spot_img
Home Blog Page 4230

ଡାକ୍ତର କହିଲେ ହାତୀ ‘ନନ୍ଦ’ ମୃତ୍ୟୁର କାରଣ

ଭୁବନେଶ୍ୱର: ସେପ୍ଟିସେମିଆରୁ ହାତୀ ନନ୍ଦର ମୃତ୍ୟୁ ହୋଇଛି । ଏହାସହ ଶରୀରରେ ବ୍ୟାକ୍ଟେରିଆଲ୍ ଇନଫେକସନ୍ ଦେଖାଦେଇଛି । ଅଧିକ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ସୂଚନା ଦେଇଛନ୍ତି OUAT ଭେଟେନାରୀ କଲେଜ ଡିନ୍ ତଥା ସର୍ଜରୀ ବିଭାଗ ମୁଖ୍ୟ ସୁସେନ ପଣ୍ଡା ।

କୁମାରଖୁଣ୍ଟି ଏଲିଫ୍ୟାଣ୍ଟ ରେସକ୍ୟୁ ସଣ୍ଟରକୁ ନନ୍ଦକୁ ନେବାପାଇଁ ଗତ ୬ ମାସ ହେଲା ଚେଷ୍ଟା କରୁଥିଲା ବନବିଭାଗ । ଏଥିପାଇଁ ତାକୁ ମାସେ ତଳେ ଟ୍ରାଙ୍କୁଲାଇଜ କରାଯାଇଥିଲା । ସେବେଠାରୁ ସେ ଅସୁସ୍ଥ ଥିଲା । ୩ ଜଣିଆ ଚିକିତ୍ସକ ତାକୁ ଚନ୍ଦକା ଡମପଡା ଅଭୟାରଣ୍ୟରେ ଚିକତ୍ସା କରୁଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ।

ଦିଲ୍ଲୀରେ ଯୋତା ଫ୍ୟାକଟ୍ରିରେ ନିଆଁ, ୧୦ଟି ଅଗ୍ନିଶମ ଗାଡି ନିୟୋଜିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପୁଣି ଭୟଙ୍କର ନିଆଁ  ।  ନରେଲାରେ ଭୟାବହ ଅଗ୍ନିକାଣ୍ଡ । ଏକ ଯୋତା ଫ୍ୟାକଟ୍ରିରେ ଲାଗିଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ୧୦ଟି ଅଗ୍ନିଶମ ଗାଡି । ରାତି ୮ଟା ୩୦ରେ ଏହି ଫ୍ୟାକଟ୍ରିରେ ନିଆଁ ଲାଗିଥିବା ସୂଚନା ରହିଛି । ତେବେ ସୂଚନା ପାଇବା କ୍ଷଣି ହିଁ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାରେ କୌଣସି ମୃତାହତ କିମ୍ବା କ୍ଷତକ୍ଷତିର ସୂଚନା ମିଳିନାହିଁ । କାରଖାନାର ମାଲିକ ମୁକେଶ ଗୁପ୍ତା ବୋଲି ସୂଚନା ମିଳିଛି । ଗତ ଶନିବାର ମଧ୍ୟ ନରେଲା ଅଞ୍ଚଳରେ ଏକ ପ୍ଲାଷ୍ଟିକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବିପୁଳ ସମ୍ପତ୍ତି କିନ୍ତୁ ନଷ୍ଟ ହୋଇଥିଲା । ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା ୨୭ଟି ଅଗ୍ନିଶମ ଗାଡ଼ି । ଭିତରେ ରହିଥିବା ଲୋକଙ୍କୁ ନିରାପଦରେ ଉଦ୍ଧାର କରାଯାଇ ପାରିଥିଲା ।

OMCର ୬୭ତମ ପ୍ରତିଷ୍ଠା ଦିବସ, ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ-ଓଏମସିର ୬୭ତମ ପ୍ରତିଷ୍ଠା ଦିବସରେ ବିଭିନ୍ନ ନୁଆ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରକଳ୍ପ ଶୁଭାରମ୍ଭ କରାଯାଇଛି। ୫ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାସହ କୋଇଡା ITIରେ ଦକ୍ଷତା ବିକାଶ ଏକାଡେମୀ ପ୍ରତିଷ୍ଠା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଏକ MOU ସ୍ବାକ୍ଷର ହୋଇଥିଲା ।

ଖଣି ଅଞ୍ଚଳରେ ୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ଓଏମସି ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବ । ଏହିସବୁ ବିଦ୍ୟାଳୟର ପରିଚାଳନା ପାଇଁ ବାର୍ଷିକ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । OMCର ଏହି ଉଦ୍ୟମ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସାମାଜିକ ବିକାଶରେ OMCର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । କୋଭିଡ ପରିଚାଳନାରେ OMCର କାର୍ଯ୍ୟ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ମହିଥିଲେ ।

ପ୍ରତିଷ୍ଠା ଦିବସ ଅବସରରେ ତିନିଟି ଖଣି ବାଂଶପାଣୀ, ଉନଛବାଲି ଓ କାଣ୍ଡବନ୍ଧ ଖଣି କାର୍ଯ୍ୟକ୍ଷମ ହୋଇଥିବା ବେଳେ ପରିଚାଳନା ବ୍ୟବସ୍ଥା ଓ ବିବାଦ ସମାଧାନ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ୩୦ ନିୟୁତ ଟନ ଉତ୍ପାଦନ ସହ OMC ଦେଶର ଅନ୍ୟତମ ବୃହତ ଖଣି କମ୍ପାନୀ ଭାବେ ଉଭା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଏମସି ଆନ୍ଥେମ ଉନ୍ମୋଚନ କରିଥିଲେ ।

ମାଆ ତାରାତାରିଣୀଙ୍କ ପୀଠରେ ପ୍ରଣବ ପ୍ରକାଶ ଦାସ

 ଗଞ୍ଜାମ: ଚାଲିଛି ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଆଜି ଏହି ଉତ୍ସବର ଦ୍ବିତୀୟ ଦିବସ ଥିବା ବେଳେ ପୀଠ ପରିଦର୍ଶନ କରିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମନ୍ଦିରର ସମସ୍ତ କାର୍ଯ୍ୟ ବୁଲି ଦେଖିବା ସହ ମା’ଙ୍କ ଦର୍ଶନ କରିଛନ୍ତି ।

ପରିଦର୍ଶନ ସମୟରେ ପ୍ରଣବଙ୍କ ସହ ଉପସ୍ଥିତ ଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଅନେକ ପ୍ରଶାସନିକ ଅଧିକାରୀ । ଏହି ଅବସରରେ ଜିଲ୍ଲାପାଳଙ୍କ ସହ ମନ୍ଦିରର ବିକାଶ କାର୍ଯ୍ୟକୁ ନେଇ କିଛି ସମୟ ଆଲୋଚନା କରିଥିଲେ ପ୍ରଣବ ପ୍ରକାଶ । ସେ ମା’ଙ୍କ ପୂଜାବିଧି ନେଇ ବି ସେବାୟତ ମାନଙ୍କ ସହ ଆଲୋଚନା କରିଛନ୍ତି । ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୀଠକୁ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି ।

ବାବା ବିବାଦ: ପୁରୀରେ ନକଲି ଶଙ୍କରାଚାର୍ଯ୍ୟ

ପୁରୀ: ଅସଲି ବନାମ ନକଲି ଶଙ୍କରାଚାର୍ଯ୍ୟ। ପୁରୀ ପରେ ଭୁବନେଶ୍ବରରେ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟଙ୍କୁ ଜୋରଦାର୍ ବିରୋଧ। ବାବା ଅଧୋକ୍ଷାନନ୍ଦ ଦେବ ତୀର୍ଥଜୀ ମହାରାଜ ନିଜକୁ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ବୋଲି ଦାବି କରି ଆସୁଛନ୍ତି। ଆଜି ସେ ଲିଙ୍ଗରାଜ ଦର୍ଶନ ପାଇଁ ଆସିଥିବା ବେଳେ ଆଦିତ୍ୟ ବାହିନୀର କର୍ମକର୍ତ୍ତାମାନେ ତାଙ୍କୁ ବିରୋଧ କରିଥିଲେ। ଏହାକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧୋକ୍ଷାନନ୍ଦ ନିଜ ସପକ୍ଷରେ ଯୁକ୍ତି ବାଢି ପୂରା ବାୟୋଡାଟା ଦେଇଥିବା ବେଳେ ତାକୁ କିନ୍ତୁ କେହି ଗ୍ରହଣ କରିନଥିଲେ ।

