spot_img
Home Blog Page 53

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ

ରାଜ୍ୟରେ ପୁଣି ବଢ଼ିଲା ବାୟୁ ପ୍ରଦୂଷଣ। ତାଳଚେରରେ AQI ୨୫୦ ରେ ପହଞ୍ଚିଥିବା ବେଳେ ଆଜି ଅନୁଗୁଳରେ ଏହା ୨୦୬, ଭୁବନେଶ୍ୱରରେ ୨୨୮ ଓ କଟକରେ ୨୨୯ ରହିଛି। ଗତକାଲି ବାଲେଶ୍ବରରେ AQI ୨୩୨, ଭୁବନେଶ୍ଵରରେ ୨୩୦, କଟକରେ ୨୧୯, ରାଉରକେଲାରେ ୧୩୮, ନୟାଗଡରେ ୧୦୬, ବଡବିଲରେ ୧୨୨, ବାରିପଦାରେ ୧୧୧, ବଜ୍ରରାଜନଗରରେ ୧୦୩ ଏବଂ କେନ୍ଦୁଝରରେ ଏକ୍ୟୁଆଇ ୧୪୨ ଥିଲା । ଆଗରୁ ବାଲେଶ୍ବର, ଅନୁଗୁଳ, କଟକ, ଭୁବନେଶ୍ବର ଏବଂ ତାଳଚେରରେ ବାୟୁ ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇଥିଲା। ହେଲେ ଏବେ ପୁଣି ଥରେ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ଧୀରେ ଧୀରେ AQI ୩୦୦ ଆଡ଼କୁ ଯାଉଥିବାରୁ ଉଦବେଗ ପ୍ରକାଶ ପାଇଛି। AQI ଶୂନରୁ ୫୦ ମଧ୍ୟରେ ରହିଲେ ଭଲ, ୫୧ରୁ ୧୦୦ ମଧ୍ୟରେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୩୦୧ରୁ ୪୦୦ ମଧ୍ୟରେ ଅତ୍ୟନ୍ତ ଖରାପ ଓ ୪୦୧ରୁ ୫୦୦ ମଧ୍ୟରେ ଗୁରୁତର ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବିବେଚନା କରିଥାଏ ।

ଆଜି ସକାଳେ ଦିଲ୍ଲୀର AQI 348 ରେକର୍ଡ କରାଯାଇଛି। କିଛି ଦିନ ତଳେ ଦିଲ୍ଲୀକୁ ପଛରେ ପକାଇ ତାଳଚେର ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇଥିଲା। ତେବେ ରାଜ୍ୟରେ ବାୟୁ ପ୍ରଦୂଷଣ ପୁଣି ବଢ଼ଥିବାରୁ ଏହାର କାରଣକୁ ନେଇ ପରିବେଶବିତ ଉଦ୍‌ବେଗ ପ୍ରକାଶ କଲେଣି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି କଟକଣାକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ କିମ୍ବା ସ୍ଥାନୀୟ ପ୍ରଶାସନ ତତ୍ପରତା ପ୍ରକାଶ କରୁ ନ ଥିବାରୁ ସ୍ଥିତି ବିଗୁଡୁଥିବା ସନ୍ଦେହ କରାଯାଉଛି।

ସୁନ୍ଦରଗଡ଼ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ଇଣ୍ଟରନେଟ ସେବା ବନ୍ଦ

ସୁନ୍ଦରଗଡ ଟାଉନ ଥାନା ରିଜେଣ୍ଟ ମାର୍କେଟ ଅଞ୍ଚଳରେ ବଳବତ୍ତର ରହିଛି ୧୬୩ ଧାରା । ଜାରି ରହିଛି ଇଣ୍ଟରନେଟ କଟକଣା । ଗତକାଲି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ବିଚ ରାସ୍ତାରେ ପଥର ଓ ଖଣ୍ଡା ବୁଲିଥିଲା । ଗୋଷ୍ଠୀ ସଂଘର୍ଷରେ ୪ ପୋଲିସ କର୍ମୀଙ୍କ ସହ ୧୨ ଜଣ ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ଘଉଡାଇବା ପରେ ଖଣ୍ଡଯୁଦ୍ଧରେ ବିରାମ ଲାଗିଥିଲା । ସ୍ଥିତିକୁ ନଜରରେ ରଖି ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ହିଂସାକାଣ୍ଡ ଓ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି । ଏନେଇ ସୂଚନା ଦେଇଥିଲେ ଜିଲ୍ଲାପାଳ। ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି, ଏସପି, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛି ପୋଲିସ।

