spot_img
Home Blog Page 6122

ନୟାଗଡ଼ ଅଭିମୁଖେ ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ଟିମ୍

ପୁରୀ: ଚଳିତବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ ଜଣିଆ ଟିମ୍ ନୟାଗଡ଼ ଅଭିମୁଖେ ଯାତ୍ରା କରିଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ରଥ ତତ୍ତ୍ୱାବଧାରକ, ରଥ ଅମିନ୍ ଓ ଭୋଇ ସର୍ଦ୍ଦାର ଏହି ଅନୁକୂଳରେ ଯାଇଛନ୍ତି ।

Process Starts For Rath Katha Anukul

ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ୍ଦ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ପ୍ରଭୃତି ନେଇଛନ୍ତି । ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚିହ୍ନଟ ହୋଇ ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇଥାଏ । ତା’ପରେ ଗଛକଟା ଅନୁକୂଳ ହୋଇଥାଏ ।

Process Starts For Rath Katha Anukul

ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇଥାଏ । ରଥ ସହିଂତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ । ତେବେ, ଗତବର୍ଷର ୬୯ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ବଳକା ରହିଥିବା ବେଳେ ବାକି ୭୯୬ ଖଣ୍ଡ କାଠ ଅଣାଯିବ ।

ଦିଲ୍ଲୀରେ ବାର୍ଡ ଫ୍ଲୁର ଆତଙ୍କ ପରେ ‘ସଞ୍ଜୟ ଲେକ୍‌ ପାର୍କ’ରେ ପକ୍ଷୀ ହତ୍ୟା ଆରମ୍ଭ

ନୂଆଦିଲ୍ଲୀ: ମୃତ କାଉ ଓ ବତକଙ୍କ ଠାରୁ ନିଆଯାଇଥିବା ନମୁନା ଭୋପାଳର ଏକ ପରୀକ୍ଷାଗାରରେ ‘ଏଭିଅନ୍‌ ଫ୍ଲୁ’ ପଜଟିଭ୍‌ ହୋଇଥିବା କଥା ଜଣାପଡ଼ିବା ପରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ଦିଲ୍ଲୀ ସୁନିଶ୍ଚିତ କରିଛି। ତେଣୁ ସତର୍କତାମୂଳକ ପଦକ୍ଷେପସ୍ୱରୂପ, ସୋମବାର ସକାଳ ୮ଟାରୁ ସଞ୍ଜୟ ଲେକ୍‌ ପାର୍କରେ ଗଣପକ୍ଷୀ ସଂହାର ଆରମ୍ଭ ହୋଇଛି। ଏହାଛଡ଼ା, ଏହି ଲେକ୍‌କୁ ‘ଆଲର୍ଟ ଜୋନ୍‌’ ଭାବେ ଘୋଷଣା କରାଯାଇଛି।

ମୟୂର ବିହାର ଫେଜ୍‌ ୩ ରୁ ଚାରିଟି ଏବଂ ସଞ୍ଜୟ ଲେକ୍‌ରୁ ତିନିଟି ଏବଂ ଦ୍ୱାରକାରୁ ସଂଗୃହୀତ ଗୋଟିଏ ନମୁନାକୁ ମିଶାଇ ସମୁଦାୟ ୮ଟି ନମୁନା ‘ଏଭିଏନ୍‌ ଇନ୍‌ଫ୍ଲୁଏଞ୍ଜା’ ପଜିଟିଭ୍‌ ଆସିଥିବା କଥା ବିକାଶ ବିଭାଗର ପ୍ରାଣୀପାଳନ ୟୁନିଟ୍‌ର ଡାକ୍ତର ରାକେଶ ସିଂହ କହିଛନ୍ତି।
ଏହାଛଡ଼ା ଜଳନ୍ଧରରେ ଥିବା ପରୀକ୍ଷାଗାରକୁ ପଠା ଯାଇଥିବା ଆଉ କେତୋଟି ନମୁନାର ଫଳାଫଳ ଆସିବାକୁ ବାକିଅଛି ବୋଲି ଡାକ୍ତର ସିଂହ କହିଛନ୍ତି।

ପୂର୍ବରୁ ସରକାରୀ ଅଧିକାରୀମାନେ କହିଥିଲେ ଯେ, ତିନି ଚାରି ଦିନ ମଧ୍ୟରେ ମୟୂର ବିହାର ଫେଜ୍‌ ୩ରେ ଥିବା ସେଣ୍ଟ୍ରାଲ୍‌ ପାର୍କରେ ୫୦ଟି କାଉ ମରିଛନ୍ତି। ନିକଟ ଅତୀତରେ ସଞ୍ଜୟ ଲେକ୍‌ରେ ମଧ୍ୟ ୧୦ଟି ବତକ ମରିଥିଲେ।

ସେହିଭଳି, ତିନିଦିନ ତଳେ ପର୍ଭାନି ଜିଲ୍ଲାର ମୁରୁମ୍ବା ଗ୍ରାମରେ ୮୦୦ କୁକୁଡ଼ା ମରିବା ପରେ ମହାରାଷ୍ଟ୍ରରେ ମଧ୍ୟ ‘ବାର୍ଡ ଫ୍ଲୁ’ କଥା ସରକାର ସୁନିଶ୍ଚିତ କରି କହିଛନ୍ତି। ମୃତ କୁକୁଡ଼ାମାନଙ୍କର ନମୁନା ପରୀକ୍ଷା ନିମନ୍ତେ ‘ନ୍ୟାସ୍‌ନାଲ୍‌ ଲାବ୍ରୋଟରି’କୁ ପଠାଯାଇଥିଲା। ଏହାକୁ ମିଶାଇ ଦେଶରେ ସମୁଦାୟ ୯ଟି ରାଜ୍ୟରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା କଥା ଜଣାପଡ଼ିଛି।

