ପବିତ୍ର ମକର ସଂକ୍ରାନ୍ତିରେ ଚଳ ଚଞ୍ଚଳ ବାବା ସିଂହନାଥ ପୀଠ। ବିଜେଡି ବରିଷ୍ଠ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ବାବା ସିଂହନାଥଙ୍କର ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଉପବାସର ସହ ମନ୍ଦିର ବେଢା ପରିକ୍ରମା କରି ବାବା ସିଂହନାଥଙ୍କର ଦର୍ଶନ କରିଛନ୍ତି। ଏନେଇ ସେଠାରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ବିନୋଦ କୁମାର ନନ୍ଦ।
ଥାଇଲାଣ୍ଡରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା: ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦ରୁ ଅଧିକ ଆହତ
ଥାଇଲାଣ୍ଡରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା। ଏକ କ୍ରେନ ଧସିଯିବା ସହ ଟ୍ରେନ ଉପରେ ପଡ଼ିଯିବା କାରଣରୁ ଘଟିଛି ଦୁର୍ଘଟଣା। ଏଥିରେ ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ରୁ ଅଧିକ ଆହତ ହୋଇଛନ୍ତି। ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍ଗକକରୁ ଯାଉଥିବାବେଳେ ଏହି ଅଘଟଣ ଘଟିଛି। ମୃତ୍ଯୁସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଥାଇଲାଣ୍ଡର ନାଖୋମ ରାଚେସିମା ପ୍ରଜାତନ୍ତ୍ର ଅନ୍ତର୍ଗତ ସିଖିଓ ଜିଲ୍ଲାରେ ଏହି ଅଘଟଣ ଘଟିଛି। ବ୍ୟାଙ୍ଗକକରୁ ୨୩୦ କିଲୋମିଟର ଦୂରରେ ଏହି ଦୁର୍ଗଟଣା ଘଟିଥିଲା। ଟ୍ରେନଟି ଉବୋନ ରାଚେସିମାକୁ ଯାଉଥିଲା। ଏକ ହାଇସ୍ପିଡ ରେଲ ପ୍ରକଳ୍ପରେ ନିୟୋଜିତ କ୍ରେନଟି ଧସି ଯିବାରୁ ଏହି ଅଘଟଣ ଘଟିଥିଲା। ଦୁର୍ଘଟଣାର ତୀବ୍ରତା ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ କୋଚରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଟ୍ରେନରେ ୧୯୫ରୁ ଅଧିକ ଲୋକ ଥିବା କୁହାଯାଇଛି।
ମା’ ମଙ୍ଗଳାଙ୍କ ପୀଠ ସମେତ ବିଭିନ୍ନ ପୀଠରେ ମକର ସଂକ୍ରାନ୍ତି ବେଶ ଧୂମଧାମରେ ପାଳିତ
ଆଜି ପବିତ୍ର ମକର ସଂକ୍ରାନ୍ତି । ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଟାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ସମେତ ବିଭିନ୍ନ ପୀଠରେ ମକର ସଙ୍କ୍ରାନ୍ତି ବେଶ ଧୂମ ଧାମରେ ପାଳିତ ହୋଇଯାଇଛି । କାକଟପୁର ବଲରାରେ ଅବସ୍ଥିତ ବାବା ମାଧବାନନ୍ଦ ମନ୍ଦିରରେ ଆଜି ଭୋରରୁ ସ୍ନାନ, ମାର୍ଜଣ।, ସୁର୍ଜ୍ୟପୂଜା ଓ ବିଭିନ୍ନ ନୀତିକାନ୍ତି, ସକାଳ ଧୂପ ପରେ ସହ ସହ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବିଶ୍ଵାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କ ପୂଜାର୍ଚନା ସହ ମହାପ୍ରଭୁଙ୍କୁ ଆରାଧନା କରି ନଡିଆ ଗୁଆ ବସାଇଲେ ପରିବାରକୁ ଥଣ୍ଡା ଓ କଫ ଜନିତ ରୋଗରୁ ମୁକ୍ତି ମିଳିଥାଏ । ଏହି ବିଶ୍ଵାସ ରଖି ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଆସି ମହାପ୍ରଭୁଙ୍କୁ ପୂଜାର୍ଚନା କରି ଭୋଗରାଗ କରିଛନ୍ତି ।
