରୀର ସାମାନ୍ୟ ଅସୁସ୍ଥ ରହିବ

ହଳଦିଆ ରଙ୍ଗର ବ୍ୟବହାର କରନ୍ତୁ

ସିଂହ-

ମଘା- ପୁରୁଣା ବନ୍ଧୁମାନଙ୍କ ସହ ମିଳନ ହେବ

ପୂର୍ବାଫାଲଗୁନି- ଆପଣଙ୍କ କଥାବାର୍ତ୍ତା ଯୋଗୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ

ଉତ୍ତରାଫାଲଗୁନି- ବନ୍ଧୁଙ୍କ ସହ ମିଶି ଯଦି କିଛି ନୂଆ କାର୍ଯ୍ୟ ଆରମ୍ଭ କରୁଛନ୍ତି

ବେଳଗଛ ମୂଳରେ କ୍ଷୀର ଢାଳି ପ୍ରଣାମ କରନ୍ତୁ

କନ୍ୟା-

ଉତ୍ତରାଫାଲଗୁନି- ଦିନଟି ବହୁତ ଭଲ ରହିବ, ଲୋନ୍ ମିଳିଯିବ

ହସ୍ତା- ଆପଣଙ୍କ ଅନ୍ତରଙ୍ଗ ଲୋକ ନେଇଥିବା  କରଜ ଆଜି ସୁଝିବେ

ଚିତ୍ରା- କରଜ ଆପଣ ନିଅନ୍ତୁ ନାହିଁ, ନଚେତ୍ ଅସୁବିଧାରେ ପଡିବେ

ଗଣେଶ ଠାକୁରଙ୍କୁ ଦୁବ ଅର୍ପଣ କରନ୍ତୁ

ତୁଳା-

ଚିତ୍ରା- ଘରୋଇ ଝଗଡାକୁ ସହଜରେ ସମାଧାନ କରିବେ

ସ୍ୱାତୀ- ବହୁ ଦିନରୁ ଆଶାବାଦୀ ଥିବା କାର୍ଯ୍ୟ ସଫଳ ହେବ

ବିଶାଖା- ସନ୍ତାନମାନଙ୍କର ଚିନ୍ତା ବଢିଯିବ

ଘରୁ ବାହାରିବା ପୂର୍ବରୁ  ଠାକୁରଙ୍କୁ ଅର ଛିଞ୍ଚି ହୁଅନ୍ତୁ

ବିଛା-

ବିଶାଖା-ଦିନଟି ମଧ୍ୟମ ଧରଣର ରହିବ, କର୍ମକ୍ଷେତ୍ରରେ ବହୁତ ବାଧାବିଘ୍ନ ଆସିପାରେ

ଅନୁରାଧା- ଆପଣଙ୍କର ଉତ୍ତମ କାର୍ଯ୍ୟ ପାଇଁ ଅନ୍ୟମାନେ ଈର୍ଷା କରିବେ

ଜ୍ୟେଷ୍ଠା- ସାମାନ୍ୟ ଚିନ୍ତାରେ ରହିବେ, ଜଗିରଖି କାମ କରନ୍ତୁ

ମହାଦେବଙ୍କୁ  ଗୁଡ,ଗଙ୍ଗାଜଳ ମିଶେଇ ଅର୍ପଣ କରନ୍ତୁ

ଧନୁ-

ମୂଳା- ପୁରୁଷମାନଙ୍କର ଆର୍ଥିକସ୍ଥିତି ଭଲ ରହିବ

ପୂର୍ବାଷାଢା-ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ସାମାନ୍ୟ ବିଚଳିତ ରହିବେ