ବ୍ରହ୍ମପୁରରେ ବଢ଼ୁଛି ବିଜେଡିର ଶକ୍ତି

ବ୍ରହ୍ମପୁର: ବ୍ରହ୍ମପୁର ଫାଷ୍ଟଗେଟ ରଘୁନାଥ କଲ୍ୟାଣ ମଣ୍ଡପ ପରିସରରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୀଳାଚଳ ବିଷୋୟୀଙ୍କ ପୌରିହତରେ ବିଜୁ ଜନତା ଦଳ ମହାନଗର ସଭାପତି ବିଜୟ ସାମଲଙ୍କ ଅଧ୍ୟକ୍ଷତାରେ ଦଳରେ ଅନ୍ୟଦଳର କର୍ମୀ ଯୋଗ ଦେଇଛନ୍ତି । ଶତାଧିକ ବିଜେପି ଓ ବଜରଙ୍ଗ ଦଳର କର୍ମୀ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି ।

Bjp Supporters Of Brahmapur Municipality Joined BJD

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ୩ ନମ୍ବର ୱାର୍ଡର ବହୁ ବିଜେପି ଓ ବଜରଙ୍ଗ ଦଳ କର୍ମୀ ବିଧିବଦ୍ଧ ଭାବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ସମସ୍ତଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗଗତ କରିଥିଲେ ।

Bjp Supporters Of Brahmapur Municipality Joined BJD

ନୂତନ ଭାବେ ଦଳରେ ଯୋଗ ଦେଇଥିବା କର୍ମୀମାନଙ୍କୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଆଗାମୀ ଦିନରେ ଦଳ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟଶୈଳୀରେ ଆକୃଷ୍ଟ ହୋଇ କର୍ମୀମାନେ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ଆୟୋଜିତ ମିଶ୍ରଣ ପର୍ବରେ ନୀଳାଚଳ ବିଷୋୟୀ କହିଛନ୍ତି ।

ନୂଆ ବର୍ଷରେ ଭାରତୀୟ କ୍ରିକେଟ ର ନୂଆ ରେକର୍ଡ

ସିଡନୀ: ନୂଆ ବର୍ଷରେ ଭାରତୀୟ କ୍ରିକେଟ ଦଳର ନୂଆ ରେକର୍ଡ। ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଛି ସଫଳତାର ଆଉ ଏକ ଅଧ୍ୟାୟ। ଦୀର୍ଘ ୪୧ ବର୍ଷ ପରେ ଭାରତ ଚଢିଛି ସଫଳତାର ସିଡ଼ି । କାରଣ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଟେଷ୍ଟ ଚତୁର୍ଥ ତଥା ଶେଷ ଦିନରେ ଡ୍ର ହୋଇଥିବା ମ୍ୟାଚରେ ରହିଛି ସବୁଠାରୁ ଲମ୍ବା ଇନିଂସ। ଚତୁର୍ଥ ଇନିଂସରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ୧୩୧ ଓଭର ବିଶିଷ୍ଟ ଲମ୍ବା ଇନିଂସ ଖେଳିଛି। ପ୍ରାୟ ୪୧ ବର୍ଷ ହେବ ଏଭଳି ଲମ୍ବା ଇନିଂସ ବୋଧେ କେହି ଦେଖିନଥିବେ। କାରଣ ୪ ପାଳିରେ ଏଭଳି ଇନିଂସ ୮୦ ବର୍ଷ ପରେ ଆସିଛି । ଆଉ ଏଭଳି ରେକର୍ଡକୁ ବ୍ରେକ କରିଛି ଭାରତୀୟ କ୍ରିକେଟ ଦଳ । ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟରୁ ସିନା ଭାରତ ବଞ୍ଚିତ ହୋଇଛି କିନ୍ତୁ ନିର୍ମାଣ କରିଛି ଏକ ନୂଆ ରେକର୍ଡର ସ୍ତମ୍ଭ ।

ଯଦି ଭାରତୀୟ କ୍ରିକେଟ ଇତିହାସ ଉପରେ ଦୃଷ୍ଟି ଆକର୍ଷଣ କରିବେ, ତେବେ ଏହାପୂର୍ବରୁ ୧୯୭୬ ମସିହା ୧୨ ଏପ୍ରିଲରେ ଚତୁର୍ଥ ଇନିଂସରେ ସବୁଠାରୁ ବଡ ସ୍କୋର ଲକ୍ଷ ୪୦୩କୁ ସଫଳତାର ସହ ହାତେଇ ନେଇଥିଲା ଭାରତ। କିନ୍ତୁ ସିଡନୀ ଟେଷ୍ଟରେ ଭାରତୀୟ ଦଳର ବିଶାଳ ବିଜୟ ହେଉ ହେଉ ରହିଯାଇଛି । ତେବେ ୪ ଇନିଂସରେ ଭାରତ ଖେଳିଥିବା ଲମ୍ଭା ଇନିଂସ ଉପରେ ଟିକେ ନଜର ପକାନ୍ତୁ ।  ୧୯୭୯ ମସିହା ଓଭାଲରେ ଖେଳାଯାଇଥିବା ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟେଷ୍ଟ ମ୍ୟାଚରେ ଭାରତ ୪ ଇନିଂସରେ ୧୫୦.୦୫ ଓଭର ଖେଳି ରେକର୍ଡ କରିଥିଲା। ଏହା ଭାରତୀୟ ଦଳ ପାଇଁ ସବୁଠାରୁ ବଡ଼ ଇନିଂସ ଥିଲା ଆଉ ଡ୍ର ମଧ୍ୟ ରହିଥିଲା।

