spot_img
Home Blog Page 588

ଯାତ୍ରା ମଞ୍ଚରେ ଅଜଗର ସାପ ବୁଲାଇବା ଘଟଣା: ବନ ବିଭାଗ ଅଫିସରେ ହାଜର ହେଲେ ଅଭିନେତା

() ଯାତ୍ରା ମଞ୍ଚରେ ଅଜଗର ସାପ ବୁଲାଇବା ଘଟଣାରେ ବଇରୀ ବନ ବିଭାଗ ଅଫିସରେ ହାଜର ହୋଇଛନ୍ତି ଯାତ୍ରା ତୁଳସୀ ଗଣନାଟ୍ୟର ଅଭିନେତା ସାଇ। ସେଠାରେ ପହଞ୍ଚି ସାପ ରଖିବା ପାଇଁ ଆବଶ୍ୟକୀୟ କାଗଜ ପତ୍ର ଅଫିସରେ ଦେଖାଇ ଥିଲେ। ଅଫିସରେ ରେଞ୍ଜର ଅଭିନେତା ସାଇଙ୍କୁ ପଚରାଉଚରା କରିବା ସହ ସମସ୍ତ କାଗଜ ପତ୍ର ଯାଞ୍ଚ କରିଛନ୍ତି। ଏ ନେଇ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ତୁଳସୀ ଗଣନାଟ୍ୟ ଆଖଡ଼ାଶାଳରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରିଥିଲେ। ହେଲେ ଅଭିନେତା ନଥିବାରୁ ବନ ବିଭାଗ ଅଧିକାରୀ ଅଫିସରେ ହାଜର ହେବା ପାଇଁ ନୋଟିସ କରିଥିଲେ। ଯାତ୍ରା ତୁଳସୀ ଗଣନାଟ୍ୟ ଏକ ନାଟକରେ ଅଭିନେତା ସାଇ ଯାତ୍ରା ମଞ୍ଚରେ ସାପକୁ ଧରି ଅଭିନୟ କରୁଥିବା ଦେଖିବକୁ ମିଳିଥିଲା। ଯାହାକୁ ନେଇ ବିବାଦ ସାମ୍ନାକୁ ଆସିଛି।

ପୁରୀ ନିମାପଡ଼ା ଅଂଚଳରେ ପୁଣି ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ

ପୁରୀ ନିମାପଡ଼ା ଅଂଚଳରେ ପୁଣି ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ। ବଳଙ୍ଗା ଘଟଣାକୁ ପାଞ୍ଚ ଦିନ ନପୂରୁଣୁ ପୁଣି ନିମାପଡ଼ା ଅଞ୍ଚଳରେ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅରିଷଣ୍ଢ ଗ୍ରାମର ସର୍ବେଶ୍ୱର ନାୟକଙ୍କ ପତ୍ନୀ କବିତା ନାୟକଙ୍କୁ ସେହି ଗ୍ରାମର ଏକାଧିକ ବ୍ୟକ୍ତି ଆକ୍ରମଣ କରିଛନ୍ତି। ଧାରୁଆ ଅସ୍ତ୍ରରେ ମହିଳାଙ୍କ ବାମ ହାତକୁ ହାଣିବା ସହିତ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଛନ୍ତି। ଘଟଣାସ୍ଥଳରେ କବିତାଙ୍କ ସ୍ୱାମୀ ସର୍ବେଶ୍ୱର ପହଂଚିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଙ୍କୁ ଆକ୍ରମଣ କରିବା ସହିତ ସେମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଗଛ ହଣାକୁ ମନା କରିବାକୁ ନେଇ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି। ତେବେ ଏନେଇ ଆକ୍ରମଣର ଶିକାର ହୋଇଥିବା କବିତା ନାୟକ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ଯୋଗାଣ ମନ୍ତ୍ରୀଙ୍କ ଦମ୍ଭ ଭାଙ୍ଗିଲା: ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ

ଦମ୍ଭ ଭାଙ୍ଗିଲା, ଛେପ ଢୋକିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଳୁ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଖୁବଶୀଘ୍ର ମମତା ବାନାର୍ଜୀଙ୍କ ସହ ଆଳୁ ଆମଦାନୀ ନେଇ ଆଲୋଚନା କରିବେ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟର ୧୪ ଲକ୍ଷ ମେଟ୍ରିକ ଟନ ଆଳୁ ଆବଶ୍ୟକ ହେଉଛି । ରାଜ୍ୟରେ ଉତ୍ପାଦନ ହେଉଛି ୫ ଲକ୍ଷ ମେଟ୍ରିକ ଟନ ଆଳୁ । ତେଣୁ ଆଳୁ ଆମଦାନୀ ନେଇ ସେ ପଶ୍ଚିମବଙ୍ଗ ସହ ଆଲୋଚନା କରିବେ ବୋଲି କହିଛନ୍ତି । ରାଜନୀତିରେ କାହା ସହ କାହାର ବିବାଦ ନଥାଏ କହିଥିବାବେଳେ ମମତା ଆଳୁ ଗାଡି ଅଟକାଇଥିବା ପ୍ରଶ୍ନକୁ ଏଡାଇ ଯାଇଛନ୍ତି ଯୋଗାଣ ମନ୍ତ୍ରୀ । ପୂର୍ବରୁ ଯେତେବେଳେ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଥିଲା ସେତେବେଳେ ଯୋଗାଣ ମନ୍ତ୍ରୀ ଦମ୍ଭୋକ୍ତି ଦେଖାଇ କହିଥିଲେ, ପଶ୍ଚିମବଙ୍ଗରୁ ଆଳୁ ଆଣିବୁ ନାହିଁ । ରାଜ୍ୟର ଆଳୁ ଆବଶ୍ୟକତା ମେଣ୍ଟାଇବାକୁ ପଞ୍ଜାବ ଓ ୟୁପିରୁ ଆଳୁ ଅଣାଯିବ । ଆବଶ୍ୟକ ପଡିଲେ ଟ୍ରେନରେ ଆଳୁ ଆସିବ । ହେଲେ ଯୋଗାଣ ମନ୍ତ୍ରୀଙ୍କ ସବୁ ଦମ୍ଭ ଭାଙ୍ଗିଯାଇଛି । କାରଣ ୟୁପି ଆଳୁ ଓଡିଶାବାସୀଙ୍କୁ ପସନ୍ଦ ହେଉନି। ଟ୍ରେନରେ ମଧ୍ୟ ଆଳୁ ଆସିବା ସମ୍ଭବ ହେଉନି। ତେଣୁ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଶରଣ ପଶିବାକୁ ବାଧ୍ୟ ହୋଇଛନ୍ତି।

ଆସନ୍ତା ୨୪ରୁ ଲଘୁଚାପ ବର୍ଷା: IMD ପକ୍ଷରୁ ଆକଳନ

ଭୁବନେଶ୍ବର: ଆସନ୍ତା ୨୪ରୁ ଲଘୁଚାପ ବର୍ଷା ହେବା ନେଇ ଆକଳନ କରିଛି IMD । ବୈତରଣୀ, ଉପର ଓ ତଳ ବ୍ରାହ୍ମଣୀ, ତଳ ଓ ଉପର ମହାନଦୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ ବେସିନରେ ୨୬ରୁ ୩୭ ମିଲିମିଟର ବର୍ଷା ହେବା ନେଇ ଆକଳନ ହୋଇଛି। ବନ୍ୟା ପାଣି ରଖିବାକୁ ଜଳଭଣ୍ଡାର ସ୍ଥିତି ଭଲ ଅଛି। ନଦୀ ଗୁଡିକ ବିପଦ ସଂକେତ ଓ ସତର୍କ ସଂକେତ ତଳେ ରହିଛି। ଲଘୁଚାପ ଜନିତ ବର୍ଷା ତଳମୁଣ୍ଡକୁ କେତେ ପରିମାଣର ଆସିବ ତାକୁ ଦେଖି ଜଳଭଣ୍ଡାରର ସ୍ଥିତି ନିୟନ୍ତ୍ରଣ ହେବ । ଓ ପରେ ଗେଟ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା: ଦୁଇ ଅଧ୍ୟାପକଙ୍କ ବିରୋଧରେ ପୋକ୍ସୋ ଧାରାରେ ମାମଲା ରୁଜୁ

