ଯାଜପୁର ରୋଡ : ଝରଣାରେ ବୁଡ଼ି ଜଣେ ମୃତ, ଅନ୍ୟ ଜଣେ ନିଖୋଜ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା କୋଇଲୋ ଅଞ୍ଚଳରେ ଅଘଟଣ। ସ୍ଥାନୀୟ ମହାଗିରି ପାହାଡ଼ରେ ଥିବା ଝରଣାରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି। ମୃତକ ସ୍ଥାନୀୟ କାଞ୍ଜିପାଳ ଗ୍ରାମର ପୁନିଆ ପ୍ରଧାନ ଙ୍କ ପୁଅ ସମ୍ଭୁ ପ୍ରଧାନ ହୋଇଥିବା ବେଳେ ନିଖୋଜ ଥିବା ଯୁବକ ଜଣଙ୍କ କୋଇଲା ଗ୍ରାମର ମନମୋହନ ମହାନ୍ତ ଙ୍କ ପୁଅ ମାନସ ମହାନ୍ତ ବୋଲି ଜଣାପଡିଛି। ଉଭୟେ ଆଜି ମହାଗିରି ପାହାଡ଼ରେ ଥିବା ଝରଣାକୁ ଗାଧୋଇବାକୁ ଯାଇଥିଲେ। ହେଲେ ଝରଣାର ପ୍ରଖର ସ୍ରୋତରେ ଉଭୟେ ବୁଡି ଯାଇଥିଲେ। ନିକଟରେ ଥିବା ଅନ୍ୟ କେତେକ ଏହା ଦେଖି ଗ୍ରାମବାସୀ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ସମ୍ଭୁ ପ୍ରଧାନ ଙ୍କ ମୃତଦେହ ପାଣିରୁ ଉଦ୍ଧାର କରିଥିଲେ। ଏପର୍ଯ୍ୟନ୍ତ ନିଖୋଜ ଥିବା ଯୁବକଙ୍କ କୌଣସି ପତ୍ତା ମିଳିନାହିଁ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଘରୋଇ କ୍ରିକେଟର ଫର୍ମାଟ ବଦଳାଇଲା BCCI, ଏବେ ଏମିତି ହେବ ମ୍ୟାଚ୍
ନନ୍ଦିଘୋଷ ବ୍ୟୁରୋ: ଘରୋଇ କ୍ରିକେଟ (ଦିନିକିଆ)କୁ ନେଇ ବିସିସିଆଇର ଏକ ବଡ଼ ନିଷ୍ପତ୍ତି । ଦିନିକିଆ କ୍ରିକେଟ ଫର୍ମାଟରେ ହେଲା ପରିବର୍ତ୍ତନ । ଏବେ ଘରୋଇ ଦିନିକିଆରେ ପ୍ଲେଟ ଗ୍ରୁପ୍ ସିଷ୍ଟମ ଦେଖିବାକୁ ମିଳିବ । ନୂଆ ଦିନିକିଆ ସିଜିନରେ ଏହି ଫର୍ମାଟ ଦେଖିବାକୁ ପାଇବେ ଦର୍ଶକ । ଆଉ ଏହାର ଆରମ୍ଭ ଦୀଲିପ ଟ୍ରଫିରୁ ହେବ । ସୂଚନାଯୋଗ୍ୟ, ଅଗଷ୍ଟ ୨୮ରୁ ଦୀଲିପ ଟ୍ରଫି ଆରମ୍ଭ ହେବାକୁ ଯାଉଛି । ୨୮ ତାରିଖରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ୍ ନର୍ଥ ଜୋନ ଓ ଇଷ୍ଟ ଜୋନ ଭିତରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ୍ ସେଣ୍ଟାଲ ଜୋନ ଓ ନର୍ଥ ଇଷ୍ଟ ଜୋନ ମଧ୍ୟରେ ଖେଳାଯିବ ।
