spot_img
Home Blog Page 4674

ନିଶା କାରବାର ରୋକିବାକୁ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ: ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଥିବା ନିଶା କାରବାର ଉପରେ ଲାଗିବ ରୋକ । ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ଟାସ୍କ ଫୋର୍ସର ନେତୃତ୍ୱ ନେବେ ପୂର୍ବତନ ଡିଜିପି ଅଭୟ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ । ଏନେଇ ଗୃହ ବିଭାଗ ପକ୍ଷରୁ ଏକ ସଂକଳ୍ପ ଜାରି ହୋଇଛି । ଜାତୀୟ ନାର୍କୋଟିକ୍ସ ଓ ଡ୍ରଗ୍ ନୀତି ଆଧାରରରେ ଟାସ୍କଫୋର୍ସ ଓଡ଼ିଶା ପାଇଁ ସ୍ୱତନ୍ତ୍ର ନୀତି ନିର୍ଦ୍ଧାରଣ କରିବ । ଜାତିସଂଘ ଦ୍ୱାରା ପ୍ରସ୍ତୁତ ବିଶ୍ୱ ଡ୍ରଗ ରିପୋର୍ଟ ୨୦୨୧ ଅନୁଯାୟୀ ୨୦୧୯ରେ ବିଶ୍ୱର ପ୍ରାୟ ୫ ଲକ୍ଷ ଲୋକ ଡ୍ରଗ୍ସ ସେବନରୁ ମୃତ୍ୟୁବରଣ କରୁଛନ୍ତି ।

୧୮ ନିୟୁତ ଲୋକ ନିୟମିତ ଡ୍ରଗ୍ସ ସେବନରୁ ଅସୁସ୍ଥ ହେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ବିଶ୍ୱରେ ୨୭୫ ନିୟୁତ ଲୋକ ଡ୍ରଗ୍ସ ସେବନ କରୁଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଏହି ହାରରେ ୨୨ ପ୍ରତିଶତ ବୃଦ୍ଧି ହୋଇଛି । ଭାରତରେ ମଧ୍ୟରେ ଗତ କିଛି ବର୍ଷ ମଧ୍ୟରେ ଲୋକଙ୍କ ମଧ୍ୟରେ ଡ୍ରଗ୍ସ ସେବନର ହାର ଉଦବେଗଜନକ ଭାବେ ବଢିଛି । ଏହି ଦୃଷ୍ଟିରୁ ଓଡିଶାରେ ଡ୍ରଗ୍ସ ସେବନ ଓ ବେଆଇନ ଚାଲାଣକୁ ମୂଳରୁ ନିପାତ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପୂର୍ବତନ ଡିଜିପି ଅଭୟଙ୍କ ନେତୃତ୍ୱରେ ଗଠନ କରାଯାଇଛି ସ୍ୱତନ୍ତ୍ର ଟାକ୍ସ ଫୋର୍ସ ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସମନ୍ୱୟ କମିଟିରେ ଡିଜିପି, ଗୃହ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ, ଅବକାରୀ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଉଚ୍ଚଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ ଏବଂ ସୂଚନା ଓ ପ୍ରଯୁକ୍ତି ସଚିବ ସଦସ୍ୟ ରହିବେ । ଡିଜିପିଙ୍କ ସମେତ ଅନ୍ୟ ବିଭାଗୀୟ ସଚିବମାନେ ଟାକ୍ସ ଫୋର୍ସର ମଧ୍ୟ ସଦସ୍ୟ ରହିବେ । ବେଆଇନ ଡ୍ରଗ୍ସ ଚାଲାଣକୁ ରୋକିବା ପାଇଁ ଟାକ୍ସ ଫୋର୍ସ ଏକାଧିକ ସବ-କମିଟି ମଧ୍ୟ ଗଠନ କରିପାରିବେ ।

