spot_img
Home Blog Page 54

ବିଧାନସଭା ଆରମ୍ଭରୁ ପୂର୍ବରୁ ଚାଷୀଙ୍କ ହଲ୍ଲାବୋଲ ; ଧାନ ଢ଼ାଳି ପ୍ରତିବାଦ ଉଦ୍ୟମ ବେଳେ ଉଠାଇ ନେଲା ପୋଲିସ

ଭୁବନେଶ୍ବର : ବିଧାନସଭା ଆରମ୍ଭରୁ ପୂର୍ବରୁ ଚାଷୀଙ୍କ ହଲ୍ଲାବୋଲ । ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ନବନିର୍ମାଣ କୃଷକ ଓ ଯୁବଛାତ୍ର ସଂଗଠନର ଆନ୍ଦୋଳନ । ଧାନ ଢ଼ାଳି ପ୍ରତିବାଦ କରିବାକୁ ଉଦ୍ୟମ ବେଳେ ଉଠାଇ ନେଲା ପୋଲିସ । ରାଜ୍ୟରେ ଧାନ ଚୋରି ହେଉଥିବା ଅଭିଯୋଗ ଆଣି ଗର୍ଜିଲା ନବନିର୍ମାଣ କୃଷକ ଓ ଯୁବ ଛାତ୍ର ସଂଗଠନ । ପ୍ରତି ଚାଷୀଙ୍କୁ କୁଇଣ୍ଟାଲ ପିଛା ୬ ରୁ ୧୨ କେଜି ଧାନ କଟନିଛଟନି କରାଯାଉଛି । ଗୋଟିଏ ଗୋଟିଏ ଜ଼ିଲ୍ଲାରୁ ୪୦ ରୁ ୫୦ କୋଟି ଟଙ୍କାର ଧାନ ଚୋରି କରୁଛନ୍ତି ସରକାର ।

ସରକାର ପ୍ରକୃତରେ ଲୋକଙ୍କ ସରକାର ନୁହଁ ବରଂ ପୁଞ୍ଜିପତିଙ୍କ ସରକାର ବୋଲି ଅଭିଯୋଗ କରିଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ଚୋରି ବନ୍ଦ ନ ହେଲେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ନବନିର୍ମାଣ କୃଷକ ଓ ଯୁବ ଛାତ୍ର ସଂଗଠନ ।

ରାଜଧାନୀ ଭୁବନେଶ୍ବରରେ ଘନ କୁହୁଡ଼ି ; ଯାତାୟାତ ପ୍ରଭାବିତ

ଭୁବନେଶ୍ବର : ରାଜ୍ୟରେ ଏବେ ମିଶ୍ରିତ ପାଣିପାଗ ଦୃଶ୍ୟମାନ ହେଉଛି । ରାତିରେ ଥଣ୍ଡା ସାଙ୍ଗକୁ ଭୋର ସମୟରେ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ବିଭିନ୍ନ ଅଞ୍ଚଳ । ଏହାସହ ଦିନବେଳା ଖରା ମଧ୍ଯ ଟାଣ ହେଉଥିବାରୁ ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରୁଛି । ବର୍ତ୍ତମାନ ଉତ୍ତର ଆଭ୍ଯନ୍ତରୀଣ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ କମ ରହିଛି ।ଏଥିପାଇଁ ଥଣ୍ଡା ଜାରି ରହିଛି ।

ଆଜି ରାଜଧାନୀ ଭୁବନେଶ୍ବରରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ। ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ ରହିଛି । ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ଆସନ୍ତା ୩ ଦିନ ମଧ୍ୟରେ ପାରଦ ୨ରୁ ୩ ଡିଗ୍ରୀ ସେଲସିୟସ ବଢିବା ସମ୍ଭାବନା ରହିଛି।ପଶ୍ଚିମ ଓଡ଼ିଶାରେ ରାତି ତାପମାତ୍ରା ୧୫ ଡିଗ୍ରୀ ସହ ଫୁଲବାଣୀ ଓ ରାଉରକେଲାରେ ୧୨ ଡିଗ୍ରୀ, ଝାରସୁଗୁଡ଼ାରେ ୧୩, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼ ଓ କେନ୍ଦୁଝରରେ ୧୪ ଡିଗ୍ରୀ ରହିପାରେ। କିନ୍ତୁ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୮ ଡିଗ୍ରୀ ବା ଏହାଠାରୁ ଅଧିକ ରହିପାରେ  ।

