spot_img
Home Blog Page 6072

ନବୀନ ପଟ୍ଟନାୟକ ପୁଣି ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ: ସର୍ଭେ

ଭୁବନେଶ୍ୱର: ନବୀନ ପୁଣି ନମ୍ବର ୱାନ୍। ଓଡ଼ିଶାର ମୁଖ୍ୟମନ୍ତ୍ରୀ ପାଇଲେ ନମ୍ବର ଓ୍ୱାନ୍‌ ସାର୍ଟିଫିକେଟ୍‌। ଦେଶର ସବୁଠୁ ଭଲ ଆଉ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ୫୧ ପ୍ରତିଶତ ପଜିଟିଭ ରେଟିଂ ସହ ନବୀନ ହୋଇଛନ୍ତି ଏକ ନମ୍ବର। ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେଶନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିଲେ ନବୀନ ପଟ୍ଟନାୟକ। ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ସଫଳତା କେବଳ ତାଙ୍କର ସ୍ୱଚ୍ଛମନୋଭାବ ଏବଂ ଉତ୍ତମ କାର୍ଯ୍ୟ ପାଇଁ ହିଁ ଲାଭ ହୋଇଛି ଏଭଳି ସଫଳତା। ତାଙ୍କ ସଫଳତା ହେଉଛି ରାଜ୍ୟର ସଫଳତା। ସେଥିପାଇଁ ପୁରା ରାଜ୍ୟରୁ ଶୁଭେଚ୍ଛା ଆସିବାରେ ଲାଗିଛି।

ଏହି ତାଲିକାରେ ଅରବିନ୍ଦ କେଜ୍ରିୱାଲ ୪୧ ପ୍ରତିଶତରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଯୋଗୀ ଆଦିତ୍ୟନାଥ ୩୯ ପ୍ରତିଶତରେ ତୃତୀୟ, ମହାରାଷ୍ଟ୍ରରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୩୫ ପ୍ରତିଶତରେ ଚତୁର୍ଥ ଏବଂ ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ ମଧ୍ୟ ୩୫ ପ୍ରତିଶତରେ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଏଥର ପେପର୍ ଲେସ୍ ବଜେଟ୍: ଲଞ୍ଚ ହେଲା ‘ୟୁନିୟନ ବଜେଟ୍ ମୋବାଇଲ୍ ଆପ୍’

0

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଆଗତ ହେବା ପୂର୍ବରୁ ପାରମ୍ପାରିକ ହାଲୱା ସେରିମନି ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିଲ୍ଲୀର ନର୍ଥ ବ୍ଲକ୍ ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥି ସହ ଅର୍ଥମନ୍ତ୍ରୀ ‘ୟୁନିୟନ୍ ବଜେଟ୍ ମୋବାଇଲ୍ ଆପ୍’ ମଧ୍ୟ ଲଞ୍ଚ କରିଛନ୍ତି। ତେବେ ଏଥି ସହିତ ପେପରଲେସ୍ ବଜେଟ୍ ୨୦୨୧-୨୨ର ଶୁଭାରାମ୍ଭ ହୋଇଯାଇଛି।

ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ବଜେଟ୍ ପ୍ରିଣ୍ଟିଙ୍ଗ୍ କରାଯାଉନାହିଁ। ‘ୟୁନିଅନ୍ ବଜେଟ୍ ମୋବାଇଲ୍ ଆପ୍’ ମାଧ୍ୟମରେ ଜନସାଧାରଣ ଏବଂ ସାଧାରଣ ଜନତା ବଜେଟ୍ ସହ ଜଡ଼ିତ ଡକ୍ୟୁମେଣ୍ଟ୍ ପାଇପାରିବେ। ଚଳିତବର୍ଷ କୋଭିଡ-୧୯ ଯୋଗୁ ବଜେଟ୍ କାଗଜରେ ପ୍ରିଣ୍ଟ ହେବ ନାହିଁ।  ଏହା ବ୍ୟତୀତ ଅର୍ଥନୈତିକ ସର୍ଭେ ମଧ୍ୟ କାଗଜରେ ଛପା ହେବ ନାହିଁ। ଏହି ବର୍ଷ ଏହି ଉଭୟ ଦଲିଲ ଇଲେକ୍ଟ୍ରୋନିକ୍ ଫର୍ମରେ ସଂସଦରେ ଉପସ୍ଥାପନ ହେବ।

‘ୟୁନିୟନ୍ ବଜେଟ୍ ମୋବାଇଲ୍ ଆପ୍’ର ବିଶେଷତ୍ତ୍ୱ:

୧) ଏହି ମୋବାଇଲ୍ ଆପ୍ ରେ ସମସ୍ତ ୧୪ ଟି ବଜେଟ୍ ଡକ୍ୟୁମେଣ୍ଟ୍ ଅଛି। ଏଥିରେ ବାର୍ଷିକ ଆର୍ଥିକ ବିବରଣୀ, ଡିମାଣ୍ଡ ଫର୍ ଫାଇନାନ୍ସ ବିଲ୍ ଇତ୍ୟାଦି ବିଷୟରେ ସୂଚନା ରହିବ।

୨) ଏହି ଆପରେ ଡାଉନଲୋଡ୍, ପ୍ରିଣ୍ଟିଙ୍ଗ୍, ସର୍ଚ୍ଚ, ଜୁମ୍ ଇନ୍ ଏବଂ ଆଉଟ୍, ଏକ୍ସଟରନାଲ୍ ଲିଙ୍କ୍ ଇତ୍ୟାଦି ଫିଚର ଅଛି। ଏହାର ଇଣ୍ଟରଫେସ୍ ୟୁଜର ଫ୍ରେଣ୍ଡଲି ଅଟେ।

୩) ଏହି ଆପ୍ ଇଂରାଜୀ ଏବଂ ହିନ୍ଦୀରେ ଉପଲବ୍ଧ। ଏହା ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ।

୪) ଏହି ମୋବାଇଲ୍ ଆପ୍ କୁ  ୟୁନିଅନ୍ ବଜେଟ୍ ୱେବ୍ ପୋର୍ଟାଲ୍ www.indiabudget.gov.in ରୁ ମଧ୍ୟ ଡାଉନଲୋଡ୍ ହୋଇପାରିବ।

୫) ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ସମାପ୍ତ ହେବା ପରେ ଏହି ଆପରେ ବଜେଟ୍ ଡକ୍ୟୁମେଣ୍ଟ୍ ଉପଲବ୍ଧ ହେବ

ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ୨୦୨୧-୨୨ର ଆର୍ଥିକ ବଜେଟ ଉପସ୍ଥାପନ ହେବ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଏହାର ଉପସ୍ଥାପନ କରିବେ।

 

 

୩ ଓଡିଆ IASଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: ୩ ଓଡିଆ IASଙ୍କୁ କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର ହୋଇଛି । ଉପେନ୍ଦ୍ର ପ୍ରସାଦ ସିଂଙ୍କୁ କେନ୍ଦ୍ର ବୟନ ସଚିବ ଦାୟିତ୍ୱ ମିଳିଛି । ୧୯୮୫ ବ୍ୟାଚ୍ ଓଡ଼ିଶା କ୍ୟାଡର IAS ହେଉଛନ୍ତି ଉପେନ୍ଦ୍ର ସିଂ । ସେହିପରି ବିଦ୍ୟୁତ୍ ବିହାରୀ ସ୍ୱାଇଁ ହେଲେ MSME ସଚିବ  । ୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର IAS ହେଉଛନ୍ତି  ବିଦ୍ୟୁତ୍ ବିହାରୀ ସ୍ୱାଇଁ । ଜି.ଭି.ଭି ଶର୍ମା ହେଲେ NACWCର ଅଧ୍ୟକ୍ଷ  । ନାସନାଲ ଅଥରିଟି କେମିକାଲ ୱିପନ୍‌ କନଭେନସନ ଅଧ୍ୟକ୍ଷ ହେଲେ ଜିଭିଭି ଶର୍ମା ।

ସାଧାରଣତନ୍ତ୍ର ଦିବସରେ କେଉଁଠି କିଏ କରିବେ ପତାକା ଉତ୍ତୋଳନ ଜାଣନ୍ତୁ…

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସରେ କେଉଁଠି କିଏ କରିବେ ପତାକା ଉତ୍ତୋଳନ । ଏନେଇ ପ୍ରକାଶ ପାଇଛି ତାଲିକା । ମନ୍ତ୍ରୀ ନିରଞ୍ଜନ ପୂଜାରି ଯିବେ କଟକ । ବିକ୍ରିମ କେଶରୀ ଆୁଖ ପୁରୀରେ କରିବେ ପତାକା ଉତ୍ତୋଳନ । ଅନୁଗୁଳରେ ପ୍ରଫୁଲ୍ଲ କୁମାର ମଲ୍ଲିକ କରିବେ ଫ୍ଲାଗ୍ ହୋଷ୍ଟିଂ । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଳାହାଣ୍ଡିରେ କରିବେ ପତାକା ଉତ୍ତୋଳନ ।

