spot_img
Home Blog Page 40

ପଡ଼ିଆରେ ଜୟସ୍ବାଲଙ୍କୁ ଏମିତି କହିଲେ ବିରାଟ, ଦେଖନ୍ତୁ ଭାଇରାଲ ଭିଡିଓ..

0

ନନ୍ଦିଘୋଷ ବ୍ୟୁରୋ: ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ । ପ୍ରଥମ ଦିନିକିଆରେ କୋହଲି ଦମଦାର ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବାଉଣ୍ଡୁରୀ ପାଖରେ କୋହଲି ଜୟସ୍ବାଲଙ୍କ ମଜାକ୍ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସାଥୀ ଖେଳାଳି ରୋହିତ ଶର୍ମା, କୁଲଦୀପ ଯାଦବ ଏବଂ ଋଷଭ ପନ୍ତ ହସୁଥିବାର ଦେଖିବାକୁ ମିଳିଛି । ୟୁଜର୍ସମାନେ ଏହି ଭିଡିଓକୁ ସେୟାର କରିବା ସହ ଏଥିରେ ମଜାଳିଆ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି ।

ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଅଭ୍ୟାସ ସମୟରେ ବିରାଟ ହସ ମଜାକ୍ ଅନ୍ଦାଜରେ ନଜର ଆସିଥିଲେ । ଭିଡିଓରେ ଦେଖା ଯାଇଛି କି, ସେ ଜୟସ୍ବାଲଙ୍କ ସହ ମଜାକ୍ କରୁଥିବା ଦେଖିବାକୁ ମିଳିଛି । ତେବେ ଏହାର ମୁଖ୍ୟ କାରଣ ହେଉଛି ଜୟସ୍ବାଲଙ୍କ ହେୟାର ଷ୍ଟାଇଲ୍ । ତେରେନାମ ଫିଲ୍ମରେ ସଲମାନ ଯେଭଳି ହେୟାର କଟ୍ କରିଥିଲେ ସେଭଳି ଜୟସ୍ବାଲଙ୍କ ହେୟାର ଷ୍ଟାଇଲ୍ ରହିଛି । କୋହଲି ଡ୍ୟାନ୍ସ କରିବା ସହ ଜୟସ୍ବାଲଙ୍କ ମଜାକ୍ ଉଡାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ପ୍ରଥମ ଦିନିକିଆ ସମ୍ପର୍କରେ ଯଦି କହିବା ତାହେଲେ ଜୟସ୍ବାଲ ପ୍ରଥମରୁ ଭଲ ଆରମ୍ଭ କରିଥିଲେ । ମାତ୍ର ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ସେ ୧୬ ବଲରୁ ଦୁଇଟି ଚୌକା ଏବଂ ଗୋଟିଏ ଛକା ବଳରେ ମାତ୍ର ୧୮ ରନ କରିଥିଲେ । ମାତ୍ର ବିରାଟ ଏହି ମ୍ୟାଚରେ ଶତକ ହାସଲ କରିଥିଲେ । ରୋହିତ ଶର୍ମା ମଧ୍ୟ କୋହଲିଙ୍କ ସହ ଭଲ ପାର୍ଟନରସିପ କରିଥିଲେ । ସେ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସଫଳ ହୋଇଥିଲେ ।

 

