spot_img
Home Blog Page 3805

ନଭେମ୍ବର ୧୨ରେ ଭୋଟ, ଡିସେମ୍ବର ୮ରେ ଗଣତି

ନୂଆଦିଲ୍ଲୀ: ଜାତୀୟ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା । ନଭେମ୍ବର ୧୨ରେ ହିମାଚଳ ପ୍ରଦେଶରେ ପଡ଼ିବ ଭୋଟ  ।  ପର୍ଯ୍ୟଟନ ରାଜ୍ୟ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ରାଜ୍ୟର ୬୮ଟି ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ଆସନ୍ତା ନଭେମ୍ବର ୧୨ରେ  ମତଦାନ ହେବା ନେଇ ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ  । ସେହିପରି ୮ ଡିସେମ୍ବରରେ ହେବ ଭୋଟ ଗଣନା । ୧୦ ଡିସେମ୍ବର ପୂର୍ବରୁ ସରିବ ସମସ୍ତ ନିର୍ବାଚନୀ ପ୍ରକ୍ରିୟା ।

ଆସନ୍ତା ୧୭ରେ ହିମାଚଳ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ଅକ୍ଟୋବର ସୁଦ୍ଧା ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୨୭ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । 8 ଜାନୁଆରୀ 2023ରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ରାଜ୍ୟରେ ୫୫ ଲକ୍ଷରୁ ଅଧିକ ଭୋଟର ମତଦାନ ସାବ୍ୟସ୍ଥ କରିବେ । ପ୍ରଥମ ଥର ପାଇଁ ଏକ ଲକ୍ଷ ୮୬ ହଜାରରୁ ଅଧିକ ନାଗରିକ ଭୋଟ ଦେବେ । ମତଦାନ ପାଇଁ ୭ ହଜାର ୮୮୧ ଟି ବୁଥ୍‌ ବ୍ୟବସ୍ଥା କରାଯିବ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ।

ନିର୍ବାଚନ ଆୟୋଗ ପକ୍ଷରୁ ସମ୍ବେଦନଶୀଳ ବୁଥ୍‌ ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯିବ । ବୟସ୍କ ଓ ଭିନ୍ନକ୍ଷମ ଭୋଟର ଘରେ ଥାଇ ଭୋଟ ଦେଇପାରିବେ । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜ୍ୟରେ କ୍ୟାସ୍‌ରେ କାରବାର ଉପରେ ତିକ୍ଷ୍ନ ନଜର ରହିବ । ସଂଧ୍ୟା ୫ଟାରୁ ସକାଳ ୧୦ ପର୍ଯ୍ୟନ୍ତ ମୋଟା ଅଙ୍କର ଟଙ୍କାର ନଗର କାରବାର କରିପାରିବେ ନାହିଁ । ସମସ୍ତ ବୁଥ୍‌ରେ ପ୍ରାର୍ଥୀ ମାନଙ୍କର ସମ୍ପତ୍ତି, ସେମାନଙ୍କର ଦକ୍ଷତା ଏବଂ ଯଦି ସେମାନଙ୍କର ଅପରାଧିକ ମାମଲା ଥାଏ ସେଗୁଡିକ ତଥ୍ୟ ବୁଥ୍‌ କେନ୍ଦ୍ରରେ ପ୍ରକାଶିତ କରାଯିବ ।

କିଛି ସମୟ ପରେ ଜ୍ଞାନବାପୀ ଫଇସଲା, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବେ ବାରଣାସୀ ଜିଲ୍ଲା କୋର୍ଟ

ନୂଆଦିଲ୍ଲୀ: ଆସିଲା ଜ୍ଞାନବାପୀ ମସଜିଦ ମାମଲା । ଉଦ୍ଧାର ହୋଇଥିବା ଶିବଲିଙ୍ଗର ହେବ ନାହିଁ କାର୍ବନ ଡେଟିଂ । ଏନେଇ ରାୟ ଦେଇଛନ୍ତି ବାରାଣସୀ ଜିଲ୍ଲା କୋର୍ଟ । ୧୧ ଅକ୍ଟୋବରରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସର୍ଭେ ସମୟରେ ମସଜିଦ୍ ପରିସରରୁ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରିଥିଲା । କାବର୍ବ ଡେଟିଂ ସହ ବୈଜ୍ଞାନିକ ତଦନ୍ତ ପାଇଁ ଦାବି କରିଥିଲା ହିନ୍ଦୁ ପକ୍ଷ ତେବେ ଜବତ ବସ୍ତୁ ଶିବଲିଙ୍ଗ ନୁହେଁ ଓ୍ବାଟର ଫାଉଣ୍ଟେନ ବୋଲି କୋର୍ଟରେ ମୁସଲିମ ପକ୍ଷ ଦାବି କରିଥିଲା । କାର୍ବନ ଡେଟିଂ ପ୍ରକ୍ରିୟାରୁ ବସ୍ତୁର ବୟସ ଜାଣିହେବ । ଏହି ବୈଜ୍ଞାନିକ ପ୍ରକ୍ରିୟାରେ କାର୍ବନ-୧୪ର ମାତ୍ରା ଅନୁସାରେ ବସ୍ତୁର ଆୟୁଷ ଜାଣିହେବ । କାର୍ବନ ଡେଟିଂ ଯୋଗେ ୫୦ ହଜାର ବର୍ଷରୁ କମ୍ ବୟସର ବସ୍ତୁର ବୟସ ଅନୁମାନ ଲଗାଇହେବ ।

