spot_img
Home Blog Page 42

ମୁଦ ମୁକ୍ତ ନୁହେଁ ମଦ ଯୁକ୍ତ ଓଡ଼ିଶା ଗଢ଼ୁଛନ୍ତି ରାଜ୍ୟ ସରକାର, ବିଜେପି ଉପରେ ବର୍ଷିଲା ବିଜେଡି

ଟେଟ୍ରା ପ୍ୟାକ୍ ରେ ମଦ ମିଳିବା ନିଷ୍ପତ୍ତି ଚିନ୍ତାଜନକ । ଏ ଗବେଷଣା ଯଦି ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ଗମନାଗମନ, ଦୁର୍ନୀତି ମୁକ୍ତ ଓଡିଶାର ଗଠନ ପାଇଁ ସରକାର କରିଥିଲେ ପ୍ରଶଂସାର ପାତ୍ର ହୋଇଥାଆନ୍ତେ । ନବୀନ ପଟ୍ଟନାୟକଙ୍କ ୪୫ ଟି ଯୋଜନାକୁ କପି ପେଷ୍ଟ କରି ସରକାର ଚଳେଇଛି ବିଜେପି । ମଦ ମୁକ୍ତ ଓଡିଶାର କଥା କହି ସରକାରକୁ ଆସିବା ପରେ ଏବେ ମଦ ଯୁକ୍ତ ଓଡ଼ିଶା ଗଠନ କରୁଛି ବିଜେପି ସରକାର ବୋଲି କହି ବର୍ଷିଛି ବିଜେଡି ରାଜ୍ୟ ଯୁବ ସଭାପତି । ଧାର୍ମିକ ଅନୁଷ୍ଠାନ ପାଖରେ ୭୦ ଟି ମଦ ଦୋକାନ ବନ୍ଦ ଥିଲା, ସରକାର ତାକୁ ଖୋଲିଲେ । ଚିକିଟି ମଦ ମୃତ୍ୟୁର ରିପୋର୍ଟ ଏପର୍ଯ୍ୟନ୍ତ ଆସିଲା ନାହିଁ। ସରକାର ଟେଟ୍ରା ପ୍ୟାକ୍ କୁ ଅନଲାଇନରେ ଉପଲବ୍ଧ କରେଇ ଦିଅନ୍ତୁ କହି କଟାକ୍ଷ କରିଛନ୍ତି ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ । ଏବେ ଟେଟ୍ରା ପ୍ୟାକ୍ ଲୋକ ପିଇକି ରାସ୍ତାଘାଟରେ ପକେଇବେ । ପ୍ରଦୂଷଣ ବଢିବ । ସ୍କୁଲ କଲେଜ ପିଲା ଏବେ ନିଶାସକ୍ତ ହେବେ । ଚଳିତ ବଜେଟରେ ଯୁବକଙ୍କ ପାଇଁ କିଛି ନାହିଁ। ଓଡ଼ିଶାରେ ଜନ୍ମନେବାକୁ ଥିବା ପିଲାଙ୍କ ମୁଣ୍ଡରେ ୩୦ ହଜାର ଟଙ୍କା ରୁଣ । ଓଡ଼ିଶା ଏବେ ତଳିତଳାନ୍ତ ହେବାକୁ ଗଲାଣି। ପଞ୍ଚାୟତ ନିର୍ବାଚନରେ ଲୋକେ ଠିକ୍ ଜବାବ ଦେବେ ବୋଲି କହିଛନ୍ତି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ।