ସାଧାରଣରେ ସଚେତନତା ସୃଷ୍ଟି ସାଙ୍ଗକୁ ଗୋଷ୍ଠିଗତ ସମନ୍ୱୟ ଜରିଆରେ ଡ୍ରଗ୍ସ ସେବନ ଉପରେ ନିୟନ୍ତ୍ରଣ ଅଣାଯିବ । ସମ୍ବେଦନଶୀଳ ଗୋଷ୍ଠୀକୁ ଚିହ୍ନଟ ସାଙ୍ଗକୁ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଡ୍ରଗ୍ସ ସେବନକାରୀଙ୍କ ଚିକିତ୍ସା ସାଙ୍ଗକୁ ସେମାନଙ୍କ ଥଇଥାନ ଦିଗରେ କାର୍ଯ୍ୟ କରିବ ଏହି ଟାକ୍ସ ଫୋର୍ସ । ବିଭିନ୍ନ ସ୍ଥାନରେ ହେଉଥିବା ଡ୍ରଗ୍ସ ଚାଲାଣକୁ କିଭଳି ରୋକାଯାଇପାରିବ ଏବଂ ଆର୍ଥିକ ଦଣ୍ଡାଦେଶ ସାଙ୍ଗକୁ ସମ୍ପତ୍ତି ବ୍ୟାଜ୍ୟାପି ଦିଗରେ ସ୍ୱତନ୍ତ୍ର ନୀତି ପ୍ରସ୍ତୁତ ହେବ ।

ଫେବୃଆରୀ ୧୪ ନୁହେଁ, ୨୦ରେ ହେବ ପଞ୍ଜାବ ନିର୍ବାଚନ 

ନଆଦିଲ୍ଲୀ: ଫେବୃଆରୀ ୧୪ ପରିବର୍ତ୍ତେ ଫେବୃଆରୀ ୨୦ରେ ହେବ ବିଧାନସଭା ନିର୍ବାଚନ  । ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ  ।   ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ପଞ୍ଜାବ ସରକାର ତେନ୍ଦ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଅଧିକାଂଶ ରାଜନୈତିକ ଦଳର ଅନୁରୋଧ କ୍ରମେ ନିର୍ବାଚନ କମିଶନଙ୍କ ବୈଠକ ବସିଥିଲା । ଶେଷରେ ନିର୍ବାଚନ ତାରିଖକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ  ।ଗୁରୁ ରବିଦାସ ଜୟନ୍ତୀ ଅବସରରେ ନିର୍ବାଚନ ତାରିଖକୁ ଅତି କମରେ ୬ ଦିନ ଘୁଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ ।

ପଞ୍ଜାବର ୧୧୭ଟି ଆସନ ଲାଗି ଫେବ୍ରୁଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ଭୋଟ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ପଞ୍ଜାବ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ତଫସିଲଭୁକ୍ତ ଜାତି ବର୍ଗର ଲୋକ । ସେମାନେ ଫେବ୍ରୁଆରୀ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଗୁରୁ ରବିଦାସଙ୍କ ଜୟନ୍ତୀ ଲାଗି ଉତ୍ତରପ୍ରଦେଶ ବନାରସକୁ ଯାଇଥାନ୍ତି । ତେଣୁ ୧୪ରେ ହେବାକୁ ଥିବା ନିର୍ବାଚନରେ ସେମାନେ ମତଦାନ କରିବା ଅସୁବିଧା ହେବ ।

ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ । ପଞ୍ଜାବ ଆମ ଆଦମି ପାର୍ଟି ନେତା ଭଗବନ୍ତ ମନ୍ ମଧ୍ୟ ନିର୍ବାଚନ ଘୁଞ୍ଚାଇବା ଲାଗି କମିଶନଙ୍କ ନିକଟରେ ଅନୁରୋଧ କରିଥିଲେ । ଚିଠି ପାଇବା ପରେ ନିର୍ବାଚନ ଆୟୋଗ ଅଭିଯୋଗକୁ ବିଚାର ବିମର୍ଶ କରିଥିଲେ  । ୧୪ ନୁହେଁ ଫେବୃଆରୀ ୨୦ରେ ହିଁ ବିଧାନସଭା ନିର୍ବାଚନ ହେବା ଲାଗି ଘୋଷଣା କରିଛନ୍ତି  ।