ମନ୍ତ୍ରୀ ପଦ୍ମନାଭ ବେହେରା ଗଞ୍ଜାମ ଯାଇ ପାଳିବେ ସାଧାରଣତନ୍ତ୍ର ଦିବସ । ଆଇନ ମନ୍ତ୍ରୀ ପ୍ରତାପ ଜେନା ବାଲେଶ୍ୱରରେ କରିବେ ପତାକା ଉତ୍ତୋଳନ । ସେହିପରି ରାୟଗଡ଼ା ଯିବେ ଅରୁଣ ସାହୁ । ଏବଂ କନ୍ଧମାଳ ଯିବେ ସୁଦାମ ମାରାଣ୍ଡି । ମୟୂରଭଞ୍ଜରେ ପତାକା ଉତ୍ତୋଳନ କରିବେ ମନ୍ତ୍ରୀ ସୁଶାନ୍ତ ସିଂ । ବରଗଡ଼ ଗସ୍ତ କରିବେ ନବ କିଶୋର ଦାସ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସମ୍ବଲପୁରରେ କରିବେ ପତାକା ଉତ୍ତୋଳନ  ।

ନୟାଗଡ଼ରେ ଜଗନ୍ନାଥ ସାରକା,  କେନ୍ଦୁଝରରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଯାଜପୁରରେ ଅଶୋକ ପଣ୍ଡା, ବଲାଙ୍ଗୀରରେ ସମୀର ଦାସ, ସୁନ୍ଦରଗଡ଼ରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ନବରଙ୍ଗପୁରରେ ରଘୁନାଥ ଦାସ, କରିବେ ପତାକା ଉତ୍ତୋଳନ । ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯିବେ ଗଜପତିରେ ପତାକା ଉତ୍ତୋଳନ କରିବାକୁ । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରିରେ ପତାକା ଉତ୍ତୋଳନ କରିବେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କେନ୍ଦୁଝର ଡିଏନ ହାଇସ୍କୁଲରେ କରିବେ ପତାକା ଉତ୍ତୋଳନ ।

ବିଚ ରାସ୍ତାରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ମାତାଲ ହେଲପର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ବଜାରରେ ମାତାଲ ଟ୍ରକ୍‌ ହେଲପରଙ୍କ ଉନ୍ମତ୍ତକାଣ୍ଡ । ୪ ଜଣଙ୍କୁ କାମୁଡ଼ିବା ସହ ମାଡ଼ମାରି ଆହତ କଲା ଟ୍ରକ ହେଲ୍‌ପର । ଉତ୍ତରପ୍ରଦେଶରୁ ଫଳ ନେଇ ଆସିଥିବା ଟ୍ରକ୍‌ ଡ୍ରାଇଭର ମାତ୍ରାଧିକ ମଦ୍ୟପାନ କରି ସୋରରେ ଲୋକଙ୍କୁ ମାଡ଼ ମାରିବା ସହ କାନକୁ କାମୁଡ଼ି ଦେଇଛି । ମାତାଲ ହେଲ୍‌ପରଙ୍କୁ କାବୁ କରି ଲୋକ ପୋଲିସ ଜିମାରେ ଦେଇଛନ୍ତି । ଆହତମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତ କରାଯାଇଛି ।

ସୂଚନା ଅନୁସାରେ, ଫଳ ଗୋଦାମରେ ଫଳ ଅନଲୋଡ କରୁଥିବା ସମୟରେ କୌଣସି କାରଣରୁ ହେଲପରଙ୍କ ସହ ସ୍ଥାନୀୟ ଲୋକଙ୍କ ଯୁକ୍ତିତର୍କ ହୋଇଥିଲା । ଏବଂ ହେଲପର ଜଣଙ୍କ ମଦ ପିଇ ମାତାଲ ଅବସ୍ଥାରେ ଲୋକଙ୍କ ଅତର୍କିତ ଆକ୍ରମଣ କରିଥିଲେ । ଏବଂ ସ୍ଥାନୀୟ କିଛି ଲୋକଙ୍କୁ ସେ କମୁଡ଼ି ପକାଇଥିଲେ । ଅନ୍ୟ ଲୋକ ଯେତେବେଳେ ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ସେମାନଙ୍କୁ ବି ଗୋଡ଼ାଇ ଗୋଡ଼ାଇ କମୁଡ଼ି ଥିଲା ।

