spot_img
Home Blog Page 49

ଡବଲ ଇଞ୍ଜିନ ସରକାରରେ ଡବଲ କଟନି ଛଟନି ହେଉଥିବା ଅଭିଯୋଗ କଲା ବିଜେଡି

ଆଜି ମଧ୍ୟ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀ ଦଳର ସଦସ୍ୟମାନେ ଗୃହରେ ନାରାବାଜି କରିବା ସହିତ ପ୍ଲାକାର୍ଡ କରି ସ୍ଲୋଗାନ ଦେଇଥିଲେ । ମଣ୍ଡି ବିଭ୍ରାଟକୁ ନେଇ ପ୍ରତିବାଦ ଦେଖିବାକୁ ମିଳିଥିଲା । ତେଣୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବାଚସ୍ପତି ସୁରମା ପାଢ଼ୀ ଅନୁରୋଧ କରିଥିଲେ ଓ ନିଜ ନିଜ ଆସନକୁ ଫେରିଯିବାକୁ ଗୃହର ସଦସ୍ୟମାନଙ୍କୁ କହିଥିଲେ । ଗୃହର ମଧ୍ୟଭାଗରେ ବିଜେଡି ଓ କଂଗ୍ରେସର ବିଧାୟକମାନେ ହଟ୍ଟଗୋଳ କରିଥିଲେ । ତେଣୁ ପରିସ୍ଥିତିକୁ ଦୃଷ୍ଟିର ରଖି ବାଚସ୍ପତି ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ତେବେ ସରକାର ଚାଷୀ ମାରଣନୀତି ଅବଲମ୍ବନ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ସରକାର ଧାନ କିଣା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଅବ୍ୟବସ୍ଥିତ କରିଛନ୍ତି । ୮ରୁ ୧୨ କିଲୋ ପର୍ଯ୍ୟନ୍ତ କଟନି ଛଟନି ହେଉଛି । ଡବଲ ଇଞ୍ଜିନ ସରକାରରେ ଡବଲ କଟନି ଛଟନି ହେଉଛି । ଧାନର ଅଭାବୀ ବିକ୍ରି ହେଉଛି । ସରକାର ଧାନ କିଣିପାରୁ ନଥିବାରୁ ଚାଷୀମାନେ ୧୬୦୦/୧୭୦୦ ଟଙ୍କାରେ ଧାନ ବିକୁଛନ୍ତି  ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ଅନ୍ୟପକ୍ଷରେ ସରକାର ପରିବର୍ତ୍ତନ ପରେ ଚାଷୀମାନେ ଲାଭବାନ ହେଉଥିବା ବିଜେପି ପକ୍ଷରୁ କୁହାଯାଇଛି । ବିଜେପି ସରକାର ମଧ୍ୟ ଚାଷୀଙ୍କୁ ପ୍ରାଧାନ୍ୟ ଦେଉଛନ୍ତି । ରାଜ୍ୟରେ ଯେଉଁ ଚାଷୀମାନେ ଚାଷ ଛାଡ଼ିଦେଉଥିଲେ, ସେମାନେ ଏବେ ଚାଷ କଲେଣି ବୋଲି ବିଜେପି ବିଧାୟକ ପ୍ରକାଶ ସେଠୀ କହିଛନ୍ତି ।

ସରକାର ଜାଣିଶୁଣି ଚାଷୀଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଛନ୍ତି: ବିଜେଡି

ଧାନ କିଣା ବିଭ୍ରାଟ ପାଇଁ ବିଧାନସଭା ଅଚଳ। ୫ ମିନିଟ ବି ଚାଲି ପାରିଲା ନାହିଁ ଗୃହ। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ। ବିଜେଡି ବିଧାୟକମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ବାଚସ୍ପତି ଶାନ୍ତି ଶୃଙ୍ଖଳା ରକ୍ଷା କରି ନିଜ ନିଜ ସିଟକୁ ଫେରି ଯିବାକୁ ବାରମ୍ଵାର ଅନୁରୋଧ ପରେ ବି ସୁଧୁରିନଥିଲା ସ୍ଥିତି। ତେଣୁ ବାଚସ୍ପତି ପ୍ରଥମେ ଗୃହକୁ ସକାଳେ ସାଢ଼େ ୧୧ଟା ଯାଏ ମୁଲତବୀ ରଖିଥିଲେ। ସାଢ଼େ ୧୧ଟା ପରେ ବି ସ୍ଥିତି ସୁଧୁରିନଥିଲା। ତେଣୁ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି। ଧାନ କିଣା ନେଇ ବିଜେଡି ଆଣିଛି ସଂଗୀନ ଅଭିଯୋଗ। ଚାଷୀଙ୍କ ଧାନ ନ କିଣିବାକୁ ସରକାର ଷଡ଼ଯନ୍ତ୍ର କରିଛନ୍ତି। ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଚାଷୀଙ୍କୁ ହଇରାଣ କରିବାକୁ ଏପରି କରାଯାଇଛି। କିନ୍ତୁ ଚାଷୀଙ୍କ ସପକ୍ଷରେ ସଂଗ୍ରାମ କରିବ ବିଜେଡି। ସବୁ ଚାଷୀଙ୍କୁ ସବୁ ଧାନ କିଣିବା ଯାଏ ସଂଗ୍ରାମ ଜାରି ରହିବ ବୋଲି କହିଛି ଦଳ। ସରକାର ଜାଣିଶୁଣି ଧାନ ବିକ୍ରିର ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ।

ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ

ବିଧାନସଭାରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ୨୦୨୫-୨୬ ଆର୍ଥିକ ବର୍ଷର ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଆର୍ଥିକ ବର୍ଷ ୨୦୨୬-୨୭ର ବଜେଟ ଉପସ୍ଥାପନ ଆସନ୍ତାକାଲି ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରିବେ। ତା ପୂର୍ବରୁ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିରେ ଆକଳନ କରାଯାଇଛି, 2025-26 ରେ ଆର୍ଥିକ ଅଭିବୃଦ୍ଧି ହାର 7.9 % ରହିବ। 2024-25 ରେ ଆର୍ଥିକ ଅଭିବୃଦ୍ଧି ହାର ଥିଲା 7.2 % । 2025-26 ର GSDP ୯.୯ ଲକ୍ଷ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି।

ନେଦରଲ୍ୟାଣ୍ଡସକୁ ୧୭ ରନରେ ପରାସ୍ତ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ : ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଛି। ଏହା ସହିତ, ଟିମ୍ ଇଣ୍ଡିଆ ତାର ଗ୍ରୁପ୍ ପର୍ଯ୍ୟାୟର ସମସ୍ତ ଚାରୋଟି ମ୍ୟାଚରେ ବିଜୟୀ ହୋଇଛି। ଭାରତ ୧୭ ରନରେ ନେଦରଲ୍ୟାଣ୍ଡସକୁ ପରାସ୍ତ କରିଛି। ମ୍ୟାଚର ଶେଷ ଓଭରରେ ମ୍ୟାଚର ନିଷ୍ପତ୍ତି ନିଆଯାଇଥିଲା, ଯେଉଁଠାରେ ନେଦରଲ୍ୟାଣ୍ଡସକୁ ୨୮ ରନର ଆବଶ୍ୟକତା ଥିଲା। ଭାରତ ପାଇଁ ଶିବମ୍ ଦୁବେ ଶେଷ ଓଭର ବୋଲିଂ କରିଥିଲେ ଏବଂ ସେହି ସ୍କୋରକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହା ମଧ୍ୟ ଉଲ୍ଲେଖନୀୟ ଯେ ଟିମ୍ ଇଣ୍ଡିଆ ପାଞ୍ଚଟି କ୍ୟାଚ୍‌ ଛାଡ଼ିବା ପରେ ନେଦରଲ୍ୟାଣ୍ଡସ୍‌ ବିପକ୍ଷରେ ମ୍ୟାଚ୍‌ ଜିତିଥିଲା।

ଭାରତ ନେଦରଲ୍ୟାଣ୍ଡସକୁ ବିଜୟ ପାଇଁ ୧୯୪ ରନର ଟାର୍ଗେଟ ଦେଇଥିଲା, ଏବଂ ସେମାନେ ଏହାକୁ ୨୦ ଓଭରରେ ୭ ୱିକେଟ ହରାଇ ୧୭୬ ରନ କରି ପିଛା କରିଥିଲେ। ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଏବଂ ଶିବମ ଦୁବେ ଦୁଇଜଣ ସଫଳ ବୋଲର ଥିଲେ। ବରୁଣ ଚକ୍ରବର୍ତ୍ତୀ ତିନୋଟି ୱିକେଟ ନେଇଥିଲେ, ଯେତେବେଳେ ଶିବମ ଦୁବେ ଦୁଇଟି ୱିକେଟ ନେଇଥିଲେ। ବୁମରାହ ଏବଂ ହାର୍ଦ୍ଦିକ ପ୍ରତ୍ୟେକେ ଗୋଟିଏ ୱିକେଟ ନେଇଥିଲେ।

ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଶିବମ୍ ଦୁବେଙ୍କ ବୋଲିଂ ଓ ବ୍ୟାଟିଂ ଭଲ ଥିଲା। ସେ ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଥିଲେ। ତାଙ୍କର ୬୬ ରନ୍, ଯେଉଁଥିରେ ୬ଟି ଛକା ଥିଲା, ଟିମ୍ ଇଣ୍ଡିଆକୁ ମ୍ୟାଚରେ ମୋଟ ୧୯୩ ରନ୍ ସ୍କୋର କରିବାରେ ସାହାଯ୍ୟ କରିଥିଲା।

ଯଦି ଟିମ୍ ଇଣ୍ଡିଆ ମ୍ୟାଚ୍‌ରେ ପାଞ୍ଚଟି କ୍ୟାଚ୍ ଛାଡ଼ି ନଥାନ୍ତା, ତେବେ ନେଦରଲ୍ୟାଣ୍ଡସ୍ ବିପକ୍ଷରେ ଭାରତର ବିଜୟ ଆହୁରି ବଡ଼ ହୋଇପାରିଥାନ୍ତା। ଭାରତର କ୍ୟାଚ୍ ଅକ୍ଷର ପଟେଲ, ଅଭିଷେକ ଶର୍ମା, ୱାଶିଂଟନ୍ ସୁନ୍ଦର, ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା ଛାଡ଼ିଥିଲେ।

ସେକ୍ସ ରାକେଟ ଠାବ : ଘର ମାଲିକାଣୀ ସହ ୨ ଯୁବତୀ ଓ ୪ ଗ୍ରାହକ ଅଟକ

ବଲାଙ୍ଗୀର : ବଲାଙ୍ଗୀର ସୁଦପଡ଼ା ଗ୍ୟାସ୍ ଗୋଦାମ ସାମ୍ନା ଘରୁ ସେକ୍ସ ରାକେଟ ଠାବ l ସେକ୍ସ ରାକେଟ ଠାବ କଲା ବଲାଙ୍ଗୀର ଟାଉନ ଥାନା ପୋଲିସ । ଦେହ ବ୍ୟବସାୟ ଚାଲୁଥିବା ବେଳେ ଗ୍ରାହକ ବେଶରେ ଚଢାଉ କରି ଠାବ କରିଛି ଟାଉନ୍ ପୋଲିସ । ଦୀର୍ଘ ବର୍ଷ ହେବ ଘର ମାଳିକାଣି ସେକ୍ସ ରାକେଟ ଚଳାଉଥିବା ନେଇ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି । ରାଣୀ ମହୁମାଛି ଘର ମାଲିକାଣୀ ସହ ୨ ଯୁବତୀ ଓ ୪ ଜଣ ଗ୍ରାହକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ଅଟକ ଯୁବତୀ ମାନଙ୍କ ମଧ୍ୟରୁ ଜଣେ କଲିକତାର ହୋଇଥିବା ବେଳେ ଆଉ ଜଣେ ଅନୁଗୁଳ ଜିଲ୍ଲାର ବୋଲି ଜଣାପଡିଛି । ଆସନ୍ତା କାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ । ଅସଂଗତ ଅବସ୍ଥାରେ ଥିବା ବେଳେ ପୋଲିସ ଚଢାଉ କରିଥିଲା । ଘରୁ ପୋଲିସ ବହୁ ଆପତ୍ତିଜନକ ସମାଗ୍ରୀ ଜବତ କରିଛି ।ରାକେଟରେ ଆଉକେଉଁମାନେ ସାମିଲ ଅଛନ୍ତି ସେନେଇ ଅଧିକ ଖୋଲତାଡ କରୁଛି ବଲାଙ୍ଗୀର ଟାଉନଥାନା ପୋଲିସ ।

