spot_img
Home Blog Page 597

HOPE ମିଶନ: ଲଦାଖ ବନିଲା ମଙ୍ଗଳ ଗ୍ରହ, କ’ଣ ରିସର୍ଚ୍ଚ କରୁଛି ଇସ୍ରୋ ?

ନନ୍ଦିଘୋଷ ବ୍ୟୁରୋ: ମହାକାଶ ବିଜ୍ଞାନରେ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ସ୍ଥାପନ କରିଚାଲିଛି ଭାରତର ଇସ୍ରୋ । ଏବେ ଇସ୍ରୋର ନଜର ହ୍ୟୁମାନ ସ୍ପେସ୍ ଫ୍ଲାଇଟ ବା ମହାକାଶକୁ ମଣିଷ ପଠାଇବା ଓ ମଙ୍ଗଳ ମିଶନ । ଚନ୍ଦ୍ର ଓ ମଙ୍ଗଳରେ ପହଞ୍ଚିବା ପାଇଁ ଇସ୍ରୋ କେବଳ ରକେଟରେ ସିମିତ ନରଖି ରିୟଲ ଏକ୍ସରସାଇଜରେ କରୁଛି । ଆଉ ଏହି ଚିନ୍ତାର ଅଂଶ ହେଇଛି ଇସ୍ରୋର ମିଶନ ‘HOPE’ ।  ଏହା ଏକ ହାଇ ଆଲ୍ଟିଚ୍ୟୁଡ ଏନାଲଗ ମିଶନ । ୩୧ ଜୁଲାଇରୁ ଲଦାଖର ତ୍ସୋ କାର (Tso kar)ରେ ଲଞ୍ଚ ହୋଇଛି । ଇସ୍ରୋ ମୁଖ୍ୟ ଡ. ବି ନାରାୟଣନ ଏହାକୁ ଉଦଘାଟନ କରିଥିଲେ । ଏହି ୧୦ ଦିନିଆ ମିଶନ ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସମୁଦ୍ର ପତନଠାରୁ ୪୫୩୦ ମିଟର ଉଚ୍ଚ ତ୍ସୋ କାରରେ ଏହା କରାଯାଉଛି । କାରଣ ଲଦାଖର ଏହି ସ୍ଥାନ ପୃଥିବୀଠାରୁ ଭିନ୍ନ ଅନ୍ୟ ଦୁନିଆ ପରି । ଥଣ୍ଡା, କମ ଅକ୍ସିଜେନ, ଶୁଷ୍କ ପରିବେଶ ଯାହା ପୂରା ମଙ୍ଗଳ ଗ୍ରହ କରି ଏଠାରେ ଦେଖିବାକୁ ମିଳିଥାଏ ।

HOPE ମିଶନର ଉଦ୍ଦେଶ୍ୟ କ’ଣ ?

ଏହା କୌଣସି ରୋବୋର୍ଟ ପଠାଇବା ମିଶନ ନୁହେଁ । ଏହା ଏକ ରିୟଲ ଲାଇଫ୍ ଟ୍ରେନିଂ । ଯେଉଁଥିରେ ମଣିଷଙ୍କୁ ମହାକାଶ ପରିବେଶ ଭଳି ସ୍ଥିତିରେ ରଖାଯିବ । ଏଥିରେ ମଣିଷର ଶରୀର ଓ ମସ୍ତିଷ୍କ କେମିତି କାମ କରୁଛି ତାହା ଅଧ୍ୟନ କରାଯିବ । ଇସ୍ରୋ ଏହାକୁ ମାର୍ସ ସିମ୍ୟୁଲେସନ ଏକ୍ସରସାଇଜ କହୁଛି । ମିଶନର ଉଦ୍ଦେଶ୍ୟ ହ୍ୟୁମାନ ବଡିର ଲିମିଟ୍ସ ଟେଷ୍ଟ କରିବା ଓ ମିଶନ ପ୍ରୋଟୋକଲକୁ ଭେରିଫଶଏ କରିବା । ଏହାସହ ଟେକ୍ନୋଲଜିକୁ ପ୍ରାକ୍ଟିକାଲ କଣ୍ଡିଶନରେ ଚଲାଇବା ।

ଲଦାଖର ତ୍ସୋ କାର କାହିଁକି ?