ଖର୍ଚ୍ଚ ହୋଇପାରୁନି ବଜେଟ ଅର୍ଥ : ପ୍ରତାପ ଦେବ

ନନ୍ଦିଘୋଷ ବ୍ୟୁରୋ: ଖର୍ଚ୍ଚ ହୋଇପାରୁନି ବଜେଟ ଅର୍ଥ। ଠିକ ଭାବେ ତଥ୍ୟ ଦିଆଯାଉନଥିବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବ। ମୁଖ୍ୟମନ୍ତ୍ରୀଙ୍କ ତାଫରୁ ଗୃହରେ ଉତ୍ତର ରଖୁଥିବା ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଉତ୍ତରକୁ ନେଇ ପ୍ରଶ୍ନ କରିଛି ବିଜେଡି। ବଜେଟ ଖର୍ଚ୍ଚ ନୈରାଶ୍ୟଜନକ ବୋଲି କହିଛନ୍ତି ପ୍ରତାପ ଦେବ। ଅକ୍ଟୋବର ସୁଦ୍ଧା ମାତ୍ର ୩୯ ପ୍ରତିଶତ ଖର୍ଚ୍ଚ ହୋଇଛି। ଯେଉଁଠି ପ୍ରଶାସନିକ ୪୪ ପ୍ରତିଶତ ଓ ଦରମା ବାବଦ ୩୬ ପ୍ରତିଶତ ରହିଛି। ଆଉ ମାତ୍ର ୧୫ ପ୍ରତିଶତ ହିଁ ଖର୍ଚ୍ଚ ହୋଇ ପାରିବ। କେନ୍ଦ୍ରୀୟ ଅନୁଦାନ ୪୧ ହଜାର କୋଟି ଆକଳନ କରାଯାଇଥିଲା। ହେଲେ ମିଳିଛି ମାତ୍ର ୭ ହଜାର ୬୧୩ କୋଟି। ଯାହା ମାତ୍ର ୧୮ ପ୍ରତିଶତ। ସେହିପରି ବଜେଟ ଖର୍ଚ୍ଚ ନ ହେଲେ ବିକାଶ ହୋଇ ପାରିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସେପଟେ ଆଇନମନ୍ତ୍ରୀ କହିଛନ୍ତି ଗତ ବର୍ଷ ଅକ୍ଟୋବର ତୁଳନାରେ ଏଥର ଅଧିକ ଖର୍ଚ୍ଚ ହୋଇଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ବଜେଟ ଅର୍ଥ ଭଲ ଭାବେ ଖର୍ଚ୍ଚ ହେବ। ଏହାସହ ଏଥର ଅଧିକ ମୌସୁମୀ ଯୋଗୁଁ ବ୍ୟୟ ଧିମେଇ ଥିବା ଆଇନ ମନ୍ତ୍ରୀ ସ୍ୱୀକାର କରିଛନ୍ତି।

ଜାଣନ୍ତୁ ସଂସଦର ଶୀତ ଅଧିବେଶନ ପୂର୍ବରୁ କଣ କହିଲେ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ସଂସଦରେ ନିର୍ବାଚନ ମଣ୍ଡଳୀ ପ୍ରସଙ୍ଗରେ ହେଉ ଆଲୋଚନା। ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିବା ଓ ଯୁବ ସାଂସଦମାନଙ୍କୁ ଆଲୋଚନା କରିବା ଲାଗି ସୁଯୋଗ ଦିଆଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂସଦର ଶୀତ ଅଧିବେଶନରେ ଉଦବୋଧନ ଦେଇ ମୋଦି କହିଛନ୍ତି- ନବନିର୍ବାଚିତ ଓ ଯୁବ ସାଂସଦମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ଯାକୁ ନ ଉଠାଇପାରି ଅସନ୍ତୁଷ୍ଟ ହେଉଛନ୍ତି। ସେମାନଙ୍କୁ ପର୍ଯ୍ଯପ୍ତ ସୁଯୋଗ ଦେବାର ଆବଶ୍ଯକତା ରହିଛି। ଗୃହର ସ୍ବାର୍ଥ ଦୃଷ୍ଟିରୁ ନୂଆ ପିଢ଼ିର ସାଂସଦ, ପ୍ରଥର ଥର ଲାଗି ନିର୍ବାଚିତ ହୋଇଥିବା ସାଂସଦ, ପ୍ରତି ଦଳକୁ ସୁଯୋଗ ଦେବା ଉଚିତ। ସଂସଦରେ ନାରାବାଜି କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟିକୁ ନାପସନ୍ଦ କରିଛନ୍ତି ମୋଦି। ଡ୍ରାମାବାଜି ଗୃହ ଭିତରେ ନ କରିବା ଲାଗି ସେ ଆହ୍ବାନ ଦେବା ସହ ଡ୍ରାମାବାଜି ଲାଗି ବାହାରେ ଅନେକ ସ୍ଥାନ ରହିଛି ବୋଲି ସେ କହିଛନ୍ତି।