ଆତଙ୍କବାଦୀଙ୍କ ସହ ଲଢେଇ କରି ସହିଦ ହୋଇଥିବା ସେନା କୁକୁର ଜୁମକୁ ଶ୍ରଦ୍ଧାଞ୍ଜଳି

ଜାମ୍ମୁ: ଆତଙ୍କବାଦୀଙ୍କ ସହ ଲଢେଇ କରି ଦେଶ ପାଇଁ ଜୀବନ ଦେଇଥିବା ସେନା କୁକୁର ଜୁମକୁ ଶ୍ରଦ୍ଧାଞ୍ଜଳି । ଜାମ୍ମୁରେ ଜୁମକୁ ସମ୍ମାନ ଜଣାଇଛନ୍ତି ୨୯ ଆର୍ମି ଡଗ୍ ୟୁନିଟ । ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁରଙ୍କ ସହ ଯବାନମାନେ ଉପସ୍ଥିତ ରହି ଜୁମ୍ ଉଦ୍ଦେଶ୍ୟରେ ସ୍ମୃତି ତର୍ପଣ କରିଛନ୍ତି । ଗତକାଲି ସହିଦ ହୋଇଯାଇଥିଲା ସେନା କୁକୁର ଜୁମ୍ । ୧୦ ତାରିଖରେ ଜମ୍ମୁ କଶ୍ମୀରର କୋକରନାଗ ଅଞ୍ଚଳରେ ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ସହ ଲଢ଼ିଥିଲା ଜୁମ୍ । ଆତଙ୍କବାଦୀ ଲୁଚି ରହିଥିବା ଗୋଟିଏ ସନ୍ଦିଗ୍ଧ ଘର ଭିତରକୁ ଜୁମକୁ ଛଡ଼ା ଯାଇଥିଲା । ଜୁମ୍ ମଧ୍ୟ ଆତଙ୍କବାଦୀଙ୍କୁ ଠାବ କରି ସେମାନଙ୍କୁ ଆକ୍ରମଣ କରିଥିଲା ।

ତେବେ ଏହି ଲଢ଼େଇ ବେଳେ ଦୁଇଟି ଗୁଳି ତା’ଦେହରେ ମାଡ଼ ହେବାରୁ ସେ ଗୁରୁତର ହୋଇଥିଲା ।  ପଛ ଗୋଡ଼ ଓ ମୁହଁରେ ଗୁଳି ମାଡ଼ ଯୋଗୁ କ୍ଷତ ସୃଷ୍ଟି ହୋଇଥିଲା । ଗୁରୁତର ଆହତ ହୋଇମଧ୍ୟ ଦୁଇ ଜଣ ଆତଙ୍କବାଦୀଙ୍କ ସହ ଦୀର୍ଘ ସମୟ ଧରି ଲଢିଥିଲା ଜୁମ୍ । ପରେ ସେନା ଗୁଳିରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା । ତେବେ ଜୁମକୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ଶ୍ରୀନଗରର ଆର୍ମି ଭେଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅସ୍ତ୍ରୋପଚାର କରାଯାଇ ତା’ ଶରୀରରୁ ଦୁଇଟି ଗୁଳି ବାହାର କରାଯାଇଥିଲା । ପରେ ତା’ର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାକୁ ମାତ୍ର ୨ ବର୍ଷ ହୋଇଥିଲା । ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ଜୁମକୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଥିଲା ।

ନୂଆ ରୂପରେ ଆସିବ NRC, ସମସ୍ତ ଭାରତୀୟ ନାଗରିକଙ୍କ ଜନ୍ମ, ମୃତ୍ୟୁର ତଥ୍ୟ ରହିବ ପଞ୍ଜିକୃତ

ନୂଆଦିଲ୍ଲୀ: ଜାତୀୟ ସ୍ତରରେ ଜାତୀୟ ନାଗରିକ ରେଜିଷ୍ଟର ବା ଏନଆରସି ପ୍ରସ୍ତୁତ ହେବ । ସମସ୍ତ ଭାରତୀୟ ନାଗରିକଙ୍କ ଜନ୍ମ, ମୃତ୍ୟୁର ତଥ୍ୟ ଏଥିରେ ପଞ୍ଜିକୃତ ରହିବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥିପାଇଁ କ୍ୟାବିନେଟ ପ୍ରସ୍ତାବ ଓ ଏକ ବିଲ୍ ସକାଶେ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନ ଏହି ସବୁ ତଥ୍ୟ ରାଜ୍ୟସ୍ତରରେ କରାଯାଉଛି । ପୂର୍ବରୁ ଜନ ପ୍ରତିନିଧି ଆଇନକୁ ସଂଶୋଧନ କରି ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ଲିଙ୍କ୍ ବ୍ୟବସ୍ଥା ପାଇଁ ନିର୍ବାଚନ କମିଶନ ସୁପାରିସ କରିବା ପରେ ଏହାକୁ ପାର୍ଲାମେଣ୍ଟରେ ଦୃଢ ବିରୋଧ କରାଯାଇଥିଲା ।

