spot_img
Home Blog Page 5860

ଭାରତ ଓ ଆମେରିକା ମଧ୍ୟରେ ବଢ଼ିବ ସାମରିକ ସମ୍ପର୍କ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନଙ୍କ ମଧ୍ୟରେ ଶନିବାର ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ବିକାଶ ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହୋଇଛି । ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଶେଷ ଦେଶ ଭାବେ ଭାରତରେ ପହଞ୍ଚିଛନ୍ତି । ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ବାଇଡେନ୍ ପ୍ରଶାସନ ସହ ସହଯୋଗୀ ଦେଶର ସମ୍ପର୍କକୁ ପ୍ରଭାବିତ କରିବ । ଭାରତ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ଅନେକ ବୁଝାମଣା ସ୍ୱାକ୍ଷର ହୋଇଛି ।

ମିଳିତ ପ୍ରେସମିଟରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲିୟୋଡ ଅଷ୍ଟିନ୍ କହିଛନ୍ତି- ରାଜନାଥଙ୍କ ସହ ଚର୍ଚ୍ଚା ସାର୍ଥକ ହୋଇଛି । ରାଜନାଥ ସିଂହ କହିଛନ୍ତି ଏଫଡିଆଇର ଲାଭ ସହ ୨ଦେଶର ସେନା ମଧ୍ୟରେ ସହଭାଗିତା, ସୂଚନା ବିନିମୟ, ଯୁଦ୍ଧ ସହଯୋଗ ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା ହୋଇଛି । ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଏହା ପ୍ରଥମ ଭାରତ ଗସ୍ତ ।

ଏକବିଂଶ ଶତାବ୍ଦୀରେ ଆମେରିକା ସହ ଭାରତର ସମ୍ପର୍କ ଆହୁରି ମଜଭୁତ୍ ହେବ ଲାଗି ଆଶା କରୁଛୁ ବୋଲି ରାଜନାଥ କହିଛନ୍ତି । ରକ୍ଷା କ୍ଷେତ୍ରରେ ଉଦାର ଏଫଡିଆଇର ଲାଭ ଉଠାଇବାକୁ ରାଜନାଥ ଆମେରିକାକୁ ଆମନ୍ତ୍ରଣ କରିଛନ୍ତି । ଭାରତୀୟ ସେନା ଓ ଆମେରିକାର ହିନ୍ଦ-ପ୍ରଶାନ୍ତ କମାଣ୍ଡର, ମଧ୍ୟ କମାଣ୍ଡର ଓ ଆଫ୍ରିକା କମାଣ୍ଡରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଦିଗରେ ସହମତି ହୋଇଛି ।

ବିଜେଡିର ଦାବି, ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ହେଉ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ଭାଷା

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ବିଜେଡିର ସାଂସ୍କୃତିକ ୱିଙ୍ଗ୍‌ ସକ୍ଷାତ କରି ଭାଷା ସଂପର୍କିତ ଦାବି ପୁଉପସ୍ଥାପନ କରିବ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ବିଜେଡ଼ି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ଇଂରେଜ ସମୟରୁ ଭାଷା ପାଇଁ ସଂଗ୍ରାମ କରି ଆସିଛି । ବିଜୟ ବି ପାଇଛୁ । ସାଢ଼େ 4 କୋଟିରୁ 1 କୋଟି ଲୋକ ମାତୃଭାଷାକୁ ଅଲଗା ଭାବେ ବ୍ୟବହାର କରନ୍ତି । ସେ କୋଶଳୀ, ହୋ, ମୁଣ୍ଡାରୀ, ଭୂମିଜ ପରି ଭାଷା । ୟୁପିଏ ଏବଂ ମୋଦି ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଅଷ୍ଟମ ଅନୁଚ୍ଛେଦରେ ‘ହୋ’ଭାଷାକୁ ସାମିଲ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରାଜନୈତିକ ଦଳ ନିର୍ବାଚନୀ ଇସ୍ତହାରରେ ଏହାକୁ ଉଲ୍ଲେଖ କରିଥିଲେ । ବାରମ୍ବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପାଖରେ ଓ ନୀତି ଆୟୋଗ ପାଖରେ ଦାବି କରିଛନ୍ତି । ଏଥିପାଇଁ ଏକ ବିଶେଷଜ୍ଞ କମିଟି ଗଠନ ହୋଇଥିଲା । କମିଟି ରିପୋର୍ଟ ଦେଇଛି । ଆମେ ସବୁ ସାମ୍ବିଧାନିକ ପ୍ରକ୍ରିୟା ସାରିଛୁ । ଆଜି ସଂଧ୍ୟାରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜେଡି ତରଫରୁ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯିବ । ବିଜେଡିର ସାଂସ୍କୃତିକ ଉଇଙ୍ଗ ରାଷ୍ଟ୍ରପତିଙ୍କୁ ଭେଟିବ । ଦାବି ପୁଣି ଉପସ୍ଥାପନ କରିବ ବୋଲି କୁହାଯାଇଛି ।

