spot_img
Home Blog Page 4461

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଶସ୍ତା ରାଜନୀତିକୁ ସେବାୟତ, ରାଜନେତା ଓ ବରିଷ୍ଠ ସାମ୍ବାଦିକଙ୍କ ନିନ୍ଦା

ଭୁବନେଶ୍ୱର: ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ତୀବ୍ର ବିରୋଧ । ସାଂସଦଙ୍କ ଏହି ପଦଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଲେ ସେବାୟତ ଓ ପୁରୀର ବୁଦ୍ଧିଜୀବୀ । ଅପରାଜିତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ବୋଲି ସେମାନେ ଦାବି କରିଛନ୍ତି । ରାଜନୀତି କରିବାକୁ ଅନେକ କ୍ଷେତ୍ର ରହିଛି। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ନେଇ ରାଜନୀତି କରାନଯାଉ। ସାଂସଦ ଆଜି ଯେଉଁ ରାଜନୀତି କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେବାୟତ ଓ ବୁଦ୍ଧିଜୀବୀ କହିଛନ୍ତି ।

ସାଂସଦ ଅପରାଜିତାଙ୍କ ଏହି କାର୍ଯ୍ୟକଳାପକୁ ନେଇ ବର୍ଷିଲେ ପୁରୀ ସାଂସଦ ପିନାକୀ ମିଶ୍ର । ନିଜ ଦଳରେ ପତିଆରା ଜାହିର ପାଇଁ ଅପରାଜିତା ଶ୍ରୀଜଗନ୍ନାଥଙ୍କୁ ନେଇ ଏଭଳି ରାଜନୀତି କରୁଛନ୍ତି । ତାଙ୍କ ଦଳ ଯେତେବେଳେ ଏହି ପଦଯାତ୍ରାକୁ ସମର୍ଥନ କରୁନି, ସେତେବେଳେ ଅପରାଜିତା ଆଇନ ଉଲ୍ଲଂଘନ କରି ପଦଯାତ୍ରା କରିବାର ଅସଲ ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଏଏସଆଇ ଓ ଏନଏମଏର ଅନୁମତି ନାହିଁ ବୋଲି ଅପରାଜିତା ବାରମ୍ବାର ଅଭିଯୋଗ କରୁଥିବା ବେଳେ ସେ ଆଇନ ବୁଝିପାରୁନାହାନ୍ତି ବୋଲି କହିଛନ୍ତି ପିନାକୀ ।

ସେହିପରି ସାଂସଦଙ୍କ ଏହି କାର୍ଯ୍ୟକୁ ନିନ୍ଦା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । ପୋଲିସ ଆଇନ ଶୃଙ୍ଖଳା ଦୃଷ୍ଟିରୁ କଟକଣା ଲଗାଇ ପାରିବ । ଯଦି ସେ ଏତେ ଲୋକଙ୍କୁ ନେଇ ଯାଇଛନ୍ତି, ତେବେ ସେଠାରେ ପ୍ରଶାସନ କ’ଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୫ଶହ ବର୍ଷ ପାଇଁ ପ୍ରସ୍ତୁତ ହେଉଛି। ସାରା ବିଶ୍ୱରେ ଏହା ଆଦୃତ ହେଉଛି। ତେବେ ଆଶ୍ଚର୍ଯ୍ୟ କଥା କିଛି ଲୋକ ରାଜନୀତି କରୁଛନ୍ତି। ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା। ସେ ଜଣେ ଅଭ୍ୟାସଗତ ଆଇନ ଉଲ୍ଲଂଘନକାରୀ ଭାବେ ଜଣାଶୁଣା । ପୁରୀରେ ବି ଜିଲ୍ଲା ପ୍ରଶାସନର କଟକଣାକୁ ଖାତିର କରିନାହାନ୍ତି । ଜଗନ୍ନାଥଙ୍କ ଦ୍ବାହି ଦେଇ ନିଜ ରାଜନୈତିକ ଇଚ୍ଛା ପୂରଣ ପାଇଁ ଏଭଳି ହୀନ ଉଦ୍ୟମ କରୁଛନ୍ତି । ରାଜ୍ୟବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ସେପଟେ ସାଂସଦଙ୍କ ଏହି କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ଓ ଶୀତଳ ତରଙ୍ଗ ବେଉରିଆ । ଅପରାଜିତା କେବଳ ଜଣେ ସାଂସଦ ନୁହନ୍ତି ବରଂ ଜଣେ ପୂର୍ବତନ ପ୍ରଶାସିକା । ଆଇନ କାନୁନ ବିଷୟରେ ତାଙ୍କୁ ଭଲ ଭାବେ ଜଣା। ତାଙ୍କ ପୂର୍ବ ଘୋଷିତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନର କଟକଣାକୁ ଖାତିର କରିନାହାନ୍ତି । ଆଇନ ଉଲ୍ଲଂଘନ ହୋଇଥିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା କଥା ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ । ଏହା କେବଳ ଶସ୍ତା ରାଜନୀତି ପାଇଁ ଉଦ୍ଧିଷ୍ଟ। ଜଣେ ସାଂସଦ ସର୍ବନିମ୍ନ ସୌଜନ୍ୟ ଦେଖାଇବା ସହ ଆଇନକୁ ସମ୍ମାନ ଦେବା କଥା। ଜଗନ୍ନାଥ ଦର୍ଶନ ପାଇଁ ଯାଉଥିଲେ ଚେଲା ଚାମୁଣ୍ଡା ଧରି ଯାଇ ନ ଥାନ୍ତେ ବୋଲି କହିଛନ୍ତି ଶୀତଳ ତରଙ୍ଗ ବେଉରିଆ ।

