spot_img
Home Blog Page 5918

NCAER ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ

ଭୁବନେଶ୍ୱର: ୨୦୨୦-୨୧ରେ ଜମି ରେକର୍ଡରେ ଓଡ଼ିଶା କରିଛି ବଡ଼ ଅଗ୍ରଗତି । ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ୍ ଇକୋନୋମିକ ରିସର୍ଚ୍ଚ ବା NCAER ତାଲିକାରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସ୍ଥାନ ପାଇଛି । ତଥ୍ୟ ପହଞ୍ଚାଇବାରେ ଅନ୍ୟ ରାଜ୍ୟଠୁ ଆଗରେ ରହିଛି ଓଡ଼ିଶା । ୮୬ ଦଶମିକ ୫୪ ପ୍ରତିଶତ ମାର୍କ ସହ ଓଡ଼ିଶା ଶୀର୍ଷ ସ୍ଥାନ ଦଖଲ କରିଛି।

ଓଡ଼ିଶା ପଛକୁ ଅଛନ୍ତି ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ । ଓ୍ୱେବସାଇଟରେ ଜମି ସଂକ୍ରାନ୍ତୀୟ ଡାଟା ସହଜରେ ଉପଲବ୍ଧ ହେଉଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଓ୍ୱେବସାଇଟରେ ଡାଟା ଉପଲବ୍ଧ ହେଉଛି । ୩୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ହୋଇଛି ତାଲିକା।

ସେହିପରି ଜମି ରେକର୍ଡର ଡିଜିଟାଇଜେସନରେ ମଧ୍ୟ ଓଡ଼ିଶା ଶୀର୍ଷରେ ରହିଛି । ରେକର୍ଡର ଶହେ ପ୍ରତିଶତ ଡିଜିଟାଇଜେସନ କରିପାରିଛି ଓଡ଼ିଶା । ଜମି ରେକର୍ଡ ଓ ସେବା ଇଣ୍ଡେକ୍ସରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଏହି କ୍ଷେତ୍ରରେ ଓଡ଼ିଶାର ସ୍କୋର ରହିଛି ୭୭ ଦଶମିକ ୨ ପ୍ରତିଶତ। ଏହି କ୍ଷେତ୍ରରେ ଗତବର୍ଷଠୁ ୧୪ ଦଶମିକ ୪ ପ୍ରତିଶତ ଓଡ଼ିଶା ଉନ୍ନତି କରିଛି।

କରୋନା ଟୀକାକରଣ ପରେ ମଦ୍ୟପାନ କେତେ ସୁରକ୍ଷିତ? ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯାଉଛି । ବୟସ୍କଙ୍କୁ ଟିକା ଦେବା ସହ ୪୫ ବର୍ଷରୁ ଅଧିକ ବୟସ୍କ କେହି ଯଦି ଗୁରୁତର ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ମଧ୍ୟ ଟିକା ଦିଆଯାଉଛି । ଏପର୍ଯ୍ୟନ୍ତ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟୀକା ଦିଆ ସରିଲାଣି । ବୁଧବାର ସକାଳ ସାଢ଼େ ୬ଟା ସମୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମସରେ ଟିକା ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟସ ଏବେ ୭୦, ତାଙ୍କୁ ଭାରତ ବାୟୋଟେକର ସ୍ୱଦେଶୀ ଟିକା ‘କୋଭାକ୍ସିନ’ ଦିଆଯାଇଛି । ଗୋଟିଏ ପଟେ ଟିକାକରଣ ଜୋର ସୋରରେ ଚାଲିଥିବା ବେଳେ ନେତା ମନ୍ତ୍ରୀ ମଧ୍ୟ ଟିକା ନେଲେଣି । ହେଲେ ଅନ୍ୟପଟେ ଏବେ ବି ଲୋକଙ୍କ ମନରେ କରୋନା ଟିକାକୁ ନେଇ ଅନେକ ଅସନ୍ତୋଷ ରହିଛି । ଟିକାକୁ ନେଇ ସେମାନଙ୍କ ମନରେ ଢ଼େର ପ୍ରଶ୍ନ ରହିଛି । ଖାଲି ପ୍ରଶ୍ନ ନୁହେଁ ସାଧାରଣରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ମଧ୍ୟ ରହିଛି ।

ତେଣୁ ଲୋକଙ୍କ ମନରୁ ସନ୍ଦେହ ଓ ଦ୍ୱିଧା ଦୁର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି । ଯାହାକି ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱିଧା, ପ୍ରଶ୍ନ ଓ ସନ୍ଦେହ ସବୁ ଦିଗରୁ ଦୂର ହୋଇପାରିବ । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଉତ୍ତର ରଖାଯାଇଛି ଯାହା ଲୋକ ଜାଣିବାକୁ ଚାହୁଁଛନ୍ତି ।  ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ କ’ଣ ଆଉ ଉତ୍ତର କ’ଣ ?

ଲୋକଙ୍କ ମନରେ ସବୁଠୁ ବଡ଼ ପ୍ରଶ୍ନ….  ଟୀକାକରଣ ପରେ ମଦ୍ୟପାନ କରିହେବ ନା ନାହିଁ ?

ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବିଶେଷଜ୍ଞମାନେ ଏଭଳି କୌଣସି ତଥ୍ୟ ଦେଇ ନାହାନ୍ତି, ଯେ ଟିକା ନେବା ପରେ ମଦ ପିଇବା ଦ୍ୱାରା କୌଣସି ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି ହୋଇଛି । ଟିକା ନେବା ପରେ ମଦ୍ୟପାନ କରି କୌଣସି ବ୍ୟକ୍ତିଙ୍କ ମଧ୍ୟରେ କିଛି ଖରାପ ପ୍ରଭାବ ପଡ଼ିବା ନେଇ ତଥ୍ୟ ଆସି ନାହିଁ ।

ସେହିଭଳି ଆଉ କଏ ବଡ଼ ପ୍ରଶ୍ନ ହେଉଛି.. ଯେ, କୋଭିଡ୍‌ ଭ୍ୟାକ୍ସିନ୍‌ ନେବା ପରେ ମହିଳାଙ୍କର ପ୍ରଜନନ କ୍ଷମତାରେ ପ୍ରଭାବ ପଡ଼ିଥାଏ କି ନାହିଁ ?

ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହା ସମ୍ପୂର୍ଣ୍ଣ ରୂପେ ଏକ ଗୁଜବ ମାତ୍ର । ଏଭଳି କୌଣସି ଭୟ ନାହିଁ । ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ । କୌଣସି ଟିକା କାହାର ବି ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଏ ନାହିଁ । ସବୁ ଟିକା ବ୍ୟବହାର କରିବା ପୂର୍ବରୁ ପଶୁ ଓ ମଣିଷଙ୍କ ଶରୀରେ ପ୍ରଥମେ ଟ୍ରାଏଲ କରାଯାଇଥାଏ । ଯଦି ଟ୍ରାଏଲ ସମୟରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ତେବେ ଏହାକୁ ଅନୁମତି ଦିଆଯାଏ ନାହିଁ ।

Vaccination Plan For Cop’s Of Twin City

ଆଉ ଗୋଟିଏ ବଡ଼ ପଶ୍ନ ହେଉଛି ଟିକା ନେବା ପରେ କେଉଁ ସବୁ ସତର୍କତା ଅବଲମ୍ବନ କରାଯିବା ଉଚିତ୍ ?

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦୁଇଟି ଯାକ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ । ଉଭୟ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ସମ୍ପୂର୍ଣ୍ଣ ଉପଯୋଗୀ । ଯଦି ଟିକା ନେବା ପରେ କୌଣସି ଅସୁବିଧା ସାମ୍ନାକୁ ଆସେ ତେବେ ତୁରନ୍ତ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଯୋଗାଯୋଗ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଉ ଏକ ବଡ଼ ପ୍ରଶ୍ନ ହେଲା ଯେ, ଯଦି ଜଣେ ବ୍ୟକ୍ତି ନିଜ ଗାଁରେ ପ୍ରଥମ ଡୋଜ୍ ନେଇଛନ୍ତି କିନ୍ତୁ ପରେ କୌଣସି କାମରେ ତାକୁ ଗାଁ ଛାଡ଼ି ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିଛି । ତେବେ ଏଭଳି ପରିସ୍ଥିତିରେ ସେ କ’ଣ କରିବ ? ଅନ୍ୟ ସହରରେ, ଅନ୍ୟ ଏକ ଟିକାକରଣ କେନ୍ଦ୍ରରେ, ସେ ଅନ୍ୟ ବ୍ରାଣ୍ଡ ଟିକାର ଦ୍ୱିତୀୟ ଡୋଜ୍ ନେଇପାରିବ ନା ନାହିଁ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ  । କାରଣ ଦୁଇଟି ଡୋଜ ଟିକା ନେବାର ଅନ୍ତର ପ୍ରାୟ ଏକ ମାସ କିମ୍ବା ତାଠାରୁ ଅଧିକ ରହିଛି ।

ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ, ଯଦି ଜଣେ ବ୍ୟକ୍ତି ଗୋଟିଏ ବ୍ରାଣ୍ଡର ପ୍ରଥମ ଡୋଜ୍ ନେଉଛି ତେବେ ସେହି ବ୍ୟକ୍ତି ନାଁରେ ଅଟୋମେଟିକ୍ ଦ୍ୱିତୀୟ ଡୋଜ୍ ପାଇଁ ପଞ୍ଜିକରଣ ହୋଇଯାଇଥାଏ । ତେଣୁ ଉକ୍ତ ବ୍ୟକ୍ତିକୁ ସେହି ସମାନ ଟିକାକରଣ କେନ୍ଦ୍ରରେ ହିଁ ଦ୍ୱିତୀୟ ଡୋଜ୍‌ ନେବାକୁ ପଡ଼ିବ । ସରକାର ଏବେ ସୁଦ୍ଧା ସେଭଳି କୌଣସି ଗାଇଡଲାଇନ୍ ପ୍ରସ୍ତୁତ କରିନାହାନ୍ତି ଯେଉଁଥିରେ କି, ଅନ୍ୟ ସ୍ଥାନରେ କିମ୍ବା ଅନ୍ୟ ରାଜ୍ୟରେ ଜଣେ ବ୍ୟକ୍ତି ଟିକା ଦ୍ୱିତୀୟ ଡୋଜ୍‌ ନେଇପାରିବ । ଟିକା ନେବା ପାଇଁ ୪ରୁ ୬ ସପ୍ତାହ ସମୟ ଦିଆଯାଇଛି ।

ଯଦି ଜଣେ ବ୍ୟକ୍ତି ପ୍ରଥମ ଡୋଜ୍ କୋଭାକ୍ସିନ୍ ଗ୍ରହଣ କରିଛି। ତେବେ ତାକୁ ଦ୍ୱିତୀୟ ଡୋଜରେ ମଧ୍ୟ ସେହି କୋଭାକ୍ସିନ୍‌ ଟିକା ନେବାକୁ ପଡ଼ିବ। ଆଉ ଯଦି ଜଣେ ପ୍ରଥମ ଡୋଜରେ କୋଭିସିଲ୍ଡ ଟିକା ନେଇଛି ତେବେ ସେ ଦ୍ୱିତୀୟ ଡୋଜ୍ ମଧ୍ୟ କୋଭିସିଲ୍ଡ ହିଁ ନେବାକୁ ପଡ଼ିବ।

ଏମିତି ବି ମୃତ୍ୟୁ ଆସେ… ବାହାବେଦୀରୁ ବିଦାୟ ନେଲେ ନବବଧୂ

ସୋନପୁର: ହାତରେ ଏବେ ଏବେ ପିନ୍ଧିଥିଲେ ସଜ ଶଙ୍ଖା, ସିନ୍ଥିରେ ସଜ ସିନ୍ଦୂର । ବାହାଘର ପରେ ପରିବାର ଠାରୁ ବିଦାୟ ନେଉଛି ଝିଅ । ହେଲେ କାହାରିକୁ ଜଣାନାହିଁ ଝିଅ ଶାଶୂଘର ପରିବର୍ତ୍ତେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଯିବ । ଝିଅ ବିଦାକୀ ଲାଗି ବାପାମାଆ, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନ ସମସ୍ତେ ବ୍ୟସ୍ତ । ନବବଧୂକୁ ନେଇ ଯିବାକୁ ପ୍ରସ୍ତୁତ ହୋଇ ରହିଥିଲା ବର । ଏତିକି ବେଳେ ଘଟିଲା ଅଘଟଣ ।