ଭାରତରେ 30 ଲକ୍ଷ ଓ ଓଡ଼ିଶାରେ 10 ଲକ୍ଷ ଲୋକ ‘ହୋ’ ଭାଷା ବ୍ୟବହାର କରନ୍ତି । ଏହି ଭାଷାରେ ବହୁ ମାଧୁର୍ଯ୍ୟ ଅଛି । ଏହାକୁ ମାନ୍ୟତା ନ ମିଳିଲେ, ଆଗାମୀ ଦିନରେ ଏହା ଲୋପ ପାଇଯିବ । ‘ହୋ’ ଭାଷା ଲୋକଙ୍କୁ ଓଡ଼ିଆ କହିବାରେ ଅସୁବିଧା ହୁଏ। ମାନ୍ୟତା ମିଳିଲେ, ସେମାନେ ସମାଜରେ ତାଳରେ ତାଳରେ ଦେଇପାରିବେ । କୋଶଳୀ ବହୁତ ମିଠା ଭାଷା । ଏହି ଭାଷା ଆତ୍ମାକୁ ଛୁଇଁ ଯାଏ । 75 ଲକ୍ଷ ଲୋକ ଏହି ଭାଷା କହନ୍ତି।

ସେହିପରି କୋଶଳୀରେ ରାମାୟଣ ଓ ମହାଭାରତ ରଚନା କରାଯାଇଛି। ଏହି ଭାଷା ମନକୁ ପ୍ରଫୁଲିତ କରେ । ନୂଆଖାଇ ଭେଟଘାଟ ସାରା ଦେଶରେ ଆଦୃତ । ଲୋକ ଏହି ଭାଷାକୁ ଆଗେଇ ନେବାକୁ ଚାହୁଁଛନ୍ତି । କେନ୍ଦ୍ର ସରକାର ଏହାକୁ ଅଷ୍ଟମ ଅନୁଛେଦରେ ସାମିଲ କରନ୍ତୁ । ଏହି ଦାବି ରାଷ୍ଟ୍ରପତିଙ୍କ ନଜରକୁ ଅଣାଯିବ । ଆମ ପଶ୍ଚିମ ଓଡ଼ିଶାରୁ ଅନେକ ବିଜେପି ସାଂସଦ ଅଛନ୍ତି । ସେମାନେ ଏହି କଥା ସଂସଦରେ ଉଠେଇଲେ, ରାଜ୍ୟବାସୀ ଧନ୍ୟ ପାଇବେ ବୋଲି କହିଛନ୍ତି ବିଜେଡ଼ି ନେତ୍ରୀ ଶ୍ରୀମୟୀ ମିଶ୍ର ।

ପାକ୍ ପ୍ରଧାନମନ୍ତ୍ରୀଙ୍କୁ କରୋନା, ଦୁଇ ଦିନ ତଳେ ନେଇଥିଲେ ଚାଇନା ଭ୍ୟାକ୍ସିନ

ଇସଲମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କରୋନା । ଇମ୍ରାନଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ନେଇ ଶନିବାର ସୂଚନା ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସହାୟକ ଫୈଜଲ ସୁଲତାନ । ସୂଚନା ମୁତାବକ ଦୁଇ ଦିନ ପୂର୍ବେ ଇମ୍ରାନ ଖାନ ଚୀନ ପ୍ରସ୍ତୁତ କରିଥିବା ଭ୍ୟାକ୍ସିନ ଡୋଜ ନେଇଥିଲେ । ଡୋଜ ନେବା ପୂର୍ବରୁ ସୁସ୍ଥ ଥିଲେ ଇମ୍ରାନ କିନ୍ତୁ ମାର୍ଚ୍ଚ ୨୦ ଶନିବାର ଦିନ ତାଙ୍କ ରିପୋର୍ଟ ପଜିଟିଭି ଆସିଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ ଷ୍ଟାଫ ଏବଂ କର୍ମଚାରୀଙ୍କ ମର ମଧ୍ୟ କୋଭିଡ ଟେଷ୍ଟ କରାଯାଇଛି । କିନ୍ତୁ ଇମ୍ରାନଙ୍କ କୋଭିଡ ଲକ୍ଷଣ ଗୁରୁତ୍ତର ନାହିଁ ବଂର ସାଧାରଣ ରହିଛି । ଇମ୍ରାନ ଖାନ ଗୁରୁବାରଲ ଦିନ ଚାଇନପ୍ରସ୍ତୁତ କରିଥିବା ଭ୍ୟାକ୍ସିନକୁ ଗ୍ରହଣ କରିଥିଲେ । ଏବଂ କୋଭିଡର ତୃତୀୟ ଲହରରୁ ବର୍ତ୍ତିବା ପାଇଁ ଦେଶବାସୀଙ୍କୁ ଟିକା ନେବାକୁ ମଧ୍ୟ ଆହ୍ବାନ ଦେଇଥିଲେ ।

