spot_img
Home Blog Page 3996

ଲାଞ୍ଚ ନେଇ ନିଲମ୍ବିତ ହେଲେ ବାଲିପାଟଣା ASI ପୁଷ୍ପଲତା ପାଇକରାୟ

ବାଲିପାଟଣା: ନିଲମ୍ବିତ ହେଲେ ବାଲିପାଟଣା ASI ପୁଷ୍ପଲତା ପାଇକରାୟ । ଲାଞ୍ଚ ନେବା ଘଟଣାରେ ନିଲମ୍ବନ କଲେ ଭୁବନେଶ୍ବର ଡିସିପି । ୫ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ପୁଷ୍ପଲତାଙ୍କୁ ଗିରଫ କରିଥିଲା ଭୁବନେଶ୍ବର ଭିଜିଲାନ୍ସ ।

୨୦୨୦ର ଏକ ମାମଲାରେ ଅଭିଯୁକ୍ତଙ୍କ ବିରୋଧର ସଙ୍ଗିନୀ ଦଫା ଓ ପୀଡିତଙ୍କ ଠାରୁ ଇଞ୍ଜୁରୀ ରିପୋର୍ଟ ବାବଦକୁ ୫ ହଜାର ଲାଞ୍ଚ ନେବାବେଳେ ରେଡହ୍ୟାଣ୍ଡ ଧରିଥିଲା ଭିଜିଲାନ୍ସ । ସରକାରୀ ବାସଭବନରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା । ଭିଜିଲାନ୍ସ ଡିଏସପି ଅମିତା ତ୍ରିପାଠୀ, ଇନ୍ସପେକ୍ଟର ମଦନ ମୋହନ ପ୍ରଧାନଙ୍କ ସହ ୮ ଜଣିଆ ଟିମ ଚଢାଉରେ ସାମିଲ ଥିଲେ । ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ୍ ପୋଲିସ । ଲାଞ୍ଚୁଆ ଏଏସଆଇଙ୍କୁ ନିଲମ୍ବିତ କରିଛନ୍ତି ଡିସିପି ।

ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶିଲା ଚାଇନାରେ ୨୭ ଯୁଦ୍ଧ ବିମାନ

ତାଇୱାନକୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଚରମ ସୀମାରେ । ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରିଥିବାରୁ ଚାଇନା ଆହୁରି ଉଗ୍ର ହୋଇଛି । ନାନ୍ସି ତାଇୱାନରୁ ଯିବା ପରେ ଚୀନ୍ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଛି । ଆଜି ତାଇୱାନର ଏୟାର ଡିଫେନ୍ସ ଜୋନରେ ଉଡ଼ାଣ କରିଛି ଚାଇନାର ୨୭ଟି ଯୁଦ୍ଧ ବିମାନ।

ଗତକାଲି ନାନ୍ସି ତାଇପେଇରେ ପହଞ୍ଚିବା ପୂର୍ବରୁ ଚାଇନା ସୀମାନ୍ତ ଅଞ୍ଚଳରେ ୨୧ଟି ଯୁଦ୍ଧ ବିମାନ ଉଡ଼ାଇଥିଲା। ଏବେ ଏହି ସଂଖ୍ୟା ବୃଦ୍ଧି କରିଥିବା ତାଇୱାନ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ କହିଛି ଯେ ପିଏଲଏର ୨୭ଟି ଯୁଦ୍ଧ ବିମାନ ରିପବ୍ଲିକ ଅଫ ଚାଇନାର ଚାରିପାଖରେ ଥିବା ଅଞ୍ଚଳଗୁଡ଼ିକରେ ପ୍ରବେଶ କରିଛି। ଚାଇନା ପକ୍ଷରୁ ୬ଟି ଜେ-୧୧ ଯୁଦ୍ଧ ବିମାନ, ୫ଟି ଜେ-୧୬ ଯୁଦ୍ଧ ବିମାନ ଓ ୧୬ଟି ଏସ୍‌ୟୁ-୩୦ ଯୁଦ୍ଧ ବିମାନକୁ ଏକକାଳୀନ ଉଡ଼ାଣ କରାଯାଇଥିଲା। ଏଗୁଡ଼ିକ ତାଇୱାନ ଏୟାର ଡିଫେନ୍ସ ଜୋନରେ ପଶି ଦୀର୍ଘ ସମୟ ଧରି ଚକ୍କର ମାରିଥିଲେ।

