spot_img
Home Blog Page 4690

ଆଜି ପବିତ୍ର ଶାମ୍ବ ଦଶମୀ, କୋଣାର୍କରେ ହେବ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା

କୋଣାର୍କ: ଆଜି ପବିତ୍ର ଶାମ୍ବ ଦଶମୀ ଉପଲକ୍ଷେ ଅର୍କ କ୍ଷେତ୍ର କୋଣାର୍କରେ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା ଅନୁଷ୍ଠିତ ହେବ । ପ୍ରତିବର୍ଷ ଶାମ୍ବ ଦଶମୀ ତିଥିରେ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସକାଳୁ ସ୍ଵତନ୍ତ୍ର ନୀତିକାନ୍ତି ପରେ ରଥରେ କଳସ ସ୍ଥାପନ କରାଯିବା ସହ ସୂର୍ଯ୍ୟଙ୍କ ବିଗ୍ରହ ସ୍ଥାପନ କରାଯାଇଥାଏ । ରଥ ଉପରେ କାକରା, ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥାନ୍ତି । ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣି ନେଇ ଚନ୍ଦ୍ରଭାଗା କୂଳରେ ପହଞ୍ଚାଇଥାନ୍ତି ।

୨୭ ଦିନ ଧରି ଏହି ରଥ ଚନ୍ଦ୍ରଭାଗାରେ ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯାଇଥାଏ । ମାଘ ସପ୍ତମୀ ଦିନ ଅନୁଷ୍ଠିତ ହୁଏ ବାହୁଡ଼ା ଯାତ୍ରା । ଚଳିତ ବର୍ଷ କୋଭିଡ୍‌ କଟକଣାରେ ରଥଯାତ୍ରା ଅନୁଷ୍ଠିତ ହେବ । ଆଜିର ଦିନରେ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥାଏ ।

ଆଜିଠୁ ନିଟ୍ ପିଜି କାଉନସେଲିଂ, ଜାନୁଆରୀ ୧୭ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ କାଉନସେଲିଂ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ମେଡିକାଲ ଆଡମିଶନ ପାଇଁ ନିଟ୍-ପିଜି କାଉନସେଲିଂ। ନିଟ୍‌ ପିଜି କାଉନସେଲିଂ ପାଇଁ ଆଶାୟୀ ଥିବା ଛାତ୍ରଛାତ୍ରୀମାନେ MCC.NIC.IN ଓ୍ବେବସାଇଟରେ କାଉନସେଲିଂ ପାଇଁ ସମସ୍ତ ତଥ୍ୟ ପାଇପାରିବେ । କାଉନସେଲିଂ ପାଇଁ ନିଟ୍ ୨୦୨୧ର ଆଡମିଟ୍ କାର୍ଡ, ଅନଲାଇନ ଆବେଦନ ପତ୍ରର କପି, ନିଟ୍ ମାର୍କସିଟ୍ ଓ ଆଧାରକାର୍ଡ ବାଧ୍ୟତାମୂଳକ ଅଟେ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଜାନୁଆରୀ ୧୨ରୁ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ନିଟ୍ ପିଜି କାଉନସେଲିଂ ମାମଲାରେ ଗତ ଶୁକ୍ରବାର ସୁପ୍ରିମକୋର୍ଟ କହିଥିଲା କି ଚଳିତ ବର୍ଷ ୨୭ ପ୍ରତିଶତ ଓବିସି ଓ ୧୦ ପ୍ରତିଶତ ଅର୍ଥନୈତିକ ପଛୁଆ ବର୍ଗ କୋଟା ଭିତ୍ତିରେ ଏହି କାଉନସେଲିଂ ପ୍ରକ୍ରିୟା ଚାଲିବ । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଡ.ଓ୍ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏ.ଏସ. ବୋପାନ୍ନା ଆଡମିଶନ ପ୍ରକ୍ରିୟା ଜରୁରୀ ବୋଲି ଦର୍ଶାଇଥିଲେ । ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ପରେ ଜାନୁଆରୀ ୯ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଥିଲେ କି ଜାନୁଆରୀ ୧୨ରୁ ନିଟ୍‌ ପିଜି ପାଇଁ କାଉନସେଲିଂ ଆରମ୍ଭ ହେବ ।