କିନ୍ତୁ ଟିକା ନେବାଦର ଦୁଇ ଦିନ ପରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଠାରେ କୋଭିଡ ଲକ୍ଷଣ ପ୍ରକାଶ ହେବା ସହ ରିପୋର୍ଟ ପଜିଟିଭ ଆସିଥିବା ଜଣା ପଡିଛି । ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସହାୟକ ଖୋଦ ଏ ବିଷୟରେ ଟ୍ବିଟ କରି ସୂଚନା ପ୍ରଦାନ କରିଛନ୍ତି । ସେପଟେ ଚାଇନିଜ ଟିକାକୁ ନେଇ ପ୍ରଶ୍ନ ଉଠିଛି ଏବଂ ଇମ୍ରାନଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କୁ ମଧ୍ୟ କୋଭିଡ ଟେଷ୍ଟ କରାଯିବାକୁ କୁହାଯାଇଛି ।

ଉତ୍ତର ଜାପାନରେ ୭.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଝଟକା, ୧ ମିଟରର ସୁନାମୀ ଆଶଙ୍କା

ଟୋକିଓ: ଶନିବାର ଉତ୍ତର ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ୨୦୧୧ରେ ସୁନାମୀ ଆସିଥିବା ଅଞ୍ଚଳରେ ହିଁ ଶକ୍ତିଶାଳୀ ଭୂମିକମ୍ପ ଝଟକା ଲାଗିଛି । ଏହା ଫଳରେ ୧ ମିଟରର ସୁନାମୀ ଆସିବା ନେଇ ଆଶଙ୍କା କରାଯାଇଛି ।

https://twitter.com/i/status/1373208694746402817

ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୨୬ରେ ମିୟାଗି ଉପକୂଳରେ ଅନୁଭୂତ ହୋଇଛି ଭୂମିକମ୍ପ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ମିୟାଗି ଠାରୁ ୬୦ କିମି ଦୂରରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ଥିବା ଜାପାନ ପାଣିପାଗ ସଂସ୍ଥା ସୂଚନା ଦେଇଛି ।

ଭୂମିକମ୍ପ ଝଟକା ପରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଛନ୍ତି । ଉତ୍ତର-ପୂର୍ବ ଜାପାନ ପାଇଁ ସୁନାମୀ ସତର୍କତା ଦିଆଯାଇଛି । ତେବେ, ଘଟଣାଟି ବର୍ତ୍ତମାନ ଘଟିଥିବାରୁ ବିଶେଷ ସୂଚନା ମିଳିପାରି ନାହିଁ ।

ଭୁବନେଶ୍ବରରେ ହୋଲି କଟକଣା: ବାହାରେ ଖେଳିବା ମନା, କେବଳ ଘରେ ହୋଲି ପାଳନ

ଭୁବନେଶ୍ବର: ରାଜଧାନୀରେ ହୋଲି ପାଳନ ଉପରେ କଟକଣା । କଡାକଡି ଭାବେ ପାଳନ କରାଯିବ ରାଜ୍ୟ ସରକାରଙ୍କ ହୋଲି ଗାଇଡଲାଇନ୍ । ବିଏମସି କମିସନରଙ୍କ ସୂଚନା ମୁତାବକ ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ । ସର୍ବସାଧାରଣରେ ହୋଲି ଖେଳିବା ଉପରେ ରୋକ ଲଗାଯିବ । ସେପଟେ କେବଳ ନିଜ ପରିବାର ସଦସ୍ୟଙ୍କ ସହ ଘରେ ହୋଲି ଖେଳିପାରିବେ ବୋଲି କହିଛନ୍ତି କମିଶନର।

