spot_img
Home Blog Page 6106

୨ କୋଟି କରୋନା ଟିକା ଯୋଗାଇବାକୁ ଅଣ୍ଟା ଭିଡ଼ିଲା ଭାରତ

ନୂଆଦିଲ୍ଲୀ: ନିଜ ଦେଶ ପରେ ପେଡ଼ୋଶୀ ଦେଶମାନଙ୍କୁ ଟିକା ଯୋଗାଇବା ଲାଗି ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥିଲାଗି ସରକାରଙ୍କ ପକ୍ଷରୁ ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଛି । ଭାରତରେ ନିର୍ମିତ ଟିକାକୁ ଏହି କ୍ରମରେ ପଡ଼ୋଶୀ ଦେଶମାନଙ୍କୁ ରପ୍ତାନୀ କରାଯିବ ।

India To Export Covid Vaccine To Neighbour Country

ମିଳିଥିବା ସୂଚନା ଅନୁସାରେ ଭାରତ ସରକାରଙ୍କ ଏକ ଉପକ୍ରମ ଦୁଇଟି ଟିକା ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀଙ୍କଠୁ ଟିକା କିଣି ବାଂଲାଦେଶ, ନେପାଳ, ଆଫଗାନିସ୍ତାନ, ଶ୍ରୀଲଙ୍କା, ସିଚେଲିସ ଏବଂ ମରିସସକୁ ପଠାଇବେ । ଏହି ଦୁଇ ଟିକା ପ୍ରସ୍ତୁକାରୀ କମ୍ପାନୀ ହେଉଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବୋୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ । ୨ କୋଟି ଟିକା ଭିତରୁ ଅଧିକାଂଶ ମାଗଣାରେ ପ୍ରଦାନ କରାଯିବ ଓ ଏହାକୁ ଭାରତର ସହାୟତା ବୋଲି ଗ୍ରହଣ କରାଯିବ ।

India To Export Covid Vaccine To Neighbour Country

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରଥମ ବ୍ୟାଚ୍ ଟିକା ବୋତଲ ବିଦେଶ ପଠାଇବା ଲାଗି ସରକାରୀ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ଏହାପରେ ଭାରତ ସରକାରଙ୍କ ପକ୍ଷରୁ ଲାଟିନ୍ ଆମେରିକା, ଆଫ୍ରିକା ଓ ପୂର୍ବତନ ସୋଭିଏତ୍ ଦେଶ ଗୁଡ଼ିକୁ ରପ୍ତାନୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିବ ବୋଲି ଜଣାପଡ଼ିଛି । ପୂର୍ବରୁ ବ୍ରାଜିଲକୁ ଭାରତ ଟିକା ପ୍ରେରଣ କରିବା ଲାଗି ରାଜି ହୋଇଥିଲା । ଏହିକ୍ରମରେ ଟିକା ନେବା ଲାଗି ଭାରତକୁ ବ୍ରାଜିଲ୍ ବିମାନ ପଠାଇବ ।

India To Export Covid Vaccine To Neighbour Country

କରୋନା କାଳରେ ଭାରତ ପୃଥିବୀର ୧୨୦ ଦେଶଙ୍କୁ ଆବଶ୍ୟକ ହାଇେଡ୍ରାକ୍ଲାରକ୍ୱିନ୍ ବଟିକା ପ୍ରଦାନ କରି ନିଜର ଉଦାରବାଦୀ ବିଦେଶ ନୀତିର ପରିଚୟ ସୃଷ୍ଟି କରିଥିଲା ।

ଚାଇନାରେ କରୋନା ଭାଇରସର ନୂଆ ରୂପ, ଲାଗୁ ହେଲା ଲକଡାଉନ୍

ନୂଆଦିଲ୍ଲୀ: ବିଶ୍ୱରେ ଏଯାବତ୍ କରୋନା ଆତଙ୍କ ଥମି ନଥିବା ବେଳେ ପୁଣି ନୂଆ ବିପଦ ସୃଷ୍ଟି କରିଛି ଚାଇନା । ଏଥିପାଇଁ ଚାଇନା ଲକ୍ଷ ଲକ୍ଷ ଲୋକଙ୍କୁ ଲକଡାଉନରେ ରଖିଛି । ଚାଇନାର ଉତ୍ତର ଓ ଉତ୍ତରପୂର୍ବ ଅଞ୍ଚଳ ହେବେଇ ପ୍ରଦେଶରେ କୋଭିଡ୍ ୧୯ର ନୂଆ ରୂପ ମିଳିଛି । ଗତବର୍ଷ ମେରେ ଏହି ନୂଆ ଭାଇରସ୍ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ମେନଲ୍ୟାଣ୍ଡରେ ହୋଇଥିଲା ।