ଉତ୍ତରାଷାଢା- ଅବିବାହିତ ପୁଅ,ଝିଅ ନିଜ ମା’ଙ୍କ  ଠାରୁ ଆଜି ଉପହାର ପାଇବେ

ଯେ କୌଣସି ଦେବୀ ମନ୍ଦିରରେ ମା’ଙ୍କ ଗାଧୋଇବା ଲାଗି ହଳଦୀ ଅର୍ପଣ କରନ୍ତୁ

ମକର-

ଉତ୍ତରାଷାଢା- ଆର୍ଥିକ ଖର୍ଚ୍ଚ ବଢିଯିବ କିନ୍ତୁ ପରିବାରରେ ଶାନ୍ତିର ପରିବେଶ ରହିବ

ଶ୍ରବଣା- କର୍ମକ୍ଷେତ୍ରରେ  ଉନ୍ନତି , ଗୃହିଣୀମାନେ ଆଜି ବିଶେଷ ଆନନ୍ଦିତ ରହିବେ

ଧନିଷ୍ଠା- ଅଧିକ ଖର୍ଚ୍ଚ ଯୋଗୁ ଚିନ୍ତାରେ ରହିବେ

କଳା ରଙ୍ଗର ବୁଲା କୁକୁରକୁ ହଳଦିଆ ରଙ୍ଗର ଖାଦ୍ୟ କିଛି ଦିଅନ୍ତୁ

କୁମ୍ଭ ରାଶି-

ଧନିଷ୍ଠା- ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିପାରେ

ଶତଭିଷା- ଅଚାନକ ଦୁର ଯାତ୍ରା କରିବାକୁ ପଡିପାରେ

ପୂର୍ବଭାଦ୍ର- କୌଣସି ଯାତ୍ରା କରିବା ବେଳେ ସତର୍କ ରୁହନ୍ତୁ

ଗୋଟିଏ ଲେମ୍ବୁକୁ ଫାଳ କରି ନିଜ ଉପରେ ବୁଲାଇ ଫୋପାଡି ଦିଅନ୍ତୁ

ମୀନ-

ପୂର୍ବଭାଦ୍ର- ନିଜ ଆତ୍ମୀୟଙ୍କର କିଛି  ଖବର ମନକୁ କଷ୍ଟ ଦେଇପାରେ

ଉତ୍ତରଭାଦ୍ର- ଘରେ ଶାନ୍ତିର ବାତାବରଣ ରହିବ

ରେବତୀ- ବନ୍ଧୁମାନଙ୍କୁ ସାହାଯ୍ୟ କରି ପ୍ରଶଂସା ପାଇବେ

ଗାଈକୁ କିଛି ଖାଇବାକୁ ଦିଅନ୍ତୁ

 

ଜ୍ୟୋତିର୍ବିଦ୍ ସନ୍ଧ୍ୟାରାଣୀ ମିଶ୍ର

ଯୋଗାଯୋଗ ନମ୍ବର-୮୪୫୬୦୧୪୪୭୭

ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲାର ବାସନ୍ତୀ କଲୋନୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ କଲୋନୀର ଦେବବ୍ରତ ମହାପାତ୍ରଙ୍କ ଘରେ କୗେଣସି କାରଣବଶତଃ ନିଆଁ ଲାଗିଯାଇଥିଲା ।

ରାତି ସାଢେ ଗୋଟାଏରେ ନିଆଁ ଲାଗିଥିବା ସୂଚନା ପାଇ ରାଉରକେଲା ଅଗ୍ନିଶମ ବିଭାଗ କର୍ମଚାରୀ ଓ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରୁ ବଡଧରଣର କ୍ଷୟକ୍ଷତିରୁ ବର୍ତ୍ତିଯାଇଛି ।

ନିଆଁକୁ ଆୟତ୍ତ କରିଵା ସହ ପ୍ରଥମ ତାଲାରେ ନିଆଁ ଧାସରେ ଫସି ରହିଥିବା ଘର ମାଲିକ ଦେବବ୍ରତ ମହାପାତ୍ରଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡରେ କାର, ବାଇକ ଓ ତିନୋଟି ସାଇକେଲ ଜଳି ନଷ୍ଟ ହୋଇଯାଇଛି ।

ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।

ବର୍ଷୀଆନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ

0

ଭୁବନେଶ୍ୱର: ବର୍ଷୀଆନ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ପରଲୋକ । ୮୫ ବର୍ଷରେ ମୃତ୍ୟୁବରଣ କଲେ ଶାନ୍ତନୁ ମହାପାତ୍ର । କିଛି ଦିନ ଧରି ଦେହ ଅସୁସ୍ଥ ଥିବାବେଳେ ଗତ ରବିବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବିଳମ୍ବିତ ରାତି ୧.୩୦ରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଭାଇ ଦେବାଶିଷ ମହାପାତ୍ର ସୂଚନା ଦେଇଛନ୍ତି ।

ମୟୁରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମନେଇଥିବା ଶାନ୍ତନୁ ଥିଲେ ବହୁଗୁଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତି  । ସଙ୍ଗୀତ ଦୁନିଆରେ ଭିନ୍ନ ସ୍ବାଦର ଗୀତରେ ଶ୍ରୋତାଙ୍କୁ ସର୍ବଦା ବାନ୍ଧି ରଖନ୍ତି ଶାନ୍ତନୁ ମହାପାତ୍ର  । ଓଡିଆ ଭାଷାରେ ଅନେକ ଲୋକପ୍ରିୟ ଗୀତର ରଚନା ସହ ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ମଧ୍ୟ କରିଛନ୍ତି  । ଓଡିଆ ଛଡା ହିନ୍ଦୀ, ଆସାମୀ, ବେଙ୍ଗଲୀ ଏବଂ ତେଲୁଗ ଭାଷାରେ ମଧ୍ୟ ଅନେକ ଗୀତର ରଚନା କରିଛନ୍ତି ଶାନ୍ତନୁ ମହାପାତ୍ର   ।

ଓଡିଶା ସରକାରରେ ଖଣି ଏବଂ ଭୂତତ୍ତ୍ୱ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ  କରିବା ସହ ସେ ଦୂରଦର୍ଶନରେ ମଧ୍ୟ ଦୀର୍ଘ ଦିନର କାର୍ଯ୍ୟ ସମ୍ପାଦନା କରିଛନ୍ତି  । ସଙ୍ଗୀତ ଜଗତରେ ଶାନ୍ତନୁ ମହାପାତ୍ରଙ୍କ ଅଲିଭା ଅବଦାନ ପାଇଁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନ ମଧ୍ୟ ପ୍ରଦାନ କରିଛନ୍ତି  ।

ବିଶିଷ୍ଟ ଗୀତିକାର ଶାନ୍ତନୁ ମହାପାତ୍ର ଗୁରୁତର ଅସୁସ୍ଥ

ଚୌଦ୍ଵାର ବିରୂପା ନଦୀରେ ବ୍ରିଟିଶ ଅମଳର କେନାଲ ଠାବ

0

କଟକ: ଚୌଦ୍ଵାର ବିରୂପା ନଦୀରେ ବ୍ରିଟିଶ ଅମଳର କେନାଲ ଠାବ । ମଙ୍ଗଳବାର କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି କେନାଲର ସ୍ଥିତି ସମୀକ୍ଷା କରିଛନ୍ତି । ତୁରନ୍ତ କେନାଲରେ ଉଠିଥିବା ଗଛ ଓ ନିକଟବର୍ତ୍ତୀ ସ୍ଥାନକୁ ସଫା କରିବାକୁ ସେ ଜଳସମ୍ପଦ ବିଭାଗକୁ ନିର୍ଦେଶ ଦେଇଛନ୍ତି ।