ବିଧାନସଭାରେ ‘ଚାଷୀ’ ନିଆଁ, ଧାନ ରଖି ବିଜେଡିର ଜୋରଦାର ପ୍ରତିବାଦ…

ଭୁବନେଶ୍ୱର : ବିଧାନସଭାରେ ‘ଚାଷୀ’ ନିଆଁ । ଧାନ ରଖି ବିଜେଡିର ଜୋରଦାର ପ୍ରତିବାଦ । ବିଜେଡି ସ୍ୱରରେ ସ୍ବର ମିଳାଇଲା କଂଗ୍ରେସ । ବିଜେପି କହିଲା ରାଜନୀତିର ଭାଷା । ବିଧାନସଭାରେ ଚାଷୀଙ୍କ ସ୍ୱର ସାଜିଲା ବିଜେଡି l ବିଧାନସଭା ସଚିବଙ୍କ ଟେବୁଲ ଉପରେ ଧାନ ରଖି ଜୋରଦାର ପ୍ରତିବାଦ l ଚାଲିପାରିଲାନି ପ୍ରଶ୍ନକାଳ କି ଶୂନ୍ୟକାଳ l  ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଧାନର ଅଭାବୀ ବିକ୍ରି ସଂକ୍ରାନ୍ତରେ ହାତରେ ଫ୍ଲେକ୍ସମାନ ଧରି ଗୃହ ମଧ୍ୟକୁ ଆସି ପ୍ରତିବାଦ କରିଥିଲେ । ଏହି ସମୟରେ ସଦସ୍ୟ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଗାମୁଛା ବାନ୍ଧି ଗୋଟିଏ ପୁଡା ଧାନ ମୁଣ୍ଡାଇ ଗୃହ ମଧ୍ୟଭାଗକୁ ଆସିବା ସହିତ ଧାନକୁ ସଚିବଙ୍କ ଟେବୁଲ ଉପରେ ରଖି ପ୍ରତିବାଦ କରିଥିଲେ l ଧାନକୁ ହାତରେ ଧରି ଉପରକୁ ଟେକି ପ୍ରଦର୍ଶନ କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ ସରକାର ବିରୋଧୀ ନାରାବାଜି କରିଥିଲେ l ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୦ଟା ୩୩ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହାତରେ ବ୍ୟାନର ଓ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ l ଚାଷୀଙ୍କ ଧାନ ନ କିଣିବା ଯାଏ ବିଜେଡି ପ୍ରତିବାଦ ଜାରି ରଖିବ ବୋଲି ଚେତାବନୀ ଦେଇଛି l

ବିଜେଡି ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ ହାତରେ ପ୍ଲାକାର୍ଡ ଧରି ଗୃହ ମଧ୍ୟକୁ ଆସି ଧାନର ଅଭାବୀ ବିକ୍ରି ନେଇ ପ୍ରଦର୍ଶନ କରିଥିଲେ । ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ l ଚାଷୀଙ୍କୁ ବିଜେପି ସରକାର ଠକି ଥିବାରୁ ଦୁଇ ବିରୋଧୀ ରାଜରାସ୍ତାରୁ ବିଧାନସଭା ଯାଏ ଲଢେଇ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି l ବିଜେଡି ଓ କଂଗ୍ରେସର ପ୍ରତିବାଦର ଜବାବ ଦେଇଛି ଶାସକ ବିଜେପି l ଅପରାହ୍ନରେ ବି ଅଧିବେଶନ ଆରମ୍ଭ କ୍ଷଣି ବିଜେପି ସରକାରର ଚାଷୀମାରଣ ନୀତିକୁ ବିରୋଧ କରି ଦୁଇ ବିରୋଧୀ ଗୃହର ମଧ୍ୟ୍ ଭାଗରେ ହଟ୍ଟଗୋଳ କରିଥିଲେ l ମାତ୍ର ୨ମିନିଟରେ ଗୃହ ଗୁରୁବାର ଯାଏ ମୁଳତବୀ ଘୋଷଣା କରିଥିଲେ ବାଚସ୍ପତି l ଚାଷୀ ନ୍ୟାୟ ନପାଇବା ଯାଏ ପ୍ରତିବାଦ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ l ତେଣୁ ପ୍ରଶ୍ନ ଉଠୁଛି ଆସନ୍ତାକାଲି ଗୃହ ଚାଲିବ ତ?