ବର୍ତ୍ତମାନ ଏହି ଡାଟାବେସକୁ ଜନସଂଖ୍ୟା ରେଜିଷ୍ଟର, ଭୋଟର ତାଲିକା, ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ୍ କରିବା ଲାଗି ସରକାର ଚାହିଁଛନ୍ତି । ଏଥିଲାଗି ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଆଇନରେ ସଂଶୋଧନ ଆଣିବା ଲାଗି କ୍ୟାବିନେଟ ନୋଟ୍ ପ୍ରସ୍ତୁତ କରାଯାଉଛି । ରାଜ୍ୟଗୁଡ଼ିକର ମୁଖ୍ୟ ରେଜିଷ୍ଟ୍ରାରମାନଙ୍କ ସହ ଭାରତର ରେଜିଷ୍ଟ୍ରାର ଜେନେରାଲ ସମନ୍ୱୟ ରକ୍ଷା କରି ଏହି ଡାଟାବେସ ପ୍ରସ୍ତୁତ କରିବେ । ତଥ୍ୟଗୁଡିକର ଅପଡେଟ ଲାଗି ଆଧାର, ରାସନ କାର୍ଡ, ଭୋଟର ତାଲିକା, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ କର୍ତ୍ତୃପକ୍ଷଙ୍କ ସହ ଧାରାବାହିକ ଭାବେ ଯୋଗସୂତ୍ର ରକ୍ଷା କରାଯିବ ।

ଜାତୀୟ ଜନସଂଖ୍ୟା ରେଜିଷ୍ଟରକୁ ଅପଡେଟ କରିବା ସହ ଅନୁପ୍ରବେଶକାରୀଙ୍କୁ ବେଆଇନ ଘୋଷଣା କରିବା ସକାସେ ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲେ ଗୃହମନ୍ତ୍ରୀ ଅମିତ ଶାହ । ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତି ସହ ବିବାଦୀୟ ନାଗରିକତ୍ବ ସଂଶୋଧନ ଆଇନ ବା ସିଏଏକୁ ନେଇ ୩ ବର୍ଷ ତଳେ ସାରା ଦେଶରେ ଜୋରଦାର ବିକ୍ଷୋଭ ହୋଇଥିଲା । ସିଏଏରେ ରହିଥିବା ବ୍ୟବସ୍ଥା ଅନୁସାରେ ୨୦୧୫ ପୂର୍ବରୁ ପଡ଼ୋଶୀ ଦେଶର ଯେଉଁ ଅଣମୁସଲିମ ଶରଣାର୍ଥୀ ଭାରତକୁ ଚାଲିଆସିଛନ୍ତି ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବ । ସଂସଦର ଆସନ୍ତା ଅଧିବେଶନରେ ଏନେଇ ବିଲ୍ ଆସିବ ।

୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌-କ୍ରୀଡ଼ା ଆୟୋଜନରେ ନୂଆ ଫର୍ଦ୍ଦ

     ବିମଳ କୁମାର ରାଉଳ, ବାଲେଶ୍ୱର

ଅକ୍ଟୋବର ୧୧ ତାରିଖରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଥିଲା ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପର ସପ୍ତମ ସଂସ୍କରଣ । ଅନ୍ତର୍ଜାତୀୟ ଫୁଟବଲ ମହାସଂଘ (ଫିଫା)ର ଯେ କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜନ ଯେତିକି ମର୍ଯାଦାଜନକ, ସେତିକି ବ୍ୟୟ ବହୁଳ ମଧ୍ୟ । ଦେଶର ବହୁ ବଡ଼ ବଡ଼ ସହରକୁ ପଛରେ ପକାଇ ଭୁବନେଶ୍ୱର ବିଶ୍ୱକପ୍‌ର ଭେନ୍ୟୁ ହେବା ଏବଂ ଫିଫାର ମାନ ଅନୁସାରେ ଭିତ୍ତିଭୂମି ପ୍ରସ୍ତୁତ କରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ରାଜ୍ୟ ସରକାରଙ୍କ ପାଇଁ ବେଶ୍ ଆହ୍ୱାନପୂର୍ଣ୍ଣ ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରୀଡ଼ା ପ୍ରତି ଅହେତୁକ ଅନୁରାଗ ଏବଂ ବିଚକ୍ଷଣ ଦୂରଦୃଷ୍ଟିତା ହିଁ ଫିଫା ଯୁବା ମହିଳା ବିଶ୍ୱକପର ଉଦଘାଟନୀକୁ ସଫଳ କରାଇବା ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ିଛି ।