ବିନା ଲାଇସେନ୍ସରେ ଚାଲିଥିଲା ବେଆଇନ ଔଷଧ ଦୋକାନ: ପର୍ଦ୍ଦାଫାସ କଲା ଡ୍ରଗ୍ସ ସ୍କ୍ବାଡ

ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାର ମଝିରେ ବିନା ଲାଇସେନ୍ସ ରେ ବେଧଡକ ଚାଲିଥିଲା ଦୋକାନ। ନିର୍ଭୟରେ ଦୀର୍ଘ ବର୍ଷ ଧରି ଚାଲିଥିଲା ବେଆଇନ ଔଷଧ କାରବାର। ସବୁ ପ୍ରକାର ମେଡିସିନ, ଏଲୋପ୍ୟାଥି , ହୋମିଓପ୍ୟାଥୀ ସହ ଆୟୁର୍ବେଦିକ ଔଷଧ ବିକ୍ରି କରାଯାଉଥିଲା। ଖୋର୍ଦ୍ଧା ଓ ଭୁବନେଶ୍ୱରର ୪ ଜଣିଆ ଡ୍ରଗ୍ସ ସ୍କ୍ୱାଡ଼ ଚଢାଇ କରିବା ପରେ ଏହାର ପର୍ଦ୍ଦାଫାସ ହୋଇଛି। ବହୁ ମେଡିସିନ ଜବତ କରାଯାଇଛି। ଔଷଧ ଦୋକାନୀଙ୍କ ଘରେ ବି ରେଡ୍ କରାଯାଇଛି। ଏହି ଘଟଣାରେ ମାମଲା ରୁଜୁ ହେବ, କୋଉଠୁ ଔଷଧ ଆସୁଛି, କିଏ ଦେଉଛି ତାର ମଧ୍ୟ ଯାଞ୍ଚ କରାଯିବ ବୋଲି ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର କହିଛନ୍ତି। ବାଣପୁର ପୋଲିସ ଓ ମାଜିଷ୍ଟ୍ରେଟ ଭାବରେ ବାଣପୁର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ୩ ଜଣ ଡ୍ରଗ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର ଚଢ଼ାଉ କରିଥିଲେ।

ଗଞ୍ଜାମ ଜିଲ୍ଲାରେ ଚାଷୀ ହନ୍ତସନ୍ତ: ଟୋକନ ମିଳିନଥିବାରୁ ଧାନ ବିକ୍ରି ହୋଇପାରିନି

ଗଞ୍ଜାମ ଜିଲ୍ଲାରେ ଚାଷୀ ହନ୍ତସନ୍ତ । ଆଜି ପର୍ଯ୍ୟନ୍ତ ଅନେକ ଚାଷୀଙ୍କୁ ଟୋକନ ମିଳିନଥିବାରୁ ଧାନ ବିକ୍ରି ହୋଇପାରିନି । ଧାନ ଅମଳ କରି ଚାଷୀ ଘର ବାରଣ୍ଡା, ଖଳା, ବିଲ ମୂଳେ ରଖି ପାଲ ଘୋଡେଇ ଜଗି ରହିଛି l ଚାଷୀ ବାଧ୍ୟ ହୋଇ ଦଲାଲକୁ ଧାନ ଦେବା ପାଇଁ ସ୍ଥିର କଲେଣି । ସେପଟେ ମିଲର ଓ ସମବାୟ ସୋସାଇଟିର ସେକ୍ରେଟ୍ରେରି ମିଳିତରେ ଚାଷୀଙ୍କୁ ଶୋଷଣ କରାଯାଉଛି l

ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର: ଭୋଗରାଇ ଅଞ୍ଚଳରୁ ୧୬ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ବ୍ରାଉନ ସୁଗାର ଡ଼ିଲ ବେଳେ ମାଡ଼ି ବସିଲା ଅବକାରୀ ଟିମ । ଭୋଗରାଇ ଥାନା ଅନ୍ତର୍ଗତ ଦେଉଳ ଗ୍ରାମରୁ ୧୬୫ଗ୍ରାମ ବ୍ରାଉନ ସୁଗାର ଓ ଗୋଟିଏ ହୋଣ୍ଡା ୟୁନିକର୍ନ ବାଇକ ସହ ଜଣଙ୍କୁ ଗିରଫ କରିଛି ଅବକାରୀ ଟିମ୍। ଗିରଫ ଯୁବକ ହେଲେ ସାନ୍ତେଘରିଆ ଗ୍ରାମର ବିଜୟ ସାହୁ । ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗରୁ ବ୍ରାଉନ ସୁଗାର ଆଣି ଭୋଗରାଇ ସରସ୍ବତୀପୁର ସାନତେଘରି ଗ୍ରାମରେ ବିକ୍ରି କରୁଥିଲା ବେଳେ ଭୋଗରାଇ ଅବକାରୀ ଟିମ ଏବଂ ଜଳେଶ୍ୱର ଅବକାରୀ ଟିମ ମିଳିତ ଚଢାଉ କରି ଗିରଫ କରିଥିଲା।

ପାରଦ ତଳ ମୁହାଁ ଯୋଗୁଁ ପ୍ରବଳ ଶୀତ ଅନୁଭୂତ

କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ସମେତ ସମସ୍ତ ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିଛି l ପାରଦ ତଳ ମୁହାଁ ଯୋଗୁଁ ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ସାଙ୍ଗକୁ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡା ତାର ରାଜୁତି ଆରମ୍ଭ କରିଦେଉଛି। ଜିଲ୍ଲାରେ ତାପମାତ୍ରା 4ଡିଗ୍ରୀ ତଳେ ରହୁଛି।

କଟକ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ଥିବା ଫୁଡ୍ କୋର୍ଟ କେବେ ଖୋଲିବ ?

କଟକ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ କୋଟି କୋଟି ଟଙ୍କା ବ୍ୟୟରେ ତିଆରି ହୋଇଛି ଫୁଡ୍ କୋର୍ଟ । ବାରବାଟୀ ଫୁଡ୍ କୋର୍ଟ ନାମରେ ନାମିତ ଏହି ଫୁଡ୍ କୋର୍ଟକୁ ପୂର୍ବ ସରକାର ପରିକଳ୍ପନା କରି ଦୁଇ ବର୍ଷ ମଧ୍ୟରେ କାମ ସାରିଥିଲେ । ଉଦ୍ଦେଶ୍ୟ ଥିଲା ଦହିବରା ଆଳୁଦମ ବ୍ୟବସାୟୀଙ୍କୁ ବେପାର ର ଏକ ସୁନ୍ଦର ଭିତ୍ତିଭୂମୀ ଯୋଗାଇ ଦେବା । ରାସ୍ତାକଡ ସୁସ୍ବାଦୁ ଖାଦ୍ୟକୁ ସେଠାରେ ସାଙ୍ଗରେ ରଖି ଗ୍ରାହକ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା । ତେବେ ଦେଢ଼ ବର୍ଷେ ହେବ କାମ ସରିଥିଲେ ସୁଦ୍ଧା ଏହା ଖୋଲି ପାରୁନାହିଁ । ଏଥିରେ ଲାଗିଥିବା ସମସ୍ତ ଜିନିଷ ନଷ୍ଟ ହୋଇ ଗଲାଣି । ଅନାବନା ଗଛ ମାଡି ଗଲାଣି, ସବୁ ଆଡେ ଧୀରେ ଧୀରେ ଆବର୍ଜନା ମାଡି ଗଲାଣି । ଉଦଘାଟନ ନକରି ଭଲ ଜିନିଷକୁ ପକେଇ ରଖିଲେ କାହାର ଲାଭ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି ।

ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ

ପୁରୀରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ପରିବାର ସହ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କଲେ ଦର୍ଶନ । କଡ଼ା ସୁରକ୍ଷା ମଧ୍ୟରେ ସେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କୁ କୌଳିକ ପଣ୍ଡାଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ମାଆ ସୁନନ୍ଦା ସେଟ୍ଟୀ, ପରିବାରର ଅନ୍ୟ ସଦସ୍ୟ ଆକାଂକ୍ଷା ଅଗ୍ରୱାଲ, ରବି କୁମାରଙ୍କ ସହ ଶ୍ରୀମନ୍ଦିର ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ମାଆ ମହାଲକ୍ଷ୍ମୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିର ଭିତରେ ବିତାଇଥିଲେ । ତାଙ୍କ କୌଳିକ ପଣ୍ଡା ଇପ୍ସିତ ପ୍ରତିହାରୀ ସକାଳ ଧୂପରେ ବାହାରିଥିବା ମହାପ୍ରଭୁଙ୍କ ଖେଚୁଡ଼ି ଭୋଗ ଦେଇଥିଲେ । ଶିଳ୍ପାଙ୍କ ମାଆ ପୂର୍ବରୁ ପୁରୀ ଆସି ରତ୍ନସିଂହାସନ ପାଖକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଡାକରା ପାଇ ଆଜି ପୁରୀ ଆସି ଦର୍ଶନ କରିବାର ସୌଭାଗ୍ୟ ମିଳିଲା ବୋଲି କହିଛନ୍ତି । ଚାରି ଧାମ ଯାତ୍ରା ମଧ୍ୟରୁ ଏହା ଶ୍ରେଷ୍ଠ ଧାମ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା । ଏଠାକାର ପ୍ରଶାସନ ମଧ୍ୟ ବେଶ୍ ସହଯୋଗ କରିଛି । ଶିଳ୍ପାଙ୍କୁ ଦେଖିବା ପାଇଁ ଶ୍ରୀମନ୍ଦିର ସିଂହଦ୍ଵାର ପାଖରେ ଲୋକଙ୍କ ବେଶ୍ ଭିଡ ଲାଗିଥିଲା ।

ଛତିଶଗଡ଼ ବିଜାପୁରରେ ଆତ୍ମସମର୍ପଣ କଲେ ୫୨ ମାଓବାଦୀ

ଭୁଶୁଡୁଛି ଲାଲଗଡ଼ । ଛତିଶଗଡ଼ ବିଜାପୁରରେ ଆତ୍ମସମର୍ପଣ କଲେ ୫୨ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମୁଣ୍ଡରେ ଥିଲା ଏକକୋଟି ୪୧ ଲକ୍ଷ ଟଙ୍କାର ପୁରସ୍କାର ରାଶି । ସେମାନଙ୍କ ଭିତରେ ଅଛନ୍ତି DVCM, PPCM, ACM, ଡିଭିଜନ, ବ୍ୟୁରୋ ପାର୍ଟି ସଦସ୍ୟ, ମିଲିସିଆ କମାଣ୍ଡର, PLGA, ଏବଂ ବିଭିନ୍ନ RPC ଏବଂ DAKMS ଜନତାନା ସରକାର ଅଧିକାରୀ । ସେମାନଙ୍କ ମଧ୍ୟରେ DKSZC ଆନ୍ଧ୍ର ଓଡ଼ିଶା ସୀମା ଡିଭିଜନ ଏବଂ ଭାମରାଗଡ କ୍ଷେତ୍ର କମିଟି ସହିତ ଜଡିତ କ୍ୟାଡର ମଧ୍ୟ ଅଛନ୍ତି ।

ଇରାନ ଉପରେ ଆମେରିକା ଆକ୍ରମଣ କଲେ ସିଧାସଳଖ ଭାରତ ପ୍ରଭାବିତ ହେବ

ଇରାନ ଉପରେ ଆମେରିକା ଆକ୍ରମଣ କଲେ ବନ୍ଦ ହେବ ହର୍ମୁଜ ପ୍ରଣାଳୀରେ ପଣ୍ୟବାହୀ ଜାହାଜ ଚଳାଚଳ। ପ୍ରଭାବିତ ହେବ ଭାରତକୁ ଆସୁଥିବା ଅଶୋଧିତ ତୈଳ ପରିବହନ। ସିଧା ସିଧା ଭାରତ ତୈଳ ଆମଦାନୀକୁ ପ୍ରଭାବିତ କରିବ। ଇରାନ ଆମେରିକା ସମ୍ପର୍କ ଅଧିକରୁ ଅଧିକ ଘନୀଭୂତ ହୋଇଚାଲିଛି। ଇରାନ ଓ ଓମାନ ମଧ୍ୟରେ ରହିଥିବା ସଂକୀର୍ଣ୍ଣ ଜଳପଥ ଅର୍ଥାତ ଷ୍ଟ୍ରେଟ ଅଫ ହର୍ମୁଜକୁ ଇରାନ ବନ୍ଦ କରିବାକୁ ଏକ ପ୍ରକାର ନିଷ୍ପତ୍ତି ନେଇଛି। ବିଶ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପାସେଜ ହେଲା ହର୍ମୁଜ। ଏହି ପ୍ରଣାଳୀ ୧୬୭ କିଲୋମିଟର ଦୀର୍ଘ ଓ ଓସାର ୩୩ କିଲୋମିଟର। ଏହି ବାଟ ଦେଇ ବିଶ୍ବର ଏକ ପଞ୍ଚାମାଂଶ ତୈଳ ପରିବହନ ହୋଇଥାଏ। ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ସିଧାସଳଖ ଭାରତ ପ୍ରଭାବିତ। କାରଣ ଇରାନରୁ ତୈଳ ଆମଦାନୀ ବନ୍ଦ ହୋଇଯିବ। ଭାରତକୁ ତୈଳ ଆମଦାନୀ କରିବାକୁ ଦକ୍ଷିଣ ଆଫ୍ରିକାର କେପ ଅଫ ଗୁଡ ହୋପ ଦେଇ ତୈଳ ପରିବହନ କରିବାକୁ ପଡ଼ିବ। ଯାହାକି ସମୟସାପେକ୍ଷ ହେବା ସହ ପରିବହନ ଖର୍ଚ୍ଚ ବ୍ୟୟବହୁଳ ହେବ।

