ଜଟ ହତ୍ୟାକାଣ୍ଡ ପଛରେ ପୂର୍ବ ଶତ୍ରୁତା, ଆକ୍ରମଣ ଭିଡିଓର ହେବ ଯାଞ୍ଚ: ଡିସିପି

Personal Enmity Behind CRP Murder Case Says DCP

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ, ରାଜଧାନୀର ବିଚ୍ ରାସ୍ତାରେ ହତ୍ୟାକାଣ୍ଡ । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ପ୍ରେସମିଟରେ ବିସ୍ତୃତ ତଥ୍ୟ ଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି । ସାଲିଆସାହିର ସୁଧୀର ପୃଷ୍ଟି, ସାଗର ପୃଷ୍ଟି ଏବଂ ଟୁକୁନା ଦାସଙ୍କ ମଧ୍ୟରେ ଦୀର୍ଘଦିନରୁ ଶତ୍ରୁତା ଥିଲା । ସୁଧୀର ଓ ସାଗରଙ୍କ ସହ ମୃତ ଟୁକୁନା ଦାସ ଓରଫ ଜଟଙ୍କ ଗତକାଲି ଝଗଡ଼ା ହୋଇଥିଲା । ଆଜି ସକାଳୁ ମଧ୍ୟ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।

Personal Enmity Behind CRP Murder Case Says DCP

ତା’ପରେ ସୁଧୀର ଓ ସାଗର ସେମାନଙ୍କ ଗାଡ଼ିରେ ସାଲିଆସାହି ଟାଙ୍କି ନିକଟରୁ ଟୁକୁନାଙ୍କୁ ଉଠାଇ ଆଣିଥିଲେ । ସିଆରପି ନିକଟରେ ଗାଡ଼ି ଅଟକାଇ ଛୁରୀରେ ଟୁକୁନାଙ୍କୁ ଆକ୍ରମଣ କରିଥିଲେ ସୁଧୀର ଓ ସାଗର । ଏହା ଦେଖି ସ୍ଥାନୀୟ ଲୋକ ପାଟିତୁଣ୍ଡ କରିଥିଲେ । ଶହେକୁ ଫୋନ୍ ପରେ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସୁଧୀର ଓ ସାଗରଙ୍କୁ ଉଦ୍ଧାର କରିଥିଲା । ଲୋକମାନେ ଉତ୍ତ୍ୟକ୍ତି ଥିଲେ । ପିସିଆର୍ ଉପରେ ଲୋକମାନେ ଆକ୍ରମଣ କରିଥିଲେ । ଏପରିକି ସୁଧୀର ଓ ସାଗରଙ୍କୁ ସେଇଠି ଦଣ୍ଡ ଲୋକମାନେ ଦଣ୍ଡ ଦେବେ ବୋଲି କହିଥିଲେ ।

Personal Enmity Behind CRP Murder Case Says DCP

ସିଆରପିରେ ଉପୁଜି ଥିବା ସ୍ଥିତି ଓ ମାରପିଟର ଭିଡିଓକୁ ଯାଞ୍ଚ କରାଯିବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ଭିଡିଓରୁ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯିବ । ଅନ୍ୟପଟେ ମୃତ୍ୟୁବରଣ କରିଥିବା ଜଟ ନାଁରେ ୨୦୧୨ରେ ମାରପିଟ୍ କେସରେ ମାମଲା ହୋଇଥିଲା ବୋଲି ଡିସିପି କହିଛନ୍ତି ।

Personal Enmity Behind CRP Murder Case Says DCP

ପୋଲିସ ରୋଡ୍ ଷ୍ଟ୍ରିଟ୍ କ୍ରାଇମକୁ ଗମ୍ଭୀରତାର ସହ ନେଇଛି । ବିଶେଷକରି ରାଜଧାନୀରେ ଛିନତାଇ୍, ଲୁଟ୍ ଗତ ୧୦ ଦିନ ମଧ୍ୟର ବଢ଼ିଛି । ଗାଡ଼ିରେ କୌଣସି ମୂଲ୍ୟବାନ ଜିନିଷ ରଖି ଗାଡ଼ି ପାର୍କିଂ ନ କରିବା ଲାଗି ଡିସିପି ଅନୁରୋଧ କରିଛନ୍ତି । ଏଥିସହ ଅଧିକ ଟଙ୍କା ବ୍ୟାଙ୍କରୁ ଉଠାଇ ନେଇକରି ଯାଉଥିଲେ ଡାଏଲ୍ ୧୦୦କୁ ଜଣାନ୍ତୁ । ଏଭଳି କ୍ରାଇମରେ ରାଜ୍ୟ ବାହାର ଅପରାଧୀ ସହ ଗଞ୍ଜାମର ଅପରାଧୀ ସମ୍ପୃକ୍ତ । ଯଦି କାହା ପାଖେ କୌଣସି ସୂଚନା ରହୁଛି, ତାହାଲେ ପୋଲିସକୁ ଜଣାଇବାକୁ ଡିସିପି ଅନୁରୋଧ କରିଛନ୍ତି ।

Leave a Reply