ସେହିପରି ରଙ୍ଗ ଦୋକାନ ଖୋଲିବା ନେଇ କିଛି କଟକଣା ନାହିଁ । ଦୋଳ ଯାତ୍ରାରେ ପ୍ରତ୍ୟେକ ବିମାନ ସହ ସର୍ବାଧିକ 5ରୁ6 ଜଣଙ୍କୁ ଯିବାକୁ ଅନୁମତି ମିଳିବ । ମେଳଣ ସ୍ଥାନରେ ଏକାସାଙ୍ଗରେ ନୁହଁ ବରଂ ପର୍ଯ୍ୟାୟ କ୍ରମେ ଆସିବ ବିମାନ । ମେଳନରେ ମଧ୍ୟ ସର୍ବାଧିକ 50ରୁ60ଜଣଙ୍କୁ ଅନୁମତି ଦିଆଯିବ । ଏଥିପାଇଁ ଆୟୋଜକ ସ୍ୱତନ୍ତ୍ର ଭାବେ ଆବେଦନ କରି ଅନୁମତି ନେବେ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

ବଲିଉଡ ଷ୍ଟାରଙ୍କର ଅଜବ ‘ଫୋବିଆ’

ମୁମ୍ବାଇ: ପ୍ରତ୍ୟେକ ମଣିଷର ମନରେ କୌଣସି ନା କୌଣସି ଜିନିଷକୁ ନେଇ ଡର ରହିଥାଏ । କିଏ ଅନ୍ଧାରକୁ ଡରେ ତ କିଏ ପାଣିକୁ କିଏ ପୁଣି ନିଆଁକୁ । ଆଉ ଏଗୁଡ଼ିକୁ ଫୋବିଆ କୁହାଯାଏ । ପ୍ରାୟ ମଣିଷର କିଛି ନା କିଛି ଫୋବିଆ ରହିଥାଏ । ତେବେ ଆପଣ ଜାଣନ୍ତିକି ଆପଣଙ୍କ ପ୍ରିୟ ବଲିଉଡ ଷ୍ଟାରମାନେ କେଉଁ ଜିନିଷକୁ ଭୟ କରନ୍ତି? କେଉଁ ଷ୍ଟାରଙ୍କର କ’ଣ ଭୟ ରହିଛି।  ଆସନ୍ତୁ ଜାଣିବା ଷ୍ଟାରଙ୍କର ଫୋବିଆ।

ଆମୀର ଖାନ୍: ବଲିଉଡର ମିଷ୍ଟର ପରଫେକଶନିଷ୍ଟ ଆମୀର ଖାନ୍ ଙ୍କ ବ୍ଲକବଷ୍ଟର ଫିଲ୍ମର ଡାଇଲଗ ‘ଅଲ ଇଜ୍ ୱେଲ୍’ କୁ କିଏବା ଭୁଲିବ। ଆମୀର ନିଜ ଲାଇଫରେ ବି ଏହି ଫଣ୍ଡା ଆପ୍ଲାଇ କରନ୍ତି। ଯେତେବେଳେ ବି ତାଙ୍କୁ କିଛି ଅଡ଼ୁଆ ଲାଗେ ବା ଭୟ ଲାଗେ ସେ ନିଜକୁ ‘ଅଲ ଇଜ୍ ୱେଲ୍’ କହି ସମ୍ଭାଳନ୍ତି। ଆପଣ ଜାଣନ୍ତିକି ଆମୀରଙ୍କୁ ଥାନାଟୋଫୋବିଆ ଅଛି । ତାଙ୍କୁ ସବୁବେଳେ ମରିଯିବା ଭୟ ରହିଥାଏ । ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଫିଲ୍ମ ‘ଦଙ୍ଗଲ’ର ଶୁଟିଂ ବେଳେବି ସେ ବହୁତ ଭୟ କରୁଥିଲେ । ତାଙ୍କୁ ସବୁବେଳେ ଭୟ ଲାଗୁଥିଲା ଯେ କାଳେ ଶୁଟିଂ ବେଳେ ତାଙ୍କୁ କ’ଣ ହୋଇଯିବ।

କ୍ୟାଟ୍ରିନା କୈଫ: ଫିଲ୍ମ ‘ଜିନ୍ଦେଗି ନା ମିଲେଗି ଦୋବାରା’ରେ କ୍ୟାଟ୍ରିନା ଟୋମେନିଆ ଫେଷ୍ଟିଭାଲରେ ବହୁତ ମଜା କରୁଥିବା ଦେଖିବାକୁ ମିଳିଥିଲା । ହେଲେ ​​କ୍ୟାଟ୍ରିନାଙ୍କ ବାସ୍ତବ ଜୀବନ ଟିକିଏ ଅଲଗା। କ୍ୟାଟ୍ରିନା ନିଜ ଅସଲ ଜୀବନରେ ଟମାଟୋକୁ ବହୁତ ଡରନ୍ତି । ଆଉ ଏହି କଥା ଫିଲ୍ମର ଶୁଟିଂବେଳେ ଜଣାପଡ଼ିଥିଲା । ଫିଲ୍ମର ଏହି ସିନରେ ତାଙ୍କ ଡର ଆହୁରି ବଢ଼ିଯାଇଥିଲା। ଏହି ଡର ପାଇଁ କ୍ୟାଟ୍ ଟମାଟୋ କ୍ୟାଚଅପର ଅନେକ ଆଡକୁ ବି ମନାକରିଦେଇଛନ୍ତି ।

