ମହାନଦୀ ଜଳ ବିବାଦ; ବୁଧବାର ସୁଦ୍ଧା ଟ୍ରିବ୍ୟୁନାଲରେ ମତ ରଖିବେ ଓଡ଼ିଶା- ଛତିଶଗଡ

1 min read

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ବୁଧବାର ସୁଦ୍ଧା ଟ୍ରିବ୍ୟୁନାଲରେ ମତ ରଖିବେ ଓଡ଼ିଶା- ଛତିଶଗଡ । ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ କରିବେ ଆଲୋଚନା । ଓଡ଼ିଶା-ଛତିଶଗଡ଼ ଆଲୋଚନା କରି ୩ସପ୍ତାହରେ ଜଣାଇବେ । କମନ୍ ଇନଫରମେସନ ଫର୍ମାଟ ଉପରେ ଉଭୟ ରାଜ୍ୟ ମତ ରଖିବେ ବୋଲି କହିଛି ଟ୍ରିବ୍ୟୁନାଲ ।

ସେହପରି ଯଦି କିଛି ସୂଚନା ଓ ତଥ୍ୟର ଅଭାବ ଥାଏ ତେବେ କେନ୍ଦ୍ର ସରକାର ଓ ଟ୍ରିବ୍ୟୁନାଲକୁ ଜଣାଇପାରିବେ ଓଡ଼ିଶା ସରକାର । ତେବେ ଏହି ଜଳ ବିବାଦ ନେଇ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ରେ ଦିନ ଧାର୍ଯ୍ୟ କରିଛନ୍ତି ଟ୍ରିବ୍ୟୁନାଲ । ସେପଟେ ମହାନଦୀ ଜଳ ବିବାଦର ୧୯ ତମ ଶୁଣାଣିରେ ବି ଟ୍ରିବ୍ୟୁନାଲରୁ କୌଣସି ଅନ୍ତରୀଣ ଆଦେଶ ଆସିପାରି ନାହିଁ ।

ଏଥିରେ ଓଡ଼ିଶାର ସ୍ୱାର୍ଥ ଉପେକ୍ଷିତ ହେଉଛି ବୋଲି କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ । ତେଣୁ ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ଗମ୍ଭୀରତାର ସହିତ ନେଇଛି । ଓଡ଼ିଶା ସ୍ୱାର୍ଥ ପାଇଁ ମହାନଦୀ ବଞ୍ଚାଅ ଆନ୍ଦୋଳନ ତାର କାର୍ଯ୍ୟକ୍ରମକୁ ଆଗକୁ ବ୍ୟାପକ କରିବ ଏବଂ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛନ୍ତି ଆବାହକ ସୁଦର୍ଶନ ଦାସ ।

Leave a Reply