ସେହିଭଳି ୧୯୪୮ ମସିହା କୋଲକାତାରେ ଭାରତ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ଶେଷ ଇନିଂରେ ଖେଳିଥିଲା ୧୩୬ ଓଭର। ୧୯୫୮ ମସିହାରେ ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ସେହି କୋଲକାତାରେ ୧୩୨ ଓଭର ଖେଳିଥିଲା ଭାରତ । ପାକିସ୍ତାନ ବିପକ୍ଷରେ ୧୯୭୯ ମସିହାରେ ଦିଲ୍ଲୀରେ ୧୩୧ ଓଭର ଖେଳିଥିଲା ଭାରତ । ୨୦୦୪ କ୍ରେନସରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଶେଷ ଇନିଂରେ ଖେଳିଥିଲା ୮୫ ଓଭର। ୨୦୧୪ରେ ସିଡନିରେ ଶେଷ ଇନିଂରେ ଖେଳିଥିଲା ୮୯.୦୫ ଓଭର । ତେବେ ଯଦି ଦେଖିବା ୧୯୮୦ ମସିହାରେ ଚତୁର୍ଥ ଇନିଂସ ବା ଶେଷ ଇନିଂସରେ ୧୩୧ ଓଭର ଲମ୍ବା ଇନିଂସ ଖେଳିଥିବା ଅନେକ ମ୍ୟଚ୍‌ ଭାରତ ନାମରେ ରହିଛି ।

 

ମନ ଜିଣୁଛି ଫିଲ୍ମ ‘କାଗଜ’, ବଞ୍ଚି ଥାଉଥାଉ ଦରକାର ପଡୁଛି ଜୀବିତ ପ୍ରମାଣ ପତ୍ର…

କାଗଜ ତ ନିର୍ଜୀବ । ତେବେ ଏହା କ’ଣ କେବେ କାହା ଜୀବନଠାରୁ ବେଶୀ ମୂଲ୍ୟବାନ ହୋଇପାରେ । ହଁ… ହୋଇପାରେ । ଯେତେବେଳେ ସେ ବଞ୍ଚିଛି ବୋଲି ପ୍ରମାଣ କରିପାରେ ଗୋଟିଏ କାଗଜ । ଆଖି ଆଗରେ ଛିଡ଼ା ହୋଇଥିବା ରକ୍ତ, ମାଂସ, ହାଡ଼ର ଶରୀରର ପ୍ରମାଣ ଗୋଟିଏ କାଗଜ ହିଁ ଦିଏ । କାଗଜ ନାହିଁ ତ ମଣିଷ ନାହିଁ । ଯେତେବେଳେ ପ୍ରଶାସନିକ ବ୍ୟବସ୍ଥା ଜଣେ ଜୀବିତ ବ୍ୟକ୍ତିକୁ କାଗଜରେ ମୃତ ଘୋଷଣା କରିଦିଏ ତ କଣ ହୁଏ ? ରଙ୍ଗହୀନ ଜୀବନ ବିତାଉଥିବା ମଣିଷଟି ସମାଜର କେଉଁ ସ୍ତରକୁ ଯାଇପାରେ । ତାର ନିଚ୍ଛକ ଚିତ୍ର ହେଉଛି ଚଳଚ୍ଚିତ୍ର ‘କାଗଜ’।

ଓଟିଟି ପ୍ଲାଟଫର୍ମରେ ଜାନୁଆରୀ ୭ରେ ମୁକ୍ତିଲାଭ କରିଥିବା ୧ ଘଣ୍ଟା ୪୯ ମିନିଟର ଚଳଚ୍ଚିତ୍ର ‘କାଗଜ’ ଏକ ଲଢେଇର କାହାଣୀ । ବାସ୍ତବ ଜୀବନର ଲଢ଼େଇର ଏହି କାହାଣୀରେ ନାୟକ ହେଉଛନ୍ତି ଉତ୍ତରପ୍ରଦେଶର ମୃତକ ଲାଲ ବିହାରୀ । କାଗଜରେ ମୃତକ ଲାଲ ବିହାରୀଙ୍କ ଭୂମିକାରେ ପଙ୍କଜ ତ୍ରିପାଠୀ କରୁଛନ୍ତି । ଆଉ ସେ ନିଜକୁ ଜୀବିତ ପ୍ରମାଣ କରିବା ଲାଗି ଲଢ଼େଇ କରିଛନ୍ତି । ପ୍ରମାଣ ପାଇଁ କେବେ ହସୁଥିବା ଆଉ କେବେ ଚିନ୍ତିତ ଥିବା ମଣିଷ କେତେଦୂର ଯାଇପାରେ ତାହା ଚଳଚ୍ଚିତ୍ରରେ ଦର୍ଶାଯାଇଛି ।

ୟୁପିର ଆଜମଗଡ଼ ଜିଲ୍ଲାର ଅମିଳୋ ଗାଁର ଭରତ ଲାଲଙ୍କ ବ୍ୟାଣ୍ଡ ବାଜାର ଦୋକାନ ଥିଲା । ପଣ୍ଡିତଙ୍କ ପରାମର୍ଶ ଓ ପତ୍ନୀଙ୍କ ଜିଦ୍ ଯୋଗୁଁ ଭରତ ଦୋକାନ ବିସ୍ତାର ଲୋଗୁ ବ୍ୟାଙ୍କରୁ ଲୋନ୍ ଆବେଦନ କରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ କହିଲେ ଋଣ ପାଇଁ କିଛି ଜମି ବନ୍ଧକ ରଖିବାକୁ ପଡ଼ିବ । ଭରତ ଏଥିପାଇଁ ପରିବାର ଚାଷ କରୁଥିବା ପୈତୃକ ଜମିର ନିଜ ଭାଗକୁ ବନ୍ଧକ ରଖି ଋଣ ନେବାକୁ ଚିନ୍ତା କରିଥିଲା ।