ଯାତ୍ରା ମଝିରୁ ବିମାନ ଉଡ଼ାଇବାକୁ ମନା କରିଦେଲେ ପାଇଲଟ୍

ଇସଲାମାବାଦ: ଯାତ୍ରା ମଧ୍ୟରୁ ବିମାନ ଉଡ଼ାଇବାକୁ ମନାକରିଦେଲେ ପାଇଲଟ । ପାକିସ୍ତାନର ଜଣେ ପାଇଲଟ୍ ରବିବାର ସାଉଦି ଆରବର ରାଜଧାନୀ ରିୟାଦରୁ ଇସଲାମାବାଦକୁ ବିମାନ ଉଡ଼ାଇବାକୁ ମନା କରିଦେଇଥିଲେ । ଏବଂ କହିଥିଲେ ଯେ, ତାଙ୍କ ଡ୍ୟୁଟିର ସମୟ ସରିଯାଇଛି, ତେଣୁ ସେ ବିମାନଟିକୁ ଉଡ଼ାଇବେ ନାହିଁ । ଏହାପରେ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହାକୁ ବିରୋଧ କରିଥିଲେ ।

ସୂଚନା ଅନୁଯାୟୀ, ପାକିସ୍ତାନ ଇଣ୍ଟରନେସନାଲ ଏୟାରଲାଇନ୍ସ (PIA) ପ୍ରଶାସନ କହିଛି ଯେ PK-9754 ସାଉଦି ଆରବର ରାଜଧାନୀ ରିୟାଦରୁ ଉଡ଼ି ଥିଲା କିନ୍ତୁ ଖରାପ ପାଗ କାରଣରୁ ଦମ୍ମମରେ ଅବତରଣ କରିଛି। ଏହା ପରେ ବିମାନର କ୍ୟାପଟେନ ବିମାନକୁ ଇସଲାମାବାଦକୁ ନେବାକୁ ମନା କରିଦେଇଥିଲେ ଏବଂ ତାଙ୍କର ଡ୍ୟୁଟି ସମୟ ସମାପ୍ତ ହୋଇଯାଇଥିବା କହିଥିଲେ। କ୍ୟାପ୍ଟେନଙ୍କ ଏଭଳି ବ୍ୟବହାରରେ ଯାତ୍ରୀମାନେ ବିରୋଧ କରି ବିମାନରୁ ଓହ୍ଲାଇବାକୁ ମନା କରିଦେଇଥିଲେ । ଫଳରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ଡାକିବାକୁ ପଡ଼ିଥିଲା । ଏନେଇ ପିଏଆଇ ମୁଖପାତ୍ର କହିଛନ୍ତି ଯେ ବିମାନର ନିରାପତ୍ତା ପାଇଁ ପାଇଲଟମାନେ ବିମାନ ଉଡ଼ାଣ ପୂର୍ବରୁ ଉପଯୁକ୍ତ ବିଶ୍ରାମ ନେବା ଆବଶ୍ୟକ, ତେଣୁ ସେହି ଅନୁଯାୟୀ ବ୍ୟବସ୍ଥା କରାଯାଇଥିଲା । ତେବେ ଯାତ୍ରୀମାନେ ରବିବାର ରାତି ୧୧ ଟାରେ ଇସଲାମାବାଦରେ ଓହ୍ଲାଇଛନ୍ତି ।