ମମତାଙ୍କ କ୍ୟାବିନେଟରେ ବଡ଼ ଧରଣର ପରିବର୍ତ୍ତନ, ମନ୍ତ୍ରୀପଦ ପାଇଲେ ବାବୁଲ ସୁପ୍ରିଓ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟରେ ବଡ଼ ଧରଣର ପରିବର୍ତ୍ତନ । ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ୯ ମନ୍ତ୍ରୀ । ନବଗଠିତ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୫ କ୍ୟାବିନେଟ, ୨ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ, ୨ ରାଷ୍ଟ୍ରମନ୍ତ୍ରୀ । ମମତାଙ୍କ ମନ୍ତ୍ରିମଣ୍ଡଳରେ ୫ ଜଣ ନୂଆ ଚେହେରାଙ୍କୁ କ୍ୟାବିନେଟ ପଦ ମିଳିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ବାବୁଲ ସୁପ୍ରିଓ।

ବରିଷ୍ଠ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ବହିଷ୍କାର ପରେ ଅଦଳବଦଳ ନେଇ ହୋଇଥିଲା ଚର୍ଚ୍ଚା । କିଛିଦିନ ତଳେ ପାର୍ଥ ଚାଟାର୍ଜୀଙ୍କୁ ମନିଲଣ୍ଡରିଂ ମାମଲାରେ ଇଡି ଗିରଫ କରିଛି। ଏହି ଘଟଣା ପରେ ହିଁ ଆଜି ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ବାବୁଲ ସୁପ୍ରିଓଙ୍କ ବ୍ୟତୀତ ଯେଉଁ ମନ୍ତ୍ରୀମାନଙ୍କୁ ସାମିଲ କରାଯାଇଛି ସେମାନେ ହେଲେ,  ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା, ପ୍ରଦୀବ ମଜୁମଦାର, ବିପ୍ଲବ ରାୟ ଚୌଧୁରୀ, ବିରବାହ ହାସଦା, ତାମମୁଲ ହୋସେନ, ସତ୍ୟଜିତ ବର୍ମନ ।

ମୋବାଇଲ ଚୋରି ଅଭିଯୋଗରେ ନାବାଳକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ

ସମ୍ବଲପୁର: ମୋବାଇଲ ଚୋରି ଅଭିଯୋଗରେ ୧୧ ବର୍ଷ ନାବାଳକଙ୍କୁ ୬ ଦିନ ଥାନାରେ ରଖି ଥାର୍ଡ ଡିଗ୍ରୀ । ଏନେଇ ସମ୍ବଲପୁର ସଦର ଥାନା ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆସିଛି । ମୋବାଇଲ ଚୋରି ଅଭିଯୋଗରେ ୧୧ ବର୍ଷିୟ ନାବାଳକକୁ ସଦର ଥାନା ପୋଲିସ ନେଇ ପଚରାଉଚୁରା କରିବା ସହ ମାଡ଼ ମାରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ନାବାଳକୁ ଥାନାରୁ ଆଣି ସିଡବ୍ଲୁସିରେ ହାଜର କରାଯାଇଥିଲା । ସିଡବ୍ଲୁସିର ପଚରା ଉଚୁରା ପରେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଚଷମା ପିନ୍ଧା ଜଣେ ଲେଡି ଅଫିସର ପାଇପ ଓ ବାଡିରେ ପିଟି ଦେହର ବିଭିନ୍ନ ସ୍ଥାନରେ କ୍ଷତ କରିଥିବା ନାବାଳକ ଜଣଙ୍କ ଅଭିଯୋଗ କରିଛନ୍ତି। ଯଦି କୈଣସି ଅପରାଧ ପାଇଁ ଶିଶୁକୁ ଥାନାରେ ରଖାଗଲା ତେବେ ୨୪ ଘଣ୍ଟା ଭିତରେ କାହିଁକି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଗଲା ନାହିଁ ବୋଲି ସିଡବ୍ଲୁସି ଅଧିକାରୀ ପ୍ରଶ୍ନ କରିଛନ୍ତି। ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି । ଘଟଣାପାଇଁ ଏକ ଟିମ ଗଠନ କରାଯାଇଛି । ତଦନ୍ତ ପରେ ସତ ସାମ୍ନାକୁ ଆସିଲେ ଦୃଢ଼ କାଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି

IAS ସ୍ତରରେ ବଡ଼ଧରଣର ଅଦଳ ବଦଳ, IAS ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ

ଭୁବନେଶ୍ୱର: IAS ସ୍ତରରେ ହେଲା ବଡ଼ଧରଣର ଅଦଳ ବଦଳ। IAS ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ। କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରି ଅରବିନ୍ଦ ପାଢ଼ୀ
କୃଷି ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପାଢ଼ୀଙ୍କୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି IAS ସଞ୍ଜୟ କୁମାର ସିଂହ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗର ପ୍ରମୁଖ ସଚିବ ହୋଇଥିବାବେଳେ ତାଙ୍କୁ I&PR ସଚିବ, ବିଡିଏ ଭିସି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି ।

ବିଷ୍ଣୁପଦ ସେଠୀ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ଏଥିସହ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶ୍ୱଥି ଏସଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ଓ ସଚିବ ଦାୟିତ୍ୱ ଦିଆଯାଇଛି ।

 

 

ଜମି ବିବାଦ ପାଇଁ ଦମ୍ପତ୍ତିଙ୍କୁ ଏସିଡ୍ ମାଡ଼

ଭଦ୍ରକ: ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତରେ ଘଟିଛି ଅଭାବନୀୟ ଘଟଣା। ଜମିବାଡି ବିବାଦକୁ କେନ୍ଦ୍ରକରି ଦମ୍ପତ୍ତିଙ୍କୁ ହୋଇଛି ଏସିଡ ମାଡ । ରାଜଘରପୋଖରୀ ଗାଁର ଶୈଳେନ୍ଦ୍ର ନାୟକଙ୍କ ସହିତ ପଡୋଶୀ ବିଜୟ କୁମାର ସାହୁଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ଶୈଳେନ୍ଦ୍ର ଓ ତାଙ୍କ ପତ୍ନୀ ସରସ୍ୱତୀ ଜମିରେ କାମ କରିବା ସମୟରେ ପାଟିତୁଣ୍ଡ ଲାଗି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।  ହାତାହାତି ପରେ ଶୈଳେନ୍ଦ୍ରଙ୍କ ବିରୋଧି ଗୋଷ୍ଠୀ ହଠାତ ଏସିଡ୍ ମାଡ କରିଥିଲେ । ଫଳରେ ଶୈଳେନ୍ଦ୍ର ଓ ତାଙ୍କର ପତ୍ନୀ ସରସ୍ୱତୀ ଗୁରୁତର ହୋଇ ପଡିଥିଲେ । ଉଭୟଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତରିତ କରାଯାଇଛି ।

