ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲ ପରିସରରେ ୪ ବର୍ଷର ଶିଶୁକୁ ଧରି ଧାରଣାରେ ପରିବାର। ସ୍ଥାନୀୟ ୧୭ ନମ୍ବର ୱାର୍ଡ ମାଟିଆ ଗ୍ରାମର ସୁବ୍ରତ ମଲ୍ଲିକ ଗତ ୨୩ ତାରିଖ ଦିନ ନିଜର ୪ ବର୍ଷର ପୁଅ ରୋହନକୁ ନେଇ ଥଣ୍ଡା ଜ୍ବରର ଚିକିତ୍ସା ଲାଗି ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ମେଡିକାଲକୁ ଆସିଥିଲେ l ସେଠାରେ ଡ୍ୟୁଟିରେ ଥିବା ଡ଼ାକ୍ତରଙ୍କ ଭୁଲ୍ ଇଞ୍ଜେକସନ ଯୋଗୁଁ ତାଙ୍କ ପୁଅର ଗୋଟେ ଗୋଡ ଅଚଳ ହୋଇଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ FIR ରଖୁନଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ପରେ FIR ରଖିଥିବା ନେଇ କହିଛନ୍ତି ଅଭିଯୋଗକାରୀ ।ସୁବ୍ରତ ଓ ତାଙ୍କ ପରିବାର ଉପଯୁକ୍ତ ନ୍ୟାୟ ଦାବୀ ସହ ନିଜ ପୁଅକୁ ଠିକ୍ କରିବା ଦାବୀ ନେଇ ମେଡିକାଲ ଆଗରେ ଧାରଣା ବସି ରହିଛନ୍ତି
ବିଜାପୁର ଏସପିଙ୍କ ନିକଟରେ ୩୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ ସଫଳତା । ୮୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ୩୦ ଜଣ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ କିଛି DVCM, ACM ଓ PLGA ସଦସ୍ୟ ରହିଛନ୍ତି । ଦୁର୍ଗମ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ରାସ୍ତା ନିର୍ମାଣ, ପାଣି, ବିଦ୍ୟୁତ ଓ ଅନ୍ୟାନ୍ୟ ଜନ ହିତକର ଯୋଜନା ଗାଁ ଲୋକଙ୍କ ପାଖରେ ପହଞ୍ଚିବା ଆରମ୍ଭ କରିଛି। ସୁରକ୍ଷା ବାହିନୀର ଗ୍ରାମବାସୀଙ୍କ ସହିତ ସକାରାତ୍ମକ ଆଲୋଚନା, କମ୍ୟୁନିଟି ପୋଲିସିଂ ଅଧୀନରେ ଦିଆଯାଉଥିବା ଜନ କଲ୍ୟାଣକାରୀ ଯୋଜନା ବିଷୟରେ ସୂଚନା ଏବଂ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିର ବ୍ୟାପକ ପ୍ରଚାର ଯୋଗୁଁ ସଂଗଠନରୁ ମାଓବାଦୀଙ୍କ ଭ୍ରମ ଦୂର ହୋଇଛି । ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ସମସ୍ତ ମାଓବାଦୀଙ୍କୁ ପ୍ରୋତ୍ସାହନ ସ୍ୱରୂପ ୫୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି ।
ଏନକାଉଣ୍ଟରରେ ୪ ମାଓବାଦୀ ନିହତ
