ସ୍ଥଳ ସେନାରେ ୧୧୮ଗୋଟି ଅର୍ଜୁନ ଟ୍ୟାଙ୍କ ସାମିଲ୍

1 min read
Defence Acquisition Council approved 118 MBT Arjun Mark-1A indigenous tanks for Indian Army

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଜରୁରୀକାଳୀନ ଆବଶ୍ୟକତା ଭିତ୍ତିରେ ମେନ୍ ବ୍ୟାଟେଲ ଟ୍ୟାଙ୍କ୍ସ (MBT) ଅର୍ଜୁନ୍ Mk 1Akକୁ ଅନୁମୋଦନ କରାଯାଇଛି । ଏଥିପାଇଁ ୧୩, ୭୦୦ କୋଟିର ଅର୍ଥ ମଞ୍ଜୁର କରାଯାଇଛି । ଅର୍ଜୁନ୍ Mk 1Ak ସହ ଭାରତୀୟ ସେନା ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର କିଣାଯିବ ।

ଏନେଇ ସ୍ଥଳ ସେନାର ଏଡିଜି ଟ୍ୱିଟ୍ କରିଛନ୍ତି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭାରତୀୟ ଅସ୍ତ୍ରଶସ୍ତ୍ର କିଣାଯିବ । ସମସ୍ତ ଅଧିଗ୍ରହଣ ପ୍ରସ୍ତାବ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ । ଏହାକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କେନ୍ଦ୍ର (DRDO) ନିର୍ମାଣ କରିଛି । ୧୧୮ଟି ଅର୍ଜୁନ୍ Mk 1Ak କ୍ରୟ ଲାଗି ଅନୁମୋଦନ କରାଯାଇଛି । ୮୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାର ସୁରକ୍ଷା ଓ ଅସ୍ତ୍ରଶସ୍ତ୍ର ଯାନ ଲାଗି ଅତିରିକ୍ତ ୫୦୦ କୋଟି ଟଙ୍କା ଦିଆଯାଇଛି ।

Defence Acquisition Council approved 118 MBT Arjun Mark-1A indigenous tanks for Indian Army

୨୦୨୦ରେ ୨ଟି ରେଜିମେଣ୍ଟରେ ଏମବିଟି ଅର୍ଜୁନ୍ ସାମିଲ୍ ହୋଇଥିଲା । ଅର୍ଜୁନ୍ Mk 1Ak ହେଉଛି ତା’ର ବିକଶିତ ରୂପ । ଏଥିରେ ୫୭ଟି କ୍ଷୁଦ୍ର ପରିବର୍ତ୍ତନ ସହ ୧୪ଟି ବଡ଼ ପରିବର୍ତ୍ତନ କରାଯାଇଛି । ଶତ୍ରୁପକ୍ଷଙ୍କୁ ଟାର୍ଗେଟ୍ ପାଇଁ ୪ଟି ଫାୟାର ପାୱାର ଲଗାଯାଇଥିବା ବେଳେ ଦୀର୍ଘ ସମୟ କାର୍ଯ୍ୟକ୍ଷମ ପାଇଁ ୬ଟି ମୋବିଲିଟି ସେକ୍ସନ୍ ଓ ୪ଟି ସର୍ଭିଭାଲିଟି ସେକ୍ସନ୍ ରହିଛି ।

ଏହାର ଅସ୍ତ୍ରଶସ୍ତ୍ର ସ୍ୱୟଂଚାଳିତ ଭାବେ ଲକ୍ଷ୍ୟଭେଦ କରିପାରିବ । ଏହାର ଅସ୍ତ୍ରଶସ୍ତ୍ରକୁ ରିମୋର୍ଟରେ ପରିଚାଳନା କରାଯାଇ ପାରିବ । ଏଥିରେ ଆଡଭାନ୍ସଡ୍ ଲ୍ୟାଣ୍ଡ ନାଭିଗେସନ ସିଷ୍ଟମ, ଡ୍ରାଇଭର ନାଇଟ୍ ସାଇଟ୍, ଆଡଭାନ୍ସ ରନିଂ ଗିଅର ସୁବିଧା ରହିଛି । ଏହି ଟ୍ୟାଙ୍କର ରୂପରେଖ ସହ ବିକଶିତ ଚେନ୍ନାଇ ସ୍ଥିତ ସିଭିଆରଡିଇ ଏବଂ ଡିଆରଡିଓ କରିଛନ୍ତି । ସେନା ଠାରୁ ଅର୍ଡର ମିଳିବା ପରେ ଅଭାଡ଼ିର ହେଭି ଭେଇକିଲ୍ସ ଫ୍ୟାକ୍ଟ୍ରିରେ ନିର୍ମାଣ ଆରମ୍ଭ ହେବ ।

Leave a Reply