spot_img
Home Blog Page 514

୫୦ରୁ ହ୍ରାସ ପାଇ ୧୫ ପ୍ରତିଶତକୁ ଖସିବ ଟାରିଫ ! ଭାରତକୁ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି ଟ୍ରମ୍ପ…..

ଗତ କିଛିଦିନ ଧରି ଭାରତ-ଆମେରିକା ମଧ୍ୟରେ ଟାରିଫକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଏହି ବିବାଦର ଏବେ ଅବସାନ ଘଟିବାକୁ ଯାଉଛି । ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ଟାରିଫ ବିବାଦ ଖୁବଶୀଘ୍ର ସମାପ୍ତ ହେବାକୁ ଯାଉଛି । ଏଥିସହିତ ଦୁଇ ଦେଶ ମଧ୍ୟରେ ଡିଲ ମଧ୍ୟ ପୂରା ହୋଇଯିବ । ଏକ ରିପୋର୍ଟ ମୁତାବକ, ଭାରତ ଓ ସଂଯୁକ୍ତ ରାଜ୍ୟ ଆମେରିକା ଏକ ଦୀର୍ଘ ଅବଧିର ବାଣିଜ୍ୟ ବୁଝାମଣାକୁ ଅନ୍ତିମ ରୂପ ଦେବାକୁ ଯାଉଛନ୍ତି । ଏହାଦ୍ବାରା ଭାରତ ଉପରେ ଆମେରିକା ଦ୍ବାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଟାରିଫକୁ ବହୁତ କମ୍ କରି ଦିଆଯିବ ।

ତେବେ ଏହି ଟାରିଫ୍ ୫୦ ପ୍ରତିଶତରୁ ହ୍ରାସ ପାଇ ୧୫-୧୬ ପ୍ରତିଶତ ପର୍ଯ୍ୟନ୍ତ ଆସିପାରେ । ଏଥିସହିତ ଏଗ୍ରିକଲଚର ଓ ଏନର୍ଜୀ ଉପରେ ଫୋକସ ରଖି ଟ୍ରେଡ ଡିଲ ହୋଇପାରେ । ରିପୋର୍ଟ ମୁତାବକ, ଏହି ବାଣିଜ୍ୟ ଚର୍ଚ୍ଚାରେ ଏକ ପ୍ରମୁଖ ବିଷୟ ଭାରତ ଦ୍ବାରା ଋଷରୁ ଅଶୋଧିତ ତୈଳ ଆଦାନୀ ମଧ୍ୟ ସାମିଲ ହେବ । ଭାରତ ଋଷରୁ କମ୍ ତୈଳ କ୍ରୟ କରିପାରେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ନେଇ ଡିଲ ଅନ୍ତି ପର୍ଯ୍ୟାୟରେ ପହଞ୍ଚି ସାରିଛି ଓ ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ଏସିଆନ ଶିଖ ସମ୍ମିଳନୀ ପୂର୍ବରୁ ଏହି ବୁଝାମଣାକୁ ଅନ୍ତିମ ରୂପ ଦିଆଯାଇପାରେ । ତା’ପରେ ଐପଚାରିକ ଘୋଷଣା କରାଯାଇପାରେ । ମାତ୍ର ଏହାକୁ ନେଇ ଭାରତ ଓ ଆମେରିକା ପକ୍ଷରୁ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