କୁଆଡେ ଗଲା ବାଘୁଣୀ, ମାସେ ହେଲା ମିଳୁନି ଖୋଜଖବର

ଅନୁଗୁଳ: ବାଘଶୂନ୍ୟ ହୋଇଗଲା କି ସାତକୋଶିଆ ? ସାତକୋଶିଆରେ ବାଘୁଣୀ ନିଖୋଜ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ । ମାସେ ହେଲା ବାଘୁଣୀର ଖୋଜଖବର ମିଳୁନି । ଏଣୁ ବାଘୁଣୀ ଅନ୍ୟ ଅଞ୍ଚଳକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି । ପୂର୍ବରୁ ସାତକୋଶିଆ ବାଘ ନନ୍ଦନକାନନରେ ଦେଖିବାକୁ ମିଳିଛନ୍ତି ।

ପିସିସିଏଫଙ୍କ କହିବା ମୁତାବକ, ଗତ ଏକମାସ ହେଲା କିଛି କ୍ୟାମେରା ବାଘଗଣନା ପାଇଁ ସ୍ଥାନାନ୍ତର କରାଯାଇଛି ।  ଏବେ ପୁଣି ସେହି ଜାଗାରେ କ୍ୟାମେରା ଲଗାଇଲେ, ବାଘ ଅଛନ୍ତି ନା ନାହିଁ ଜଣାପଡ଼ିବ । ଗତ କିଛିଦିନ ତଳେ ଏକ ସମ୍ବର ଶିକାର ହୋଇଥିବା ସାମ୍ନାକୁ ଆସିଛି । ଏଣୁ ବାଘୁଣୀ ବଞ୍ଚିଥିବା ଅନୁମାନ କରାଯାଉଛି ।

ସ୍ୱାମୀ ଜେଲରେ, ନିଆଁ ଲଗାଇଦେଲେ ଧରମ ଭାଇ

ଭୁବନେଶ୍ବର: ବାଲିପାଟଣା ପଦ୍ମପୁରରେ ଘଟିଛି ଅଭାବନୀୟ ଘଟଣା । ଘର ଭିତରୁ ମୁମୂର୍ଷୁ ଅବସ୍ଥାରେ ଅର୍ଦ୍ଧଦଗ୍ଧ ମହିଳା ଉଦ୍ଧାର । ଗୁରୁତର ମହିଳା ହେଉଛନ୍ତି ପଦ୍ମପୁର ଗାଁର ମାମୁନୀ ମାଣିଆ । ଗୁରୁତର ଅବସ୍ଥାରେ ମାମୁନୀଙ୍କୁ ପ୍ରଥମେ ନିମାପଡ଼ା ଓ ପରେ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ ମାମୁନୀଙ୍କ ଧରମଭାଇ ସନାତନ ସ୍ବାଇଁ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା କହିଛନ୍ତି ଗ୍ରାମବାସୀ । ମାମୁନୀଙ୍କ ସ୍ବାମୀ ଗଂଜେଇ ଚୋରାଚାଲାଣ ମାମଲାରେ ଜେଲରେ ଥିବାବେଳେ, ସେ ଘରେ ଏକାକୀ ରହୁଥିଲେ । ଘଟଣାରେ ମହିଳାଙ୍କ ଧରମଭାଇ ସନାତନଙ୍କୁ ଅଟକ ରଖିଛି ପୋଲିସ ।

ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କଲେ ଯବାନ

ନୂଆପଡ଼ା: କୋମନା ଥାନା ଅନ୍ତର୍ଗତ ବରକୋଟ ଗାଁରେ ଥିବା CRPF କ୍ୟାମ୍ପରେ ଅଘଟଣ । ନିଜ ସର୍ଭିସ ବନ୍ଧୁକରୁ ଗୁଳିକରି ଆତ୍ମହତ୍ୟା କଲେ ଯବାନ । ମୃତ ଯବାନ ହେଲେ ରାମ ପ୍ରତାପ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ବରିଷ୍ଠ ଅଧିକାରୀ । କାହିଁକି ଯବାନ ଜଣଙ୍କ ଆତ୍ମହତ୍ୟା କରିଲେ ତାହାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଏବଂ କ୍ୟାମ୍ପର ବରିଷ୍ଠ ଅଧିକାରୀ କାରଣ ଖୋଜୁଛନ୍ତି  ।

