ମଧ୍ୟବିତ୍ତଙ୍କ ଉପରେ ପୁଣି ମହଙ୍ଗା ମାଡ଼, ତୈଳ ପରେ ବଢ଼ିଲା ଗ୍ୟାସ ଦାମ

LPG Cylinder Became Costlier By Rs 25 From Today

ନୂଆଦିଲ୍ଲୀ: ମଧ୍ୟବିତ୍ତଙ୍କ ଉପରେ ପୁଣି ମହଙ୍ଗା ମାଡ଼ । ଖାଇବା ତେଲ, ଡିଜେଲ୍ ଦର ବଢ଼ି ବଢ଼ି ଚାଲିଥିବା ବେଳେ ଆଜି ରନ୍ଧନ ଗ୍ୟାସ୍ ସିଲିଣ୍ଡରଦର ବଢ଼ିଛି । ଏଲପିଜି ସିଲିଣ୍ଡର ଦାମ ପିଛା ୨୫ ଟଙ୍କା ବୃଦ୍ଧି ପାଇଛି । ଏଥିସହ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ଦାମ ୮୩୪ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ମୁମ୍ବାଇରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୮୩୪ ଓ ଚେନ୍ନାଇରେ ୮୫୦ ଟଙ୍କା ରହିଛି ।

LPG Cylinder Became Costlier By Rs 25 From Today

ସେହିଭଳି ଦର ବୃଦ୍ଧି ପରେ କୋଲକାତା ଓ ଭୁବନେଶ୍ୱରରେ ସିଲିଣ୍ଡର ପିଛା ଦାମ ୮୬୧ ଟଙ୍କା ରହିଛି । ଏହା ପୂର୍ବରୁ ଦିଲ୍ଲୀରେ ଗ୍ୟାସ୍ ଦର ୮୦୯ ଟଙ୍କା ଥିଲା । ଏପ୍ରିଲରେ ସିଲିଣ୍ଡର ପିଛା ୧୦ ଟଙ୍କା ଶସ୍ତା ହୋଇଥିଲା । ଏହାପରେ ମେ ଓ ଜୁନ୍ ମାସରେ ଦର ଅପରିବର୍ତ୍ତିତ ରହିଥିବା ବେଳେ ଜୁଲାଇରେ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି ।

୬ ମାସରେ ବଢ଼ିଛି ୧୩୮ ଟଙ୍କା

ଚଳିତବର୍ଷ ଜାନୁଆରୀ ୧ରେ ଦିଲ୍ଲୀରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୬୯୪ ଟଙ୍କା ରହିଥିଲା । ଜୁଲାଇ ୧ରେ ଆଜି ଦର ୮୩୪ ଟଙ୍କା ରହିଛି । ଅର୍ଥାତ୍ ଚଳିତବର୍ଷ ୬ ମାସରେ ଗ୍ୟାସ୍ ଦର ୧୩୮ ଟଙ୍କା ବଢ଼ିଛି । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୭୬ ଟଙ୍କା ୫୦ ପଇସା ବୃଦ୍ଧି ପାଇ ୧୫୫୦ ଟଙ୍କା ହୋଇଛି ।

Leave a Reply