ନିକଟରେ ଟ୍ରମ୍ପ କହିଥିଲେ, ଋଷରୁ ତେଲ କ୍ରୟ କମ କରିବା ନେଇ ଭାରତ ସହମତି ପ୍ରକାଶ କରିଛି । ମାତ୍ର ଋଷ ତୈଳକୁ ନେଇ କୌଣସି ଆଲୋଚନା ହୋଇନଥିବା ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଥିଲା । ତେବେ ଯଦି ଭାରତ ଓ ଆମେରିକା ମଧ୍ୟରେ ଏହି ବୁଝାମଣା ସଫର ରୂପ ନିଏ, ତେବେ ତାହା ଦ୍ବାରା କ’ଣ ଫାଇଦା ମିଳିବ ? ଭାରତ ରପ୍ତାନୀ କରୁଥିବା କପଡ଼ା, ଇଞ୍ଜିନିୟରିଂ ଜିନିଷପତ୍ର ଓ ମେଡିସିନ ଆଦି ଆମେରିକାରେ ଏକ ପ୍ରମୁଖ    ବଜାର ସୃଷ୍ଟି କରିପାର । ଚଳିତ ସପ୍ତାହରେ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି କଥା ହୋଇଥିଲେ । ବ୍ୟାପାର ଓ ଉର୍ଜା ସହଯୋଗ ଉପରେ ଆଲୋଚନା ହୋଇଥିବା ଟ୍ରମ୍ପ ସାମ୍ବାଦିକଙ୍କୁ କହିଥିଲେ । ଭାରତ ଋଷରୁ ତୈଳ କିଣିବା ସୀମିତ କରିବ ବୋଲି ମୋଦି ଆଶ୍ବାସନା ଦେଇଥିବା ଟ୍ରମ୍ପ କହିଥିଲେ । ଦୀପାବଳୀ ପାଇଁ ଶୁଭେଚ୍ଛା ଜଣାଇଥିବା ଟ୍ରମ୍ପଙ୍କୁ ମୋଦି ଏକ୍ସରେ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ବାଣିଜ୍ୟ ଚର୍ଚ୍ଚାକୁ ନେଇ ମୋଦି କୌଣସି ସୂଚନା ଶେୟାର କରିନଥିଲେ । ତେବେ ଏହି ଦୁଇ ନେତା ସମ୍ଭାବ୍ୟ ବୁଝାମଣା ପୂବର୍ରୁ ସମ୍ପର୍କକୁ ମଜବୁତ କରିବା ନେଇ କାମ କରୁଥିବା ସଙ୍କେତ ମିଳିଥିଲା ।

ତେଜସ୍ବୀଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀର ମାନ୍ୟତା ପାଇବେ ଜୀବିକା ଦିଦି, ମାସିକ ବେତନ ୩୦ ହଜାର

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ତେଜସ୍ବୀ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି । ଯଦି ରାଜ୍ୟରେ ତାଙ୍କର ଦଳ ସରକାର ଗଠନ କରେ, ତେବେ ରାଜ୍ୟର ସମସ୍ତ କମ୍ୟୁନିଟି ମୋବିଲାଇଜର ବା ଜୀବିକା ଦିଦିଙ୍କୁ ସ୍ଥାୟୀ ସରକାର ଚାକିରି ଦିଆଯିବ । ଏହି ଦିଦିମାନଙ୍କୁ ଅସ୍ଥାୟୀ ନୁହେଁ, ସରକାରୀ କମର୍ଚାରୀର ମାନ୍ୟତା ମିଳିବ । ଜୀବିବା ଦିଦିଙ୍କୁ ଅତିକମରେ ୩୦ ହଜାର ଟଙ୍କା ପ୍ରତି ମାସରେ ବେତନ ମିଳିବ । ଏହି ଘୋଷଣାକୁ ସେ ଯେ କୌଣସି ପ୍ରକାରେ ପୂରଣ କରିବେ ବୋଲି ତେଜସ୍ବୀ କହିଛନ୍ତି ।