ତେବେ, ସେହି ଜମି ବିଷୟରେ ସୂଚନା ପାଇବାକୁ ଭରତ ତହସିଲ୍ ଅଫିସ୍ ଗଲେ । ହେଲ ସେଠି ଯାହା ଶୁଣିଲେ ପାଦ ତଳୁ ମାଟି ଖସିଗଲା ଭଳି। ସେ ଜାଣିବାକୁ ପାଇଲେ ଦଶନ୍ଧି ତଳୁ ସେ ମରି ଯାଇଛନ୍ତି । ତହସିଲ୍ ଅଫିସର କାଗଜପତ୍ରରେ ଭରତଲାଲଙ୍କ ମୃତ୍ୟୁ ହୋଇ ସାରିଛି । ଭରତଙ୍କ ଦାଦା ତହସିଲ୍ କର୍ମଚାରୀଙ୍କ ଜରିଆରେ ଜୀବିତ ଭରତଙ୍କୁ କାଗଜପତ୍ରରେ ମାରି ଦେଇଥିଲେ ।

ତା’ପରେ ଆରମ୍ଭ ହୋଇଥିଲା ଭରତଙ୍କ ଲଢ଼େଇ । ଋଣ ଆବେଦନକୁ ଭୁଲି ଭରତ ନିଜକୁ ଜୀବିତ ସାବ୍ୟସ୍ତ କରିବାକୁ ଆରମ୍ଭ କରିଥିଲେ ଲଢ଼େଇ । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଭରତ ଲାଲ ସମସ୍ତଙ୍କୁ ଚିଠି ଲେଖିଲେ । କିନ୍ତୁ ସବୁଠୁ ନିରାଶ ହୋଇଥିଲେ । ପୋଲିସ, ଆଇନ୍ କାନୁନ୍, ରାଜନେତା ସବୁଠି ଲଢ଼େଇ କରି ହାରିଗଲେ ଭରତ । ଲଢ଼େଇରେ ପଳାଇଲା ଜୀବନର ଆଉ ୧୮ ବର୍ଷ । ଯୁବକରୁ ବୃଦ୍ଧ ହୋଇଗଲେ, ଚୁଟି ବି ପାଚିଗଲା । ସ୍ତ୍ରୀ ଛୁଆଙ୍କୁ ନେଇ ବାପଘର ପଳାଇଲା । ବ୍ୟବସାୟ ବନ୍ଦ ହୋଇଗଲା । ତଥାପି ହାର୍ ମାନିନଥିଲେ ଭରତ ।

ଗଣତନ୍ତ୍ରର ତିନୋଟିଯାକ ସ୍ତମ୍ଭରୁ ନିରାଶ ହେବା ପରେ ଭରତ କାଗଜ ପତ୍ରରେ ମୃତ ଘୋଷିତ ଜୀବତ ଲୋକଙ୍କୁ ନେଇ ଏକ ମୃତକ ସଂଘ ଗଠନ କରିଥିଲେ । ବ୍ୟକ୍ତିଗତ ଲଢ଼େଇକୁ ଦେଇଥିଲେ ଆନ୍ଦୋଳନର ରୂପ । ଯେଉଁଥିରେ ଭରତଙ୍କୁ ସହଯୋଗ କରିଥିଲା ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଅର୍ଥାତ୍ ଗଣମାଧ୍ୟମ । ଚଳଚ୍ଚିତ୍ରକୁ ଦେଖିଲେ ପ୍ରଶାସନିକ ବିଧି ବ୍ୟବସ୍ଥା କେବଳ କଣ ମଣିଷକୁ କାଗଜପତ୍ରରେ ବଞ୍ଚାଇ ରଖିବାକୁ ବୋଲି ପ୍ରଶ୍ନ ଉଠେ। ଏମିତିରେ ବି ଏଠି କାଗଜପତ୍ରରେ ଅନେକ କାମ ହୁଏ ବାସ୍ତବରେ ବାଲି ମୁଠାଏ ବି ପଡ଼ିନଥାଏ । ସତୀଶ କୌଶିକଙ୍କ ନିର୍ଦ୍ଦେଶିତ କାଗଜ ଚଳଚ୍ଚିତ୍ର ବାସ୍ତବରେ ଆନ୍ଦୋଳନ ପାଇଁ ଏକ ପ୍ରେରଣା । ଯାହାକୁ ସଲମାନ ଖାନ, ନିଶାନ୍ତ କୌଶିକ, ବିକାଶ ମାଲୁ ନିର୍ମାଣ କରିଛନ୍ତି ।

ଏହି ଚଳଚ୍ଚିତ୍ରରେ ସଲମାନଙ୍କ ଆଓ୍ୱାଜରେ କବିତା ଶୁଣିବାକୁ ମିଳୁଛି । ଯାହା ଦର୍ଶକ ମାନଙ୍କୁ ଏକପ୍ରକାର ମନ୍ତ୍ରମୁଗ୍ଧ କରୁଛି ।  ଏହି କବିତାରେ କାଗଜକୁ ଅତି ସୁନ୍ଦର ଭାବେ ବ୍ୟକ୍ତ କରିଛନ୍ତି ସଲମାନ । ଖାଲି ଏତିକି ନୁହେଁ ଏହା ପୂର୍ବରୁ ସେ ଅନେକ ଗୀତ ମଧ୍ୟ ଗାଇଛନ୍ତି।

