ବାଚସ୍ପତିଙ୍କ ରୁଲିଂ, କାଲି ଗୃହରେ ଧାନ କିଣା ନେଇ ବିବୃତି ରଖିବେ ସମବାୟ ମନ୍ତ୍ରୀ

Odisha Assembly Adjourned Till 4 Pm

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ ମୁଲତବି ହୋଇଛି । ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ଗୃହରେ ରୁଲିଂ ଦେଇଛନ୍ତି । ଧାନ କିଣା ସମ୍ପର୍କରେ ଆସନ୍ତାକାଲି ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆସନ୍ତା ୭ ଦିନ ପରେ ଧାନ କିଣାରେ ଅଗ୍ରଗତି ନେଇ ପୁଣିଥରେ ଗୃହକୁ ଅବଗତ କରାଇବେ ।

Opposition Roar In Odisha Assembly, Speaker Ruling To Cooperative Min. To Make Statement On Mandi

ଆଜି ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ଓ ଧାନମଣ୍ଡି ପ୍ରସଙ୍ଗ ଉଠାଇ ବିରୋଧୀ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଗୃହର ମଧ୍ୟଭାଗକୁ ଆସି ପ୍ଲାକାର୍ଡ ଧରି ହୋହଲ୍ଲା କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ।  ସେପଟେ ଗୃହରେ ହଟ୍ଟଗୋଳ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି, କେନ୍ଦ୍ର ସରକାର କମାଉନାହାଁନ୍ତି । ସେଥିପାଇଁ ବିଜେପି ଏଭଳି ହଟ୍ଟଗୋଳ କରୁଥିବା ବିଜେଡି କହିଛି । ଧାନ କିଣାକୁ ନେଇ କେନ୍ଦ୍ର ସରକାରଙ୍କ ଯେତିକି ଟାର୍ଗେଟ ରହିଛି ସେ ଟାର୍ଗେଟ୍ ପୂରଣ ହେଲେ ସବୁ ଧାନ ଉଠିଯିବ

ଅନ୍ୟପଟେ ବିଜେପି ମଣ୍ଡିରେ ଧାନ ପଡ଼ି ରହିଥିବା କହିଛି । ଅବିଳମ୍ବେ ଧାନ ଉଠାଇବା ସହ ଚାଷୀଙ୍କ ସମସ୍ୟାର ସମାଧାନ କରାଯାଉ । ଗୃହ ଅଚଳାବସ୍ଥା ନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ପ୍ରଶ୍ନକାଳକୁ ବାତିଲ କରିବା ଠିକ୍ ନୁହେଁ । ଏହି ପ୍ରସଙ୍ଗକୁ ବିଧାନସଭାର ଅଲଗା ଫୋରମରେ ଉଠାଇବାର ସୁଯୋଗ ରହିଛି ବୋଲି ସେ ପରାମର୍ଶ ଦେଇଛନ୍ତି । ଅପରାହ୍ଣ ଅଧିବେଶନରେ ଉପସ୍ଥାପନ ହୋଇଛି ଓଡ଼ିଶା କୃଷିଜାତ ଓ ପଶୁ ସମ୍ପଦ ବିପଣନ ଅଧ୍ୟାଦେଶ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଗୃହ ମଧ୍ୟଭାଗରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି ।

Leave a Reply