ଭୁଲରେ ବି ଖାଲିପେଟରେ ପିଅନ୍ତୁ ନାହିଁ ଗ୍ରୀନ୍ ଟି’, ଚାଲିଯାଇପାରେ ଜୀବନ

ଭୁବନେଶ୍ୱର: ଆଜି କାଲି ପ୍ରାୟ ସମସ୍ତେ ଫିଟ୍ ରହିବାକୁ ଚାହାଁନ୍ତି । ଆଉ ଏଥିପାଇଁ ପ୍ରୟ ଲୋକ ଏବେ ଚାହା କଫି ବଦଳରେ ଗ୍ରୀନ୍‌ ଟି’ ପିଇବାକୁ ପସନ୍ଦ କରୁଛନ୍ତି। କାରଣ ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଗ୍ରୀନ୍‌ ଟି’ ହେଉଛି ସବୁଠୁ ଭଲ ଉପାୟ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଗ୍ରୀନ୍ ଟି’କୁ ଯଦି ଆପଣ ସଠିକ୍ ଭାବରେ ନ ପିଇବେ, ତେବେ ଏହା ଆପଣଙ୍କ ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅନେକ ଲୋକଙ୍କର ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଅଭ୍ୟାସ ଅଛି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡିପାରେ। ଆସନ୍ତୁ ଜାଣିବା ଖାଲି ପେଟରେ ଗ୍ରୀନ୍‌ ଟି’ ପଇଲେ କ’ଣ ହେବ ।

  • ପେଟରେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଏସିଡ୍‌ ସୃଷ୍ଟି ହୁଏ। ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ଭୋକ ହୁଏନି। କିଛି ଖାଇବାକୁ ଭଲ ଲାଗିବନି। ବିଶେଷଜ୍ଞଙ୍କ ମୁତାବକ, ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ବଦଳରେ ଏହାକୁ ଦିନରେ ସମୟ ସମୟରେ ଅଳ୍ପ ଅଳ୍ପ କରି ପିଇବା ଉଚିତ।
  • ଅତ୍ୟଧିକ ମାତ୍ରାରେ ଗ୍ରୀନ୍‌ ଟି’ ସେବନ କରିବା ଦ୍ୱାରା ଶରୀରରେ ଆଇରନ୍‌ର ଅଭାବ ଦେଖାଦିଏ। ଗ୍ରୀନ୍‌ ଟି’ରେ ଥିବା ଟ୍ୟାନିନ୍‌, ଶରୀରେ ଆଇରନ୍‌ ଉତ୍ପନ୍ନରେ ବାଧା ସୃଷ୍ଟି କରେ। ଏହାର ଅତ୍ୟଧିକ ବ୍ୟବହାର ଗର୍ଭାବସ୍ଥାରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଏପରିକିଏହା ଆପଣଙ୍କ ଗର୍ଭପାତର କାରଣ ମଧ୍ୟ ହୋଇପାରେ।
  • କଫି ପରି ଗ୍ରୀନ୍‌ ଟି’ରେ ମଧ୍ୟ କ୍ୟାଫିନ୍ ରହିଛି। ଯଦିଓ ଏହାର ପରିମାଣ କମ୍‌ ତଥାପି ଖାଲି ପେଟରେ ସବୁବେଳେ ଏହାକୁ ପିଇଲେ ଶରୀରରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ।
  • ଅନେକ ଲୋକଙ୍କୁ ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଯୋଗୁଁ ମୁଣ୍ଡ ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। କୁହାଯାଏ, ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ଗ୍ୟାସ୍‌ ହୋଇଯାଏ। କିଛି ସମୟ ପରେ ଏହି ଗ୍ୟାସ୍‌ ଯୋଗୁଁ ମୁଣ୍ଡ ବିନ୍ଧେ। ତେବେ ଜଳଖିଆ ଖାଇବାର କିଛି ସମୟ ପରେ ହିଁ ଗ୍ରୀନ୍‌ ଟି’ ପଇବା ଉଚିତ।