AUS vs IND : ଅଷ୍ଟ୍ରେଲିଆ କ୍ୟାପ୍ଟେନଙ୍କ ସ୍ଲେଜିଂ ଉତ୍ତରରେ ଅଶ୍ୱିନୀ ଏମିତି କଥା କହିଲେ

0

ସିଡିନି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ୍ ମ୍ୟାଚ୍ ଡ୍ର’ ହୋଇଛି । ୫ ଜଣ ଆହତ ଖେଳାଳୀଙ୍କୁ ନେଇ ମୈଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ତା’ର ଘରୋଇ ପଡିଆରେ ଏମିତି ମଜା ଚଖାଇଛି ଯାହାକୁ କଙ୍ଗାରୁ ବହୁତ ଦିନ ଧରି ମନେ ରିଖିବେ । ମ୍ୟାଚ୍ ଡ୍ର’ ରହିଥିଲେ ମଧ୍ୟ ଫ୍ୟାନଙ୍କ ପାଇଁ ଏହା କୌଣସି ବିଜୟଠାରୁ କମ ନଥିଲା । ମ୍ୟାଚର ଫଳାଫଳ ସଂଜୟ ମାଂଜରେକରଙ୍କ ଭଳି ପୂର୍ବତନ କ୍ରିକେଟର ତଥା କମେଣ୍ଟେଟରଙ୍କୁ ଭାବୁକ କରି ଦେଇଥିଲା । ଅନ୍ ଏୟାର ସେ କାନ୍ଦି ପକାଇଥିଲେ । ଭାରତୀୟ ଟିମ୍ ବିପରିତ ପରିସ୍ଥିତିରେ ଯେଉଁଭଳି ଲଢେଇ ଲଢିଥିଲା ତାହାକୁ ଚାରି ଆଡୁ ପ୍ରଂଶସା କରାଯାଉଛି ।

ଟିମ୍ ପେନଙ୍କୁ ଅଶ୍ୱିନ ଦେଲେ ଏମିତି ଉତ୍ତର..

୫ ୱିକେଟ୍ ହରାଇ ଭାରତ ୩୧୯ ରନରେ ଖେଳୁଥିଲା । ନାଥନ ଲୟାନଙ୍କ ସହ ଅନ୍ୟ ଅଷ୍ଟ୍ରେଲିୟ ବୋଲରଙ୍କ ପାଇଁ ରବି ଅଶ୍ୱିନ ଓ ହନୁମା ବିହାରିଙ୍କ ୱିକେଟ୍ କିନ୍ତୁ ଅପହଂଚ ହୋଇ ପଡିଥିଲା । ସବୁ ଚେଷ୍ଟା ବିଫଳ ହେବା ପରେ ଟିମ୍ ଅଷ୍ଟ୍ରେଲିଆ ଯେଉଁଥିପାଇଁ କୁଖ୍ୟାତ ତାକୁ ଆରମ୍ଭ କରିଥିଲା । ଏହା ଥିଲା ଦୁଇ ଭାରତୀୟ ବ୍ୟାଟସମ୍ୟାନଙ୍କ ବିରୋଧରେ ମାଇଣ୍ଡ୍ ଗେମ୍ । ୱିକେଟ୍ ପଛରେ ଥିବା ଅଷ୍ଟ୍ରେଲିଆ କ୍ୟାପ୍ଟେନ ଅଶ୍ୱିନଙ୍କ ଧ୍ୟାନ ଭାଙ୍ଗିବା ପାଇଁ ସ୍ଲେଜିଂ ଆରମ୍ଭ କରିଥିଲେ । ଲକ୍ଷ୍ୟ ଥିଲା ଅଶ୍ୱିନଙ୍କ ଧ୍ୟାନ ଖେଳ ଉପରୁ ହଟାଇବା । କିନ୍ତୁ ଅଶ୍ୱିନ ଏମିତି ଉତ୍ତର ଦେଇଥିଲେ ଯାହାକୁ ଶୁଣି ଟିମ୍ ପେନଙ୍କ ପାଟି ବନ୍ଦ ହୋଇଯାଇଥିଲା । ଟିମ୍ ପେନ୍ ପଛପଟୁ ଅଶ୍ୱିନଙ୍କୁ ଶୁଣାଇ କହିଥିଲେ ଯେ, ଗାବା ଟେଷ୍ଟକୁ ଆଉ ଅପେକ୍ଷା କରି ହେଉନି । ଏମିତି କହି ପେନ୍ କହିବାକୁ ଚାହୁଁଥିଲେ ଯେ, ସିଡନି ଟେଷ୍ଟ ଅଷ୍ଟ୍ରେଲିଆ ଜିତି ସାରିଲାଣି । କିନ୍ତୁ ଅଶ୍ୱିନ କହିଥିଲେ ‘‘ ତମକୁ ଭାରତରେ ଦେଖିବା ବାକି ରହିଲା । ଭାରତ ସିରିଜ ତୁମର ଶେଷ ସିରିଜ୍ ହେବ’’ । ପେନ୍ ଏମିତି ଉତ୍ତର ଅପେକ୍ଷା କରିନଥିଲେ । ତେଣୁ କିଛି ସମୟ ପାଇଁ ସେ କ’ଣ କହିବେ ଭାବି ପାରିନଥିଲେ । ତେବେ ପରେ ସେ ଅଶ୍ୱିନଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେ ।