BCCIର ବଡ଼ ନିଷ୍ପତ୍ତି
ସୂଚନଯୋଗ୍ୟ, ଘୋରାଇ ଦିନିକିଆ, ଯେଉଁଥିରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ ଟ୍ରଫି, ଅଣ୍ଡର-୨୩ ପୁରୁଷ ଟେଷ୍ଟ ଏ ଟ୍ରଫିରେ ସବୁ ଟିମ୍ ୪ଟି ଏଲିଟ ଓ ଗୋଟିଏ ପ୍ଲେଟ ଗ୍ରୁପରେ ସାମିଲ ହେବେ । ସବୁଠାରୁ ତଳେ ଥିବା ୬ଟି ଟିମ ଏବେ ପ୍ଲେଯ ଗ୍ରୁପରେ ରହିବେ । ଏହାପୂର୍ବରୁ ଦେଖିବାକୁ ମିଳୁଥିଲା କି ପ୍ରତି ସିଜିନରେ ପ୍ଲେଟ ଗ୍ରୁପରୁ ୨ଟି ଟିମ ହିଁ ଉପରକୁ ଯାଉଥିବା ବେଳେ ୨ଟି ଟିମ ତଳକୁ ଆସୁଥିଲେ । ଏହାପରେ ଏବେ ଗୋଟିଏ ଟିମ ପ୍ରମୋଟ ବା ରିଲିଗେଟ ହେବା ଦେଖି ପାରିବେ । ସେତିକି ନୁହେଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ସିନିୟର ମହିଳା ଟି-୨୦ ଟ୍ରଫିରେ ମଧ୍ୟ ବିସିସିଆଇ ପରିବର୍ତ୍ତନ କରିଛି । ନକ ଆଉଟ ଷ୍ଟାଜ ବଦଳରେ ସୁପର ଲିଗ ଷ୍ଟାଜ ନେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ବିସିସିଆଇ ରଣଜୀ ଟ୍ରଫିରେ ଏଲିଟ ଓ ପ୍ଲେଟ ଗ୍ରୁପ୍ ଫର୍ମାଟରେ ମ୍ୟାଚ କରିବାକୁ ନିଷତ୍ତି ନେଇଥିଲା । ଅକ୍ଟୋବରରେ ଆଣମ୍ଭ ହେଉଥିବା ୨୦୨୫-୨୬ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଏହି ଫର୍ମାଟରେ ଖେଳାଯିବ ।
କାହିଁକି ଏମିତି ନିଷ୍ପତ୍ତି ?
ଭାରତରେ ଘରୋଇ କ୍ରିକେଟର ଆରମ୍ଭ ୨୮ ଅଗଷ୍ଟରୁ ହୋଇଥାଏ । ଏହି ଘରୋଇ ସିଜିନ ୨୦୨୬ ଏପ୍ରିଲ ୩ ତାରିଖରେ ସିନିୟର ମହିଳା ଦିନିକିଆ ଟ୍ରଫି ପର୍ଯ୍ୟନ୍ତ ଚାଲିବ । ଏହି ପରିବର୍ତ୍ତନ ମାଧ୍ୟମରେ ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟକୁ ଆହୁରି ଆକର୍ଷଣୀୟ କରିବାକୁ ଚାହୁଁଛି । ଏହାଦ୍ବାରା ପ୍ରତି ଲେଭଲର ଟିମଙ୍କ ପ୍ରଦର୍ଶନରେ ସୁଧାର ଆସିବା ସହ ପ୍ରତିଭାବାନ ଖେଳାଳି ସାମ୍ନାକୁ ଆସିବେ । ୨୦୨୬ରେ ଟିମ୍ ଇଣ୍ଡିଆ ଏକାଧିକ ଗୁରୁତ୍ବପୂର୍ଣ୍ଣ ଖେଳିବାକୁ ଯାଉଛି । ଆଉ ବିସିସିଆଇର ଏହି ନିଷ୍ପତ୍ତି ଯୋଗୁଁ ଏକାଧିକ ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିପାରେ । ଏଥିରେ କେବଳ ପୁରୁଷ ନୁହେଁ, ମହିଳା ଖେଳାଳିବି ସାମିଲ ଅଛନ୍ତି । କିଛିବର୍ଷ ହେବ ଭାରତରେ ମହିଳା ଟିମ ବି ଭଲ ପଦର୍ଶନ କରୁଛନ୍ତି । ଏହି ଫଁମାଟ ଦ୍ବାରା ମହିଳା ଟିମକୁ ବି ଲାଭ ମିଳିବ ଓ ଏହାର ପ୍ରଭାବ ଖେଳରେ ଦେଖିବାକୁ ମିଳିବ ।
ଋଷରୁ ତେଲକୁ ନେଇ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଜୟଶଙ୍କରଙ୍କ ଜବାବ: ଇଚ୍ଛା ହେଲେ କିଣ, ନହେଲେ ନାହିଁ
ନନ୍ଦିଘୋଷ ବ୍ୟୁରୋ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଋଷ ତେଲକୁ ନେଇ ଆମେରିକା ଓ ପଶ୍ଚିମ ଦେଶଙ୍କୁ ଦେଇଛନ୍ତି ଜବାବ । ଋଷ ସହ ଭରତର ଉର୍ଜା ସମ୍ପର୍କକୁ ସୁରକ୍ଷା ଦେବାକୁ ଯାଇ ଜୟଶଙ୍କର କହିଛନ୍ତି, ଆମେ ତେଲ କିଣୁଛୁ ନିଜର ଓ ବିଶ୍ବର ହିତ ପାଇଁ । ଆମେରିକା ସହ ଆଲୋଚନାରେ ବ୍ୟାପାର ପ୍ରତିବନ୍ଧକ ସାଜୁଛି । ହେଲେ ଭାରତ ସ୍ବାଧୀନ ଭାବେ ନିଷ୍ପତ୍ତି ନେବା ଜାରି ରଖିବ । ବିଦେଶ ମନ୍ତ୍ରୀ ଭାରତୀୟ ଶକ୍ତି ସୁରକ୍ଷା ଉପରେ ଗୁରୁତ୍ବ ଦେବା ସହ ଋଷ ପାଖରୁ ତେଲ କିଣିବାକୁ ନେଇ ହେଉଥିବା ଆଲୋଚନା ଉପରେ ଏହି ମତ ରଖିଛନ୍ତି ।
ଏସ. ଜୟଶଙ୍କର କହିଛନ୍ତି, ଏହା ହାସ୍ୟସ୍ପଦ ଯେ, ଆମେରିକା ନିଜେ ଋଷ ସହ ବେପାର କରୁଥିବା ବେଳେ ଏହାର ପ୍ରଶାସନିକ ଅଧିକାରୀ ଅନ୍ୟ ଉପରେ ବେପାର କରିବା ଅଭିଯୋଗ ଅଣୁଛନ୍ତି । ଯଦି ଆପଣଙ୍କୁ ଭାରତ ପାଖରୁ ତେଲ ଓ ରିଫାଇଣ୍ଡ ପ୍ରଡକ୍ଟ କିଣିବାରେ ଅସୁବିଧା ହେଉଛି ତେବେ କିଣ ନାହିଁ । ଏଥିପାଇଁ କେହି ତୁମକୁ ବାଧ୍ୟ କରୁନାହାନ୍ତି ।
ଭାରତ ଓ ଆମେରିକା ମଧ୍ୟରେ ବେପାରକୁ ନେଇ ତୁ ତୁ ମେଁ ମେଁ ଚାଲିଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ, ଜୟଶଙ୍କରଙ୍କର ଏହି ବୟାନ ଆସିଛି । ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି । ଯେଉଁଥିରେ ୨୫ ପ୍ରତିଶତ ପେନାଲ୍ଟି ଟାରିଫ ରହିଛି । ଋଷ ପାଖରୁ ତେଲ କିଣିବା କାରଣରୁ ଭାରତ ଉପରେ ଏହି ଟାରିଫ ଲାଗିଛି ।