ଆଜି ଶପଥ ନେବେ ବିଏନପି ନେତା ତାରିକ ରହେମାନ ; ମୋଦୀ କରିବେନି ଅଂଶଗ୍ରହଣ

ନନ୍ଦିଘୋଷ ବ୍ୟୁରୋ: ଆଜି ଏକାଦଶତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବିଏନପି ନେତା ତାରିକ ରହେମାନ। ଶପଥ ଗ୍ରହଣ ଉତ୍ସବ ସହ ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବେ ତାରିକ । ଏହି ଉତ୍ସବ ବାଂଲାଦେଶ ସଂସଦ ଭବନର ସଦର୍ଣ୍ଣ ପ୍ଲାଜାରେ ଅନୁଷ୍ଠିତ ହେବ। ଦକ୍ଷିଣ ଏସିଆର ବହୁ ରାଷ୍ଟ୍ରର ନେତାଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରାଯାଇଛି। ପ୍ରଥମେ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ପରେ ପ୍ରଧାନମନ୍ତ୍ରୀ ଭାବେ ତାରିକ ଶପଥ ନେବେ । ତାରିକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ। କୂଟନୈତିକ ସଦଭାବ କ୍ରମେ ଅନ୍ତରୀଶ ଶାସକ ପ୍ରଫେସର ମହମ୍ମଦ ୟୁନୁସ ନିଜ ପକ୍ଷରୁ ୧୩ ରାଷ୍ଟ୍ରର ମୁଖ୍ୟଙ୍କୁ କରିଛନ୍ତି ଅନୁରୋଧ ।

ସେହି ରାଷ୍ଟ୍ର ମଧ୍ୟରେ ରହିଛନ୍ତି ଭାରତ, ଚୀନ, ସାଉଦିଆରବ, ପାକିସ୍ତାନ, ତୁର୍କୀ, ୟୁଏଇ, କତାର, ବ୍ରୁନେଇ, ମାଲେସିଆ, ଶ୍ରୀଲଙ୍କା, ନେପାଳ, ମାଳଦ୍ବୀପ, ଭୁଟ୍ଟାନ। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କରାଯାଇଛି ଆମନ୍ତ୍ରଣ। ତେବେ ଉତ୍ସବରେ ମୋଦୀ ସାମିଲ ହେବେ ନାହିଁ । ମୋଦୀଙ୍କ ବଦଳରେ ଉତ୍ସବରେ ସାମିଲ ହେବେ ଲୋକସଭା ବାଚସ୍ପତି ଓମ ବିରଲା। ପାକିସ୍ତାନ ପକ୍ଷରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଯୋଗ ଦେବା ସମ୍ଭାବନା ରହିଛି। ବାପା ଜିଆଉର ରହେମାନଙ୍କ ଦ୍ବାରା ପ୍ରତିଷ୍ଠିତ ବିଏନପି ଏବେ ଦେଶର ନେବ ନେତୃତ୍ବ। ଦୀର୍ଘ ୧୭ ବର୍ଷ ପରେ ନିର୍ବାସନରେ ରହି ସ୍ବଦେଶ ଫେରିଥିବା ପୁଅ ତାରିକ ରହେମାନ ହେବେ ପ୍ରଧାନମନ୍ତ୍ରୀ। ନିର୍ବାଚନରେ ତାଙ୍କ ଦଳ ପ୍ରାୟ ୬୦ ପ୍ରତିଶତ ଭୋଟ ହାସଲ କରିଥିଲା।