ଯୋଗାଣ ମନ୍ତ୍ରୀ ବନାମ ବିଜେପି ବିଧାୟକ । କିଏ କହୁଛନ୍ତି ସତ ?…

ଭୁବନେଶ୍ୱର ; ଯୋଗାଣ ମନ୍ତ୍ରୀ ବନାମ ବିଜେପି ବିଧାୟକ ? କିଏ କହୁଛନ୍ତି ସତ ? ପୂର୍ବରୁ ୧୫୦ କୁଇଣ୍ଟାଲ ଧାନ କ୍ୟାପିଙ୍ଗ କଥା ଘୋଷଣା କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଯାହାକୁ ନେଇ ଆଜି ଯାଏଁ ବିରୋଧ ଚାଲିଛି । ଗୃହ ଭିତରେ ଓ ବାହାରେ ଏ ନେଇ ପ୍ରତିବାଦ ହେଉଛି । ହେଲେ ଆଜି ଯୋଗାଣ ମନ୍ତ୍ରୀଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ନିଜ ଦଳର ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ। ସେ କହିଛନ୍ତି, କୌଣସି କ୍ୟାପିଙ୍ଗ ନାହିଁ । ୨୨୫ କୁଇଣ୍ଟାଲ ଯାଏଁ ଧାନ ଉଠିଲାଣି । ଚାଷୀ ବି ୩୧ଶହ ଟଙ୍କା ପାଇଲେଣି । ଏଥିରେ  କିଏ ସତ କହୁଛନ୍ତି ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବିଜେପି ବିଧାୟକ କହିଲେ, ମନ୍ତ୍ରୀ କଣ କହିଛନ୍ତି ମୁଁ ଜାଣିନି । ହେଲେ ଆଜି ଗୃହରେ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ଜଣା ପଡିଲା ଯେ କ୍ୟାପିଙ୍ଗ ଉଠିନି । ବିଜେଡି ପ୍ରଶ୍ନ କରିଛି ଯେ ବିଧାୟକ କଣ ମନ୍ତ୍ରୀଙ୍କ ପକ୍ଷରୁ କହୁଛନ୍ତି କି ? କ୍ୟାପିଙ୍ଗ ହଟିଥିଲେ, ବିଜ୍ଞପ୍ତି ପ୍ରକାଶ କରି ଘୋଷଣା କରନ୍ତୁ ବୋଲି ଦାବି ହୋଇଛି । ଏଠି ସରକାରଙ୍କ ବାମ ହାତ କଣ କରୁଛି, ତାକୁ ଡାହାଣ ହାତ ଜାଣି ପାରୁନି କେମିତି ?

ଚାଷୀଙ୍କୁ ୮ଶହ ଟଙ୍କା ଇନପୁଟ ସହାୟତା ଦେଉଥିବାରୁ ବାହା ବାହା ନେଉଛନ୍ତି ସରକାର । ହେଲେ ଏହା ଯେ ପାଳନ ହୋଇନି, ତାକୁ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ ଉତ୍ତର ପ୍ରମାଣିତ କରିଛି । ଚାଷୀଙ୍କୁ ୮ଶହ ଟଙ୍କା ଇନପୁଟ ସବସିଡି ମିଳୁନି । ଏହି ହିସାବ ଗୃହରେ ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେନ୍ଦ୍ର ୨୩୬୯ ଟଙ୍କାରେ ଧାନ କିଣୁଛି । ରାଜ୍ୟ ସରକାର ଦେଉଛନ୍ତି ୭୩୧ ଟଙ୍କା । ଯାହା ସ୍ପଷ୍ଟ କରୁଛି ଯେ, ରାଜ୍ୟ ସରକାର ୮ଶହ ବଦଳରେ ୭୩୧ ଟଙ୍କା ସବସିଡି ଦେଉଛନ୍ତି । ଯଦି ୮ଶହ ଟଙ୍କା ଦେଇଥାନ୍ତେ, ତେବେ ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର । ଚାଷୀ ଅତିରିକ୍ତ ୬୯ ଟଙ୍କା ପାଇଥାନ୍ତେ । ବିଜେପିର ନିର୍ବାଚନ ପ୍ରତିଶୃତିରେ ୩୧ ଶହ ଟଙ୍କାରେ ଧାନ କିଣିବା କଥା ଥିଲା । ସେ ସମୟରେ କେନ୍ଦ୍ର ୨୩ ଶହ ଟଙ୍କା ଏମଏସପି ଦେଉଥିଲା । ବାକି ୮୦୦ ଟଙ୍କାରେ ବିଜେପି ମାରିଥିଲା କ୍ୟାବିନେଟ ମୋହର । ବିନା ସଂଶୋଧନରେ କିପରି କ୍ୟାବିନେଟ ନିଷ୍ପତ୍ତି ବଦଳିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । କାରଣ ଯୋଗାଣ ମନ୍ତ୍ରୀଙ୍କ ଉତ୍ତର ପରେ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି । ଚାଷୀଙ୍କୁ ନେଇ ସବୁବେଳେ ମିଛ କୁହାଯାଉଥିବାରୁ ସରକାରଙ୍କ ଚାଷୀ ବିରୋଧୀ ମାନସିକତାକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ।