ବିଗତ ଏକ ଦଶନ୍ଧି ମଧ୍ୟରେ ଭୁବନେଶ୍ୱର ସମେତ ସାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଅଦ୍ଭୁତପୂର୍ବ ବିକାଶ ଘଟିଛି । ହକି ଚାମ୍ପିଅନ୍ସ ଟ୍ରଫି (୨୦୧୪), ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ (୨୦୧୭), ହକି ପୁରୁଷ ବିଶ୍ୱକପ୍ (୨୦୧୮), ମହିଳା ଗୋଲ୍ଡକପ୍ ଫୁଟବଲ (୨୦୧୯) ଏବଂ ୨୦ ବର୍ଷରୁ କମ୍‌ ସାଫ୍‌ ଚାମ୍ପିଅନସିପ୍ ପ୍ରଭୃତି ବଡ଼ ବଡ଼ ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ୱର ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ଫିଫା ଯୁବା ମହିଳା ବିଶ୍ୱକପ୍ ଆୟୋଜନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଏ ପ୍ରଶ୍ନ ଆମ ମନକୁ ଆନ୍ଦୋଳିତ କରିବା ସ୍ୱଭାବିକ । କ୍ରିକେଟ୍‌, ହକି, ଟେନିସଠାରୁ ଫୁଟବଲ ବହୁ ଲୋକ ପ୍ରିୟ ଖେଳ । ବିଶ୍ୱର ସବୁ ଦେଶରେ ଏହି କ୍ରୀଡ଼ାର ଆଦର ରହିଛି । ବିଶ୍ୱ ଫୁଟବଲ ଫିଫା ଦ୍ୱାରା ପରିଚାଳିତ ଓ ୨୧୧ଟି ଦେଶ ଏହାର ସଦସ୍ୟ ଅଟନ୍ତି । ଆମ ଦେଶରେ କ୍ରିକେଟ୍‌ ଭଳି ଫୁଟବଲର ଲୋକପ୍ରିୟତା  କିଛି କମ୍ ନୁହେଁ । ଦେଢ଼ଶହବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭାରତରେ ଏହି କ୍ରୀଡ଼ା ସକ୍ରିୟ ଭାବେ ଖେଳାଯାଇ ଆସୁଛି । ଯାହାର ଉଦାହରଣ ହେଉଛି ଡୁରାଣ୍ଡକପ୍ ଫୁଟବଲ । ୧୮୮୮ ମସିହାରୁ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ନିକଟରେ ଏହାର ୧୩୧ତମ ସଂସ୍କରଣ ବେଶ୍‌ ସଫଳତାର ସହ ଶେଷ ହୋଇଛି । କିନ୍ତୁ ଏ ପର୍ଯ୍ୟନ୍ତ ଆମେ ଅନ୍ତର୍ଜାତୀୟ ଫୁଟବଲରେ ନିଜର ପରିଚୟକୁ ଦୃଢ଼ କରିପାରି ନାହୁଁ । ଭାରତୀୟ ପୁରୁଷ ଫୁଟବଲ ଦଳ (୧୦୬ତମ) ବିଶ୍ୱ ମାନ୍ୟତାରେ ଶ୍ରେଷ୍ଠ ଶହେଟି ସ୍ଥାନ ମଧ୍ୟରେ ନାହିଁ । ମହିଳା ଦଳ ୫୮ତମ ସ୍ଥାନରେ ରହିଛି । ଫିଫା କେବଳ ବରିଷ୍ଠ ପୁରୁଷ ଓ ମହିଳାରେ ବିଶ୍ୱକପ୍‌କୁ ସୀମିତ ନରଖି ବିଭିନ୍ନ ବୟସ ବର୍ଗରେ ବିଶ୍ୱକପ୍ ଆୟୋଜନ କରେ । ଫିଫାର ଯେ କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ବିଶ୍ୱର ୨୧୧ଟି ଦେଶ ମଧ୍ୟରେ ଉତ୍କଣ୍ଠାବୃଦ୍ଧି ପାଏ । ସାଧାରଣତଃ ବିକଶିତ ଓ ପ୍ରଗତିଶୀଳ ରାଷ୍ଟ୍ରମାନେ ଏ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ଏଭଳି ରାଷ୍ଟ୍ରଗୁଡ଼ିକୁ ପଛରେ ପକାଇ କୌଣସି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ହାସଲ କରିବା ଏତେ ସହଜ ବିଷୟ ନୁହେଁ । ସେମିତି ଫିଫାରମାନକୁ ଅନୁସରଣ କରି ଭିତ୍ତିଭୂମିର ବିକାଶ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ମଧ୍ୟ ବହୁ ବ୍ୟୟ ବହୁଳ । ‘ଅଲିମ୍ପିକ୍ସ’ ହେଉ ଅବା ‘ଫିଫା ବିଶ୍ୱକପ୍‌’ ଆୟୋଜନର ଅର୍ଥ ଦେଶର ମୋଟ୍‌ ଘରୋଇ ଉତ୍ପାଦନର (ଜିଡିପି) କିଛି ଅଂଶ ବିନିଯୋଗ କରିବା । ଦେଶର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଭାରତ ପୂର୍ବରୁ ଏ ଦିଗରେ କେବେ ମନ ବଳାଇ ନାହିଁ ।