ରାଜଧାନୀରେ ବେକରେ ରଶି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ଯୁବତୀଙ୍କ ଆତ୍ମହତ୍ୟା । ଇସ୍କନ ମନ୍ଦିର ସମ୍ମୁଖ ଗଳିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବତୀ । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଯୁବତୀ ଜଣକ କଟକ ଚୌଦ୍ୱାର କୁମ୍ଭାରପୁର ଗାଁର ରଞ୍ଜିତା ସାହୁ ବୋଲି ଜଣାପଡ଼ିଛି ।  ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ ଯୁବତୀ ଜଣକ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ। ତେବେ ଯୁତୀ ରହୁଥିବା ଭଡ଼ା ଘରର ମାଲିକ ଏ ନେଇ ଏକ ଚାଞ୍ଚଲ୍ୟକର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଯୁବତୀ ଜଣକୁ କିଛି ମାସ ହେଲା ଜଣେ ଯୁବକ ହଇରାଣ କରୁଥିଲେ। ଯୁବତୀଙ୍କୁ ତାଙ୍କ ସହ ବିବାହ କରିବାକୁ କହୁଥିଲେ।

ଆକ୍ସନ ମୋଡରେ ଇଡି, ସିଲ୍ କଲା ଦିଲ୍ଲୀର ନ୍ୟାସନାଲ ହେରାଲ୍ଡ ଅଫିସ

ନୂଆଦିଲ୍ଲୀ: କଂଗ୍ରେସ ମୁଖପତ୍ର ନ୍ୟାସନାଲ ହେରାଲ୍ଡ ଅଫିସ ସିଲ୍ କଲା ଇଡି । ନ୍ୟାସନାଲ ହେରାଲ୍ଡ  ଦୁର୍ନୀତି  ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହା ବଡ଼ କାର୍ଯ୍ୟାନୁଷ୍ଠାନ। ତେବେ ବର୍ତ୍ମାନଠୁ ଇଡିର ବିନା ଅନୁମତିରେ ନ୍ୟାସନାଲ ହେରାଲ୍ଡ  ଅଫିସ ଖୋଲାଯାଇପାରିବ ନାହିଁ। ଇଡିରଏଭଳି ନିଷ୍ପତ୍ତି ପରେ କଂଗ୍ରେସ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ କଂଗ୍ରେସ ଅଫିସକୁ ରାସ୍ତା ମଧ୍ୟ ସିଲ୍ କରାଯାଇଛି।

ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପକ୍ଷରୁ ନ୍ୟାସନାଲ ହେରାଲ୍ଡ ଅଫିସ ଚଢ଼ଉ ହୋଇଥିଲା ।  ଯାହାକୁ କଂଗ୍ରେସ ରାଜନୈତିକ ପ୍ରତିଶୋଧମୂଳଳ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲା। ତେବେ ଚଢ଼ଉର ୨୪ ଘଣ୍ଟା ଭିତରେ ଇଡ଼ି ଏହି ଅଫିସରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ଲଗାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନ୍ୟାସନାଲ ହେରାଲ୍ଡ,,ଆସୋସିଏଟ୍ ଜର୍ଣ୍ଣାଲ ଲିମିଟେଡ୍ ଓ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ହୋଇଥିବା ଅର୍ଥ ଦେଣନେଣ ସନ୍ଦେହାସ୍ପଦ ଥିଲା ବୋଲି ଅଭିଯୋଗ ହେଉଛି । ପ୍ରଥମେ ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଦାଲତ ଯାଇଥିଲେ । ଅଦାଲତ ମାମଲାର ତଦନ୍ତ ପାଇଁ ଆଦେଶ ଦେଇଥିଲେ । ତେବେ ଏହି ମାମଲାରେ ଇଡି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଚରା ଉଚରା କରିଛି । ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ କରାଯାଉଛି ।

ଆମେରିକାରେ ବଢ଼ିବେ ଓଡ଼ିଶାର ଯାଆଁଳା ଭଉଣୀ କଟକୀ ଓ ସୁନ୍ଦରୀ, କୋଳେଇନେଲେ ଆମେରିକୀୟ ଦମ୍ପତି

ଯାଜପୁର: ଶକ୍ତିଶାଳୀ ରାଷ୍ଟ୍ରରେ ବଢିବେ ଓଡ଼ିଶାର ଦୁଇ ସୁନା ଝିଅ । କଟକୀ ଓ ସୁନ୍ଦରୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଆମେରିକୀୟ ଦମ୍ପତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୁଢାକେନ୍ଦୁଆଠାରେ ଥିବା ନେସନ ଶିଶୁ ଯତ୍ନ ଅନୁଷ୍ଠାନରୁ ଦୁଇ ଶିଶୁଙ୍କୁ ଆପଣେଇଛନ୍ତି ଆମେରିକୀୟ ଦମ୍ପତି ।