Sonepur Bride Dies During Bidai

ବିଦାୟ ବେଳେ କାନ୍ଦି କାନ୍ଦି ନବବଧୂଙ୍କୁ ଆଶ୍ଚର୍ଯ୍ୟଜନକ ମୃତ୍ୟୁ ହୋଇଛି । ଶାଶୂଘରକୁ ଶବାରୀ ପରିବର୍ତ୍ତେ ଉଠିଛି କୋକେଇ । ଏଭଳି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି ଏଭଳି ଘଟଣା । ଯାହାକୁ ନେଇ ଜଡ଼ ପାଲଟି ଯାଇଛି ପୂରା ଜୁଲୁଣ୍ଡା ଗାଁ ।

Sonepur Bride Dies During Bidai

ଗୁରୁବାର ଝିଅ ରୋଜିର ବାହାଘର କରିଥିଲେ ମୂରଲୀଧର । ଭୋଜିଭାତ ହୋଇଥିଲା, ଶାହାନାଇ ବି ବାଜିଥିଲା । ଶୁକ୍ରବାର ସକାଳେ ନବବିବାହିତ ଦମ୍ପତିଙ୍କୁ ବିଦାୟ ଦେଉଥିଲେ ବନ୍ଧୁ ପରିବାର । ପରିବାର ଓ ଆତ୍ମୀୟ ସ୍ୱଜନଙ୍କୁ ଛାଡ଼ି ଯିବାକୁ ମାନୁ ନଥିଲା ରୋଜିଙ୍କ ମନ । କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଅଞ୍ଚଳ । ହଠାତ୍ ଘଟିଗଲା ଅଘଟଣ । କାନ୍ଦୁ ଥିବା ରୋଜି ହଠାତ୍ ଚେତା ହରାଇ ତଳେ ପଡ଼ି ଯାଇଥିଲେ ।

Sonepur Bride Dies During Bidai

ରୋଜିଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ରୋଜିଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଅତ୍ୟଧିକ କାନ୍ଦ ଯୋଗୁଁ ହୃଦଘାତରେ ମୃତ୍ୟୁ ହୋଇଥିବା କହିଥିଲେ । ବିବାହର ହସଖୁସିର ମାହୋଲ୍ ନିମିଷକେ ମଳିନ ପଡ଼ି ଯାଇଥିଲା । ଆନନ୍ଦର ଉତ୍ସବରେ ସୃଷ୍ଟି ହୋଇଥିଲା ଅଶ୍ରୁର ପରିବେଶ ।

ବିଶ୍ୱ ଦକ୍ଷତା କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଞ୍ଚେଶ୍ୱରରେ ଉଦଘାଟିତ ହୋଇଛି ବିଶ୍ୱ ଦକ୍ଷତା କେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୧ ହଜାର ୩୪୨ କୋଟି ଟଙ୍କା ଅନୁଦାନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷିଆ, ଗ୍ଲୋବଲ ଇନଷ୍ଟିଚ୍ୟୁଟ୍ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି । ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି।

ଆଇଟିଇ ଏଜୁକେସନ ସର୍ଭିସେସ ସିଙ୍ଗାପୁର ଏହାର ନଲେଜ ପାର୍ଟନର ରହିଛି। ୱାର୍ଲ୍ଡ ସ୍କିଲ ପ୍ରତିଯୋଗିତା ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ଏହି କେନ୍ଦ୍ର। ପୁନଃ ସ୍କିଲିଂ ଏବଂ ଅପ ସ୍କିଲିଂ ବ୍ୟତୀତ ଆଇଟିଆଇ ପଲିଟେକ୍ନିକ ଛାତ୍ରଛାତ୍ରୀ ଙ୍କ ପାଇଁ ମଡୁଲାର ପାଠ୍ୟକ୍ରମ ପ୍ରଦାନ କରାଯିବ। ଓଡ଼ିଶାରେ ଶିଳ୍ପ ସଂସ୍ଥା ଗୁଡିକ ପାଇଁ ଏହି କେନ୍ଦ୍ର ସେଣ୍ଟର ଫର ଇଣ୍ଡଷ୍ଟ୍ରି ପାର୍ଟନରସିପ ଭାବେ କାର୍ଯ୍ୟ କରିବ।

ରାଜ୍ୟରେ ପ୍ରଥମ କରି କେବଳ ଏହି କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫେସନ ଏବଂ ଡିଜାଇନ, ସୌନ୍ଦର୍ଯ୍ୟ ଓ ସୁସ୍ଥତା ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ।

ଗତ ୫ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି । ଯୁବଗୋଷ୍ଠୀ ପାଇଁ ଯେକୌଣସି ସ୍ଥାନର ପ୍ରତିଯୋଗୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ନୂଆ ଉପାୟ ସୃଷ୍ଟି ହୋଇଛି । ଭୁବନେଶ୍ବରରେ ବିଶ୍ବସ୍ତରୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ, ବିଶ୍ବ ଦକ୍ଷତା କେନ୍ଦ୍ର ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଯୁବଗୋଷ୍ଠୀଙ୍କ ଆଶା ଆକାଂକ୍ଷା ପୂରଣ ସହ ସେମାନଙ୍କୁ ସର୍ବଭାରତୀୟ ସ୍ତରରେ ନିଯୁକ୍ତି ସୁଯୋଗ ଦେବାକୁ ଲକ୍ଷ୍ୟ ରହିଛି। ଯୁବପିଢ଼ିଙ୍କ ପାଇଁ ଭିତ୍ତିଭୂମି ଓ ଭବିଷ୍ୟତ ପ୍ରସ୍ତୁତ କରିବାକୁ ଯାନ୍ତ୍ରିକ କୌଶଳ ସୃଷ୍ଟି କରି ବିପୁଳ ବିନିଯୋଗ କରାଯିବ ବୋଲି କହିଛନ୍ତି ନବୀନ ।