ଆରଜେଡି ନେତା ତେଜସ୍ବୀ କହିଛନ୍ତି, ଜୀବିବିକା ଦିଦିଙ୍କ ସହିତ କ୍ରମାଗତ ଭାବେ ଶୋଷଣ ହେଉଛି । ମାତ୍ର ଏବେ ଏହି ଅନ୍ୟାୟକୁ ସମାପ୍ତ କରାଯିବ । ଦିଦିଙ୍କ କଥା ଶୁଣିବା ପରେ ଏହି ପ୍ରସଙ୍ଗ ଉପରେ ଅଧ୍ୟୟନ କରାଯାଇଥିଲା ଓ ତା’ପରେ ନିଷ୍ପତ୍ତି ନିଆଯାଇଥିଲା । ଜୀବିକା ଦିଦିମାନେ ଗାଁ-ଗାଁରେ ସମାଜକୁ ଯୋଡ଼ିବା ଓ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ବଡ଼ ଭୂମିକା ନିର୍ବାହ କରିଛନ୍ତି । ଏବେ ସେମାନଙ୍କ ଯୋଗଦାନର ସଠିକ୍ ସମ୍ମାନ ମିଳିବା ନେଇ ସମୟ ଆସିଯାଇଛି । ଜୀବିକା ଦିଦିଙ୍କ ଦ୍ବାରା ନିଆଯାଇଥିବା ସମସ୍ତ ଋଣର ସୁଧକୁ ଛାଡ଼ କରାଯିବ । ଏଥିସହିତ ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରାଯିବ । ଜୀବିକା ସମୂହର ଦିଦିଙ୍କୁ ଅନ୍ୟ ସରକାରୀ କାର୍ଯ୍ୟ ପାଇଁ ପ୍ରତି ମାସରେ ୨ ହଜାର ଟଙ୍କାର ସହାୟତା ରାଶି ମଧ୍ୟ ଦିଆଯିବ ।

ରିଲ୍ସ ନିଶା ହେଲା କାଳ: ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକର ମୃତ୍ୟୁ

ରିଲ୍ସ ନିଶା ହେଲା କାଳ। ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକର ମୃତ୍ୟୁ। ଏ ହେଉଛି ରିଲ୍ସ କରିବା ସମୟର ଭିଜୁଆଲ। ଟ୍ରେନ ଲାଇନ ଉପରେ ଠିଆ ହୋଇ ରିଲ୍ସ କରିବା ସମୟରେ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ଟ୍ରେନ। ଟ୍ରେନ ଧକ୍କାରେ ନାବାଳକଙ୍କ ମୁଣ୍ଡରେ ମାଡ଼ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ସାଙ୍ଗରେ ଥିବା ଅନ୍ୟ ଜଣେ ନାବାଳକ ସୁଟିଂ କରୁଥିଲେ। ପୁରୀ ଚନ୍ଦନପୁର ଥାନା ଅଧିନ ଜାନକାଦେଇପୁର ଷ୍ଟେସନରେ ଘଟିଛି ଏଭଳି ଅଘଟଣ । ମା ଦକ୍ଷୀଣକାଳୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ଟ୍ରେନ ଲାଇନରେ ରିଲ୍ସ କରିବା ବେଳେ ଜୀବନ ଯାଇଛି। ମୃତ ନାବାଳକ ପୁରୀ ଵାସେଳି ସାହି ମଙ୍ଗଳାଘାଟର ବିଶ୍ବଜିତ ସାହୁ ବୋଲି ଜଣାପଡିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ତ୍ରୁଟି: ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ଚପର୍