ଆଜି ସଂଧ୍ୟା ସୁଦ୍ଧାଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ବର : ଆଜି ସଂଧ୍ୟା ସୁଦ୍ଧା ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ ନପାଇଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ବିଧାନସଭା ଭିତରେ ଓ ବାହାରେ ଏଲଟିଆର ଆଶାୟୀ ଶିକ୍ଷକ ସଂଘ ସହ ମିଶି ଆନ୍ଦୋଳନ କରିବ ଦଳ । ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଅଫିସ ଆଗରେ ଏଲଟିଆର ଆଶାୟୀ ଶିକ୍ଷକ ସଂଘର ଅହୋରାତ୍ର ଧାରଣା ଜାରି ରହିଛି। ଗତ ୯ ଦିନରୁ ସେମାନେ ଅଫିସ ଆଗ ରାସ୍ତାରେ ଧାରଣା ଦେଇଛନ୍ତି । ଏହା ପୂର୍ବରୁ ବି ୨୦୨୪ ଓ ୨୦୨୫ରେ ସେମାନେ ଧାରଣା ଦେଇଥିଲେ । ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ଏଯାଏଁ ଏଲଟିଆର ଶିକ୍ଷକଙ୍କ ମେରିଟ ଲିଷ୍ଟ ପ୍ରକାଶ କରୁନି । ଯେଉଁଥିପାଇଁ ଆନ୍ଦୋଳନ ତୀବତ୍ରର ହେବା ସହ ସରକାର ବିରୋଧୀ ନାରାବାଜି କରିଥିଲା ଏଲଟିଆର ଆଶାୟୀ ଶିକ୍ଷକ ସଂଘ ।

ଗତକାଲି ସେମାନଙ୍କ ସହ ଆଲୋଚନା କରିବାକୁ ବିଜୁ ଜନତା ଦଳର ଏକ ଟିମ୍ ଧାରଣା ସ୍ଥଳରେ ପହଞ୍ଚିଥିଲେ । କାହିଁକି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ଏଲଟିଆର ଆଶାୟୀ ଶିକ୍ଷକଙ୍କ ମେରିଟ ଲିଷ୍ଟ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ ପ୍ରକାଶ କରୁନି ସେ ନେଇ ପ୍ରଶ୍ନ କରିଥିଲେ ବିଜେଡି । ତେବେ ଗତକାଲି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଓଡ଼ିଶା ଷ୍ଟାଫ୍ ସିଲେକସନ କମିଶନ କର୍ତ୍ତୃପକ୍ଷଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲେ ବିଜେଡି ।

ଆଜିଠୁ ସିବିଏସଇ ମାଟ୍ରିକ ଓ ଦ୍ବାଦଶ ପରୀକ୍ଷା

ଭୁବନେଶ୍ବର : ଆଜିଠୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ CBSE ଡେଡଲାଇନ ସ୍ଥିର କରିଛି। ପରୀକ୍ଷା ସକାଳ ୧୦ଟା ୩୦ରେ ଆରମ୍ଭ ହେବ । ତେଣୁ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ପିଲାଙ୍କୁ କୁହାଯାଇଛି। ୧୦ ଟା ହୋଇଗଲେ ଆଉ ଗେଟ ଖୋଲିବ ନାହିଁ । ତେଣୁ ପରୀକ୍ଷା ଦେବାରୁ ବଞ୍ଚିତ ହେବା ଆଶଂକାରେ ମାର୍ଗଦର୍ଶିକା ଜାରି କରିଛି CBSE ।

ପାଣିପାଗ, ଟ୍ରାଫିକ ଭିଡ଼ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସମିଟକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଘରୁ ବାହାରିବାକୁ ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି CBSE । ଏନେଇ ସ୍କୁଲ ପକ୍ଷରୁ ଅଭିଭାବକମାନଙ୍କୁ ଅବଗତ କରାଯାଇଛି । ଦୁଇ ଥର ବୋର୍ଡ ପରୀକ୍ଷା ହେବାର ଥିଲେ ମଧ୍ୟ ଏହି ପ୍ରଥମ ବୋର୍ଡ ପରୀକ୍ଷା ଦେବା ବାଧ୍ଯତାମୂଳକ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି।

ଆଜିଠୁ ବିଧାନସଭା ବଜେଟ ଅଧିବେଶନ ; ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର : ବିଧାନସଭା ବଜେଟ ଅଧିବେଶନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ ୩୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇ‌ଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିଛନ୍ତି । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୮ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି, ୨୭ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ ।

ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ଲୋୟର ପିଏମଜିରେ ୧୪୪ ଧାରା ଜାରି କରାଯାଇଛି । ସିସିଟିଭି ସରଭେଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ନଜର ରଖାଯିବ ।