ତୈଳ ଆମଦାନୀ ଖର୍ଚ୍ଚ ବଢ଼ିଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମ୍ଭାବନା ରହିଛି। ଖାଲି ସେତିକି ନୁହେଁ । ଆମେରିକା ସହ ଇରାନ ଯୁଦ୍ଧ ସ୍ଥିତିକୁ ଆସିଲେ ଇରାନରୁ ତୈଳ ଆମଦାନୀ ବନ୍ଦ ହେବାର ଆଶଙ୍କା ଉପୁଜିଛି। ଏଭଳି ସ୍ତରରେ ବିଶ୍ବ ଅର୍ଥନୀତି ମଧ୍ୟ ପ୍ରଭାବିତ ହେବ। ଦୈନିକ ଏହି ପ୍ରଣାଳୀ ଦେଇ ୧୭ ନିୟୁତ ବ୍ୟାରେଲ ତୈଳ ପରିବହନ ହୋଇଥାଏ। ଏହି ପ୍ରଣାଳୀକୁ ବନ୍ଦ କଲେ ତୈଳ ରପ୍ତାନୀ ଉପରେ ସାଂଘାତିକ ପ୍ରଭାବ ପଡ଼ିବ। OPEC ସଦସ୍ୟ ରାଷ୍ଟ୍ରରେ ଅଛନ୍ତି ସାଉଦି ଆରବ, ଇରାନ, ୟୁଏଇ, କୁଏତ ଓ ଇରାକ। ଏହି ପ୍ରଣାଳୀ ଦେଇ ଏସିଆକୁ ହୋଇଥାଏ ତୈଳ ରପ୍ତାନୀ। ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ସବୁଠାରୁ ବେଶୀ କ୍ଷତି ସହିବ ଭାରତ। ହର୍ମୁଜ ପ୍ରଣାଳୀକୁ ବନ୍ଦ କରିବା କ୍ଷମତା ଇରାନ ନିକଟରେ ନାହିଁ। କେବଳ ବଳପୂର୍ବକ ଏହି ପ୍ରଣାଳୀକୁ ଅଟକାଇ ପାରିବ ଇରାନ। ହର୍ମୁଜ ପ୍ରଣାଳୀ ବନ୍ଦ ହେଲେ ୧୯୭୩ ତୈଳ ସଙ୍କଟ ପରି ସଙ୍କଟ ଉପୁଜିପାରେ। ଯଦି ଏହି ପ୍ରଣାଳୀ ବନ୍ଦ କରେ ତେବେ ଇରାନ ବି କ୍ଷତି ସହିବ। ଏହି ପ୍ରଣାଳୀ ଦେଇ ଭାରତ ୧.୫ ନିୟୁତ ବ୍ୟାରେଲ ତୈଳ ଆଣିଥାଏ। ଅନ୍ୟାନ୍ୟ ରୁଟ୍ ଦେଇ ଭାରତ ୫.୫ ନିୟୁତ ବ୍ୟାରେଲ ତୈଳ ଆଣିଥାଏ। ଭାରତ ନିଜର ଆବଶ୍ଯକତା ଲାଗି ୯୦ ପ୍ରତିଶତ ତୈଳ ଆମଦାନୀ କରିଥାଏ।