China's New Covid-19 Out Breaks

ଏବେ ହେବେଇର ରାଜଧାନୀ ସିଜିଆଜୁହାଙ୍ଗ ଏବଂ ଚାଇନାର ଉତ୍ତରପୂର୍ବ ହେଇଲୋଙ୍ଗଜିଆଙ୍ଗରେ ନୂଆ ଭାଇରସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି । ହେବେଇରେ କୋଭିଡ୍-୧୯ର ନୂଆ ମାମଲା ଜାନୁଆରୀ ୩ରେ ଦେଖାଯାଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଗତବର୍ଷ ନଭେମ୍ବରରୁ ବ୍ୟାପିବା ଆରମ୍ଭ କରିଛି । ତେବେ, ଏହି ମାମଲା ନିର୍ଦ୍ଦିଷ୍ଟ ଭାବେ କେଉଁଠାରୁ ବ୍ୟାପିବା ଆରମ୍ଭ କରିଛି ଜଣାପଡ଼ିନାହିଁ । ତେବେ, ବିଦେଶରୁ ଏହା ବ୍ୟାପିଥିବା ବେଜିଂ କହିଛି ।

China's New Covid-19 Out Breaks

ଚାଇନାର ଉତ୍ତରପୂର୍ବରେ ବ୍ୟାପୁଥିବା ସଂକ୍ରମଣ ସ୍ଥାନୀୟ ଉପକୂଳ ସହର ଡଲିଆନରୁ ବ୍ୟାପିଥିବା କୁହାଯାଉଛି । ଡଲିଆନରେ ଏହି ଭାଇରସର ଏକାଧିକ ସ୍ଥାନୀୟ ସଂକ୍ରମଣ ମାମଲା ମିଳିଥିବା ବେଳେ ଋଷିଆର କାର୍ଗୋରେ ବି ସମାନ ମାମଲା ମିଳିଥିଲା । ଡଲିଆନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନ୍ ଋଷିଆ ଷ୍ଟେରନ୍ ସଦୃଶ ।

ପୂର୍ବ ଠାରୁ କେତେ ଭିନ୍ନ ?

ନୂଆ ଷ୍ଟ୍ରେନ୍ ନେଇ ଚାଇନା ଚିନ୍ତାବ୍ୟକ୍ତ କରିଛି । ହେବେଇ ପ୍ରଦେଶର ବିଶେଷକରି ଗ୍ରାମାଞ୍ଚଳରେ ନୂଆ ଷ୍ଟ୍ରେନ୍ ସଂକ୍ରମଣ ମାମଲା ବ୍ୟାପିବାରେ ଲାଗିଛି । ସେହି ସବୁସ୍ଥାନରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଦୁର୍ବଳ ଥିବାବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଲାଣି ।

China's New Covid-19 Out Breaks

ଚାଇନିଜ୍ ନୂଆ ବର୍ଷ ପାଇଁ ବିଦେଶରେ ରହୁଥିବା ଲୋକ ଘରକୁ ଫେରୁଛନ୍ତି । ଏତିକି ବେଳେ ନୂଆ ସଂକ୍ରମଣ ଚିନ୍ତା ବଢ଼ାଇଛି । ତେବେ, ପୂର୍ବଠାରୁ ନୂଆ ଷ୍ଟ୍ରେନ୍ ସଂକ୍ରମଣ ଶୀଘ୍ର ହେଉଥିବା ଜଣାପଡ଼ିଛି । ଏପରିକି ୧୪ ଦିନର ଆଇସୋଲେସନ ପରେ ବି ମାମଲା ବାହାରୁଛି । ନୂଆ ମାମଲା ବିଗତ ୧୦ ମାସରେ ସର୍ବାଧିକ ବୋଲି ଜଣାପଡ଼ିଛି । ହେବେଇ ପ୍ରଦେଶକୁ ସିଲ୍ କରି ଦିଆଯାଇଛି । ହେବେଇ ସହ ସଂଯୋଗ କରୁଥିବା ସଡ଼କ ପଥ ଉପରେ ବି ସ୍ୱତନ୍ତ୍ର ନଜର ରଖାଯାଇଛି । ଡିସେମ୍ବରରୁ ହେବେଇ ପ୍ରଦେଶ ଯାଇ ଫେରିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛି ବେଜିଂ ।

ରୋଜ୍ ଭ୍ୟାଲି ମାଲିକାଣୀ ଆସୁଛନ୍ତି ଭୁବନେଶ୍ୱର, ଖୋଲିବେ ଚିଟଫଣ୍ଡ ଫାଇଲ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରୋଜ୍ ଭ୍ୟାଲି ଗ୍ରୁପ୍ ଚିଟଫଣ୍ଡ ସ୍କାମ ମାମଲାରେ ସିବିଆଇର ଆକ୍ସନ୍ । ଦୀର୍ଘଦିନର ନିରବତା ପରେ ପଞ୍ଛା ମାରିଛି ସିବିଆଇ । ପୂର୍ବରୁ ରୋଜ ଭ୍ୟାଲି ଗ୍ରୁପ୍ ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ସିବିଆଇ ଗିରଫ କରିଥିବା ବେଳେ ଆଜି କୋଲକାତାରୁ ଗୌତମଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି । ଆସନ୍ତାକାଲି ସିବିଆଇ ଶୁଭ୍ରାଙ୍କୁ ଭୁବନେଶ୍ୱର ଆଣିବ ବୋଲି ଜଣାପଡ଼ିଛି ।