ଲଦାଖର ଏହି ସ୍ଥାନ ଖାଲଢ଼ିପ, ରଫ ଓ ସୁପର ଟଫ । ଏଠାରେ ଅକ୍ସିଜେନର ସ୍ତର କମ ରହିଥିଏ । ଏଠାରେ ତାପମାତ୍ରା ଅଧିକ ରଖିଥାଏ । ସବୁଠାରୁ ବଡ଼ କଥା ହେଲା ମଙ୍ଗଳ ଗ୍ରହ ପରି ଏଠାରେ ହଠାତ ପାଗରେ ପରିବର୍ତ୍ତନ ହୋଇଥାଏ । ନାଶା ଓ ଇଏସଢ଼ ଏମିତି କଣ୍ଡିଶନରେ ଟ୍ରେନିଂ କରିଥାନ୍ତି । ଯେଉଁ ରାସ୍ତାରେ ଏବେ ଇସ୍ରୋ ଯାଉଛି । ହୋପ ମିଶନରେ ଯାହା ଆକ୍ଟିଭିଟି ହେବ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଛି ।

ଶାରୀରିକ ସ୍ଥିତି ଯାଞ୍ଚ: ହାଇ ଅଲଟିଚ୍ୟୁଡ କଣ୍ଡିସନରେ ଶରୀର କେମିତି ବ୍ୟବହାର କରିଥାଏ ଏଥିରେ ତର୍ଜମା କରାଯିବ ।

ମନସ୍ତାତ୍ତିକ ଯାଞ୍ଚ: ଏଥିରେ ଟିମ୍ ଓ୍ବାର୍କ, ଟ୍ରେସ ମ୍ୟାନେଜମେଣ୍ଟ ଓ କେଉଁ ସ୍ଥିତିରେ କେମିତି ନିଷ୍ପତ୍ତି ନିଆଯାଉଛି ତାହା ଯାଞ୍ଚ କରାଯିବ ।

ଟେକ୍ନୋଲଜି ଟେଷ୍ଟ: ସ୍ବେଶାଲ ଡିଭାଇସେସ, ସୁଟସ୍ ଓ ହେଲଥ ଗିୟର, ସବୁକିଛି ବାସ୍ତବିକ ପରିସ୍ଥିତିରେ ଟେଷ୍ଟ କରାଯିବ ।

ମିଶନ ସିମ୍ୟୁଲେଶନ: ଏଥିରେ ଜରୁରୀକାଳିନ ପରିସ୍ଥିତିରେ କେମିତି ରେସପନ୍ସ ମିଳୁଛି ତାହା ମନିଟର କରାଯିବ ।