ଜଗତସିଂହପୁର ସ୍ୱାମୀ ଅରୁପାନନ୍ଦ କଲେଜର ଯୁକ୍ତ ଦୁଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣା। କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏବଂ ଅଧ୍ୟାପକ ଶାଶ୍ଵତ ମହାନ୍ତି ନିଲମ୍ବିତ ହୋଇଥିବାବେଳେ ଦୁଇ ଅଧ୍ୟାପକଙ୍କ ବିରୋଧରେ ପୋକ୍ସୋ ଧାରାରେ ମାମଲା ରୁଜୁ ହୋଇଛି। ଯୁକ୍ତ ଦୁଇରେ ଅଧ୍ୟୟନ କରୁଥିବା ନାବାଳିକାଙ୍କୁ ସେହି କଲେଜର ଅଧ୍ୟାପକ ଶାଶ୍ୱତ ମହାନ୍ତି ଯୌନ ନିର୍ଯାତନା ଦେବା ଘଟଣାକୁ ନେଇ ସମ୍ପୃକ୍ତ ନାବାଳିକା କଲେଜର ଅଧକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲେ। ୫ ମାସ ତଳେ ଅଭିଯୋଗ କରିଥିଲେ ଛାତ୍ରୀ। ଅଭିଯୋଗ ହେବାର କିଛି ଦିନ ପରେ ସେହି ସମୟରେ ଏହି ଘଟଣା ଭିତରେ ଅଧକ୍ଷ କମିଟି ବସେଇ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ ବିବାଦର ସମାଧାନ କରାଯାଇଥିବା ଅଧ୍ୟକ୍ଷ କହିଥିଲେ। ନାବାଳିକା ଜଣକ କଲେଜରୁ ପାସ କରିବା ପରେ ଅନ୍ୟତ୍ର ପାଠ ପଢ଼ୁଛି ବୋଲି କହିଥିଲେ। ଏହି ଘଟଣାକୁ ନେଇ ତିର୍ତ୍ତୋଲ SDPO ସ୍ୱାମୀ ଅରୁପାନନ୍ଦ କଲେଜରେ ପହଞ୍ଚିଥିଲେ। କଲେଜ ଅଧକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଘଟଣାରେ ଦୁଇ ଅଧ୍ଯାପକ ନିଲମ୍ବିତ ହୋଇଥିବାବେଳେ ପୋକ୍ସୋ ଧାରାରେ ମାମଲା ରୁଜୁ ପରେ ତନାଘନା ଆରମ୍ଭ କରିଛି ପୋଲିସ

ବଳଙ୍ଗା ଘଟଣା: ଆଉ ୩ ଜଣରୁ ଅଧିକ ଯୁବକଙ୍କୁ ପଚରା ଉଚରା

ବଳଙ୍ଗା: ପୁରୀ ଜିଲ୍ଲା ବଳଙ୍ଗା ନାବାଳିକାକୁ ପୋଡ଼ି ମାରିବାକୁ ଉଦ୍ୟମ ଘଟଣା । ଆଜି ଆଉ ୩ ଜଣରୁ ଅଧିକ ଯୁବକଙ୍କୁ ପଚରା ଉଚରା କରିଛି ବଳଙ୍ଗା ପୋଲିସ ସମେତ ୩ ଜଣିଆ ସ୍ପେଶାଲ ଟିମ୍ । ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଏ ପର୍ଯ୍ୟନ୍ତ ବଳଙ୍ଗା ପୋଲିସ ପାଖାପାଖି ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ଏପଟେ ଆଜି ମଧ୍ୟ ବଳଙ୍ଗା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଅଧିକ ଛାନବିନ୍ ଚଳାଇଥିବା ଜଣାପଡ଼ିଛି।