CBI Arrested Subhra Kundu Wife of Rose Valley Group Chief Gautam Kundu

ଦୀର୍ଘଦିନ ଧରି ସିବିଆଇରେ ରୋଜ୍ ଭ୍ୟାଲି ମାମଲା ଶିଥିଳ ଭାବେ ପଡ଼ି ରହିଥିଲା । ପୁଣି ନିର୍ବାଚନ ପୂର୍ବରୁ ସିବିଆଇ ସକ୍ରିୟ ହୋଇ ଉଠିଥିବା ବେଳେ ଲକ୍ଷ ଲକ୍ଷ କ୍ଷୁଦ୍ରଜମାକାରୀଙ୍କ ମନରେ ଆଶା ସଞ୍ଚାର ହୋଇଛି । ଅନ୍ୟପଟେ ଭୟଭତୀ ହୋଇ ପଡ଼ଛନ୍ତି ସ୍କାମରେ ସମ୍ପୃକ୍ତ ପ୍ରଭାବଶାଳୀ ନେତା, ମନ୍ତ୍ରୀ । ଅଚାନକ ସିବିଆଇ କାହା ଉପରେ ମାଡ଼ି ବସିବ ତାକୁ ନେଇ ଏବେ ଠକଙ୍କ ଭିତରେ ଭାଳେଣି ପଡ଼ିଲାଣି ।

ଏହି ମାମଲାରେ ୨୦୧୯ ନଭେମ୍ବର ୨୯ରେ ଶୁଭ୍ରାଙ୍କୁ ଇଡି ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା । ସିବିଆଇ ୨୦୧୫ରେ ଗୌତମ କୁଣ୍ଡୁଙ୍କ ଗିରଫ କରିଥିଲା । ଏଥିସହ ଗୌତମଙ୍କ ୨୩୦୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରାଯାଇଥିଲା । ଯେଉଁଥିରେ ହୋଟେଲ, ରିସର୍ଟ ଆଦି ରହିଛି । ରୋଜ୍ ଭ୍ୟାଲି ସାଥି ୨୭ଟି କମ୍ପାନୀ ମାଧ୍ୟରେ ଚିଟଫଣ୍ଡ ସ୍କାମ କରି ଲୋକଙ୍କୁ ଲୁଟୁଥିଲା । ରୋଜଭ୍ୟାଲି ଗ୍ରୁପ୍ ୧୫ ହଜାର କୋଟିର ସ୍କାମ କରିଥିବା ଅଭିଯୋଗ ହୋଇଥିଲା ।

CBI Arrested Subhra Kundu Wife of Rose Valley Group Chief Gautam Kundu

ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ଓଡ଼ିଶାରେ ପୌର ନିର୍ବାଚନ ରହିଛି । ତା’ ପୂର୍ବରୁ ସିବିଆଇ ସକ୍ରିୟ ହେବା ବିଜେପିର ରାଜନୀତିକ ଅଭିସନ୍ଧି ବୋଲି ଟିଏମସି ଅଭିଯୋଗ କରିଛି । ତେବେ, ଦେଖିବାର କଥା ଶୁଭ୍ରାଙ୍କ ଜେରା ପରେ ଠକେଇରେ ସମ୍ପୃକ୍ତ ଆଉ କାହାର ଟେର୍ ପାଇ ଧରୁଛି ସିବିଆଇ ।

ବିମାନରେ ଉଡ଼ିବାକୁ ଅନେକ ଆକର୍ଷଣୀୟ ଅଫର୍, ବଡ଼ଙ୍କ ପାଇଁ ଟିକେଟ କାଟିଲେ ପିଲା ଯିବେ ମାଗଣାରେ

ଆବୁଧାବି: କରୋନା ଟିକା ନେବା ପରେ ପରିବାର ସହ ଛୁଟି କାଟିବାକୁ ଚାହୁଁଛନ୍ତି କି ? ତେବେ, ଏବେଠାରୁ ଟିକେଟ କାଟିବା ଯୋଜନା କରୁଛନ୍ତି କି ? ଯଦି ହଁ, ତା’ ହେଲେ ଏବେଠାରୁ ଟିକେଟ୍ କରି ନିଅନ୍ତୁ । କାରଣ ଗୋଟିଏ ନୁହେଁ କି ଦୁଇଟି ପ୍ରାୟ ସମସ୍ତ କମ୍ପାନୀ ଗ୍ରାହକଙ୍କୁ ଆକର୍ଷଣ କରିବା ପାଇଁ ନାନା ପ୍ରକାର ଯୋଜନା ଆପଣାଇଛନ୍ତି । ଏପରିକି ଦୁବାଇ ବୁଲିବାକୁ ଥିଲେ ଗୋଟିଏ ଟିକେଟରେ ଆଉ ଗୋଟିଏ ମାଗଣା ଘୋଷଣା ବି କରାଯାଉଛି । ଅର୍ଥାତ୍ ଯଦି ଆପଣ ଛୁଆକୁ ସାଙ୍ଗରେ ନେଇ ଯିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଇଁ କୌଣସି କିକେଟ୍ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