HOPE ମିଶନରୁ ଇସ୍ରୋକୁ ଦୁଇଟି ଲାଭ ମିଳିବ

ହୋପ ମିଶନରୁ ଇସ୍ରୋକୁ ଦୁଇଟି ଲାଭ ମିଳିବ । ପ୍ରଥମଟି ହେଲା, ମିଶନ ପାଇଁ ରିୟଲ ଡାଟା ମିଳି ପାରିବ । ଦ୍ବିତୀୟରେ ଏକ୍ସପର୍ଟଙ୍କୁ ଲାଇଭ ସ୍ଥିତିରେ ଟ୍ରେନିଂ କରିବାର ସୁଯୋଗ ମିଳିବ । ପରେ ଭାରତ ଯେତେବେଳେ ମହାକାଶକୁ ମଣିଷ ପଠାଇବ ସେତେବେଳେ ବିପଦ କମ ରହିବ । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହା କେବଳ ଭାରତ ପାଇଁ ନୁହେଁ ବରଂ ପୂରା ବିଶ୍ବ ପାଇଁ ଏକ ବଡ଼ ପଦକ୍ଷେପ । କାରଣ ଏପରି ମିଶନ ଗ୍ଲୋବାଲି ରେଜିଷ୍ଟର ହୋଇଥାଏ । ଯାହା ଇସ୍ରୋର ଏହି ମିଶନ ଭାରତକୁ ସେହି କ୍ଲବରେ ସାମିଲ କରିଛୁ ଯେଉଁଠି ଭବିଷ୍ୟତର ଅନୁସନ୍ଧାନ ରେସରେ ସବୁଠାରୁ ଆଗରେ ରହିଛି ।

ତେଜସ୍ୱୀ ଯାଦବଙ୍କ ଦାବି,ନୂଆ ଭୋଟର ଲିଷ୍ଟରେ ମୋ ନାମ ନାହିଁ

ନନ୍ଦିଘୋଷ ବ୍ୟୁରୋ: ଆଗକୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭୋଟର ଲିଷ୍ଟକୁ ନେଇ ବିବାଦ ଥମିବାର ନାଁ ନେଉନି । ନିର୍ବାଚନ କମିଶନ ଭୋଟର ଲିଷ୍ଟର ଡ୍ରାଫ ଜାରି କରିଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଆପତ୍ତି ଉଠାଇଛନ୍ତି । ଭୋଟର ଲିଷ୍ଟରୁ ତାଙ୍କ ନାଁ କଟି ଯାଇଥିବା ତେଜସ୍ବୀ କହିଛନ୍ତି । ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜେ ତେଜସ୍ବୀ ଏହା କହିଛନ୍ତି । ସେ କହିଛନ୍ତି ବିଏଲଓ ଆସି ମୋର ଯାଞ୍ଚ କରିଥିଲେ । ଏହାପରେ ବି ଭୋଟର ଲିଷ୍ଟରେ ମୋ ନାଁ ନାହିଁ । ଏହାକୁ ନେଇ ସେ ଏକ ଭିଡିଓ ଦେଖାଇଛନ୍ତି । ପତ୍ନୀଙ୍କ ଭୋଟର ପ୍ରମାଣପତ୍ରକୁ ନେଇ ପଚରାଯିବାରେ ସେ କହିଛନ୍ତି, ଯେତେବେଳେ ମୋର ନାଁ ନାହିଁ, ତାଙ୍କ ନାଁ କେମିତି ଆସିବ ।

ଏହାକୁ ନେଇ ତେଜସ୍ବୀ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ରତି ବିଧାନସଭା କ୍ଷେତ୍ରରୁ ୨୦ରୁ ୩୦ ହଜାର ଭୋଟରଙ୍କ ନାଁ କଟାଯାଇଛି । ପ୍ରାୟ ୬୫ ଲକ୍ଷ ଭୋଟର ଅର୍ଥାତ ୮.୫ ପ୍ରତିଶତଙ୍କ ନାଁ ଲିଷ୍ଟରୁ କାଟି ଦିଆଯାଇଛି । ନିର୍ବାଚନ କମିଶନ ଯେତେବେଳେ ବିଜ୍ଞପ୍ତି ଜାରି କରୁଥିଲେ, ସେଥିରେ କେତେ ଶିଫ୍ଟ ହୋଇଛି, କେତେ ଲୋକ ମୃତ, କେତେ ଲୋକଙ୍କ ଦୁଇଥର ନାଁ ରହିଛି ଉଲ୍ଲେଖ କରୁଥିଲେ । ହେଲେ ଆମକୁ ଯେଉଁ ତାଲିକା ଦିଆଯାଇଛି ସେଥିରେ ନିର୍ବାଚନ କମିଶନ ଚାଲାକି ଦେଖାଇ କୌଣସି ଭୋଟରଙ୍କ ଠିକଣା ଦେଇନାହାନ୍ତି । ଏପରିକି ବୁଥ ନମ୍ବର, EPIC ନମ୍ବର ପର୍ଯ୍ୟନ୍ତ ଦିଆଯାଇନି । ଯେମିତି କାହାର ନାଁ ଲିଷ୍ଟରୁ କଟିଛି ଆମେ ଜାଣି ପାରିବୁ ନାହିଁ ।