୨୦୧୭ରେ ଭାରତ ପ୍ରଥମ ଥର ଫିଫା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୌଭାଗ୍ୟ ପାଇଥିଲା । ସେତେବେଳେ ଏହି ବିଶ୍ୱକପ୍‌ କୋଲକାତା, ନୂଆଦିଲ୍ଲୀ, ମୁମ୍ବାଇଭଳି ୮ଟି ବଡ଼ ସହରରେ ଆୟୋଜିତ ହୋଇଥିଲା । ଏହି ବିଶ୍ୱକପ୍‌ ସଫଳତାର ସହ ଆୟୋଜନ କରି ଭାରତ ଫିଫା ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ୨୦୧୮, ଜୁଲାଇ ୨୫ ତାରିଖରେ ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌-୨୦୨୦ ପାଇଁ ବିଡ୍ ଆହ୍ୱାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।୨୦୧୯, ମାର୍ଚ୍ଚ ୧୫ ତାରିଖରେ ଫିଫା କାଉନସିଲ ଶେଷରେ ଭାରତକୁ ଏହାର ଆୟୋଜକ ଦେଶ ଘୋଷଣା କରିଥିଲା ।

ବିଶ୍ୱକପର ଆୟୋଜକ ସହର ଭାବେ ଭୁବନେଶ୍ୱର, କୋଲକାତା, ଗୌହାଟୀ, ଅହମ୍ମଦାବାଦ ଓ ନଭି ମୁମ୍ବାଇ ସାମିଲ ହୋଇଥିଲେ । ଅଗଷ୍ଟ ୨୭, ୨୦୧୯ରେ ଫିଫାର ଆଞ୍ଚଳିକ ଆୟୋଜନ କମିଟି ଭୁବେନଶ୍ୱରକୁ ପ୍ରଥମ ଭେନ୍ୟୁର ସ୍ୱୀକୃତି ପ୍ରଦାନ କରିଥିଲା । ଖୁବ୍ ଅଳ୍ପ ଦିନ ମଧ୍ୟରେ ରାଜ୍ୟସରକାର କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର ସାଙ୍ଗକୁ ସହରରେ ୩ଟି ଅଭ୍ୟାସଗ୍ରାଉଣ୍ଡ ପ୍ରସ୍ତୁତ କରିଥିଲେ । କରୋନା ମହାମାରୀ ଯୋଗୁ ୨୦୨୦ ସଂସ୍କରଣ ୨୦୨୧ରେ ହେବାକୁ ଘୋଷଣା ହେଲା । ତାହାବି ସମ୍ଭବହେଲା ନାହିଁ, ଶେଷରେ ଏହି ସଂସ୍କରଣକୁ ଫିଫା ସଂପୂର୍ଣ୍ଣ ବାତିଲ ଘୋଷଣା କରି ୨୦୨୨ ସଂସ୍କରଣ ଆୟୋଜନ ଦାୟିତ୍ୱ ପୁଣି ଥରେ ଭାରତକୁ ପ୍ରଦାନ କରିଥିଲା ।

ମହାମାରୀ ଯୋଗୁ ଭେନ୍ୟୁକୁ ୩ଟି ସହରରେ ସୀମିତ ରଖିବା ନେଇ ଫିଫା ନିଷ୍ପତ୍ତି ନେଇଥିଲା । ଭୁବନେଶ୍ୱର ଏହି ସହର ମଧ୍ୟରେ ପ୍ରଥମ ଭେନ୍ୟୁର ମାନ୍ୟତା ପାଇବା ଓଡ଼ିଶା ପାଇଁ ଗୌରବର ବିଷୟ ଥିଲା । ପରେ କ୍ରୀଡ଼ାସୂଚୀ ଘୋଷଣା ହେବା ପରେ ଭାରତ ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ଭୁବନେଶ୍ୱରରେ ଖେଳାଯିବାର ସ୍ପଷ୍ଟ ହୋଇଥିଲା । ଆୟୋଜକ ଦଳ ଯେଉଁଠି ପ୍ରଥମ ମ୍ୟାଚ୍‌ ଖେଳିଥାଏ, ସେଠାରେ ହିଁ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥାଏ । ଆଉ ଏ ସୌଭାଗ୍ୟ ଭୁବନେଶ୍ୱରକୁ ମିଳିଥିଲା ।

ରାଜ୍ୟ ସରକାର ବିଶ୍ୱକପ୍ ଆୟୋଜନ ନେଇ କଳିଙ୍ଗ ଷ୍ଟାଡିୟମର ପୁନରୁଦ୍ଧାର, କ୍ୟାପିଟାଲ ହାଇସ୍କୁଲ ଏବଂ ୭ମ ବାଟାଲିୟନରେ ଅଭ୍ୟାସ ପଡ଼ିଆ ନିର୍ମାଣ ପାଇଁ ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି । ଦେଶରେ ଫିଫାର ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଏବଂ  ଯୁବା ମହିଳା ବିଶ୍ୱକପର ଶୁଭ ଉଦଘାଟନ ପରେ ଭୁବନେଶ୍ୱରର ନାମ ଆଜି ବିଶ୍ୱର ପ୍ରତ୍ୟେକ ଦେଶରେ ପହଞ୍ଚି ପାରିଛି ।

ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା କ୍ରୀଡ଼ା ପାଇଁ ଖର୍ଚ୍ଚ ହେଉଛି । କିନ୍ତୁ ଏହା କେବେ ବୃଥା ଯିବ ନାହିଁ । କ୍ରୀଡ଼ା ମାଧ୍ୟମରେ ଓଡ଼ିଶା ଆଜି ସାରା ବିଶ୍ୱରେ ପହଞ୍ଚି ପାରିଛି । ଏହା ହିଁ ରାଜ୍ୟରେ ବୈଦେଶିକ ପୁଞ୍ଜି ନିବେଶ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବ ।

କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ଅର୍ଥ ଯୁବ ପିଢ଼ିକୁ ପ୍ରୋତ୍ସାହିତ କରିବା । ଏହା ଦ୍ୱାରା ଆମ ଆଗାମୀ ଯୁବ ପିଢ଼ି କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କରିବେ । ରାଜ୍ୟ ସରକାର ବିଗତ ଏକ ଦଶନ୍ଧି ଧରି ଯେଉଁ ହଜାର ହଜାର କୋଟି ଟଙ୍କା କ୍ରୀଡ଼ାରେ ବିନିଯୋଗ କରୁଛନ୍ତି ତାହାର ପରୋକ୍ଷ ଉଦ୍ଦେଶ୍ୟ ହେଉଛି ଯୁବ ପିଢ଼ିଙ୍କୁ ପ୍ରୋତ୍ସାହିତ କରିବା ।

ଓଡ଼ିଶାରେ ମହିଳା ଫୁଟବଲର ଏକ ଦୃଢ଼ ପରମ୍ପରା ରହିଛି । ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକଙ୍କଠାରୁ ପ୍ୟାରୀଖାଖାଙ୍କ ପର୍ଯ୍ୟନ୍ତ ଏକାଧିକ ଅନ୍ତର୍ଜାତୀୟ ଖେଳାଳି ରାଜ୍ୟରୁ ବାହାରିଛନ୍ତି । ପୂର୍ବରୁ ଖେଳ ଓ ଖେଳାଳି ଥିଲେ କିନ୍ତୁ ଭିତ୍ତିଭୂମି ନଥିଲା । ଏବେ ଭିତ୍ତିଭୂମି ଗଢ଼ି ଉଠିଛି । ବିଶ୍ୱକପ୍ ଆୟୋଜନ ଦ୍ୱାରା ଆମ ପିଲାମାନେ ଅତି ନିକଟରୁ ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବା ସହ ଖେଳରମାନ ଏବଂ ବିଭିନ୍ନ ଦିଗ ବିଷୟରେ ଜାଣିବାର ସୁଯୋଗ ପାଇଲେ । ଆମ ଅଭିଭାବକମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ।

କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳିବା ଦ୍ୱାରା ପୂର୍ବାପେକ୍ଷା ଓଡ଼ିଶା ଜାତୀୟ କ୍ରୀଡ଼ାରେ ଭଲ ପ୍ରଦର୍ଶନ କରିପାରିଛି । ଯାହା ସଦ୍ୟତମ ଦୃଷ୍ଟାନ୍ତ ହେଉଛି, ଗୁଜରାଟରେ ଶେଷ ହୋଇଥିବା ୩୬ତମ ଜାତୀୟ କ୍ରୀଡ଼ା । ଓଡ଼ିଶା ପୂର୍ବ ରେକର୍ଡକୁ ଭଙ୍ଗ କରି ଏଥର ମୋଟ୍ ୨୬ ପଦକ ଜିତିବାରେ ସଫଳ ହୋଇଛି । ଏଭଳି ପ୍ରୋତ୍ସାହନ ଜାରି ରହିଲେ ଆଗାମୀ କିଛି ବର୍ଷ ମଧ୍ୟରେ ମହାରାଷ୍ଟ୍ର, ହରିଆନା ଓ କର୍ଣ୍ଣାଟକ ପ୍ରଭୃତି କ୍ରୀଡ଼ାରେ ଅଗ୍ରଣୀ ରାଜ୍ୟମାନଙ୍କୁ ଓଡ଼ିଶା ପଛରେ ପକାଇ ପାରିବ ।

ସିନ୍ଧିଆଙ୍କୁ ନବୀନଙ୍କ ଚିଠି, ନଭେମ୍ବର ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେଉ ରାଉରକେଲା ବିମାନବନ୍ଦର

ଭୁବନେଶ୍ୱର: ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ବିଶ୍ୱକପ ହକି ମ୍ୟାଚ୍ ଖେଳାଯିବ । ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ମଧ୍ୟରେ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ୍ ଖେଳାଯିବ । ତେଣୁ ନଭେମ୍ବର ୩୦ ତାରିଖ ପୂର୍ବରୁ ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ।