କେବଳ ପେନ୍ ନୁହନ୍ତି ମ୍ୟାଥ୍ୟୁ ବେଡ୍ ମଧ୍ୟ ଅଶ୍ୱିନଙ୍କୁ ଚିଡାଇବାକୁ ଅଭଦ୍ରାମୀ କରିଥିଲେ । ସର୍ଟ ଲେଗରେ ଛିଡା ହୋଇଥିବା ମ୍ୟାଥୁ ବେଡଙ୍କ ଆଡକୁ ଅଶ୍ୱିନ ଗୋଟିଏ ସଟ୍ ଖେଳିଥିଲେ । ବଲକୁ ଫିଲ୍ଡିଂ କରି ସେ ବୋଲରଙ୍କ ଆଡକୁ ଏମିତି ଦୌଡିଥିଲେ ଯେମିତି ଭାରତୀୟ ଖେଳାଳୀ ଭୟଭିତ ହେବେ । ଏହା ସହ ବଲ୍ ଧରିବା ପରେ ସେ ଆହତ ହେବାର ନାଟକ କରିଥିଲେ । ଅସଲରେ ସେ ଅଶ୍ୱିନଙ୍କ ମଜା ଉଡାଉଥିଲେ କାରଣ ଅଶ୍ୱିନ ପେଟ୍ କମିଂସଙ୍କ ବଲରେ ଆହତ ହୋଇଥିଲେ ।

କମିଶନରେଟ୍ ପୋଲିସର ସାଇବର ହେଲ୍‌ପ ଡେସ୍କକୁ ସଫଳତା

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସାଇବର ହେଲ୍‌ପ ଡେସ୍କକୁ ପ୍ରଥମ ସଫଳତା । ଟ୍ୱିନସିଟି କଟକ ଭୁବନେଶ୍ୱରରେ ସାଇବର ଠକଙ୍କୁ ଧରିବାରେ ସବୁ ପ୍ରକାର ପ୍ରୟାସ ଜାରି ରହିଛି । ପୂର୍ବରୁ ଏମିତି ଠକାମିର ଶିକାର ହୋଇଥିବା ବ୍ୟକ୍ତି ଟଙ୍କା ଫେରି ପାଇଛନ୍ତି ତାଙ୍କ ଟଙ୍କା  । ସାଇବର ଠକଙ୍କଠାରୁ ୯ ହଜାର ଟଙ୍କା ଫେରାଇ ଆଣିଛି ପୋଲିସ ।

ସୂଚନା ଅନୁସାରେ, ଗତ ୯ ତାରିଖରେ ବ୍ୟକ୍ତି ଜଣକ ୫୩ ହଜାର ଟଙ୍କା ଲୁଟ୍‌ର ଶିକାର ହୋଇଥିଲେ । ଠକେଇର ଗୋଲଡେନ୍‌ ପିରିୟଡ୍‌ ଭିତରେ ସାଇବର ସେଲ୍‌କୁ କଲ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି  । ଓଟିପି ମାଗି ଟଙ୍କା ନେଇଯାଇଥିଲେ ଦୁର୍ବୃତ୍ତ । ଭୁବନେଶ୍ୱରର ସହିଦନଗର ଅଞ୍ଚଳରୁ ଠକେଇ ହୋଇଥିଲା  । ସାଇବର୍‌ ସେଲ୍‌ ହେଲ୍ପ ଡେସ୍କ ଟଙ୍କା ଫେରାଇ ଆଣିବାରେ ସମର୍ଥ ହୋଇଛି  । ତେବେ ତତକ୍ଷଣାତ୍ ବ୍ୟକ୍ତିଙ୍କ ଏଭଳି ପଦକ୍ଷପ ପାଇଁ ତାଙ୍କ ଟଙ୍କା ଫେରାଇ ଆଣିବାରେ ସଫଳତା ମିଳି ପାରିଛି ।

ତେବେ ସାଇବର ହେଲ୍‌ପ ଡେସ୍କକୁ ଯେଉଁ ନମ୍ବର ଦିଆଯାଇଥିଲା ସେଥିରେ ଏମିତି ଠକାମୀର ଶିକାର ହୋଇଥିବା ପ୍ରାୟ ୪୦୦ଟି କଲ ଆସିଛି । ସେଥି ମଧ୍ୟରୁ ପାଖାପାଖି ୧୦୦ଟି କଲ ଭୁବନେଶ୍ୱରରୁ ବୋଲି ଜଣାପଡ଼ିଛି । ତେବେ ଏସବୁ ମଧ୍ୟରେ ବି କମିନି ସାଇବର ଠକମାନଙ୍କ ଠକାମୀ । ସୋମବାର ଦିନ ମଧ୍ୟ ପାଖାପାଖି  ଦେଢ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି ଜଣେ ବରିଷ୍ଠ ନାଗରିକ ।

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ୍ ବ୍ଲକ୍ ପଛରେ ଅଛନ୍ତି ଜଣେ ଭାରତୀୟ ମହିଳା