ନୂଆ ଡ୍ରାଫ୍ଟରେ ମୋ ନାଁ ବି ନାହିଁ । IPIC ନମ୍ବର ପକାଇଲେ କୌଣସି ରେକର୍ଡ ଦେଖାଉନାହିଁ । ମୁଁ SIRରେ ଫର୍ମ ଭରିଥିଲି । ଏବେ ବଡ଼ ପ୍ରଶ୍ନ ହେଲା ମୁଁ ନିର୍ବାଚନ କେମିତି ଲଢ଼ିବି ।

ଆଗକୁ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରି ତେଜସ୍ବୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଆପଣ ସ୍ଥିର କରିସାରିଛନ୍ତି କିଏ ସରକାର ଗଢ଼ିବ । ତେବେ ନିର୍ବାଚନ କାହିଁକି କରାଯାଉଛି । ବିହାରରେ ପ୍ରତିବର୍ଷ ୩ ଲକ୍ଷ ଶ୍ରମିକ କାମ ପାଇଁ ବାହାରକୁ ଯାଇଥାନ୍ତି । ସେମାନଙ୍କ ଫିଜିକାଲ ଭେରିଫିକେଶନ ହୋଇଛି କି ? ନାଁ କାଟିବା ପୂର୍ବରୁ ମତଦାତାଙ୍କୁ ଏହାର ସୂଚନା ଦିଆଯାଇଥିଲା କି ନାହିଁ ? ୬୫ ଲକ୍ଷ ମତଦାତାଙ୍କୁ ନୋଟିସ୍ ଦିଆଯାଇଥିଲା କି ? ସେମାନଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି କି ନାହିଁ ବୋଲି ତେଜସ୍ବୀ ପ୍ରଶ୍ନ କରିଛନ୍ତି । ଏହାସହ ନିର୍ବାଚନ ଆୟୋଗ ଟାର୍ଗେଟେଡ କାମ କରୁଛନ୍ତି ଓ ତଥ୍ୟ ଲୁଚାଉଛନ୍ତି ।

ଚାଷୀଙ୍କ ଖାତାକୁ ଗଲା ପିଏମ କିଶାନ ସମ୍ମାନ ନିଧିର ୨୦ତମ କିସ୍ତି

ଚାଷୀଙ୍କ ଖାତାକୁ ଗଲା ପିଏମ କିଶାନ ସମ୍ମାନ ନିଧିର ୨୦ତମ କିସ୍ତି। ଚାଷୀଙ୍କ ଖାତାକୁ ଗଲା ପିଏମ୍‌ କିଷାନ୍‌ ଟଙ୍କା। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଲେଖାଏଁ ଟଙ୍କା। ବାରାଣସୀରୁ ଚାଷୀଙ୍କ ଖାତାକୁ ପିଏମ କିସାନ ନିଧିର ୨୦ ତମ କିସ୍ତି ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଉତ୍ତରପ୍ରଦେଶ ବାରାଣସୀରୁ ୨୦ ହଜାର ୫୦୦ କୋଟି ଟଙ୍କା ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ପିଏମ ନରେନ୍ଦ୍ର ମୋଦି। ଡିବିଟି ମାଧ୍ୟମରେ ଦେଶର ୯ କୋଟି ୭୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା ଓଡ଼ିଶାର ୩୪ ଲକ୍ଷ ୮୫ ହଜାର ଚାଷୀ ଏଥିରୁ ଉପକୃତ ହୋଇଛନ୍ତି। ୨୦ ତମ କିସ୍ତିରେ ରାଜ୍ୟର ଚାଷୀଙ୍କୁ ୬୯୭ କୋଟି ଟଙ୍କା ପଠାଇଛନ୍ତି ସରକାର। ପିଏମ କିଶାନ ସମ୍ମାନ ନିଧି ଟଙ୍କା ବଣ୍ଟନ ଅବସରରେ ଅପରେସନ ସିନ୍ଦୂର କଥା ଉଠାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅପରେସନ ସଫଳ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମହାଦେବଙ୍କ ଆଶୀର୍ବାଦରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେବା ସମ୍ଭବ ହୋଇଛି।

