ଦେଶରେ ସୁଧୁରୁଛି କରୋନା ପରିସ୍ଥିତି, ୪୫ ହଜାର ତଳେ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୫ ହଜାର ତଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଦେଶରେ ଆଜି ୪୪ହଜାର ୧୧୧ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫ଲକ୍ଷ ୨ହଜାର ୩୬୨କୁ ବୃଦ୍ଧି ପାଇଛି । ସେହି ପରି ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୫୭ ହଜାର ୪୭୭ ଜଣ କରୋନା ଆକ୍ରାନ୍ତ । ଗୋଟିଏ ଦିନରେ ୭୩୮ ଜଣଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୧ହଜାର ୫୦ ରହିଛି । ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୯୫ହଜାର ୫୩୩କୁ ହ୍ରାସ ପାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨କୋଟି ୯୬ଲକ୍ଷ ୫ହଜାର ୭୭୯ ଜଣ।

Leave a Reply