ମଣିଷଙ୍କୁ ଡେଇଁଲା ବାର୍ଡ ଫ୍ଲୁ, ଏହି ଦେଶରେ ଚିହ୍ନଟ ହେଲେ ରୋଗୀ

ବେଜିଂ: ମଣିଷ ଦେହରେ ବାର୍ଡ ଫ୍ଲୁ । ଜଣେ ମଣିଷ ଦେହରେ ଦେଖାଦେଇଛି H3N8 ଭୂତାଣୁ। ଚାଇନାରେ ଜଣେ ବାଳକଙ୍କ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଚାଇନାର ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ଦ୍ବାରା ଜାରି ହୋଇଥିବା ଏକ ବୟାନରେ ଏହା କୁହାଯାଇଛି ।

ଏହା କିନ୍ତୁ ବେଶୀ ଭୟଙ୍କର ନୁହେଁ । ଏହା ମଣିଷ ଠାରୁ ମଣିଷକୁ ବ୍ୟାପିବା ନେଇ ଏତେ ସଂକ୍ରାମକ ନୁହେଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଏହାଦ୍ବାରା ଡରିବାର ବି କିଛି ଆବଶ୍ୟକତା ନାହିଁ ।

ଚୀନରେ ଜଣେ ୧୪ ବର୍ଷିୟ ବାଳକ ଏହି ଭୂତାଣୁର ଶିକାର ହୋଇଛି । NHC ଅନୁଯାୟୀ, ଜ୍ୱର ସମେତ ଅନେକ ଲକ୍ଷଣ ଦେଖାଯିବା ପରେ ଶିଶୁଟି H3N8 ଜୀବାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତି ଏହି ଜୀବାଣୁ କବଳରେ ଆସିନାହାନ୍ତି NHC ଅନୁଯାୟୀ, ପିଲାଟି ତାଙ୍କ ଘରେ ପାଳିତ କୁକୁଡ଼ା ଏବଂ କାଉଙ୍କ ସଂସ୍ପର୍ଶରେ ଆସିଥିଲା। ଯାହା ପରେ ତା’ ଶରୀରରେ ଜ୍ୱର ସମେତ ଅନେକ ଲକ୍ଷଣ ଦେଖାଗଲା ଏବଂ ପରେ ପରୀକ୍ଷା କରିବାରୁ ବାର୍ଡ ଫ୍ଲୁ ହୋଇଥିବା ଜଣାପଡ଼ିଥିଲା ।

ସ୍ବାସ୍ଥ୍ୟ ଆୟୋଗ କହିଛନ୍ତି ଯେ, H3N8 ସଂସ୍କରଣ ପ୍ରଥମେ ଘୋଡା, କୁକୁର ଏବଂ ପକ୍ଷୀମାନଙ୍କଠାରେ ଦେଖିବାକୁ ମିଳିଛି। ତଥାପି, H3N8 କୌଣସି ମାନବିକ ମାମଲା ରିପୋର୍ଟ ହୋଇନାହିଁ | ଚାଇନାରେ ଏହା ହେଉଛି ଦ୍ବିତୀୟ ମାମଲା | ପୂର୍ବରୁ ବି ଥରେ ମଣିଷଙ୍କ ଦେହରେ ଏହି ଭୂତାଣୁ ଦେଖାଦେଇଥିଲା ।

କମିବ କି ପେଟ୍ରୋଲ ଦର? ଏମିତି କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଦିନକୁ ଦିନ ବଢ଼ୁଛି ପେଟ୍ରୋଲ ଦର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିବୃତ୍ତି ଆସି ପହଞ୍ଚିଛି । ଏହି ବିବୃତ୍ତିରେ ସେ କହିଛନ୍ତି ଯେ, ରାଜ୍ୟ ସରକାର ପେଟ୍ରୋଲ ଉପରୁ ଭାଟ୍ କମାନ୍ତୁ ।  ୬ ମାସ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାର ଏହା ଉପରୁ ଭ୍ୟାଟ୍ କମାଇବାର ଆବଶ୍ୟକତା ରହିଛି । ଆଜି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ହୋଇଥିବା ଆଲୋଚନାରେ ଏହା କୁହାଯାଇଛି ।