ଖୁବଶୀଘ୍ର ବଡ଼ପଡ଼ିଆ ପରିବା ମାର୍କେଟରେ ମ୍ୟୁନିସିପାଲଟି ପକ୍ଷରୁ ତିଆରି ହେବ ଭେଣ୍ଡିଂ ଜୋନ୍

ଖୁବଶୀଘ୍ର ବଡ଼ପଡ଼ିଆ ପରିବା ମାର୍କେଟରେ ମ୍ୟୁନିସିପାଲଟି ପକ୍ଷରୁ ତିଆରି ହେବ ଭେଣ୍ଡିଂ ଜୋନ୍ । ଏନେଇ ପାରାଦ୍ଵୀପ ବନ୍ଦର ସହିତ ସମସ୍ତ ଆଲୋଚନା ସରିଛି । କିନ୍ତୁ ଏହି କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇଥିଲା, ଏବେ ଏହାର କାମ ଆରମ୍ଭ ହେବ ବୋଲି ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଓ ସ୍ଥାନୀୟ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ପ୍ରକାଶ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ବଡ଼ପଡ଼ିଆ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି। ଏଥିରେ ୭୦ରୁ ଉର୍ଦ୍ଧ୍ୱ ପରିବା ଦୋକାନ ସମେତ ଦୁଇଟି ବାଇକ ଓ ୮ ଟି ସାଇକେଲ ପୋଡିଯାଇଥିବା ବେଳେ ପନିପରିବା ମଧ୍ୟ ନଷ୍ଟ ହୋଇଯାଇଛି। ଏହି ନିଆଁ ଏତେ ଭୟାବହ ଥିଲା ଯେ ୬ ଟି ଅଗ୍ନିଶମ ବିଭାଗ ଗାଡ଼ି ନିଆଁକୁ ଆୟତ କରିବା ପାଇଁ ୨ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ଲାଗିଥିଲା। ଏହି ଘଟଣାକୁ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଖୁବଶୀଘ୍ର ଭେଣ୍ଡି ଜୋନ୍ ର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଆଇଏସଆଇ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀର ଆଠ ଜଣ ଗିରଫ

ଦେଶବ୍ୟାପୀ ବଡ଼ ଧରଣର ଷଡ଼ଯନ୍ତ୍ର । ଆଇଏସଆଇ ଏବଂ ବାଂଲାଦେଶୀ ଆତଙ୍କବାଦୀ ଗୋଷ୍ଠୀର ଆଠ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫଙ୍କ ମଧ୍ୟରୁ ଦୁଇ ଜଣ ପଶ୍ଚିମବଙ୍ଗରେ ଲୁଚି ରହିଥିଲେ । ବାକି ସମସ୍ତଙ୍କୁ ତାମିଲନାଡୁରୁ ଗିରଫ କରାଯାଇଛି। ପୋଲିସ ଦାବି କରିଛି ଯେ ସେମାନେ ଏକ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ। ତଦନ୍ତକାରୀମାନେ ଗିରଫ ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି । ତାମିଲନାଡୁର ତିରୁପୁର ଜିଲ୍ଲାର ବିଭିନ୍ନ ପୋଷାକ କାରଖାନାରୁ ମିଜାନୁର ରହମାନ, ମହମ୍ମଦ ଶବତ, ଉମର, ମହମ୍ମଦ ଲିଟନ, ମହମ୍ମଦ ଶାହିଦ ଏବଂ ମହମ୍ମଦ ଉଜ୍ଜ୍ୱଳ ନାମକ ଛଅ ଜଣଙ୍କୁ ଗିରଫ କରାଯାଇଛି । ସରକାରୀ ସୂତ୍ର କହିଛି ଯେ ପଶ୍ଚିମବଙ୍ଗରୁ ମଧ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ଗିରଫମାନଙ୍କ ମଧ୍ୟରୁ କିଛି ବାଂଲାଦେଶୀ ନାଗରିକ । ସେମାନେ ନିଜର ପରିଚୟ ଲୁଚାଇବା ପାଇଁ ନକଲି ଆଧାର କାର୍ଡ ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ହୋଇଛି। ତଦନ୍ତକାରୀମାନେ ଦାବି କରିଛନ୍ତି ଯେ ସନ୍ଦିଗ୍ଧମାନେ ଏକ ବିଦେଶୀ ଗ୍ୟାଙ୍ଗର ନିର୍ଦ୍ଦେଶରେ ଭାରତରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲେ । ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦିଲ୍ଲୀ ଅଣାଯାଉଛି । ଆତଙ୍କବାଦକୁ ଉସକାଉଥିବା ଏକ ଅନଲାଇନ୍ ପୋଷ୍ଟ ସହିତ ତଦନ୍ତ ଆରମ୍ଭ ହୋଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ତଦନ୍ତ ଦଳ ତିରୁପୁର ଯାଇଥିଲା। ସେତେବେଳେ ପୋଷାକ କାରଖାନାରେ 6 ଅଭିଯୁକ୍ତଙ୍କ ଆଧାର କାର୍ଡ ନକଲି ଥିବା ଜଣାପଡ଼ିଥିଲା । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ କହିଛି ଯେ ଚଢାଉ ସମୟରେ 8ଟି ମୋବାଇଲ୍ ଫୋନ୍ ଏବଂ 16ଟି ସିମ୍ କାର୍ଡ ଜବତ କରାଯାଇଛି। ସେଗୁଡ଼ିକର ତଦନ୍ତ କରାଯାଉଛି। ଏହି ଷଡ଼ଯନ୍ତ୍ରରେ ଆଉ କିଏ ସାମିଲ ଥିଲେ ତାହା ମଧ୍ୟ ଦେଖାଯାଉଛି।

ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୭୦ରୁ ଅଧିକ ପରିବା ଦୋକାନ

ପାରାଦୀପ ବଡ଼ବଡ଼ିଆ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୭୦ରୁ ଅଧିକ ପରିବା ଦୋକାନ। ୨ ରୁ ୩ କୋଟି ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି। ଟନ୍ ଟନ୍ ପରିବା ସମେତ ଆସବାବପତ୍ର ପୋଡ଼ିଯାଇଛି। ଏହା ସହ ୨ଟି ବାଇକ ଓ ୮ରୁ ଅଧିକ ସାଇକେଲ ପାଉଁଶ ହୋଇଯାଇଛି। ୩ ଘଣ୍ଟାରେ ନିଆଁକୁ ଆୟତ୍ତ କରିଥିଲେ ୬ଟି ଦମକଳ ବାହିନୀ। ପାରାଦୀପ ବନ୍ଦର, କୁଜଙ୍ଗ , ପିପିଏଲ, ଇଫକୋ ଓ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନାର ଅଗ୍ନିଶମ ଗାଡ଼ି ନିଆଁକୁ କରିଥିଲେ ଆୟତ୍ତ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ଟି-ଟ୍ଵେଣ୍ଟି ବିଶ୍ଵକପ ସୁପର-8ରେ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ

ଟି-ଟ୍ଵେଣ୍ଟି ବିଶ୍ଵକପ ସୁପର-8ରେ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ। ସଂଧ୍ୟା ୭ଟାରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିଅମରେ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଉଭୟ ଦକ୍ଷିଣ ଆଫ୍ରିକା ଓ ଭାରତ ଗୃପ ଷ୍ଟେଜରେ ଅପରାଜୟ ରହିଛନ୍ତି । ଭାରତର ଅଭିଶେଷ ଶର୍ମାଙ୍କ ଫର୍ମକୁ ନେଇ ଚିନ୍ତାରେ ଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ । ଭାରତର ବ୍ୟାଟିଂ ଲାଇନରେ ଇସାନ କିଷନ, ସୂର୍ଯ୍ୟକୁମାର ଯାଦବ, ସୁଭମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମରେ ଥିବା ବେଳେ ବୋଲିଂର କମାଣ ସମ୍ଭାଳିବେ ଯଶପ୍ରିତ ବୁମ୍ରା ଓ ବରୁଣ ଚକ୍ରବର୍ତ୍ତୀ । ସେହିଭଳି ସାଉଥ ଆଫ୍ରିକା ଭଲ ଖେଳ ପ୍ରଦର୍ଶନ କରିବା ଲକ୍ଷ୍ୟରେ ଭାରତକୁ ଟକ୍କ ଦେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଦଳର କୁଇଣ୍ଟନ ଡିକକ୍, ମାକ୍ରମ,ଷ୍ଟବ୍ସ, ବ୍ୟାଟିଂ ଲାଇନ ସମ୍ଭାଳିବେ । ସେହିଭଳି ବୋଲିଂରେ ରାବାଡା, ନିଙ୍ଗିଡି ଓ କେଶବ ମହାରାଜ ଉପରେ ନଜର ରହିବ ।

ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଭିଜୁଆଲ୍ ପୁଣି ଭାଇରାଲ

ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଭିଜୁଆଲ୍ ପୁଣି ଭାଇରାଲ। ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ପ୍ରଶ୍ନ ଉଠିଛି। ରବି ପ୍ରଭୁ ନାମକ ଜଣେ ବ୍ୟକ୍ତି ତାଙ୍କ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଭିଜୁଆଲ୍ ଅପଲୋଡ଼ କରିଛନ୍ତି। ୨୪ ସେକେଣ୍ଡର ଏହି ଭିଜୁଆଲରେ ସେ ଵ୍ୟକ୍ତି ନିଜେ ଡ୍ରୋନ୍ ଧରି ହାତରେ ଉଡାଉଥିବାର ଦୃଶ୍ୟ ଦେଖାଇଥିବା ବେଳେ ଏବେ ତାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଅପଲୋଡ଼ ହୋଇଥିବା ଡ୍ରୋନ୍ ଉଡାଣ ଭିଡିଓଟି ଗତକାଲି ହୋଇଥିବା ଜଣାପଡିଛି। ତେବେ ଭିଡିଓଟି କୁ ରବି ପ୍ରଭୁ ତାଙ୍କ ଆଇଡିରେ ଅପଲୋଡ଼ କରିଥିବା ବେଳେ ଏହି ଡ୍ରୋନ୍ ଭିଡିଓଟି ପୁରୁଣା ହୋଇଥିବା ବେଳେ ଏହା ଶ୍ରୀମନ୍ଦିର ଉପରେ କେଵେ ଶୁଟ ହୋଇଥିଲା ତାହା ସ୍ପଷ୍ଟ ହୋଇନାହିଁ।ଶ୍ରୀମନ୍ଦିର ଉପରର ଏପରି ଏରିଏଲ ଭିୟୁ ଥିବା ଦୃଶ୍ୟ ଅତି ସମ୍ବେଦନଶୀଳ ହୋଇଥିବା ବେଳେ ଡ୍ରୋନ ଉଡାଇବା ନେଇ ଆଇନଗତ କଟକଣା ରହିଛି।

ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଧରଣର ହମଲା

ଆଫଗାନିସ୍ତାନ ଉପରେ ପାକିସ୍ତାନର ବଡ଼ ଧରଣର ହମଲା। ବ୍ଲିଜ ଅଞ୍ଚଳରେ ହୋଇଥିବା ଏୟାରଷ୍ଟ୍ରାଇକରେ ୨୮ରୁ ଅଧିକ ମୃତ ସୂଚନା। ଆଜି ଭୋରରୁ ଡୁରାଣ୍ଡ ଲାଇନରେ ଅବସ୍ଥିତ କିଛି ସନ୍ଦିଗ୍ଧ ସ୍ଥାନ ଉପରେ ଏୟାର ଷ୍ଟ୍ରାଇକ ହୋଇଛି। ତେହରିକ-ଇ-ତାଲିବାନ ପାକିସ୍ତାନ ବା ଟିଟିପିର କିଛି ଆଡ୍ଡାସ୍ଥଳୀରେ ଏହି ହମଲା ହୋଇଛି। ସନ୍ଦିଗ୍ଧ ସ୍ଥାନ ଉପରେ ପାକିସ୍ତାନର ବିଭିନ୍ନ ଲଢୁଆ ଜେଟ କରିଛନ୍ତି ହମଲା। ଏହି ଅପରେସନ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଆଫଗାନିସ୍ତାନ ଅଞ୍ଚଳରେ ହୋଇଥିଲା। ପକତିକା ପ୍ରଜାତନ୍ତ୍ରର ବାରମାଲ ଜିଲ୍ଲାର ବହୁ ଅଞ୍ଚଳକୁ କରାଯାଇଥିଲା ଟାର୍ଗେଟ। ହମଲା ବେଳେ ସ୍ଥାନୀୟ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଡୁରାଣ୍ଡ ଲାଇନ ଅନ୍ତର୍ଗତ ମାର୍ଘା ଅଞ୍ଚଳରେ ବି ଏହି ଏୟାର ଷ୍ଟ୍ରାଇକ ହୋଇଛି। ବାରମାଲସ୍ଥିତ ବାନୁସୀ ମଦ୍ରାସା ଉପରେ ବି କିଛି ଅଜଣା ବିମାନ ଜୋରଦାର ହମଲା କରିଛନ୍ତି। ଆଫଗାନିସ୍ତାନର ସମୁଦାୟ ୮ଟି ସ୍ଥାନରେ ଏହି ହମଲା ହୋଇଛି। ଖୋସ୍ତ, ନନଗରହାର ବି ପଡ଼ିନି ବାଦ୍। ଏହି ଏୟାରଷ୍ଟ୍ରାଇକରେ ସାମିଲ ହୋଇଥିଲେ ଏଫ-୧୭ ଓ ଜେଏଫ-୧୭ ପାକିସ୍ତାନୀ ବାୟୁସେନା ବିମାନ।