ଆଗକୁ ଜୟଶଙ୍କର କହିଛନ୍ତି, ୨୦୨୨ରେ ଯେତେବେଳେ ତେଲର ମୂଲ୍ୟ ବୃଦ୍ଧି ଘଟିଥିଲା, ସାରା ବିଶ୍ବ ଚିନ୍ତାରେ ଥିଲା । ସେତେବେଳେ କୁହାଯାଇଥିଲା ଭାରତ ଋଷ ପାଖରୁ ତେଲ କିଣିବାକୁ ଚାହୁଁଥିଲେ, କିଣୁ । କାରଣ, ଏହାଦ୍ବାରା ମୂଲ୍ୟ ସ୍ଥିର ହୋଇପାରିବ । ବଜାରରେ ସ୍ଥିରତା ରଖିବା ବି ଭାରତର ତେଲ କିଣିବାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା । ତେଲ ମୂଲ୍ୟ ସ୍ଥିର ରଖିବାକୁ ଆମେ ଋଷ ପାଖରୁ କିଣୁଛୁ । ଏହାଦ୍ବାରା ଉଭୟ ଭାରତର ଜାତୀୟ ଓ ବୈଶ୍ବିକ ହିତ ହେଉଛି ।
ଆମକୁ ଋଷ ସହ ବେପାର ବଢ଼ାଇବାର ଆବଶ୍ୟକତା ରହିଛି । ମୋର ଋଷ ଗସ୍ତ ସମୟରେ ଆମେ ଦ୍ବିପାଖିକ ସମ୍ପର୍କ ଉପରେ ଗୁରୁତ୍ବ ଦେଇଛୁ । ୟୁକ୍ରେନ ଯୁଦ୍ଧକୁ ନେଇ ଆରମ୍ଭରୁ ଋଷର ନୀତି ସ୍ପଷ୍ଟ ରହିଛି । ଆମେ ଏହି ପ୍ରସଙ୍ଗରେ ଶୀଘ୍ର ସମାଧାନ ଚାହୁଁଛୁ ।
ସୂଚନାଯୋଗ୍ୟ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ୧୯ ଅଗଷ୍ଟରୁ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଋଷ ଗସ୍ତରେ ଯାଇଥିଲେ । ସେଠାରେ ସେ ବେପାର, ଆର୍ଥିକ, ବେିଜ୍ଞାନ, ଟେକନିକ ଓ ସାଂସ୍କୃତିକ ସହଯୋଗ ଉପରେ ଆୟୋଜିତ ଭାରତ-ଋଷ ଇଣ୍ଟରନ୍ୟାସନାଲ କମିଶନର ୨୬ତମ ସଂସ୍କରଣର ସହ-ଅଧ୍ୟକ୍ଷତା କରିଥିଲେ ।
୪୦ ବଲରେ ଥିଲା ୧୦୨ ରନ୍, ୧୧ ବଲ ପୂର୍ବରୁ ଜିତିଲେ ମ୍ୟାଚ୍
ନନ୍ଦିଘୋଷ ବ୍ୟୁରୋ : ମନର ଆତ୍ମବିଶ୍ବାସ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇଥାଏ । ଅସମ୍ଭବ ବି ସମ୍ଭବ ହୋଇଥାଏ । ଏମିତି କିଛି ଦେଖିବାବୁ ମିଳିଛି କେନିଂଟନ୍ ଓଭାଲରେ ଖେଳାଯାଇଥିବା ମ୍ୟାଚରେ ଦେଖିବାକୁ ମିଳିଛି । ପରାଜୟର ଦ୍ବାର ଦେଶରେ ଥିବା ମ୍ୟାଚ ବିଜୟ ହାସଲ କରିଛି । ଲଣ୍ଡନର କେନିଂଟନ୍ ଓଭାଲରେ ଏପରି ଏକ ମ୍ୟାଚ୍ ଖେଳାଯାଇଥିଲା। ଟ୍ରେଣ୍ଟ ରକେଟ୍ସ ଓଭାଲ୍ ଇନଭିନ୍ସିବଲ୍ସ ବିପକ୍ଷରେ ୧୭୨ ରନ୍ ର ଲକ୍ଷ୍ୟ ରଖିଥିଲା। ମ୍ୟାଚ୍ ଏପରି ଏକ ସ୍ଥାନରେ ପହଞ୍ଚିଥିଲା ଯେଉଁଠାରେ ଓଭାଲ୍ ଇନଭିନ୍ସିବଲ୍ସକୁ ୪୦ ବଲରେ ଜିତିବା ପାଇଁ ୧୦୨ ରନ୍ ଆବଶ୍ୟକ ଥିଲା । ଏହି ମ୍ୟାଚ୍ ଜିତିବାର ସମ୍ଭାବନା କେବଳ ୯ ପ୍ରତିଶତ ଥିଲା । ଏପରି ପରିସ୍ଥିତିରେ ଜୋର୍ଡାନ କକ୍ସ ଓ ସାମ୍ କରନଙ୍କ ଦ୍ରୁତ ଇନିଂସ ଏହି ୯ ପ୍ରତିଶତ ସୁଯୋଗକୁ ଶତ ପ୍ରତିଶତରେ ପରିଣତ କରିଥିଲା।
ଇଂଲଣ୍ଡରେ ଚାଲିଥିବା ଦି ହଣ୍ଡ୍ରେଡ୍ ଲିଗ୍ ସମୟରେ, ଟ୍ରେଣ୍ଟ ରକେଟ୍ସ ଶହେ ବଲରେ ୭ ଓ୍ବେକଟ ହରାଇ ୧୭୧ ରନ କରିଥିଲା । ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଏହି ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ। ରୁଟ୍ ୪୧ ବଲରେ ୭୬ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ସେହି ସମୟରେ, ଓଭାଲ୍ ଇନଭିନ୍ସିବଲ୍ସ ସମ୍ମୁଖରେ ଏକ ବଡ଼ ଟାର୍ଗେଟ ଠିଆ ହୋଇଥିଲା। ଏହି ଦଳ ପ୍ରଥମ ୬୦ ବଲରେ କେବଳ ୭୦ରନ୍ କରିପାରିଥିଲା। ସେହି ସମୟରେ ଦଳକୁ ଜିତିବା ପାଇଁ ୪୦ ବଲରେ ୧୦୨ ରନର ଆବଶ୍ୟକ ଥିଲା ।
ଏହି ମ୍ୟାଚ୍ ଇନଭିନ୍ସିବଲ୍ସ ହାତରୁ ସମ୍ପୂର୍ଣ୍ଣ ଖସିଯିବା ପରି ମନେ ହେଉଥିଲା। ମ୍ୟାଚ୍ ହାତରୁ ଖସି ଯାଉଥିବା ଦେଖି, ପିଚ୍ରେ ଉପସ୍ଥିତ ଜୋର୍ଡାନ କକ୍ସ ଏବଂ ସାମ କରାନ ରନର ବର୍ଷା କରିଥିଲେ । ଏମିତି ସନ ମରରିଥିଲେ ଯେ ୧୧ ବଲ ବାକି ଥଶଇ ୧୭୨ ରନର ଏକ ବିଶାଳ ମ୍ୟାଚରେ ବିଜୟ ହାସଲ କରିଥିଲେ । ସାମ କରାନ ୨୪ ବଲ୍ରେ ୫୪ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଜୋର୍ଡାନ ୩୨ ବଲରେ ୫୮ ରନ କରି ଦଳକୁ ବିଜୟୀ କରାଇ ଅପରାଜିତ ଫେରିଥିଲେ। ଜୋର୍ଡାନ ଓ କରାନଙ୍କ ଏହି ଇନିଂସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଅନୁପମ ଖେର ଏହି ପୋଡକାଷ୍ଟରଙ୍କ ଉପରେ କାହିଁକି ରାଗିଲେ ?