ସଂସଦ ସ୍ଲୋଗାନବାଜିର ସ୍ଥାନ ନୁହେଁ, ସମସ୍ତଙ୍କୁ ନୀତି ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। ଗଠନମୂଳକ ଆଲୋଚନା ଲାଗି ସେ ଆହ୍ବାନ ଦେବା ସହ ସମସ୍ତ ଦଳ ସକରାତ୍ମକ ମନୋଭାବ ପୋଷଣ ଲାଗି ସେ କହିଥିଲେ। ସର୍ବସାଧାରଣଙ୍କ ସ୍ବାର୍ଥ ଲାଗି ବିରୋଧୀ ଦଳଗୁଡ଼ିକ ସଚେତନ ହେବା ସହ ପରାଜୟର ଗ୍ଲାନି ସଂସଦରେ ପ୍ରତିଫଳିତ କରିବା ଅନୁଚିତ ବୋଲି ସେ କହିଥିଲେ। ଜାତୀୟ ପ୍ରସଙ୍ଗଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଉପସ୍ଥାପନ କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସାରା ବିଶ୍ବ ଭାରତର ଗଣତାନ୍ତ୍ରିକ ଶକ୍ତିକୁ କେବଳ ଉପଲବ୍ଧି କରୁନାହିଁ ବରଂ ଗଣତନ୍ତ୍ର ସହ ଭାରତର ସଶକ୍ତ ଅର୍ଥନୀତି ପ୍ରତି ଦୃଷ୍ଟି ନିବଦ୍ଧ କରୁଛି ବୋଲି ସେ କହିଥିଲେ।…

ସୁନା ଝିଅ ଲୋମାଙ୍କୁ ସମ୍ବର୍ଦ୍ଧନା

ନନ୍ଦିଘୋଷ ବ୍ୟୁରୋ: ସୁନା ଝିଅଙ୍କୁ ସମ୍ବର୍ଦ୍ଧନା। ଜାପାନ ଟୋକିଓଠାରେ ଆୟୋଜିତ ବଧିର ଅଲିମ୍ପିକ୍ସ କରାଟେ ପ୍ରତିଯୋଗିତାରେ ୫୦ କିଲୋ ବର୍ଗ ଫାଇଟ୍‌ରେ ବ୍ରୋଞ୍ଜ ପଦକ ଜିତିଛନ୍ତି ଓଡ଼ିଶାର ଲୋମା ସ୍ବାଇଁ । ବ୍ରାଜିଲ ପ୍ରତିପକ୍ଷଙ୍କୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପାରାଦୀପ କୁଜଙ୍ଗ ବ୍ଳକ ଭୂତମୁଣ୍ଡାଇସ୍ଥିତ ଜନ୍ମ ମାଟିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମିଠା ଖୁଆଇ ବାଜା ବାଣ ଫୁଟାଇ ଶୋଭାଯାତ୍ରା କରି ଗାଁ ପରିକ୍ରମା କରାଯାଇଥିଲା। ଗାଁର ପ୍ରତ୍ୟେକ ସାହି, ପଡାରେ ତାଙ୍କୁ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା। ଶୋଭାଯାତ୍ରାରେ ଲୋମାଙ୍କ ବାପା ସଞ୍ଜୟ କୁମାର ସ୍ବାଇଁ, ମା’ ଜ୍ୟୋତିର୍ମୟୀ ସ୍ବାଇଁଙ୍କ ସମେତ ପୂର୍ବତନ ସରପଞ୍ଚ ପ୍ରମୁଖ ସାମିଲ ହୋଇଥିଲେ। ଲୋମା ଜନ୍ମରୁ ମୁକ ଓ ବଧିର । କିନ୍ତୁ ତାଙ୍କର କରାଟେ ଖେଳ ପ୍ରତି ଥିବା ଆକୃଷ୍ଟତା ଓ ପ୍ରତିବଦ୍ଧତା ତାଙ୍କୁ ସଫଳତା ଦେଇଛି।।

