‘ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଆଣି ବିଷ ଦେଇଛନ୍ତି ଦୁଇ ଅଜଣା ଯୁବକ’, କୁଜଙ୍ଗ ଥାନାରେ ଏତଲା

1 min read

ଭୁବନେଶ୍ୱର: ବୁଧବାର ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ଗ୍ରହଣ କରି ପାରୁ ନାହାନ୍ତି ପରିବାର  । ଦୁଶ୍ମନ୍ତଙ୍କ ମୃତ୍ୟୁ ପଛରେ କିଛି ଅଜଣା ଲୋକଙ୍କ ହାତ ରହିଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ  । ଏନେଇ କୁଜଙ୍ଗ ଥାନାରେ ଏଫଆଇଆର ଦାୟର କରିଛନ୍ତି  । ଘରୁ ଦୁଷ୍ମନ୍ତୁଙ୍କୁ ଦୁଇ ଜଣ ଅଜଣା ଯୁବକ ଭୁବନେଶ୍ୱର ନେିତଇଳଏ  । ସେ ଚାଲିବାକୁ ସକ୍ଷମ ହେଉନଥିବାବେଳେ ଭୁବନେଶ୍ୱର ଯିବା ପଛରେ ଅଜଣା ବ୍ୟକ୍ତିଙ୍କ ଭୂମିକା ରହିଛି  ।  ଦୁଷ୍ମନ୍ତର ହାତ ଏହି ଯୁବକମାନେ କାଟିଛନ୍ତି ଏବଂ ବିଷ ପିଆଇଛନ୍ତି ବୋଲି ଅଭିଯୋଗ କଲେ ପରିବାର  ।

ସେପଟେ ଏନେଇ ଜଗତସିଂହପୁର ଏସପି ସୂଚନା ଦେଇ କହିଛନ୍ତି ଏହି ଅଭିଯୋଗ ପତ୍ରକୁ କମିଶନରେଟ ପୋଲିସକୁ ପଠାଯିବ  । ଯଦ୍ୱାରା ଏହି FIR କପି ତଦନ୍ତରେ ସହାୟକ ହେବ ବୋଲି କହିଛନ୍ତି ଏସପି  ।  ଦୁଷ୍ମନ୍ତ ଚାଲି ପାରୁନଥିଲେ, ସେ ଭୁବନେଶ୍ୱର ଗଲେ କେମିତି ? ତାଙ୍କ ନିକଟକୁ ବିଷ ଆସିଲା କିପରି ? କିଏ ତାଙ୍କୁ ଏଭଳି ପଦକ୍ଷେପ ନେବାକୁ ଉସକାଇଥିଲେ ବୋଲି ପ୍ରଶ୍ନ କରିଥିଲେ ପରିବାର ଲୋକେ  । ସେପଟେ  ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ଏବେ ଗାଁରେ ଶୋକାକୁଳ ପରିବେଶ  ଖେଳି ଯାଇଛି। ସବୁ ଆଡେ ନିରବ ଏବଂ ନିସ୍ତବ୍ଦ  ।

ଦୁଇବର୍ଷ ତଳେ ଦୁର୍ଘଟଣାର ଶିକାର ହୋଇ ଗୋଡରେ ଗଭୀର ଆଘାତ ଲାଗିଥିଲା ଦୁଷ୍ମନ୍ତଙ୍କର । ଦୁଷ୍ମନ୍ତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରିଥିଲା । ମାତ୍ର ବୁଧବାର ସେ ବିଧାନସଭା ସମ୍ମୁଖକୁ ଯାଇ ହାତ କାଟିବା ସହିତ ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ନିଆଯାଇଥିବା ବେଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ପୁରୀ ସ୍ବର୍ଗଦ୍ଵାରରେ ସଂସ୍କାର କାର୍ଯ୍ୟ ସରିଛି । ପରିବାର ସଦସ୍ୟ ଏବେ ସୁଦ୍ଧା ଗାଁକୁ ଫେରି ନଥିବା ବେଳେ ବ୍ଲକ ପ୍ରଶାସନ ଦୁଷ୍ମନ୍ତଙ୍କ ସ୍ତ୍ରୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ସବୁଠାରୁ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି, ଯେ ଯେଉଁ ଦୁଷ୍ମନ୍ତ ଚାଲିବା ପାଇଁ ସକ୍ଷମ ହେଉନଥିଲେ  । ସେ କିପରି ଗଲେ ଭୁବନେଶ୍ୱର ? ଏହି ଘଟଣା ଭିଆଇବା ପାଇଁ ପଛରେ ଆଉ କେହି ନାହିଁ ତ ? ଏବଂ  କେଉଁ ପରିସ୍ଥିତିରେ ଦୁଷ୍ମନ୍ତ ଭୁବନେଶ୍ବର ଗଲେ ଏହାର ତଦନ୍ତ ଦାବି କରିଛନ୍ତି ଦୁଷ୍ମନ୍ତଙ୍କ ବାପା ଓ ଗ୍ରାମବାସୀ ।

Leave a Reply