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ; ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ

ଭୁବନେଶ୍ବର : ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଦିନ ୧୧ଟା ବେଳେ ଆରମ୍ଭ ହେବ ଗୃହକାର୍ଯ୍ୟ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ବଜେଟ ଅଧିବେଶନ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ଉଭୟ ଶାସକ ଓ ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି । ଆସନ୍ତା ୨୦ତାରିଖରେ ବିଧାନସଭାରେ ୨୦୨୬-୨୭ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ମାର୍ଚ୍ଚ ୩୧ ତାରିଖରେ ଗୃହରେ ବ୍ୟୟ ମଞ୍ଜୁରି ବିଲ ଆଗତ ହେବ । ବଜେଟ ଅଧିବେଶନ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡାନ୍ତ କରିଛନ୍ତି ।

ଚାଷୀ, ଧାନ ସମସ୍ୟା, ଆଇନ ଶୃଙ୍ଖଳା, ମହାନଦୀ , ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି, ଅସ୍ମିତା ସୁରକ୍ଷା ସହ ବଜେଟ୍ ଅର୍ଥ ଖର୍ଚ୍ଚ କରିବାରେ ବିଜେପି ସରକାର ବିଫଳ ଆଦିକୁ ମୁଖ୍ୟ ପ୍ରସଙ୍ଗ କରି ଗୃହରେ ଶାସକ ଦଳକୁ ଜବାବ ମାଗିବ ବିଜେଡି । ସେହିପରି ସମାନ ପ୍ରସଙ୍ଗ ସହ ଜିଲ୍ଲା ଯୋଜନା ବୋର୍ଡ ଗଠନ ନହେବା, ବଜେଟ୍ ଅର୍ଥ ଖର୍ଚ୍ଚ ନ ହୋଇପାରିବା , ମନରେଗା ବଞ୍ଚାଅ ଭିଭିଜି ରାମଜି ହଟାଅ, ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ପେଶା ଆଇନ ସହ କେନ୍ଦ୍ରାପଡ଼ା ରାଜନଗରରେ ଅଙ୍ଗନବାଡି କର୍ମୀଙ୍କୁ ଜାତିଭିତ୍ତିକ ଘଟଣାକୁ ଗୃହରେ ଉଠାଇବ କଂଗ୍ରେସ l ଦୁଇ ବିରୋଧୀଙ୍କୁ ଗୃହରେ ଚେକ୍ ଦେବା ପାଇଁ ବିଜେପି ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିଛି l ୧୯ମାସରେ ସରକାରଙ୍କ ସଫଳତା, ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଓ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଗୃହରେ ଉଠାଇବ ଶାସନ ବିଜେପି । ଲମ୍ବା ସମୟର ବଜେଟ ଅଧିବେଶନ ପ୍ରଥମ ଦିନରୁ ହିଁ ସରଗରମ ହୋଇପାରେ ।

ପୂର୍ବତନ ବିଜେଡି ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀଙ୍କ ବିୟୋଗ

ପୂର୍ବତନ ବିଜେଡି ବିଧାୟିକା ରାସେଶ୍ଵରୀ ପାଣିଗ୍ରାହୀଙ୍କ ବିୟୋଗ । ସମ୍ବଲପୁରର ରାସେଶ୍ଵରୀ ପାଣିଗ୍ରାହୀ । ପୂର୍ବତନ ବିଜେଡି ବିଧାୟିକା ଥିଲେ । ବିଶିଷ୍ଟ ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀଙ୍କ ବିୟୋଗ । ପରିବାର ପକ୍ଷରୁ ମିଳିଲା ସୂଚନା । ସମ୍ବଲପୁର ଶାନ୍ତିନଗର ବାସଭବନରେ ବିୟୋଗ । ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ୨୦୧୪ରେ ସମ୍ବଲପୁରରୁ ବିଜେଡି ବିଧାୟିକା ହୋଇଥିଲେ ।