ସେଲ୍ ଓ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଏମଓୟୁ ନବୀକରଣ କରିବା ସହ ରନଓ୍ୱେ, ଟର୍ମିନାଲ, ବିଲ୍ଡିଂ ଭଳି କାମ ନେଇ ସମୀକ୍ଷା କରିବାକୁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଉରକେଲାରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା ଭଳି ମେଟ୍ରୋ ସିଟିକୁ ବିମାନ ସେବା ଶୀଘ୍ର ଆରମ୍ଭ କରିବା ଦିଗରେ ଶୀଘ୍ର ହସ୍ତକ୍ଷେପ କରିବାକୁ ଚିଠିରେ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ, ପ୍ରତିବାଦରେ ସଂଘର୍ଷ ସମିତିର ଆନ୍ଦୋଳନ

ବଲାଙ୍ଗୀର: କେବେ ସରିବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ । ରେଳ ପ୍ରକଳ୍ପ କାମ ଶୀଘ୍ର ଶେଷ କରିବାକୁ ମୁଣ୍ଡ ଟେକିଛି ଆନ୍ଦୋଳନ । ବହୁପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କେନ୍ଦ୍ର ସରକାରଙ୍କ ଚରମ ଅବହେଳାର ଶିକାର ହୋଇଛି । ୩୦ ବର୍ଷ ଭିତରେ ଏହି ପ୍ରକଳ୍ପକୁ ଜାଣିଶୁଣି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ଓଡ଼ିଶାକୁ ସବୁବେଳେ କେନ୍ଦ୍ର ରେଳ ବିଭାଗ ପାତରଅନ୍ତର କରିଛି । ବିଶେଷକରି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ଏହାର ଏକ ଉଦାହରଣ । ପ୍ରକଳ୍ପ ପାଇଁ ପାଖାପାଖି ଚାରି ହାଜର କୋଟି ଟଙ୍କା ବଜେଟର ଘୋଷଣା ହୋଇଛି । କିନ୍ତୁ ୧୭ ଶହ କୋଟି ଖର୍ଚ୍ଚ କରାଯାଇଛି । ଗତ ୨୦୧୯ ଜାନୁୟାରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରରୁ ବିଛୁପାଲି ରେଳ ଷ୍ଟେସନ ମାତ୍ର ୧୫ କିମି ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ ।

୨୦୨୨ ମସିହା ପର୍ଯ୍ୟନ୍ତ ବଲାଙ୍ଗୀରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ କରିବ ବୋଲି ଘୋଷାଣ କରିଥିଲେ । କିନ୍ତୁ ୨୦୨୨ ଶେଷ ହେବାକୁ ବସିଲାଣି କିନ୍ତୁ ସୋନପୁର ପର୍ଯ୍ୟନ୍ତ ୫୦ କିମି ରେଳପଥ ନିର୍ମାଣ ହୋଇପାରିନାହିଁ । ବିଚ୍ଛୁପାଳିରୁ ଝାରତରଭା ମାତ୍ର ତିନି ବର୍ଷରେ ୧୦ କିମି ରେଳପଥ ନିର୍ମାଣ କାମ ସାରିଛି । କୋଭିଡ ସମୟରୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । କେନ୍ଦ୍ରର ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି କିଛି ଦିନ ତଳେ ବୈଠକରେ ଚେତାବନୀ ଦେଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଂଘର୍ଷ ସମିତି ଆଜି ଆନ୍ଦୋଳନକୁ ଓହ୍ଲାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଧାରଣାରେ ସଂଘର୍ଷ ସମିତି ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି ।

ମାଓ ଲିଙ୍କ୍ ମାମଲା, ଜି.ଏନ. ସାଇବାବା ଦୋଷମୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜି.ଏନ. ସାଇବାବା ଦୋଷମୁକ୍ତ । ମାଓବାଦୀଙ୍କ ସହ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିଲେ ସାଇବାବା । ତାଙ୍କୁ ଦୋଷମୁକ୍ତ କରିବା ସହ ଜେଲରୁ ତୁରନ୍ତ ଖଲାସ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଏହା ସହ ଦୋଷୀ ସାବ୍ୟସ୍ତ ସମେତ ଆଜୀବନ କାରାଦଣ୍ଡାଦେଶ ରାୟ ବିରୋଧରେ ଆବେଦନକୁ ମଞ୍ଜୁର କରିଛନ୍ତି ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠ ।

ଗତ ୨୦୧୭ରେ ମାଓ ଲିଙ୍କ୍ ଅଭିଯୋଗରେ ସାଇବାବାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ମହାରାଷ୍ଟ୍ର ଗଡଚିରୋଲିର ଜଣେ ଦୌରାଜଜ । ଏହା ବିରୋଧରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ ସାଇବାବା । ଜଷ୍ଟିସ ରୋହିତ ଦେଓ ଓ ଜଷ୍ଟିସ ଅନୀଲ ପାନସାରେଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଇବାବାଙ୍କୁ ସପକ୍ଷରେ ରାୟ ଦେଇଛନ୍ତି । ହୁଇଲଚେୟାରରେ ଯାଆସ କରୁଥିବା ସାଇବାବା ବର୍ତ୍ତମାନ ନାଗପୁର ସେଣ୍ଟ୍ରାଲ ଜେଲରେ ରହିଛନ୍ତି । ୟୁଏପିଏ ଆଇନ ଅନୁସାରେ ସାଇବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