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ତ୍ରୁଟି । ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ଚପର୍ । ପ୍ରମାଦମ ଷ୍ଟାଡିୟମର ହେଲିପ୍ୟାଡରେ ଫସିଲା ଚପର୍ । ଧସିଗଲା ହେଲିପ୍ୟାଡର ଏକ ଅଂଶ । ହେଲିକପ୍ଟରକୁ ଠେଲି ବାହାର କଲେ ପୋଲିସ ଓ ଅଗ୍ନିଶମବାହିନୀ । ୪ ଦିନିଆ କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି । ଆଜି ରାଷ୍ଟ୍ରପତିଙ୍କ ସାବରିମାଲା ଦର୍ଶନ କାର୍ଯ୍ୟକ୍ରମ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାହେଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ: ରୁଷଠାରୁ ଭାରତ ତୈଳ କିଣିବା ପ୍ରସଙ୍ଗ। ଭାରତ ରୁଷ ଠାରୁ ତେଲ କିଣିବା କମ କରିବ ବୋଲି ପୁଣି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ ରାଷ୍ଟ୍ରପତି ଟ୍ରମ୍ପ। ପ୍ରଧାନମନ୍ତ୍ରୀ ମୋଦି ରୁଷ ଠାରୁ ତୈଳ କିଣିବା କମ କରିବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଫୋନରେ କଥା ହୋଇଥିଲେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବିଷୟରେ ଆଲୋଚନା କରିଥିବା କହିଛନ୍ତି। ତେବେ ରୁଷଠାରୁ ଭାରତ ତୈଳ କ୍ରୟ ପ୍ରସଙ୍ଗ ନେଇ ପୁଣି ଏହି କଥା ଦୋହରାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜଣେ ଭଲ ବନ୍ଧୁ ବୋଲି କହିଥିଲେ ଟ୍ରମ୍ପ। ହ୍ୱାଇଟ୍ ହାଉସର ଓଭାଲ୍ ଅଫିସରେ ଗଣମାଧ୍ୟମକୁ ବିବୃତି ରକି ଏହା କହିଛନ୍ତି ଟ୍ରମ୍ପ। ରାଷ୍ଟ୍ରପତି ଟ୍ରମ୍ପ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଭାରତ ଏପରି ନ କରେ ତେବେ ଅଧିକରୁ ଅଧିକ ଟାରଫର ସମ୍ମୁଖୀନ ହେବ। ହ୍ଵାଇଟହାଉସରେ ଦୀପାବଳି ପାଳନ କରିଥିଲେ ମୋଦି। ଏହି ଅବସରରେ ଦୀପ ଜାଳି ଭାରତୀୟ ସମୁଦାୟଙ୍କୁ ଦୀପାବଳିର ଶୁଭକାମନା ଜଣାଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଭାରତୀୟ ଆମଦାନୀ ଉପରେ 50% ପର୍ଯ୍ୟନ୍ତ ଶୁଳ୍କ ଲଗାଇଛି। ଯେଉଁଥିରେ ଗତ ଅଗଷ୍ଟରେ ରୁଷଠାରୁ ତୈଳ କ୍ରୟ ଉପରେ ଅତିରିକ୍ତ 25% ଶୁଳ୍କ ଲଗାଯାଇଛି।

ତାମିଲନାଡୁରେ ଲଘୁଚାପ ଜନିତ ବର୍ଷାର ତାଣ୍ଡବ

ନନ୍ଦିଘୋଷ ବ୍ୟୁରୋ: ତାମିଲନାଡୁରେ ଲଘୁଚାପ ଜନିତ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଓ ପବନରୁ ରାଜଧାନୀ ଚେନ୍ନାଇରେ ଉପୁଡିଲା ଗଛ। ଅନେକ ସ୍ଥାନରେ ଗଛ ଉପୁଡି ବିଦ୍ୟୁତ ତାର ଛିଡି ଯାଇଛି। ରାସ୍ତାରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ସ୍ଥିତି ଲାଗି ରହିଥିବାରୁ ଆଜି ୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ତାମିଲନାଡୁ ସରକାର। ଥୁଥୁକୁଡ଼ିରେ ଜଳମଗ୍ନ ହୋଇପଡିଛି ଅନେକ ଅଂଚଳ। ତଳିଆ ଅଂଚଳରେ ପାଣି ଜମି ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଆଜି ପାଇଁ ସ୍କୁଲ ଛୁଟି ଘୋଷଣା । ଚେନ୍ନାଇ, ତିରୁଭଲ୍ଲୁର, ଭିଲିପୁରମ, କାଲାକୁରିଚି, କୁଡାଲୋର, ତଂଜଭୁର, ତିରୁଭରୁର, ମାଇଲାଦୁଥୁରାଇରେ ସ୍କୁଟ ଛୁଟି ଘୋଷଣା କରିଛନ୍ତି ସରକାର।

ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅପହରଣ ଉଦ୍ୟମ ପଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଯୁବତୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅପହରଣ ଉଦ୍ୟମ ପଣ୍ଡ। ଘଟଣା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର। ଯୋଗଡା ଓ ମୁରାରିପୁର ଗାଁର ଦୁଇ ଯୁବତୀ ଜାରକା ଅଞ୍ଚଳରେ ଏକ ସୁନା ଦୋକାନରେ କାମ କରନ୍ତି। ଗତକାଲି ରାତିରେ ଦୋକାନରୁ କାମ ସାରି ଘରକୁ ଫେରୁଥିବା ସମୟରେ କଣ୍ଟାମାଳିଆ ଓ ଥାନୁଆଳ ମଝି ରାସ୍ତାରେ ଜଣେ ଯୁବକ ସ୍କୁଟିରେ ଆସୁଥିବା ଦୁଇ ଯୁବତୀଙ୍କୁ ଅଟକାଇ ଥିଲେ। ପୂର୍ବ ଯୋଜନା ଅନୁସାରେ ଆଉ ଏକ କାରରେ ୩ ଯୁବକ ଆସି ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ କାର ଭିତରକୁ ଉଠାଇ ନେଇଥିଲେ। ଏହା ଦେଖି ସାଥିରେ ଥିବା ଅନ୍ୟ ଜଣେ ଯୁବତୀ ପାଟି କରିବା ସହ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀଙ୍କୁ ସହାୟତା ପାଇଁ ଡାକିଥିଲେ। ବାଇକ ଆରୋହୀ ଆସିବା ପରେ କାରରୁ ଯୁବତୀଙ୍କୁ ବାହାର କରି ଦୁବୃର୍ତ୍ତ ସେଠାରୁ ଫେରାର ହୋଇ ଯାଇଥିଲେ। ଯୁବତୀ ଜଣକ ଗାଡି ଅଟକାଇଥିବା ବାଇକ ଆରୋହୀଙ୍କ ଗାଡିର ଚାବି ରଖି ଦେଇଥିଲେ। ଘଟଣାସ୍ଥଳରେ ଲୋକେ ପହଞ୍ଚିବା ପରେ ଜଣଙ୍କୁ ଅଟକ ରଖିଥିଲେ। ଘଟଣାସ୍ଥଳ ରେ ଧର୍ମଶାଳା ପୋଲିସ୍ ପହଞ୍ଚି ଅଟକ ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ବାଇକ ଜବତ୍ କରିଛି। ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। କେଉଁ କାରଣରୁ ଯୁବତୀଙ୍କୁ ଅପହରଣ କରୁଥିଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି।ଦିନକୁ ଦିନ ଧର୍ମଶାଳା ଅଞ୍ଚଳ ରେ ଚୋରି, ରାହାଜାନୀ ଡ଼କାୟତି ବଢ଼ି ଚାଲିଥିବା ବେଳେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ପାଇଁ ଦାବୀ ହୋଇଛି…

