ରେଳ ଷ୍ଟେସନରେ ଋଷୀୟ ଶରଣାର୍ଥୀ, ଉଦ୍ଧାର କଲା ଜିଆରପି

1 min read

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ବୁଲୁଥିବା ଋଷୀୟ ଶରଣାର୍ଥୀଙ୍କୁ ଉଦ୍ଧାର କରିଛି ଜିଆରପି । ପୋଲିସ ସମ୍ପୃକ୍ତ ଶରଣାର୍ଥୀ ଗ୍ଲାଗୋଲେଭ ଆଣ୍ଡ୍ରିୟୁଙ୍କୁ ପଚରାଉଚରା କରୁଛି । ଭିସା ଅଛି କି ନାହିଁ, ସେନେଇ ଚାଲିଛି ଜେରା । ରାୟଗଡ଼ାରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭୁବନେଶ୍ବର ରେଳ ଷ୍ଟେସନରେ ଏହି ଶରଣାର୍ଥୀଙ୍କ ଏପରି ଠିଆ ହେବା ପୋଲିସକୁ ଚିନ୍ତାରେ ପକାଇଥିଲା । ଆଜି ତାଙ୍କୁ ଜେରା କରୁଛି ପୋଲିସ ।

ରେଳୱେ ଷ୍ଟେସନରେ ପ୍ଲାକାର୍ଡ ଧରି ଛିଡା ହୋଇଥିଲେ । ମୁଁ ଜଣେ ଋଷୟୀ ଶରଣାର୍ଥୀ । ମୁଁ ଯୁଦ୍ଧକୁ ବିରୋଧ କରେ । ମୁଁ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ । ମୋର ଘର ଦ୍ବାର ନାହିଁ । ଦୟାକରି ମୋତେ ସାହାଯ୍ୟ କର ବୋଲି ପ୍ଲାକାର୍ଡରେ ଲେଖି ବୁଲୁଥିଲେ ଋଷୀୟ ପର୍ଯ୍ୟଟକ ଗ୍ଲାଗୋଲେଭ ଆଣ୍ଡ୍ରିୟୁ । ସେପଟେ ଗ୍ଲାଗୋଲେଭ 2016 ରେ 6 ମାସ ପାଇଁ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ। ହେଲେ 6 ବର୍ଷ ରହି ସାରିଛନ୍ତି । ତାଙ୍କର ଭିସା ଅବଧି ସରିଛି । ସେ ପୁନଃ ଭିସା ଅବଧି ବଢାଇବା ପାଇଁ UN କୁ ଆବେଦନ କରିଛନ୍ତି।

ଆବେଦନ ପରେ ରହଣି ପାଇଁ ଅନୁମତି ମିଳିଛି ନା ନାହିଁ ତାହା ଡକୁମେଣ୍ଟ ଯାଞ୍ଚ ଚାଲିଥିବା କହିଛନ୍ତି ଜିଆରପି IIC ଜୟଦେବ ବିଶ୍ବଜିତ । ଏପର୍ଯ୍ୟନ୍ତ ତାଙ୍କ ରହଣି ନେଇ ବିଭିନ୍ନ ବିଶେଷଜ୍ଞଙ୍କ ମତାମତ ନିଆ ଯାଉଛି। ଏ ଯାଏ କିଛି ସନ୍ଦେହ ଜନକ ତଥ୍ୟ ମିଳିନାହିଁ। ଭାରତୀୟଙ୍କ ବ୍ୟବହାର ଭଲ ଯୋଗୁଁ ଭାରତ ରେ ରହିବାକୁ ଚାଁହୁଛନ୍ତି ଗ୍ଲାଗୋଲେଭ । ବୃନ୍ଦାବନ ଓ ପୁରୀ ରେ ଅଧିକ ସମୟ ଅତିବାହିତ କରିଛନ୍ତି ଗ୍ଲାଗୋଲେଭ। ଏବେ ସେ କୁଆଡେ ଯିବେ ସେ ନେଇ ଚାଲିଛି ତର୍ଜମା।