ଆଜି ସୁଦ୍ଧା ଧାନ କିଣା ତଥ୍ୟ ଜାରି କଲେ ସରକାର । ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ଆସିଛି ୫୯ ଲକ୍ଷ ୯୨ ହଜାର ୮୬୪ ମେଟ୍ରିକ ଟନ । ୫୯ ଲକ୍ଷ ୭୩ ହଜାର ୫୫୨ ମେଟ୍ରିକ ଟନ ଧାନ କିଣା ହୋଇଥିବା ବେଳେ ୫୮ ଲକ୍ଷ ୬ ହଜାର ୪୩୨ ମେଟ୍ରିକ ଟନ ଧାନ ଉଠା ହୋଇଛି । ୧ ଲକ୍ଷ ୯୪ ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡିରହିଛି । ଏବେ ୧୩ ଲକ୍ଷ ୯୦ ହଜାର ୯୭୮ ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ଧାନ ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ ହଜାର ୪୫ କୋଟି ଟଙ୍କାର ଇନପୁଟ ସବସିଡି ସହ ଏମଏସପି ବାବଦକୁ ୧୩ ହଜାର ୧୧୦ କୋଟି ଟଙ୍କା ଯାଇଛି । ତେବେ ଏହି ଇନପୁଟ ସବସିଡିର ଅସଲ ହିସାବରେ ୬୯ ଟଙ୍କାର ଭୂମିକାକୁ ନେଇ ସନ୍ଦେହ ଉପୁଜିଛି ।

ଏଥର ବଜେଟରେ କାହାକୁ ମିଳିବ କେତେ ଗୁରୁତ୍ବ ?

ଭୁବନେଶ୍ୱର : ଏଥର ରାଜ୍ୟ ବଜେଟ ପରିମାଣ ଟପିବ ୩ ଲକ୍ଷ କୋଟି ଟଙ୍କା । ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରେ ଆଣିବେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ । ରାଜ୍ୟ ବିକାଶର ଗୋଲାପୀ ଚିତ୍ର ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଦେଖାଇଛନ୍ତି । ରାଜ୍ୟର ବାର୍ଷିକ ଅଭିବୃଦ୍ଧି ୭ ପ୍ରତିଶତରୁ ବୃଦ୍ଧି ପାଇ ୯.୫ ପ୍ରତିଶତ ହେବ ବୋଲି ଲକ୍ଷ୍ୟ ରହିଛି। ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବଢାଇବା, ବହୁମୁଖୀ ଦାରିଦ୍ର୍ୟକୁ କମାଇବା, ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ଲକ୍ଷେ ୮୦ ହଜାରରୁ ବଢାଇ ୩୨ଲକ୍ଷ କରିବାକୁ ସରକାର ଟାର୍ଗେଟ ରଖିଥିବା ବେଳେ ଏହାର ଝଲକ ବଜେଟରେ ଦେଖିବାକୁ ମିଳିବ। ମୁଖ୍ୟତଃ ଅଧିକ ନିଯୁକ୍ତି ସୃଷ୍ଟି ଉପରେ ସରକାର ଫୋକସ କରିବେ। ଏଥିପାଇଁ ବୃହତ ଶିଳ୍ପ ସହ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଅଗ୍ରାଧିକାର ଦେବାବୁ ପଡ଼ିବ। ଗତବର୍ଷ ଶିଳ୍ପ ଓ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୧୫ଶହ ୬୭ କୋଟିର ବ୍ୟବସ୍ଥା ହୋଇଥିଲା। ଏଥିରୁ ୩୦ କୋଟି ଏମ୍ଏସଏମ୍ଇର ଋଣ ସବସିଡି ବାବଦକୁ, ୩୫ କୋଟି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାର୍କ ପାଇଁ, ୬୦ କୋଟି ଆର୍ଥିକ ସହାୟତା ଏବଂ ୨୫କୋଟି ଷ୍ଟାର୍ଟଅପ୍ ସେକ୍ଟର ପାଇଁ ଦେଇଥିଲେ। ଏଥର ଏହା ବୃଦ୍ଧି ହେବା ସହ ବ୍ୟାଙ୍କ ଋଣ ସହଜ କରିବାକୁ ସରକାର ସ୍ବତନ୍ତ୍ର ନୀତି ଆଣିବେ ବୋଲି ଆଶା ରହିଛି।