ଏହି କେନାଲର ପୁନରୁଦ୍ଧାର କରାଯିବା ସହିତ ଏଠାରେ ବୋଟିଂ କମ୍ପ୍ଲେକ୍ସ କରାଯିବ । ଏହି ସ୍ଥାନ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଏଥିପାଇଁ ଏକ ଉଚ୍ଚ କ୍ଷମତାସମ୍ପନ ଟିମ୍‌ ବିଭିନ୍ନ ବିଭାଗକୁ ନେଇ ତିଆରି କରାଯାଇଛି ।

ଲିମ୍‌କା ବୁକ୍‌ରେ ଝାରସୁଗୁଡ଼ାର ସାଇକେଲ୍‌ ମ୍ୟାନ୍‌

0

ଝାରସୁଗୁଡ଼ା: ପ୍ରକୃତିକୁ ଭଲ ପାଉଛନ୍ତି ଓ ପାହାଡ଼ ପର୍ବତ ସହିତ ବନ୍ଧୁତା କରିଛନ୍ତି । ସାଇକେଲରେ ଶହ ଶହ କିଲୋମିଟର ଅତିକ୍ରମ କରି ପରିବେଶ ପ୍ରଦୂଷଣ ରୋକିବାର ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ସାଇକେଲ ମ୍ୟାନ । ସାଇକେଲରେ କ୍ୟାରିୟର ଗଢିବା ସହିତ ଯୁବ ବର୍ଗଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

ପରିବେଶ ସହିତ ବନ୍ଧୁତା । ଦୀର୍ଘ ୧୮ ବର୍ଷ ହେଲା ପ୍ରକୃତି ପ୍ରେମରେ ନିଜକୁ କରିଛନ୍ତି ଉତ୍ସର୍ଗୀକୃତ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଲମଟିବାହଲର ସାଇକେଲ ମ୍ୟାନ୍ ଭାବେ ପରିଚିତ ମିତ୍ରଭାନୁ ନାଏକ । ପ୍ରଦୂଷଣ ରୋକିବା ପାଇଁ ସାଇକେଲକୁ କରିଛନ୍ତି ସାଥି । ସାଇକେଲରେ କେଦାରନାଥ, ଧରୁଆତ୍ତପ ଆଦି ସ୍ଥାନକୁ ଯାତ୍ରା କରିବା ସହିତ ପରିବେଶ ପ୍ରଦୂଷଣ ରୋକିବାର ସଚେତନା ବାର୍ତ୍ତା ବାଣ୍ଟୁଛନ୍ତି ।

୨୦୦୯ ମସିହାରେ ମନାଲିରୁ ଖରଦ୍ରୁମ ୬୦୦ କିଲୋମିଟର ସାଇକେଲରେ ଅତିକ୍ରମ କରିଥିଲେ ମିତ୍ରଭାନୁ ଏବଂ ତାଙ୍କ ସାଥି । ଏଥିପାଇଁ ତାଙ୍କୁ ଲିମଙ୍କାବୁକ୍ ଅଫ ରେକର୍ଡରେ ସ୍ଥାନ ମିଳିଛି । ଖାଲି ଏତିକି ନୁହେଁ ସାଇକେଲ ଲମ୍ବା ରାସ୍ତା ଅତିକ୍ରମ ପାଇଁ ଯୁବ ପୀଢିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ମିତ୍ରଭାନୁଙ୍କ ଏଭଳି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ଖୁବ୍ ପ୍ରଶଂସା କରିଛନ୍ତି ।

ବର୍ତ୍ତମାନ ଯୁଗରେ ବାଇକ୍ ଓ କାର ପ୍ରତି ଯୁବପିଢୀ ଆକୃଷ୍ଟ ହେଉଥିବା ବେଳେ ସାଇକେଲ ଚଳାଇଲେ ଦେହ ସୁସ୍ଥ ରହିବା ସହିତ ପରବେଶ ପ୍ରଦୂଷଣ ହେବାରୁ ବଞ୍ଚିତ ହେବ ବୋଲି ମିତ୍ରଭାନୁ କହିଛନ୍ତି ।