Etihad Airways Offers Free Air Ticket To Child On Parents Booking

ଦୁବାଇର ଏତିହାଦ୍ ବିମାନ କମ୍ପାନୀ ପକ୍ଷରୁ ଏହି ଘୋଷଣା କରାଯାଇଛି । ଜଣେ ପ୍ରାପ୍ତ ବୟସ୍କ ଟିକେଟରେ ଜଣେ ପିଲାଙ୍କ ପାଇଁ ମାଗଣା ଟିକେଟ ବ୍ୟବସ୍ଥା ରହିଛି । ଅର୍ଥାତ୍ ପରିବାରର ବାପା ଏବଂ ମା’ଙ୍କ ନାଁରେ ଟିକେଟ୍ କଲେ ଦୁଇ ପିଲାଙ୍କୁ ମାଗଣା ଯାତ୍ରା କରିବାକୁ ସୁଯୋଗ ମିଳିବ । ଏହି ଅଫର୍ ୨୮ ଜାନୁୟାରୀ ଯାଏ ରହିଛି । ୩୦ ସେପେଟମ୍ବର ଭିତରେ ଏହି ଯାତ୍ରା ଶେଷ କରିବାକୁ ହେବ ।

Etihad Airways Offers Free Air Ticket To Child On Parents Booking

ସେହିପରି ଘରୋଇ କ୍ଷେତ୍ରରେ ଯାତ୍ରା କରିବାକୁ ଚାହୁଁଥିଲେ ଇଣ୍ଡିଗୋ କିଛି ଗୁରୁତ୍ୱପୂଣ୍ଣ ଅଫର ଘୋଷଣା କରିଛି । ଇଣ୍ଡିଗୋ ପକ୍ଷରୁ ସର୍ବନିମ୍ନ ୮୭୭ ଟଙ୍କିଆ ପ୍ୟାକେଜ୍ ଘୋଷଣା କରାଯାଇଛି । ଏହା ସମସ୍ତ ଟିକସ ସହ ରହିଛି । ଦିନକୁ ଦିନ ବିମାନ ଯାତ୍ରାରେ ଯାତ୍ରୀଙ୍କ ସଂଖ୍ୟା କମୁଥିବା ଲକ୍ଷ୍ୟ କରି ଏଭଳି ଆକର୍ଷଣୀୟ ଅଫର ଘୋଷଣା  କରାଯାଉଛି । ଏହି ଅଫର ଭିତ୍ତିକ କମ୍ ଯାତ୍ରୀଭଡ଼ା ଏବଂ ଟିକାକରଣ ପରବର୍ତ୍ତୀ ସମୟରେ ଆତ୍ମ ବିଶ୍ୱାସ ବୃଦ୍ଧି ବିମାନଯାତ୍ରୀ ସଂଖ୍ୟା ବୃଦ୍ଧିରେ ସହାୟକ ହେବ ବୋଲି ଆଶ କରାଯାଉଛି ।

ଆସନ୍ତାକାଲିଠାରୁ ରାଜ୍ୟରେ ଟିକାକରଣ, ଭୁବନେଶ୍ୱରରେ ୯ ହଜାର ଲୋକଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ଅପେକ୍ଷାର ଅନ୍ତ ଘଟିଛି, ଓଡ଼ିଶାରେ ପହଞ୍ଚିଛି କରୋନା ସଞ୍ଜୀବନି। ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ। ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ତାଙ୍କ ଟିକା ପାଇ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ତେବେ ଟିକାକରଣ ପାଇଁ ସବୁ ଜିଲ୍ଲା ଓ କୋଲଡ୍ ଚେନ୍ ପଏଣ୍ଟରେ ଟିକା ପହଞ୍ଚି ସାରିଛି। ସେପଟେ ଭୁବନେଶ୍ୱରରେ କେବଳ କୋଭାକ୍ସିନ୍ ଟିକା ଦିଆଯିବ।

ଭୁବନେଶ୍ୱରରେ ପୂର୍ବରୁ ୫ଟି କେନ୍ଦ୍ର କରାଯାଇଥିବା ବେଳେ ଏବେ ଏମ୍‌ସ ହସ୍ପିଟାଲ ସାମିଲ ପରେ ଟିକାକେନ୍ଦ୍ର ସଂଖ୍ୟ ୬କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ। ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ମୋଟ ୨୬ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଞ୍ଜିକୃତ କରାଯାଇଛି। ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ଭ୍ୟାକସିନ୍ ସିସି ଖୋଲାଯିବାର ୪ ଘଣ୍ଟା ଭିତରେ ତାକୁ ବ୍ୟବହାର କରିନେବାକୁ ପରାମର୍ଶ ଦିଆଯାଇଛି।

ବିଏମ୍‌ସି ପ୍ରଥମ ପର୍ଯ୍ୟାୟରେ ଯେତିକି ଭ୍ୟାକ୍ସିନ ପାଇଛି ସେଥିରେ ଭୁବନେଶ୍ୱରର ମୋଟ ୯ ହଜାର ଲୋକଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି ବିଏମସି କମିଶନର। ୨୮ଦିନ ପରେ ସେମାନଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍‌ ଟିକା। ଟିକାକରଣ ପୂର୍ବରୁ ବିଏମ୍‌ସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ବିଏମ୍‌ସି ହସପିଟାଲ ଓ କ୍ୟାପିଟାଲ ହସପିଟାଲ ବୁଲି ଦେଖିଛନ୍ତି ।.