ନନ୍ଦିଘୋଷ ବ୍ୟୁରୋ : ଗଡଚିରୋଲି- ନାରାୟଣପୁର ସୀମାରେ ବଡ ଧରଣର ଏନକାଉଣ୍ଟର। ୩ ମହିଳା ମାଓବାଦୀଙ୍କ ସମତେ ୪ ଜଣ ପ୍ରାଣ ହରାଇଛନ୍ତି। ପ୍ରାୟ ୮ ଘଣ୍ଟାର ଅପରେସନ ପରେ ଟଳିଛନ୍ତି ମାଓବାଦୀ। ଗଡଚିରୋଲି ଡିଭିଜନର ଗଟ୍ଟା ଦଳମ କମ୍ପାନୀ ନମ୍ବର ଟେନ ଓ ଅନ୍ୟ ମାଓବାଦୀ ସଂଗଠନ ଜଙ୍ଗଲ ଭିତରେ ଥିବା ସୂଚନା ମିଳିବା ପରେ ସେଠାରେ ଆରମ୍ଭ ହୋଇଥିଲା ଅପରେସନ। ମହାରାଷ୍ଟ୍ର ପୋଲିସର ୧୯-ସି-୬୦ କମାଣ୍ଡୋ ୟୁନିଟ ଏବଂ ସିଆରପିଏଫର କୁଇକ ଆକ୍ସନ ଟିମ ପକ୍ଷରୁ ଏହି ଅପରେସନ କରାଯାଇଥିଲା। ଏହାର ନେତୃତ୍ବ ନେଉଥିଲେ ଅତିରିକ୍ତ ଏସପି ଏମ. ରମେଶ। ଗୁଇନ୍ଦା ସୂଚନା ଆଧାରରେ ମାଓବାଦୀଙ୍କ ଗୋପନ ଆଡ୍ଡାସ୍ଥଳୀ ନିକଟରେ ପହଞ୍ଚିଥିଲା ଟିମ। ପୋଲିସ ପହଞ୍ଚିବା ପରେ ସେଠାରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ପରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ନିକଟରୁ ଏସଏଲଆର, ଇନସାସ ରାଇଫଲ ଓ ଏକ ୩୦୩ ରାଇଫଲ ଜବତ ହୋଇଛି।
ଟ୍ରମ୍ପଙ୍କ ଫୋନ କଲକୁ ରିସିଭ୍ କଲେନି ପ୍ରଧାନମନ୍ତ୍ରୀ ମୋଦି…
ନନ୍ଦିଘୋଷ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାହେବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କରିଥିଲେ ୪ ଥର ଫୋନ। ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ଅଗ୍ରାହ୍ୟ କରିଥିଲେ। ଏନେଇ ଜର୍ମାନୀର ଏକ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଛି। ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ପରେ ପ୍ରଧାନମନ୍ତ୍ରୀ ମୋଦି କ୍ଷୋଭର ସହକାରେ ଏହି ଫୋନ କଲ୍ ରିସିଭ କରି ନଥିବା କୁହାଯାଉଛି। ଖବର କାଗଜରେ ପ୍ରକାଶ ପାଇଛି- ଟାରିଫ ଲାଗୁ କାରଣରୁ ମୋଦି ଅପମାନିତ ବୋଧ କରିଛନ୍ତି। ଅନ୍ୟ ରାଷ୍ଟ୍ରକୁ ଆମେରିକା ଗୁରୁତ୍ବ ଦେଇଥିବାବେଳେ ଭାରତ ପ୍ରତି ଟ୍ରମ୍ପ ଗୁରୁତ୍ବ ଦେଇ ନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ଫ୍ରାଙ୍କଫର୍ଟର ଆଲଜେମେନ ଜାଇତୁଙ୍ଗ ନାମକ ଏହି ଖବରକାଗଜରେ କୁହାଯାଇଛି- ଟ୍ରମ୍ପଙ୍କୁ ଫୋନ କଲ ରିସିଭ ନ କରିବା ଟ୍ରମ୍ପଙ୍କ ପ୍ରତି ମୋଦିଙ୍କ କ୍ରୋଧ ଭାବର ଦୃଷ୍ଟାନ୍ତ। ଏହା