ନନ୍ଦିଘୋଷ ବ୍ୟୁରୋ ; ରାଜ ଶମାନୀ ହେଉଛନ୍ତି ଭାରତର ସର୍ବୋତ୍ତମ ପୋଡକାଷ୍ଟରମାନଙ୍କ ମଧ୍ୟରୁ ଜଣେ। କିଛି ଦିନ ପୂର୍ବରୁ ସେ ବିଜୟ ମାଲ୍ୟାଙ୍କ ସାକ୍ଷାତକାର ନେଇଥିଲେ, ଯାହା ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲା। ସେ ଗୋଟିଏ ମାସ ପୂର୍ବରୁ ଅଭିନେତା ଅନୁପମ ଖେରଙ୍କ ସାକ୍ଷାତକାର ନେଇଥଲେ। ବର୍ତ୍ତମାନ ଅନୁପମ ଅନ୍ୟ ଏକ ସାକ୍ଷାତକାରରେ ପୋଡକାଷ୍ଟରଙ୍କୁ କଟାକ୍ଷ କରିଛନ୍ତି। ସେ ଚଳଚିତ୍ର ଟକ୍ସରେ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ତାଙ୍କର ଏକ ବକ୍ତବ୍ୟ ଚର୍ଚ୍ଚା ବିଷୟ ପାଲଟିଛି ।
ଅନୁପମ ଖେର ତାଙ୍କ ଫିଲ୍ମ ‘ତନଭି ଦି ଗ୍ରେଟ୍’ର ପ୍ରମୋସନ ପାଇଁ ଚଳଚିତ୍ର ଟକ୍ସକୁ ଆସିଥିଲେ। ସେଠାରେ ସେ ପୋଡକାଷ୍ଟରଙ୍କୁ ପଚାରିଥିଲେ ଯେ ସେ ଫିଲ୍ମ ଦେଖିଛନ୍ତି କି ନାହିଁ ? ଯେତେବେଳେ ପୋଡକାଷ୍ଟର ମନା କରିଥିଲେ, ଅନୁପମ ତାଙ୍କୁ ବୁଝାଇ କହିଥିଲେ ଯେ ଜଣେ ପୋଡକାଷ୍ଟର ସର୍ବଦା ସେ ସାକ୍ଷାତକାର ନେଉଥିବା ବ୍ୟକ୍ତିଙ୍କ ନୂଆ କାର୍ଯ୍ୟ ବିଷୟରେ ସଚେତନ ରହିବା ଉଚିତ । ଅନୁପମ କହିଲେ, ‘ତୁମେ ସର୍ବଦା ତୁମର ଅତିଥିମାନଙ୍କ ବିଷୟରେ ଅନୁସନ୍ଧାନ କରିବା ଉଚିତ ଓ ସେମାନଙ୍କୁ ନିମନ୍ତ୍ରଣ କରିବା ପୂର୍ବରୁ ସେମାନଙ୍କର ନୂଆ ଚଳଚ୍ଚିତ୍ର ଦେଖିବା ଉଚିତ। ନଚେତ୍, ଏହାର ଅର୍ଥ କ’ଣ? ଅନୁପମ ଖେର ତାଙ୍କ ମନ୍ତବ୍ୟ ପଛରେ କାରଣ ବୁଝାଇ ଏକ ପୋଡକାଷ୍ଟରେ ଘଟିଥିବା ଏକ ଘଟଣା ସେୟାର କରିଥିଲେ।