 

ଆଜି ପଞ୍ଚଭୂତରେ ଲୀନ ହେବେ ମିହିର ଦାସ୍, ଦିଆଯିବ ’ଗାର୍ଡ ଅଫ ଅନର’

କଟକ: ଆଜି ପଞ୍ଚଭୂତରେ ଲୀନ ହେବେ ଭର୍ସାଟାଇଲ୍ ଆକ୍ଟର ମିହିର ଦାସ । କଟକସ୍ଥିତ ସତୀଚଉରା ଶ୍ମଶାନରେ ହେବ ଶେଷକୃତ୍ୟ । ସକାଳ ସାଢେ ୮ଟାରେ ବାସଭବନରୁ ମିହିରଙ୍କର ମରଶରୀରକୁ ଶ୍ମଶାନ ଅଭିମୁଖେ ନିଆଯିବ । ସେଠାରେ ମିହିର ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଶେଷକୃତ୍ୟ ସମ୍ପର୍ନ୍ନ ହେବ । ଗତକାଲି ଅପରାହ୍ନରେ ସମସ୍ତଙ୍କୁ କନ୍ଦାଇ ସେପାରିକୁ ଚାଲିଯାଇଥିଲେ ଓଡ଼ିଆ ସିନେ ଜଗତର ବେତାଜ ବାଦଶାହ ମିହିର ଦାସ । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟ ହୋଇଥିଲା । ଏକାଧିକ ରୋଗରେ ପୀଡିତ ଥିଲେ ମିହିର ।

୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ । ହିରୋ, ଭିଲେନ୍, କମେଡିଆନ ସବୁ ଅଭିନୟରେ ମାହିର୍ ଥିଲେ ମିହିର । ୧୨୦ରୁ ଅଧିକ ଫିଲ୍ମ ଓ ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ ମିହିର ଦାସ । ୧୯୭୯ ମସିହାରେ ସିନେମା ମଥୁରା ବିଜୟରୁ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା । ଗତକାଲି ବାସଭବନରେ ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ସାଥୀ କଳାକାର ଓ ବହୁ ବିଶିଷ୍ଟ ବ୍ୟକ୍ତି । ମିହିର ଦାସଙ୍କ ଅକାଳ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

 

 

ବୁଲ୍ଲିବାଈ ଆପ ଅଭିଯୋଗକାରୀଙ୍କୁ ଧମକପୂର୍ଣ୍ଣ ଫୋନ କଲ୍

ବାନ୍ଦ୍ରା : ବୁଲ୍ଲି ବାଈ ଆପ ସହ ଜଡ଼ିତ ଆଉ ଏକ ମାମଲା ସାମନାକୁ ଆସିଛି । ଆପର ଅଭିଯୋଗକାରୀଙ୍କୁ ଆସୁଛି ଧମକପୂର୍ଣ୍ଣ ଫୋନ୍ କଲ୍ । ବାନ୍ଦ୍ରାକୁଲା କମ୍ପେକ୍ସ ସ୍ଥିତ ସାଇବର ପୋଲିସ ଷ୍ଟେସନ ଅଧିକାରୀଙ୍କ କହିବାନୁସାରେ ଆପ ବିରୁଦ୍ଧରେ ଅଭିଯୋଗ କରିଥିବା ମହିଳାଙ୍କୁ ଫୋନରେ କେହି ଜଣେ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି । ଗତ ଶନିବାର ଏ ନେଇ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜ୍ଜୁ କରିଛି ।