ବଜେଟ ଅଧିବେଶନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ

ବଜେଟ ଅଧିବେଶନ ପାଇଁ ବିଜେଡିର ରଣନୀତି । ସରକାରକୁ କୋଣଠେସା କରିବାକୁ ନବୀନଙ୍କ ପରାମର୍ଶ । ବିଜେଡି ବିଧାୟକ ଦଳ ବୈଠକରେ ପରାମର୍ଶ । ବିଫଳ ସରକାରକୁ କୋଣଠେସା କର । ଡବଲ ଇଂଜିନ ସରକାର କେବଳ ସ୍ଲୋଗାନରେ ସୀମିତ । ଫଟୋ ଉଠାରେ ମାତିଛି ସରକାର । ଧାନ ବିକି ପାରୁ ନାହାନ୍ତି ଚାଷୀ ଭାଇ । ଶୀତ କାକର ରାତିରେ ମଣ୍ଡିରେ ପଡ଼ି ରହିଛନ୍ତି । ବିଜେଡି ସବୁବେଳେ ଚାଷୀଙ୍କ ସହ ଠିଆ ହୋଇଛି । ଚାଷୀଙ୍କ ପାଇଁ ବିଜେଡି ଆନ୍ଦୋଳନ କରୁଛି । କଟନୀ ଛଟନୀ ହେଉଛି । ଇନପୁଟ ସବସିଡି ସୀମା ଅଛି ୧୫୦ କ୍ଵିଣ୍ଟାଲ ଯାଏ । ଗୃହରେ ଏହି ପ୍ରସଙ୍ଗ ଉଠାଇବାକୁ କହିଲେ ନବୀନ । ମଣ୍ଡିରେ ଚାଷୀଙ୍କ ସ୍ଵର ଯଦି ଶୁଣାଯିବନି, ଗୃହରେ ଗର୍ଜିବ ବିଜେଡି । ସରକାରଙ୍କ ବିରୋଧରେ ଚାଷୀଙ୍କ କ୍ଷୋଭ ଚରମସୀମାରେ ।

ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା କହିଲେ ନବୀନ । ଦିନ ବେଳା ବି ନାରୀ କି ଶିଶୁ ସୁରକ୍ଷିତ ନୁହନ୍ତି । ମହାନଦୀ ବିବାଦର ସମାଧାନ ହୋଇପାରିନି । ଏଥିପାଇଁ ରାଜ୍ୟ ସରକାରଙ୍କ ଆଗ୍ରହ ବି ନାହିଁ । ଛତିଶଗଡ଼ ସରକାରର କ୍ରୀଡ଼ନକ ସାଜିଛି ବିଜେପି ସରକାର । ସବୁ କ୍ଷେତ୍ରରେ ବିଜେପି ସରକାର ଫେଲ । ଓଡ଼ିଶାବାସୀଙ୍କ ପାଇଁ ଜୋରଦାର ଲଢ଼େଇ କରିବ ବିଜେଡି । ଚାଷୀ, ମହିଳା, ଛାତ୍ର ସମାଜ ପାଇଁ ଲଢିବ ବିଜେଡି ।

ବିକ୍ରମଙ୍କୁ ଚିକିତ୍ସା ନକରାଇ କାହିଁକି ତରବରିଆ ଭାବେ ଡିସଚାର୍ଜ କରାଗଲା: ଘଟଣାକୁ ବିକ୍ରମଙ୍କ ଓକିଲ ଓ ପରିବାରର ନିନ୍ଦା