ନୟାଗଡ଼ରେ ସେକ୍ସ ରାକେଟ ଠାବ

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ରେ ସେକ୍ସ ରାକେଟ ଠାବ। ହୋଟେଲରେ ଦେହ ବ୍ୟବସାୟ କରିବା ଅଭିଯୋଗରେ ହୋଟେଲ ମାଲିକକୁ ଗିରଫ କରାଯାଇଛି। ଏହାସହ ଜଣେ ଦେହଜୀବୀକୁ ଥାନାରେ ଅଟକ ରଖିଛି ପୋଲିସ। ହୋଟେଲରେ ଚଢ଼ାଉ ବେଳେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଇଟାମାଟି ଥାନା ଅଞ୍ଚଳରେ ଥିବା ହୋଟେଲ ଓ ଲଜରେ ଦେହ ବ୍ୟବସାୟ ହେଉଥିବା ନେଇ ଅଭିଯୋଗ ହେଉଥିଲା। ନୟାଗଡ଼ ଏସଡିପିଓଙ୍କ ତତ୍ବାବଧାନରେ ନୟାଗଡ଼ ସଦର ଥାନା ଓ ଇଟାମାଟି ଥାନା ପାଲିସ ମିଳିତ ଭାବେ ହୋଟେଲରେ ରେଡ୍ କରିଥିଲେ। ରେଡ୍ ବେଳେ ଇଟାମାଟି ଅଞ୍ଚଳର ପ୍ରତାପ ପ୍ରସାଦ ନିକଟରେ ଥିବା ଦୀପକ ହୋଟେଲ ଆଣ୍ଡ ଲଜରୁ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଥିଲା।

ବଲାଙ୍ଗୀରରେ ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା

ନନ୍ଦିଘୋଷ ବ୍ୟୁରୋ: ବଲାଙ୍ଗୀରରେ ଆୟୁଷ ଡାକ୍ତରଙ୍କ ଅହୋରାତ୍ର ଧାରଣା । ୮ ଦଫା ଦାବି ନେଇ ଆନ୍ଦୋଳନକୁ ଜୋରଦାର କରିଛି ସଂଘ। ଆଗରୁ ୧୫ ଦିନ ଧରି କଳାବ୍ୟାଜ୍ ପରିଧାନ କରିବା ସହ ୭ ଦିନ ହେଲା ଡାକ୍ତରୀ ଛାତ୍ରଛାତ୍ରୀ ବଲାଙ୍ଗୀର ଆୟୁର୍ବେଦିକ କଲେଜ ସମ୍ମୁଖରେ ତାଲା ବନ୍ଦ ଆନ୍ଦୋଳନ କରି ଧାରଣା ଦେଇଥିଲେ। କିନ୍ତୁ ସରକାର ସେମାନଙ୍କ ଦାବି ନ ଶୁଣିବାରୁ ଅହୋରାତ୍ର ଧାରଣାରେ ବସିଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ପୂର୍ବରୁ ଏନେଇ ଜିଲ୍ଲା ପ୍ରଶାସନ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛି ଆୟୁଷ୍ମ ଡାକ୍ତରୀ ସଂଘ। ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ୍ ମହାଲିଙ୍ଗ ବିରୋଧୀ ଦଳରେ ଥିବା ବେଳେ ଆୟୁର୍ବେଦିକ କଲେଜକୁ ଆସି ତାଙ୍କର ଦାବୀ ଯୁକ୍ତିଯୁକ୍ତ ବୋଲି କହିଥିଲେ। କିନ୍ତୁ ସରକାରକୁ ଆସିବା ପରେ ଏବେ ଚୁପ୍। ତାହାକୁ ନିନ୍ଦା କରି ଶୀତ ରାତିରେ ଶହଶହ ଛାତ୍ରଛାତ୍ରୀ ଅହରାତ୍ର ଧାରଣାରେ ବସିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ବଲାଙ୍ଗୀର ଆସୁଛନ୍ତି ବାହାଘର ଭୋଜି ଖାଇ ଯାଉଛନ୍ତି। କିନ୍ତୁ ସେହି ରାସ୍ତାରେ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି, ସେମାନଙ୍କ ଆଲୋଚନା ବି କରୁ ନାହାନ୍ତି। ଏହାକୁ ନେଇ ବହୁତ କ୍ଷୁବଧ ହୋଇଛି ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଂଗଠନ।