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ବ୍ଲକ କରାଯିବା ପଛରେ ଜଣେ ଭାରତୀୟ ଆମେରିକୀୟଙ୍କ ବଡ଼ ହାତ ରହିଛି । ବର୍ତ୍ତମାନ ଟ୍ରମ୍ପ ଏବଂ ତାଙ୍କ ସମର୍ଥକ କହୁଛନ୍ତି ଯେ ଟ୍ୱିଟର ଦକ୍ଷିଣପନ୍ଥୀମାନଙ୍କର ସ୍ୱରକୁ ଦବାଇବା ପାଇଁ ସେନସରସିପ ଲଗାଯାଇଛି । ତେବେ ଟ୍ୱିଟରର ସମସ୍ତ ପଲିସି ବିଷୟରେ ବିଜୟା ଗଡ୍ଡେ ନିଷ୍ପତ୍ତି ନିଅନ୍ତି ଯିଏ କି କମ୍ପାନୀର ଲିଗାଲ, ପଲିସି, ଟ୍ରଷ୍ଟ ଏବଂ ସେଫ୍ଟି ମାମଲାର ପ୍ରମୁଖ ଅଟନ୍ତି । ତାଙ୍କୁ ସବୁଠୁ ଶକ୍ତିଶାଳୀ ସୋସିଆଲ ମିଡିଆ ଏକଜିକ୍ୟୁଟିଭ ବୋଲି କୁହାଯାଏ ।

ଭାରତରେ ଜନ୍ମଲାଭ କରିଥିବା ବିଜୟା ଗଡ୍ଡେ ଟ୍ୱିଟରର ଏକ ପ୍ରମୁଖ ଚେହେରା ଅଟନ୍ତି । କମ୍ପାନୀର ସିଇଓ ଜ୍ୟାକ ଡୋରସେ ତାଙ୍କ ଉପରେ ଏକଜିକ୍ୟୁଟିଭ ପଲିସି ପାଇଁ ନିଷ୍ପତ୍ତି ନେବାର ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

ଫର୍ଚ୍ୟୁନ ଗାଡେଙ୍କ ବିଷୟରେ କହିଛନ୍ତି ଯେ, ଟ୍ୱିଟରର କର୍ମଚାରୀମାନେ ସମସ୍ୟାର ସମାଧାନ ପାଇଁ ଡୋର୍ସିଙ୍କ ସହ ଯୋଗାଯୋଗ କରିପାରନ୍ତି ସତ, କିନ୍ତୁ ପ୍ରକୃତ କଥା ହେଉଛି ବିଜୟ ଗଡ୍ଡେ ଏହି ସମସ୍ତ ସମସ୍ୟାର ସମାଧାନ କରନ୍ତି । ଯେତେବେଳେ ଡୋର୍ସି ହ୍ୱାଇଟ ହାଉସର ଓଭାଲ ଅଫିସରେ ଟ୍ରମ୍ପଙ୍କୁ ଭେଟିବାକୁ ଯାଇଥିଲେ, ଗଡ୍ଡେ ମଧ୍ୟ ତାଙ୍କ ସହ ଥିଲେ। ସେ ହିଁ ନିଷ୍ପତ୍ତି ନେଇଥିଲେ ଯେ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ସମୟରେ ଟଙ୍କା ନେଇ ଟ୍ୱିଟରରେ କୌଣସି ରାଜନୈତିକ ଅଭିଯାନ ହେବ ନାହିଁ।

ଗଡ୍ଡେଙ୍କ ଲାଳନ ପାଳନ ଟେକ୍ସାସ ରାଜ୍ୟର ବ୍ୟୁମାଣ୍ଟରେ ହୋଇଛି । ଏହାର ପଡ଼ୋଶୀ ଅଞ୍ଚଳ ଗୁଡ଼ିକ କଳା ଲୋକମାନଙ୍କ ପ୍ରତି ଘୃଣା ମନୋଭାବ ରଖୁଥିବା ପାଇଁ କୁଖ୍ୟାତ ଅଟନ୍ତି । ଏହି କାରଣରୁ, ଗଡ୍ଡେ ଜାତିପ୍ରଥା ଆଚରଣର ଯନ୍ତ୍ରଣା ଅନୁଭବ କରୁଥିବା ଟ୍ରମ୍ପଙ୍କ ସମର୍ଥକ କହିଥିଲେ। ଗଡ୍ଡେଙ୍କୁ ବର୍ତ୍ତମାନ ଟ୍ରମ୍ପ ସମର୍ଥକମାନେ ଟାର୍ଗେଟ କରି କହିଛନ୍ତି ଯେ, ଗଡ୍ଡେ ଆମେରିକା ଉପର ରାଗ ରଖିଛନ୍ତି ଏବଂ ସେ ନିଜର ଶକ୍ତି ବ୍ୟବହାର କରି ଦକ୍ଷିଣପନ୍ଥୀ ସ୍ୱରକୁ ଦମନ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଟ୍ରମ୍ପ ସମର୍ଥକ ବର୍ତ୍ତମାନ ଟ୍ୱିଟରର ପ୍ରତିଯୋଗୀ ପାର୍ଲର (Parler) ଆଡ଼କୁ ମୁହାଁଉଛନ୍ତି । ଟ୍ୱିଟର ଗୁଗୁଲର ନେତୃତ୍ୱରେ କୁସଂସ୍କାର ବିରୋଧରେ ଅଭିଯାନରେ ଯୋଗ ଦେବା ପାଇଁ ସଂକଳ୍ପ ନେଇଛନ୍ତି । ଗୁଗୁଲର ପ୍ରମୁଖ ସୁନ୍ଦର ପିଚଇ ମଧ୍ୟ ଭାରତର ଜନ୍ମଲାଭ କରିଥିଲେ । ଗୁଗୁଲ ପାର୍ଲରକୁ ନିଜ ପ୍ଲେ ଷ୍ଟୋରରୁ ଏହା କହି ହଟାଇଥିଲା ଯେ, ଆପରେ ଦୁଷ୍କର୍ମ ପରେ ବଢ଼ିଥିବା ହିଂସା ବିଷୟରେ ଆଲଚନା କରାଗଲା । ଆପଲ ମଧ୍ୟ ପାର୍ଲରକୁ ୨୪ ଘଣ୍ଟାର ଅଲଟିମେଟମ ଦେଇଛି ।