ଓ୍ବାର୍ଲଡ ସ୍କିଲ୍ ସେଣ୍ଟର ଯୁବକଙ୍କୁ ଦକ୍ଷତା ତାଲିମ ପ୍ରଦାନ କରି ବିଶ୍ବସ୍ତରରେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବ । ୧୩୪୨ ଦଶମିକ ୨ କୋଟି ଟଙ୍କାର ବଜେଟ୍‌ରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଇନଷ୍ଟିଚ୍ୟୁଟ ଅଫ ଟେକନିକାଲ ଏଜୁକେସନ ସିଙ୍ଗାପୁର, ୱାର୍ଲ୍ଡ ସ୍କିଲ ରୁଷ୍‌, ଗ୍ଲୋବାଲ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର ସ୍କିଲ୍ସ, ଦକ୍ଷିଣ କୋରିଆ ମଡେଲ ଅନୁଯାୟୀ ପ୍ରତିଷ୍ଠା ହୋଇଛି ଏହି କେନ୍ଦ୍ର। ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏସୀୟ ବିକାଶ ବ୍ୟାଙ୍କ ସହାୟତାରେ ଏହା ପ୍ରତିଷ୍ଠା ହୋଇଛି। ଆଇଟିଇ ଏଜୁକେସନ ସର୍ଭିସେସ ସିଙ୍ଗାପୁର ଏହାର ନଲେଜ ପାର୍ଟନର ରହିଛି। ଏହା ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବୟଂ ସଂପୂର୍ଣ୍ଣ ଅନୁଷ୍ଠାନ ଭାବେ ପରିଗଣିତ ହେବ । ଆଇଟିଆଇ ଓ ପଲିଟେକ୍ନିକ୍ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହା ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ ।

ଓଡ଼ିଶାରେ ଶିଳ୍ପ ସଂସ୍ଥାଗୁଡିକ ପାଇଁ ଏହା ହେବ ସେଣ୍ଟର ଫର ଇଣ୍ଡଷ୍ଟ୍ରି ପାର୍ଟନରସିପ । ରାଜ୍ୟରେ ପ୍ରଥମ କରି କେବଳ ଏହି କେନ୍ଦ୍ରରେ ରେଫ୍ରିଜରେସନ ଆଣ୍ଡ ଏୟାରକଣ୍ଡିସନର, ମେକାନିକାଲ, ଇଲେକ୍ଟ୍ରିକାଲ ସର୍ଭିସେସ, ଭର୍ଟିକାଲ ଟ୍ରାନ୍ସପୋର୍ଟ, ପ୍ରେସିସନ ଇଞ୍ଜିନିୟରିଂ, ମେକାଟ୍ରୋନିକ୍ସ୍ ଏବଂ ଇଲେକ୍ଟ୍ରିକାଲ ଟେକ୍ନୋଲୋଜି ସହିତ ଫ୍ୟାସନ, ଡିଜାଇନ, ସୌନ୍ଦର୍ଯ୍ୟ ଓ ସ୍ବାସ୍ଥ୍ୟ ଭଳି ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।

MSME ବାଣିଜ୍ୟ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉଦଘାଟିତ ହୋଇଛି MSME ବାଣିଜ୍ୟ ମେଳା-୨୦୨୧ଷ । ଭର୍ଚୁଆଲ୍ ମାଧ୍ୟମରେ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି MSME ବାଣିଜ୍ୟ ମେଳା ଆସନ୍ତା ୯ ତାରିଖ ଯାଏ ଚାଲିବ ।

Odisha CM Naveen Patnaik Inaugurates MSME Business Fair In Bhubaneswar

ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରତିବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ ସାମିଲ୍ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣାକୁ ନଜରରେ ରଖି ବାହାର ରାଜ୍ୟର ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇ ନାହିଁ ।

ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିନ୍ନ ପିଏସୟୁ ଏବଂ ଶିଳ୍ପ ଉଦ୍ୟୋଗୀ ମାନେ ସାମିଲ ହୋଇଛନ୍ତି ।  ଚଳିତ ବର୍ଷ ଗଢିବା, ବଢ଼ିବା ଓ ସମୃଦ୍ଧ ହେବା ଥିମରେ ଏହି ମେଳାର ଆୟୋଜନ କରାଯାଇଛି ।

ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଜବତ ହୋଇଥିଲା ବିଷ୍ପୋରକ ଭର୍ତ୍ତି କାର, ଆଜି ମିଳିଲା ମାଲିକଙ୍କ ମୃତ ଦେହ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଜବତ ହୋଇଥିବା କାର ମାଲିକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବହୁ ଚର୍ଚ୍ଚିତ ଆଣ୍ଟୋଲିଆ ନିକଟରୁ କାର ଭିତରେ ଜିଲୋଟିନ ଭର୍ତ୍ତି କାର ଲଜବତ କରିଥିଲା ପୋଲିସ । କିନ୍ତୁ ଆଜି ହଠାତ କାର ମାଲିକ ହିରେ ମନସୁଖଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ କାର ମାଲିକ ହିରେ ମନସୁଖ କଲବା କ୍ରିକକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ସେପଟେ ଏହି ଘଟଣା ମିଳିବା ମାତ୍ରେ ନୈପୋଡ଼ା ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ମୃତ ଦେହକୁ ଉଦ୍ଧାର କରିଛି । କିନ୍ତୁ ଘଟଣା ବିଷୟରେ ଗୋଟେପଟେ ତଦନ୍ତ ଚାଲିଥିବାବେଳେ ତଦନ୍ତ ପରିସରଭୁକ୍ତ ଥିବା ମନସୁଖ କାହିଁକି ଆତ୍ମହତ୍ୟାର ପଥ ବାଛିଲେ, ତାହା ବର୍ତ୍ତମାନ ବଡ ପ୍ରଶ୍ନ ଭାବେ ଉଭା ହୋଇଛି ।