ବଢ଼ୁଥିବା କରୋନା ଭାଇରସକୁ ନେଇ ହୋଇଥିବା ମିଟିଂରେ ପ୍ରଧାନମନ୍ତ୍ରୀ ବଢ଼ୁଥିବା ପେଟ୍ରାଲ୍ ଦର ଉପରେ ବିବୃତ୍ତି ଦେଇଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ଯେଉଁଭଳି ଯୁଦ୍ଧର ପରିସ୍ଥିତି ଦେଖା ଦେଇଛି ଏଥିରେ ଚୀନ ବହୁତ ପ୍ରଭାବିତ ହୋଇଛି । ଏହାସହ ଦିନକୁ ଦିନ ଚ୍ୟାଲେଞ୍ଚ ବଢ଼ିବାରେ ଲାଗିଛି । ଏହାରି ଭିତରେ ରାଜ୍ୟ ଏବଂ କେନ୍ଦ୍ରରେ ତାଳମେଳ ରହିବା ନିହାତି ଆବଶ୍ୟକ ।

ପେଟ୍ରୋଲ ଦର ବଢ଼ିବାକୁ ନେଇ ପ୍ରଧାନମନ୍ତ୍ରୀ ଆହୁରୀ କହିଥିଲେ ଯେ, ଲୋକଙ୍କ ଉପରେ ବୋଝ କମ୍ କରିବାକୁ କେନ୍ଦ୍ର ସରକାର ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ। ସେତେବେଳେ ରାଜ୍ୟ ସରକାର ଭାଟ୍ କମାଇଥିଲେ । କିଛି ରାଜ୍ୟ ବି ସେତେବେଳେ ଭାଟ୍ କମାଇବା ସହ ଆଉ କିଛି ରାଜ୍ୟ କମାଇ ନ ଥିଲେ । ଏହି କାରଣରୁ ସେହିସବୁ ରାଜ୍ୟରେ ଏବେ ପେଟ୍ରୋଲ ଦର ଆକାଶଛୁଆଁ ହୋଇଛି । ଏହା ଦ୍ବାରା ଅନ୍ୟ ରାଜ୍ୟକୁ ଯାଉଥିବା ଚାଳକ ଅଧିକା ଟଙ୍କା ଦେଇ ପେଟ୍ରୋଲ ପକାଇବାକୁ ପଡୁଛି । ଏଥିରେ ସାଧାରଣ ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ପ୍ରଧାନମନ୍ତ୍ରୀ ଏହା ବି କହିଥିଲେ ଯେ, ଭାରତ ସରକାରଙ୍କ ପାଖକୁ ଯେଉଁ ରାଜସ୍ବ ଆସୁଛି ସେଥିରୁ ୪୨ ପ୍ରତିଶତ କେନ୍ଦ୍ରକୁ ଚାଲିଯାଉଛି ।

ଏହାରି ଭିତରେ ପେଟ୍ରାଲ ଦର କମିବା ସମ୍ଭାବନା ଦେଖାଦେଇଛି । ଏବେ ଯଦି କିଛି ରାଜ୍ୟ ଭାଟ୍ କମାନ୍ତି ତାହାଲେ ସାଧାରଣ ଲୋକଙ୍କୁ ଟିକିଏ ଆଶ୍ବସ୍ଥି ମିଳିବ ।

ଅମାନିଆ ଅପରାଜିତାଙ୍କୁ ବଡ଼ଦାଣ୍ଡରେ ତୀବ୍ର ବିରୋଧ, ଟାଉନ ଥାନାରେ ସାଂସଦଙ୍କ ବିରୋଧରେ ଏତଲା

ପୁରୀ: ଆଇନ ନମାନି ବଡ଼ଦାଣ୍ଡରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରାକୁ ବିରୋଧ । ଟାଉନ ଥାନାରେ ଅପରାଜିତାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଓ ବୁଦ୍ଧିଜୀବୀ । ଅପରାଜିତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପୁରୀବାସୀ ସ୍ବାଗତ କରୁଛନ୍ତି । ଶ୍ରୀମନ୍ଦିର ବିକାଶ ହେଉଛି, ଏହାକୁ କାହିଁକି ସାଂସଦ ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସେପଟେ ଅପରାଜିତାଙ୍କ ପଦଯାତ୍ରାକୁ ବିରୋଧ କରି ଟମାଟୋ ମାଡ଼ ହୋଇଛି । ଯୁବ କଂଗ୍ରେସ ପକ୍ଷରୁ ବଡ଼ଦାଣ୍ଡରେ ସାଂସଦଙ୍କୁ ଟମାଟୋ ମାଡ଼ ହୋଇଛି ।

ସୂଚନା ଅନୁସାରେ ଗତକାଲି ଅନୁମତି ନମିଳିବା ସତ୍ତ୍ୱେ ଅଳ୍ପ କିଛି ସମର୍ଥକଙ୍କ ସହ ଭୁବନେଶ୍ବରରୁ ପୁରୀ ପହଞ୍ଚିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କ ସହ କୌଣସି ବିଜେପି ନେତା ସାମିଲ ହୋଇନାହାନ୍ତି । ବିକାଶ ବିରୋଧୀ ରାଜନୀତି କରି ଜଗା ଦର୍ଶନ ଆଳରେ ଅପରାଜିତା ପଦଯାତ୍ରା କରିଛନ୍ତି । ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରୁଥିବା ବେଳେ ଚନ୍ଦନପୁର ନିକଟରେ ସାଂସଦ ଓ ସମର୍ଥକଙ୍କ ଗାଡି ଅଟକାଇଥିଲା । ସାଂସଦଙ୍କୁ ଏକୁଟିଆ ଶ୍ରୀମନ୍ଦିର ଯିବା ପାଇଁ ପୋଲିସ ଅନୁରୋଧ କରିଥିଲା । ହେଲେ ପୋଲିସ ଅନୁରୋଧକୁ ବେଖାତିର କରିଥିଲେ ଭୁବନେଶ୍ବର ସାଂସଦ ।

୬ ଟଙ୍କାରେ ଲଗଜରୀ ରୁମ୍‌, ତାଜ୍‌ ହୋଟେଲର ପୁରୁଣା ବିଜ୍ଞାପନ ଭାଇରାଲ

0

ମୁମ୍ବାଇ: ଦେଶର ସବୁଠାରୁ ଲଗଜରୀ ହୋଟେଲ ମଧ୍ୟରୁ ମୁମ୍ବାଇର ତାଜ୍‌ ଗୋଟିଏ  । ଏହି ପଞ୍ଚ ତାରକା ହୋଟେଲରେ ରାଜାଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ବଡ଼ ବଡ଼ ସେଲିବ୍ରିଟି ଓ ବିଜନେସମ୍ୟାନ୍‌ ରୁମ୍‌ ବୁକ୍‌ କରନ୍ତି । ହସ୍ପିଟାଲିଟି କଥା ଯଦି କହିବା ତେବେ ଏହାର ଖୁବ୍‌ ନାଁ ରହିଛି । କିନ୍ତୁ ଖୁବ୍‌ କମ୍‌ ଲୋକ ହୁଏତ ଜାଣିଥିବେଯେ, ଦିନ ଥିଲା ଯେତେବେଳେ ଏହି ହୋଟେଲରେ ୬ ଟଙ୍କାରେ ଭଡ଼ାରେ ମିଳୁଥିଲା ରୁମ୍‌ ।

ଅଖିଳ ଭାରତୀୟ ବେପାରୀ ସଂଘର ସେକ୍ରେଟାରୀ ଜେନେରାଲ ପ୍ରବୀଣ ଖଣ୍ଡେଲଓ୍ୱାଲ ତାଜ୍‌ ହୋଟେଲର ଏକ ପୁରୁଣା ବିଜ୍ଞାପନ ଶେୟାର କରିଛନ୍ତି । ଲେଖଛନ୍ତିଯେ, ୧୯୦୩ ମସିହା ୧ ଡିସେମ୍ବର । ଏହି ଦିନ ଉଦଘାଟନ ହୋଇଥିଲା ମୁମ୍ବାଇର ତାଜ୍‌ ହୋଟେଲ । ସେହି ସମୟରେ ଏକ ବଖରା ପାଇଁ ୬ ମାତ୍ର ୬ ଟଙ୍କା ଭଡ଼ା ଦେବାକୁ ପଡ଼ୁଥିଲା । ଏହି ବିଜ୍ଞାପନ କିନ୍ତୁ ୧୯୦୭ ମସିହାରେ ବାହାରିଥିଲା । ସେତେବେଳେ ମାସିକ ଦରମା ଥିଲା ୫ ଟଙ୍କା । ତେବେ ଏହି ହୋଟେଲରେ ୪୦୦ରୁ ଅଧିକ ବଖରା ଥିବା ବିଜ୍ଞାପନରେ କୁହାଯାଇଛି ।  ବର୍ତ୍ତମାନର ଖବର ଅନୁସାରେ ହୋଟେଲରେ ଏବେ ୨୮୫ଟି ବଖରା ରହିଛି ।  ପ୍ରତ୍ୟେକ ବଖରାରେ ସମୃଦ୍ଧ ଇତିହାସର ଝଲକ୍‌ ଦେଖିବାକୁ ମିଳିଛି ।

ବାହାଘର ନିମନ୍ତ୍ରଣ କାର୍ଡ଼ ଦେବାକୁ ଆସି ଝିଆରି ସହ ଦୁଷ୍କର୍ମ କଲା ଦାଦା

ନୂଆଦିଲ୍ଲୀ:  ଦିଲ୍ଲୀର କେଶବ ପୂରମ ଥାନାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା  ସମ୍ପର୍କର ଡୋରିରେ ଅଳନ୍ଧୁ ଲଗାଇ ଦେଇଛି ।  ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ କାମ କରୁଥିବା ଦିବ୍ୟାଙ୍ଗ ମହିଳାଙ୍କ ସହ ଦା କରିଛି ଦୁଷ୍କର୍ମ । ସୂଚନା ଅନୁସାରେ ଝିଅ ବାହାଘରର ନିମନ୍ତ୍ରଣ କାର୍ଡ଼ ଦେବାପାଇଁ ଆସି ଏଭଳି ନିଚ୍ଚ ଘୃଣ୍ୟ କାଣ୍ଡ କରିଛି ଦାଦା ।