ବାଙ୍ଗାଲୋରରୁ ଗିରଫ ହୋଇଥିବା ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ବିଶାଳ କୁମାର କରୋନା ପଜିଟିଭ୍ ଥିବା ଜଣାପଡ଼ିଛି । ତାଙ୍କ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ପଜିଟିଭ୍ ବାହାରିବା ପରେ ବିଶାଳଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର ରଖାଯାଇଥିବା ସୂଚନା ମିଳୁଛି । ବର୍ତ୍ତମାନ ସାରା ବିଶ୍ୱରେ ବୁଲ୍ଲି ବାଈ ଆପ ଚର୍ଚ୍ଚାରେ ଥିବାବେଳେ ଏହି ଆପରେ ବିଶେଷକରି ମୁସଲିମ୍ ମହିଳାଙ୍କ ଆପତ୍ତିଜନକ ପୋଷ୍ଟ କରାଯାଉଥିଲା । ଏହି ମାମଲା ସହ ଜଡ଼ିତ ଉତ୍ତରାଖଣ୍ଡରୁ ଶ୍ୱେତା ନାମକ ଜଣେ ମହିଳା, ମୟଂକ ରାଓ୍ୱଲ୍ ଏବଂ ବାଙ୍ଗାଲୋରୁ ୨୧ ବର୍ଷୀୟ ଜଣେ ଯୁବକ ବିଶାଳଙ୍କୁ ମୁମ୍ୱାଇ ପୋଲିସ ଗିରଫ କରିଛି । ଏଥିସହ ଦିଲ୍ଲୀ ପୋଲିସ ଏ ନେଇ ଏକ ମାମଲା ରୁଜ୍ଜୁ କରି ୬ ଜାନୁଆରୀରେ ଆସାମରୁ ନୀରଜ ବିଶୋଇ ନାମକ ଯୁବକଙ୍କୁ ଗିରଫ କରିଛି । ପୋଲିସର କହିବାନୁସାରେ ଆସାମରୁ ଗିରଫ ହୋଇଥିବା ନୀରଜ ବିଶୋଇ ବୁଲ୍ଲୀ ବାଈ ଆପର ନିର୍ମାଣକାରୀ ।

ଆସନ୍ତାକାଲି ହେବ ମିହିର ଦାସଙ୍କ ଶେଷକୃତ୍ୟ, ଦିଆଯିବ ’ଗାର୍ଡ ଅଫ ଅନର’

କଟକ:  ମହାପ୍ରୟାଣରେ ଅଭିନେତା ମିହିର ଦାସ । ସମସ୍ତଙ୍କୁ କନ୍ଦାଇ, ଚାଲିଗଲେ ମିହିର । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ । ଏକାଧିକ ରୋଗରେ ପୀଡିତ ଥିଲେ ଓଡ଼ିଆ ସିନେମା ଜଗତର ଏହି ବେତାଜ୍ ବାଦଶାହା । ମିହିରି ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ତେବେ ମିହିର ଦାସଙ୍କ ଶେଷକୃତ୍ୟ ଆସନ୍ତାକାଲି ସମ୍ପନ୍ନ ହେବା ନେଇ ସୂଚନା ମିଳିଛି । ଓଡିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ‘ଗାର୍ଡ ଅଫ୍ ଅନର୍’ ସହ ଶେଷକୃତ୍ୟ ସମ୍ପନ୍ନ ହେବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବ । ମିହିର ଦାସଙ୍କ ମରଶରୀର ସକାଳ ସାଢେ ୮ରେ କଟକ ବାସଭବନରୁ ବାହାରି ଏକ ଶୋଭାଯାତ୍ରାରେ ସତୀଚଉରା ଯିବ। ସେଠାରେ ’ଗାର୍ଡ ଅଫ ଅନର’ ସହ ଶେଷକୃତ୍ୟ ହେବ ବୋଲି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ମସିହା ଫେବ୍ରୁଆରି ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କ ନିଶା ଓ ପେଶା । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ । ଚଳଚ୍ଚିତ ବ୍ୟତୀତ ମିହିର ଦାସ ଅନେକ ଟିଭି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ମିହିର ଦାସ ।