ସାର ପରେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ବାରହା

ନନ୍ଦିଘୋଷ ବ୍ୟୁରୋ: ସାର ପରେ ଏବେ ପୁଣି ଚାଷୀଙ୍କୁ ଘାରିଛି ଫସଲ ସୁରକ୍ଷା ଚିନ୍ତା। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଜେନାପୁର ଗାଁରେ ଆତଙ୍କ ଖେଳାଇଛନ୍ତି ବାରହା। ଧାର କରଜ କରି ଚାଷ କରିଥିବା ଚାଷୀର ହେକ୍ଟର ହେକ୍ଟର ଫସଲ ନଷ୍ଟ କରୁଛନ୍ତି ବାରହା। ଅନ୍ୟ ଉପାୟ ନ ପାଇ ନିଜ ଜମିର ଫସଲକୁ ବାରାହା କବଳରୁ ରକ୍ଷା କରିବା ପାଇଁ ମଞ୍ଚା କରି ଜଗି ରହିଛନ୍ତି ଚାଷୀ। ପାଳି କରି ବିଲରେ ପହରା ଦେଉଛନ୍ତି ଚାଷୀ। ବାରହାକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇବା ସହ ମାଇକ ଲଗାଇ ରାତି ଉଜାଗର ରହୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସ୍ତ୍ରୀ ମାନ୍ୟତା ଦାବିରେ କୋଡିଏ ଦିନ ହେଲା ପ୍ରେମିକ ଘରେ ଭିନ୍ନକ୍ଷମ ଯୁବତୀଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ପରଜଙ୍ଗ ଥାନା ବସନ୍ତପଡା ଗାଁରେ ଅଗ୍ନିକାଣ୍ଡ। ନିଆଁ ଲାଗି ଜଳିଯାଇଛି ଘର । ଅଗ୍ନିକାଣ୍ଡରେ ସ୍ତ୍ରୀ ମାନ୍ୟତା ଦାବିରେ କୋଡିଏ ଦିନ ହେବ ଧାରଣାରେ ବସିଥିବା ଦିବ୍ୟାଙ୍ଗ ପ୍ରେମିକା ଆହତ ହୋଇଛନ୍ତି । ଘରେ କେହି ନଥିବାବେଳେ ନିଆଁ ଲାଗିଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏ ନେଇ ଥାନାରେ ପୃଥକ ପୃଥକ ମାମଲା ଦାଏର ହୋଇଛି। ଘରଟି ସୁବ୍ରତ ସାହୁଙ୍କର ହୋଇଥିବା ବେଳେ ତାଙ୍କୁ ଜାଳିଦେବା ଉଦେଶ୍ୟରେ ଘରେ ନିଆଁ ଲଗାଯାଇଥିବା ପ୍ରେମିକା ଅଭିଯୋଗ କରିଛନ୍ତି। ସେପଟେ କେହି ଦୁର୍ବୁତ୍ତ ଘରେ ନିଆଁ ଲଗାଇ ଦେଇଥିବା ସୁବ୍ରତଙ୍କ ମା ଅଭିଯୋଗ କରିଛନ୍ତି । ଯୁବତୀଙ୍କ କହିବାନୁଯାୟୀ ବସନ୍ତପଡା ଗାଁର ସୁବ୍ରତ ସାହୁଙ୍କ ସହ ଦେଢବର୍ଷ ହେବ ତାଙ୍କର ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଭିନ୍ନ ଜାତିର ହୋଇଥିବାରୁ ସୁବ୍ରତଙ୍କ ପରିବାର ଲୋକେ ଯୁବତୀଙ୍କୁ ଗ୍ରହଣ କରୁନଥିଲେ । ତେବେ ଅଗ୍ନିକାଣ୍ଡ ପରେ ମଧ୍ୟ ଯୁବତୀ ଜଣକ ସ୍ତ୍ରୀ ମାନ୍ୟତା ଦାବିରେ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ବାଲେଶ୍ଵର ସୋର ଜେଲରୁ ଝାଡ଼ଖଣ୍ଡ ଅଂଚଳର ଜଣେ କଏଦୀ ଫେରାର

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସୋର ଜେଲରୁ ଜଣେ କଏଦୀ ଫେରାର । ଏକ ଚୋରି କେସରେ ସିମୁଳିଆ ପୋଲିସ ଦ୍ୱାରା ଗିରଫ ହୋଇ ସୋର ଜେଲରେ ଥିଲା। ଫେରାର କଏଦୀ ଝାଡ଼ଖଣ୍ଡ ଅଞ୍ଚଳର ଦୀପକ ରାଏ। ଜେଲରେ ଥିବା ପାଚେରୀ ଡେଇଁ ଫେରାର ହୋଇଯାଇଛି । ସଂନ୍ଧ୍ୟାରେ କଏଦୀ ମାନଙ୍କୁ ଗଣତି ସମୟରେ ଜଣେ କମ ଥିବା ଜାଣିବାକୁ ପାଇଥିଲେ ଜେଲ କର୍ତ୍ତୃପକ୍ଷ । ପରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ନମିଳିବାରୁ ସୋର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଜେଲର ବୈଲୋଚନ ଦାସ। ଅଭିଯୋଗ ପରେ ପୋଲିସ ବିଭିନ୍ନ ଷ୍ଟେସନ, ବସଷ୍ଟାଣ୍ଡରେ ଫେରାର କଏଦୀକୁ ଖୋଜୁଥିବା ସୂଚନା ଦେଇଛନ୍ତି ଜେଲର । ଏ ପର୍ଯ୍ୟନ୍ତ ଫେରାର କଏଦୀର କୌଣସି ସନ୍ଧାନ ମିଳିପାରିନି।