୨୦୨୦ରେ ୫ ହଜାର ୨୪୬ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ: ଚେତୁନି ପାକିସ୍ତାନ, ଥମୁନି ହରକତ୍ । ଲଗାତାର ଏଲଓସିରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ, ଆତଙ୍କବାଦୀ ହମଲା ଭଳି କାର୍ଯ୍ୟକ୍ରମ ଜାରି ରଖିଛି । ୨୦୨୦ ଡିସେମ୍ବର ୩୦ ଯାଏ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଓ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଉତ୍ତରୀ ସେନା ମୁଖ୍ୟ ତଥ୍ୟ ଜାରି କରିଛନ୍ତି । ସେନା ଅନୁସାରେ ୨୦୧୯ ବର୍ଷରେ ୧୫୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏଥିରେ ବିଦେଶୀ ଓ ସ୍ଥାନୀୟ ଆତଙ୍କବାଦୀ ସାମିଲ୍ ଥିଲେ । ସେହିଭଳି ବର୍ଷ ୨୦୨୦ରେ ଭାରତୀୟ ସେନା ଦ୍ୱାରା ୨୨୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

Northern Army Command Release Data On Terrorists Infiltration Ceasefire In 2020

ଉତ୍ତରୀ ସେନା ମୁଖ୍ୟଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ୨୦୧୯ରେ ପାକିସ୍ତାନ ସୀମାରେ ୩୮୨୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଆଉ ୨୦୨୦ର ଏହା ବଢ଼ି ୫୨୪୬ରେ ପହଞ୍ଚିଛି । ନର୍ଥନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ୱାଇ.କେ ଯୋଶୀ କହିଛନ୍ତି- ପାକିସ୍ତାନ ଆତଙ୍କବାଦୀ ନୀତିରେ ପରିବର୍ତ୍ତନ ଆଣୁନାହିଁ ।

ବର୍ଷ ୨୦୧୯ରେ ୪୩ ଆତଙ୍କବାଦୀ ଗିରଫ ହୋଇଥିବା ବେଳେ ୨୦୨୦ରେ ୪୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଭାରତୀୟ ସେନା ଅନୁସାରେ ୨୦୧୯ରେ ୩ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ବେଳେ ୨୦୨୦ରେ ଭାରତୀୟ ସେନା ନିକଟରେ ୧୧ ଜଣ ଆତ୍ମସମର୍ପଣ କରିଥିଲେ । ସେନା ତଥ୍ୟ ଅନୁସାରେ ୨୦୧୯ରେ ୧୦ ଥର ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି ।

Northern Army Command Release Data On Terrorists Infiltration Ceasefire In 2020

ସେହିଭଳି ୨୦୨୦ ବର୍ଷରେ ୬ ଥର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଯାଇଛି । ୪ଥର ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସେନା ଅନୁସାରେ ୨୦୧୯ରେ ଆତଙ୍କବାଦୀଙ୍କ ସଂଖ୍ୟା ପ୍ରାୟ ୪୨୧ ଥିବାବେଳେ ଏହା ହ୍ରାସ ପାଇ ୨୭୪ ହୋଇଥିବା ଅନୁମାନ କରାଯାଉଛି । ଲଞ୍ଚ୍ ପ୍ୟାଡରେ ଆତଙ୍କବାଦୀଙ୍କ ସଂଖ୍ୟା ୨୦୧୯ରେ ପ୍ରାୟ ୫୨୦ରୁ ୫୬୬ ଥିବାବେଳେ ୨୦୨୦ରେ ୨୯୪ରୁ ୩୩୬ ରହିଛି ।

ଆପଣଙ୍କୁ କେଉଁ ଭ୍ୟାକସିନ ଦିଆଗଲା, କିଭଳି ଜାଣିବେ?

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ବଞ୍ଚିବା ପାଇଁ ଗତ ଶନିବାରଠାରୁ ଭ୍ୟାକ୍ସିନେସନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏଥିପାଇଁ ରାଜ୍ୟରେ ଅନେକ ଥର ଡ୍ରାଇ ରନ୍‌ମଧ୍ୟ ହୋଇସାରିଛି । ଏବେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଥିବା କହିଲେଣି ସରକାର । ସୂଚନାଯୋଗ୍ୟ ଦେଶରେ କୋଭିସିଲ୍ଡ ଏବଂ କୋଭ୍ୟାକ୍ସିନ ଟିକାକୁ ଅନୁମତି ମିଳିଛି । ରିପୋର୍ଟ ମୁତାବକ ଟିକା ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ ଓ୍ୱର୍କସର୍ଙ୍କୁ ଦିଆଯିବ । ଏହା ବ୍ୟତୀତ ରୋଗୀଙ୍କ ଆପାତକାଳୀନ ଅବସ୍ଥାରେ ମଧ୍ୟ ଏହି ଟିକା ଦିଆଯିବ ।

ଭ୍ୟାକ୍ସିନେସନ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇନାହିଁ । ସରକାର ଫଟୋ ଆଇଡି ସୂଚୀରେ ଆଧାର ବିଷୟରେ କହିନାହାଁନ୍ତି । ଏଭଳି ସ୍ଥିତିରେ କେତେଲୋକ ଆଧାର କାର୍ଡ଼କୁ ପରିଚୟ ପତ୍ର ଭାବରେ ପୈଠ କରିବେ ଏହା ପରେ ଜଣାପଡ଼ିବ । ଏହା ସହିତ ସରକାର ଏହାର ଡିଜିଟାଲ ରେକର୍ଡ଼ ରଖିବାକୁ ଚାହୁଁଛନ୍ତି । ଡିଜିଟାଲ ରେକର୍ଡ଼ରୁ ଜଣାପଡ଼ିବ କାହାକୁ କେଉଁ ଭ୍ୟାକସିନ ଦିଆଯାଇଛି ।