ସହ ଟ୍ରମ୍ପଙ୍କୁ ବି ସତର୍କ କରିବା ଲାଗି ମୋଦି ପ୍ରଚେଷ୍ଟା କରିଥିଲେ। କେବଳ ଏହି ଖବର କାଗଜ ନୁହେଁ, ଜାପାନର ଏକ ଖବରକାଗଜ ନିକେଇ ଏସିଆ ବି ସମାନ ରିପୋର୍ଟ ପ୍ରକାଶ କରିଛି। ଟ୍ରମ୍ପଙ୍କ ଫୋନ କଲ୍ ନଧରିବା ଟ୍ରମ୍ପଙ୍କ ଲାଗି ହତାଶାଭାବର ପରିଚାଷକ ବୋଲି କୁହାଯାଇଛି। ସେହିପରି ବର୍ଲିନସ୍ଥିତ ଗ୍ଲୋବାଲ ପବ୍ଲିକ ପଲିସି ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଥୋର୍ଷ୍ଟନ ବେନର ବି ଜର୍ମାନ ଖବରକାଗଜର କ୍ଲିପକୁ ନିଜ ଏକ୍ସ ଆକାଉଣ୍ଟରେ ସ୍ଥାନୀତ କରିଛନ୍ତି। ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ଲାଗୁ ହେବା ପୂର୍ବ ଦିନ ଏହି ରିପୋର୍ଟ ପ୍ରକାଶ ପାଇଥିବା ସୂଚନା ମିଳିଛି। ଗତ ୨୭ ତାରିଖ ସକାଳ ୯ଟାରେ ଭାରତ ଉପରେ ଲାଗୁ ହୋଇଥିଲା ଟାରିଫ
OTP ଓ କୋର୍ଡ ବିନା ଉଠାଇନେଲେ ଟଙ୍କା…
ନନ୍ଦିଘୋଷ ବ୍ୟୁରୋ ; ଆଜିକାଲି ସାଇବର ଠକମାନେ ଲୁଟିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି । ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଓଟିପି ଓ କୋର୍ଡ ବିନା ଆକାଉଣ୍ଟରୁ ଟଙ୍କା ଉଠାଇନେଇଛନ୍ତି ଲୁଟେରା । ଝାଡଖଣ୍ଡରେ ଜଣେ ବୃଦ୍ଧା ମହିଳାଙ୍କ ଠାରୁ ଲୁଟି ନେଇଛନ୍ତି ଲୁଟେରା । ବିନା OTP ଓ କୋର୍ଡରେ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଖାଲି କରିଦେଇଛନ୍ତି ।
ଝାଡଖଣ୍ଡରେ ବୃଦ୍ଧାଙ୍କ ସହ ଘଟିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବୃଦ୍ଧାଙ୍କୁ ପିଏମ କିଶାନ ଯୋଜନାର ସୁବିଧା ଯୋଗାଇଦେବାକୁ କରି ଲୁଟେରା ଟଙ୍କା ଲୁଟିନେଇଛି । କୌଶଳ କରି ବୃଦ୍ଧାଙ୍କ ଆଖି ସ୍କାନ କରି ବ୍ୟାଙ୍କ ଆକାଣ୍ଟର ଟଙ୍କା ଉଠାଇ ନେଇଛି । ଯେତେବେଳେ ବୃଦ୍ଧା ଜଣଙ୍କ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ, ସେତେବେଳେ ସେ ଆକାଉଣ୍ଟରେ ଟଙ୍କା ନଥିବା କଥା ଜାଣିବାକୁ ପାଇଲେ ।
ଆଜିକାଲି ପ୍ରାୟ ସବୁ ବ୍ୟାଙ୍କରେ ଆଧାରକାର୍ଡ ଲିଙ୍କ ରହୁଛି । ଏହି କାରଣରୁ ବାଓମେଟ୍ରିକ ସ୍କାନ ବା ଆଙ୍ଗୁଠି ଓ ଆଖି ସ୍କାନ କରି ଟଙ୍କା ଉଠାଇ ହେଉଛି । ଲୁଟେରା ଜଣଙ୍କ ମଦ୍ୟ ମହିଳାଙ୍କ ଆଧାରକାର୍ଡ ନମ୍ବର ବ୍ୟବହାର କରି, ତାଙ୍କ ଅଜଣାରେ ଟଙ୍କା ଉଠାଇ ନେଇଛି ।