ଗତଥର ବଜେଟରେ ୪୫କୋଟି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ୫୦କୋଟି ଫୁଡ ପାର୍କ ପାଇଁ ବ୍ୟବସ୍ଥା ହୋଇଥିଲା । ହେଲେ ଏଥିରୁ କେତେ ଖର୍ଚ୍ଚ ହୋଇଛି ? ଲୋକଙ୍କ କାମରେ କେତେ ଲାଗିଛି ? ତାର ସୂଚନା ସ୍ପଷ୍ଟ ଭାବେ ଉପଲବ୍ଧ ନାହିଁ। ଓଡିଶା ଏବେ ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାରେ ଦେଶରେ ଦ୍ଵିତୀୟ, ଆର୍ଥିକ ଅଭିବୃଦ୍ଧିରେ ଏକ ନମ୍ବର । ପାନୀୟ ଜଳ ଯୋଗାଇବା ପାଇଁ ବୃହତ ପ୍ରକଳ୍ପ ହେଉଛି, ହେଲେ ନିର୍ଦ୍ଧାରିତ ସମୟରେ ସରୁନଥିବାରୁ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ମିଳୁନାହିଁ। ଏଥର ବଜେଟରେ ପାନୀୟ ଜଳ ପ୍ରକଳ୍ପ ଉପରେ ସରକାର ଫୋକସ କରିବେ ବୋଲି ଆଶା କରାଯାଉଛି। ବଜେଟରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ଉପରକୁ ଉଠାଇବା ପାଇଁ ଏମଏସଏମଇ ସେକ୍ଟରକୁ ଗୁରୁତ୍ୱ ମିଳିପାରେ । ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ସରକାର ୨ ଲକ୍ଷ ୬୬ ହଜାର ୮୦୦ କୋଟି ଟଙ୍କାର ବଜେଟ ଆଣିଥିଲେ । ଅତିରିକ୍ତ ବଜେଟରେ ଆଉ ୧୭ ହଜାର ୪୪୦ କୋଟି ଟଙ୍କା ଯୋଡିଲେ। ଏଥର ବଜେଟ ପରିମାଣ ପ୍ରାୟ ୩ଲକ୍ଷ ୧୫ ହଜାର କୋଟି ହେବ ବୋଲି ଆକଳନ କରାଯାଉଛି।

କଣ୍ଟାପଡା ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲା ପ୍ରଶାସନ, ଧାରଣାରେ ବସିଲେ ନିର୍ବାଚିତ ପ୍ରତିନିଧି…

ନିଆଳି : ନିଆଳି କଣ୍ଟାପଡା ବ୍ଲକରେ ଅଭାବନୀୟ ସ୍ଥିତି। ବ୍ଲକ କାର୍ଯ୍ୟାଳୟକୁ ନିର୍ବାଚିତ ପ୍ରତିନିଧିଙ୍କ ପ୍ରବେଶ ନିଷେଧ l ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲା ପ୍ରଶାସନ l ଫଳରେ ଧାରଣାରେ ବସିଲେ ନିର୍ବାଚିତ ପ୍ରତିନିଧି। ପଞ୍ଚାୟତ ସମିତି ନିଷ୍ପତ୍ତିକୁ ମାନୁ ନାହିଁ ବ୍ଲକ ପ୍ରଶାସନ l ବ୍ଲକର ସମସ୍ତ ଉନ୍ନୟନ ଓ ଜନକଲ୍ୟାଣକାରୀ କାର୍ଯ୍ୟ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟ ଓ ଉପାଧ୍ୟାକ୍ଷଙ୍କ ତତ୍ୱାବଧାନରେ କରାଯିବାକୁ ସମିତିର ୬ଷ୍ଠ ସାଧାରଣ ବୈଠକରେ ନିଷ୍ପତ୍ତି ହୋଇଥିଲା l ଏ ସମ୍ପର୍କରେ ବାରମ୍ବାର ଆଲୋଚନା ପରେ କୌଣସି କାର୍ଯ୍ୟକ୍ରମ କରା ନଯିବାରୁ ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ଆଜି ନିର୍ବାଚିତ ପ୍ରତିନିଧି ମାନେ ଆଲୋଚନା ପାଇଁ ବ୍ଲକ ଅଫିସ ଆସିଥିବା ସମୟରେ କାର୍ଯ୍ୟାଳୟରେ ପ୍ରଶାସନ ତାଲା ପକାଇଥିବା ଦେଖିବାକୁ ମିଳିଥିଲା। ବ୍ୟାପକ ପୋଲିସ ସୁରକ୍ଷାରେ ଥିବା ମଧ୍ୟ ଦେଖିବାକୁ ମିଳିଥିଲା l ପ୍ରଶାସନର ଏପରି ପଦକ୍ଷେପର ପ୍ରତିବାଦ କରି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ବିସ୍ଥାପିତଙ୍କ ପାଇଁ ଅଭିଶାପ ପାଲଟିଛି ରାଷ୍ଟ୍ରାୟତ କମ୍ପାନି, ନାଲକୋ ପାଇଁ ଅନ୍ଧାରରେ କୋରାପୁଟ ଡେଙ୍ଗାଡାନିଗୁଡ଼ା…

