ଯାଜପୁର: ବାଲିଚନ୍ଦ୍ରପୁର ସ୍ଥିତ ଜଗନ୍ନାଥଙ୍କ ମନ୍ଦିରରୁ ଚୋରି । ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ମନ୍ଦିର ଗେଟ ତାଲା ଭାଙ୍ଗି ଠାକୁରଙ୍କ ରୁପା ମୁକୁଟ, ତୁରୀ, ଝାଞ୍ଜ ବିଭିନ୍ନ ସାମଗ୍ରୀ ଓ ହୁଣ୍ଡୀ ବାକ୍ସ ଭାଙ୍ଗି ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ହୁଣ୍ଡି ବାକ୍ସକୁ ଭାଙ୍ଗି ସେଥିରୁ ଟଙ୍କା ନେଇ ରାସ୍ତାକଡ଼କୁ ବାକ୍ସ ପକାଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ୍ତ । ରାତିରେ ଆଳତି ପରେ ଗେଟ ତାଲା ପକାଇ ଘରକୁ ଫେରିଯାଇଥିଲେ ପୂଜକ । ସକାଳୁ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିଥିବା ବେଳେ ମନ୍ଦିରର ମୁଖ୍ୟ ଫାଟକରେ ପକାଯାଇଥିବା ତାଲା ତାଲା ଭାଙ୍ଗିଯାଇଛି । ଏହା ପରେ ସଙ୍ଗେସଙ୍ଗେ ବାଲିଚନ୍ଦ୍ରପୁର ପୋଲିସକୁ ଜଣାଇବା ସହ ଲିଖିତ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧନୀ କୁକୁର ବୁଲାଇ ଘଟଣାର ଅଧିକ ତଦନ୍ତ ଚଳାଇଛି।
ଅବପାତର ରୂପ ନେବ ଲଘୁଚାପ: କାଲି ସାଇକ୍ଳୋନ୍ ଷ୍ଟର୍ମରେ ପରିଣତ ହେବ
ଭୁବନେଶ୍ୱର: ସ୍ଥଳ ଭାଗ ମୁହାଁ ବାତ୍ୟା ୟଶ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଧିରେ ଧିରେ ସ୍ପଷ୍ଟ ହେଉଛି ବାତ୍ୟା ୟଶର ତୀବ୍ରତା । ଆଜି ଅବପାତର ରୂପ ନେବ ଲଘୁଚାପ । ଅବପାତ ସୃଷ୍ଟି ପାଇଁ ଅନୁକୂଳ ପାଗ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୋର ୪ଟାରେ ସାଟେଲାଇଟରୁ ଉତ୍ତୋଳନ ଚିତ୍ରରୁ ସ୍ପଷ୍ଟ ହେଉଛି ଯେ ଲଘୁଚାପ ଧିରେ ଧିରେ ଘନୀଭୂତ ହୋଇ ଅବପାତର ରୂପ ନେଉଛି । ଏହା ଆସନ୍ତାକାଲି ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ବାତ୍ୟା ୟଶ୍ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଘଣ୍ଟାପ୍ରତି ୫୦ ରୁ ୭୦ କିଲୋମିଟର ବେଗରେ ପବନ ବହିବ । ୨୫ ତାରିଖରୁ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ପ୍ରବଳ ବର୍ଷା ହେବ । ୨୬ ତାରିଖ ବେଳକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