ଝାରସୁଗୁଡାରେ ଭୟଙ୍କର ଦୁର୍ଘଟଣା: ଟିପ୍ପର-ବୋଲେରୋ ଧକ୍କାରେ ୫ ପୋଲିସ କର୍ମଚାରୀ ମୃତ

ଝାରସୁଗୁଡାରେ ଭୟଙ୍କର ଦୁର୍ଘଟଣା। ଟିପ୍ପର – ବୋଲେରୋ ଧକ୍କାରେ ୫ ପୋଲିସ କର୍ମଚାରୀ ମୃତ। ଝାରସୁଗୁଡା ସଦର ଥାନା ସମ୍ମୁଖରେ ଭୋରରେ ଘଟିଛି ଦୁର୍ଘଟଣା। ଦ୍ରୁତଗାମୀ ଟିପ୍ପର ଓ ପୋଲିସ ବୋଲେରୋ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୫ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବୋଲେରୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

୫ ମୃତକ ହେଲେ କାଶୀରାମ ଭୋଇ, APR, ନିରଞ୍ଜନ କୁଜୁର ଡ୍ରିଲ ସବଇନ୍ସପେକ୍ଟର, ଦେବଦତ୍ତ ସା, APR, ଲିଙ୍ଗରାଜ ଧୁରୁଆ, APR ହାବିଲଦାର ଓ ଭକ୍ତବନ୍ଧୁ ମିର୍ଦ୍ଧା, ହୋମଗାର୍ଡ। ୩ ଆହତ ହେଲେ ଦୁବରାଜ ମିରିଗ, APR, ଆକାଶ ନାଏକ, APR, ରାଜୀବ ଭରସାଗର, ସର୍ଜେଣ୍ଟ

କଣ୍ଟ୍ରାକ୍ଟର ଓ ରାଜନେତାଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ: ଭୁବନେଶ୍ବର ଧଉଳି ନିକଟରେ ରାସ୍ତାରୋକ କଲେ ଗ୍ରାମବାସୀ

ରାତା ରାତି ବଦଳିଲା ରାସ୍ତାର ନକ୍ସା l କଣ୍ଟ୍ରାକ୍ଟର ଓ ରାଜନେତାଙ୍କ ମନୋମୁଖୀ କାର୍ଯ୍ୟକୁ ବିରୋଧ  । ଭୁବନେଶ୍ବର ଧଉଳି ନିକଟରେ ରାସ୍ତାରୋକ କଲେ ଗ୍ରାମବାସୀ। ରାସ୍ତା କାମ ସରକାରୀ ନକ୍ସା ଅନୁଯାୟୀ ହେଉ ନଥିବା ଅଭିଯୋଗରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ଧଉଳି ନିକଟରେ ଚାଲିଥିବା ଡାହାଣ ପାର୍ଶ୍ଵ ନଦୀବନ୍ଧ ରାସ୍ତା କାର୍ଯ୍ୟ ପୂର୍ବ ସରକାର ସମୟରୁ ଆରମ୍ଭ ହୋଇଥିଲା । ବର୍ତ୍ତମାନର ବିଜେପି ସରକାର ସମୟରେ ଏହି ନଦୀବନ୍ଧ ରାସ୍ତାକୁ ଜୟପୁର ନିକଟରେ ନଦୀପାର୍ଶ୍ଵରେ ରାସ୍ତା ନ ନେଇ ଗ୍ରାମ୍ୟ ରାସ୍ତା ଉପରେ ରାସ୍ତା ନେଉ ଥିବାରୁ ଏହାକୁ ବିରୋଧ କରିଛନ୍ତି। ଧଉଳି ପୋଲିସ ପହଂଚି ବୁଝାସୁଝା କରିବା ପରେ ହଟିଛି ରାସ୍ତାରୋକ l ସରକାରୀ ନକ୍ସା ଅନୁଯାୟୀ କାର୍ଯ୍ୟ କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ

୫ ପୋଲିସଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଝାରସୁଗୁଡ଼ାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ପୋଲିସଙ୍କ ମୃତ୍ୟୁ ଘଟଣା। ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବି ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।