କଟକରେ ବେଆଇନ ଭ୍ରୁଣ ଚିହ୍ନଟ ଅଭିଯୋଗ ପରେ ଚଢାଉ

କଟକ: କାଠଗୋଲା ସାହିରେ ଥିବା ଏକ ଘରୋଇ ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ପୋଲିସ ଚଢ଼ାଉ କରିଛି । ଏଠାରେ ବେଆଇନ ଭାବେ ଭ୍ରୁଣ ଚିହ୍ନଟ ହେଉଥିବା ଅଭିଯୋଗ ପରେ ଚଢାଉ କରିଛି ପୋଲିସ । ଜୋନ-୨ ଏସିପିଙ୍କ ନେତୃତ୍ଵରେ ପୋଲିସ ଟିମ ଚଢାଉ କରିଛି । ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟରର ବିଭିନ୍ନ କାଗଜପତ୍ର ଓ ମେସିନ ଯାଞ୍ଚ କରାଯାଉଛି ।

ସୂଚନା ଅନୁସାରେ ଘରୋଇ ପାଥୋଲାବ ଓ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଡାକ୍ତର ଆସିବା ନେଇ ଯେଉଁ ସୂଚନା ଦିଆଯାଇଥିଲା ତାହା ଭୁଲ ଥିଲା । ତେବେ ଏହି ସେଣ୍ଟରରେ ଯେଉଁ ବ୍ୟକ୍ତି ଭ୍ରୁଣ ଚିହ୍ନଟ କରୁଥିଲେ ସେ ମାତ୍ର ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଛନ୍ତି । ତେବେ ଏହି ଯାଞ୍ଚ ପାଇଁ ସେମାନେ ୫ହଜାର ଟଙ୍କା ନେଉଥିବା ମଧ୍ୟ ଅଭିଯୋଗ ହୋଇଛି ।  ଏନେଇ ୨ ଜଣଙ୍କୁ  ଅଟକ ରଖାଯାଇଛି । ଏହାସହ ସବୁ ଜିଲ୍ଲାରେ ଦଲାଲ କାମ କରୁଥିବା ମଧ୍ୟ ଜଣାପଡ଼ିଛି ।

ଗାଁ ମଣାଶିରେ ହେଲା ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଗଜପତି: ପୌତୃକ ଗାଁ ଗଜପତି ଜିଲ୍ଲା  କୁରୁବୁଗାରେ ଶହୀଦ ଯବାନ ପର୍ଶୁରାମ ଶବରଙ୍କ ହୋଇଛି ଶେଷକୃତ୍ୟ ସମ୍ପନ୍ନ  । ବିହାରର ବିରପୁର ସେନାବାହିନୀର ତାଲିମ କେନ୍ଦ୍ରରେ ତାଲିମ ନେଉଥିବା ସମୟରେ ଗତ ୧୪ ତାରିଖରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ସୋମବାର ସକାଳୁ ସହିଦ ଯବାନ ପର୍ଶୁରାମ ଶବରଙ୍କ ରାଷ୍ଟ୍ରୀୟ ସମ୍ମାନ ସହ  ହୋଇଛି ଶେଷକୃତ୍ୟ ସମ୍ପନ୍ନ  । ଗଜପତି ଜିଲା ରାୟଗଡ ବ୍ଲକର କୁରୁଗୁଵା ଗାଁର ପର୍ଶୁରାମ ଶବର ସେନାରେ ଚାକିରୀ ପାଇବା ପରେ ନିଜ ପରିବାର ସହ ଗାଁ ଲୋକେ ବେଶ ଖୁସିଥିଲେ ।