କେବଳ ସେତିକି ନୁହେଁ ଗାଡ଼ିର ଚାଳକ ମଧ୍ୟ ହେଲପର ଦାଉରୁ ରକ୍ଷା ପାଇପାରି ନଥିଲେ । ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ମାତାଲ ହେଲପର । ତେଣୁ ଅନ୍ୟମାନଙ୍କ ସାହାଯ୍ୟ ନେଇ ହେଲପରକୁ କାବୁ କରୁବା ସହ ପୋଲିସର ଜିମା ଦେଇଥିଲେ ।

Union Budget 2021-22: ବଜେଟ୍ ପୂର୍ବରୁ ପାରମ୍ପାରିକ ହାଲୱା ସେରିମନି ଅନୁଷ୍ଠିତ

0

ନୂଆଦିଲ୍ଲୀ: କେନ୍ଦ୍ରୀୟ ବଜେଟ୍(୨୦୨୧-୨୨) ପ୍ରସ୍ତୁତିର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସଂସଦରେ ବଜେଟ୍ ଆଗତ ହେବା ପୂର୍ବରୁ ପାରମ୍ପାରିକ ହାଲୱା ସେରିମନି ଅନୁଷ୍ଠିତ ହୋଇଯାଇଛି। ଶନିବାର ଦିଲ୍ଲୀର ନର୍ଥ ବ୍ଲକ୍ ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି। ତାଙ୍କ ସହ ଏଥିରେ ଅନୁରାଗ ଠାକପୁର ମଧ୍ୟ ଯୋଗ ଦେଇଥିଲେ।

ବଜେଟ୍ ପ୍ରସ୍ତୁତିର ‘ଲକ୍-ଇନ୍’ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରତିବର୍ଷ ଏକ ପାରମ୍ପାରିକ ହାଲୱା ସମାରୋହ ଅନୁଷ୍ଠିତ ହୋଇଥାଏ। ବିଶ୍ୱାସ ଅନୁସାରେ, କିଛି ମିଠା ଖାଇ ଶୁଭକାର୍ଯ୍ୟ ଆରମ୍ଭ କରାଯାଇଥାଏ। ତେଣୁ ଅର୍ଥମନ୍ତ୍ରାଳୟରେ ମଧ୍ୟ ଏହି ପରମ୍ପରା ୧୭ ବର୍ଷରୁ ବି ଅଧିକ ଦିନ ଧରି ରହିଆସିଛି। ପ୍ରତିବର୍ଷ ବଜେଟ ଉପସ୍ଥାପନର ପ୍ରାୟ ୧୦ ଦିନ ପୂର୍ବରୁ ବିଶାଳ କଢ଼େଇରେ ହାଲୱା ପ୍ରସ୍ତୁତ କରାଯାଇ ନର୍ଥବ୍ଲକର ପୁରା ଷ୍ଟାଫଙ୍କୁ ପରସା ଯାଏ। ଏହି କାର୍ଯ୍ୟକ୍ରମ ପରେ ସିଧା ବଜେଟ ତିଆରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ।

ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ୨୦୨୧-୨୨ର ଆର୍ଥିକ ବଜେଟ ଉପସ୍ଥାପନ ହେବ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉପସ୍ଥାପନ କରିବେ। ତେବେ ଏହି ହାଲୱା ସେରିମନି ସହ ପେପରଲେସ୍ ବଜେଟ୨୦୨୧-୨୨ର ଶୁଭାରାମ୍ଭ ହୋଇଯାଇଛି।

 

ଲଦାଖ ସୀମା ବିବାଦ: ଆଜି ହେବ ନବମ ରାଉଣ୍ଡ କୋର କମାଣ୍ଡରସ୍ତରୀୟ ବୈଠକ

0

ନୂଆଦିଲ୍ଲୀ: ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା । ଅନେକ ଦିନରେ ବ୍ୟବଧାନ ପରେ ଆଜି ପୁଣି ଥରେ ଭାରତ ଓ ଚୀନ ସେନା ମଧ୍ୟରେ କୋର କମାଣ୍ଡରସ୍ତରୀୟ ବୈଠକ ହେବ । ପୂର୍ବରୁ ୮ ଥର ବୈଠକ ହୋଇଥିଲେ ବି କୌଣସି ଫଳ ବାହାରିନି । ଆଜି ନବମ ରାଉଣ୍ଡ ବୈଠକ ହେବ । ଚୁସୁଲ ସେକ୍ଟର ମୋଲଡୋରେ ଏହି ମିଟିଂ ହେବ।

