ସୋର: ଥାନା ଭିତରେ ଓକିଲଙ୍କୁ ମାଡ଼ ପ୍ରତିବାଦରେ ତୃତୀୟ ସ୍ଥାନରେ ପହଞ୍ଚିଛି ସୋର ଓକିଲ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଗତ ୪ତାରିଖ ରାତିରେ ସୋର ପୋଲିସ ଓ ଭୁବନେଶ୍ୱର ପୋଲିସ ମିଳିତ ଭାବେ ଜଣେ ଓକିଲଙ୍କୁ ଭଡ଼ା ଘରୁ ଉଠାଇ ଆଣି ଥାନାରେ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଘଟଣାକୁ ତୀବ୍ର ବିରୋଧ କରିବା ସହ ଘଟଣାକୁ ନିନ୍ଦା କରିଛି ଓକିଲ ସଂଘ । ଓକିଲଙ୍କ ଉପରେ ହୋଇଥିବ ମାଡ଼ ପ୍ରତିବାଦରେ ଓକିଲ ସଙ୍ଘ ସୋର କୋର୍ଟ ସମୁଖରେ ଆନ୍ଦୋଳନ ଜାରି ରଖିଛି । ସୋର କଲେଜ ଛକରେ ସୋର କୋର୍ଟର ଓକିଲ ଧୀରେନ ଦାସ ପରିବାର ସହ ଭଡ଼ାରେ ରୁହନ୍ତି । ଗତ ୪ ତାରିଖ ରାତିରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଓ ସୋର ପୋଲିସ ମିଳିତ ଭାବେ ଏକ ମାମଲାକୁ ନେଇ ଧୀରେନ ଦାସଙ୍କ ଘରେ ପହଞ୍ଚିଥିଲା ସେଠାରେ ତାଙ୍କୁ ଗେଟ ଖୋଲିବାକୁ କହିଥିଲା ଯେହେତୁ ଧୀରେନ ଦାସ ଭଡ଼ା ଘରେ ରହୁଛନ୍ତି ସେ କହିଥିଲେ ଘର ମାଲିକଙ୍କୁ କୁହନ୍ତୁ ପୁଲିସ ଏଥିରେ ଉତକ୍ଷୀପ୍ତ ହୋଇ ତାଙ୍କ ଗ୍ରୀଲ ଭାଙ୍ଗି ତାଙ୍କୁ ସେଠାରେ ମାଡ ମାରି ସୋର ଥାନାକୁ ଆଣି ମାଡ଼ ମାରିଥିଲା ଓ ଧୀରେନ ଦାସଙ୍କୁ ମାଡ଼ମାରିବା ପରେ ଥାନା ଭିତରେ ସେ ଅଚେତ ହୋଇପଡିଥିଲେ । ପୋଲିସ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ ତାଙ୍କ ପୁଅକୁ ମଧ୍ୟ ସେହି ଅଭିଯୋଗରେ ମାଡ ମାରି ଦୀର୍ଘ ୧୨ଘଣ୍ଟା ଅଟକ ପୋଲିସ ରଖିଥିଲା । ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସୋର ଓକିଲ ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋର୍ଟ ଅଚଳ କରାଯିବା ପାଇଁ ଚେତାବନୀ ଦେଇଛନ୍ତି । ଆଜି ବାଲେଶ୍ଵର ଜିଲ୍ଲା ଜଜ ଆନ୍ଦୋଳନ ସ୍ଥାନ ରେ ପହଁଚି ଓକିଲ ମାନଙ୍କୁ ବୁଝାଇଥିଲେ ମଧ୍ୟ ଓକିଲ ମାନେ ତାଙ୍କ ଜିଦ ରେ ଅଟଳ ଅଛନ୍ତି । କୋର୍ଟ ଅଚଳ ନେଇ ସାଧାରଣ ଲୋକ ମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥିବା ଜଣାପଡିଛି ।
ପେଗାସସ୍ ପ୍ରସଂଗରେ ସରକାର ଆଲୋଚନା ନ କରିବା ଯାଏଁ ପଛକୁ ହଟିବୁ ନାହିଁ: ବିରୋଧୀ
ନୂଆଦିଲ୍ଲୀ: ସରଗରମ ହେଉଛି ସଂସଦର ମୌସୁମୀ ଅଧିବେଶନ । କୃଷି ଆଇନକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଏବେ ପେଗାସସ୍ ପ୍ରସଙ୍ଗ ଗୃହକୁ ସରଗରମ କରିଛି । ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରୁଥିବାବେଳେ ଶାସକ ବିଜେପି ନିଜ ଜିଦରେ ଅଟଳ ରହିଛି । ଆଜି ରାଜ୍ୟସଭା ଆରମ୍ଭରୁ ବିରୋଧୀ ହୋହଲ୍ଲା କରିବା ଫଳରେ ଗୃହ ଅପରାହ୍ନ ୧୨ଟା ଯାଏଁ ମୁଲତବି କରାଯାଇଥିଲା । ରାଜ୍ୟସଭା ବାହାରେ ଅକାଳୀ ଦଳର ସାଂସଦମାନେ କୃଷି ଆଇନକୁ ନେଇ ପ୍ରତିବାଦ କରିବା ସହ ଆଇନ୍ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ସେପଟେ ଲୋକସଭାରେ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଅଡି ବସିଥିଲେ, ଗୃହରେ ଖେଲା ହବେର ନାରା ଲଗାଇଥିଲେ କଂଗ୍ରେସ, ଟିଏମସି ସହ ଅନ୍ୟ ବିରୋଧୀ ସାଂସଦ । ଯାହାଫଳରେ ଗୃହ ମୁଲତବି କରିଥିଲେ ବାଚସ୍ପତି । ମୋଦି ସରକାର ଜାଣିଶୁଣି ଗୃହ ଚଲାଇ ଦେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ପ୍ରଥମେ ସଂସଦରେ ପେଗସସ ପ୍ରସଙ୍ଗରେ ଆଲୋଚନା ହେଉ । କାରଣ ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡିତ ଅଟେ । ଏଣୁ ସରକାର ଯେ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆଲୋଚନା କରି ନାହାଁନ୍ତି ବିରୋଧୀ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧିଙ୍କ ସହ ତମାମ ବିରୋଧୀ । ପେଗାସସକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ଦେଶର ଗଣତନ୍ତ୍ର ଆତ୍ମାକୁ କୁଠାରଘାତ କରିଥିବା ସେ କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ,୧୮ ମୃତ : ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ରାଜ୍ୟରେ ୨ ପ୍ରତିଶତକୁ ଖସିଛି ପଜିଟିଭିଟି ହାର:ଦୈନିକ ୭୦ ହଜାର ଟେଷ୍ଟିଂ ଲକ୍ଷ୍ୟ
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହା ସହ ପଜିଟିଭ୍ ହାର ଦ୍ରୁତଗତିରେ କମୁଛି । ଆଶ୍ୱସ୍ତିକର କଥା, ଭାରତର ୫୪ଟି ଜିଲ୍ଲାରେ ସଂକ୍ରମଣ ବଢୁଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ତେବେ ସେହି ତାଲିକାରେ ଓଡ଼ିଶାର କୌଣସି ଜିଲ୍ଲା ନାହିଁ । ଯାହାକି ଖୁସିର କଥା । ରାଜ୍ୟରେ ପଜିଟିଭ୍ ହାର ୨ପ୍ରତିଶତକୁ ଖସିଛି । ଅଗଷ୍ଟ କିମ୍ବା ସେପ୍ଟେମ୍ବରରେ ତୃତୀୟ ଲହର ଆସିବା ନେଇ ଆକଳନ କରାଯାଉଥିବାରୁ ଏଥିଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ତେବେ ଅଗଷ୍ଟ ମାସରେ ଦୈନିକ ଟେଷ୍ଟିଂ ୭୦ ହଜାର ଉପରେ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଚାର୍ଗେଟ ରଖିଛି । ଆଣ଼୍ଟିଜେନ୍ ଓ ଆର୍ଟି-ପିସିଆର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୮ହଜାର ୭୪୦ଟେଷ୍ଟିଂ କରାଯାଇଛି ।
ଏଥିସହିତ ପଢ଼ନ୍ତୁ: ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ,୧୮ ମୃତ : ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ହଂକଂ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେଲେ ପି.ଭି ସିନ୍ଧୁ
ଟୋକିଓ: ଅଲିମ୍ପିକ୍ସରେ ଚମକିଲେ ପି ଭି ସିନ୍ଧୁ । ବ୍ୟାଡମିଣ୍ଟନର ପରବର୍ତ୍ତୀ ରାଉଣ୍ଡକୁ ଉଠିଲେ ସିନ୍ଧୁ । ମହିଳା ସିଙ୍ଗଲ୍ସରେ ହଂକଂ ପ୍ରତିଯୋଗୀଙ୍କୁ ହରାଇଲେ ସିନ୍ଧୁ । ଏହି ବିଜୟ ସହ ପ୍ରି-କ୍ୱାର୍ଟର ଫାଇନାଲକୁ ଉଠିଛନ୍ତି ବ୍ୟାଡମିଣ୍ଟନ ତାରକା । ହଂକଂର ଚିଉଙ୍ଗଙ୍କୁ ୨୧-୯, ୨୧-୧୬ରେ ପରାସ୍ତ କରିଛନ୍ତି ସିନ୍ଧୁ । ସେପଟେ ପୁରୁଷ ତୀରନ୍ଦାଜୀରେ ବଢିଲା ଭାରତର ଆଶା । ୟୁକ୍ରେନ ପ୍ରତିଯୋଗୀଙ୍କୁ ୬-୪ରେ ହରାଇଲେ ତରୁଣଦୀପ ରାୟ । ପୂର୍ବରୁ ଇସ୍ରାଏଲ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିବା ପି.ଭି ସିନ୍ଧୁ ୨୧-୭, ୨୧-୧୦ ସେଟ୍ରେ ବିଜୟୀ ହୋଇଛନ୍ତି ।