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା: ବେଡ୍‌ ଅଭାବରୁ ରୋଗୀ ହଟହଟା

ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା |ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୨୦ରୁ ୨୫ଟି ପଞ୍ଚାୟତର ଲୋକ ନିର୍ଭରଶୀଳ ଥିବାବେଳେ ବେଡ ଅଭାବରୁ ରୋଗୀ ହଟହଟା ହେଉଛନ୍ତି। ଏପରିକି ଚେୟାର ଓ ତଳେ ଶୋଇ ଲୋକେ ଚିକିତ୍ସିତ ହେଉଛନ୍ତି। ନରସିଂହପୁର ମେଡିକାଲରେ ଜଣେ ମାତ୍ର ଡାକ୍ତର ରହିଥିବା ବେଳେ ଦୈନିକ ୩୦୦ରୁ ୪୦୦ ରୋଗୀ ଆସୁଛନ୍ତି। ମେଡିକାଲରେ ୨୨ ଜଣ ଡାକ୍ତର ଆବଶ୍ୟକ ହେଉଥିବା ବେଳେ ସମୁଦାୟ ୫ ଜଣ ଡାକ୍ତର ଅଛନ୍ତି। ଆଜକୁ ୧୨ ଦିନ ହେବ ୪ ଜଣ ଡାକ୍ତର ପରୀକ୍ଷା ପାଇଁ ଛୁଟିରେ ଥିବା ବେଳେ ଜଣେ ଡାକ୍ତର ସେବା ଦେଉଛନ୍ତି। ଯାହା ଫଳରେ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାସ୍ତା ସାଜିଛି ମୃତ୍ୟୁର ଯନ୍ତା: ରାସ୍ତା ନିର୍ମାଣ ଦାବିରେ ଜୟପୁର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାସ୍ତାର ଅବସ୍ଥା ଶୋଚନୀୟ। କୋରାପୁଟ ଜିଲ୍ଲାର ମୁଖ୍ୟ ରାସ୍ତା ହେଉଛି ବୋରିଗୁମ୍ମା ରାଣୀଗଡ଼ ରାସ୍ତା। ଏବେ ଏହି ରାସ୍ତା ମୃତ୍ୟୁର ଯନ୍ତା ସାଜିଛି।ଦୁର୍ଘଟଣାରେ ପ୍ରତିଦିନ ଲୋକଙ୍କୁ ଜୀବନ ଯାଉଛି। ଖାଲି ସେତିକି ନୁହେଁ ଆମ୍ବୁଲାନ୍ସ ବି ଯିବା ଆସିବା କଷ୍ଟକର ହୋଇପଡିଛି । ରାସ୍ତା ନିର୍ମାଣ ଦାବିରେ ଜୟପୁର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦିଆଯାଇଛି।