ଶାହାରୁଖ ଖାନ୍: ନିଜ ଆକ୍ସନ ସିକ୍ୱେନ୍ସରେ ଦର୍ଶକଙ୍କୁ ଚମକାଇଦେଉଥିବା କିଙ୍ଗ ଖାନଙ୍କୁ ବି ଅଛି ଫୋବିଆ । ଶାହାରୁଖ୍ ଖାନକୁ ଘୋଡ଼ାରେ ବସିବାକୁ ଭାରି ଡ଼ର ଲାଗେ । ଫିଲ୍ମ ‘କରନ ଅର୍ଜୁନ’ର ଶୁଟିଂବେଳେ ଶାହାରୁଖଙ୍କ ଘୋଡ଼ା ଅଟକିନଥିଲା । ଶାହାରୁଖଙ୍କୁ ନେଇ ଘୋଡ଼ା ବହୁତ ଆଗକୁ ପଳାଇଥିଲା । ଆଉ ଏହା ପରଠୁ ଶାହାରୁଖ୍ ଆଉ କେବେ ବି ଘୋଡ଼ା ସୱାରି କରିନାହାଁନ୍ତି ।

 

ଅର୍ଜୁନ କପୁର: ବୋନି କପୁରଙ୍କ ପୁଅ ତଥା ବଲିଉଡ ଆକ୍ଟର ଅର୍ଜୁନ କପୁରଙ୍କର ରହିଛି ଏକ ଅଜବ ଫୋବିଆ । ଅର୍ଜୁନଙ୍କୁ ସିଲିଂ ଫ୍ୟାନକୁ ଭାରି ଭୟ ଲାଗେ। ସେ କେବେ ହେଲେ ଫ୍ୟାନ ତଳେ ଶୁଆନ୍ତି ନାହିଁ । ଆଉ ଏ କଥା ସେ ବହୁତ ଥର ସାକ୍ଷାତକାରରେ କହିଛନ୍ତି। ଅର୍ଜୁନଙ୍କ ଘରେ ମଧ୍ୟ ଗୋଟିଏ ବି ସିଲିଂ ଫ୍ୟାନ୍ ନାହିଁ।

ସୋନମ କପୁର: କପୁର ଖାନ୍ଦାନର ଲାଡଲି ସୋନମ କପୁରଙ୍କୁ ଏଲିଭେଟରରେ ଯିବାକୁ ଭାରି ଭୟ ଲାଗେ। ଏହା ବଦଳରେ ସେ ସବୁବେଳେ ସିଡ଼ି ବ୍ୟବହାର କରିବାକୁ ପସନ୍ଦ କରନ୍ତି। ତାଙ୍କର ଏହି ଭୟ ପିଲାଟି ବେଳୁ ଅଛି ଆଉ ଏବେ ମଧ୍ୟ ସେ ଏଲିଭେଟରକୁ ଭୟ କରନ୍ତି । ତାଙ୍କ ଭଉଣୀ ରିଆ ସୋନମଙ୍କର ଏହି ଭୟକୁ ବହୁଥର କମ କରିବାକୁ ଚେଷ୍ଟା କରିଛନ୍ତି, ହେଲେ ବିଫଳ ହୋଇଛନ୍ତି ।

କଙ୍ଗନା ରଣାୱତ: ସବୁବେଳେ ବିନ୍ଦାସ ଓ ବେପରୱା ରହୁଥିବା କଙ୍ଗନାଙ୍କୁ ବି ଅଛି ଫୋବିଆ। କଙ୍ଗନାଙ୍କୁ କାର ଡ୍ରାଇଭିରୁ ଭୟ ଲାଗେ । ଏଥିପାଇଁ ସେ କେବେ ହେଲେ ଡ୍ରାଇଭିଂ କରନ୍ତି ନାହିଁ । ଏହି ଡର ତାଙ୍କର ସେବେଠୁ ଆରମ୍ଭ ହୋଇଥିଲା ଯେବେ ସେ ଏକ ଅଟୋ ସହ ନିଜ ଗାଡ଼ି ଧକ୍କା କରିଦେଇଥିଲେ।

 

କୋଭିଡ୍ ଟିକାକରଣରେ ଭାରତର ରେକର୍ଡ, ଭ୍ୟାକ୍ସିନ୍ ନେଲେଣି ୪.୨ କୋଟି ଲୋକ

ନୂଆଦିଲ୍ଲୀ: କରୋନା ଟିକାକରଣରେ ଭାରତର ନୂଆ ରେକର୍ଡ । ଦେଶରେ ଏବେ ଯାଏ ୪.୨ କୋଟି ଲୋକ ଭାରତ ନିର୍ମିତ କୋଭିଡ୍ ଟିକା ନେଇଛନ୍ତି । ବିଗତ ୨୪ ଘଣ୍ଟାରେ ୨୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଗଧାଡ଼ିର କର୍ମଚାରୀଙ୍କୁ କୋଭିଡ୍ ଟିକା ଦିଆଯାଇଥିଲା । ଏବେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯାଉଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ରିପୋର୍ଟ ଅନୁସାରେ, ୬୦ ବର୍ଷରୁ ଅଧିକ ବୟସ୍କ ପାଖାପାଖି ୧ କୋଟି ଲୋକଙ୍କୁ ୧୫ ଦିନ ମଧ୍ୟରେ ଟିକା ଦିଆଯାଇଛି । ଦୁନିଆରେ ବ୍ରିଟେନ୍ ପରେ ଭାରତରେ ଚାଲିଥିବା ଟିକାକରଣ ଗତି ଦ୍ୱିତୀୟ ସ୍ଥାନରେ ରହିଛି ।

India Records 4.2 Crore Vaccinations Against Covid-19 Ministry Of Health

ସିରମ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି- ଦେଶରେ ଆଗଧାଡ଼ିର କର୍ମଚାରୀ ଓ ୬୦ରୁ ଅଧିକ ବର୍ଷ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ପାଇଁ ୩ରୁ ୪ ମାସ ସମୟ ଲାଗିବ । ସୂଚନାଯୋଗ୍ୟ ଯେ- ୨୦୨୧ ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ଡିସେମ୍ବର ପରେ ସଂକ୍ରମଣ ବେଶ୍ ଖସିଥିବା ବେଳେ ପୁଣି ମାର୍ଚ୍ଚରୁ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶରେ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ଓ ପଞ୍ଜାବରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଥିବା ବେଳେ ମଧ୍ୟପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟ ସ୍କୁଲ୍, କଲେଜ ବନ୍ଦ କରି ଦେଇଛନ୍ତି ।

ସ୍ଥଗିତ ରହିଲା ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି ସ୍ଥାପନକୁ ସ୍ଥଗିତ ରଖାଯାଇଛି । ମା’ଙ୍କ ଯାତ୍ରା ନିମନ୍ତେ ଶୁକ୍ରବାର ରାତି ୧୧ରୁ ୨ଟା ମଧ୍ୟରେ ଶୁଭଖୁଣ୍ଟି ସ୍ତାପନ କରାଯିବାର ଥିଲା । ଏହା ପୂର୍ବରୁ ବିଏମ୍‌ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାରେ, ଯାତ୍ରା ପରିଚାଳକ ଦୁର୍ଗା ପ୍ରସାଦ ଦେଶୀବେହେରାଙ୍କ ସମେତ ଯାତ୍ରା କମିଟି ସଦସ୍ୟଙ୍କୁ ଡକାଇ ଏକ ବୈଠକ କରିଥିଲେ । କୋଭିଡର ପୁନଃ ସଂକ୍ରମଣ ଆଶଙ୍କା ଥିବାରୁ ସମସ୍ତ ନିୟମ ମାନି ମାତ୍ର ୭ ଦିନ ପାଇଁ ଯାତ୍ରା କରିବା ଓ ଅନ୍ୟ କେତେକ ପରାମର୍ଶ ଦିଆଯାଇଥିଲା ।ଯାତ୍ରା ସମୟରେ ମା’ ବାପା ଘରକୁ ଆସିବେ, କିନ୍ତୁ ରାଜା ଘରକୁ ଯିବେ ନାହିଁ ଓ ଘଟ ପରିକ୍ରମା କରାଯିବନାହିଁ ବୋଲି କହିଥିଲେ । ଏଥିରେ ଯାତ୍ରା କମିଟି ସମ୍ମତି ପ୍ରକାଶ ନ କରିବାରୁ ଠାକୁରାଣୀ ଯାତ୍ରାଙ୍କୁ ସ୍ଥଗିତ ରଖାଗଲା । ବୋଲି କମିଶନର ସୂଚନା ଦେଇଛନ୍ତି ।