https://www.youtube.com/watch?v=4G3llhV16Jo
ଆପଣଙ୍କର ବ୍ୟକ୍ତିଗତ ଡକ୍ୟୁମେଣ୍ଟ, ବିଶେଷକରି ଆଧାର କାର୍ଡ, କାହାକୁ ଦେବାରୁ ଦୂରେଇ ରୁହନ୍ତୁ। ଯଦି ଆପଣଙ୍କୁ ଏହାକୁ ସେୟାର କରିବାକୁ ପଡ଼େ, ତେବେ UIDAI ୱେବସାଇଟରୁ ଡାଉନଲୋଡ୍ କରାଯାଇପାରିବ ବୋଲି ଭର୍ଚୁଆଲ୍ ଆଧାର ନମ୍ବର ବ୍ୟବହାର କରନ୍ତୁ।
UIDAI ୱେବସାଇଟ୍ ଆପଣଙ୍କୁ କାର୍ଡରେ ଥିବା ବାୟୋମେଟ୍ରିକ୍ ସୂଚନାକୁ ଲକ୍ କରିବାକୁ ମଧ୍ୟ ଅନୁମତି ଦିଏ। ଏହାର ଅର୍ଥ ହେଉଛି କେହି ଆପଣଙ୍କ ତଥ୍ୟକୁ ଆକ୍ସେସ୍ କରିବା ପାଇଁ ଆପଣଙ୍କର ଟିପଚିହ୍ନ କିମ୍ବା ଆଇରିସ୍ ସ୍କାନ ବ୍ୟବହାର କରିପାରିବେ ନାହିଁ। ତଥାପି, ଆପଣଙ୍କୁ ପ୍ରତ୍ୟେକ ଥର ବାୟୋମେଟ୍ରିକ୍ ସେବା ବ୍ୟବହାର କରିବା ସମୟରେ ଏହାକୁ ମାନୁଆଲୀ ଅନଲକ୍ କରିବାକୁ ପଡିବ ଓ ପରେ ପୁଣି ଥରେ ଲକ୍ କରିବାକୁ ପଡିବ।
ଆସିଲା ଭବିଷ୍ୟବାଣୀ ! ଆଗକୁ ଭାରତରେ ହାଡ଼ଭଙ୍ଗା ଶୀତ…
ନନ୍ଦିଘୋଷ ବ୍ୟୁରୋ ; ଦେଶରେ ବର୍ଷା ଲାଗି ରହିଛି । ଆଙ୍ଗୋପ ସାଗର ଓ ଆରବ ସଗରରେ ନୂଆ ସିଷ୍ଟମ ଡେଭଲପ ହେବା କାରଣରୁ ମୈସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଚାରିଆଡେ ବର୍ଷା ଲାଗି ରହିଛି । ଏହା ବଡ କାରଣ ହେଉଛି ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଏଲ ନିନା ବଦଳରେ ଲା ନିନା ସକ୍ରିୟ ହେବା । ଲା ନିନାର ପ୍ରଭାବ ଭାରତରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଆମେରିକାର ନ୍ୟାସନାଲ ଓସିଏନିକ ଏଣ୍ଡ ଏଟମାସଫେରିକ ଆଡମିଷ୍ଟେସନ ଲା ନିନା ପ୍ରଭାବ ଜାରି ରହିବା ନେଇ ପୂର୍ବାନୁମାନ କରିଛି । ଇଣ୍ଡୋନେସିଆ ଠାରୁ ଆରମ୍ଭ କରି ଲାଟିନ ଆମେରିକା ଯାଏଁ ଏହାର ପ୍ରଭାବ ପଡିବ । ଭାରତୀୟ ଉପମହାଦେଣଶ ଉପରେ ମଧ୍ୟ ଏହାର ପ୍ରଭାବ ପଡିବାର ସମ୍ଭାବନା ରହିଛି । ଏଥର ଭାରତରେ ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି ।
NOAA ରିପୋର୍ଟ ଅନୁସାରେ ସେପ୍ଟବରରୁ ଡିସେମ୍ବର ଭିତରେ ଲା ନିନା ୫୩ ପ୍ରତିଶତ ସକ୍ରିୟ ହେବା ସମ୍ଭାବନା ରହିଛି । ବର୍ଷ ଶେଷ ସୁଦ୍ଧା ଏହି ସମ୍ଭାବନା ୫୮ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ । ଏହି କାରଣରୁ ଥଣ୍ଡାର ପରିମାଣ ବଢିବ । ବସନ୍ତ ଋତୁ ଠାରୁ ଶୀତର ପରିମାଣ ବଢିବା ଆରମ୍ଭ ହେବ । ଲା ନିନା ଏକ ପ୍ରାକୃତିକ ଜଳବାୟୁ ପ୍ରଣାଳୀ, ଯେଉଁଥିରେ ବିଷୁବ ପ୍ରଶାନ୍ତ ମହାସାଗରର ପାଣି ସ୍ୱାଭାବିକ ଅପେକ୍ଷା ଅଧିକ ଥଣ୍ଡା ହୋଇଯାଏ। ଏହା ଉପର ବାୟୁମଣ୍ଡଳୀୟ ଢାଞ୍ଚାକୁ ମଧ୍ୟ ପ୍ରଭାବିତ କରେ, ଯାହା ବିଶ୍ୱ ପାଣିପାଗକୁ ପ୍ରଭାବିତ କରେ। ବିପରୀତରେ, ଏଲ୍ ନିନୋ ସମୟରେ, ସମୁଦ୍ର ଜଳ ସ୍ୱାଭାବିକ ଅପେକ୍ଷା ଅଧିକ ଉଷ୍ମ ହୋଇଯାଏ। ଉତ୍ତର ଗୋଲାର୍ଦ୍ଧର ଶୀତକାଳରେ ଉଭୟ ଅବସ୍ଥାର ସର୍ବାଧିକ ପ୍ରଭାବ ପଡ଼ିଥାଏ। ଏଥର ଆଗାମୀ ଲା ନିନାକୁ ଅପେକ୍ଷାକୃତ ଦୁର୍ବଳ ବୋଲି ବିବେଚନା କରାଯାଉଛି, ଯାହାର ଅର୍ଥ ହେଉଛି ଏହାର ପ୍ରଭାବ ସର୍ବଦା ସ୍ପଷ୍ଟ ଭାବରେ ଦେଖାଯାଏ ନାହିଁ । ତଥାପି, ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ପାଗ ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରଦାନ କରେ।
https://www.youtube.com/watch?v=4G3llhV16Jo
ଲା ନିନା ଏବଂ ଏହାର ବିପରୀତ ଚକ୍ର ଏଲ୍ ନିନୋ ବିଶ୍ୱ ସ୍ତରରେ ପାଣିପାଗ ଢାଞ୍ଚାକୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ଲା ନିନା ସମୟରେ, ଇଣ୍ଡୋନେସିଆରୁ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ ପ୍ରଶାନ୍ତ ମହାସାଗରର ଅଂଶ ସ୍ୱାଭାବିକ ଅପେକ୍ଷା ଅଧିକ ଥଣ୍ଡା ହୋଇଯାଏ । ଏଲ୍ ନିନୋ ସମୟରେ ସେହି ସମୁଦ୍ର ଅଞ୍ଚଳ ଅଧିକ ଗରମ ହୋଇଯାଏ। ଲା ନିନା ପ୍ରଭାବରେ, ଭାରତରେ ସାଧାରଣ କିମ୍ବା ସ୍ୱାଭାବିକ ଅପେକ୍ଷା ଅଧିକ ମୌସୁମୀ ବର୍ଷା ହୁଏ । ଅନ୍ୟପକ୍ଷରେ, ଏଲ୍ ନିନୋ ଭାରତରେ ପ୍ରବଳ ଗରମ ଓ ମରୁଡ଼ି ସୃଷ୍ଟି କରେ । ଯେତେବେଳେ ଏହା ଦକ୍ଷିଣ ଆମେରିକାରେ ଅତିରିକ୍ତ ବର୍ଷା ଆଣେ। ଗତ ଦଶନ୍ଧିର ଆରମ୍ଭରେ, ଲା ନିନା ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ଲଗାତାର ତିନି ବର୍ଷ ପାଇଁ ସକ୍ରିୟ ଥିଲା । ଯାହାକୁ ଟ୍ରିପଲ୍ ଡିପ୍ ଲା ନିନା କୁହାଯାଏ। ଏହା ପରେ, ୨୦୨୩ ରେ ଏଲ୍ ନିନୋ ଦବି ଯାଇଥିଲା ।