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ଜଳିଗଲେ ବାପା, ପୁଅ

ବୋଲବମ୍ ଭକ୍ତ ଯାଉଥିବା ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଳିଗଲେ ବାପା, ପୁଅ। କୋରାପୁଟ ସଦର ଥାନା ପୋଡ଼ାଗଡ ବାଳିକା ଆଶ୍ରମ ବିଦ୍ୟାଳୟ ନିକଟରେ ଅଘଟଣ। ବାଇକରେ ବାପା, ପୁଅ ଓ ଜଣେ ମହିଳା କୋରାପୁଟରୁ ପୋଡାଗଡ ଯାଉଥିବା ସମୟରେ ସେମାନଙ୍କୁ ଧକ୍କା ଦେଇଥିଲା ବୋଲବମ୍ ଭକ୍ତ ଯାଉଥିବା ଗାଡ଼ି। ଧକ୍କା ଫଳରେ ଉଭୟ ବାପା ପୁଅ ଜଳିଯାଇଥିଲେ। ତେବେ ମହିଳାଜଣକ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରୁ ବୋଲବମ ଗାଡ଼ି ଫେରାର ହୋଇଯାଇଛି।

ମହାନଦୀ ଜଳ ବିବାଦ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମହାନଦୀ ଜଳ ବିବାଦ ପ୍ରସଙ୍ଗ। ଆଜି ସ୍ଵତନ୍ତ୍ର ଟ୍ରିବ୍ୟୁନାଲରେ ଥିଲା ଶୁଣାଣି। ବିବାଦର ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଂଚିଛି। ସେପଟେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ଗତ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଥିବା ଚିଠି ଉପରେ ସହମତି ଜଣାଇ ଉତ୍ତର ରଖିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ଆପୋଷ ଆଲୋଚନାରେ ବିବାଦର ସମାଧାନ ନେଇ ସହମତି ପ୍ରକାଶ କରିଛନ୍ତି ବିଷ୍ଣୁଦେଓ ସାଏ। ସେପଟେ ବିବାଦର ସମାଧାନ ସରକାର ଜାଣିଶୁଣି କରୁନଥିବା କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି। ବିବାଦର ସମାଧାନ ଲାଗି ବିରୋଧୀ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ ସରକାର।

ଟ୍ରିବ୍ୟୁନାଲରେ ଶୁଣାଣି ନେଇ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। କେନ୍ଦ୍ର ସରକାର ହସ୍ତକ୍ଷେପ କଲେ ତୁରନ୍ତ ବିବାଦର ସମାଧାନ ହେବ। ସମୟ ଗଡ଼ାଇବାକୁ ସରକାର କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି। ସେପଟେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ମହାନଦୀ ବିବାଦର ତୁରନ୍ତ ସମାଧାନ ଲାଗି ଦାବି କରିଛନ୍ତି। ମହାନଦୀ ତଳମୁଣ୍ଡର ଆଉ ଏକ ବନ୍ଧ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ।

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନରେ ଝିଟିପିଟି। ଟିଟିଲାଗଡ଼ ମୁରିବାହାଲ ବ୍ଲକ୍ ବଡ଼ତେନ୍ତୁଳୀଖୁଣ୍ଟି ସ୍କୁଲରେ ବହୁ ଛାତ୍ରଛାତ୍ରୀ ଅସୁସ୍ଥ। ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଟିଟିଲାଗଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ଛାତ୍ରଛାତ୍ରୀ ବାନ୍ତି କରିଥିଲେ। ପରେ ପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଅନ୍ୟପକ୍ଷରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ନେଇ କିଛି ଅଭିଭାବକ ସେମାନଙ୍କ ପୁଅଝିଅଙ୍କୁ ବାଇକରେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି l ଏକ ଡାକ୍ତରୀ ଦଳ ବିଦ୍ୟାଳୟରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି l ଘଟଣା ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

କେବଳ ୧ ଟଙ୍କାରେ ୩୦ ଦିନର ଭାଲିଡିଟୀ: ଦୈନିକ କଲିଂ, ଡାଟା ସାଙ୍ଗକୁ ବହୁତ କିଛି….