ସୂଚନା ଅନୁସାରେ ଭ୍ୟାକ୍ସିନେସନରେ ଯେଉଁ ଶିଶି ବ୍ୟବହାର ହେବ ତାହାକୁ ଖୋଲିବାର ଚାରିଘଣ୍ଟା ମଧ୍ୟରେ ହିଁ ବ୍ୟବହାର କରିବାକୁ ପଡ଼ିବ । ପ୍ରତ୍ୟେକ ଶିଶିରେ ୧୦ ଡୋଜ ରହିଛି । ୟୁନିଭର୍ସାଲ ୟୁମ୍ୟୁନାଇଜେସନ ପ୍ରୋଗ୍ରାମ ଅନ୍ତର୍ଗତ କିଛି ଭ୍ୟାକସିନ ଶିଶି ଖୋଲିବାର ଏକ ମାସ ମଧ୍ୟରେ ତାହାକୁ ବ୍ୟବହାର କରାଯାଇପାରିବ । କିନ୍ତୁ ଭିଭିଏମ ବିନା ଏହା ଅସମ୍ଭବ । ଭିଭିଏମ କେତେକ ଜରୁରୀ ସୂଚନା ଦେଇଥାଏ । ଏଥିରେ ଭ୍ୟାକସିନର ତାପମାତ୍ରା ସାମିଲ ରହିଛି ।

ଟିକାକରଣ ନେଇ ଗାଇଡଲାଇନ୍ ଜାରି କଲେ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ

ଭୁବନେଶ୍ୱର: ଦିନକ ପରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଟିକାକରଣ ନେଇ ଗାଇଡଲାଇନ୍ ଜାରି କରିଛନ୍ତି ସରକାର। ଏହି ଗାଇଡଲାଇନ୍ ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ତାଙ୍କ  ସୂଚନାନୁଯାୟୀ, ୧୮ ବର୍ଷରୁ କମ୍, ଗର୍ଭବତୀ ଓ ପ୍ରସୂତି କରୋନା ଟିକା ନେଇପାରିବେନି । ଏଥିସହିତ କୋଭିଡ ଆକ୍ରାନ୍ତ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯାଇ ପାରିବ ନାହିଁ। ଟିକାକରଣ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ  ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ହେବ।

ଆହୁରି ମଧ୍ୟ ସମସ୍ତଙ୍କ ବାହୁରେ କରୋନା ଟିକା ଦିଆଯିବ। ଟିକା ନେବା ପରେ ଅଧଘଣ୍ଟା ଯାଏଁ ଅବଜରଭେସନରେ ରଖାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆସନ୍ତା ୧୬ ତାରିଖରେ ମେଗା ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ୧୬୦ଟି ଭ୍ୟାକ୍ସିନ ସେସନ ସାଇଟରେ ହେବ ଟିକାକରଣ । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ଶହେ ସ୍ୱାସ୍ଥ୍ୟକର୍ମୀ ନେବେ ଟିକା ।  ଯେଉଁଥିପାଇଁ ରାଜ୍ୟକୁ କୋଭିସିଲ୍‌ଡର ୪ଲକ୍ଷ ୮ହଜାର ଡୋଜ୍ ଆସିଛି । ଯାହାର ଗୋଟିଏ ଶିଶିରୁ ୧୦ଟି ଡୋଜ ଦିଆଯାଇ ପାରିବ ।

ସେହିପରି ଅକ୍ସଫୋର୍ଡର କୋଭିସିଲ୍ଡ ଟିକାର ୪୦ ହଜାର ୮ ଶହ ଡୋଜ୍ ଓଡ଼ିଶା ଆସିଥିବା ବେଳେ କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି । କଟକ, ପୁରୀ, ନୟାଗଡ଼ ସମେତ ଭ୍ୟାକ୍ସିନ୍ ଅନ୍ୟ ଜିଲ୍ଲାକୁ ପଠାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯିବାକୁ ଥିବା ବେଳେ ଅନ୍ୟ ସମସ୍ତ ୩୦ଟି ଜିଲ୍ଲାରେ ସେରମ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କୋଭିସିଲ୍ଡ ଟିକା ଦିଆଯିବ । ସବୁଠୁ ଅଧିକ ଟିକା କଟକ ଜିଲ୍ଲାରେ ଦିଆଯିବାକୁ ଥିବାବେଳେ ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା ।

ପ୍ରଥମ ପର୍ଯ୍ୟାୟ ଟିକାକରଣ ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପଞ୍ଜିକୃତ କରାଯାଇଛି। ପ୍ରଥମ ଟିକାଗ୍ରହଣର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ । ଟିକା ଗ୍ରହଣର ୧୪ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଗୃହ ବିଭାଗ, ରାଜସ୍ୱ ବିଭାଗ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ୨୫ ତାରିଖ ସୁଦ୍ଧା ପଞ୍ଜିକରଣ କରାଯିବ ବୋଲି ସୂଚନା ଦିଆଯାଇଛି।

ଏଥିସହ ପଢନ୍ତୁ- ୧୬ରୁ ୩୦ ଜିଲ୍ଲାରେ ଟିକାକରଣ, କାହାଭାଗରେ କେତେ କୋଭିସିଲ୍ଡ ଜାଣନ୍ତୁ…

ଚିନ୍ତାରେ ଆମେରିକୀୟ ପ୍ରଶାସନ, ଜୋ ବାଇଡେନଙ୍କ ଶପଥ ପାଠରେ କ’ଣ ହେବ?

