କେନ୍ଦ୍ରକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ଭ୍ୟାକସିନ୍ ସାର୍ଟିଫିକେଟ୍ ଉପରୁ ହଟାନ୍ତୁ ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସକ୍ରିୟ ହୋଇପଡିଛନ୍ତି ନିର୍ବାଚନ ଆୟାେଗ । ଏମିତିକି ନିର୍ବାଚନକୁ ଅବାଧ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

ECI to launch Digital Voter-ID cards on National Voter's Day

ସୂଚନା ଅନୁସାରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ କରୋନା ଟିକାର ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରା । ୭୨ ଘଣ୍ଟା ମଧ୍ୟରେ ଏହି ଆଦେଶ ପାଳନ ନେଇ ସ୍ପଷ୍ଟ କରିବାକୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ  ମାନଙ୍କୁ କୁହାଯାଇଛି ।

 

ଟିଏମସି ସାଂସଦ ଡେରିକ ଓ ବ୍ରାଇନଙ୍କ ଆପତ୍ତି ପରେ ଏଭଳି ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ । ସେମାନେ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରାଙ୍କ ନିକଟରେ ଭ୍ୟାକ୍ସିନେସନ ସାର୍ଟିଫିକେଟରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ, ନାମ ଓ ବାର୍ତ୍ତାକୁ ନେଇ ଆପତ୍ତି ପ୍ରକାଶ କରିଥିଲେ । ସେମାନେ କହିଥିଲେ ଯେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ସରକାରୀ ପ୍ଲାଟଫର୍ମ କୋୱିନ୍ ଆାପ୍ ଜରିଆରେ ଏକପ୍ରକାର ନିଜର ପ୍ରଚାର କରୁଛନ୍ତି ।  କରୋନା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ବଦଳରେ ସ୍ୱାସ୍ଥ୍ୟ କର୍ମୀଙ୍କ ଫଟୋ ରଖିବା ପାଇଁ ଦାବି କରିଛି କଂଗ୍ରେସ।

ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ମଧ୍ୟରେ ଦେଶର ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ନିର୍ବାଚନ। ତନ୍ମଧ୍ୟରେ ରହିଛି ପଶ୍ଚିମବଙ୍ଗ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ଆସାମ।

 

 

Leave a Reply