କିଛିଦିନ ତଳେ ରିଲିଆନ୍ସ ମୁଖ୍ୟ ତଥା ଦଜେଶର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟୋଲିଆ ପରିସରରେ ଦୀର୍ଘ ସମୟ ଧରି ଏକ କାର ରହିଥିବା ଦେଖିବାକୁ ମିଳିଥିଲା । ପରେ ଏ ବିଷୟରେ ଅଭିଯୋଗ ହେବାରୁ ପୋଲିସ ଉକ୍ତ କାରକୁ ଜବତ କରିଥିଲା । ଯେଉଁଥିରୁ ବିଷ୍ଫୋରକ ଜିଲେଟିନ ମିଳିବା ସହ ଧମକପୂର୍ଣ୍ଣ ଚିଠି ମଧ୍ୟ ଜବତ କରିଥିଲା ପୋଲିସ। ମୁକେଶ ଆମ୍ବାନୀ ଏବଂ ତାଙ୍କ ସହଧର୍ମିଣୀ ନିତା ଅମ୍ବାନୀଙ୍କ ଉଦ୍ଦେଶ୍ୟରେ ଏହି ଚିଠି ଲେଖାଯାଇଥିବା ଜଣାପଡିଥିଲା ।

ଏହା କେବଳ ଟ୍ରେଲର ଆଗକୁ ଅନେକ କିଛି ଘଟିବାକୁ ଯାଉଥିବା ଜବତ ହୋଇଥିବା ଚିଠିରେ ଉଲ୍ଲେଖ ରହିଥିଲା । ଦେଶର ଶ୍ରଷ୍ଠ ଶିଳ୍ପପତିଙ୍କ ଘର ଯାହା ବିଶ୍ବରେ ଅନ୍ୟତମ ଦାମୀ ବଙ୍ଗଳା ଭାବେ ପରିଚିତ ସେଠାରେ କିଭଳି ଦୁର୍ବୁତ୍ତ ବମ ଭର୍ତ୍ତି ଗାଡି ଛାଡିଦେଇଗଲା ତାହା ପୋଲିସ ଏବଂ ମହାରାଷ୍ଟ୍ର ସରକାର ପାଇଁ ବଡ ପ୍ରଶ୍ନ ଭାବେ ଉଭା ହୋଇଥିଲା । ସେପଟେ ମହାରାଷ୍ଟ୍ର ପୋଲିସର ଏକ ସ୍ବତନ୍ତ୍ର ଟିମ ଘଟଣାର ତଦନ୍ତ ଜାରି ରଖିଛି, କିନ୍ତୁ ଏହି ସମୟରେ ବମ ଭର୍ତ୍ତି କାର ମାଲିକଙ୍କ ମୃତ ଦେହ ମିଳିବା ଘଟଣାକୁ ଯେତିକି ସନ୍ଦିହାନ କରିଛି, ସେତିକି ପ୍ରଶ୍ନ ମଧ୍ୟ ଠିଆ କରିଛି ।

ଖରାଦିନେ ଫିଟ୍ ରହିବାକୁ ଚାହୁଁଛନ୍ତି, ଜାଣନ୍ତୁ କିଭଳି ନେବେ ସ୍ୱାସ୍ଥ୍ୟର ଯତ୍ନ…

ଭୁବନେଶ୍ୱର: ଏବେ ଖରା ଦିନ ଆସିଗଲାଣି। ବାହରକୁ ବାହାରିବା ମାତ୍ରେ ଦେହ ଜଳିଯାଉଛି । ବାଇକ୍ ସାଇକେଲରେ ଯିବା ତ କଷ୍ଟ । ଆଉ ବିନା ଏସି ଥିବା କାରରେ ଯିବା ତାଠାରୁ ଅଧିକ କଷ୍ଟ । ତେବେ ଏତେ ସବୁ ଭିତରେ ମଧ୍ୟ ଆମକୁ ବାହାରକୁ ଯାଇ ନିଜ କାମ କରିବାକୁ ପଡ଼ିବ । ଖାଲି ସେତିକି ନୁହେଁ ସବୁ କାମ ଭିତରେ ବି ଆମକୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ମଧ୍ୟ ପଡ଼ିବ । କାରଣ ଖରାଦିନେ ସୂର୍ଯ୍ୟଙ୍କ ଯେଭଳି ପ୍ରକୋପ ରହିବ ତାକୁ ସମ୍ଭାଳିବା କଷ୍ଟ । ପ୍ରବଳ ଖରା ଯୋଗୁଁ ଦେହରୁ ସବୁ ଜଳୀୟ ଅଂଶ ଶୁଖିଯିବ । ଆଉ ଶରୀର ଦୁର୍ବଳ ହୋଇଯିବ।

ତେଣୁ ଖରାଦିନେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଅତ୍ୟନ୍ତ ଆବଶ୍ୟକ । ଆଉ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବାକୁ ହେଲେ ସର୍ବପ୍ରଥମେ ଆମେ ନିଜ ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ଦେବା । ଅନ୍ୟ ଦିନ ଅପେକ୍ଷା ଖରା ଦିନେ ଆମକୁ ନିଜ ଡାଏଟ୍ରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ । ନଚେତ୍ ଶୀରର ଅସୁସ୍ଥ ହେବାର ସମ୍ଭାବନା ଅଧିକ ରହିଛି । ଖାଦ୍ୟ ପାନୀୟ ଉପରେ ଗୁରୁତ୍ୱ ନଦେଲେ ଏହି ଋତୁରେ ଡିହାଇଡ୍ରେସନ ହେବାର ଅଧିକ ସମ୍ଭାବନା ରହିଥାଏ । ଖାଲି ସେତିକି ନୁହେଁ ଶରୀରରେ ଭିଟାମିନ୍ ଓ ମିନେରାଲସର ମଧ୍ୟ ଅଭାବ ପରିଲିକ୍ଷିତ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ଗ୍ରୀଷ୍ମଋତୁରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଆମକୁ କ’ଣ ଖାଇବା ଉଚିତ୍ ।
ଟମାଟୋ: ଖରା ଦିନେ ଟମାଟୋ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ । କାରଣ ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ୍ ସି ଭରପୁର ରହିଥାଏ । ଏଥିରେ ଲାଇକୋପିନ୍ ଭଳି ଉପୋଗୀ ଫାଇଟୋ କେମିକାଲ ମଧ୍ୟ ରହିଥାଏ । ଯାହାକି କ୍ୟାନ୍ସର ଭଳି ଦୂରାରୋଗକୁ ଭଲ କରିବାରେ ସାହାଯ୍ୟ କରେ।