ଟିକାକରଣକୁ ଜୋରଦାର କରିବା ଉପରେ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସଂକ୍ରମଣ ବଢ଼ୁଥିବାର ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କୁ ଏହି ପରିପ୍ରେକ୍ଷୀରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯଦିଓ ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା Hospitalization ବହୁତ କମ୍‌ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ । ସେହିପରି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ବିତୀୟ ଡୋଜ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହିସହିତ ବରିଷ୍ଠ ନାଗରିକ ତଥା ସମୂଖ ଯୋଦ୍ଧା ମାନଙ୍କର ଟିକାକରଣ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥଲେ ଏବଂ ଏହା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି କୋଭିଡ ନିୟମର କଡାକଡି ଅନୁପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ବର୍ତ୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ପୃଥକୀକରଣ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ ଏବଂ ଏଥିପାଇଁ Rapid Response Team ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ପୃଥକୀକରଣରେ ଥିବା ରୋଗୀମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର.କେ. ଶର୍ମା ରାଜ୍ୟରେ କୋଭିଡ ସ୍ଥିତି ଓ  ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । କମ୍‌ ହସ୍‌ପିଟାଲାଇଜେନ ସତ୍ତ୍ବେ ଦ୍ବିତୀୟ ଲହର ଠାରୁ ଅଧିକ ସଂଖ୍ୟକ ବେଡ ମହଜୁଦ ରଖାଯାଇଛି ଏବଂ ତା ସହିତ ଅକ୍‌ସିଜେନ, ଭେଣ୍ଟିଲେଟର ଆଦି ବ୍ୟବସ୍ଥାକୁ ସକ୍ରିୟ ରଖାଯାଇଛି । ଟିକାକରଣ କ୍ଷେତ୍ରରେ ରାଜ୍ୟର ପଦର୍ଶନ ସଂପର୍କରେ ସୂଚନା ଦେଇ ଶ୍ରୀ ଶର୍ମା କହିଥିଲେ ଯେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ  ୯୧.୮ ପ୍ରତିଶତ ଲୋକ ପ୍ରଥମ ଡୋଜ ଟିକା ନେଇଥିବା ବେଳେ, ଦ୍ବିତୀୟ ଡ଼ୋଜର ହାର ୬୮.୪ ପ୍ରତିଶତ ରହିଛି । ସେହିପରି ୩୦.୭ ପ୍ରତିଶତ ୧୫ ରୁ ୧୮ ବର୍ଷ ବୟସର ପିଲା ମଧ୍ୟ ଟିକା ନେଇସାରିଲେଣି । ତେଣୁ ଟିକାକରଣକୁ ସଂପୂର୍ଣ୍ଣ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉଛି ବୋଲି ସେ ସୂଚନା ଦେଇଥିଲେ ।

ଭୁବନେଶ୍ବର ମହାନଗର ନିଗମ, କଟକ ମହାନଗର ନିଗମର ମ୍ୟୁନିସପାଲଟି କମିଶନର, ସମ୍ବଲପୁର ଓ ସୁନ୍ଦରଗଡର ଜିଲ୍ଲାପାଳ ସେମାନଙ୍କ ଅଞ୍ଚଳର ସ୍ଥିତି ସଂପର୍କରେ ଅବଗତ କରାଇଥିଲେ । ସେହିପରି କୋଭିଡ ନିୟମ ଅନୁପାଳନର କଡ଼ାକଡ଼ି ତଦାରଖ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।

ରାଜଧାନୀରେ ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୧ ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ ହଜାର ମାମଲା ଚିହ୍ନଟ ହୋଇଛି । ଦେଶରେ ଚିହ୍ନଟ ହେଉଥିବା ମାମଲା ମଧ୍ୟରୁ ଦିଲ୍ଲୀ ଓ ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ କଥା ଯଦି କହିବା ଦିଲ୍ଲୀରେ କରୋନା ସଂକ୍ରମଣ ଉପରମୁହାଁ ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୧ ହଜାରରୁ ଅଧିକ କେସ୍ ଚିହ୍ନଟ ହୋଇଛି । ସେହିପରି ଭାବରେ ୨୪ ଘଣ୍ଟାରେ କରୋନା ମହାମାରୀରେ ୨୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୨୫.୬୫ ପ୍ରତିଶତରେ ପହଞ୍ଚିଛି । ରାଜଧାନୀରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସକ୍ରିୟ ମାମଲା ୭୪ ହଜାର ୮୮୧ରେ ପହଞ୍ଚିଛି । ଯାହା ବିଗତ ୮ ମାସରେ ସର୍ବାଧିକ ସକ୍ରିୟ ମାମଲା । ତେବେ ମୋଟ ଆକ୍ରାନ୍ତ ମଧ୍ୟରୁ ଦିଲ୍ଲୀରେ ଏବେ ୫୦ ହଜାର ୭୯୬ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି । ସେହିପରି ୨୪ ଘଣ୍ଟାରେ ୧୨ ହଜାର ୧୬୧ ମାମଲା କରୋନାରୁ ସୁସ୍ଥ ହୋଇଛନ୍ତି ।