ଗଣପର୍ବ ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ କେନ୍ଦୁଝର ଚମ୍ପୁଆ ବ୍ଲକର କେଶରୀ କୁଣ୍ଡ
ଗଣପର୍ବ ମକର ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ କେନ୍ଦୁଝର ଚମ୍ପୁଆ ବ୍ଲକର କେଶରୀ କୁଣ୍ଡ । କେଶରୀ କୁଣ୍ଡ ରେ ଆଜି ମକର ବୁଡ ଦେବାକୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି । ବୈତରଣୀ ନଦୀ ସହିତ ନଦୀ ପଠାରେ ପଥର ଚଟାଣରେ ଥିବା କୁଣ୍ଡରେ ବୁଡ଼ ପକାଇ ନୂତନ ବସ୍ତ୍ର ପରିଧାନ କରି ପିଠା ପଣା ଖାଇ ମକର ପର୍ବ ପାଳିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ମକର ପର୍ବ ଅବସରରେ ବୈତରଣୀ ନଦୀ କେଶରୀ କୁଣ୍ଡରେ ବୁଡ଼ ପକାଇଲେ ପୁଣ୍ୟ ଅର୍ଜନ ସହ ପାପ କ୍ଷୟ ହେବାର ବିଶ୍ୱାସ ରହିଛି । ଏହାସହ ମକର ମେଳାର ମଜା ଉଠାଉଛନ୍ତି। ମେଳାରେ ବୁଲି ବିଭିନ୍ନ ସାମଗ୍ରୀ କିଣିବାର ମଧ୍ୟ ମଜା ନେଉଛନ୍ତି ଲୋକେ ।
ମକର ସଂକ୍ରାନ୍ତି ଉପଲକ୍ଷେ ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରବଳ ଗହଳି
ମକର ସଂକ୍ରାନ୍ତି ଉପଲକ୍ଷେ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଭୋର 4ଟାରେ ପହଡ ଖୋଲାଯାଇ 108 ଗରା ଜଳରେ ବାବା ଙ୍କୁ ସ୍ନାନ କରାଯାଇ ମଙ୍ଗଳା ଆଳତୀ କରାଯିବା ପରେ ଖେଚୁଡି ଭୋଗ ଲାଗି କରାଯାଇଥିଲା। ବାବାଙ୍କୁ ବିଭିନ୍ନ ଫୁଲରେ ସଜ୍ଜିତ କରାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ଜାରି ରହିଛି। । ମଧ୍ୟାହ୍ନରେ ଧବଳେଶ୍ଵରଙ୍କ ନିକଟରେ ମକର ଚାଉଳ ଲାଗି କରାଯିବ। ସୁରକ୍ଷା ଦୃଷ୍ଟିରୁ ୧ପ୍ଲାଟୁନ ପୋଲିସ ଫୋର୍ସ ସହ ଡିଏସପି , ଗୁରୁଡିଝାଟିଆ ଆଇଆଇସି ଉପସ୍ଥିତ ରହି ଭିଡକୁ ନିୟନ୍ତ୍ରଣ କରିଛନ୍ତି।
ମକର ସଂକ୍ରାନ୍ତିକୁ ନେଇ ବ୍ରହ୍ମପୁର ଉତ୍ସବମୁଖର
ମକର ସଂକ୍ରାନ୍ତି ପର୍ବ ତେଲୁଗୁ ସଂପ୍ରଦାୟର ଲୋକଙ୍କ ସବୁଠୁ ବଡ଼ ପର୍ବ। ଚାରିଦିନ ଧରି ଉତ୍ସବ ବେଶ୍ ଧୁମ୍ ଧାମରେ ପାଳନ ହେବାକୁ ଥିବା ବେଳେ ବ୍ରହ୍ମପୁରରେ ଗତକାଲି ମଧ୍ୟରାତ୍ରରୁ ଭୋଗି ଉତ୍ସବ ପାଳନ ହୋଇଯାଇଛି। ଏହାକୁ ନେଇ ରେଶମ ସହର ବ୍ରହ୍ମପୁର ବେଶ ଉତ୍ସବମୁଖର । ଭୋଗି ଜାଳି ନାଚ ଗୀତରେ ବେଶ ମସଗୁଲ ହୋଇଛନ୍ତି ତେଲୁଗୁ ସଂପ୍ରଦାୟର ଲୋକେ । ମକର ସଂକ୍ରାନ୍ତିକୁ ତେଲୁଗୁ ନୂଆବର୍ଷ ଭାବେ ପାଳନ କରାଯାଉଥିବାରୁ ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ଏହି ଭୋଗୀ ପର୍ବ ପାଳନଙ୍କୁ ନେଇ ବେଶ ଉତ୍ସାହିତ ସମସ୍ତେ ।