ଆଉ ଅଳ୍ପ କିଛିଦିନ ପରେ ଜୋ ବାଇଡେଇନ୍ ଆମେରିକାର 46 ତମ ରାଷ୍ଟ୍ରପତି ଭାବେ ଅଳଂକୃତ ହେବେ। ଏଥିଲାଗି ସାରା ବିଶ୍ୱ ଅପେକ୍ଷା କରିଛି। ବିଭିନ୍ନ ଦେଶ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ପ୍ରକ୍ରିୟା ଆରମ୍ଭ ହେଲାଣି। ଏହି ଉତ୍ସାହପୂଣ୍ଣ ସମାବେଶ କିନ୍ତୁ ଆମରୀକୀୟ ପ୍ରଶାସନ ପରାଇଁ ଚିନ୍ତାର କାରଣ ହୋଇଛି। କାରଣ ଗଲା କିଛିଦିନ ତଳେ ଯେଉଁମଭଳି ଭାବେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଅଭାବନୀୟ କାଣ୍ଡ ଭିଆଇଲେ ତାହା ସାରା ବିଶ୍ୱ ଆଗରେ ଆମରିକୀୟ ଗଣତନ୍ତ୍ର ଓ ଶୃଙ୍ଖଳାକୁ ନିନ୍ଦିତ କରାଇଛି।  ଅବଶ୍ୟ ଆମରେକାର ନେତୃତ୍ୱ  ମଣ୍ଡଳୀ ଏହାକୁ ଗୁରୁତର ସହ ବିଚାର କରି  ଟ୍ରମ୍ପ ବିଦାୟ ପୂର୍ବରୁ ତାଙ୍କୁ ତଡ଼ିବା ଲାଗି ଆସିଥିବା ମହାଭିଯୋଗ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି, କିନ୍ତୁ ଆଗକୁ ହିଂସା ନହେବ ବୋଲି ଆଶଙ୍କା କରାଯାଇ ନପାରେ।

ପରିସ୍ଥିତିକୁ ଆଖିରେ ରଖି ଅଧିକ ସକ୍ରିୟ ହୋଇଛି ଆମେରିକୀୟ ପୁଲିସ ଓ ମିଲିଟାରୀ ପ୍ରଶାସନ। ରାଜଧାନୀ ସହର ଓ୍ୱାଶିଂଟନ୍‌  ଡିସି ଆୟୋଜନ ହେବାକୁ ଥିବା କ୍ଷମତା ହସ୍ତାନ୍ତର ସମାବେଶ ସୁରକ୍ଷିତ ଓ ଶୃଙ୍ଖଳିତ କରିବା ଲାଗି ପ୍ରାୟ ୭ ହଜାର ଶସ୍ତ୍ର ସେନା ମୁତ୍ତୟନ ରହିଛନ୍ତି। ସେମାନେ ଆଶା କରିଛନ୍ତି ଯ, ଟ୍ରମ୍ପଙ୍କ ସମର୍ଥକମାନେ ପୁଣିଥରେ କିଛି ଅଘଟଣ ଘଟାଇପାରନ୍ତି। ଏହି ଆଶଙ୍କାକୁ ଦମନ କରିବା ଲାଗି ଏତେ ପରିମାଣରେ ଶସ୍ତ୍ର ବାହିନୀ ମୁତ୍ତୟନ କରାଯାଇଛି ଯେ ତାହାକୁ ନଦେଖିଲେ ତାହା ବିଶ୍ୱାସ କରି ହେଉନାହିଁ। ଆଗକୁ ଆହୁରି ୨୧ ହଜାର ନ୍ୟାସନାଲ୍ ଗାର୍ଡ ଜବାନଙ୍କୁ ଏହି ସୁରକ୍ଷା କାର୍ଯ୍ୟରେ ମୁତ୍ତୟନ କରାଯାଇପୋରେ। ବିଭିନ୍ନ ଆଡ଼ୁ ଏମାନଙ୍କୁ ଅଣାଯାଇ ଏଠାରେ ମୁତ୍ତୟନ କରାଯାଇଛି ଯେ ସହରର ପ୍ରତିଟି କୋଠା ପ୍ରାୟ ଏଥିରେ ଭରପୁର ରହିଥିବା ଲକ୍ଷ୍ୟ କରାଯାଇଛି। ବିଭିନ୍ନ ଘରର ଚଟାଣରେ ସେମାନଙ୍କୁ ଦେଖିବାକୁ ମିଳିଛି।