ପାଠପଢ଼ାର ତଦାରଖ କରିବା ସହ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପଚାରି ବୁଝୁଛନ୍ତି ଶିକ୍ଷାମନ୍ତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧାର ବିଭିନ୍ନ ସ୍କୁଲରେ ପାଠପଢ଼ାର ତଦାରଖ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ ଅଚାନକ ଖୋର୍ଦ୍ଧାର ବିଜେବି ହାଇସ୍କୁଲ ଏବଂ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପହଞ୍ଚି ଉପସ୍ଥାନ ଖାତା ଦେଖିବା ସହ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ । ରାଜ୍ୟରେ ହାରାହାରି ୬୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପାଠପଢା ତଦାରଖ କରୁଛନ୍ତି ମନ୍ତ୍ରୀ । ତେଣୁ ପିଲାମାନଙ୍କ ମଧ୍ୟରେ ଉତ୍ସାହ ବଢୁଛି । ତେବେ ଶିକ୍ଷକ ମାନେ ଏସ୍‌ଓପି ମାନି ଶିକ୍ଷାଦାନ କରୁଛନ୍ତି ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି  ।

ଅନ୍ୟପକ୍ଷରେ ପରୀକ୍ଷା ପାଖେଇ ଆସୁଥିବାରୁ ଲଗାତାର ୧୦୦ଦିନ ଯାଏଁ ପାଠପଢା ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ରବିବାର ମଧ୍ୟ ସ୍କୁଲରେ ପାଠପଢା ଯାଉଛି । ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ରବିବାର ଦିନ ବିଧିବଦ୍ଧ ଭାବେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇଛି । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇ ନଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଇଛନ୍ତି । ପାଠପଢ଼ା ଯାଞ୍ଚ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଏହା ଅଧୀନ ବିଭିନ୍ନ ନିର୍ଦେଶାଳୟର ୩୦ଜଣ ଅଧିକାରୀ ଦିନତମାମ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ।

କ୍ଲିନ୍‌ଚିଟ୍ ପାଇବା ପରେ ମୁହଁ ଖୋଲିଲେ ଭିସୁଟ୍ କୂଳପତି

ସମ୍ବଲପୁର: ବୁର୍ଲା ଭିସୁଟ୍ କୂଳପତିଙ୍କୁ କ୍ଲିନ୍‌ଚିଟ୍ । ଅଭିଯୋଗ ଭିତ୍ତିହୀନ ବୋଲି କହିଲେ ତଦନ୍ତକାରୀ ଅଧିକାରୀ । ଅଭିଯୋଗକାରୀ ଅଧ୍ୟାପିକାଙ୍କ ନାଁରେ ମାନହାନି ମକଦ୍ଦମା ରୁଜୁ କଲେ ଭିସୁଟ୍ କର୍ତ୍ତୃପକ୍ଷ । ଅଧ୍ୟାପିକାଙ୍କୁ କୂଳପତି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । କ୍ଲିନ୍‌ଚିଟ୍ ପାଇବା ପରେ ମୁହଁ ଖୋଲିଛନ୍ତି କୁଳପତି ।

ଭିସୁଟ୍‌ରେ କାର୍ଯ୍ୟରତ କିଛି ମହିଳା କର୍ମଚାରୀ ତାଙ୍କ ବିରୋଧରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ । କୂଳପତି କିନ୍ତୁ ତାଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ଏହା ତାଙ୍କ ବିରୋଧରେ ନୁହଁ, ବରଂ ଏହି ଅଭିଯୋଗ ସବୁ ଭିସୁଟ ଉପରେ ଆଉ ସମଗ୍ର ଓଡିଶା ଉପରେ ଲାଗିଥିବା କୂଳପତି ପ୍ରକାଶ କରିଛନ୍ତି । କୂଳପତିଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହିନ ଥିବା ବେଳେ ଏହା କୂଳପତିଙ୍କୁ ନା ଭିସୁଟକୁ ବଦନାମ କରିବା ପାଇଁ ଏକ ସୁପରିକଳ୍ପିତ ଯୋଜନା ବୋଲି କହିଛନ୍ତି ।

ସୂଚନା ଅନୁସାରେ, ପୂର୍ବରୁ ଯେଉଁ ମହିଳା ଅଧ୍ୟାପିକା ଓ ଅଧ୍ୟାପକଙ୍କ ସ୍ତ୍ରୀ ସାଙ୍ଘାତିକ ଅଭିଯୋଗ କରିଥିଲେ । ଏହାପରେ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଥିଲା  । ଏବଂ ଭିସୁଟ ପରିସରରେ ଥିବା ସମସ୍ତ ସିସିଟିଭି କ୍ୟାମେରା ରେକର୍ଡିଂ ମଧ୍ୟ ଯାଞ୍ଚ କରାଯାଇଥିଲା । ଭିସୁଟ ଭିତରେ ଯେଉଁ ଶାରିରୀକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଆଣିଥିଲେ ସେ ସବୁ ପ୍ରକୋଷ୍ଠର ସିସିଟିଭି ମଧ୍ୟ ଯାଞ୍ଚ କରାଯାଇଥିଲା । କିନ୍ତୁ ଏଥିରୁ ସେମିତି କୌଣସି ପ୍ରକାର ପ୍ରମାଣ ମିଳି ନଥିଲା ।