ଗତ ବୈଠକରେ ଚୀନ ସେନା ପ୍ରଥମେ ସୀମାରୁ ସେନା ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲା ଭାରତ। କିନ୍ତୁ ଚୀନ ଏଥିରେ ରାଜି ହୋଇନଥିଲା। ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି। ଉଭୟ ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ହୋଇଛନ୍ତି । ଲଦାଖରେ ମୁହାଁମୁହିଁ ହେବା ପରେ ଏବେ ସୁଦ୍ଧା କୌଣସି ସମାଧାନ ବାହାରି ପାରିନି।

ସୂଚନାଯୋଗ୍ୟ, କିଛି ଦିନ ତଳେ ରାଜନାଥ ସିଂହ ଚୀନ ସହ ପୁଣି ଥରେ ଆଲୋଚନା ହେବ ବୋଲି କହିଥିଲେ। ତେବେ ଆଜିର ବୈଠକରେ ଭାରତ, ଚୀନ ଆଗରେ ପୁଣିଥରେ ସେନା ପ୍ରତ୍ୟାହାର ପ୍ରସଙ୍ଗ ଉଠାଇବ। ବିଶେଷ କରି ସୀମାରୁ ସେନା ପ୍ରତ୍ୟାହାର କରିବା, ସୀମାରେ ଶାନ୍ତି ଫେରାଇଆଣିବା, ସୀମା ଚୁକ୍ତି ଉଲ୍ଲଂଘନ ନ କରିବା ଉପରେ ଭାରତ ଦାବି ରଖିବ ।

ବେଲଗାମ ତେଲଦର: ମାଲକାନଗିରିରେ ସର୍ବାଧିକ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା

ଭୁବନେଶ୍ୱର: ହୁହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର । ଲଗାତାର ତେଲଦର ବଢିବା ଫଳରେ ଖାଉଟି ଏବେ ଚିନ୍ତାରେ ପଡ଼ିଛନ୍ତି । ଓଡିଶାର ମାଲକାନଗିରରେ ଡିଜେଲ ଓ ପେଟ୍ରୋଲ ଦର ସର୍ବାଧିକ ରହିଛି । ମାଲକାନଗିରିରେ ପେଟ୍ରୋଲ ଦର ୯୧ ଟଙ୍କା ୪୨ ପଇସା ରହିଥିବା ବେଳେ ଡିଜେଲ ଦର ୮୭ ଟଙ୍କା ୫୬ ପଇସା ରହିଛି  ।

ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୬ ଟଙ୍କା ୬୮ ପଇସା ଥିବା ବେଳେ ଡିଜେଲ ୮୨ ଟଙ୍କା ୩୮ ପଇସା ରହିଛି  । ଏବଂ ମୁମ୍ବାଇରେ ପେଟ୍ରୋଲ ଦର ୯୨ ଟଙ୍କା ୨୮ ପଇସା ରହିଥିବା ବେଳେ କୋଲକାତାରେ ୮୭ ଟଙ୍କା ୧୧ ପଇସା ରହିଛି ।  ଦିଲ୍ଲୀରେ ପେଟ୍ରୋଲ ଦର ୮୪ ଟଙ୍କା ୭୦ ପଇସା ରହିଛି  । ସେହିପରି ଡିଜେଲ ଦର ଚେନ୍ନାଇରେ ୮୧ ଟଙ୍କା ୧୪ ପଇସା, ଦିଲ୍ଲୀରେ ୭୫ ଟଙ୍କା ୮୮ ପଇସା, କୋଲକାତାରେ ୭୯ ଟଙ୍କା ୮୮ ପଇସା ଓ ମୁମ୍ବାଇରେ ୮୨ ଟଙ୍କା ୬୬ ପଇସା ରହିଛି  ।

୩୦ ଟି କମ୍ପ୍ୟୁଟରରେ ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ

ଭୁବନେଶ୍ୱର: ଜାନୁଆରୀ ୨୬ରୁ କଏଦୀ ଶିଖିବେ କମ୍ପ୍ୟୁଟର । ଝାରପଡା ଜେଲରେ କମ୍ପ୍ୟୁଟର ଶିଖିବେ କଏଦୀ । ୩୦ ଟି କମ୍ପ୍ୟୁଟରରେ ପାଠ ପଢିବେ ଅନ୍ତେବାସୀ । ସେହିପରି ପାଠ ପଢିବା ପାଇଁ ଆରମ୍ଭ ହେବ ଇ ଲାଇବ୍ରେରୀ  । ଏବେ ଜେଲରେ ରହି ୮୦ ଜଣ ଇଗ୍ନୋ ରେ ପାଠ ପଢୁଛନ୍ତି । ଜେଲରେ ରହି ଯୁକ୍ତ ୨ , ଯୁକ୍ତ ୩ ଓ ପିଜି କରୁଛନ୍ତି କଏଦୀ ।