ଗତ ଶୁକ୍ରବାର ଦିନ ବିହାରର ବିରପୁର ସେନା ତାଲିମ କେନ୍ଦ୍ରରେ ଘଟିଥିଲା ଦୁର୍ଘଟଣା । ତାଲିମ କେନ୍ଦ୍ର ଦେଇ ଯାଇଥିବା ହାଇ ଭୋଲ୍ଟେଜ ତାର ଛିଣ୍ଡି ଯିବାରୁ ୧୪ ଜଣ ସେନା କର୍ମଚାରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ୩ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କୁରୁବୁଗା ଗାଁର ପର୍ଶୁରାମ ଶବରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଗଜପତି ପ୍ରଶାସନ ତରଫରୁ ପରିବାର ବର୍ଗଙ୍କୁ ଜଣାଇବା ପରେ ପରିବାର ଲୋକେ ଭାଙ୍ଗି ପଡିଥିଲେ। ଗାଁର ବୀର ପୁଅଙ୍କ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ଅଞ୍ଚଳବାସୀ। ଗତକାଲି ବିଳମ୍ବିତ ରାତିରେ ମୃତଦେହ ଗାଁ ରେ ପହଁଞ୍ଚିବା ପରେ ଆଜି ସକାଳୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପର୍ଶୁରାମଙ୍କ ଶେଷକୃତ୍ୟ ସଂପନ୍ନ କରାଯାଇଛି ।

ସେପଟେ ବୀର ଯବାନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇଁ ରାସ୍ତାରେ ଶହ ଶହ ଲୋକ ପୁଷ୍ପାଞ୍ଜଳି ପ୍ରଦାନ କରୁଥିଲେ  । ଜିଲ୍ଲା ଜଣେ ବୀରପୁତ୍ରକୁ ହରାଇଛି । ପ୍ରଶାସନ ତରଫରୁ ଉପସ୍ଥିତ ଅଧିକାରୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଗତ 14 ତାରିଖର ଘଟଣାକୁ ବଖାଣି ଥିଲେ ମରଶରୀରକୁ ଘରେ ପହଞ୍ଚାଇବାକୁ ଆସିଥିବା ସେନା ଅଧିକାରୀ। ନିଜ ଯବାନକୁ ହରାଇ ଦୁଃଖ ପ୍ରକାଶ କରିଛନ୍ତି ଅଧିକାରୀ ।

ନାମାଙ୍କନ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: ନାମାଙ୍କନ ଦାଖଲ ପାଇଁ ପ୍ରାର୍ଥୀଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି । ନାମାଙ୍କନ ବେଳେ ପ୍ରାର୍ଥୀ, ସମର୍ଥକ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବେ । ପ୍ରାର୍ଥୀଙ୍କ ସହ ଜଣେ ପ୍ରସ୍ତାବକ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ଯିବେ । ୱାର୍ଡ ମେମ୍ବରଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀ ଗୋଟିଏ ଗାଡ଼ି ବ୍ୟବହାର କରି ପାରିବେ । ପ୍ରଚାର ପାଇଁ ପଦଯାତ୍ରା, ବାଇକ୍‌ ଶୋଭାଯାତ୍ରା ମନା ।

ସେହିଭଳି ପ୍ରାର୍ଥୀ ମାନେ ନିର୍ବାଚନୀ ସମାବେଶ କରିପାରିବେ ନାହିଁ  ।  କୌଣସି ରାଜନୈତିକ ଦଳ ଶୋଭାଯାତ୍ରା କରିବା ଉପରେ ଅଙ୍କୁଶ ଲଗାଇଛନ୍ତି  । କୋଭିଡ୍‌ ସୁରକ୍ଷା ଦୃଷ୍ଟିରୁ ପ୍ରାର୍ଥୀ ଡିଜିଟାଲରେ ପ୍ରଚାର କରିବେ । ପ୍ରାର୍ଥୀଙ୍କୁ ମିଶାଇ ସର୍ବାଧିକ ୫ଜଣ ଘରକୁ ଘର ବୁଲି ପ୍ରଚାର କରିପାରିବେ । ସେହିପରି ଭୋଟ୍ ଗଣତି ପରେ ହେବନି ବିଜୟ ଶୋଭାଯାତ୍ରା ।