ପେଟରେ ଯନ୍ତ୍ରଣା। ତା ସାଙ୍ଗକୁ ଅର୍ଶ ଓ ଦାନ୍ତ ବିନ୍ଧା। ଦିନେ ଦୁଇଦିନ ଭିତରେ ହୋଇଥାନ୍ତା ଅପରେସନ। ହେଲେ ଚିକିତ୍ସା ନ କରାଇ ପୋଲିସ ନେଲା ଜେଲ। ବହୁ ଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ଯା ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ MKCG ମେଡିକାଲରୁ ଡିସଚାର୍ଜ କରି ଜେଲ ପଠାଇଛି ପୋଲିସ। ଜଣେ ଅସୁସ୍ଥ ପୂର୍ବତନ ବିଧାୟକଙ୍କ ପ୍ରତି ପୋଲିସର ଏପରି ଅମାନୁଷିକ ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଚିକିତ୍ସା ପାଇଁ ଗତ ୧୦ ତାରିଖରେ MKCG ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅର୍ଶ ବ୍ୟଥା ଉପଶମ ପାଇଁ ସେ ଔଷଧ ଖାଉଥିଲେ। ଆସନ୍ତା ଦିନେ କିମ୍ବା ଦୁଇଦିନ ଭିତରେ ତାଙ୍କର ହୋଇଥାନ୍ତା ଗଲ ଷ୍ଟୋନ ସର୍ଜରୀ। କିନ୍ତୁ ଅଚାନକ ତଳ ମହଲାରେ ଡାକ୍ତରଙ୍କ ସହ କଥା ହେବାକୁ କହି MKCGର ଉପର ମହଲାରେ ଚିକିତ୍ସିତ ହେଉଥିବା ବିକ୍ରମଙ୍କୁ ପୋଲିସ ଡାକ୍ତରଙ୍କ ସହ ଆଲୋଚନା କରିବା କହି ତଳ ମହଲାକୁ ଡାକିଥିଲା। ତଳେ ବିକ୍ରମ ଓ ତାଙ୍କ ପରିବାର ଲୋକ ପହଞ୍ଚିବା ପରେ ପୋଲିସ ତାଙ୍କୁ ଜେଲ ପଠାଇବାକୁ କହିଥିବା ଅଭିଯୋଗ ହୋଇଛି। ପୋଲିସର ଏପରି ଆଚରଣକୁ ନେଇ ଆପତ୍ତି ଉଠାଇଥିଲେ ବିକ୍ରମଙ୍କ ପରିବାର ଓ ଓକିଲ। ପୋଲିସ କହିଛି ଗଲ ବ୍ଲାଡର ଷ୍ଟୋନ ଅପରେସନ ପାଇଁ ବିକ୍ରମ ପଣ୍ଡା ମେଡିକାଲ କର୍ତ୍ତୃପକ୍ଷଙ୍କୁ ସହମତି ଦେଇନାହାନ୍ତି। କିନ୍ତୁ ଗଣମାଧ୍ୟମ ସାମ୍ନାରେ ଅପରେସନ ପାଇଁ ନିଜେ ସହମତି ଦେଇଥିବା କହିଛନ୍ତି ବିକ୍ରମ।

ବିକ୍ରମ ପଣ୍ଡାଙ୍କ ପ୍ରତି ପୋଲିସର ଏପରି ଆଚରଣକୁ ନେଇ କଡ଼ା ନିନ୍ଦା କରିଛନ୍ତି ବିକ୍ରମ ପଣ୍ଡାଙ୍କ ଓକିଲ। ଅଭିଯୋଗ କରିଛନ୍ତି ରାଜନୈତିକ ଅଭିସନ୍ଧି ରଖି ସରକାରଙ୍କ ପ୍ରରୋଚନାରେ ପୋଲିସ ଜଣେ ପୂର୍ବତନ ବିଧାୟକଙ୍କ ପ୍ରତି ଏପରି ବ୍ୟବହାର କରିଛି। ବିକ୍ରମ ପଣ୍ଡା ହେଉଛନ୍ତି ଜଣେ ପୂର୍ବତନ ବିଧାୟକ। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବିଧାନସଭା ବହନ କରିବାର ବ୍ୟବସ୍ଥା ରହିଛି। ତାଙ୍କ ମହକିଲଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ତୁରନ୍ତ ଚିକିତ୍ସା କରିବାର ଆବଶ୍ୟକତା ରହିଛି। ବିକ୍ରମ ପଣ୍ଡା ଅପରେସନ ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସହମତି ଦେଇଥିବାବେଳେ କେମିତି ପୋଲିସ ମନା କରୁଛି ତାହା ଆଶ୍ଚର୍ଯ୍ୟ ଲାଗୁଛି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି କହିଛନ୍ତି ବିକ୍ରମଙ୍କ ଓକିଲ। ଅସୁସ୍ଥ ବିକ୍ରମଙ୍କୁ ଉପଯୁକ୍ତ ଚିକିତ୍ସା ଆବଶ୍ୟକ ହେଉଛି। କିନ୍ତୁ ପୋଲିସର ଏଭଳି କାର୍ଯ୍ୟ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।