 

ବଲାଙ୍ଗୀର ଶାସ୍ତ୍ରୀନଗରରେ ସେକ୍ସ ରାକେଟ ଠାବ ଘଟଣା, ରାକେଟ ଚଳାଉଥିବା ବିଜେପି ନେତା ଫେରାର୍

ବଲାଙ୍ଗୀର: ବଲାଙ୍ଗୀର ଶାସ୍ତ୍ରୀନଗରରେ ସେକ୍ସ ରାକେଟ ଠାବ ଘଟଣା । ସେକ୍ସ ରାକେଟ ଚଳାଉଥିବା ପାଟଣାଗଡ଼ ବ୍ଲକ ଉଲବା ଗାଁର ବିଜେପି ନେତା କୈଳାସ ଚନ୍ଦ୍ର ରାଉତ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ପୋଲିସ କୈଳାସଙ୍କ ବୁଲେଟ୍ ଗାଡ଼ି ଜବତ କରିଛି । କୈଳାସ ବଲାଙ୍ଗୀରର ଜଣେ ରାଣୀମହୁମାଛି ଜରିଆରେ କିଛି ମାସ ହେବ କାରବାର ଚଳାଇ ଆସୁଥିଲା । କୈଳାସ ପାଟଣାଗଡ଼ ବ୍ଲକ ମୁଣ୍ଡୋମହୁଲ ଗ୍ରାମପଞ୍ଚାୟତର ସମିତିସଭ୍ୟ ଥିବା ଜଣାପଡ଼ିଛି । ବାହାରୁ ଯୁବତୀ ମାନଙ୍କୁ ଆଣି ସେକ୍ସ ରାକେଟ ଚଳାଇ ପ୍ରତିଦିନ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା କୈଳାସ ।

କୈଳାସର ବୁଲେଟ୍ ଡିକି ଓ ଭଡ଼ାଘରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ତଦନ୍ତ ଆରମ୍ଭ କରିଛି । ଗତକାଲି ଟାଉନ ଥାନା ପୋଲିସ୍ ଚଢାଉ କରି ୭ ଜଣ ଯୁବତୀ ଓ ୩ ଜଣ ଯୁବକଙ୍କୁ କାବୁ କରିଥିଲା । ଦୀର୍ଘଦିନ ଧରି ଏହି ଆଲିସାନ କୋଠାରେ ସେକ୍ସ ରାକେଟ୍ ଚାଲିଥିବା ପୋଲିସ୍ କହିଛି । ଚଢାଉବେଳେ ଯୁବକ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ୍ । ଘର ମାଲିକ ସୋନପୁର ଜିଲ୍ଲାର ହୋଇଥିବା ବେଳେ ସେ କଳାହାଣ୍ଡିରେ ରହୁଛନ୍ତି ।

ମହିଳା କମିଶନରେ ଆଜି ହେବ ଦୀପିକା ଓ ଦିନେଶ ମାମଲାର ଶୁଣାଣି

ଭୁବନେଶ୍ୱର: ମହିଳା କମିଶନଙ୍କ ନିକଟରେ ଆଜି ହେବ ବ୍ରହ୍ମପୁରର ଚର୍ଚ୍ଚିତ ଦୀପିକା ଓ ଦିନେଶ ମାମଲାର ଶୁଣାଣି । ପୂର୍ବରୁ ଦୀପିକା ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖି ସାରିଛନ୍ତି । ଆଜି ଦିନେଶଙ୍କୁ ହାଜର ହେବା ନେଇ କମିଶନଙ୍କ ପକ୍ଷରୁ ବ୍ରହ୍ମପୁର ଏସପିଙ୍କୁ ନୋଟିସ ଜାରି ହୋଇଥିଲା । ଏହାକୁ ଆଧାର କରି ଆଜି ଦିନେଶ ନିଜ ଓକିଲଙ୍କ ସହ କମିଶନଙ୍କ ନିକଟରେ ହାଜର ହେବାର ସମ୍ଭାବନା ରହିଛି ।

ସେପଟେ ମାମଲା ଅଦାଲତରେ ମଧ୍ୟ ବିଚାରାଧୀନ ରହିଛି । ପତ୍ନୀର ମାନ୍ୟତା ଓ ପୁଅକୁ ପିତାର ପରିଚୟ ପ୍ରଦାନ ଦାବିରେ ଦିନେଶଙ୍କ ଘର ସମ୍ମୁଖରେ ଦୀପିକାଙ୍କ ଧାରଣା ୭୩ ଦିନରେ ପହଞ୍ଚିଛି । ଉଭୟ ଦୀପିକା ଓ ଦିନେଶଙ୍କ ପରିବାର ନିଜ ନିଜ ଜିଦରେ ଅଟଳ ଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି ।