ଭିଜିଲାନ୍ସ ରେ଼ଡ୍ ବେଳେ ଟଙ୍କା ବ୍ୟାଗ ଫୋପାଡୁଥିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର। ୧ ଲକ୍ଷ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଘର ବାହାରକୁ ଫୋପାଡୁଥିଲେ ବାବୁ। ଦ୍ୱିତୀୟ ଦିନରେ ମାରାଥନ ରେଡ଼ ବେଳେ ଅନେକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଛି। ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ ଆସିଷ୍ଟାଣ୍ଟ ଇଞ୍ଜିନିୟର ରାଜକିଶୋର ଜେନାଙ୍କ ଫ୍ଲାଟ ସମେତ ଅନ୍ୟାନ୍ୟ ସ୍ଥାନରେ ମାରାଥନ ରେଡ଼ କରିଥିଲା। କାଲିଠାରୁ ୧୦ଟି ସ୍ଥାନରେ ଚାଲିଛି ଚଢାଉ। ରେଡ଼ ବେଳେ ଗତକାଲି ବାବୁଙ୍କର ଗୋଟିଏ ବହୁତଳ ପ୍ରାସାଦ, ୨ ଟି ଫ୍ଲାଟ, ୨ ଟି ମଲରେ ଦୁଇଟି କମର୍ସିଆଲ ଦୋକାନ, ୧୩ଟି ଦାମୀ ପ୍ଲଟ ଠାବ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ଜେନାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ। ଭିଜିଲାନ୍ସର ଟେକ୍ନିକାଲ ଟିମ ଏବେବି ବାବୁଙ୍କ ଠୁଳ ସମ୍ପତ୍ତି, ବ୍ୟାଙ୍କ ବାଲାନ୍ସ, ଫରେନ ଟ୍ରିପରେ ଖର୍ଚ୍ଚ ନେଇ ଛାନଭିନ ଜାରି ରଖିଛି।
ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ
ସାପ କାମୁଡାରେ ଦୁଇଜଣଙ୍କ ମୃତ୍ୟୁ । ମୃତକ ହେଲେ ଫୁଲବାଣୀ ଖଜୁରୀପଡ଼ା ଥାନା ନୂଆଗାଁ ପଞ୍ଚାୟତ ଖଲିବେଣି ଗାଁର ୨୫ ବର୍ଷିୟ ମାନସ ହଂସ । ଘରେ ଶୋଇଥିବା ବେଳେ ତାଙ୍କୁ ସାପ କମୁଡ଼ିଥିଲା । ଫୁଲବାଣୀ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେହିଭଳି ଗୋଛାପଡ଼ା ଥାନା ଅଞ୍ଚଳର ୩୫ ବର୍ଷିୟ ନିମା ବିନ୍ଧାଣିଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି । ଘରେ ଶୋାଇଥିବା ବେଳେ ସାପ କମୁଡ଼ିଥିଲା l ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଗୋଛପଡା ମେଡ଼ିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମେଡ଼ିକାଲ ନିଆଯାଇଥିଲା l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଭଉଣୀ ଉପରେ ଚିଲେଇବାରୁ ରାଗରେ ଭିଣେଇଙ୍କ ଚୁଟି ଉପାଡି ଦେଲା ଶଳା
ନନ୍ଦିଘୋଷ ବ୍ୟୁରୋ : ବେଳେ ବେଳେ ସମ୍ପର୍କ ସମାଧାନ କରିବା ବେଳେ ତାହା ଝଗଡ଼ାରେ ପରିଣତ ହୋଇଯାଏ । ଏମିତି କିଛି ଘଟିଛି ଦେବରିଆର ମହିଳା ଥାନା ବାହାରେ । ଯେଉଁଠି ସ୍ୱାମୀ- ସ୍ତ୍ରୀ ମଧ୍ୟରେ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରୁଥିଲେ ପୋଲିସ । ହେଲେ ଥାନାରୁ ବାହାରିବା କ୍ଷଣି ଆରମ୍ଭ ହୋଇଗଲା ପାରିବାରିକ କଳହ । ନିଜ ଭଉଣୀ ଉପରେ ଚିଲେଇ କରି କଥା ହେଉଥିବା ଦେଖି ରାଗରେ ଶଳା ଭିଣେଇର କେଶ ଭିଡି ଉପାଡି ନିସ୍ତୁକ ମାଡ଼ ମାରିଲା ।
ଏହି ମାମଲାଟି ବାହୋର ଗ୍ରାମର ସୁରଜ ସୋନକର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଏକ ପାରିବାରିକ ବିବାଦକୁ ନେଇ ଘଟିଛି । କିଛି ଦିନ ପୂର୍ବେ ଝଗଧା ପରେ ପତ୍ନୀ ତାଙ୍କ ମାଆଙ୍କ ଘରକୁ ଫେରି ଆସିଥିଲେ । ଏବଂ ସେ ମହିଳା ଥାନାରେ ସ୍ୱାମୀଙ୍କ ନାଁରେ ନିର୍ଯାତନା କରୁଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ମାମଲାର ଗମ୍ଭୀରତା ଦେଖି ପୋଲିସ ମଙ୍ଗଳବାର ଉଭୟ ପକ୍ଷଙ୍କୁ ଥାନାକୁ ସମାଧାନ ପାଇଁ ଡାକିଥିଲା । ପୋଲିସର ମଧ୍ୟସ୍ଥତା ପରେ ସୁରଜଙ୍କ ସ୍ତ୍ରୀ ଶ୍ୱଶୁର ଘର ଯିବାକୁ ରାଜି ହୋଇଯାଇଥିଲେ । ଥାନା ଭିତରେ ଶାନ୍ତିପୂର୍ଣ୍ଣ ଭାବେ କଥାବାର୍ତ୍ତା ହୋଇଥିଲେ । ହେଲେ ଥାନା ବାହାରକୁ ଆସିବା ମାତ୍ରେ ସୁରଜ ତାଙ୍କ ସ୍ତ୍ରୀଙ୍କ ଉପରେ ଉଚ୍ଚ ସ୍ୱରରେ ଚିଲେଇ କରି କିଛି କହିଲେ , ଯାହା ଶୁଣି ମହିଳାଙ୍କ ବାପା , ଭାଇ ଏବଂ ଅନ୍ୟ ପରିବାର ସଦସ୍ୟମାନେ ରାଗିଗଲେ । ଏହା ପରେ ସୁରଜଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ନିର୍ମମ ଭାବ ମାଡ଼ ମାରିଥିଲେ । ମହିଳାଙ୍କ ଭାଇ ରାଗିକରି ସୁରଜଙ୍କ ଓ୍ୱିଗ ଟାଣି ବାହାର କରି ଦେଇଥିଲେ , ଏହା ସହ ଲାତ, ଗୋଇଠା ମାରିଥିଲେ ।
ଏହି ଘଟଣାଟି ମହିଳା ପୋଲିସ ଷ୍ଟେସନ ବାହାରେ ଘଟିଥିଲା, ଯେଉଁଠାରେ କିଛି ପୋଲିସ କର୍ମଚାରି ମଧ୍ୟ ଉପସ୍ଥିତ ଥିଲେ, ହେଲେ କେହି ଏଥିରେ ହସ୍ତକ୍ଷେପ କରିନଥିଲେ । ଆକ୍ରମଣ ପରେ ଆକ୍ରମଣକାରୀମାନେ ଦୌଡ଼ି ପଳାଇଥିଲେ ଏବଂ ପୋଲିସ ନୀରବ ଦର୍ଶକ ହୋଇ ରହିଥିଲା
ପାକିସ୍ତାନ ସହ ଭାରତ ଖେଳିବ କି ସେମିଫାଇନାଲ ? ନା ବିନା ଖେଳି ପାଇବ ଫାଇନାଲ ଟିକେଟ୍ ?
ନନ୍ଦିଘୋଷ ବ୍ୟୁରୋ : ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ (WCL) ୨୦୧୫ ଆଜି ପୁଣି ୨୦ ଜୁଲାଇ ପରି ସମାନ ପରିସ୍ଥିତିରେ ପହଞ୍ଚିଛି । ୨୦ ଜୁଲାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍ ଖେଳିବାକୁ ମନା କରିଦେଇଥିଲେ, ଯାହା ପରେ ଏହି ମ୍ୟାଚ୍ ବାତିଲ ହୋଇଗଲା। ବର୍ତ୍ତମାନ ୧୦ ଦିନ ପରେ, WCL ସମ୍ମୁଖରେ ପୁଣି ଥରେ ସମାନ ସମସ୍ୟା ଉପୁଜିଛି । କାରଣ ଭାରତ ଏବଂ ପାକିସ୍ତାନର ଦଳ ଏହି ଲିଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଏବଂ ୩୧ ଜୁଲାଇରେ ଉଭୟଙ୍କ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ, କିନ୍ତୁ ପୁଣି ଥରେ ସମାନ ପ୍ରଶ୍ନ ଉଠିଛି ଯେ, ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବ କି? ନା ପାକିସ୍ତାନ ନ ଖେଳି ଫାଇନାଲରେ ଟିକେଟ୍ ପାଇଯିବ ?
ପ୍ରଥମ ସେମିଫାଇନାଲ କ’ଣ ହେବ?
୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା ଏବଂ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। ଏହା ପରେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା, ଏହା କ୍ରୀଡ଼ାକୁ ମଧ୍ୟ ପ୍ରଭାବିତ କରିଥିଲା। WCL ୨୦୨୫ର ଲିଗ୍ ମ୍ୟାଚ୍ ରେ ଭାରତୀୟ ଖେଳାଳିମାନେ 20 ଜୁଲାଇରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେଇଥିଲେ। ଏହା ପରେ, WCL ର ଆୟୋଜକମାନଙ୍କୁ ଏହି ମ୍ୟାଚ୍ ବାତିଲ କରିବାକୁ ପଡିଥିଲା ଏବଂ ଭାରତୀୟ ପ୍ରଶଂସକଙ୍କୁ କ୍ଷମା ମାଗିବାକୁ ପଡିଥିଲା।
ଏବେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ଦଳ ମଧ୍ୟରେ WCLର ପ୍ରଥମ ସେମିଫାଇନାଲ ମ୍ୟାଚ୍ ୩୧ ଜୁଲାଇରେ ବର୍ମିଂହାମରେ ଖେଳାଯିବାକୁ ଅଛି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଭାରତ ଏହି ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଖେଳିବ କି? ଯଦି ଏହି ମ୍ୟାଚ୍ ନଖେଳିବ ତେବେ ପାକିସ୍ତାନ ନଖେଳି ଫାଇନାଲରେ ପହଞ୍ଚିଯିବ। ତଥାପି, ଇଣ୍ଡିଆ ଚାମ୍ପିଅନ୍ସ ଓପନର ଶିଖର ଧାୱନ କିଛି ଦିନ ପୂର୍ବରୁ ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିସାରିଛନ୍ତି।
ଶିଖର ଧାୱନ କ’ଣ କହିଲେ?
ନିକଟରେ, ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନଙ୍କୁ ପଚରାଯାଇଥିଲା ଯେ ଯଦି ଦଳ ସେମିଫାଇନାଲରେ ପହଞ୍ଚି ପାକିସ୍ତାନ ସହିତ ମୁକାବିଲା କରେ, ତେବେ କ’ଣ ଦଳ ପୁଣି ଖେଳିବାକୁ ମନା କରିବ? ଏହା ଉପରେ ଶିଖର ଧାୱନ ନିଜର ଅସନ୍ତୋଷ ପ୍ରକାଶ କରି ଏକ ସ୍ପଷ୍ଟ ଉତ୍ତର ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ସେ କହିଥିଲେ ଯେ ତୁମେ ଏହି ପ୍ରଶ୍ନ ଭୁଲ ସମୟରେ ଏବଂ ଭୁଲ ସ୍ଥାନରେ ପଚାରୁଛ, ତୁମକୁ ଏହା ପଚାରିବା ଉଚିତ୍ ନଥିଲା, କିନ୍ତୁ ଯଦି ତୁମେ ପଚାରିଛ ତେବେ ମୁଁ ତୁମକୁ କହିଦେବି ଯେ ଯଦି ମୁଁ ପୂର୍ବରୁ ଖେଳି ନଥିଲି ତେବେ ମୁଁ ଏବେ ମଧ୍ୟ ଖେଳିବି ନାହିଁ। ପୂର୍ବରୁ, ତାଙ୍କ ବ୍ୟତୀତ ଦଳର ଅନ୍ୟ ଖେଳାଳିମାନେ ଲିଗ୍ ମ୍ୟାଚ୍ ରେ ପାକିସ୍ତାନ ବିପକ୍ଷରେ ଖେଳିବାକୁ ମନା କରିଦେଇଥିଲେ। ଯାହା ପରେ WCL ର ଆୟୋଜକମାନଙ୍କୁ କ୍ଷମା ମାଗିବାକୁ ପଡିଥିଲା।