ଅନୁପମ ସିଧାସଳଖ ରାଜ ଶମାନୀଙ୍କ ନାଁ ନେଇ ନଥିଲେ, କିନ୍ତୁ ଅଭିନେତାଙ୍କ କଥାରୁ ସ୍ପଷ୍ଟ ଜଣାପଡୁଥିଲା ଯେ ସେ କାହା ବିଷୟରେ କହୁଥିଲେ। ଅନୁପମ କହିଥିଲେ ଯେ ପୋଡକାଷ୍ଟର ତାଙ୍କୁ ପରାମର୍ଶ ମାଗିଥିଲେ। ଅନୁପମ ପୋଡକାଷ୍ଟରଙ୍କୁ ପରାମର୍ଶ ଦେଇଥିଲେ ଯେ କେହି ନିଜ ସଫଳତାକୁ ପରିବର୍ତ୍ତନ କରିବାକୁ ଦେବା ଉଚିତ୍ ନୁହେଁ । ବରଂ ସେମାନେ ସର୍ବଦା ନମ୍ର ରହିବା ଉଚିତ୍, ପ୍ରକୃତରେ ସେମାନେ ନିଜ ସଫଳତା ସହିତ ଆହୁରି ନମ୍ର ହେବା ଉଚିତ୍।
ଅନୁପମ ଖେର କହିଥିଲେ, ସେ ମୋତେ ପଚାରିଲେ, ଯଦି ତୁମକୁ ମୋତେ ପରାମର୍ଶ ଦେବାକୁ ପଡ଼େ, ତେବେ ତୁମେ କ’ଣ ପରାମର୍ଶ ଦେବ? ମୁଁ ଏହା ନିଜେ କହି ନଥିଲି। ତା’ପରେ ମୁଁ ତାଙ୍କୁ ଏକ ଲମ୍ବା ପରାମର୍ଶ ଦେଇଥିଲି। ମୁଁ ତାଙ୍କୁ କହିଲି, ପୁଅ, ସଫଳତାକୁ ତୁମକୁ ପରିବର୍ତ୍ତନ କରିବାକୁ ଦିଅ ନାହିଁ। ସଫଳତାର ଅର୍ଥ ହେଉଛି ତୁମେ ଅଧିକ ନମ୍ର ହେବା ଉଚିତ। ଯଦିଓ ତୁମେ ନମ୍ର ଦେଖାଯାଉଛ, ତୁମର ଅଫିସ୍ ପରିବେଶ ଭିନ୍ନ ମନେହୁଏ। ତୁମେ ଏକ ଛୋଟ ସହରରୁ ଆସିଛ ଏବଂ ଏହି ସରଳତା ରହିବା ଉଚିତ।
ଅନୁପମ ପ୍ରକାଶ କରିଥିଲେ ଯେ ଏହି ଅଂଶଟି ଗତ ଏପିସୋଡ୍ରୁ କାଟି ମଝିରେ ବ୍ୟବହାର କରାଯାଇଥିଲା। ଅନୁପମ କହିଥିଲେ ଯେ ଯେତେବେଳେ ପଡକାଷ୍ଟର ବାସ୍ତବତା ବିଷୟରେ କଥା ହୁଅନ୍ତି, ତାଙ୍କ ମନରେ ପ୍ରଶ୍ନ ଉଠେ। ସେହି ବ୍ୟକ୍ତିଙ୍କୁ ‘ନକଲି’ ବୋଲି କହି ଅନୁପମ କହିଥିଲେ, ଏହାର ଅର୍ଥ ହେଉଛି ସେ ନକଲି। କାରଣ ସେ ମୋତେ ପରାମର୍ଶ ମାଗିଥିଲେ ଏବଂ ତା’ପରେ ମୁଁ ଯାହା କହିଥିଲି ତାହା କାଟି ଦେଇଥିଲେ। ଯେତେବେଳେ ମୁଁ ତାଙ୍କୁ ବାସ୍ତବତା ବିଷୟରେ କଥାବାର୍ତ୍ତା କରୁଥିବା ଶୁଣେ, ମୁଁ ସର୍ବଦା ତାହା ଉପରେ ପ୍ରଶ୍ନ ଉଠାଇଥାଏ।