ରେଭିନ୍ୟୁ ଅଫିସ ନିର୍ମାଣ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା ପିପିଲି ମୁଖ୍ୟ ରାସ୍ତା କୁଦିଆରୀ ଠାରେ ରାସ୍ତା ଅବରୋଧ। କୁଦିଆରୀରେ ରେଭିନ୍ୟୁ ଅଫିସ ନିର୍ମାଣ ଦାବିରେ ରାସ୍ତାରୋକ କରାଯାଇଛି। କୁଦିଆରୀ ଗ୍ରାମର ଶତାଧିକ ଲୋକେ ଖୋର୍ଦ୍ଧା ପିପିଲି ମୁଖ୍ୟ ରାସ୍ତାରେ ବସି ରାସ୍ତାରୋକ କରିଛନ୍ତି। ଫଳରେ ଶହ ଶହ ଗାଡ଼ି ଗାଡି ଅଟକି ରହିଛି। ରାସ୍ତାରୋକକୁ ଦେଖି ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିବାବେଳେ ବୁଝାସୁଝା ପରେ ରାସ୍ତାରୋକ ହଟିଛି।

OISFର ଆଉ ୨ ବାଟାଲିୟନ ଖୋଲିବାକୁ ସରକାର ଦେଲେ ନିଷ୍ପତ୍ତି

ଭୁବନେଶ୍ବର: ଖୋଲିବ OISFର ଆଉ ୨ ବାଟାଲିୟନ । ବାଟାଲିୟନ ଖୋଲିବାକୁ ସରକାର ଦେଲେ ନିଷ୍ପତ୍ତି । ୧୯୪୪ ପଦବୀ ମଂଜୁରୀ କରିଛନ୍ତି ସରକାର । ବିଭିନ୍ନ ପଦ ପଦବୀରେ ନିଯୁକ୍ତ ହେବେ କର୍ମଚାରୀ ।

କଟକ ଜିଲ୍ଲାରେ ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ

କଟକ: କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ। ଆଇସିସି ରିପୋର୍ଟ ନଦେବାରୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ। ଆଇସିସି ରିପୋର୍ଟ ନ ଦେବା ପର୍ଯ୍ୟନ୍ତ ମିଳିବ ନାହିଁ ଦରମା। ଜିଲ୍ଲାରେ ଥିବା ୨୧୦ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଆଇସିସି ରିପୋର୍ଟ ମଗା ଯାଇଥିଲା। କିଏ ଆଇସିସିରେ ରିପୋର୍ଟ କରିଛନ୍ତି ? ରିପୋର୍ଟ ଆସିବା ପରେ ଆଇସିସି ଘଟଣାର କ’ଣ ଅନୁଧ୍ୟାନ କରିଛି ? ଅଭିଯୋଗ କରିଥିବା ମହିଳାଙ୍କ ଯୋଗାଯୋଗ ଠିକଣା ସହ ଅନୁଷ୍ଠାନ ମୁଖ୍ୟଙ୍କ ହସ୍ତାକ୍ଷର ସହ ରିପୋର୍ଟ ମଗାଯାଇଥିଲା। ଅଧାରୁ କମ କଲେଜ ଚିଠିର ଉତ୍ତର ଦେଇ ପାରିନାହାନ୍ତି। ବାରମ୍ବାର ଜିଲା ପ୍ରଶାସନ ପକ୍ଷରୁ ଆଇସିସି ରିପୋର୍ଟ ମଗାଯାଇଥିଲା। କିନ୍ତୁ ରିପୋର୍ଟ ନ ଦେବାରୁ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସେମାନଙ୍କ ଦରମା ବନ୍ଦ କରାଯାଇଛି।

ହାଇୱା ଧକ୍କାରେ ଅବସରପ୍ରାପ୍ତ କିରାଣୀ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ହାଇୱା ଧକ୍କାରେ ଅବସରପ୍ରାପ୍ତ କିରାଣୀ ମୃତ  । ବଲାଙ୍ଗୀର ଜାତୀୟ ରାଜପଥ 57 ପୁଇଁତଳା ଛକ ନିକଟରେ ଦୁର୍ଘଟଣା। ମୃତକ ହେଲେ ସର୍ବେଶ୍ଵର ମୁଗ୍ରୀ। ସାଇକେଲରେ ଯାଉଥିବା ସମୟରେ ଚଢିଗଲା ହାଇୱା  । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଇଁତଳା ପୋଲିସ  । କ୍ଷତିପୂରଣ ଦାବୀରେ NH 57 ଅବରୋଧ କଲେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା  । ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଛି  ।