ଦହି: ଖରା ଦିନେ ଦହି ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ହିତକର । ଦହି ଖାଇବା ଦ୍ୱାରା ଆମ ଶରୀର ଭିତରୁ ଥଣ୍ଡା ରହିଥାଏ । ଦହିରେ ଥିବା ପ୍ରୋଟିନ୍ ଆମ ପେଟକୁ ପୁରଣ କରି ରଖିଥାଏ । ଆଉ ଏହା ଖାଇବା ଦ୍ୱାରା ଆମକୁ ଅଧିକ ସମୟ ଯାଏଁ ଭୋକ ଲାଗିନଥାଏ । ଯଦି ଆପଣ କିଛି ବି ଅନହେଲଦି ଖାଦ୍ୟ ଖାଇଛନ୍ତି ତେବେ ତାର ପର୍ଶ୍ୱ ପ୍ରତିକ୍ରିୟାରୁ ଆପଣଙ୍କୁ ଦହି ସୁରକ୍ଷିତ ରଖିଥାଏ । ଦହି ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଦହିରେ ପ୍ରୋ ବାୟୋଟିକ୍ ରହିଥାଏ । ଯାହା ପାଚନ ଶକ୍ତିକୁ ବଢ଼ାଇଥାଏ । ଏବଂ ସୁସ୍ଥ ରଖିଥାଏ ।

ତରଭୁଜ: ଖରା ଦିନେ ତରଭୁଜ ଶରୀରକୁ ଥଣ୍ଡା କରିବା ସହ ଡିହାଇଡ୍ରେସନ୍ ଦୂର କରିବା କାମ କରିଥାଏ । ତରଭୁଜରେ ପାଣିର ମାତ୍ରା ଅଧିକ ରହିଥାଏ, ତେଣୁ ଏହା ଖାଇବା ଦ୍ୱାରା ଶୀଘ୍ର ଭୋକ ଲାଗି ନଥାଏ । ତରଭୁଜରେ ଲାଇକୋପିନ୍ ମଧ୍ୟ ରହିଥାଏ ଯାହା ତ୍ୱଚାକୁ ସୂର୍ଯ୍ୟଙ୍କ କିରଣରୁ ନଷ୍ଟରୁ ହେବାରୁ ସୁରକ୍ଷା ଦେଇଥାଏ ।

କମଳା: କମଳାରେ ବହୁତ ସାରା ପୋଟାସିୟମ୍ ରହିଥାଏ । ଯାହାକୁ ଖରା ଦିନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଗ୍ରୀଷ୍ମ ଋତୁରେ ଝାଳ ମାଧ୍ୟମରେ ଶରୀରରୁ ପୋଟାସିୟମ୍ ବାହାରି ଯାଏ । ଯାହାଦ୍ୱାରା ମାଂସପେଶୀକୁ କଷ୍ଟ ହେବାର ସମ୍ଭାବନା ଅଧିକ ବଢ଼ିଇଥାଏ । ଏହି ଋତୁରେ କମଳା ଖାଇବା ଦ୍ୱାରା ଶରୀରରେ ଆବଶ୍ୟକ ପରିମାଣର ପୋଟାସିୟମ୍ ରହିଥାଏ । କମଳାରେ ୮୦ ପ୍ରତିଶତ ରସ ଥାଏ, =ଯାହା ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରେ ।
ବ୍ଲାକବେରୀ ଏବଂ ରସ୍ପବେରିଜ- ବିରିଜ୍ ଫାଇବରର ଏକ ଉତ୍ତମ ଉତ୍ସ । ଛୋଟ ଦେଖାଯାଉଥିବା ବେରିଜ୍ ଅନେକ ଗୁଣର ଭଣ୍ଡାର ହୋଇଥାଏ । ଏହା ଭିଟାମିନ୍ ସି’ରେ ପରିପୂର୍ଣ୍ଣ । ଏକ କପ୍ ବେରିଜରେ ୮ ଗ୍ରାମ ଫାଇବର ମିଳିଥାଏ ।

ସେଓ, ଅଞ୍ଜିର ଏବଂ ନାସପାତି: ଏହି ତିନୋଟି ଜିନିଷ ଫାଇବରରେ ଭରପୂର । ଏଥିରୁ ଅଧିକ ପୋଷକ ତତ୍ୱ ପାଇବା ପାଇଁ ଏହାକୁ ଚୋପା ସହ ଖାଇବା ଆବଶ୍ୟକ । ଖାଇବା ପୂର୍ବରୁ ଏହାକୁ ଭଲ ଭାବରେ ଧୋଇ ଦେବା ଉଚିତ୍ । ଦୁଇଟି ମଧ୍ୟମ ଆକାରର ଅଞ୍ଜିରରେ ୧.୫ ଗ୍ରାମ ଫାଇବର ରହିଥାଏ ।

ଗ୍ରୀନ୍ ଟି: ଖରା ଦିନେ ଗ୍ରୀନ୍ ଟି ଆପଣଙ୍କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରା । ଅଧ୍ୟୟନ ଅନୁଯାୟୀ, ଗ୍ରୀନ୍ ଟି କର୍କଟ ରୋଗ ସହିତ ଲଢ଼ିଥାଏ । ଏବଂ ହୃଦରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ । ଖାଲି ସେତିକି ନୁହେଁ ଏହା କଲେଷ୍ଟ୍ରୋଲ କମ୍ କରିବା ସହ ମେଟାପୋଲିଜିମ୍କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଯଦି ଆପଣ ଗରମ ଦିନରେ ଗରମ ପାଣିରେ ଗ୍ରିନ୍ ଟି ପିଇବାକୁ କଷ୍ଟ ଅନୁଭବ କରୁଛନ୍ତି ତେବେ ଆପଣ ଏହାକୁ ଥଣ୍ଡା କରି ମଧ୍ୟ ପିଇପାରିବେ । ଏହା ପୋଷକ ତତ୍ୱରେ ପରିପୂର୍ଣ୍ଣ ।