ବୈଷୟିକ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଖବରକାଗଜ ସହ ମହାପୁରୁଷଙ୍କ ଆତ୍ମଜୀବନୀ ପଢିବାକୁ ଦିଆଯାଉଛି । ଖୁବଶୀଘ୍ର ଜେଲରେ କ୍ଳାସ ବ୍ୟବସ୍ଥା କରାଯିବ । ଜେଲ ର ଶ୍ରେଣୀ ଗୃହରେ ପାଠପଢି ଉଚ୍ଚ ଶିକ୍ଷିତ ହେବେ କଏଦୀ । ଜେଲ ମାନୁଆଲରେ ପରିବର୍ତ୍ତନ ପରେ ଏଭଳି ବ୍ୟବସ୍ଥା କରାଯାଉଛି  ବୋଲି ଜେଲ ସୁପରିଟେଣ୍ଡେନ୍ତ ଡି.ଏନ. ବାରିକ କହିଛନ୍ତି । ପୂର୍ବରୁ ଝାରପଡା ଜେଲରେ ଅନ୍ତେବାସୀଙ୍କୁ ସ୍ବଚ୍ଛ ପାନୀୟ ଦେବାକୁ ହୋଇଥିଲା ବ୍ୟବସ୍ଥା ।

ରିଲରୁ ରିୟଲ ହେଲା ‘ନାୟକ’ ଫିଲ୍ମର କାହାଣୀ, ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଛାତ୍ରୀ

ଉତ୍ତରାଖଣ୍ଡ: ଆଜି ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବେ ହରିଦ୍ୱାରର ସୃଷ୍ଟି ଗୋସ୍ୱାମୀ। ଆଜି ବାଳିକା ଦିବସ ଅବସରରେ ଗୋଟିଏ ଦିନ ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ସୃଷ୍ଟି। ଉତ୍ତରାଖଣ୍ଡର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏ ନେଇ ଅନୁମତି ପ୍ରଦାନ କରିଛନ୍ତି। ସୃଷ୍ଟି ଏବେ ଉତ୍ତରାଖଣ୍ଡର ବାଲ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି।

ଶିଶୁକନ୍ୟାଙ୍କୁ ସଶକ୍ତ କରିବା ଏହି ବାଲ ବିଧାନସଭାର ଉଦ୍ଦେଶ୍ୟ। ସୃଷ୍ଟି ୨୪ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଉତ୍ତରାଖଣ୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ। ପ୍ରତ୍ୟେକ ବିଭାଗର ଅଧିକାରୀ ବିଭିନ୍ନ ଯୋଜନା ସମ୍ପର୍କରେ ୫ମିନିଟ୍ ଲେଖାଏଁ ପ୍ରେଜେଣ୍ଟେଶନ ଦେବେ। ଏହି କାର୍ଯ୍ୟକ୍ରମ ବିଧାନସଭା ଭବନରେ ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମ ସମୟରେ ସରକାରୀ ଅଫିସରମାନେ ଉପସ୍ଥିତ ରହିବାକୁ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି।

ସୃଷ୍ଟି ଗୋସ୍ୱାମୀ କିଏ ?

ସୃଷ୍ଟି ଯୁକ୍ତ ୩ ବିଜ୍ଞାନ ଛାତ୍ରୀ । ତାଙ୍କ ବାପା ଏକ ଛୋଟ ଦୋକାନ ଚଳାଉଥିବା ବେଳେ ମା’ ଜଣେ ଅଙ୍ଗନୱାଡ଼ି କର୍ମଚାରୀ । ୨୦୧୮ରେ ସୃଷ୍ଟି ଉତ୍ତରାଖଣ୍ଡରେ ଶିଶୁ ବିଧାନସଭାର ଆଇନ ନିର୍ମାତା ଭାବରେ ମନୋନୀତ ହୋଇଥିଲେ । ସୃଷ୍ଟି ଏକ ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ଅଛନ୍ତି, ଯାହା ଝିଅମାନଙ୍କୁ ପାଠପଢ଼ା ପାଇଁ ପ୍ରେରଣା ଦେଇଥାଏ ।