ନୂଆବର୍ଷ ପରଠାରୁ ରାଜଧାନୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଜାନୁଆରୀ ୧ରେ ଦିଲ୍ଲୀରେ ୨୭୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ୨ ଜାନୁଆରୀରେ ୩୧୯୪, ୩ ଜାନୁଆରୀରେ ୪୦୯୯, ୫ ଜାନୁଆରୀରେ ୧୦ ହଜାର ୬୬୫, ୬ ଜାନୁଆରୀରେ ୧୫ ହଜାର ୯୭, ୭ ଜାନୁଆରୀରେ ୧୭ ହଜାର ୩୩୫, ୮ ଜାନୁଆରୀରେ ୨୦ ହଜାର ୧୮୧, ୯ ଜାନୁଆରୀରେ ୨୨ ହଜାର ୭୫୧ ଓ ୧୦ ଜାନୁଆରୀରେ ୧୯ ହଜାର ୧୬୬ କେସ୍ ଚିହ୍ନଟ ହୋଇଥିଲା ।

ସାବଧାନ ! ଏପରି ଲକ୍ଷଣ ଦେଖାଯାଉଥିଲେ ହୋଇପାରେ ଓମିକ୍ରନ୍…

ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଆସିସାରିଥିବା ବେଳେ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିପୁଳ ମାତ୍ରାରେ ବଢ଼ିବାରେ ଲାଗୁଛି । ଭାରତରେ ଗତ ୨୪ ଘଣ୍ଟାରେ  ୧.୬୮ ଲକ୍ଷ କରୋନା ମାମଲା ଆସିଥିବା ବେଳେ ଓମିକ୍ରନର ୪ ହଜାର ୪ ଶହ ୬୧ ମାମଲା ଦେଖାଦେଇଛି । ବିଶେଷଜ୍ଞଙ୍କ ମତରେ ଓମିକ୍ରନ ଲୋକଙ୍କୁ ଅଧିକ କ୍ଷତି କରୁନଥିଲେ ମଧ୍ୟ ଏହି ରୋଗରେ ସଂକ୍ରମିତ ଅନେକ ଲୋକ ସୁସ୍ଥ ହେବା ପରେ ମଧ୍ୟ ତାଙ୍କ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ଏଥିସହ କୋଭିଡର ଲକ୍ଷଣ ମଧ୍ୟ ପରଲକ୍ଷିତ ହେଉଛି ।

କୋଭିଡରେ ଦେଖାଯାଉଥିବା ‘ବ୍ରେନ୍ ଫଗ୍’ ଭଳି ଦୁର୍ଲଭ ଲକ୍ଷଣ ଓମିକ୍ରନ ଭାରିଆଣ୍ଟରେ ମଧ୍ୟ ଦେଖାଯାଉଛି ବୋଲି ୟୁନାଇଟେଡ୍ କିଙ୍ଗଡମ୍ ରିପୋର୍ଟ ଦେଇଛି । ଗତ କିଛି ମାସ ହେବ କୋଭିଡରେ ବ୍ରେନ୍ ଫଗ୍ ଦେଖାଯିବା ଏକ ସାଧାରଣ ଲକ୍ଷଣ । ଜ୍ୱର, ଥଣ୍ଡା, କାଶ ଏବଂ ଅଣନିଶ୍ୱାସୀ ଲକ୍ଷଣ ଏଥିରେ ସାମିଲ ନୁହଁ । ଅଲବାମା ବିଶ୍ୱବିଦ୍ୟାଳୟ ବର୍ମିଘମର ନ୍ୟୁରୋଲୋଜିଷ୍ଟ ଡ.ସୃତି ଅଗ୍ନିହୋତ୍ରୀଙ୍କ ମୁତାବକ ବ୍ରେନ୍ ଫଗରେ ଅତ୍ୟଧିକ ମୁଣ୍ଡବ୍ୟଥା ଏବଂ ସ୍ମୃତି ଶକ୍ତି ହରାଇବା ଭଳି ସମସ୍ୟା ଦେଖାଯାଏ । ଡ. ସୃତିଙ୍କ କହିବାନୁସାରେ ଅନେକ ସମୟ କରୋନା ରୋଗୀ ଜ୍ୱର କିମ୍ୱା ଅଣନିଶ୍ୱାସୀ ଭଳି ସମସ୍ୟାରୁ ମୁକ୍ତି ପାଇଥାନ୍ତି ମାତ୍ର, ପରେ ଏହି ରୋଗୀଙ୍କର ଧିରେ ଧିରେ ସ୍ମୃତି ଶକ୍ତି ହ୍ରାସ ହୋଇଥାଏ । ଏହାକୁ ବ୍ରେନ୍ ଫଗ୍ କୁହାଯାଏ । ମୁଣ୍ଡବ୍ୟଥା ଏବଂ ସ୍ମୃତି ଶକ୍ତି କମିଯିବା ଭଳି ଲକ୍ଷଣ ଅନେକ ରୋଗୀଙ୍କଠାରେ ଦେଖାଯାଏ । କାର୍ଯ୍ୟରେ ଧ୍ୟାନ ନ ଲାଗିବା କିମ୍ୱା ବିରକ୍ତଭାବ ଆସିବା ମଧ୍ୟ ବ୍ରେନ୍ ଫଗର ଲକ୍ଷଣ ।

 

ବର୍ଷିଆନ ଅଭିନେତା ମିହିର ଦାସଙ୍କ ପରଲୋକରେ ଶୋକବ୍ୟକ୍ତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରପାରିରେ ବରିଷ୍ଠ ଅଭିନେତା ମିହିର ଦାସ । ୬୩ ବର୍ଷରେ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । ପ୍ରାୟ ମାସେରୁ ଅଧିକ ସମୟ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବିଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।

ବର୍ଷିଆନ ଅଭିନେତା ମିହିର ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ଓଡ଼ିଆ ସିନେଜଗତର ପ୍ରଖ୍ୟାତ ଅଭିନେତା ମିହିର ଦାସଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗଭୀର ଶୋକ ପ୍ରକଟ କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଜଣାଇଛନ୍ତି। ସ୍ବର୍ଗତ ଦାସ ଜଣେ ଶୀର୍ଷ ସ୍ତରର କଳାକାର ଭାବେ ନିଜର ଅନନ୍ୟ ଅଭିନୟ କଳା ପାଇଁ ସବୁରି ହୃଦୟରେ ରହିବେ ବୋଲି ରାଜ୍ୟପାଳ କହିଛନ୍ତି ।

ସେହିପରି ମିହିର ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି କି ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

ତାଙ୍କ ଅବର୍ତ୍ତମାନ କେବଳ ଏକ ବ୍ୟକ୍ତିଗତ ଅନ୍ତର୍ଧ୍ୟାନ ନୁହେଁ, ଏହା ହେଉଛି ଯୁଗାବସାନର ସଂକେତ

ଭୁବନେଶ୍ୱର: ସେ ଓଡ଼ିଆ ଚଳଚିତ୍ର ଆକାଶରେ ଜକ୍‌ମକ୍‌ ହୋଇ ଜଳୁଥିବା ତାରକା ଥିଲେ। ଆକାଶରେ ତ ଅନେକ ତାରା ଥାନ୍ତି କିନ୍ତୁ ଗୋଟିଏ ଗୋଟିଏ ନକ୍ଷତ୍ର ସମସ୍ତଙ୍କୁ ଆକର୍ଷିତ କରୁଥାଏ ଅହରହ। ଓଡ଼ିଆ ଫିଲ୍ମ ଦୁନିଆର ସେମିତି ଜଣେ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ଅଭିନେତା ‘ମିହିର ଦାସ’। ଯିଏ ଆକର୍ଷିତ ତାରକାଟେ ହୋଇ ସଭିଙ୍କୁ ଆକର୍ଷିତ କରିପାରିଥିଲେ। ରୁପେଲି ପରଦାରେ ଯାହାଙ୍କର ସୁନେଲି ଅଭିନୟ ସବୁବର୍ଗର ଦର୍ଶକଙ୍କୁ ଆତ୍ମହରା କରିପାରୁଥିଲା। ଅଭିନୟର ବିଭିନ୍ନ ବିଭାଗରେ ସେ ନିଜର ଦକ୍ଷତା ଦେଖାଇଥିଲେ। 

ମିହିର ଦାସ…ଓଡ଼ିଆ ସିନେ ଜଗତର ଏକ ଏମିତି ଅଭିନେତା ଯାହାଙ୍କ ନାଁରୁ ହିଁ ଜଣାପଡ଼େ ତାଙ୍କ ଚରିତ୍ରର ପରିଭାଷା। ସବୁ ବେଳେ ସମସ୍ତଙ୍କ ଶୁଭ କାମନା କରୁଥିବା ଏହି ବ୍ୟକ୍ତି ଆଜି ଏ ଦୁନିଆରେ ନାହାଁନ୍ତି ସତ କିନ୍ତୁ ପଛରେ ଛାଡ଼ି ଯାଇଥିବା ତାଙ୍କର ଅନେକ ଅଭୁଲା ସ୍ମୃତି। ଯାହାକୁ ଭୁଲିବା ହୁଏତ ତାଙ୍କ ପ୍ରଂଶସକଙ୍କ ପାଇଁ ଅସମ୍ଭବ। ମୟୂରଭଞ୍ଜରେ ଜନ୍ମ ହୁଅନ୍ତି ଏବଂ ରାଜଧାନୀକୁ ତାଙ୍କ ଅଭିନୟର ଯାଦୁରେ ସଭିଙ୍କୁ କିଣି ନିଅନ୍ତି। ଅଭିନୟ ଜଗତରେ ସେ ଥିଲେ ଅର୍ଜୁନ।

ସଂଘର୍ଷ ଆଉ ସଂଘାତ ଜୀବନର ସେ ଥିଲେ ସହଚର। ତାକୁ ଗୌଣ କରି ଯିଏ ଆଗକୁ ବଢେ, ସେ ହୁଏ ମହାନ୍। ଆଉ ସେଇ ମହନୀୟତାର ଉଦାହରଣ ହେଉଛନ୍ତି ମିହିର ଦାସ। ଯିଏ ଅର୍ଦ୍ଧ ଶତାବ୍ଦୀର ଅଭିନୟ ଜୀବନକୁ ପଛରେ ଛାଡ଼ି ଆଗକୁ ବଢିଛନ୍ତି ସଂସାରର ଚରମ ସତ୍ୟକୁ ଆଲିଙ୍ଗନ କରିବା ପାଇଁ। ଆୟୁଷ ସରିଯାଇଛି ତାଙ୍କର, କିନ୍ତୁ ସେ ଆୟୁଷ୍ମାନ ହୋଇଯାଇଛନ୍ତି ଜନମାନସରେ। କି ପ୍ରଚଣ୍ଡ ତାଙ୍କର ପ୍ରତିଭା, କି ଚମତ୍କାର ଥିଲା ତାଙ୍କର ଅଭିନୟ। କି ଆବେଗ, କେତେ ଅନ୍ୱେଷା, ପୁଣି କେତେ ଦୁର୍ଦ୍ଦଶ। ଉତ୍କର୍ଷର ଉଦ୍ୟୋକ୍ତା ଥିଲେ ସେ। ରୂପେଲି ପରଦାରେ ଯିଏ ତାଙ୍କର ସୁନେଲି ଅଭିନୟ ଦେଖିଛି, ସେ ହିଁ ବୁଝିଛି ତାଙ୍କ କଳାକାର ସତ୍ତାର ସୀମାହୀନ ଗଭୀରତାକୁ।