ଜୟପୁର ;  କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଡେଙ୍ଗାଡାନିଗୁଡ଼ା ଗାଁ । ଗାଁରେ ରହୁଛନ୍ତି ପ୍ରାୟ ୧୩୦ ପରିବାର । ରାଷ୍ଟ୍ରାୟତ ଶିଳ୍ପ ପ୍ରତିଷ୍ଠା ହେଲେ ଗାଁର ଉନ୍ନତି ହେବ ଭାବି ଭିଟାମାଟିକୁ କମ୍ପାନୀ ହାତରେ ଟେକି ଦେଇଥିଲେ । ଏବେ ସେହି କମ୍ପାନୀ ଗ୍ରାମବାସୀଙ୍କ ପାଇଁ ପାଲଟିଛି ଅଭିଶାପ । ଇଏ ହେଉଛନ୍ତି ଜିରୁ ଭୋଇ । ବୟସ ୩୫ ବର୍ଷ । ଗାଁକୁ ଲାଗିଥିବା ଆଲମିନୁୟମ୍ କମ୍ପାନି ଅଞ୍ଚଳ ସବୁବେଳେ ଗାଈ ଚାରାଇବାକୁ ଯାଉଥିଲେ । ପ୍ରତିଦିନ କମ୍ପାନିର ରେଡ ମଡ ପଣ୍ଡର କେମିକାଲ୍ ଯୁକ୍ତ ଧୁଳି ଓ ପାଣି ଦ୍ବାରା ସେ ଏବେ ପେଟ ରୋଗରେ ଆକ୍ରାନ୍ତ । ସେହିପରି ଗାଁର ଚାଷୀ ରାମ ଜାନି । କମ୍ପାନିର ପ୍ରଦୁଷଣ ତାଙ୍କ ଆଖି ଦୁଇଟିକୁ ନଷ୍ଟ କରିଦେଇଛି । ଏପରି ଗୋଟିଏ କି ଦୁଇଟି ଘଟଣା ନୁହେଁ କମ୍ପାନିର ବିଶାକ୍ତ ପାଣି ଅନେକ ଚର୍ମ ଓ ବିଭିନ୍ନ ରୋଗରେ ପୀଡ଼ିତ ଥିବା ଅଭିଯୋଗ ହୋଇଛି ।

ଗାଁର ୪ଟି ନଳକୂପ କାମ କରୁ ନଥିବାରୁ ଲୋକେ ଝରଣା ଉପରେ ନିର୍ଭର କରନ୍ତି । କମ୍ପାନିର କେମିକାଲ୍ ଯୁକ୍ତ ପାଣି ସିପେଜ୍ ହୋଇ ପାଣିରେ ମିଶୁଛି । ପ୍ରଶାସନ ପକ୍ଷରୁ ୮ଲକ୍ଷ ଟଙ୍କା ବ୍ୟୟରେ ଏକ ଟାଙ୍କି କରାଯାଇ ପାଣି ଯୋଗାଇବାକୁ ବ୍ଯବସ୍ଥା ହୋଇଥିଲା । ହେଲେ ତାହା ଏବେ ଅଚଳ । କମ୍ପାନିର ରେଡମଡ ପଣ୍ଡ ଯୋଗୁଁ ଚାଷ କାମ ପ୍ରଭାବିତ ହୋଇଛି । ସେପଟେ ନାଲକୋର ପେରିଫେରି ଅଞ୍ଚଳରେ ସମସ୍ତ ବ୍ଯବସ୍ଥା କରିବା ସହ ଚିକିତ୍ସା କରାଯାଉଥିବା ପ୍ରେସନୋଟ ମାଧ୍ୟମରେ ସୁଚନା ଦେଇଛନ୍ତି କମ୍ପାନି କର୍ତ୍ତୃପକ୍ଷ । ଜିଲ୍ଲାପାଳଙ୍କ କହିବା କଥା, ନାଲକୋ କର୍ତ୍ତୃପକ୍ଷ ସେମାନଙ୍କ କାର୍ଯ୍ୟ ତୁଲାଇବା ସହ ସରକାରଙ୍କ ଅନେକ ଯୋଜନା ବି ଆମେ କାର୍ଯ୍ୟକାରୀ କରିଛୁ । କମ୍ପାନି ଓ ପ୍ରଶାସନ କରୁଛି ସବୁ କରୁଛି, ହେଲେ ପ୍ରକୃତରେ ଏହା ଲୋକଙ୍କ ପାଇଁ କେତେ ଉପଯୋଗୀ ହେଉଛି ତାହା ଗାଁର ଚିତ୍ରରୁ ସ୍ପଷ୍ଟ ଅନୁମେୟ ।