ତାଙ୍କ ଉପରେ ହାଇକୋର୍ଟ କିଛି କଟକଣା ଲଗାଇଥିଲେ। ସେ ଭାରତ ସାରା ବୁଲି ସନାତନ ଧର୍ମର ପ୍ରଚାର କରୁଛନ୍ତି। ଏବେବି ତଳ କୋର୍ଟରେ ମାମଲା ଅଛି। କୌଣସି ପ୍ରସଙ୍ଗରେ ସ୍ପଷ୍ଟ ହେବାର ଥିଲେ କୋର୍ଟକୁ ଆସିବାକୁ କହିଛନ୍ତି ଅଧୋକ୍ଷାନନ୍ଦ। ବିକ୍ଷୋଭବେଳେ ତୁରନ୍ତ ଓଡ଼ିଶା ଛାଡ଼ି ଫେରିଯିବାକୁ ତାଙ୍କୁ ଚେତାବନୀ ଦେଇଥିଲେ ଆଦିତ୍ୟ ବାହିନୀର କର୍ମକର୍ତ୍ତା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ କରିଥିଲା।

ଏବେ ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଥିବାବେଳେ ଅଧୋକ୍ଷାନନ୍ଦଙ୍କ ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଗୁପ୍ତଧନ ଖୋଜୁଥିବା ଏହି ଟିମକୁ ମିଳିଲା ୪ହଜାର କିଲୋର ସୁନା

ନୂଆଦିଲ୍ଲୀ: ଗୁପ୍ତଧନ ଖୋଜୁଥିବା ଏକ ଦଳ ଦାବି କରିଛି ଯେ, ସେମାନେ ହିଟଲରଙ୍କ ସମୟର ଏକ ବଡ଼ ଗୁପ୍ତଧନ ଖୋଜି ବାହାର କରିଛନ୍ତି । ସେମାନଙ୍କ ଦାବି ହେଉଛି ଯେ,  ହିଟଲରଙ୍କ ପାରାମିଲିଟାରୀ ଫୋର୍ସ ବେଶ୍ୟାଳୟ ଭାବେ ବ୍ୟବହାର କରୁଥିବା କୋଠା ତଳୁ ଲୁଟ ସୁନାର ଭଣ୍ଡାର ମିଳିଛି ।

ଗୁପ୍ତଧନ ଖୋଜୁଥିବା ଟିମ୍ ଦକ୍ଷିଣ ପୋଲାଣ୍ଡର ମିକୋକ୍ସି ଗାଁରେ ମାଟିଠୁ ୧୦ଫୁଟ ତଳେ ରହସ୍ୟମୟ ଧାତୁରେ ତିଆରି କନସ୍ତରର ଖୁଲାସା କରିଛନ୍ତି । ଏହି ଗୁପ୍ତଧନରେ ଗୋଲ୍ଡ ଅଫ୍ ବ୍ରେସଲାଉ ସାମିଲ ହୋଇଥିବା କୁହାଯାଉଛି । କନସ୍ତରର ଲମ୍ୱା ୪.୫ଫୁଟ ରହିଥିବା ବେଳେ ବ୍ୟାସାର୍ଦ୍ଧ ୫୦ ସେମି ରହିଛି । ଆଶା କରାଯାଉଛି ଯେ, ଏହି ସ୍ଥାନରୁ ୪ଟନ୍ ସୁନା ମିଳିପାରେ ।

ବିଶ୍ୱାସ କରାଯାଉଛି ଯେ, ବିଶ୍ୱଯୁଦ୍ଧ ଶେଷରେ ନିଜ ଆଧିପତ୍ୟ ସ୍ଥାପନ କରିବା ପାଇଁ ହେନେରିକ ହିମଲରଙ୍କ ନିର୍ଦ୍ଦେଶରେ ଲୁଟ୍ ହୋଇଥିବା ସୁନା ଏହି ଅଞ୍ଚଳରେ ଗାତ କରି ପୋତିଦିଆଯାଇଛି ।

ସେଲସିୟୟନ୍ ବ୍ରିଜ ଫାଉଣ୍ଡେସନର ଇନ୍‌ଭେଟିଗେଟର ରୋମନ ଫୁରମାନିକ ଏବଂ ତାଙ୍କ ଟିମ୍ ଦ୍ୱାରା ଏହି ଖୋଜ କରାଯାଇଥିଲା । ପ୍ରାୟ ୧ବର୍ଷ ଧରି ଏହି ଅଞ୍ଚଳରେ ଯାଞ୍ଚ ଚଲାଇଥିବା ଟିମ୍ ଗୁପ୍ତ କାଗଜପତ୍ର, ନକ୍ସା ଏବଂ ଡାଏରୀ ମଧ୍ୟ ପାଇଛି । ଏହାରି ଆଧାରରେ ସେମାନେ ଏହି ଗୁପ୍ତଧନ ପାଇପାରିଥିବା କୁହାଯାଉଛି ।

ଲାଞ୍ଚ ନେଇଥିଲେ OPTCL ଡିଜିଏମ୍, ୫ ବର୍ଷ ଜେଲ ଦଣ୍ଡ ଦେଲେ କୋର୍ଟ

ବାରିପଦା: ୨୦୧୭ ମସିହାର ଏକ ଲାଞ୍ଚ ନେବା ମାମଲାରେ ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୨୫ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ଅତିରିକ୍ତ ଏକ ବର୍ଷର କାରାଦଣ୍ଡ ଆଦେଶ ଦେଇଛନ୍ତି କୋର୍ଟ ।

୨୦୧୭ରେ ଯଶୋବନ୍ତ ନାରାୟଣ ଚୌଧୁରୀ ବାରିପଦା ବିଦ୍ୟୁତ ବିଭାଗର ଡିଜିଏମ ଭାବେ କାର୍ଯ୍ୟ କରୁଥିଲେ । କାର୍ଯ୍ୟାଳୟରେ ଲାଗିଥିବା ଏକ ଗାଡ଼ିରେ ଭଡ଼ା ବାବଦକୁ ୪୫ହଜାର ଟଙ୍କାର ବିଲ କରାଇଦେବାକୁ ଲାଞ୍ଚ ମାଗିଥିଲେ ଯଶୋବନ୍ତ । ୩ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ । ସୋମବାର ମାମଲାର ବିଚାର କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି କୋର୍ଟ ।

କରୋନା କାଳ ପରେ ଚୀନରେ ବେକାରୀ ହାର ସର୍ବାଧିକ: ଜୁନ୍ ପହିଲାରେ ହଟିବ ଲକ୍‌ଡାଉନ୍

ବେଜିଂ: କରୋନା କାରଣରୁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ଚୀନ୍‌ ଅର୍ଥନୀତି । ଚଳିତ ବର୍ଷ ଏପ୍ରିଲ ମାସରେ ଚୀନ୍‌ର ବେକାରୀ ହାର ୬.୧ ପ୍ରତିଶତରେ ପହଞ୍ଚିଛି । ଯାହାକି ୨୦୨୦ର କରୋନା ମହାମାରୀ ଆରମ୍ଭ ସମୟର ବେକାରି ହାର ପାଖାପାଖି । କରୋନା ଆରମ୍ଭ ସମୟରେ ଲକଡାଉନ୍ ଯୋଗୁଁ ୬.୨ ପ୍ରତିଶତରେ ବେକାରି ହାର ପହଞ୍ଚିଥିବା ବେଳେ ଏବେ ୬.୧ରେ ପହଞ୍ଚିଛି ବେକାରୀ ହାର । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯୋଗୁଁ ବିଶ୍ୱର ଦ୍ୱିତୀୟ ବଡ଼ ଅର୍ଥବ୍ୟବସ୍ଥାରେ ବହୁତ କ୍ଷତି ପହଞ୍ଚିଛି ।

ଆନୁଷ୍ଠାନିକ ପରିସଂଖ୍ୟାନ ଅନୁସାରେ ଜଣାପଡ଼ିଛି ଯେ, ସେଠାକାର ଖୁଚୁରା ବ୍ୟବସାୟୀ ଓ ନିର୍ମାଣକାରୀମାନେ କରୋନା କାରଣରୁ ବହୁତ କ୍ଷତି ସହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ୍‌ରେ ୧୨ରୁ ଅଧିକ ସହରରେ ସମ୍ପୂର୍ଣ୍ଣ ବା ଆଂଶିକ ତାଲାବନ୍ଦ ଘୋଷଣା କରାଯାଇଥିଲା । ଯେଉଁଥିରେ ବାଣିଜ୍ୟିକ କେନ୍ଦ୍ର ସାଂଘାଇକୁ ମଧ୍ୟ ବହୁତ ସମୟ ପାଇଁ ବନ୍ଦ କରାଯାଇଥିଲା । ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ କହିଛନ୍ତି ୨୦୨୦ପରେ କରୋନା ଭୂତାଣୁର ସବୁଠାରୁ ଖରାପ ପ୍ରଭାବ କାରଣରୁ ଦେଶରେ ରୋଜଗାରର ସ୍ଥିତି ବହୁତ ଜଟିଳ ଓ ଗମ୍ଭୀର ରହିଛି। ଚଳିତ ବର୍ଷ ପାଇଁ ବେକାରୀ ହାର ୫.୫ ପ୍ରତିଶତ ତଳକୁ ରଖିବା ପାଇଁ ସରକାରଙ୍କର ଲକ୍ଷ ରହିଛି ବୋଲି ସେ କହିଛନ୍ତି ।

ଲକ୍‌ଡାଉନ୍ କାରଣରୁ ଚୀନର ଅର୍ଥ ବ୍ୟବସ୍ଥା ଉପରେ ବହୁତ ବଡ଼ ପ୍ରଭାବ ପଡ଼ିଛି ସେଥିପାଇଁ ସେଠାରେ ବେକାରୀ ହାର ବଢ଼ିଛି ବୋଲି କୁହାଯାଇଛି। କରୋନା ମହାମାରୀକୁ ରୋକିବା ପାଇଁ ସେଠାରେ ଯୋଗାଣ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିଥିବାରୁ ସେଠାରେ ଔଦ୍ୟୋଗିକ ଉତ୍ପାଦନର ପୂର୍ବ ବର୍ଷ ତୁଳନାରେ ୨.୯ ପ୍ରତିଶତ ତଳକୁ ଖସିଛି।  ତେବେ ଚୀନରେ ସରକାରଙ୍କ  ପକ୍ଷରୁ ଜୁନ୍ ପହିଲା ସୁଦ୍ଧା ଲକଡାଉନ୍ ହଟାଇବାକୁ ଘୋଷଣା କରାଯାଇଛି । ଯାହାର ପ୍ରଭାବରେ ବେକାରୀ ସମସ୍ୟାରେ ସୁଧାର ଆସିବ ବୋଲି କୁହାଯାଉଛି ।

ଏଥିସହିତ ପଢ଼ନ୍ତୁ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ୫ ଦିନ ପୂର୍ବରୁ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ

ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ମାଆ, ହତ୍ୟାକାରୀ ସାଜିଲେ ନାବାଳକ ପୁଅ

କେନ୍ଦୁଝର: ମାଆ ସହ ଜଣେ ଯୁବକକୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଲେ ନାବାଳକ ପୁଅ  । ପରେ ‌ଯୁବକକୁ ହତ୍ୟା କରିବାକୁ ପଛାଇଲେ ନାହିଁ ଦୁଇ ନାବାଳକ  । ରାଗରେ ଜର୍ଜରିତ ମହିଳାଙ୍କ ୨ ନାବାଳକ ପୁଅ ଉକ୍ତ ଯୁବକକୁ ପିଟିପିଟି ହତ୍ୟା କରିଛନ୍ତି  । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଶାସ୍ତ୍ରୀନଗର ଅଞ୍ଚଳରେ  । ଖବର ମୁତାବକ ନିଜ ମାଆଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଯୁବକକୁ ଦେଖି ମହିଳାଙ୍କ ଦୁଇ ନାବାଳକ ପୁଅ ଯୁବକକୁ ଖୁଣ୍ଟରେ ବାନ୍ଧି ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି । ମୃତ ଯୁବକର ନାଁ ସେକେଣ୍ଡ ମହାକୁଡ଼ ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ସେକେଣ୍ଡ ମହାକୁଡ଼ର ଘରେ ସେକେଣ୍ଡ ସହିତ ନିଜ ମାଆକୁ ଆପତ୍ତିଜନକ ଅବସ୍ଥାରେ ଦେଖି ଦେଇଥିଲେ  ଦୁଇ ନାବାଳକ ପୁଅ  । ସେକେଣ୍ଡକୁ ଦୁଇ ନାବାଳକ ଘୋଷାରି ଘୋଷାରି ନେଇ ଏକ ଖୁଣ୍ଟରେ ବାନ୍ଧି ଲୁହା ରଡରେ ପିଟିଥିଲେ । ପିଟି ପିଟି ଗୋଟିଏ ହାତ ଓ ଗୋଡ଼ ଭାଙ୍ଗିଦେଇଥିଲେ ଦୁଇ ନାବାଳକ । ଏହା ପରେ ନାବାଳକ ଦୁଇ ଜଣ ସେକେଣ୍ଡକୁ ଯୋଡ଼ା ଟାଟା ଷ୍ଟିଲ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ସେକେଣ୍ଡର ମୃତ୍ୟୁ ହୋଇଥିଲା ।

ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚିଥିଲା  । ଏ ନେଇ ଯୋଡ଼ା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଗଟଣାର ତଦନ୍ତ ଚଳାଇଛି  । ଦୁଇ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବାନେଇ ଯୋଡ଼ା ଥାନା ଆଇଆଇସି ପଦ୍ମାଳୟା ସାହୁ ଏହି ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଖବର କାଗଜ ବିକ୍ରେତା; ଜାଣନ୍ତୁ କାହିଁକି

ପାଟଣା: ବିହାରର ଆରାରେ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ବୟସ୍କ ଲୋକ ନିଆରା ଅନ୍ଦାଜରେ ଖବର କାଗଜ ବିକ୍ରି କରିନ୍ତି । ଯାହାକୁ ଦେଖି ଲୋକେ ଆକର୍ଷିତ ହୁଅନ୍ତି ଏବଂ ଖବର କାଗଜ କିଣନ୍ତି ।

ଭାଇରାଲ ଭିଡିଓରେ ଯୋ ‘ପଢ଼େଗା ଅଖବାର ବହ ବନେଗା ହୋସିଆର’ ମତ ସମଝୋ ଇସକୋ କେବଲ ଅଖବାର, ଇହ ହେ ତଲବାର କି ଧାର, ଇସସେ ଚଲତି ହେ ଦୁନିଆ କି ସରକାର, ତୁମ୍ହାରା ପେସା ନହିଁ ଜାଏଗା ବେକାର(ଖବର କାଗଜ ପଢ଼ିଲେ ସଚେତନ ହେବ, ଏହା କେବଳ କାଗଜ ନୁହଁ ଏ ହେଉଛି ଖଣ୍ଡାଧାର, ଏହା ଦ୍ୱାରା ଚାଲେ ସାରା ଦୁନିଆ  । ତୁମ ଟଙ୍କା ବେକାର ଯିବନି । ଏହି ବୟସ୍କ ବ୍ୟକ୍ତିଙ୍କ ଏଭଳି ଖବର ବିକିବା ଶୈଳୀରେ ସମସ୍ତେ ଆକୃଷ୍ଟ ହୋଇଛନ୍ତି । ଭିଡିଓଟିକୁ ଲୋକେ ମଧ୍ୟ ଖୁବ ପସନ୍ଦ କରିବା ସହ ଏ ହେଉଛନ୍ତି ଅସଲି ଏମ୍‌ବିଏମ୍ ବୋଲି କହିଛନ୍ତି ।

ଖବର କାଗଜ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାମ ଜିତ ପ୍ରସାଦ । ସେ ଦୀର୍ଘ ୪୦ ବର୍ଷ ହେଲା ଖବର କାଗଜ ବିକ୍ରି କରନ୍ତି । ସେ ନିଜେ ଖବର କାଗଜ ପଢ଼ିବା ସହ ପାଟଣା-ଆରା ରୁଟ୍‌ରେ ଖବର କାଗଜ ବିକ୍ରି କରନ୍ତି ।

ଏଥିସହିତ ପଢ଼ନ୍ତୁ: ଆସାମରେ ଭୟଙ୍କର ବନ୍ୟା, ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ଅନେକ ଅଞ୍ଚଳ