ବିଏସଏଫ ବାବୁଙ୍କ ଘରୁ ନଗଦ ୧୪ କୋଟି ଟଙ୍କା ଜବତ

ଚଣ୍ଡିଗଡ଼: ବିଏସଏଫ ବାବୁଙ୍କ ସମ୍ପତ୍ତି ଦେଖି ପୋଲିସ ଟେରା ।  ନଗଦ ୧୪ କୋଟି ଟଙ୍କା, କୋଟିଏ ଟଙ୍କାର ସୁନାଗହଣା, ସାତଟି ବିଳାଶପୂର୍ଣ୍ଣ କାର୍ ଜବତ । ଗିରଫ ବାବୁଜଣକ ହେଲେ ହରିଆଣା ମାନେସରରେ ଅବସ୍ଥାପିତ ସୀମା ସୁରକ୍ଷା ବଳର ଡେପୁଟି କମାଣ୍ଡାଣ୍ଟ ପ୍ରବୀଣ ଯାଦବ । ସେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ବା ଏନଏସଜି ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଲୋକଙ୍କଠାରୁ ୧୨୫ କୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ ।

ତେବେ ସେ ନିଜକୁ ଜଣେ ବରିଷ୍ଠ ଆଇପିଏସ ଅଫିସର ବୋଲି ପରିଚୟ ଦେଇ ସେ ଲୋକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରୁଥିଲେ । ଏହି ଘଟଣାରେ ତାଙ୍କ ସ୍ତ୍ରୀ, ଉଭଣୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନଏସଜି କ୍ୟାମ୍ପସରେ ବିଭିନ୍ନ ନିର୍ମାଣ କାମ କରାଇଦେବା ନାମରେ ସେ ଲୋକଙ୍କଠାରୁ ଅର୍ଥ ଆଦାୟ କରୁଥିଲେ ଏବଂ ଏହି ଅର୍ଥ ତାଙ୍କ ଭଉଣୀଙ୍କ ନାମରେ ଖୋଲାଯାଇଥିବା ଆକାଉଣ୍ଟରେ ଜମା କରିବାକୁ କହୁଥିଲେ । ଷ୍ଟକ ମାର୍କେଟର ନିବେଶ କରି ପ୍ରବୀଣ ୬୦ ଲକ୍ଷ ଟଙ୍କା କ୍ଷତି ସହିବା ପରେ ତାଙ୍କ ମୁଣ୍ଡକୁ ଠକିବା ଉପାୟ ଆସିଥିଲା ଏବଂ ଲୋକଙ୍କୁ ଠକିବା ଲାଗି ଯୋଜନା କରିଥିଲେ ବୋଲି କହିଛନ୍ତି ଗୁରୁଗ୍ରାମ ପୋଲିସ ଏସିପି କ୍ରାଇମ – ପ୍ରୀତ ପାଲ ସିଂହ ।

କିଛି ଦିନ ତଳେ ତାଙ୍କ ବଦଳି ଅଗରତାଲାକୁ ହୋଇଥିଲା ମାତ୍ର ସେ ଚାକିରିରୁ ଇସ୍ତଫା ଦେଇଥିଲେ । ପୋଲିସ ତାଙ୍କ ନିକଟରୁ ୧୪ କୋଟି ଟଙ୍କା, କୋଟିଏ ଟଙ୍କାର ସୁନାଗହଣା, ମର୍ସିଡିଜ, ବିଏମଡବ୍ଲୁ, ଜିପ୍, ହଣ୍ଡା ସମେତ ୭ଟି ବିଳାଶପୂର୍ଣ୍ଣ କାର୍ ଜବତ କରିଛି ।