ଘଟଣାକୁ ନେଇ  କେଶମପୂରମ ପୁଲିସ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସର ଏକ ଟିମ୍‌ ଯାଇଛି । ମହିଳାଙ୍କ କହିବା ହେଉଛି, ଅଭିଯୁକ୍ତ ଏକ ସିକ୍ୟୁରିଟି କାର୍ଡ଼ ଭାବରେ କାମ କରେ । ତେବେ ଏହି ଘଟଣା ବାବଦରେ ପୁଲିସକୁ ସୋମବାର ଦ୍ୱିପ୍ରହରରେ ଏକ ଫୋନକଲ୍‌ ଆସିଥିଲା ଏବଂ ଘଟଣା ସାମ୍ନାକୁ ଆସିଲା ।

ଘଟଣା ପରେ ସ୍ତବ୍ଧ ହୋଇଯାଇଛନ୍ତି ପିଡ଼ିତା । ପୁଲିସର କହିବା ହେଉଛି ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ଅନ୍ୟପଟେ ବିରୋଧ କରିବାରୁ ଅଭିଯୁକ୍ତ ମାରପିଟ୍‌ କରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ମହିଳା । ଖବର ମୁତାବକ, ମହିଳା ଜଣକ  ସେହି ଘରେ ଏକା ରୁହନ୍ତି । ଯାହାର ସୁଯୋଗ ଉଠାଇଲା ଅଭିଯୁକ୍ତ ।

୫ ମହିଳା, ଯିଏ ମାତ୍ର ୨୨ ବର୍ଷରେ ହୋଇଛନ୍ତି IAS ଅଫିସର

ନୂଆଦିଲ୍ଲୀ: ସିଭିଲ୍‌ ସର୍ଭିସ୍ ଦେଶର ସବୁଠୁ କଠିନ ପରୀକ୍ଷା । ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା UPSC ସିଭିଲ୍‌ ସର୍ଭିସ୍ ପରୀକ୍ଷା ଦିଅନ୍ତି । କଠିନ ପରିଶ୍ରମ ଏବଂ ନିଷ୍ଠାର ସହ ପରୀକ୍ଷାରେ ଅନେକ ଉତ୍ତୀର୍ଣ୍ଣ ବି ହୁଅନ୍ତି । ଆଉ ଦେଶର ପ୍ରଶାସନିକ ସେବାର ଅଂଶ ହୋଇଥାନ୍ତି । ତେବେ ଏହି ପରୀକ୍ଷାରେ ଝିଅମାନଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି । ଆଉ ସେମାନେ  IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ସାଜିଥାନ୍ତି ଉଦାହରଣ । ଆଜି ଆମେ ଏହି ଭଳି କିଛି ମହିଳାଙ୍କ ବିଷୟରେ କହିବୁ ଯେଉଁମାନେ ଅତି କମ୍ ବୟସରେ ହୋଇପାରିଛନ୍ତି IAS ଅଫିସର୍ । ଆଉ ପ୍ରମାଣ କରିଦେଇଛନ୍ତି ଯେ କେଉଁ ବି ସ୍ୱପ୍ନକୁ ପୂରା କରିବା ଅସମ୍ଭବ ନୁହଁ । ଏଥିପାଇଁ କେବଳ ଆବଶ୍ୟକ ନିଷ୍ଠା ଓ ପରିଶ୍ରମ ।

ସ୍ମିତା ସବରୱାଲ IAS 2002:

ସ୍ମିତା ସବରୱାଲ ତାଙ୍କ ବୟସରେ ଭାରତର ସବୁଠାରୁ ଲୋକପ୍ରିୟ IAS ଅଧିକାରୀମାନଙ୍କ ମଧ୍ୟରୁ ଜଣେ । ମାତ୍ର ୨୨ ବର୍ଷ ବୟସରେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସ୍ମିତା । ସେ UPSC CSE ୨୦୦୦ରେ ଅଲ୍ ଇଣ୍ଡିଆ ଚତୁର୍ଥ ରାଙ୍କ ହାସଲ କରିଥିଲେ । ୧୯୭୭ ମସିହାରେ ଜନ୍ମ ହୋଇଥିବା ସ୍ମିତା ସବରୱାଲ ତୃଣମୂଳ ସ୍ତରରେ ସମସ୍ୟାର ସମାଧାନ ପାଇଁ ଜଣାଶୁଣା । ଲୋକମାନେ ତାଙ୍କୁ ପିପୁଲ୍ସ ଅଫିସର ବୋଲି କହନ୍ତି ।

ସ୍ୱାତୀ ମୀନା- IAS 2007:

ସ୍ୱାତୀ ମୀନା ୨୦୦୭ରେ ତାଙ୍କ ବ୍ୟାଚର କନିଷ୍ଠ IAS ଅଧିକାରୀ । ସେ ରାଜସ୍ଥାନର ବାସିନ୍ଦା ଏବଂ ଅଜମେରରେ ଶିକ୍ଷା ଗ୍ରହଣ କରିଛନ୍ତି । ସ୍ୱାତୀଙ୍କୁ ତାଙ୍କ ପିତା ସିଭିଲ ସର୍ଭିସ୍ ପରୀକ୍ଷା ଦେବାକୁ ପ୍ରେରିତ କରିଥିଲେ । ଆଉ ନିରନ୍ତର ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ । କଠିନ ପରିଶ୍ରମ ପରେ, ସ୍ୱାତୀ ୨୦୦୭ରେ ହୋଇଥିବା UPSC ପରୀକ୍ଷାରେ ଅଲ୍ ଇଣ୍ଡିଆରେ ୨୬୦ ତମ ରାଙ୍କ ହାସଲ କରିଥିଲେ ଏବଂ ମାତ୍ର ୨୨ ବର୍ଷ ବୟସରେ IAS ଅଧିକାରୀ ହୋଇଥିଲେ । ସେ ସେହି ବ୍ୟାଚର କନିଷ୍ଠ IAS ଥିଲେ । ଏହା ପରେ ସେ ମଧ୍ୟପ୍ରଦେଶ କ୍ୟାଡର ପାଇଲେ । ସ୍ୱାତୀ ହେଉଛନ୍ତି ସେହି ଆଇଏଏସ୍ ଅଧିକାରୀ ଯିଏ ଖୋଲାଖୋଲି ଭାବରେ ଖଣି ମାଫିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ସିମି କରଣ IAS 2019:

ଓଡିଶାର ବାଲେଶ୍ୱର ବାସିନ୍ଦା ଆଇଏଏସ୍ ସିମି କରଣ ମଧ୍ଯ ୨୨ ବର୍ଷ ବୟସରେ UPSC ସିଭିଲ୍ ସର୍ଭିସେସ୍ ପାସ୍ କରିଥିଲେ । ଆଉ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଗଲେ। ସିମି ଆଇଆଇଟି ବମ୍ବେରୁ ଜଣେ ଇଞ୍ଜିନିୟରିଂ ସ୍ନାତକ ଏବଂ UPSC CSE ପାସ କରିଥିବା ଓଡ଼ିଶାର ସବୁଠାରୁ କନିଷ୍ଠ ଝିଅ । ସେ UPSC CSE 2019ରେ ଅଲ ଇଣ୍ଡିଆ ୩୧ ସ୍ଥାନ ହାସଲ କରିଥିଲେ ।

ଅନନ୍ୟା ସିଂ IAS 2019:

ପ୍ରୟାଗରାଜର ଅନନ୍ୟା ସିଂ ନିଜ ପ୍ରଥମ ପ୍ରୟାସରେ ହିଁ ମାତ୍ର ୨୨ ବର୍ଷ ବୟସରେ UPSCରେ ସଫଳତା ହାସଲ କରିଥିଲେ । ଖାସ୍‌ କଥାଟି ହେଉଛି, ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମାତ୍ର ଗୋଟିଏ ବର୍ଷ ପ୍ରସ୍ତୁତ କରିଥିଲେ ପ୍ରୟାଗରାଜର ସେଣ୍ଟମେରି କନଭେଣ୍ଟ ସ୍କୁଲ ଛାତ୍ରୀ ଅନନ୍ୟା ଦଶମରେ ୯୬ ପ୍ରତିଶତ ମାର୍କ ଓ ଦ୍ୱାଦଶ ପରୀକ୍ଷାରେ ୯୮.୨୫ ପ୍ରତିଶତ ମାର୍କ ରଖିଥିଲେ । ଉଭୟ ଦଶମ ଓ ଦ୍ୱାଦଶରେ ସେ ଥିଲେ ଡିଷ୍ଟ୍ରିକ୍ ଟପର୍ । ମାତ୍ର ଏକ ବର୍ଷର ପରିଶ୍ରମ ପରେ ଅନନ୍ୟା ୨୦୧୯, UPSC ପରୀକ୍ଷାରେ ଅଲ୍ ଇଣ୍ଡିଆ ୫୧ ରାଙ୍କ ହାସଲ କରିଥିଲେ। ୨୦୨୦ ମସିହାରୁ ରାଜସ୍ଥାନର ଅର୍ଥ ବିଭାଗର ଯୁଗ୍ମ ସଚିବ ଅଛନ୍ତି ଅନନ୍ୟା ।

ଟିନା ଡାବି IAS 2015:

ଆଇଏଏସ୍ ଟିନା ଡାବିଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ। ତାଙ୍କ ଜୀବନ ଅନେକଙ୍କ ପାଇଁ ଏକ ପ୍ରେରଣା । ସେ ୨୦୧୫ରେ ଅଲ ଇଣ୍ଡିଆ ରାଙ୍କ ୧ ସହିତ UPSC ସିଭିଲ୍ ସର୍ଭିସେସ୍ ପାସ୍ କରିଥିବା ସବୁଠାରୁ କନିଷ୍ଠ ଝିଅ । ସେ ୨୦ ବର୍ଷ ବୟସରେ ସ୍ନାତକ ସମାପ୍ତ କରିଥିଲେ ଏବଂ ୨ ବର୍ଷର ପ୍ରସ୍ତୁତି ପରେ ସେ ମାତ୍ର ୨୨ ବର୍ଷ ବୟସରେ IAS ଅଧିକାରୀ ହୋଇଥିଲେ । ଟିନାଙ୍କ ସାନ ଉଉଣୀ ରିୟା ଦାବୀ ମଧ୍ଯ ୨୦୨୦ UPSC ପରୀକ୍ଷାରେ ଅଲ ଇଣ୍ଡିଆ ୧୫ ସ୍ଥାନ ହାସଲ କରିଥିଲେ।

୯୧ ବର୍ଷ ବୟସରେ ଘରୁ ବେଘର ହେଲେ ପଦ୍ମଶ୍ରୀ ମାୟାଧର ରାଉତ

0

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଖେଳଗାଁରେ ରହୁଥିବା ୯୧ ବର୍ଷୀୟ ଓଡ଼ିଆ ନୃତ୍ୟଶିଳ୍ପୀ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଗୁରୁ ମାୟାଧର ରାଉତଙ୍କ ସରକାରୀ ବଙ୍ଗଳାକୁ ଖାଲି କରିଦିଆଯାଇଛି । ମଙ୍ଗଳବାର ତାଙ୍କ ଘରେ ପହଞ୍ଚି ଅଧିକାରୀମାନେ ଘରର ସମସ୍ତ ଆସବାବପତ୍ର ବାହାରକୁ ବାହାର କରି ଦେଇଛନ୍ତି । ତେବେ ଘର ଖାଲି କରିବା ପାଇଁ ଆବଶ୍ୟକୀୟ ସମୟ ଦେଇନଥିବା ଅଭିଯୋଗ ଆଣିଛନ୍ତି ପଦ୍ମଶ୍ରୀ ମାୟାଧର ରାଉତ ।  ଅନ୍ୟପଟେ ଏହାକୁ ନେଇ ସଫେଇ ଦେଇଛନ୍ତି ସରକାରୀ କର୍ମଚାରୀ ।

ସୂଚନାଯୋଗ୍ୟ କେବଳ ମାୟାଧର ରାଉତ ନୁହଁନ୍ତି ବରଂ ଆଗାମି କିଛି ଦିନ ମଧ୍ୟରେ ଅନ୍ୟ ୧୨ ଜଣ କଳାକାରଙ୍କ ବଙ୍ଗଳାକୁ ମଧ୍ୟ ଖାଲି କରିଦିଆଯିବ । ବୁଧବାର ହାଇକୋର୍ଟରେ ଏହାକୁ ନେଇ ଶୁଣାଣି ହେବ ।

ଗଣମାଧ୍ୟମ ସହ କଥା ହେବାବେଳେ ମାୟାଧରଙ୍କ ଝିଅ କହିଛନ୍ତିଯେ, ଆସିବା ପୂର୍ବରୁ ତାଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଅଚାନକ ଆସି ସଂଧ୍ୟା ୫ଟା ସୁଦ୍ଧା ଘର ଖାଲି କରିଦେଲେ । ତେବେ ଏତେଶୀଘ୍ର ରହିବା ପାଇଁ କେଉଁଠି ବ୍ୟକସ୍ଥା କରିବେ, ତାହା ମାୟାଧରଙ୍କ ପାଇଁ ଚିନ୍ତାର ବିଷୟ । ତେବେ ଜଣେ କଳାକାରଙ୍କ ପ୍ରତି ଏଭଳି ସମ୍ମାନ ଦେଖାଇ ଥିବାରୁ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ମାୟାଧର ଓ ତାଙ୍କ ଝିଅ । ଘରକୁ ପ୍ରବେଶ କରିବା ମାତ୍ରେ ଜିନିଷ ସବୁ ଫିଙ୍ଗିବା ଆରମ୍ଭ କରିଦେଲେ, ଯଦି ଆମକୁ ପୂର୍ବରୁ ନୋଟିସ୍‌ ଦେଇଥାନ୍ତେ ତେବେ ଆମେ ଘର ଖାଲି କରି ଦେଇଥାନ୍ତୁ ବୋଲି ମଧ୍ୟ କହିଛନ୍ତି ମାୟାଧରଙ୍କ ଝିଅ ।

ଅନ୍ୟପଟେ ସରକାରଙ୍କ କହିବା ହେଉଛି ବର୍ଷ ବର୍ଷ ଧରି କଳାକାରମାନେ ବଳକା ଶୁଳ୍କ ପୈଠ କରିନାହାଁନ୍ତି । ଯେଉଁଥିପାଇଁ ଘର ଖାଲି କରାଯାଉଛି । ତେବେ ଘର ଖାଲି କରିବାକୁ ଥିବା ଅନ୍ୟ ୧୨ ଜଣ କଳାକାରଙ୍କ ବୟସ ୭୦ ବର୍ଷରୁ ଅଧିକ । ଏହି ମାମଲାରେ ସରକାର ଏବଂ ହାଇକୋର୍ଟଙ୍କ କହିବା ହେଉଛି ଆବଣ୍ଟନ ପରେ କଳାକାର ଜବରଦସ୍ତି ଘରେ ରହିପାରିବେ ନାହିଁ ।

ଋଷ ଅସ୍ତ୍ରାଗାରରେ ଭୟଙ୍କର ବିସ୍ଫୋରଣ, ୟୁକ୍ରେନ ମିସାଇଲ ମାଡ଼ରେ ଡିପୋ ଜଳି ଯାଇଥିବା ସନ୍ଦେହ

କିଭ୍: ଋଷର ସାମରିକ ଡିପୋରେ ବ୍ଲାଷ୍ଟ । ୟୁକ୍ରେନ ସୀମା ପାର୍ଶ୍ବବର୍ତ୍ତୀ ଋଷର ବେଲଗୋରଡ ସହର ନିକଟରେ ଥିବା ଅସ୍ତ୍ରାଗାରରେ ବିସ୍ଫୋରଣ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଗଭର୍ନର । ଋଷର ସାମିରିକ ଡିପୋରେ ହୋଇଥିବା ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଏହି ବିସ୍ଫୋରଣରେ ଋଷର ଅନେକ ଅସ୍ତ୍ରଶସ୍ତ୍ର ଧ୍ବଂସ ହୋଇଯାଇଛି । ୟୁକ୍ରେନର ବାଲିଷ୍ଟିକ୍ ମିସାଇଲ ମାଡ଼ରେ ଅସ୍ତ୍ରାଗାର ଜଳିଯାଇଥିବା ସନ୍ଦେହ କରାଯାଉଛି ।

ଚଳିତ ମାସରେ ୟୁକ୍ରେନ ପକ୍ଷରୁ ବେଲଗୋରଡସ୍ଥିତ ଋଷର ତୈଳ ଡିପୋରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଥିଲା ଋଷ । ଏହା ସହ ହେଲିକପ୍ଟର ଯୋଗେ କେତେକ ଗ୍ରାମରେ ନିଆଁ ଲଗାଇ ଦିଆଯାଇଥିବା କୁହାଯାଇଥିଲା । ସେପଟେ ୟୁକ୍ରେନକୁ ସହଯୋଗ କରୁଥିବାରୁ ନାଟୋ ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭ୍ଲାଦିମିର ପୁଟିନ୍ । ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ ଓ ତୈଳ ରପ୍ତାନୀ ଉପରେ ମସ୍କୋ ରୋକ ଲଗାଇଛି । ଯୁଦ୍ଧ ଆରମ୍ଭରୁ ପୋଲାଣ୍ଡ ଖୋଲାଖୋଲି ଭାବେ ୟୁକ୍ରେନକୁ ସମର୍ଥନ କରୁଥିବା ବେଳେ ଚଳିତ ସପ୍ତାହରେ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ଘୋଷଣା କରିଥିଲା ।

ନିୟମ ନମାନି ପୁରୀରେ ପଦଯାତ୍ରା ପାଇଁ ଅପରାଜିତାଙ୍କ ଉଦ୍ୟମ

ପୁରୀ: ସାଂସଦ ଭାଙ୍ଗିଲେ ଆଇନ । ନିୟମ ନମାନି ପୁରୀରେ ପଦଯାତ୍ରା ପାଇଁ ଉଦ୍ୟମ । ଆଇନଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପଦଯାତ୍ରାକୁ ଅନୁମତି ଦେଇନଥିବା ବେଳେ ସାଂସଦ ତାଙ୍କ ସହ ଭୁବନେଶ୍ବରରୁ ମାତ୍ର ୨୦ଜଣ ସମର୍ଥକଙ୍କୁ ଧରି ପୁରୀରେ ପହଞ୍ଚିଛନ୍ତି। ତାଙ୍କ ସହ କୌଣସି ବିଜେପି ନେତା ଯାଇନାହାନ୍ତି । ଶ୍ରୀଜିଉଙ୍କୁ ଦର୍ଶନ ଆଳରେ ପଦଯାତ୍ରା ରାଜନୀତି କରୁଛନ୍ତି ଅପରାଜିତା । ଅପ୍ରିତୀକର ପରିସ୍ଥିତିକୁ ଏଡ଼ାଇବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କରୁଥିବା ବେଳେ ଚନ୍ଦନପୁର ନିକଟରେ ସାଂସଦ ଓ ସମର୍ଥକଙ୍କ ଗାଡି ଅଟକାଇଥିଲା ପୋଲିସ ।

ସାଂସଦ ଏକୁଟିଆ ଶ୍ରୀମନ୍ଦିରକୁ ଯାଇପାରିବେ । ସମର୍ଥକଙ୍କୁ ସାଙ୍ଗରେ ନେଇ ନଯିବାକୁ ଅନୁରୋଧ କରିଥିଲା ପୋଲିସ କିନ୍ତୁ, ସାଂସଦ ପୋଲିସର ଅନୁରୋଧକୁ ଭୃକ୍ଷେପ ନକରି ପଦଯାତ୍ରା ପାଇଁ ଅଡ଼ି ବସିଛନ୍ତି । ଆଇନର ରକ୍ଷାକାରୀ କିଭଳି ଆଇନର ଉଲ୍ଲଂଘନ କରୁଛନ୍ତି, ତାହା ଏଥିରୁ ସ୍ପଷ୍ଟ ବାରି ହେଉଛି ।