ଭଦ୍ରକରୁ ୨୬୫ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

ଭଦ୍ରକ: ଭଦ୍ରକରେ ପୁଣି ଜବତ ହେଲା ବିପୁଳ ପରିମାଣର ବ୍ରାଉନ ସୁଗାର। ଏହି ଘଟଣାରେ ସମ୍ପୃକ୍ତି ନେଇ ଦୁଇ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଚରମ୍ପା ଧାମରା ବ୍ରିଜ ତଳେ ତଲାସି ବେଳେ ୨୬୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି କୌଣସି ସୁତ୍ରରୁ ଖବର ପାଇ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନାଙ୍କ ନେତୃତ୍ବରେ ଏକ ଟିମ ଚରମ୍ପା ନିକଟସ୍ଥ ଜାତୀୟ ରାଜପଥର ଧାମରା ବ୍ରିଜ ଠାରେ ଏକ ନମ୍ବର ବିହୀନ ବାଇକରେ ଆସୁଥିବା ୨ ଯୁବକ ଅଟକାଇ ଯାଞ୍ଚ ବେଳେ ସେମାନଙ୍କ ଠାରୁ ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ପରେ ଅଧିକ ତଦନ୍ତ କରି ଏହି ଘଟଣାରେ ସଂପୃକ୍ତ ଅନ୍ୟ ୨ ଜଣେ ମହିଳା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ।

ତେବେ ଏହି ଘଟଣାରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ କରୁଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧକ୍ଷକ।

Leave a Reply