ଆଜିଠୁ ୩୬ତମ କୋଣାର୍କ ଉତ୍ସବ

ନନ୍ଦିଘୋଷ ବ୍ୟୁରୋ: ଉତ୍ସବ ମୁଖର ଅର୍କକ୍ଷେତ୍ର କୋଣାର୍କ । ଆଜିଠୁ ୫ ଦିନ ବ୍ୟାପୀ ଆରମ୍ଭ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୬ତମ କୋଣାର୍କ ଉତ୍ସବ । ଚନ୍ଦ୍ରଭାଗା ବେଳାଭୂମିରେ ବି ଆରମ୍ଭ ହେବ ୧୫ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ, ତୋରଣ, ଆଲୋକ ସହ ଚନ୍ଦ୍ରଭାଗାରେ ବ୍ଯାରିକେଡ ନିର୍ମାଣ କରାଯାଇଛି । ସୁରକ୍ଷା ପାଇଁ ସିସିଟିଭି, କଳାକାରଙ୍କ ରହଣୀ ଓ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ଯବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଆଜିଠୁ ୭ ଯାଏଁ ଚନ୍ଦ୍ରଭାଗା ଠାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହେବ । ଦେଶ ବିଦେଶର କଳାକାରଙ୍କ ଦ୍ୱାର ଓଡିଶୀ, ଭାରତ ନାଟ୍ୟମ, କୁଚିପୁଡ଼ି, କଥକଲି, ମଣିପୁରୀ ଓ କଥକ ନୃତ୍ୟ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିବ । ୧୯୮୭ ଅକ୍ଟୋବର ୧୦ ରେ ସ୍ଥାପନ ହୋଇଥିଲା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ଭିତ୍ତି ପ୍ରସ୍ତର । ୧୯୮୯ ଫେବୃଆରୀ ୨୫ରେ ଏହା ଉଦୁଘାଟିତ ହୋଇଥିଲା । ସେହି ବର୍ଷ ଡିସେମ୍ବର ୧ ରୁ ୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ନୃତ୍ୟ ଓ ସଙ୍ଗୀତ ମହାକୁମ୍ଭ କୋଣାର୍କ ଉତ୍ସବ । ଏହା ସହିତ ୨୦୧୦ ରୁ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତ୍ରଜାତୀୟ ବାଲୁକା କଳା ଉତ୍ସବ ଯୋଡି ହୋଇଛି । ଚଳିତବର୍ଷ ଚନ୍ଦ୍ରଭାଗାର ସ୍ବର୍ଣ୍ଣାଭ ବେଳେଭୂମିରେ ଜାପାନ, ରୁଷିଆ, ସ୍ପେନ, ପର୍ତ୍ତୃଗାଲ, ଶ୍ରୀଲଙ୍କା ଆଦି ଦେଶ ସମେତ ଭାରତ ବିଭିନ୍ନ ରାଜ୍ୟରୁ ୩୦ରୁ ଉର୍ଦ୍ଧ ଷ୍ଟଲରେ ବାଲୁକା କଳା ପଦର୍ଶନ କରିବେ ଶିଳ୍ପୀ ।

ବାରବାଟୀ ମ୍ୟାଚ୍ : ଆଜିଠୁ ଅନଲାଇନରେ ମିଳିବ ଟିକେଟ୍

0

ନନ୍ଦିଘୋଷ ବ୍ୟୁରୋ: କଟକ ବାରବାଟୀରେ ଆସନ୍ତା ୯ରେ ଖେଳାଯିବ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ଯାଚ । ଆଥିପାଇଁ ଆଜିଠୁ ଅନଲାଇନରେ ଆରମ୍ଭ ହେବ ଟିକେଟ ବିକ୍ରି । District zomato ରେ ଆବେଦନ କରିବେ ଦର୍ଶକ । ଚଳିତବର୍ଷ ଟିକେଟ ସଂଖ୍ୟା କମି ଥିବା ବେଳେ ଅନଲାଇନ୍ ରେ ୨ ହଜାର ଟିକେଟ ବିକ୍ରି ପାଇଁ ନିଷ୍ପତ୍ତି ନିଆଯାଇଛି । ଗ୍ୟାଲେରୀ ୧ ଓ ୩ ର ମୂଲ୍ଯ ୧୧ଶହ ଟଙ୍କା, ଗ୍ୟାଲେରୀ ୨ ଓ ୪ କୁ ୯ଶହ ଟଙ୍କା,  ଗ୍ୟାଲେରୀ ୫ ନମ୍ବର୍ ୧୨ଶହ ଟଙ୍କା, ସ୍ପେଶଲ୍ ଏନ କ୍ଲୋଜର ୬ହଜାର ଟଙ୍କା, ଏସି ବକ୍ସ ୮ ହଜାର ଟଙ୍କା, ନ୍ୟୁ ପାଭିଲିୟନ୍ ୧୦ ହଜାର ଟଙ୍କା  ଏବଂ କର୍ପୋରେଟ ବକ୍ସ ୨୦ ହଜାର ଟଙ୍କା ରହିଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସେହିଭଳି ପୂର୍ବ ମ୍ୟାଚରେ ୪୪ ହଜାର ୫ଶହ ଟିକେଟ ବିକ୍ରି ହୋଇଥିବା ବେଳେ ଚଳିତ ମ୍ୟାଚରେ ୪୨ ହଜାର ଟିକେଟ ବିକ୍ରି କରାଯିବ । ଗ୍ୟାଲେରୀ ର ସିଟ କୁ ୧୯ ଇଞ୍ଚ୍ ବଦଳରେ ୨୨ ଇଞ୍ଚ୍ କରାଯାଇଛି । ୧୮ ହଜାର ୪ଶହ କମ୍ପ୍ଲିମେଣ୍ଟାରି ଟିକେଟ ରହିଥିବା ବେଳେ ଚଳିତବର୍ଷ ଉଭୟ ଅନଲାଇନ ଓ  ଅଫଲାଇନ୍ ରୁ ୩ ହଜାର ୮୦ ଟିକେଟ ସାଧାରଣ ଦର୍ଶକଙ୍କ କଟିଥିବା ବେଳେ କମ୍ପ୍ଲିମେଣ୍ଟାରି ରୁ ୫୬୦ ଟିକେଟ କଟିଛି । ଚଳିତ ମ୍ୟାଚ ପାଇଁ ଆସନ୍ତା ଡ଼ିସେମ୍ବର ୫ରେ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ । ଡ଼ିସେମ୍ବର ୩ ତାରିଖ ଓ ୪ ତାରିଖରେ ଅନୁବନ୍ଧିତ କ୍ଲବ୍ ମାନଙ୍କୁ ଟିକେଟ ବିକ୍ରି କରାଯିବ । ମ୍ୟାଚ୍ ଦିନ ୪ ଟା ବେଳକୁ ଦର୍ଶକ ମାନେ ଷ୍ଟାଡିୟମ୍ ପରିସର କୁ ପ୍ରବେଶ କରି ପାରିବେ । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଦର୍ଶକ ମାନେ ଲାଇଟ୍ ସୋ ର ମଜା ମଧ୍ୟ ନେଇ ପାରିବେ।…

ଆଜି ପୁଣି କମ୍ପିବ ବିଧାନସଭା

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ଦିନ ବିରତି ପରେ ପୁଣି ସରଗରମ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଆଜି ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ  ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିପାରିବେ । ସେହିଭଳି ଶୂନ୍ୟକାଳରେ  ଉଭୟ ଶାସକ ଓ ବିରୋଧୀ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇବେ।  ସେପଟେ ଆଜି ଗୃହରେ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯିବା । ଆଇନ ଶୃଙ୍ଖଳା ଏବଂ ଚାଷୀ ସମସ୍ୟାକୁ ନେଇ ଗୃହରେ ଦେଖା ଦେଇପାରେ ତାତି।

ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଏହା ୧୯ ତାରିଖ ଯାଏ ଚାଲିବ। ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ସଂସଦରେ ସବିଶେଷ ଆଲୋଚନା ଲାଗି ଦାବି କରିଥିଲେ ବିରୋଧୀ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି- ସର୍ବଦଳୀୟ ବୈଠକ ସଫଳ ହୋଇଛି। ଏଥିରେ ୩୬ ଦଳର ୫୦ରୁ ଅଧିକ ନେତା ଯୋଗ ଦେଇଥିଲେ। ଦେଶରେ ବିଏଲଓମାନେ ଆତ୍ମହତ୍ୟା କରିବା ପ୍ରସଙ୍ଗରେ ବି ସରକାରଙ୍କୁ ଘେରିଥିଲେ ଟିଏମସି ସାଂସଦ। ଏହି ଅଧିବେଶନରେ ୧୪ଟି ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ।  ଏହି ଅଧିବେଶନରେ ୧୫ଟି ସିଟିଂ ବସିବ। ଅଧିବେଶନରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଗୁଡିକ ଡିସେମ୍ବର ୫ ଓ ଡିସେମ୍ବର ୧୯ରେ ଆଗତ ହେବ ବୋଲି ଜଣାଯାଇଛି। ସେପଟେ କମ୍ ଦିନ ଲାଗି ହେଉଥିବା ଅଧିବେଶନକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ। ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ କରିଛନ୍ତି ରଣନୀତି।..