ସୂଚନା ମୁତାବକ ଆମେରିକୀୟ ଦମ୍ପତି ଏରିକା ଓ ଫିଲିପ ଦୁଇ ଯାଆଁଳା ଶିଶୁ କନ୍ୟା କଟକୀ ଓ ସୁନ୍ଦରୀଙ୍କୁ ନିଜ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିଛନ୍ତି। ନେସନର ମୁଖ୍ୟ ପରିଚାଳକ ପ୍ରଦ୍ୟୁମ୍ନ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଚ୍ୟାରମୟାନ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଶିଶୁ କନ୍ୟାଙ୍କୁ ହସ୍ତାନ୍ତର କରାଯାଇଛି।

ନ୍ୟାୟ ପାଇଁ ଶିଶୁ ପୁତ୍ରକୁ ଧରି ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ ମହିଳା

ଗଞ୍ଜାମ: ବର୍ଷକର ଶିଶୁ ପୁତ୍ରକୁ ଧରି ନ୍ୟାୟ ପାଇଁ ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ ମହିଳା । ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିବାହର ପ୍ରତିଶ୍ରୁତି ଦେଇ କେ ଦୀପାଙ୍କ ସହ ଦେଶୀ ବେହେରା ସାହିର କେ ଦିନେଶ ଶାରିରୀକ ସମ୍ପର୍କ ରଖିଥିଲେ। ପରେ ଯୁବତୀ ଜଣଙ୍କ ଗର୍ଭବତୀ ହେବାରୁ ବିବାହ ପାଇଁ କହିଥିଲେ ହେଲେ ଯୁବକ ଜଣକ ମନା କରିଦେଇଥିଲେ।

ତେବେ ବିବାହ ପାଇଁ ଯୁବକ ରାଜି ନହେବାରୁ ଟାଉନ ଥାନାରେ ଅଭିଯୋଗ କରିଥିଲେ ଦୀପା। ଯାହାପରେ ଦିନେଶଙ୍କୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ସେ  ହାଇକୋର୍ଟରୁ ଜାମିନରେ ଆସିଛନ୍ତି । ହାଇକୋର୍ଟରେ ମାମଲା ଚାଲିଥିବା ବେଳେ ଦିନେଶ ଅନ୍ୟ ଏକ ଝିଅକୁ ବିବାହ କରୁଥିବା ଖବର ଶୁଣି ଘର ଦାଣ୍ଡରେ ମହିଳା ଜଣଙ୍କ ଧାରଣା ଦେଇଛନ୍ତି ।  ପତ୍ନୀର ମାନ୍ୟତା ଦେବାକୁ ଦାବି କରିଛନ୍ତି କେ ଦୀପିକା ।

ସେପେଟ ଦୀପାଙ୍କ ବିରୁଦ୍ଧରେ ଘର ଭିତରେ ଜୋର ଜବରଦସ୍ତ ପଶି ଯିବାକୁ ଉଦ୍ୟମ କରୁଥିବା ନେଇ ବଡ଼ ବଜାର ଥାନାରେ ଅଭିଯୋଗ କରିଛନ୍ତି ଦିନେଶଙ୍କ ପରିବାର । ବଡ଼ବଜାର ପୋଲିସ ପହଞ୍ଚି କେ ଦୀପାଙ୍କୁ ଘର ଭିତରୁ ବାହାରକୁ ଆଣିବା ସହ ଘଟଣାର ତଦନ୍ତ କରୁଛି ।