ଅଷ୍ଟମ ପାସ୍ ଡାକ୍ତର କଲେ ପ୍ରସୂତିଙ୍କ ଅପରେସନ୍, ମାଆ ଓ ନବଜାତକ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୁଲତାନପୁରରୁ ଆସିଛି ଡରେଇ ଦେବା ଭଳି ଘଟଣା । ଯେଉଁଠି ଜଣେ ଅଷ୍ଟମ ପାସ୍ ଡାକ୍ତର (କ୍ୱାକ୍) କରିଛନ୍ତି ପ୍ରସୂତିଙ୍କ ଅପରେସନ୍ । ମାର୍ଚ୍ଚ ୧୭ ବୁଧବାର କ୍ୱାକ୍ ଜଣଙ୍କ ପ୍ରସୂତିଙ୍କ ଅସ୍ତ୍ରପୋଚର କରିଥିଲେ । ଅପରେସନ୍ ପରେ ଅବସ୍ଥା ବିଗିଡ଼ିଲା ତ ବିନା ରେଫରରେ ଲକ୍ଷ୍ନୌ ପଠାଇ ଦେଇଥିଲେ ଏବଂ ରାସ୍ତାରେ ହିଁ ମାଆ ସହ ନବଜାତକର ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ପରେ ମାମଲା ରୁଜୁ କରିଛି ପୋଲିସ ।

ଅଭିଯୋଗ ପରେ ଯେତେବେଳେ ପୋଲିସ ଅନୁସନ୍ଧାନ ଆରମ୍ଭ କଲା ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ସୁଲତାନପୁରରେ ଥିବା ମାଆ ଶାରଦା ହସ୍ପିଟାଲ ଏବଂ ଜଚ୍ଚା-ବଚ୍ଚା କେନ୍ଦ୍ରର ସଞ୍ଚାଳକ ଦ୍ୱାଦଶ ପାସ୍ ହୋଇଥିବା ବେଳେ ଡାକ୍ତର ଅଷ୍ଟମ ପାସ୍ ଜଣାପଡ଼ିଥିଲା ।

ବଲଦିରାୟ ଥାନା ପୁରୱା ଗାଁର ପୁନମ ଗର୍ଭବତି ଥିଲେ । ମଙ୍ଗଳବାର ରାତିରେ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକ ଅରୱଲ ସ୍ଥିତ ମାଆ ଶାରଦା ହସ୍ପିଟାଲକୁ ନେଇଥିଲେ । ଡାକ୍ତରଙ୍କ ଅସ୍ତ୍ରପୋଚାର ପରେ ରକ୍ତସ୍ରାବ ହୋଇ ମାଆ ଓ ନବଜାତକର ଅବସ୍ଥା ବିଗିଡ଼ିଥିଲା । ପରେ ବିନା ରେଫରରେ ଲକ୍ଷ୍ନୌ ପଠାଇବା ବେଳେ ଉଭୟଙ୍କ ମୃତ୍ୟୁ ରାସ୍ତାରେ ହୋଇଛି ।

Mother And Infant Bleed To Death After Class 8th Pass Doctor Performs Surgery

ଏହାପରେ ପୁନମଙ୍କ ପରିବାର ଥାନାରେ ହସ୍ପିଟାଲ ସଞ୍ଚାଳକ, ଡାକ୍ତର ଓ ସହଯୋଗୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ଯାଞ୍ଚ ପରେ ଡାକ୍ତର ଓ ହସ୍ପିଟାଲ ସଞ୍ଚାଳକଙ୍କୁ ଗିରଫ କରିଛି । ହସ୍ପିଟାଲ ସଞ୍ଚାଳକ ରାଜେଶ ସାହନୀ ଦ୍ୱାଦଶ ପାସ୍ କରିଥିବା ବେଳେ ସେଠାରେ ଡାକ୍ତର କୁହାଯାଉଥିବା ରାଜେନ୍ଦ୍ର ପ୍ରସାଦ ଶୁକ୍ଳା ଅଷ୍ଟମ ପାସ୍ କରିଛନ୍ତି । ତାଙ୍କ ସହଯୋଗୀ ପଞ୍ଚମ ପାସ୍ ବୋଲି ଜଣାପଡ଼ିଛି ।

କାହାରି ପାଖେ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କୌଣସି ଜ୍ଞାନ ନଥାଇ ଏମାନେ ଦୀର୍ଘ ଦିନରୁ ମେଡିକାଲ୍ ଖୋଲି ଏଠି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିଲେ । ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଭଳି ହସ୍ପିଟାଲକୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କଟକରେ ସୋହାନୀ: ଓଡ଼ିଶା ସରକାରଙ୍କ ଟିମ୍‌କୁ ହସ୍ତାନ୍ତର କଲା ବାଳ ମଙ୍ଗଳ ସମିତି