କଞ୍ଚା ସାଲାଡ୍: ଏହି ଋତୁରେ ସବୁଜ ପତ୍ର ଯୁକ୍ତ ପନିପରିବାର ଏକ ସାଲାଡ୍ ନିଶ୍ଚୟ ଖାଆନ୍ତୁ । ନାରଙ୍ଗି ଏବଂ ସବୁଜ ପନିପରିବାରେ କେରୋଟିନାଏଡ୍ ରହିଥାଏ ଯାହା ଶରୀରରେ ଭିଟାମିନ୍ A ତିଆରି କରିବାରେ ପ୍ରସ୍ତୁତ କରେ । ଏହା ତ୍ୱଚାକୁ ସୂର୍ଯ୍ୟ କିରଣ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ । ଆପଣଙ୍କ ସାଲାଡରେ ଗାଜର, ଖୁବାନୀ, ତରଭୁଜ୍, ଟମାଟୋ, ଅଙ୍ଗୁର, ଏବଂ ଅଣ୍ଡା ମିଶାଇ ଆପଣ ଏହାକୁ ଅଧିକ ସୁସ୍ଥ କରିପାରିବେ ।

ଚେତୁନି ଠିକା ସଂସ୍ଥା, ନିର୍ମାଣାଧୀନ ସେତୁରୁ ଖସି ଆଉ ଜଣେ ଶ୍ରମିକ ମୃତ

ବୌଦ୍ଧ: ସମାନ ସ୍ଥାନ, ସମାନ କାମ ଆଉ ସମାନ ଦୁର୍ଘଟଣା । ଠିକା ସଂସ୍ଥାର ଦାୟିତ୍ୱହୀନତା ଯୋଗୁଁ ଆଉ ଜଣେ ଶ୍ରମିକଙ୍କ ଜୀବନ ଯାଇଛି । ନିର୍ମାଣାଧୀନ ପୋଲରୁ ଖସି ଜୀବନ ହାରିଛନ୍ତି ଦାଦନ ଶ୍ରମିକ । ଧଳପୁର-ଆଠମଲ୍ଲିକ ସେତୁ ଉପରୁ ଖସି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ବିନା ସୁରକ୍ଷା ଉପକରଣରେ କାମ କରୁଥିବା ବେଳେ ୫୦ ଫୁଟ୍ ତଳକୁ ଖସି ପଡ଼ିଥିଲେ ।

Another Labour Died Falls From A Under Construction Bridge In Boudh

ମୃତ ଶ୍ରମିକ ପଶ୍ଚିମବଙ୍ଗ ମାଲଦା ଅଞ୍ଚଳର ସମୀର ଘୋଷ । ଅଭିଯୋଗ ଅନୁସାରେ- ଠିକା ସଂସ୍ଥା ପକ୍ଷରୁ ଶ୍ରମିକଙ୍କୁ କୌଣସି ସୁରକ୍ଷା ଉପକରଣ ଦିଆଯାଇ ନଥିଲା । ୫୦ ଫୁଟ୍ ଉପରେ ଚଢ଼ି କାମ କରିବା ବେଳେ ସମୀର ଖସି ପଡ଼ିଥିଲେ । ତାଙ୍କର ମୃତ୍ୟୁ ହୋଇଛି । ସମାନ ଘଟଣା ୨୦୨୧ ଜାନୁଆରୀ ୧୬ ତାରିଖରେ ମଧ୍ୟ ଘଟିଥିଲା । ପୋଲ ଉପରୁ ଖସି ମୃତ୍ୟୁବରଣ କରିଥିଲେ ଝାଡ଼ଖଣ୍ଡର ମନୁ ଗଞ୍ଜୁ ନାମକ ଶ୍ରମିକ ।

Another Labour Died Falls From A Under Construction Bridge In Boudh

ଧଳପୁର-ଆଠମଲ୍ଲିକ ରାସ୍ତାରେ ହେଉଥିବା ପୋଲ ନିର୍ମାଣ କାର୍ଯ୍ୟରେ ଏକାଧିକ ଶ୍ରମିକ ନିୟୋଜିତ ହୋଇଛନ୍ତି । ଠିକା ସଂସ୍ଥା ଶ୍ରମିକଙ୍କ ଜୀବନକୁ ବିପଦରେ ପକାଇ କାମରେ ଲଗାଇଛି । ସେତୁ ନିର୍ମାଣ କାମରେ ନିୟୋଜିତ ଶ୍ରମିକ ମାନଙ୍କୁ ଠିକା ସଂସ୍ଥା ପକ୍ଷରୁ ଜୋତା, ହେଲମେଟ ଓ ସୁରକ୍ଷା ଜ୍ୟାକେଟ ଆଦି କୌଣସି ସୁରକ୍ଷା ଉପକରଣ ଦିଆଯାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ ରଞ୍ଜିତ ବିଲ୍ଡିଂ ଆଣ୍ଡ କନଷ୍ଟ୍ରକ୍ସନ ଠିକା ସଂସ୍ଥା ପକ୍ଷରୁ ସେତୁ କାମ ଚାଲିଛି ।

Another Labour Died Falls From A Under Construction Bridge In Boudh

ଫଳରେ ଏଭଳି ବଡ଼ ଦୁର୍ଘଟଣା ଘଟି ଦେଢ ମାସ ଭିତରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତବର୍ଷ ମଧ୍ୟ ଏଭଳି ଭାବେ ଜଣେ ଶ୍ରମିକଙ୍କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ବିଭିନ୍ନ ସମୟରେ ଠିକାସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଶ୍ରମିକଙ୍କ ଜୀବନ ଯାଉଛି । ସରକାରୀ ନିୟମ ନ ମାନି ଅତି ଖାମଖିଆଲି ଭାବେ କାମ କରୁଥିବା ଠିକା ସଂସ୍ଥାର ୱାର୍କ୍ ସାଇଟ୍ ପ୍ରଶାସନ ନିୟମିତ ପରିଦର୍ଶନ କରୁନାହିଁ । ଘଟଣାର ତଦନ୍ତ କରି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ଏଥିସହ ପଢ଼ନ୍ତୁ- ନିର୍ମାଣାଧୀନ ପୋଲରୁ ଖସି ଶ୍ରମିକ ମୃତ, ଦିଆଯାଇ ନଥିଲା ସୁରକ୍ଷା ଉପକରଣ

କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟର ସଫଳ ପରୀକ୍ଷଣ କଲା ଡିଆରଡିଓ

ବାଲେଶ୍ୱର: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO)କୁ ଆଉ ଏକ ସଫଳତା ମିଳିଛି । ଓଡ଼଼ିଶା ଉପକୂଳର ଚାନ୍ଦିପୁରରୁ ସଲିଡ୍ ଫୁଏଲ୍ ଡକ୍ଟେଡ୍ ରାମଜେଟ୍ (SFDR)ର ସଫଳ ପରୀକ୍ଷଣ କରିଛି ଡିଆରଡିଓ । ଆଶା ଅନୁସାରେ, ସବସିଷ୍ଟମ, ବୁଷ୍ଟର ମୋଟର, ନଜଲ-ଲେସ୍ ମୋଟର କାର୍ଯ୍ୟ କରିଛି । ଡିଆଡିଓର ମିସାଇଲ୍ ଟେଷ୍ଟରେ କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟ ଭଳି ନୂଆ କୌଶଳ କାମ କରିଛି ।

କଠିନ ଇନ୍ଧନ ଆଧାରିତ ଡକ୍ଟେଡ୍ ରାମଜେଟର ସଫଳ ପ୍ରଦର୍ଶନ ଡିଆରଡିଓକୁ ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ନେଇଛି । ଏହା ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ୍ ବିକଶିତ କରିବା କ୍ଷେତ୍ରରେ ସାହାଯ୍ୟ କରିବ । ଟେଷ୍ଟ ସମୟରେ ମିସାଇଲରେ ବୁଷ୍ଟର ମୋଟର ବ୍ୟବହାର କରାଯାଇଥିଲା । ସେହିଭଳି ଭାବେ ନଜଲ-ଲେସ୍ ବୁଷ୍ଟରରେ ରାମଜେଟ୍ ପରୀକ୍ଷଣ ନମ୍ବର ମ୍ୟାଚ୍ କରାଯାଇଥିଲା ।

ମିସାଇଲର କାର୍ଯ୍ୟଦକ୍ଷତା ତଥ୍ୟ ଆଇଟିଆରର ଇଲେକ୍ଟ୍ରୋ ଅପ୍ଟିକାଲ, ରାଡାର ଏବଂ ଟେଲିମେଟ୍ରି ଦ୍ୱାରା ମନିଟର କରାଯାଇଥିଲା । ପରୀକ୍ଷଣକୁ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ, ଡିଆରଡିଏଲ୍, ଆରସିଆଇ ଏବଂ ଏଚଇଏମ୍ଆରଏଲ୍ ତତ୍ତ୍ୱାବଧାନରେ କରାଯାଇଥିଲା ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ବୈଜ୍ଞାନିକ, ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓ ଅଧ୍ୟକ୍ଷ ଡକ୍ଟର ଜି. ସତୀଶ ରେଡ୍ଡୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଟିଏମସିର ପ୍ରାର୍ଥୀ ତାଲିକା ଘୋଷଣା, ନନ୍ଦିଗ୍ରାମରୁ ଲଢିବେ ମମତା ବାନାର୍ଜୀ

କୋଲକାତା: ଆଜି ତୃଣମୂଳ କଂଗ୍ରେସ ତାର ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନିର୍ବାଚନକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଶୁକ୍ରବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି ।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଶୁଭେନ୍ଦଙ୍କ ଗଡ ନନ୍ଦିଗ୍ରାମରୁ ଏଥର ପ୍ରାର୍ଥୀ ହୋଇଛନ୍ତି ମମତା ବାନାର୍ଜୀ। ଯଦି ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ଟିକେଟ୍ ଦିଏ ତେବେ ଏଥର ମୁକାବିଲା କାଣ୍ଟେ କି ଟକ୍କର ହେବା ନିଶ୍ଚିତ ହୋଇଛି । ୫୧ଟି ଆସନରେ ମହିଳାଙ୍କୁ ଟିକେଟ୍ ଦେଇଛନ୍ତି ମମତା । ୪୨ଟି ଆସନରେ ଟିଏମସି ଟିକେଟରୁ ମୁସଲିମ୍ ପ୍ରାର୍ଥୀ ଲଢିବେ ନିର୍ବାଚନ । ବିଧାୟକ ଥିବା ୨୮ ଜଣକଙ୍କର ଟିକେଟ୍ କାଟିଛନ୍ତି ଦିଦି । ସହଯୋଗୀ ଦଳକୁ ମିଳିଛି ତିନୋଟି ଆସନ।

ଅପରପକ୍ଷେ ସବୁଥର ଭଳି ଏଥର ମଧ୍ୟ ସୁପରଷ୍ଟାରଙ୍କ ଉପରେ ଭରସା କରିଛନ୍ତି ମମତା । କ୍ରିକେଟର ମନୋଜ ତିୱାରିଙ୍କୁ ଶିବୁପୁରରୁ ମିଳିଛି ଟିକେଟ୍ । ସେହିଭଳି ଫିଲ୍ମଷ୍ଟାର ସାୟାନତିକାଙ୍କୁ ବାଙ୍କୁରା, କଞ୍ଚନ ମଲ୍ଲିକଙ୍କୁ ଉତ୍ତରପଡା, ଗାୟିକା ଆଦିତି ମୁନସିଙ୍କୁ ରାଜରହାଟ ଓ ଚନ୍ଦ୍ରମା ଭଟ୍ଟଚାର୍ଯ୍ୟଙ୍କୁ ଉତ୍ତର ଦମଦମରୁ ମିଳିଛି ଟିକେଟ୍ । ୮୦ ବର୍ଷରୁ ଉର୍ଦ୍ଧ ବୟସଙ୍କୁ ଟିକେଟ୍ ଦେଇଛି ଟିଏମସି । ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ନିର୍ବାଚନ ବିଜୟୀ ହେବା ନେଇ ଦମ୍ଭ ଦେଖାଇଥିଲେ ମମତା ବାନାର୍ଜୀ । ଟିଏମସି ସବୁବେଳେ ସବୁ ବର୍ଗର ଲୋକଙ୍କ ସହ ରହିଛି ବୋଲି କହିଛନ୍ତି ସେ।