ବିଏସଏନଏଲ ଏକ ନୂଆ ରିଚାର୍ଜ ପ୍ଲାନ ଲଞ୍ଚ କରିଛି, ଯାହାକି ସୀମିତ ସମୟ ପାଇଁ ରହିଛି । ସରକାରୀ ଟେଲିକମ କମ୍ପାନୀ ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଏହି ପ୍ଲାନ ବାବଦରେ ସୂଚନା ଶେୟାର କରିଛି । ସ୍ବାଧିନତା ଦିବସ ଉପଲକ୍ଷେ କମ୍ପାନୀ ଏହି ପ୍ଲାନ ଲଞ୍ଚ କରିଛି । ଫ୍ରିଡମ ଅଫର ଅନୁସାରେ କମ୍ପାନୀ ଏହି ପ୍ଲାନ ଆଣିଛି । ଏଥିରେ ଗ୍ରାହକଙ୍କୁ ଡାଟା, କଲିଂ ସାଙ୍ଗକୁ ଅନ୍ୟ ବେନିଫିଟସ୍ ମିଳିବ । ଏଥିରେ ଆପଣମାନେ ଦୈନିକ ୨ ଜିବି ଡାଟା ଓ ଅସୀମିତ କଲିଂର ସୁବିଧା ପାଇ ପାରିବେ ।

ବିଏସଏନଏଲ ଫ୍ରିଡମ ଅଫରର ମୂଲ୍ୟ ୧ ଟଙ୍କା ରହିଛି ଓ ଏହା ୩୦ ଦିନ ଭାଲିଡିଟି ସହିତ ଆସୁଛି । ୧ ଅଗଷ୍ଟରୁ ୩୧ ମଧ୍ୟରେ ଏହି ଫାଇଦା ମିଳିପାରିବ । ଏଥିପାଇଁ ଆପଣଙ୍କୁ ବିଏସଏନଏଲ କମନ ସର୍ଭିସ ସେଣ୍ଟରକୁ ଯିବାକୁ ପଡ଼ିବ । ଏଥିରେ ଗ୍ରାହକଙ୍କୁ ୨ ଜିଡି ଦୈନିକ ଡାଟା ମିଳିବ, ଯାହା ୪ ଜି ରହିବ । ଏହାଛଡ଼ା କମ୍ପାନୀ ଅନଲିମିଟେଡ ଭଏସ୍ କଲିଂ ଓ ଡେଲି ୧୦୦ ଏସଏମଏସ ମଧ୍ୟ ଅଫର କରୁଛି ।

କରଞ୍ଜିଆରେ ଅଭାବନୀୟ ଘଟଣା: ଦେହରେ ନିଆଁ ଲଗାଇ ଜିଅନ୍ତା ଜଳିଗଲେ ମହିଳା

ମୟୂରଭଞ୍ଜ କରଞ୍ଜିଆରେ ଅଭାବନୀୟ ଘଟଣା। ଦେହରେ ନିଆଁ ଲଗାଇ ଜିଅନ୍ତା ଜଳିଗଲେ ମହିଳା। ଗୁରୁତର ପୁରୁଷ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର। ଦେହରେ ନିଆଁ ଲଗାଇ ପୁରୁଷ ଏବଂ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ମହିଳାଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୁଷଜଣକ ଗୁରୁତର ହୋଇଛନ୍ତି। ରରୁଆଁ ଥାନା ଖିଚିଂ ଗାଁରେ ଘଟିଛି ଘଟଣା। ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ଉଦ୍ୟମ ଆଶଙ୍କା କରାଯାଉଛି। ମୃତ ମହିଳା ହେଲେ ଖିଚିଂ ଗାଁର ଭାରତୀ ପାତ୍ର। ଗୁରୁତର ଯୁବକ ଜଣକ ହେଲେ ରାଇରଙ୍ଗପୁରର ହରିଶଙ୍କର ଆଚାର୍ଯ୍ୟ।