ଆସନ୍ତା ୨୦ ତାରିଖରେ ବିଧି ଅନୁସାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆମେରିକୀୟ ଗୁଇନ୍ଦା ସଂସ୍ଥା ଏହି ସମୟରେ ଅଶୋଭନୀୟ କାଣ୍ଡ ଆଶଙ୍କା କରିଛି। କାରଣ ବୁଧବାର ମହାଭିଯେଗ ପୂର୍ବରୁ ଟ୍ରମ୍ପଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ଏଣୁ ଆଗକୁ ତାଙ୍କ ବିରୁଦ୍ଧରେ ଅପରାଧିକ ମାମଲା ମଧ୍ୟ ଲାଗିପାରେ ବୋଲି ଆଶଙ୍କା କରାଯାଇଛି। ଜୋ ବାଇଡେନଙ୍କ ଶାସନ ଆରମ୍ଭ ହେବା ପେର ଏ ନେଇ ମାମଲା ବିଚାର ହେବା ଆଶଙ୍କାକୁମ ଧ୍ୟ ଏଡ଼ାଇ ଦିଆଯାଇ ନପାରେ।

ଯବାନଙ୍କୁ ଶାସ୍ୱତଙ୍କ ନିଆରା ଶ୍ରଦ୍ଧାଞ୍ଜଳି, ଦିଆସିଲି କାଠିରେ ତିଆରି କଲେ ଯୁଦ୍ଧ ଟ୍ୟାଙ୍କ

ପୁରୀ: ଦିଆସିଲ କାଠିରେ ତିଆରି କଲେ ଭାରତୀୟ ସେନାର ଯୁଦ୍ଧ ଟ୍ୟାଙ୍କ । ଏଭଳି ଅଭିନବ ପ୍ରୟାସ କରି ସମସ୍ତଙ୍କୁ ଚକିତ କରିଛନ୍ତି ପୁରୀ କୁମ୍ଭାର ପଡ଼ାର ଯୁବଶିଳ୍ପୀ ଶାସ୍ୱତ ରଞ୍ଜନ ଦାସ । ତାଙ୍କର ଏଭଳି ବିରଳ କଳାକୃତି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଜାତୀୟ ସେନା ଦିବସ ଉପଲକ୍ଷେ ସେ ଏଭଳି କଳାକୃତି କରିଛନ୍ତି । ପୂର୍ବରୁ ମଧ୍ୟ ସେ ଦିଆସିଲିରେ ଅନେକ କଳାକୃତି କରି ଲୋକଙ୍କୁ ଚକିତ କରିଛନ୍ତି । ଏବେ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଟିଛନ୍ତି । ପୂର୍ବରୁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଥିଲେ । ଖାଲି ସେତିକି ନୁହେଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ବେଳେ ମଧ୍ୟ ସେ ଦିଆସିଲି କାଠିରେ ଅବିକଳ ପ୍ରତିମୂର୍ତ୍ତି ତିଆରି କରିଥିଲେ । ଯାହାର ଫଟୋ ସାରା ରାଜ୍ୟ ସମେତ ଦେଶରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ କଳାକୃତିକୁ ଢ଼େର ପ୍ରଶଂସା କରାଯାଇଥିଲା । ସେ ପୂର୍ବରୁ ଗାଭାସ୍କର ଟ୍ରଫି ମଧ୍ୟ ଦିଆସିଲିକାଠିରେ ତିଆରି କରିଥିଲେ ।

Matches Tank

ତେବେ ଜାତୀୟ ସେନା ଦିବସରେ ସେ ଯେଉଁ ଟ୍ୟାଙ୍କ ତିଆରି କରିଛନ୍ତି ସେଥିରେ ୨୨୫୪ ଦିଆସିଲି କାଠି ବ୍ୟବହାର କରିଛନ୍ତି । ପୂର୍ବରୁ ମହାପ୍ରଭୁଙ୍କ ମୂର୍ତ୍ତିରେ ସେ ୭୮୮୧ ଦିଆସିଲିକାଠି ବ୍ୟବହାର କରିଥିଲେ । ଆଉ ନାଗର୍ଜୁନ ବେଶ ମୂର୍ତ୍ତି ବେଳେ ସେ ୩୬୩୫ଟି କାଟି ବ୍ୟବହାର କରି ମୂର୍ତ୍ତି ତିଆରି କରିଥିଲେ ଏବଂ ୩୫୦୦ ଦିଆସିଲି କାଠିରେ ଗାଭାସ୍କର ଟ୍ରଫି ପ୍ରସ୍ତୁତ କରିଥିଲେ ।

ଦିନ ରାତି ସୀମାନ୍ତରେ ଜାଗ୍ରତ ପ୍ରହରୀ ଭାବେ ପ୍ରତ୍ୟେକ ଭରାତୀୟ ତଥା ସମଗ୍ର ଭାରତ ବର୍ଷକୁ ରକ୍ଷା କରୁଥିବା ସେନା ଏହି ଦିବସକୁ ପାଳନ କରିଥାଏ । ତେବେ ଦେଶମାତୃକା ଲାଗି ଜୀବନ ଉତ୍ସର୍ଗ କରିଥିବା ଏହି ପ୍ରକୃତ ହିରୋ ମାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ ସେ ଟ୍ୟାଙ୍କ ତିଆରି କରିଛନ୍ତି ।