ଅଲୋଡ଼ା ହୋଇଯାଇଥିଲା ସୋହାନି । ମା’ କି ବାପା ସୋହାନି ପାଇଁ ସବୁ ହୋଇ ଯାଇଥିଲେ ପର । କେନ୍ଦ୍ରାପଡାର ବାପା-ମା’ । ଦିଲ୍ଲୀରେ ୯ ବର୍ଷର ସୋହାନି । ଏକୁଟିଆ ଭାଗ୍ୟକୁ ଆଦରି,ଆଦର-ସ୍ନେହଠାରୁ ବହୁତ ଦୁରରେ ଥିଲା ୯ ବର୍ଷର କୁନି ଝିଅ । ୪ ବର୍ଷ ତଳେ ବାପା ମା’ଙ୍କ ସହ ଦିଲ୍ଲୀ ଯାଇଥିଲା । କିନ୍ତୁ ଭାଗ୍ୟ ଏମିତି ଖେଳ ଖେଳିଥିଲା ଯେ, ବାପା ତାକୁ ପର କରିଦେଇ ଘରକୁ ଚାଲି ଆସିଥିଲେ । ପଛରେ ରହିଯାଇଥିଲା ସୋହାନି । ଦିନ ପରେ ଦିନ ବିତିଯାଇଥିଲା । ବାପା-ମା’ଙ୍କ ଅପେକ୍ଷାରେ ପରଘରେ ଦିନ ଗଣୁଥିଲା ସୋହାନି । କିନ୍ତୁ ବାପା-ମା’ ତାକୁ ଭୁଲି ଯାଇଥିଲେ । ଯାହା ଘରେ ରହୁଥିଲେ ସେ ସମ୍ପର୍କୀୟ ଥିଲେ । ଯେତେବେଳେ ଜନ୍ମକଲା ମା’ ଭୁଲିଯାଇଥିଲା ସେତେବେଳେ ସମ୍ପର୍କୀୟ କିଏ । ଧିରେ ଧିରେ ସୋହାନି ପ୍ରତି ବଢିଚାଲିଥିଲା ନିର୍ଯାତନା । ଶେଷରେ ଦିନେ ସ୍କୁଲରୁ ଚାଇଲ୍ଡ ହେଲ୍ଫ ଲାଇନକୁ ଯୋଗାଯୋଗ କରିଥିଲା ସୋହାନି । ଏହାପରେ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ସୋହାନିର ଠିକଣା ବଦଳେ । ସୋହାନିକୁ ନୋଏଡାର ସାଇକୃପା ବାଳକୁଟୀରରେ ରଖାଯାଏ ।


ସୋହାନିର କରୁଣ କାହାଣୀକୁ ପ୍ରଥମେ ସାମ୍ନାକୁ ଆଣିଥିଲା ନନ୍ଦିଘୋଷ ଟିଭି । ସୋହାନିଙ୍କୁ ନେଇ ପ୍ରସାରିତ ରିପୋର୍ଟ ପରେ ସୋହାନୀର ଘର କେନ୍ଦ୍ରାପଡ଼ାର ରାଜନଗର ଦେଉଳୋତ୍ତର ଗାଁର ବୋଲି ଜଣା ପଡିଥିଲା । ଏହାପରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ସକ୍ରିୟ ହୋଇଥିଲା । ସୋହାନିକୁ ଘରକୁ ଫେରାଇ ଆଣିବାକୁ ଆରମ୍ଭ ହୋଇଥିଲା ଉଦ୍ୟମ । କିନ୍ତୁ କରୋନା କାରଣରୁ ସୋହାନିର ଘର ବାହୁଡା ବିଳମ୍ବ ହୋଇଥିଲା । ଏବେ ସୋହାନି ଘରକୁ ଫେରିଛି ।
ସୋହାନି ଉତ୍ତରପ୍ରଦେଶର ଗୌତମବୁଦ୍ଧନଗର ବାଳ ମଙ୍ଗଳ ସମିତି ଅଧ୍ୟକ୍ଷା ଆଦେଶ ରାଣୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ଦଳକୁ ହସ୍ତାନ୍ତର କରାଯାଇଥିଲା । ମାର୍ଚ୍ଚ ୧୯ ସକାଳେ ସୋହାନୀକୁ ନେଇ ଓଡ଼ିଶା ସରକାରଙ୍କ ଟିମ୍ ସମ୍ପର୍କକ୍ରାନ୍ତି ଟ୍ରେନରେ ବସିଥିଲେ । । ୨୦ ତାରିଖ ଦିନ ସେ କଟକରେ ପହଂଚିଥିବା ଜଣା ପଡିଛି ।