ମଥୁରା ବିଜୟରୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନରେ ଅଭିନୟର ବିଜୟ ଯାତ୍ରା। ମଥୁରା ବିଜୟ ଠାରୁ ଆରମ୍ଭ କରି ତୁ ମୋ ଲଭ ଷ୍ଟୋରୀ, ଏହି ଅଭିନୟ ଯାତ୍ରାର ପ୍ରତିଟି ଛକରେ ଆଜି ସେ ଠିଆ ହୋଇଛନ୍ତି ଚମତ୍କାର ସ୍ମାରକୀ ଟେ ହୋଇ।

ତାଙ୍କ ଅବର୍ତ୍ତମାନ, କେବଳ ଏକ ବ୍ୟକ୍ତିଗତ ଅନ୍ତର୍ଧ୍ୟାନ ନୁହେଁ । ଏହା ହେଉଛି, ଯୁଗାବସାନର ସଂକେତ। ଯାହାଙ୍କୁ ଆଜି ପ୍ରତି ଓଡ଼ିଆ ଦର୍ଶକର ସଜଳ ଆଖି ଖୋଜୁଛି, ଆଉ ଖୋଜୁଛି। ସେ କିନ୍ତୁ ଅଫେରା ରାସ୍ତାର ପଥିକ। ଦିନେ ଦର୍ଶକଙ୍କୁ ପର୍ଯ୍ୟାପ୍ତ ଆନନ୍ଦ ଦେଇଥିବା ମିହିର ଆଜି ଦର୍ଶକଙ୍କ ଆଖିରେ ଭରି ଦେଇଛନ୍ତି, ଖାଲି ଲୁହ ଆଉ ଲୁହ।

ଅଭିନୟର ବିଭିନ୍ନ ବିଭାଗରେ ମିହିରଙ୍କର ରହିଥିଲା ବିଶେଷତ୍ୱ। ହେଲେ ସବୁଠୁ ଅଧିକ ତାଙ୍କ ଚରିତ୍ର ଅଭିନୟ ଦର୍ଶକଙ୍କୁ କରୁଥିଲା ଅଭିଭୁତ। ଲାଗୁଥିଲା, ସତେ ଯେମିତି ଅଭିନୟ ନୁହେଁ, ବାସ୍ତବ ଜୀବନର କଥା କହୁଛନ୍ତି ସେ। କ୍ଷମା, ପ୍ରେମ, ତିତିକ୍ଷାର ସେ ଥିଲେ ତଲ୍ଲୀନ ମଣିଷ। ସେଥିପାଇଁ ତ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ମଣିଷ ଆଜି ଶୋକ ସନ୍ତପ୍ତ । ମିହିର ଯୁଗର ଅବସାନ ଯେ ଘଟିଛି ଏକଥାକୁ ମନ ଗ୍ରହଣ କରୁନି। ଓଡ଼ିଶାର ଏହି ମହାନ କଳାକାରଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

୧୯୭୯ରୁ ସେ ଫିଲ୍ମ ଜଗତକୁ ଏଣ୍ଟ୍ରି କରିଥିଲେ। ମଥୁରା ବିଜୟରୁ ଆରମ୍ଭ କରି ତୁ ମୋ ଲଭ୍‌ ଷ୍ଟୋରିରେ ଅଭିନୟ କରି ଦେଇଥିଲେ ମହାନ ଅଭିନୟର ପରିଚୟ। ଏହି ଅଭିନେତା ଜଣଙ୍କ କେତେବେଳେ ନାୟକ ହୋଇ ଦର୍ଶକଙ୍କ ହୃଦୟ ଜିଣିଛନ୍ତି ତ ପୁଣି କେତେବେଳେ ଖଳନାୟକ ହୋଇ ଦର୍ଶକଙ୍କ ଘୃଣାର ଶିକାର ହୋଇଛନ୍ତି।